spot_img
Home Blog Page 729

ପାକିସ୍ତାନକୁ ମିଳିଲା ଟଙ୍କା: ଆଇଏମଏଫର ସମସ୍ତ ୧୧ ସର୍ତ୍ତ ମାନିଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ମାନିଲା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସମସ୍ତ ସର୍ତ୍ତ । ପାକିସ୍ତାନକୁ ଆଇଏମଏଫ ପ୍ରଦାନ କରିଛି ୧ ବିଲିୟନ ଡଲାର ଅର୍ଥାତ ୮, ୫୦୦ କୋଟି ଟଙ୍କା । ଏହି ଅର୍ଥ ପ୍ରଦାନ ପୂର୍ବରୁ ଆଇଏମଏଫ ପକ୍ଷରୁ ରଖାଯାଇଥିବା ୧୧ଟି ସର୍ତ୍ତକୁ ପାକିସ୍ତାନ ପୂରଣ କରିବା ପରେ ଟଙ୍କା ରିଲିଜ ହୋଇଛି । ପରିବର୍ଦ୍ଧିତ ପାଣ୍ଠି ସହାୟତା ବା EFF ଯୋଜନା ଅଧୀନରେ ଏହି ସହାୟତା ପ୍ରଦାନ କରାଯାଇଛି । ଗତ ୨୦୨୪ ସେପ୍ଟେମ୍ବରରେ ପାକିସ୍ତାନକୁ ମୋଟ ୭ ବିଲିୟନ ଡଲାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ପ୍ରଦାନ କରାଯାଇଛି ୨.୧ ବିଲିୟନ ଡଲାର । ବର୍ତ୍ତମାନର ୧୧ଟି ସର୍ତ୍ତ ମିଶାଇ ପାକିସ୍ତାନ ପୂରଣ କରିଛି ମୋଟ ୫୦ଟି ସର୍ତ୍ତ । ପାକିସ୍ତାନର ସଙ୍କଟ କାଳରେ ଏହି ଅର୍ଥ ସହାୟତା ଦିଆଗଲା ବୋଲି କହିଛନ୍ତି ଆଇଏମଏଫ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ । ଭାରତ ସହ ଅଧିକ ଉତ୍ତେଜନା ସୃଷ୍ଟି ନକରିବା ଲାଗି ବି ପାକିସ୍ତାନକୁ ଆଇଏମଏଫ ଦେଇଥିଲା ଚେତାବନୀ । ପହଲଗାଓଁ ହମଲା ପରେ ପାକିସ୍ତାନକୁ କୌଣସି ସହାୟତା ଦିଆ ନଯାଉ ବୋଲି ଦାବି କରିଥିଲା ଭାରତ ।

ପାରିବାରିକ କଳହରୁ ୭ ବର୍ଷର ପୁଅକୁ ବିକ୍ରି କଲା ମାଆ

ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଂଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ।

୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। ଏ ନେଇ ପରିବାର ଲୋକ ଗତ ବୁଧବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ ଖୋଜିଆଣିବାକୁ କରିଛନ୍ତି ନିବେଦନ। ଅଭିଯୋଗ କଲାପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବାରୁ ଦୁଃଖରେ ଅଛନ୍ତି ପୂରା ପରିବାର।

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ

ଅନୁଗୁଳ: ବେଆଇନ ବନ୍ଧୁକ ତିଆରି କାରଖାନା ଠାବ। ଅନୁଗୁଳ ପାଲଲହଡ଼ାରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ। ବେଆଇନ ଭାବେ ବନ୍ଧୁକ ତିଆରି ଚାଲିଥିବାବେଳେ ପୋଲିସ ମାଡିବସିଥିଲା। ଦେଶୀ ବନ୍ଧୁକ ସହ ଜଣକୁ ଗିରଫ କରିଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ଜାମ୍ବୁଆ ଗାଁର ବଣୁ କିସାନ।

ଦୀର୍ଘଦିନ ହେବ ବେଆଇନ ଭାବେ ଦେଶୀ ବନ୍ଧୁକ ନିର୍ମାଣ କରି ୫ରୁ ୧୦ହଜାର ଟଙ୍କାରେ ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ରେଡ କରିଥିଲା ଖମାର ପୋଲିସ। ବନ୍ଧୁକ ତିଆରି ସାମଗ୍ରୀ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ପୋଲିସ ରଖିଛି । ମାମଲାରେ ଅନ୍ୟ ଜଣେ ବ୍ୟକ୍ତି ଅଟକ ଅଛନ୍ତି। ଅଟକ ବ୍ୟକ୍ତି ଜଣକ ସେହି ଗ୍ରାମର ଜର୍ଜ କମଲ ବୋଲି ଜଣାପଡିଛି।

ନେପାଳରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ଭୂକମ୍ପ ଝଟକା। ଭୂକମ୍ପରେ ଥରିଥିଲା ଗ୍ରୀସ୍। ରାତି ପ୍ରାୟ ୧:୩୩ ରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା । ଭୂମିକମ୍ପ ହୋଇଥିବା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିନାହିଁ ।

ଏହାର ଦୁଇ ଦିନ ପୂର୍ବରୁ ପଶ୍ଚିମ ନେପାଳର କାସ୍କି ଜିଲ୍ଲାରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁରୁ ପ୍ରାୟ ୨୫୦ କିଲୋମିଟର ଦୂରରେ କାସ୍କି ଜିଲ୍ଲାର ସିନୁୱା ଅଞ୍ଚଳରେ ଥିଲା ଏବଂ ଏହା ଅପରାହ୍ନ ୧.୫୯ ମିନିଟରେ ଝଟକା ହୋଇଥିଲା।

 

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର, ମାଆ ବାରଣ କରିବାକୁ ବେକରେ ରଶି ଲଗାଇ ଝୁଲିଲା ପୁଅ

ବାଲେଶ୍ବର: ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର । ମାଆ ବାରଣ କରିବାକୁ ବେକରେ ରଶି ଲଗାଇ ଝୁଲିଲା ପୁଅ। ବାଲେଶ୍ବର ଭୋଗରାଇ କୀର୍ତିନିଆ ଗାଁର ଘଟଣା। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମିର୍ଧାଙ୍କ ୨୦ ବର୍ଷର ପୁଅ ଆନନ୍ଦ ମିର୍ଧା। ସନ୍ଧ୍ୟା ସମୟରେ ଆନନ୍ଦ ଦୀର୍ଘ ସମୟ ଧରି ଫ୍ରି ଫାୟାର ଗେମ ଖେଳୁଥିଲେ। ଏନେଇ ମାଆ ବାରଣ କରିଥିଲେ। କିଛି ସମୟ ପରେ ଖୋଜାଖୋଜି କରିବାରୁ ଆନନ୍ଦ ଘର ପାର୍ଶ୍ଵ ଏକ ଗଛରେ ବେକରେ ରଶି ଲଗାଇ ଜୀବନ ହାରିଥିଲେ।

ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ସେ ଫ୍ରି ଫାୟାର ଖେଳିଆସୁଥିଲେ। ଏହି ଖେଳ ଆନନ୍ଦଙ୍କ ଅଭ୍ୟାସ ପାଲଟି ଥିବା ବେଳେ ପରିବାର ଲୋକ ଯେତେ ବାରଣ କଲେ ମଧ୍ୟ ଆନନ୍ଦ ଖେଳ ଛାଡୁ ନଥିଲେ । ତେବେ ଏଭଳି ଘଟଣା ପରେ ପରିବାର ଲୋକ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଂଚି ଶବକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଜମ୍ମୁ କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ-କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର। ୪ ଜଣ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ। ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି। ଏନକାଉଣ୍ଟରସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଜାମ୍ମୁ କାଶ୍ମୀର ଡିଜିପି। ଆତଙ୍କୀଙ୍କୁ ନିପାତ କରିବାକୁ ମିଳିତ ଯବାନଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଏଥିରେ ସେନାର ଯବାନଙ୍କ ସମେତ ସିଆରପିଏଫ ଓ ଏସଓଜିର ଯବାନ ସାମିଲ ହୋଇଛନ୍ତି।

ସିଂହପୋରା-ଚାଟରୁ ଅଞ୍ଚଳ ପରିଦର୍ଶନ କରିଛନ୍ତି ଡିଜିପି। ଏଠାରେ ବଡ଼ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି। ଆତଙ୍କୀ ଏହି ଅଂଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ଏକ ବଡ଼ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଛି। ଅପରେସନରେ ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟ ସାମିଲ ହୋଇଛି।

 

ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା, ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ

ନନ୍ଦିଘୋଷ ବ୍ୟୁରୋ: ପଡୋଶୀ ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା । ବାଂଲାଦେଶରେ ଯେକୌଣସି ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ପତନ ଘଟିବା ସମ୍ଭାବନା ରହିଛି। ବଦଳିପାରେ ମଧ୍ୟବର୍ତ୍ତୀକାଳୀନ ସରକାର। ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ। ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ। ଦେଶରେ ଲାଗି ରହିଥିବା ବର୍ତ୍ତମାନର ସ୍ଥିତିକୁ ନେଇ ସମସ୍ତ ଦଳ ସହ ତାଳମିଳାଇ କାମ କରିବା ଅସମ୍ଭବ ବୋଲି କହିଛନ୍ତି ୟୁନୁସ। ନିଜକୁ ପଣବନ୍ଦୀ ଭଳି ଅନୁଭବ କରୁଛି ବୋଲି କହିଛନ୍ତି ମହମ୍ମଦ ୟୁନୁସ।

ବାଂଲାଦେଶ ରାଜନୈତିକ ଅସ୍ଥିରତା ମଧ୍ୟରେ ମହମ୍ମଦ ୟୁନୁସଙ୍କ ସରକାର ଦୁଇ ଦିନ ମଧ୍ୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଯେଉଁଥିରୁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଉଛି ବାଂଲାଦେଶର ସଶସ୍ତ୍ର ବାହିନୀର ସମ୍ଭାବ୍ୟ ଆଗମନ। ସେନା ସରକାରକୁ ହାତକୁ ନେବା ସମ୍ଭାବନା ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ୍ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି। ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ କୌଣସି ଏକ ଅନ୍ତିମ ସମାଧାନରେ ପହଞ୍ଚିବାରେ ବିଫଳ ହୋଇଥିବାରୁ କାମ କରିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ୟୁନୁସ। ଦେଶରେ ପରିସ୍ଥିତି ଏମିତି ଯେ ସେ କାମ କରିପାରିବେ ନାହିଁ ବୋଲି ୟୁନୁସ କହିଛନ୍ତି। ଛାତ୍ରନେତା ତଥା ନ୍ୟାସନାଲିଷ୍ଟ ସିଟିଜେନସ ପାର୍ଟିର ନେତା ନିହାଦ ଇସଲାମ ଏହି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇ ମହମ୍ମଦ ୟୁନୁସ ଏହା କହିଛନ୍ତି ନିହାଦ ଇସଲାମ ।

କଫ ସିରପ ଚୋରି ଅଭିଯୋଗରେ ଏଏସଆଇ ନିଲମ୍ବିତ

ସମ୍ବଲପୁର: କଫ ସିରପ ଚୋରି ଅଭିଯୋଗରେ ଏଏସଆଇ ନିଲମ୍ବିତ। ସମ୍ବଲପୁର ଟାଉନ ଥାନା ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି।
ତାଙ୍କ ନିକଟରୁ ୨ ପେଟି କଫ ସିରପ ଜବତ ହୋଇଛି। ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିଲେ ଏହି ଟାଉନ ଥାନା ଅଧିକାରୀ ଜଣଙ୍କ।

ନିକଟରେ ଟାଉନ ପୋଲିସ ପ୍ରାୟ ୧୫ ହଜାର ନିଶା କଫ ସିରପ ଜବତ କରିଥିଲା। ସେହି କଫସିରଫ ସବୁ ଥାନା ମାଲଖାନାରେ ରଖାଯାଇଥିବା ବେଳେ ଏଏସଆଇ ବିଦ୍ୟୁତ ପଣ୍ଡା ଚଞ୍ଚକତା କରି ଦୁଇ ପେଟି କଫ ସିରଫ ଚୋରି କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଅଧିକାରୀ ମାନେ ଏହା ଜାଣିବାକୁ ପାଇଥିଲେ। ଏହି ଘଟଣା ସମ୍ବଲପୁର ଏସପି ଜାଣିବା ପରେ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି।

ଓଲଟିଲା ଦୁଲଦୁଲି ଗାଡ଼ି; ୨ ମୃତ, ୨୫ ଆହତ।

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବଲାଙ୍ଗୀର- ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ନିକଟରେ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡ଼ି ଖସିଯାଇଛି । ଘଟଣା ସ୍ଥଳରେ ୨ ମୃତ, ୨୫ ଆହତ। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବରଗଡ଼ ଜିଲ୍ଲା ତୁରା ଗାଁର ଦିଲଖୁସ ଦୁଲଦୁଳି ଗତକାଲି ରାମପୁର ନିକଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ବାହାଘର ବାଜା ବଜାଇବାକୁ ଯାଇଥିଲେ। ସେଠାରେ ପ୍ରୋସେସନ ସାରି ଭୋରରୁ ପୁଣି କଳାହାଣ୍ଡିକୁ ଯାଉଥିବାବେଳେ ଏକ ଟ୍ରକକୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ଗାଡ଼ି। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଶିକା। ଘଟଣାସ୍ଥଳରେ ହରଡଖୋଲ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।..

ପୁଣି ଭିଜିବ ଓଡିଶା, ୨୭ ରେ ଆସୁଛି ଲଘୁଚାପ

ଭୁବନେଶ୍ୱର: ୨୭ରେ ଆସୁଛି ଲଘୁଚାପ। ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ସାତ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଶୀଘ୍ର ମୌସୁମୀ ଆସିବାକୁ ଅନୁକୂଳ ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହି ଲଘୁଚାପ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ସୃଷ୍ଟି ହେବା ପରେ ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଫଳରେ ଆଗାମୀ ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ। ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ସହ ଝଡି ପବନ ବହିବା ସମ୍ଭାବନା ରହିଛି।

ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା, ବରଗଡ଼, ସମ୍ବଲପୁର ଓ ଦେଓଗଡକୁ ବାଦ ଦେଲେ ଅନ୍ୟ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୪ ଘଣ୍ଟା ଯାଏ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।