spot_img
Home Blog Page 7260

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଘୂର୍ଣ୍ଣିବଳୟର ପ୍ରଭାବ । ୯ ଯାଏଁ ଭିଜିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ବର୍ଷା ବେଳେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ତେବେ ୧୦ରୁ ପାଗରେ ପରିବର୍ତ୍ତନ ଆସିବ, ବଢ଼ିବ ତାପମାତ୍ରା ।

ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଷା ହେବା ସହ ପାଗ କୋହଲା ରହିଛି । ସେହିପରି କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ।

ମାଲକାନଗିରି, କୋରାପୁଟ, ରାୟଗଡ଼ାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ । ୮ ଏବଂ ୯ ତାରିଖରେ ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାରେ ବର୍ଷା ହେବ । ସେପଟେ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ବିବାହ ଭୋଜିରେ ଗୋଷ୍ଠୀ କନ୍ଦଳକୁ ନେଇ ମୁଣ୍ଡ ଗଡ଼ିଲା, ୩ ଅଟକ

ପିପିଲି: ଗୋଷ୍ଠୀ ସଂଘର୍ଷ ନେଲା ଜୀବନ । ପିପିଲି ରେଙ୍ଗଳ ଗାଁରେ ଅଘଟଣ । ଦୁଇଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କାଶିନାଥ ମହାପାତ୍ର ।

ଗତକାଲି ଉକ୍ତ ଗାଁରେ ଚାଲିଥିବା ଏକ ବାହାଘର ଭୋଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ବିବାଦ ନେଇଥିଲା ଉଗ୍ରରୂପ । ଗୋଟିଏ ଗୋଷ୍ଠୀର ଯୁବକ ମାନେ ଅନ୍ୟ ଗୋଷ୍ଠିର କାଶିନାଥଙ୍କୁ ପଥରେ ଛେଚି ହତ୍ୟା କରିଛନ୍ତି ।

 

ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଡେଲାଙ୍ଗ ପୋଲିସ ।

ଯମ ଯନ୍ତ୍ରଣାରେ ଛଟପଟ ହେଉଛି ଚୀନ, କରୋନା ନେଲାଣି ୭୧୭ଙ୍କ ଜୀବନ

ବ୍ୟୁରୋ ରିପୋର୍ଟ: ଜୀବନ ନେଉଛି କରୋନା । ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୭୧୭ରେ ପହଞ୍ଚିଛି । ୩୧ ହଜାରରୁ ଅଧିକ ଆକ୍ରାନ୍ତ ରହିଥିବା ବେଳେ ୨୫ରୁ ଅଧିକ ଦେଶରେ ଭାଇରସ ଭୟ ଦେଖାଦେଇଛି ।

କରୋନା ଭାଇରସ୍‌ ଦ୍ଵାରା ପ୍ରଭାବିତ ଚୀନ୍‌ ଏବଂ ଅନ୍ୟାନ୍ୟ ଦେଶକୁ ସହାୟତା ପାଇଁ ଆମେରିକା ହାତ ବଢାଇଛି । ଏଥିପାଇଁ ଶହେ ନିୟୁତ ଡଲାର ବ୍ୟୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଘୋଷଣା କରାଯାଇଛି ।

ଏନେଇ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ସୂଚନା ଦେଇଛନ୍ତି । କରୋନା ଭାଇରସ୍‌ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ବଳିଷ୍ଠ ନେତୃତ୍ୱ ପ୍ରଦର୍ଶନ କରୁଥିବା ସେ କହିଛନ୍ତି ।

ଗତ ସପ୍ତାହରେ ଆମେରିକା ପକ୍ଷରୁ ଚୀନ୍‌କୁ ପ୍ରାୟ ୧୮ଟନ୍‌ ଡାକ୍ତରୀ ଉପକରଣ ପଠାଯାଇଥିଲା । ଚୀନରେ ବର୍ତ୍ତମାନ ମାସ୍କର ଅଭାବ ରହିଥିବା ନେଇ WHO ପକ୍ଷରୁ ଜଣାପଡିଛି ।

ଧାର ଟଙ୍କା ମାଗିବାରୁ ନାବାଳିକାଙ୍କୁ ଅସଦାଚରଣ

ବାରିପଦା: ଧାର ଟଙ୍କା ମାଗିବାରୁ ନାବଳିକାଙ୍କ ସହ ଅସଦାଚରଣ ।  ଗୁରୁତର ଅବସ୍ଥାରେ  ନାବାଳିକା ପିଆରଏମ୍‌ରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ଦୁଇ ଯୁବକ ଅଟକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୩ଜଣ ଫେରାର ହୋଇଯାଇଛନ୍ତି ।

ବାରିପଦା କଳିକାପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଧାର ନେଇଥିବା ଟଙ୍କା ମାଗିବାରୁ  ୫ଜଣ ଦୁର୍ବୃତ୍ତ ଏହି ଆତଙ୍କ ଖେଳାଇଥିଲେ । ଘରେ ପସି ପରିବାର ଉପରେ ଆକ୍ରମଣ ସହ ନାବାଳିକା ସହ ଅସଦାଚରଣ କରିଥିଲେ ।

ଏନେଇ ବାରିପଦା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ୨ ଦୁବୃତ୍ତଙ୍କୁ ଅଟକ ରଖିଛି ପୋଲିସ। ହେଲେ ଆଉ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ରମେଶ ଟୁଡୁ, ବାଙ୍ଗୁରୁ ଟୁଡୁ, ଭାନୁ ଦାସ ଓ କାହ୍ନା ଦାସ ।

ଆଜି ଭୋଟ୍‌ ଦେବ ଦିଲ୍ଲୀ, କିଛି ସମୟ ପରେ ଆରମ୍ଭ ହେବ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ମତଦାନ । ୭୦ ଟି ବିଧାନସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ହେଉଛି ମତଦାନ । ୬୭୨ ଜଣ ପ୍ରାର୍ଥିଙ୍କ ଭାଗ୍ୟ ଆଜି ଇଭିଏମରେ କଏଦ ହେବ ।

ଆସନ୍ତା ୧୧ରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।  ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୁଥ ସ୍ତରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଝଭୁତ କରାଯାଇଛି ।

ଆମ୍‌ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ବିଜେପି, ଆପ୍‌, କଂଗ୍ରେସ, ବିଏସପି, ଜେଡିୟୁ, ଏଲଜେପିର ପ୍ରାର୍ଥି ମାନେ ଏଥର ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାତି ଅଧରେ ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ସିରିଜ ଚୋରି । ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରତା ଭିତରେ ହୋଇଛି ଏହି ଚୋରି । ମଧ୍ୟରାତ୍ରିରେ ୩ଟି ଦୋକାନରେ ତାଳା ଭାଙ୍ଗି ପଶିଥିଲେ ଚୋର ।

ତାପରେ ଦୋକାନରୁ ଚୋରୀ କଲେ ୩ କମ୍ପ୍ୟୁଟର । ପାଖରେ ଥିବା ଆଉ ଏକ ଇଲେକଟ୍ରୋନିକ ଦୋକାନରୁ ବି ବହୁ ଜିନିଷ ଚୋରୀ କରିନେଇଛନ୍ତି ଏହି ଚୋରମାନେ ।

ଦୋକାନରେ ସିସିଟିଭି ଲାଗିଥିଲେ ବି ଚୋରୀ କରିବା ପରେ ସିସିଟିଭିର ହାର୍ଡ ଡିସ୍କ୍ ବି କାଢି ନେଇଯାଇଛନ୍ତି ଚୋର ।

ଚୋରଙ୍କୁ ଧରିବା ପାଇଁ କୈାଣସି ପ୍ରମାଣ ଛାଡିନାହିଁ ଚୋର ଗ୍ୟାଙ୍ଗ । ତେବେ ଚୋରୀ କରିବା ଷ୍ଟାଇଲରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ଗ୍ୟାଙ୍ଗର ଚୋର ବହୁ କୈାଶଳ କ୍ରମେ ଚୋରୀ କରିଥିଲେ ।

ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ

ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ ହୋଇଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ ୧୫ତାରିଖରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ୩ଦିନ ଧରି ଅପରେସନ୍‌ କରାଯାଇଥିଲା । ଏଥିରେ ଓଡ଼ିଶା ପୋଲିସକୁ ବିଏସଏଫ୍ ଓ ସିଆରପିଏଫ୍‌ ସହଯୋଗ କରିଥିଲେ । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ମାଲକାନଗିରି ଯୋଡାମ୍ବରେ ଅଢେଇ କୋଟି ଟଙ୍କା ବିନିମୟରେ ପୋଲିସ ଥାନା ପ୍ରତିଷ୍ଠା ହେବ । ସ୍ୱାଭିମାନ ଅଞ୍ଚଳରେ ଏହା ଦ୍ୱିତୀୟ ଥାନା ହେବ । ଏହା ପୂର୍ବରୁ ପେପରମାଟଲାରେ ଗୋଟିଏ ଥାନା ରହିଛି ।

‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ହେଲା ଶୁଭାରମ୍ଭ, ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଆଜି ‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ଶୁଭାରମ୍ଭ ହୋଇଛି । ଏପ୍ରିଲ ୨୮ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ ଏହାର ଦ୍ୱିତୀୟ ସଂସ୍କରଣ । ତେବେ ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା । ଯେଉଁଥିରେ ୨୩ଟି ବର୍ଗରେ ଭାଗ ନେବେ ୩୦ ଜିଲ୍ଲାର ପ୍ରତିଯୋଗୀ । ସେହିପରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରିଛନ୍ତି ୧୫ ହଜାର ଛାତ୍ରଛାତ୍ରୀ । ୪୬ଟି ବର୍ଗରେ ଭାଗ ନେବେ ଏହି ଛାତ୍ରଛାତ୍ରୀ । ଏଥିରେ ଭଲ ପ୍ରଦର୍ଶନ କଲେ, ସାଂଘାଇରେ ହେବାକୁ ଥିବା ଦକ୍ଷତା ବିକାଶ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ । ଏପରିକି ସେହି ପ୍ରତିଯୋଗିତାରେ ଓଡ଼ିଶା ୨ଟି ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ଜିତିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ସଚିବ ସଞ୍ଜୟ ସିଂ । ଆଜିର କାର୍ଯ୍ୟକ୍ରମକୁ ଟାଟା ଏରୋ ସ୍ପେସ ଆଣ୍ଡ ଡିଫେନ୍ସର-ଏରୋ ଷ୍ଟ୍ରକ୍‌ଚର ଇଞ୍ଜିନ ମୁଖ୍ୟ ମାସୁଦ ହୁସିଆନି ଉଦ୍‌ଘାଟନ କରିଛନ୍ତି । ସେହିପରି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସଚିବ ସଞ୍ଜୟ ସିଂ, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଓ ସ୍ୱତନ୍ତ୍ର ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ମିତାରାଣୀ ମୃତ୍ୟୁ ଘଟଣା: ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌

ଯାଜପୁର: ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ଧର୍ମଶାଳାର ବେଆଇନ୍‌ ଗେଷ୍ଟ ହାଉସ୍‌। ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା । ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍‌ ଗେଷ୍ଟ ହାଉସରେ ବୁଲ୍‌ଡୋଜର ବୁଲିଛି । ପାଚେରୀ ଓ କୋଠାକୁ ଭଙ୍ଗା ଯାଇଛି । ଗେଷ୍ଟ ହାଉସ୍‌ ଭାଙ୍ଗିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

ରୂପେଶଙ୍କ ପତ୍ନୀ ଓ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଉତ୍ତେଜନାକୁ ଆଖିରେ ରଖି ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଯାଜପୁର ଏଡିଏମ୍‌, ଧର୍ମଶାଳା ତହସିଲଦାର ଉପସ୍ଥିତ ଅଛନ୍ତି। ଗତ ବର୍ଷ ଅକ୍ଟୋବର ୧୬ରେ ଗେଷ୍ଟ ହାଉସ୍‌ରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ମୃତଦେହ । ଏହାପରେ ଅଭିଯୁକ୍ତ ରୂପେଶଙ୍କୁ ଗିରଫ କରାଯାଇଥିଲା। ଘଟଣାର ତଦନ୍ତ ବେଳେ ଗେଷ୍ଟ ହାଉସଟି ସରକାରୀ ଜମି ଉପରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ଜଣାପଡିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ୍‌କୁ ସିଲ୍‌ କରାଯାଇଥିଲା। ଆଜି ଗେଷ୍ଟ ହାଉସ୍‌ରୁ ସମସ୍ତ ଆସବାବପତ୍ର ବାହାର କରିବା ପରେ ଏହାକୁ ଭଙ୍ଗାଯାଉଛି।

ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗତ ୨୭ ତାରିଖରେ ବ୍ରହ୍ମପୁର ପଣ୍ଡା କଲୋନୀରେ ଏଭଳି ଘଟଣା ଘଟିଛି । ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆକ୍ରମଣ ବେଳର ସମ୍ପୁର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି । ତେବେ ସେମାନେ ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିଛନ୍ତି ବୋଲି ଭିଡ଼ିଓରେ ଦେଖାଯାଇଛି ।

ସୂଚନା ଅନୁଯାୟୀ ସେଠାରେ ଭୋଜି ଚାଲିଥିବା ବେଳେ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ଯୁବକ ଓ ତାଙ୍କ ମାଆଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିଲେ । କ୍ରିକେଟ୍‌ ବ୍ୟାଟ୍‌ ଓ ଖଣ୍ଡାରେ ଆକ୍ରମଣ କରାଯାଇଥିଲା ।

ଏଥିରେ ଉଭୟ ଯୁବକ ଓ ତାଙ୍କ ମା ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସିତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସେମାନେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନଥିବାର ଜଣାଯାଇଛି ।