spot_img
Home Blog Page 7207

ଓଡ଼ିଶାକୁ ପୁଣି ବାତ୍ୟା ଭୟ !

ଭୁବନେଶ୍ୱର: ପୁଣି ଓଡ଼ିଶା ପାଇଁ ମାଡ଼ି ଆସୁଛି ବିପଦ । ବୋଝ ଉପରେ ନଳିତା ବିଡ଼ା ଭଳି ମାଡ଼ି ଆସୁଛି ସଙ୍କଟ । କୋରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ଥିବା ବେଳେ ଭାରତ ମଧ୍ୟ ଏଥିରୁ ବର୍ତ୍ତି ନାହିଁ । ସେହିଭଳି ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ଓଡ଼ିଶାରେ କୋରୋନା କାୟା ବିସ୍ତାର କରୁଥିବା ବେଳେ ଏବେ ମାଡ଼ି ଆସୁଛି ବାତ୍ୟା । ଆସନ୍ତା ମେ’ ପ୍ରଥମ ସପ୍ତାହରେ ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ଗତ ଫୋନି ବାତ୍ୟା ଭଳି ଏହି ବାତ୍ୟା ମଧ୍ୟ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଏପ୍ରିଲ୍‌ ୨୯ ପରଠାରୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଡିପ୍‌ ଡିପ୍ରେସନ୍‌ର ରୂପ ନେଇ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ପୁଣେ ସ୍ଥିତ Indian Institute of Tropical Metrology (IITM), ଏବଂ ଆମେରିକାର Global Forecast System (GFS) ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି

ଜାତୀୟ ଗ୍ରାମପଞ୍ଚାୟତ ଆଓ୍ୱାର୍ଡ ୨୦୨୦: ଗଞ୍ଜାମର ୩ ପଞ୍ଚାୟତକୁ ପୁରସ୍କାର

ବ୍ରହ୍ମପୁର: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟସ୍ତରର ପୁରସ୍କାର ମିଳିଛି । ଓଡ଼ିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ, ରାଜ୍ୟର ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡ଼ବରସିଙ୍ଗି ପଞ୍ଚାୟତ ଏବଂ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତକୁ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅପରାହ୍ନରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଏହି ସଫଳତା ପାଇଁ ଗଞ୍ଜାମ ଡିଆର୍‌ଡିଏ ଟିମ୍‌ ଓ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଡିଓ, ସରପଞ୍ଚ ଓ ଅନ୍ୟମାନଙ୍କୁ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଲା ସାହିତ୍ୟ ଅନୁଷ୍ଠାନ

ଭୁବନେଶ୍ୱର : ଲକ୍ ଡାଉନ୍ ବେଳେ ସାହିତ୍ୟିକ ମାନେ କେବଳ ନିଜକୁ ଗଳ୍ପ କି କବିତା ଲେଖିବାରେ ସୀମିତ ରଖିନାହାନ୍ତି। ଅସହାୟଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ସହଯୋଗ ଯୋଗାଇ ଦେଇଛନ୍ତି। ବନଫୁଲ ପ୍ରକାଶନୀ ପକ୍ଷରୁ ଏପରି ନିଆରା ଉଦ୍ୟମ କରାଯାଉଛି। ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟ ମାନଙ୍କୁ ସହଯୋଗର ହାତ ବଢାଉଛି । ଅସହାୟ ମଣିଷମାନଙ୍କ ଘରେ ପହଞ୍ଚି ସହଯୋଗ ସମିତି ଆର୍ଥିକ ସହାୟତା ପ୍ରଦାନ କରୁଛି । ଏଇ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ପେଣ୍ଠ ଗାଁର ଗରିବ ଚାଷୀ ଦଧିବାମାନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ଅନୁଷ୍ଠାନ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା ସେହିପରି ରାଜନଗର ଗାଁର ଅସହାୟ ମଣିଷ ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ ଓ ଶିଶୁ ସାହିତ୍ୟିକ ରମେଶ ବେହାରା ପ୍ରମୁଖଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଏହା ସହିତ ସହଯୋଗ ସମିତି ସମାଜରେ ଅସହାୟ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦେବା ସହ ପଶୁପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଓ ସରୁକ୍ଷା ଯୋଗେଇ ଆସୁଛି । ସହଯୋଗ ସମିତିର ଏହି ମହତ କାର୍ଯ୍ୟ ଦେଖି ସାରା ଓଡିଶାରେ ଶୁଭେଚ୍ଛା ଓ ସାଧୁବାଦ ବାର୍ତ୍ତା ଆସି ପହଞ୍ଚିଛି । ଅନୁଷ୍ଠାନର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ଅସହାୟ ମଣିଷଙ୍କ ପାଖକୁ ସହଯୋଗର ହାତ ସମସ୍ତଙ୍କର ଲମ୍ବି ଆସିବା ସଙ୍ଗେ ସଙ୍ଗେ ସମସ୍ତେ ସମାଜ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି ।

ବନମାଳୀପୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି, କଥା କଥାକେ ଦେଖାଉଛନ୍ତି ବନ୍ଧୁକ

ଭୁବନେଶ୍ୱର: ପୁଣି ଜଣେ ପୋଲିସ ବାବୁଙ୍କ ଦବଙ୍ଗଗିରି ପଦାକୁ ଆସିଛି । କଥା କଥାକେ ସର୍ଭିସ୍‌ ରିଭଲଭରରେ କଥା ହେଉଛନ୍ତି ଏହି ଦବଙ୍ଗ ପୋଲିସ ବାବୁ । ଯାହାର ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଇଏ ହେଉଛନ୍ତି ସେଇ ଦବଙ୍ଗ ପୋଲିସ ବାବୁ । କମିଶନରେଟ୍‌ ପୋଲିସର ବାଲିପାଟଣା ଥାନା ଅଧିନସ୍ଥ ବନମାଳିପୁର ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି । ପତିତପାବନପାଟଣା ଗ୍ରାମର ଜଣେ ଯୁବକଙ୍କ ମୁଣ୍ଡରେ ସର୍ଭିସ୍‌ ରିଭଲଭର ଲଗାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହୋଇଛି । ଯୁବକଙ୍କ ଭୁଲ ହେଉଛି ଲକ୍‌ ଡାଉନ୍‌ ନିୟମକୁ ଭାଙ୍ଗି ରାତିରେ ଗ୍ରାମରେ ବୁଲିଥିଲେ ।

 

ତେବେ ଫାଣ୍ଡିବାବୁଙ୍କର ଏହା ପ୍ରଥମ ଘଟଣା ନୁହେଁ । ବରଂ ତାଙ୍କ ସମୟରେ ଅପରାଧିକ କାର୍ଯ୍ୟକଳାପ ବେଶ୍‌ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଅପରାଧିଙ୍କୁ ସେ ସାବାଡ଼ କରିବେ କଣ ସାଧାରଣ ଲୋକଙ୍କୁ ଖାକି ପୋଷାକର ନାଲି ଆଖି ଦେଖାଉଛନ୍ତି ବାବୁ ଜଣକ । ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ତ ଦୂରର କଥା ନିଜ ପଦସ୍ଥ ଅଧିକାରୀଙ୍କୁ ମଧ୍ୟ ସେ ଖାତିର କରନ୍ତି ନାହିଁ । ପ୍ରତିଉତ୍ତରରେ ସେ କୁଆଡେ କହନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ , ତାଙ୍କର କାହାକୁ ଭୟ ନାହିଁ ।

ବୟସ୍କଙ୍କ ପାଇଁ କରୋନା ବଡ଼ ବିପଦ: ପ୍ରତି ୧ହଜାର ଜଣଙ୍କ ମଧ୍ୟରେ ୩ରୁ ୧୩୪ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର:  କରୋନାରେ କେଉଁ ବୟସରେ ଲୋକଙ୍କ ପାଇଁ କେତେ ସ୍ୱାସ୍ଥ୍ୟଗତ ସଙ୍କଟ ରହିଛି । ତାକୁ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁକୁ ଆକଳନ କରି ସବୁ ବର୍ଗର ଲୋକଙ୍କୁ ସତର୍କ କରାଇଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ବିଶ୍ୱ ହିସାବ କହୁଛି ପ୍ରତି ହଜାରେ ସଂକ୍ରମିତଙ୍କ ଭିତରୁ ୪୦ରୁ ୫୦ ବର୍ଷ ବୟସର ଲୋକଙ୍କ ମଧ୍ୟରୁ 3ଜଣଙ୍କ ମୃତ୍ୟୁ ହେଉଛି । ସେହିଭଳି ୫୦ରୁ ୬୦ ବର୍ଷ ବୟସ ମଧ୍ୟରେ ୧୨.୫ ଜଣ, ୬୦ ବର୍ଷରୁ ଊର୍ଦ୍ଦ୍ୱ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୪୦ ଏବଂ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ଏପ୍ରିଲ ୧୨ ତାରିଖ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସର ୯ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ବେଳେ ଆଜିକୁ ଏହି ହାର ୧୨ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ଏପ୍ରିଲ ୧୨ ତାରିଖ ସୁଦ୍ଧା ୨୪% ଲୋକ ସଂକ୍ରମିତ ହୋଇଥିବା ବେଳେ ଏପ୍ରିଲ 24 ତାରିଖରେ ଏହି ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ସଂକ୍ରମଣର ଏହି ହାରକୁ ଦେଖି ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସତର୍କ କରାଇଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ।

୨୮ ଦିନରେ ୧୫ ଜିଲ୍ଲାରୁ, ୧୪ ଦିନରେ ୮୦ ଜିଲ୍ଲାରୁ ଆସିନି କୋରୋନା ପଜିଟିଭ୍‌ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମୋଟ୍‌ ୧୬୮୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୩୦୭୭ରେ ପହଞ୍ଚିଛି । ସେଥିମଧ୍ୟରୁ ୧୭୬୧୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୧ ଜଣ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଭାରତରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୭୪୮ କୁ ବୃଦ୍ଧି ପାଇଛି ।

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଏହା ସହିତ ବର୍ତ୍ତମାନ ଆମର ପୁନରୁଦ୍ଧାର ହାର ୨୦.୫ ପ୍ରତିଶତରେ ପହଞ୍ଚିସାରିଛି । ଏହା ଆମ ସମସ୍ତଙ୍କ ପାଇଁ ବହୁତ ସକାରାତ୍ମକ ଖବର ବୋଲି କହିଛନ୍ତି ସଚିବ । ସେହିଭଳି ଗତ ୨୮ ଦିନ ମଧ୍ୟରେ ପ୍ରାୟ ୧୫ଟି ଜିଲ୍ଲାରୁ କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ୮୦ଟି ଜିଲ୍ଲାରୁ କୌଣସି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସି ନାହିଁ । ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ କୋରୋନା ଆକ୍ରାନ୍ତ ଦେଖାଦେଇଥିଲେ । ଏହା ଆମର ପ୍ରୟାସ ରହିବା ଆବଶ୍ୟକ ଯେ, ଏହିପରି ଜିଲ୍ଲାର ସଂଖ୍ୟା ବୃଦ୍ଧି ପାଇବା ଉଚିତ୍ । ଏହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଟ୍ରାନ୍ସମିସନ୍ ଚେନ୍‌କୁ କିଭଳି ରୋକାଯାଇପାରିବ । ଆମକୁ ଦେଖିବାକୁ ପଡିବ ଯେ ଏହି ଜିଲ୍ଲାଗୁଡିକରେ କୌଣସି ନୂତନ ମାମଲା ଆସିବା ଉଚିତ୍ ନୁହେଁ ।

ରାଜ୍ୟମାନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ସେହିଭଳି ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ ଲୋକମାନେ ବୁଝିବା ଆବଶ୍ୟକ ଯେ ଏହି ମହାମାରୀ ପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଯେକୌଣସି ରୋଗ ପରି ଏହା ମଧ୍ୟ ଚିକିତ୍ସା ଦ୍ୱାରା ଭଲ ହୋଇଯାଏ । ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ କହିଛନ୍ତି ଯେ ନାଗରିକଙ୍କ ପ୍ରଶ୍ନର ଶୀଘ୍ର ଉତ୍ତର ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ -19 ସେବାର ଟ୍ୱିଟର ହ୍ୟାଣ୍ଡେଲ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହା ସହିତ, ବିଶେଷଜ୍ଞଙ୍କ ଦ୍ୱାରା ରିୟଲ ଟାଇମ୍ ଆଧାରରେ ସୂଚନା ଜନସାଧାରଣଙ୍କୁ ଦିଆଯିବ ।

ଷ୍ଟୁଡିଓ ଛାତରେ ପରିବା ଚାଷ, ମାଗଣାରେ ଗ୍ରାହକ ପାଉଛନ୍ତି ପରିବା

କେରଳ: ପରିବା ଚାଷ କରି ଏବେ କ୍ୟାମେରା ଆଗରେ କ୍ୟାମେରା ମ୍ୟାନ୍‌ । ଯେଉଁ ହାତରେ ସବୁବେଳେ କ୍ୟାମେରା ରହିଥାଏ ସେହି ହାତ ଏବେ ପରିବା ଚାଷରେ ମାହିର । ଚାଷ ପାଇଁ ନା କ୍ଷେତ ଅଛି ନା ଅଛି ମାଣ ମାଣ ପଡ଼ିଆ । କିନ୍ତୁ ଅଳ୍ପ ଜାଗାରେ ଛାତ ଉପରେ ଚାଲିଛି ପରିବା ଚାଷ ।  ପ୍ରତି ଦିନ ଫଳୁଛି କିଲୋ କିଲୋ ପରିମାଣର ପନିପରିବା । ଆଉ ସେହି ପରିବା ଏବେ ଲକଡାଉନରେ ସାହାରା ପାଲଟିଛି ଲୋକଙ୍କର ।

କେରଳର ରାମନାତୁକୁରା ସହରରେ ଅବସ୍ଥିତ ‘ହ୍ୱାଇଟ ମ୍ୟାଜିକ୍ ସୁଟିଂ ଫ୍ଲୋର ଷ୍ଟୁଡିଓ’  । ଏଠାକୁ ଯାଇ ଏଠାରେ ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସ୍ଥାନର ସବୁଠାରୁ ବଡ ଖାସିୟତ ହେଉଛି ଏହା ଏକ ଷ୍ଟୁଡିଓ ଯେଉଁଠି ସମସ୍ତ ପ୍ରକାର ଜୈବିକ ଫଳ ଏବଂ ପନିପରିବା ଷ୍ଟୁଡିଓ ଟେରାସରେ ଫଳୁଛି । ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବା ଏହି ଷ୍ଟୁଡିଓର ।  ଷ୍ଟୁଡିଓର ମାଲିକ ହେଉଛନ୍ତି ୪୨ ବର୍ଷୀୟ  ସିବି ଏମ୍ ବେଧାର । ଷ୍ଟୁଡିଓ ଟେରାସରେ ଲାଗିଥିବା ପ୍ରତ୍ୟେକ ଗଛରେ ତାଙ୍କର ଉତ୍ସାହ ସଫା ସଫା ବାରିହୁଏ । ସବୁଠାରୁ ବଡ଼ କଥା ହେଉଛି ଏହି ଫଳୁଥିବା ଫଳ ଏବଂ ପନିପରିବାକୁ ସିବି, ତାଙ୍କ ଗ୍ରାହକ ଏବଂ ପଡ଼ୋଶୀମାନଙ୍କୁ କରୋନା ସମୟରେ ମାଗଣାରେ ଦେଉଛନ୍ତି ।

ଶିବି କହିଛନ୍ତି ସେ “ଗତ ଫସଲରୁ ୮୦ କିଲୋଗ୍ରାମ ଟମାଟୋ, ୨୦ କିଲୋଗ୍ରାମ ଭେଣ୍ଡି, ୧୦ କିଲୋଗ୍ରାମ ଲଙ୍କା ଏବଂ ୧୦ କିଲୋଗ୍ରାମ ବାଇଗଣ ଅମଳ କରିଥିଲେ । ଶିବି କହିଛନ୍ତି ଟେରାସ ଉପରେ ଏଭଳି ଜୈବିକ ଚାଷ କରିବା ପାଇଁ ଏକ ବଡ଼ କାରଣ ରହିଛି । ଟାଙ୍କିରୁ ବାହାରୁ ଥିବା ବଳାକ ପାଣି ବହୁ ନଷ୍ଟ ହେଉଥିଲା । ଶିବି ଏହାକୁ ବନ୍ଦ କରିବାକୁ ଚାହୁଁଥିଲେ । ଏହି ପାଣିକୁ କିପରି ସଂରକ୍ଷଣ କରିବାର ଉପାୟ ଚିନ୍ତା କରିବା ଆରମ୍ଭ କରିଥିଲେ ଶିବି । ଏବଂ ତା’ପରେ ଟେରାସରେ ଏକ ବଗିଚା ନିର୍ମାଣ କରିବାର ଧାରଣା ଆସିଥିଲା । ଯେଉଁଥିରେ ସେ ଏହି ପାଣିକୁ ବ୍ୟବହାର କରିପାରିବେ ।

ଶିବି କହିଛନ୍ତି ଯେ “ମୁଁ ଲଗାଇଥିବା ପ୍ରଥମ ଉଦ୍ଭିଦ ଟମାଟୋ ଥିଲା  । ମୁଁ ଦେଖିଲି ଏହା କିଛି ସପ୍ତାହ ମଧ୍ୟରେ ବଢ଼ିଗଲା । ଏବଂ ଏହା ଦେଖି ମୁଁ ପ୍ରକୃତରେ ଉତ୍ସାହିତ ହୋଇଗଲି କାରଣ ମୋର ଚାଷକୁ ନେଇ ଏହା ପୂର୍ବରୁ କୌଣସି ଅଭିଜ୍ଞତା ନଥିଲା  । ବାସ୍ତବରେ, ମୁଁ ପୂର୍ବରୁ କୌଣସି ପ୍ରକାରର ଲଗାଇ ନଥିଲି। ଏବଂ ଏହା ପ୍ରକୃତରେ ଏକ ଆନନ୍ଦଦାୟକ ମୋପାଇଁ ବୋଲି ଶିବି କହିଥିଲେ । ତାପରେ ସେ ଧୀରେ ଧୀରେ ବଗିଚାକୁ ବଢାଇବାକୁ ଲାଗିଥିଲେ । ବର୍ତ୍ତମାନ ତାଙ୍କ ବଗିଚା ଭଲ ଭାବରେ ଆଗକୁ ବଢ଼ିଚାଲିଛି । ଶିବି ଏକ ମାସରେ ପ୍ରାୟ ୧୨୦ କିଲୋଗ୍ରାମ ପନିପରିବା ଚାଷକରି ପାଉଛନ୍ତି ।

ଭଦ୍ରକରୁ ଚିହ୍ନଟ ହେଲେ ଆଉ ୪ କରୋନା ଆକ୍ରାନ୍ତ: ୯୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହେଲେ ଆଉ ୪ କରୋନା ଆକ୍ରାନ୍ତ । ଭଦ୍ରକରେ ମୋଟ ୧୬ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏଥିସହିତରେ ରାଜ୍ୟରେ ମୋଟ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୦ ବର୍ଷର ପୁରୁଷ, ୨୯ବର୍ଷିୟ ପୁରୁଷ, ୪୧ ବର୍ଷିୟ ପୁରୁଷ ଓ ଅନ୍ୟ ଜଣଙ୍କ ହେଉଛନ୍ତି ୨୪  ବର୍ଷିୟ ପୁରୁଷ । ସେମାନଙ୍କ ମଧ୍ୟରୁ ୨ ଜଣ ତିହିଡ଼ ଓ ଅନ୍ୟ ୨ ଜଣ ଧାମନଗର ଅଞ୍ଚଳର ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ତେବେ ସମସ୍ତ ସଂକ୍ରମିତ ପଶ୍ଚିମବଙ୍ଗ ଫେରନ୍ତା । ଆଜି ସକାଳେ ମଧ୍ୟ ଜଣେ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ସମେତ ଯାଜପୁର ଓ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ସମ୍ପୃକ୍ତ ୩ ଜିଲ୍ଲାକୁ ଗତକାଲି ରାତି ୧୦ଟାରୁ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରିବା ସହ ସଂକ୍ରମିତଙ୍କୁ ଚିହ୍ନଟ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ।

ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ….ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ମହାଭାରତ ସିରିଜରେ ଭିଷ୍ମଙ୍କ ପଛରେ ନଜର ଆସିଲା କୁଲର !

ମୁମ୍ବାଇ: ଲକଡାଉନ୍ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକ ଘରେ ରହି ଯେମିତି ବୋର ନହେବେ ସେଥିପାଇଁ ଦୂରଦର୍ଶନରେ ଶୋ ଗୁଡ଼ିକୁ ପୁନଃ ପ୍ରସାରଣ କରାଯାଉଛି । ତେବେ ଦର୍ଶକମାନେ ଏହି ଶୋ ‘ରାମାୟଣ’ ଏବଂ ‘ମହାଭାରତ’କୁ ଖୁବ୍ ପସନ୍ଦ କରିଛନ୍ତି । ଯେତେବେଳେ ଏହି ଆଇକନିକ୍ ଶୋଗୁଡ଼ିକ ପୁନଃ ପ୍ରସାରଣ କରାଗଲା ପ୍ରଶଂସକମାନେ ଏହି ଶୋ ଗୁଡ଼ିକ ବିଷୟରେ ଜଡ଼ିତ ତଥ୍ୟ ଗୁଡ଼ିକୁ ଜାଣିବାକୁ ଆତୁର ହୋଇଥାନ୍ତି । ଏନେଇ ‘ମହାଭାରତ’ର ଏକ ଦୃଶ୍ୟରେ ଲୋକମାନଙ୍କୁ ବେସ୍ ଚର୍ଚ୍ଚାର ଖୋରାକ ଯୋଗାଇଛି । ଏଥିରେ ଅଭିନେତାଙ୍କ ପଛପଟେ ଏକ କୁଲର ଥିବାର ନଜର ଆସିଛି । ଏହାକୁ ଦର୍ଶକ ସୋସିଆଲ ମିଡିଆରେ ସେୟାର କରି ଏହାର ଉପହାସ ମଧ୍ୟ କରିଛନ୍ତି । ଅବଶ୍ୟ, ଏହି ଦୃଶ୍ୟରେ, ଯାହାକୁ ଲୋକମାନେ କୁଲର ବୋଲି ଭାବୁଛନ୍ତି, ଏହା କୁଲର ନୁହେଁ ବରଂ ସ୍ତମ୍ଭ ଯାହାର ଡିଜାଇନ୍ କୁଲର ପରି ଦେଖାଯାଉଛି ।

ଲୋକଙ୍କୁ ପସନ୍ଦ ଆସୁଛି ପୁରୁଣା ସିରିଏଲ୍

ଭାରତର ପୌରାଣିକ ଶୋ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହୋଇଛି । ଲୋକମାନେ ମଧ୍ୟ ବହୁତ ଆଗ୍ରହ ସହିତ ଏହି ଶୋ’ଗୁଡ଼ିକୁ ଦେଖୁଛନ୍ତି । ମହାଭାରତର ଗୋଟିଏ ଦୃଶ୍ୟରେ ଲୋକମାନେ କୁଲର୍ ପରି କିଛି ଦେଖିଛନ୍ତି । ଏହି କୁଲର ଭୀଷ୍ମ ପିତାମହଙ୍କ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ଖାନ୍ନାଙ୍କ ପଛରେ ଦେଖାଯାଇଛି । କିନ୍ତୁ ଯେତେବେଳେ ତୁମେ ‘ମହାଭାରତ’ର ସେହି ଦୃଶ୍ୟକୁ ଭଲରେ ଦେଖିବେ ତ ଆପଣମାନେ ଦେଖିପାରିବେ ଯେ ଲୋକମାନେ ଯାହାକୁ କୁଲର୍ ବୋଲି ଭାବୁଛନ୍ତି ତାହା ପ୍ରକୃତରେ ପଛରେ ଥିବା ସ୍ତମ୍ଭର ଏକ ଡିଜାଇନ୍ ।

ଲୋକମାନଙ୍କ ଉପହାସର ଖୋରାକ ଦେଲା ମହାଭାରତର ଏକ ସିନରେ ଥିବା କୁଲର 

‘ମହାଭାରତ’ର ଏକ ସିନରେ ଯେତେବେଳେ ଏକ କୁଲର ଦେଖିଲେ ଲୋକମାନେ ଏହାକୁ ନେଇ ଉପହାସ କରିବାରେ ଲାଗିଛନ୍ତି । ଏହାର ଏକ ସ୍କ୍ରିନସଟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାର ବହୁତ୍ ମଜାକ ମଧ୍ୟ ଉଡ଼ାଇଛନ୍ତି ।

ଟେଲିଭିଜନକୁ ଫେରୁଛି ପୁରୁଣା ଶୋ

ଆପଣଙ୍କୁ କହି ରଖୁଛୁ ଯେ, ଲକଡାଉନ ସମୟରେ ପ୍ରସାରିତ ଏହି ରାମାୟଣ ଏବଂ ମହାଭାରତ ଟିଭିରେ ସର୍ବାଧିକ ଦେଖାଯାଉଥିବା ଶୋ ହୋଇପାରିଛି । ‘ମହାଭାରତ’ ବ୍ୟତୀତ ୯୦ ଦଶକର ସିରିଏଲ ‘ଶକ୍ତିମାନ’, ବ୍ୟୋମକେଶ ବକ୍ସି’, ‘ଦେଖ ଭାଇ ଦେଖ’ ଏବଂ ‘ସାରଭାଇ ବର୍ସସ ସାରାବାଇ’ ମଧ୍ୟ ଟେଲିଭିଜନକୁ ଫେରିଛି ।

ରାହୁଲ କହିଲେ ମହଙ୍ଗା ଭତ୍ତା ରୋକିବା ଅପେକ୍ଷା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବନ୍ଦ କର

ନୂଆଦିଲ୍ଲ- କରୋନା ଭାଇରସ  ଅର୍ଥନୀତି ଉପରେ ଏକ ବଡ ପ୍ରଭାବ ପକାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଘେରି ଆସୁଛନ୍ତି। ଶୁକ୍ରବାର ଦିନ ରାହୁଲ ଗାନ୍ଧୀ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ଅମାନବୀୟ ଏବଂ ଅସମ୍ବେଦନଶୀଳ ବୋଲି କହିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘କୋଟି କୋଟି ଟଙ୍କାର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଏବଂ ସେଣ୍ଟ୍ରାଲ ଭିଷ୍ଟା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ସ୍ଥଗିତ ରଖିବା ପରିବର୍ତ୍ତେ, କରୋନା ସହିତ ଲଢ଼ୁଥିବା କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀ ଏବଂ ଯବାନଙ୍କ ମହଙ୍ଗା ଭତ୍ତା (ଡିଏ) ) କାଟିବା ହେଉଛି ସରକାରଙ୍କ ଏକ ଅସମ୍ବେଦନଶୀଳ ତଥା ଅମାନବୀୟ ନିଷ୍ପତ୍ତି ‘। ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ର ମଧ୍ୟ ରିଟ୍ୱିଟ କରିଛନ୍ତି।

ବାସ୍ତବରେ, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୧.୨୫  ଲକ୍ଷ କୋଟି ଟଙ୍କା ରାଜସ୍ୱ ସଞ୍ଚୟ ହେବ । କରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ସରକାର ଏହାକୁ ଏକ ବଡ ପଦକ୍ଷେପ ବୋଲି କହୁଛନ୍ତି।

ଗତ ମାର୍ଚ୍ଚ ମାସରେ ମୋଦୀ ସରକାର ସରକାର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି କରାଇ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଉପହାର ଦେଇଥିଲେ। । କିନ୍ତୁ ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ଏହି ବୃଦ୍ଧିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜଣାଇ ରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ପୂର୍ବରୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସୁରଜେୱାଲାଙ୍କ ଦ୍ୱାରା କିଛି ତଥ୍ୟ ଉପସ୍ଥାପିତ ହୋଇଥିଲା ଏବଂ କେନ୍ଦ୍ର ସରକାର ଉପରେ ସମାନ ଅଭିଯୋଗ ଆଣିଥିଲେ।

ଏହାପୂର୍ବରୁ ମଧ୍ୟ କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଏହାକୁ ବନ୍ଦ କରିବା ସହିତ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।