spot_img
Home Blog Page 7155

ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର

ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ରେ ପୁଣି ବିଶୃଙ୍ଖଳା । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଲୋକେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାରର ଶିକାର ହେବା ପରେ କାମ ନକରିବାକୁ ଅଙ୍ଗନୱାଡି କର୍ମୀମାନେ ନିଷ୍ପତ୍ତି ନେଇଛନ୍ତି ।

 

ଆରଏମ୍‌ସି ଅଫିସ ସାମନାରେ ଅଙ୍ଗନୱାଡି କର୍ମୀ ଏକାଠି ହୋଇଛନ୍ତି । ସୁରକ୍ଷା ଦିଆନଗଲେ କାମ ନକରିବାକୁ ସେମାନେ ଚେତାବନୀ ଦେଇଛନ୍ତି । ଗତକାଲି ମଧ୍ୟ ସମାନ ଚିତ୍ର ଆସିଥିଲା ଯେତେବେଳେ ପୋଲିସ ଉପରକୁ ଲୋକେ ଠେଲା ପଥର ମାରିଥିଲେ ଏବଂ ବ୍ୟାରିଗେଟ୍ ଭାଙ୍ଗି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବାଜି ଲଗେଇ ଘରୁ ବାହାରକୁ ଯାଇ ସର୍ଭେ କରୁଥିବାବେଳେ ତାଙ୍କୁ ଏଭଳି ଦୁର୍ବ୍ୟବହାର କରିବା ନିନ୍ଦନୀୟ ।

ରାଉରକେଲା କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୮୫ଟି ଟିମ ନିଯୁକ୍ତ କରାଯାଇଥିଲା । ପ୍ରତିଦିନ ଏହି ଟିମର କର୍ମୀମାନେ ସର୍ଭେ ପାଇଁ ସେହି ସ୍ଥାନକୁ ଯାଆନ୍ତି । କିନ୍ତୁ ଆଜି ଯେଉଁଭଳି ପରିସ୍ଥିତି ଉପୁଜୁଛି ସ୍ୱାସ୍ଥ୍ୟକର୍ମା ଏବଂ ଅଙ୍ଗନୱାଡି କର୍ମା ମାନେ କାମ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଦିଆନଗଲା ସେମାନ କାମ କରିବାକୁ ଯିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଳ ମନ୍ତ୍ରୀ ଟୁକୁନି ସାହୁ । ଏ ସମୟରେ ସେମାନେ ମୁଖ୍ୟ କାମ କରୁଛନ୍ତି, ସେମାନେ କାମ ନକଲୋ ଅସୁବିଧା ହେବ ବୋଲି ମତ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ପ୍ରକାଶ ପାଇଲା ଗଞ୍ଜାମର ପଜିଟିଭ ଚିହ୍ନଟଙ୍କ ତଥ୍ୟ…

ଗଞ୍ଜାମ: ଗଞ୍ଜାମର ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା। ଆଜି ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଆଜି ଚିହ୍ନଟ ପଜିଟିଭ ୧୮ ବର୍ଷୀୟ ଯୁବକ। ନିକଟରେ ସେ ସୁରତରୁ ଫେରି କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ସେପଟେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ… ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି

ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଗତ ୨ ତାରିଖରେ ଗଞ୍ଜାମ ଜିଲ୍ଲାରୁ ୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଉଭୟ ନିକଟରେ ସୁରତରୁ ଫେରିଥିଲେ। ଏବେ ରାଜ୍ୟରେ ୧୦୯ଟି ଆକ୍ଟିଭ କେସ୍ ରହିଛି । ଏହା ସହ ୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନୀ ବାୟୁସେନାରେ ହିନ୍ଦୁ ପାଇଲଟ୍ କପିଲ ଦେବ

ଇସଲାମାବାଦ: ପାକିସ୍ତାନୀ ବାୟୁ ସେନାରେ ରାହୁଲ ଦେବଙ୍କ ଚୟନ ପାଇଲଟ ଭାବେ ହୋଇଛି । ରାହୁଲ ପାକିସ୍ତାନ ଇତିହାସର ପ୍ରଥମ ହିନ୍ଦୁ ପାଇଲଟ୍ । ରାହୁଲ ପାକିସ୍ତାନୀ ବାୟସେନାରେ ଜେନେରାଲ ଡ୍ୟୁଟି ପାଇଲଟର ପଦ ସମ୍ଭାଳିବେ ବୋଲି ସୂଚନା ମିଳିଛି । ପାକିସ୍ତାନର ମିଡ଼ିଆ ଅନୁସାରେ ରାହୁଲ ସିଂନ୍ଧ ପ୍ରାନ୍ତର ସବୁଠୁ ବଡ଼ ଜିଲ୍ଲା ଥାରପରକରରେ ରୁହନ୍ତି ।

କହି ରଖୁଛୁ ଯେ, ଥାରପରକରରେ ବହୁତ ସଂଖ୍ୟକ ହିନ୍ଦୁମାନେ ରହିଥାନ୍ତି । ଅଲ୍ ପାକିସ୍ତିନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦବାନୀ ରାହୁଲ ଦେବଙ୍କ ପାକିସ୍ତାନୀ ବାୟୁସେନାରେ ପାଇଲଟ ଭାବେ ଚୟନକୁ ନେଇ ସେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଏବଂ ନାଗରିକ ସେବାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଲୋକ ପୂର୍ବରୁହିଁ ଉପସ୍ଥିତ ଅଛନ୍ତି।

ପାକିସ୍ତାନର କେତକ ଡାକ୍ତର ମଧ୍ୟ ହିନ୍ଦୁ ସମାଜର ଅଛନ୍ତି । ରବି ଦବାନୀ କହିଛନ୍ତି ଯେ, ଯଦି ସରକାର ଅଳ୍ପସଂଖ୍ୟାରେ ଧ୍ୟାନ ଦେବେ ତେବେ ଆଗକୁ ବହୁତ ରାହୁଲ ଦେବ ଭଳି ଅନେକ ଦେଶ ପ୍ରେମୀ ଦେଶର ସେବା କରିବାକୁ ଆଗକୁ ଆସିବେ । ଏହା ସହ ସୋସିଆଲ ମିଡ଼ିଆରେ ମଧ୍ୟ ରାହୁଲଙ୍କୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି ।

 

ସିନ୍ଧ ପ୍ରାନ୍ତର ଏକ ପଛୁଆ ଅଞ୍ଚଳର ରହି ମଧ୍ୟ ରାହୁଲ ପାକିସ୍ତାନ ବାୟୁସେନାରେ ଜିଡ଼ିପି (ଜେନେରାଲ ଡ୍ୟୁଟି  ପାଇଲଟ) ଭଳି ଏକ ବଡ଼ ପଦବୀ ହାସଲ କରିଛନ୍ତି । ଥାପରକର ଜିଲ୍ଲାକୁ ବହୁତ ପଛୁଆ ଅଞ୍ଚଳ ବୋଲି କୁହାଯାଏ । କାରଣ ଭିତ୍ତିଭୂମି, ସ୍ୱାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ବ୍ୟବସ୍ଥା ଏଠାରେ ବହୁତ ଅନୁନ୍ନତ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୨୦୧୮ ମସିହାରେ ନିର୍ବାଚନ ସମୟରେ ଏହା କହିଥିଲେ ଯେ, ସେ ଅଳ୍ପ ସଂଖ୍ୟକ ନାଗରିକ , ସମାଜିକ, ଏବଂ ଧାର୍ମିକ ଅଧିକାରୀଙ୍କ ସୁରକ୍ଷା କରିବେ । ଯଦିଓ ପାକିସ୍ତାନର ଭାର ଇମରାନ ଖାନ ସମ୍ଭାଳିଛନ୍ତି ତାଥାପି ପାକିସ୍ତାନ ର ପରିସ୍ଥିତି ପୂର୍ବ ଭଳି ହିଁ ରହିଛି । ଏବଂ ପାକିସ୍ତାନର ହିନ୍ଦୁ ଏପର୍ଯ୍ୟନ୍ତ ବି ତାଙ୍କ ଅଧିକରା ପାଇଁ ଲଢୁଛନ୍ତି ।

ସହିଦ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କୁ ଜୟପୁରରେ ଶେଷ ବିଦାୟ ଦେଲା ଦେଶ

ଜୟପୁର: ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି । ସହିଦ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କୁ ଜୟପୁରରେ ଶେଷ ବିଦାୟ ଦେଇଛି ଦେଶ । ଗତ ୨ ତାରିଖରେ ଜମ୍ମୁର ହନ୍ଦୱାଡା ଆତଙ୍କୀ ଆକ୍ରମଣରେ ଆଶୁତୋଷଙ୍କ ସମେତ ସିଆରପିଏଫର ୫ ଜବାନ ସହିଦ ହୋଇଥିଲେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶେଷ ବିଦାୟୀ ବେଳେ ଆଶୁତୋଷଙ୍କ ପରିବାର ସାମିଲ ହୋଇଛନ୍ତି । ଜୟପୁରରେ ହିଁ ଆଶୁତୋଷଙ୍କର ଶେଷ କୃତ୍ୟ ସଂପନ୍ନ ହେବ। କରୋନା ସଂକ୍ରମଣ ଭୟରେ ଶ୍ରଦ୍ଧାଞ୍ଜଳି ସମୟରେ ଅଧିକ ଲୋକଙ୍କୁ ଅନୁମତି ଦିଆଯାଇନାହିଁ ।

ଝିଅଙ୍କ ମଦ ପିଇବା ନେଇ ସୋନା ମହାପାତ୍ର କଣ କହିଲେ, ଜାଣନ୍ତୁ…

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା ନିଜ ବୟାନ ଓ କମେଣ୍ଟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି । ଅନେକ ଥର ରାମ ଗୋପାଲଙ୍କ ବୟାନ ପାଇଁ ହଇଚଇ ମଧ୍ୟ ସୃଷ୍ଟି ହୋଇଛି । ରାମ ଗୋପାଳ ଭର୍ମା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରେ ସରକାର, ସତ୍ୟ, ଭୁତ୍, ରଙ୍ଗିଲା, ନିଶବ୍ଦ, ରକ୍ତ ଚରିତ୍ର ଭଳି ଫିଲ୍ମ ସାମିଲ ଅଛି । ୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ଭିରପ୍ପନ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ତେବେ ନିକଟରେ ସେ ପୁଣିଥରେ ନିଜ କମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି ।  ଗାୟିକ ସୋନା ମହାପାତ୍ର ରାମ ଗୋପାଲଙ୍କର ଏହି ବୟାନ ପାଇଁ ତାଙ୍କୁ କଡା ଜବାବ ଦେଇଛନ୍ତି ।

ବାସ୍ତବରେ, ଲକଡାଉନ୍ ୩.୦ ରେ ସରକାର କିଛି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ପରେ ସମଗ୍ର ଦେଶରେ ମଦ ଦୋକାନ ବାହାରେ ଲମ୍ବା ଲାଇନ୍ ଲାଗିଥିଲା । ଅନେକ ଲୋକଙ୍କ ଭିଡ ଜମିଥିଲା । କିଛି ସ୍ଥାନରେ ମହିଳାମାନେ ମଧ୍ୟ ମଦ କିଣିବା ପାଇଁ ଧାଡିରେ ଠିଆ ହୋଇଥିଲେ । ତେବେ ଏନେଇ ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଛନ୍ତି ଯେ, ‘ମଦ ଦୋକାନ ବାହାରେ କିଏ ଲାଇନରେ ଅଛନ୍ତି? ଏହିମାନେ ପୁଣି ମଦୁଆମାନଙ୍କ ବିରୋଧରେ ଅନେକ କଥା କୁହନ୍ତି… ।

ରାମ ଗୋପାଳ ଭର୍ମାଙ୍କ ଏହି ଟୁଇଟକୁ କଡା ଜବାବ ଦେଇଛନ୍ତି ସୋନା ମହାପାତ୍ର । ସୋନା ତାଙ୍କ ଟ୍ୱିଟ୍ରେ ରିପ୍ଲାଏ କରିଛନ୍ତି। ସେ ଲେଖିଛନ୍ତି ଯେ, ରାମ ଗୋପାଲ ଭର୍ମାଙ୍କୁ ଉଚିତ୍ ଶିକ୍ଷା ମିଳିବା ଆବଶ୍ୟକ । ପୁରୁଷଙ୍କ ଭଳି ମଦ କିଣିବାର ଅଧିକାର ମହିଳାମାନଙ୍କର ମଧ୍ୟ ଅଛି। ମଦ ପିଇ ହିଂସା କରିବାର ଅଧିକାର କାହାରି ନାହିଁ। ମଦ୍ୟପ ନିଶାରେ ନିୟନ୍ତ୍ରଣ ହରାଇ ହିଂସା କଲେ ସମସ୍ତେ ବିରୋଧ କରିପାରିବେ ।

ଏହାପୂର୍ବରୁ ଯେତେବେଳେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ସେତେବେଳେ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ତାଙ୍କ ଭାଇଙ୍କ ପଦ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା। ଏନେଇ ମଧ୍ୟ ରାମ ଗୋପାଳ ଭର୍ମା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ପ୍ରଥମ ମହିଳା ଭିଲେନ ବୋଲି କହିଥିଲେ। ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଥିଲେ ଯେ, କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଏହି ସ୍ଥାନ ଗ୍ରହଣ କରିବେ ଯିଏ ତାଙ୍କ ଅପେକ୍ଷା ଅଧିକ ନିଷ୍ଠୁର । ଏଥିପାଇଁ ମଧ୍ୟ ରାମ ଗୋପାଲ ବହୁତ ଟ୍ରୋଲ ହୋଇଥିଲେ ।

ଗଞ୍ଜାମ କ୍ୱାରେଣ୍ଟାଇନ ସେଣ୍ଟରରେ ଦେଶପ୍ରେମ: ଜାତୀୟ ସଂଗୀତ ଗାନ କରି ଅଭିଭୂତ କଲେ ଅନ୍ତେବାସୀ

ଗଞ୍ଜାମ: କେଉଁଠି ବିଶୃଙ୍ଖଳା ତ ଆଉ କେଉଁଠି ଦେଶପ୍ରେମ । ଗଞ୍ଜାମ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆସିଲା ନୂଆ ଚିତ୍ର । ଯାହା ପ୍ରମାଣିତ କରୁଛି, ସବୁ ପ୍ରବାସ ଫେରନ୍ତା ବିଶୃଙ୍ଖଳିତ ନୁହନ୍ତି। ଏ ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ସ୍କୁଲର । ଦେଖନ୍ତୁ କିଭଳି ଜାତୀୟ ସଂଗୀତ ଗାନ କରି ଅଭିଭୂତ କରିଛନ୍ତି ଅନ୍ତେବାସୀ ।

ସାମାଜିକ ଦୂରତା ରକ୍ଷା କରିବା ସହ ଦେଇଛନ୍ତି ଦେଶ ପ୍ରେମୃର ବାର୍ତ୍ତା । ଆଉ ଏବେ ଆମେ ଦେଖାଉଛୁ ସଂଗରୋଧ ଗୃହର ପୂର୍ବ କାହାଣୀ । ଗୁଣ୍ଡାରାଜ, ବେଖାତିର ଆଉ ବିଶୃଙ୍ଖଳାର ଚିତ୍ର ସାରା ରାଜ୍ୟକୁ ବ୍ୟଥିତ କରିଥିଲା। କରୋନା ସଂକଟରେ ବାହାର ରାଜ୍ୟରୁ ଫେରାଇ ଅଣାଯାଇଥିବା ପ୍ରବାସୀଙ୍କ ବ୍ୟବହାରକୁ ନେଇ ସବୁଠି ସମାଲୋଚନା ଓ ନିନ୍ଦା କରାଯାଇଥିଲା।

ହେଲେ ଆଜିର ଚିତ୍ର ପ୍ରମାଣ କରିଛି, ସବୁ ପ୍ରବାସୀ ବିଶୃଙ୍ଖଳିତ ନୁହନ୍ତି କି ସବୁ ସୁରତ ଫେରନ୍ତା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଅମାନିଆ ଆଚରଣ କରୁନାହାନ୍ତି ।