ପାକିସ୍ତାନୀ ବାୟୁସେନାରେ ହିନ୍ଦୁ ପାଇଲଟ୍ କପିଲ ଦେବ

ଇସଲାମାବାଦ: ପାକିସ୍ତାନୀ ବାୟୁ ସେନାରେ ରାହୁଲ ଦେବଙ୍କ ଚୟନ ପାଇଲଟ ଭାବେ ହୋଇଛି । ରାହୁଲ ପାକିସ୍ତାନ ଇତିହାସର ପ୍ରଥମ ହିନ୍ଦୁ ପାଇଲଟ୍ । ରାହୁଲ ପାକିସ୍ତାନୀ ବାୟସେନାରେ ଜେନେରାଲ ଡ୍ୟୁଟି ପାଇଲଟର ପଦ ସମ୍ଭାଳିବେ ବୋଲି ସୂଚନା ମିଳିଛି । ପାକିସ୍ତାନର ମିଡ଼ିଆ ଅନୁସାରେ ରାହୁଲ ସିଂନ୍ଧ ପ୍ରାନ୍ତର ସବୁଠୁ ବଡ଼ ଜିଲ୍ଲା ଥାରପରକରରେ ରୁହନ୍ତି ।

କହି ରଖୁଛୁ ଯେ, ଥାରପରକରରେ ବହୁତ ସଂଖ୍ୟକ ହିନ୍ଦୁମାନେ ରହିଥାନ୍ତି । ଅଲ୍ ପାକିସ୍ତିନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦବାନୀ ରାହୁଲ ଦେବଙ୍କ ପାକିସ୍ତାନୀ ବାୟୁସେନାରେ ପାଇଲଟ ଭାବେ ଚୟନକୁ ନେଇ ସେ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଏବଂ ନାଗରିକ ସେବାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଲୋକ ପୂର୍ବରୁହିଁ ଉପସ୍ଥିତ ଅଛନ୍ତି।

ପାକିସ୍ତାନର କେତକ ଡାକ୍ତର ମଧ୍ୟ ହିନ୍ଦୁ ସମାଜର ଅଛନ୍ତି । ରବି ଦବାନୀ କହିଛନ୍ତି ଯେ, ଯଦି ସରକାର ଅଳ୍ପସଂଖ୍ୟାରେ ଧ୍ୟାନ ଦେବେ ତେବେ ଆଗକୁ ବହୁତ ରାହୁଲ ଦେବ ଭଳି ଅନେକ ଦେଶ ପ୍ରେମୀ ଦେଶର ସେବା କରିବାକୁ ଆଗକୁ ଆସିବେ । ଏହା ସହ ସୋସିଆଲ ମିଡ଼ିଆରେ ମଧ୍ୟ ରାହୁଲଙ୍କୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି ।

 

ସିନ୍ଧ ପ୍ରାନ୍ତର ଏକ ପଛୁଆ ଅଞ୍ଚଳର ରହି ମଧ୍ୟ ରାହୁଲ ପାକିସ୍ତାନ ବାୟୁସେନାରେ ଜିଡ଼ିପି (ଜେନେରାଲ ଡ୍ୟୁଟି  ପାଇଲଟ) ଭଳି ଏକ ବଡ଼ ପଦବୀ ହାସଲ କରିଛନ୍ତି । ଥାପରକର ଜିଲ୍ଲାକୁ ବହୁତ ପଛୁଆ ଅଞ୍ଚଳ ବୋଲି କୁହାଯାଏ । କାରଣ ଭିତ୍ତିଭୂମି, ସ୍ୱାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ବ୍ୟବସ୍ଥା ଏଠାରେ ବହୁତ ଅନୁନ୍ନତ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୨୦୧୮ ମସିହାରେ ନିର୍ବାଚନ ସମୟରେ ଏହା କହିଥିଲେ ଯେ, ସେ ଅଳ୍ପ ସଂଖ୍ୟକ ନାଗରିକ , ସମାଜିକ, ଏବଂ ଧାର୍ମିକ ଅଧିକାରୀଙ୍କ ସୁରକ୍ଷା କରିବେ । ଯଦିଓ ପାକିସ୍ତାନର ଭାର ଇମରାନ ଖାନ ସମ୍ଭାଳିଛନ୍ତି ତାଥାପି ପାକିସ୍ତାନ ର ପରିସ୍ଥିତି ପୂର୍ବ ଭଳି ହିଁ ରହିଛି । ଏବଂ ପାକିସ୍ତାନର ହିନ୍ଦୁ ଏପର୍ଯ୍ୟନ୍ତ ବି ତାଙ୍କ ଅଧିକରା ପାଇଁ ଲଢୁଛନ୍ତି ।

Leave a Reply