spot_img
Home Blog Page 710

ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ବେଙ୍ଗଲୁରୁ-ପଞ୍ଜାବ

ନନ୍ଦିଘୋଷ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଆଇପିଏଲ ପହଞ୍ଚିଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ପ୍ଲେ ଅଫ । ପ୍ଲେ ଅଫର ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର । ଏଥିରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ଯାଲେଞ୍ଜର୍ସ ବେଙ୍ଗାଲୁରୁ । ଉଭୟ ଦଳ ଏଯାଏଁ ଟ୍ରଫି ଜିତିନଥିବାରୁ ପ୍ରଥମ ଟାଇଟଲ ହାସଲ ଲାଗି ଦମଦାର ପ୍ରୟାସ ଚଳାଇଛନ୍ତି । ଆଜିର ଲଢେଇ ତେଣୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଉଭୟ ଏହି ମ୍ୟାଚରୁ ଫାଇନାଲ ଟିକେଟ ହାସଲ କରିନେବା ସୁଯୋଗକୁ ହାତଛଡ଼ା କରିବେ ନାହିଁ । ପଏଣ୍ଟ ତାଲିକାରେ ଉଭୟ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଯିଏ ଜିତିବ ସିଏ ସିଧାସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ ଟିମ ହାରିବ ସିଏ କ୍ବାଲିଫାୟର-୨ ଖେଳି ଫାଇନାଲକୁ .ଯିବା ପାଇଁ ଉଦ୍ଯମ କରିବ । ଅର୍ଥାତ କ୍ବାଲିଫାୟର-୨ରେ କ୍ବାଲିଫାୟର-୧ର ପରାଜିତ ଦଳ ମୁମ୍ବାଇ ଇଣ୍ଡିଆନସ ଓ ଗୁଜୁରାଟ ଟାଇଟନ୍ସ ମଧ୍ଯରେ ଶୁକ୍ରବାର ଖେଳାଯିବାକୁ ଥିବା ଏଲିମିନେଟର ମ୍ଯାଚର ବିଜେତାକୁ ଭେଟିବ । ଆସନ୍ତା ଜୁନ ୧ ତାରିଖରେ ଖେଳାଯିବ କ୍ବାଲିଫାୟର-୨ ମ୍ଯାଚ । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି । ଅନ୍ଯପକ୍ଷରେ ୨୦୨୪ ସହ ମୋଟ ୯ ଥର ପ୍ଲେ ଅଫକୁ ଯାଇଥିଲେ ମଧ୍ଯ ଆରସିବି କେବେ ବି ଚାମ୍ପିଅନ ହୋଇପାରିନାହିଁ । ଏଣୁ ଉଭୟ ଦଳ ପାଇଁ ଆଜିର ମ୍ଯାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ନାଗ ଦେଖାଇ ଟଙ୍କା ମାଗିବା ଘଟଣା, ୬ ଜଣଙ୍କୁ ସର୍ତ୍ତମୂଳକ ଜାମିନ

ଦିଗପହଣ୍ଡି : ଚାରି ଜଣଙ୍କୁ ଅପହରଣ କରି ନାଗ ସାପ ଦେଖାଇ କୋଟିଏ ଟଙ୍କା ମାଗିବା ମାମଲା । ୬ଜଣଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ସମସ୍ତେ ଶହେ ଗଛ ଲଗାଇବା ସହ ଗଛଗୁଡିକୁ ଦୁଇ ବର୍ଷ ଜଗିବେ । ଏଥିପାଇଁ ରାଜସ୍ୱ ବିଭାଗ ଜାଗା ଦେବ । ଆଇଆଇସି ତଦାରଖ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜାନୁଆରୀ ମାସ ୨୩ ତାରିଖରେ କଟକ ତୁଳସୀପୁରର ଅହମ୍ମଦ ଖାନ୍, ଭୁବନେଶ୍ଵର ନହରକଣ୍ଟାର ଅମରଜିତ ସାମନ୍ତସିଂହାର ଓ କଟକ ଗୋବିନ୍ଦପୁରର ବ୍ରହ୍ମାନନ୍ଦ ପାତ୍ର ଏବଂ ଫୋର୍ମିନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏଜେଣ୍ଟ ତଥା ଦିଲ୍ଲୀର ରବୀନ୍ଦ୍ର କୁମାରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଏମାନଙ୍କୁ ଚିକିଟିଗଡ଼ର ନୂତନ ପାତ୍ରଙ୍କ ଘର ବାଡ଼ି ପଟେ ରଖାଯାଇଥିଲା। ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ହତ୍ୟା ଧମକ ସାଙ୍ଗକୁ କୋଟିଏ ଟଙ୍କା ମାଗିଥିଲେ ଅଭିଯୁକ୍ତ। ୪ ଅପହୃତଙ୍କ ମଧ୍ୟରୁ ଅମରଜିତ ୨୬ ତାରିଖ ଭୋର୍ ସମୟରେ କୌଶଳକ୍ରମେ ଖସି ଆସି ଚିକିଟି ତହସିଲ ଅଫିସ୍ ଭିତରେ ପଶି ସବୁ କଥା କହିଥିଲେ । ଅଫିସ୍ରେ ଥିଇବା କର୍ମଚାରୀ ଏନେଇ ଅଧିକାରୀଙ୍କୁ ଜଣାଇବା ପରେ ଖବରପାଇ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାରବେଳେ ଅପହୃତମାନଙ୍କୁ ରଖାଯାଇଥିବା ଜାଗାରେ ଗଞ୍ଜେଇ ଚାଷ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଅଭିଯୁକ୍ତମାନେ ବ୍ୟବହାର କରିଥିବା ନାଗ ସାପଟିର ମୃତ୍ୟୁ ହୋଇଯାଇଥିଲା। ଏହି ଅପହରଣ ଘଟଣାରେ କେ. ନୂଆଁ ଗାଁ ପୋଲିସ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ ।

ଟ୍ରମ୍ପଙ୍କୁ ମିଳିଲା ନୂଆ ନାଁ TACO ? କିଏ ଦେଲା ଓ ଏହାର ଅର୍ଥ କ’ଣ ?

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିକଟରେ ଏକ ବାଣିଜ୍ୟିକ ଶଦ୍ଦ ‘ଟାକୋ’ ପ୍ରଦାନ କରାଯାଇଛି । ଏହାର ଅର୍ଥ ଟ୍ରମ୍ପ ଅଲଓ୍ବେଜ ଚିକେନ୍ ଆଉଟ ମାନେ ଟ୍ରମ୍ପ ସବୁବେଳେ ପଛଘୁଞ୍ଚା ଦିଅନ୍ତି । ଯେତେବେଳେ ବାରମ୍ବାର ଟ୍ରମ୍ପ ଶୁଳ୍କ ନିଷ୍ପତ୍ତି ନିବେଶକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା ସେତେବେଳେ ଓ୍ବାଲ ଷ୍ଟ୍ରିଟରେ ଏହି ଶଦ୍ଦ ପ୍ରଚଳିତ ହୋଇଥିଲା । ଏବେ ବ୍ୟବସାୟୀ ଓ ନିବେଶକ ବିଶ୍ବାସ କରୁଛନ୍ତି କି, ଟ୍ରମ୍ପ ଯେତେ କଠୋର ପଦକ୍ଷେପ ନେବାକୁ ଧମକ ଦେଲେ ମଧ୍ୟ ଶେଷରେ ସେ ହଟିଯାଆନ୍ତି ।

ଏହି ଶଦ୍ଦଟି ଏହି ସମୟରେ ଆରମ୍ଭ ହୋଇଥିଲା, ଯେତେବଳେ ଟ୍ରମ୍ପ ଚୀନ ଓ ୟୁରୋପୀୟ ସଂଘକୁ ଶୁଳ୍କ  ଲଗାଇବାକୁ ଧମକ ଦେଇଥିଲେ । ଆଉ ପରେ ନିଜ କଥାରୁ ଓହରିଯାଇଥିଲେ । ଉଦାହାରଣ ସ୍ବରୁପ, ପ୍ରଥମେ ଟ୍ରମ୍ପ ଚୀନ ଠାରୁ ଆମଦାନୀ ହେଉଥିବା ଜିନିଷ ଉପରେ ୧୪୫ ପ୍ରତିଶତ ଶୁଳ୍କ ଘଷାଷଣା କରିଥିଲା । ପରେ ୧୦୦ ପ୍ରତିଶତ ଓ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିଲା । ସେହିପରି, ସେ ଜୁନ୍ ୧ ତାରିଖରୁ EU ଉତ୍ପାଦଗୁଡ଼ିକ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ବିଷୟରେ କହିଥିଲେ, ଯାହା ସେୟାର ବଜାରକୁ କ୍ରାସ୍ କରିଥିଲା। କିନ୍ତୁ ଦୁଇ ଦିନ ପରେ, ଟ୍ରମ୍ପ ୟୁ-ଟର୍ଣ୍ଣ ନେଇ ଘୋଷଣା କଲେ ଯେ ସେ ଜୁଲାଇ ୯ ପର୍ଯ୍ୟନ୍ତ ଅପେକ୍ଷା କରିବେ କାରଣ EU ସହିତ ଆଲୋଚନା ସକାରାତ୍ମକ ଦିଗରେ ଗତି କରୁଛି।

ଯେତେବେଳେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ‘ଟାକୋ’ ଶବ୍ଦ ଉପରେ ମତାମତ ଦେବାକୁ ପଚାରିଲେ, ସେ କହିଲେ, ‘ମୁଁ ଭୁଲ୍ କହୁଛି? ଓଃ, ମୁଁ ଏହା ବିଷୟରେ କେବେ ଶୁଣିନାହିଁ। ତୁମେ ଏହା କହୁଛ କାରଣ ମୁଁ ଶୁଳ୍କ ହ୍ରାସ କରିଛି, ସେଥିପାଇଁ ମୋର ଏହି ନାମ ହୋଇଛି?’ ଟ୍ରମ୍ପ ଏହାକୁ ‘ରଣନୈତିକ ଆଲୋଚନା’ ବୋଲି କହିଛନ୍ତି  । ଏହା ପ୍ରଥମ ଥର ନୁହେଁ ଯେ ଟ୍ରମ୍ପ ଏହା କରିଛନ୍ତି। ୨ ଏପ୍ରିଲରେ, ସେ ଡଜନେ ଦେଶ ଉପରେ ବ୍ୟାପକ ଶୁଳ୍କ ଘୋଷଣା କରିଥିଲେ, ଯାହା ୯ ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ଯାଉଛି। କିନ୍ତୁ ଏହା କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ, ସେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ପାଇଁ ୯୦ ଦିନର ଅବଧି ବୃଦ୍ଧି କରିଥିଲେ। ଏହାର କାରଣ ଷ୍ଟକ୍ ବଜାରରେ ହ୍ରାସ ବୋଲି କୁହାଯାଉଥିବା ବେଳେ ସ୍ଥଗିତ ଘୋଷଣା ପରେ, S&P ୫୦୦ ସୂଚକାଙ୍କ ୨୦୦୮ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ରେକର୍ଡ କରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ୱାଲ ଷ୍ଟ୍ରିଟରେ ଏକ ନୂତନ ବୁଝାମଣା ସୃଷ୍ଟି କରିଛି । ଟ୍ରମ୍ପଙ୍କ ଧମକ ପ୍ରତି ଅତି ଶୀଘ୍ର ପ୍ରତିକ୍ରିୟା ଦେବା ପରିବର୍ତ୍ତେ, ଅପେକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ସେ ଶେଷରେ ଚିକେନ ଆଉଟ କରିଯିବେ । ଏହି ଚିନ୍ତାଧାରା ଆଜି ‘ଟାକୋ’କୁ ୱାଲ ଷ୍ଟ୍ରିଟର ନୂତନ ରଣନୀତି କରୁଛି।

ନନ୍ଦନକାନନରେ ପର୍ଯ୍ୟଟକ ହାତାହାତି, ଭିଡିଓ ହେଲା ଭାଇରାଲ

ବାଙ୍କୀ : ନନ୍ଦନକାନନରେ ପର୍ଯ୍ୟଟକ ହାତାହାତି। ରକ୍ତାକ୍ତ ହେଲେ ପର୍ଯ୍ୟଟକ। ଗତ ମଙ୍ଗଳବାର ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ଏହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। କିଛି ପର୍ଯ୍ୟଟକ ପରସ୍ପର ମଧ୍ୟରେ ବାଡ଼ିଆ ପିଟା ହେବାରୁ ଜଣକର ମୁଣ୍ଡ ଫାଟି ଯାଇଥିଲା। ଏହି ଘଟଣା ପରେ ପ୍ରାଣୀ ଉଦ୍ୟାନରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନନ୍ଦନକାନନରେ ସୁରକ୍ଷା ପାଇଁ ଓଆଇଏସଏଫ୍ ସହ ସିକ୍ୟୁରିଟି ଗାର୍ଡ ନିୟୋଜିତ ଅଛନ୍ତି। । ଏ ସମ୍ପର୍କରେ ନନ୍ଦନକାନନର ଏସିଏଫ ମନସ୍ମିତା ମହାରଣା କହିଛନ୍ତି, ବ୍ୟାଟେରି ଗାଡ଼ିରେ ବସିବାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବାଡି଼ଆବାଡ଼ି ଯାଏ କଥା ଯାଇଥିଲା। କିନ୍ତୁ ଉପସ୍ଥିତ କର୍ମଚାରୀ ଦେଖଣାହାରୀ ସାଜିଥିଲେ ବୋଲି ଅଭିଯୋଗ ହୋଇଛି।

ତଳକୁ ଖସିଗଲେ ପାକିସ୍ତାନ ଖେଳାଳି, ଭାରତଠୁ ହାରିବା ପରେ କଲେ ଖରାପ ବ୍ୟବହାର

ନନ୍ଦିଘୋଷ ବ୍ୟୁରୋ : ଭାରତ ନିକଟରେ ୧୬ ବର୍ଷରୁ କମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜୁନିଅର ଡେଭିସ୍ କପ୍‌ରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୦ ଗୋଲରେ ପରାସ୍ତ କରିଛି। କାଜାଖସ୍ତାନର ସିମକେଣ୍ଟରେ ଖେଳୁଥିବା ଭାରତୀୟ ଖେଳାଳି ପ୍ରକାଶ ସରନ ଓ ତାଭିଶ ପାହୱା ସୁପର ଟାଇ-ବ୍ରେକରେ ସେମାନଙ୍କର ସିଙ୍ଗଲ୍ସ ମ୍ୟାଚ୍ ଜିତି ଫାଇନାଲ ଷ୍ଟାଣ୍ଡିଂରେ ଭାରତର ସ୍ଥାନ ସୁନିଶ୍ଚିତ କରିଥିଲେ। କିନ୍ତୁ ଏବେ ଏହି ମ୍ୟାଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଏକ ବଡ଼ ବିବାଦ ସୃଷ୍ଟି କରିଛି। ଭାଇରାଲ ହେଉଥିବା ଭିଡିଓରେ ଭାରତଠାରୁ ହାରିବା ପରେ, ପାକିସ୍ତାନୀ ଖେଳାଳି ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବା ସମୟରେ ଖରାପ ବ୍ୟବହାର କରୁଥିବାର ଦେଖାଯାଉଛି।

ମ୍ୟାଚ୍ ଶେଷ ହେବା ପରେ, ଭାରତୀୟ ଖେଳାଳି ହାତ ମିଳାଇବାକୁ ଯାଇଥିଲେ। କିନ୍ତୁ ପାକିସ୍ତାନୀ ଖେଳାଳି ଜଣକ ଖରାପ ବ୍ୟବହାର ଦେଖାଇବା ସହ ପ୍ରଥମେ ହାତ ମିଳାଇ ନଥିଲେ । କିନ୍ତୁ ହାତ ମିଳାଇବା ସମୟରେ ସେ ହଠାତ୍ ଅପମାନଜନକ ଭାବରେ ଭାରତୀୟ ଖେଳାଳିଙ୍କ ହାତକୁ ଦୂରେଇ ଦେଇଥିଲେ। ଏହି କାମକୁ ନେଇ ପାକିସ୍ତାନ ଖେଳାଳିଙ୍କୁ ସମାଲୋଚନା କରାଯାଉଛି । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ଶାନ୍ତ ଆଚରଣ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି ।

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣା, ଓଡି଼ଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କ ପଥର ଖାଦାନରୁ ୫ ଟନ ବିସ୍ଫୋରକ ଲୁଟ୍ ଘଟଣାରେ ଡିଜିପିଙ୍କ ସମୀକ୍ଷା। ରାଉରକେଲା ଏସପିଙ୍କ ଅଫିସରେ ବୈଠକ   ହୋଇଛି। ଡିଜିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଇଜି ଅପରେସନ, ସୁନ୍ଦରଗଡ଼ ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି। ଓଡ଼ିଶା- ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କ ପଥର ଖାଦାନରୁ ୫ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବିସ୍ଫୋରକ କୁଆଡ଼େ ଗଲା, କିଏ ନେଇଛି, ତାର ଟେର୍ ମିଳି ନାହିଁ।

ପୁଣି ଜନନୀ ଯନ୍ତ୍ରଣା, ଦେଢ଼ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।  ଦେଢ଼ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଡୁମୁନିଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଡୁମୁନିଗୁଡା ଗାଁର ଚକ୍ରଧର ଜାନିଙ୍କ ସ୍ତ୍ରୀ ବିମଳା ଜାନିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ  ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ  ପହଁଚି ଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ ଗାଁ ଠାରୁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିଲା। ଫଳରେ ପରିବାର ଲୋକୋ ଓ ଗ୍ରାମବାସୀ ଏକ  ଖଟରେ ଭାର କରି ଦେଢ଼ କିଲୋମିଟର ବାଟ କର୍ଲାପଡ଼ା ଗାଁ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟରେ ବୋହି ଆଣିଥିଲେ। ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ।  ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ମା ସୁସ୍ଥ ଥିବାବେଳେ ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର।  ତେବେ ଝରିଗାଁ ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଦୃଶ୍ୟ  ଦେଖିବାକୁ ମିଳୁଛି । ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀଙ୍କୁସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା  ହେଉଥିବା ହେଉଥିବା ବେଳେ ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।

ଆମେରିକାର ନୂଆ ପ୍ରସ୍ତାବକୁ ଗ୍ରହଣ କଲା ହମାସ, ତେବେ ଅସ୍ତ୍ରବିରତିରେ ବିଳମ୍ବ କାହିଁକି କରୁଛି ଗାଜା?

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ପ୍ରତିନିଧି ଷ୍ଟିଭ ୱିଟକଫଙ୍କ ଦ୍ୱାରା ଉପସ୍ଥାପିତ ଏକ ନୂତନ ଅସ୍ତ୍ରବିରତି ପ୍ରସ୍ତାବକୁ ପାଲେଷ୍ଟାଇନୀ ଗୋଷ୍ଠୀ ହମାସ ଅନୁମୋଦନ ଘୋଷଣା କରିଛି, ଯାହା ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣକୁ ବନ୍ଦ କରିବା ପ୍ରୟାସରେ ସମ୍ଭାବ୍ୟ ସଫଳତାର ଆଶା ସୃଷ୍ଟି କରିଛି। ଏକ ସରକାରୀ ବିବୃତ୍ତିରେ, ହମାସ କହିଛି ଯେ ପ୍ରସ୍ତାବରେ ଏକ ସାଧାରଣ ଢାଞ୍ଚା ଅନ୍ତର୍ଭୁକ୍ତ ଯେଉଁଥିରେ ଏକ ସ୍ଥାୟୀ ଯୁଦ୍ଧବିରତି, ଗାଜା ଷ୍ଟ୍ରିପରୁ ଇସ୍ରାଏଲୀ ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନବୀୟ ସହାୟତାର ତୁରନ୍ତ ପ୍ରବେଶ ଓ ଚୁକ୍ତିନାମାର ଆନୁଷ୍ଠାନିକ ଘୋଷଣା ପରେ ଏନକ୍ଲେଭର ନାଗରିକ ବ୍ୟାପାର ପରିଚାଳନା ପାଇଁ ଏକ ବୃତ୍ତିଗତ କମିଟି ଗଠନ ଅନ୍ତର୍ଭୁକ୍ତ ଅଛି। ହମାସ ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଚୁକ୍ତିନାମାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତାଙ୍କ ତତ୍ତ୍ୱାବଧାନରେ ପାଲେଷ୍ଟାଇନୀ ବନ୍ଦୀଙ୍କ ସହମତ ସଂଖ୍ୟକ କଏଦୀଙ୍କ ବଦଳରେ ଦଶ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବା ଓ ଅନେକ ମୃତଦେହ ଫେରାଇବା ଅନ୍ତର୍ଭୁକ୍ତ ରହିଛି ।

ଷ୍ଟିଭେନ୍ ୱିଟକଫ ହ୍ୱାଇଟ୍ ହାଉସ୍ ପ୍ରେସ୍ ବ୍ରିଫିଙ୍ଗ୍ ସମୟରେ କହିଥିଲେ, ଆମେ ଏକ ଚୁକ୍ତିନାମା ଉପସ୍ଥାପନ କରିବାକୁ ନିକଟତର, ଯାହା ଆଜି ସମୀକ୍ଷା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏକ ଯୁଦ୍ଧବିରତି ଓ ସଂଘର୍ଷର ଏକ ଦୀର୍ଘକାଳୀନ ସମାଧାନରେ ପହଞ୍ଚିବାକୁ ଆଶା କରୁଛନ୍ତି।

ହମାସ ଯୁଦ୍ଧବିରତି ଚୁକ୍ତିନାମାରେ ରାଜି ହୋଇ ଏକ ବିବୃତ୍ତି ଜାରି କରିଛି। କିନ୍ତୁ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସକାରାତ୍ମକ ବିବୃତ୍ତି ଆସିନାହିଁ। ନେତାନ୍ୟାହୁଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି ଯେ ସେ ଯୁଦ୍ଧକୁ ଦୀର୍ଘ କରିବାକୁ ଚାହୁଁଛନ୍ତି ଓ କଏଦୀଙ୍କ ମୁକ୍ତି ପାଇଁ ଚିନ୍ତିତ ନାହାଁନ୍ତି। ଯୁଦ୍ଧବିରତି ପାଇଁ ଉଭୟ ପକ୍ଷର ସମ୍ମତି ଆବଶ୍ୟକ। ପୂର୍ବ ଯୁଦ୍ଧବିରତି ମଧ୍ୟ ଇସ୍ରାଏଲ ଦ୍ୱାରା ଭଙ୍ଗ କରାଯାଇଥିଲା।

ସେପ୍ଟିକ ଟାଙ୍କିରୁ ୬ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସହରର ଛେଣ୍ଡ କଲୋନୀରେ ଏକ ସେପ୍ଟିକ ଟାଙ୍କିରୁ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁ କନ୍ୟା ସୋରୁନ ବଡାଇକ ବୋଲି ଚିହ୍ନଟ କରାଯାଇଛି । ୩୦ ଫୁଟ ଗଭୀର ସେପ୍ଟିକ ଟାଙ୍କିରେ ଢାଙ୍କୁଣି ଲଗାଯାଇ ନଥିବାରୁ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ଖସିପଡିଥିବା ସନ୍ଦେହ କରାଯାଉଛି। ଛେଣ୍ଡ ଥାନା ପୋଲିସ ଟାଙ୍କିରୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ମୃତଦେହ ରଖାଯାଇଛି।

ଯେଉଁ ତୁର୍କୀର ଅନ୍ଧଭକ୍ତ ପାକିସ୍ତାନ, ତା’ର ନାଗରିକଙ୍କୁ ହିଁ ସୁବିଧା ଦେଉନାହାନ୍ତି ଏର୍ଡୋଗାନ୍

ନନ୍ଦିଘୋଷ ବ୍ୟୁରୋ : ଭାରତ ସହିତ ଉତ୍ତେଜନା ସମୟରେ ତୁର୍କୀ ପାକିସ୍ତାନ ସହିତ ଛିଡା ହୋଇଥିଲା। ଯଦିଓ ତୁର୍କିର ଡ୍ରୋନ ପାକିସ୍ତାନକୁ ସାହାଯ୍ୟ କରିନଥିଲା, ତଥାପି ଏହାର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମଗ୍ର ବିଶ୍ୱକୁ କହି ଚାଲିଛନ୍ତି ଯେ କିପରି ରାଷ୍ଟ୍ରପତି ଏର୍ଡୋଗାନ ତାଙ୍କ ଲୋକଙ୍କ ଜୀବନ ରକ୍ଷା କରିଥିଲେ। ଏହି ଅନୁଗ୍ରହର ପରିଶୋଧ କରିବା ପାଇଁ, ଶାହବାଜ ତୁର୍କୀ ମଧ୍ୟ ଗସ୍ତ କରିଥିଲେ। କିନ୍ତୁ ଯେଉଁ ତୁର୍କୀର ବନ୍ଧୁତାକୁ ପାକିସ୍ତାନ ନିଜର ଶକ୍ତି ବୋଲି ଭାବୁଛି, ତା’ର ଲୋକଙ୍କ ଦେଶରେ ସହଜରେ ବୁଲିବା ପାଇଁ ସୁବିଧା ଦେଉନି ।

ଆମେ ଯେଉଁ ସୁବିଧା ବିଷୟରେ ଆଲୋଚନା କରୁଛୁ, ତାହା ହେଉଛି ମାଗଣା ଭିସା ପ୍ରବେଶ। ତୁର୍କୀ ପାକିସ୍ତାନର ଲୋକମାନଙ୍କୁ ଭିସା ବିନା ନିଜ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଏ ନାହିଁ। ପାକିସ୍ତାନର ଲୋକମାନଙ୍କୁ ତୁର୍କୀ ଯିବା ପାଇଁ ପ୍ରଥମେ ଭିସା ପାଇଁ ଆବେଦନ କରିବାକୁ ପଡିବ। ପାସପୋର୍ଟ ଧାରଣ କରିଥିବା ପାକିସ୍ତାନୀ ନାଗରିକମାନେ ତୁର୍କୀ ଇ-ଭିସା ପାଇଁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କର ଏକ ଇ-ମେଲ୍ ଆଇଡି ଓ ଡେବିଟ୍/କ୍ରେଡିଟ୍ କାର୍ଡ ଥିବା ଆବଶ୍ୟକ। ପାକିସ୍ତାନୀ ନାଗରିକମାନେ ଇ-ଭିସା ମାଧ୍ୟମରେ ତୁର୍କୀରେ ୩୦ ଦିନ ପର୍ଯ୍ୟନ୍ତ ରହିପାରିବେ। ଆପଣଙ୍କ ପ୍ରସ୍ଥାନ ତାରିଖରୁ ଅତି କମରେ ଛଅ ମାସ ପାଇଁ ପାକିସ୍ତାନୀ ପାସପୋର୍ଟ ବୈଧ ହେବା ଆବଶ୍ୟକ। ଆପଣ ତୁର୍କୀ ଇଲେକ୍ଟ୍ରୋନିକ୍ ଭିସା ବ୍ୟବହାର କରି ସ୍ଥଳ, ସମୁଦ୍ର କିମ୍ବା ଆକାଶପଥରେ ପହଞ୍ଚିପାରିବେ। ତଥାପି, ତୁର୍କୀ ପାକିସ୍ତାନର କିଛି ଲୋକଙ୍କୁ ଛାଡୁଛି । ଯେଉଁମାନଙ୍କର ସରକାରୀ ପାସପୋର୍ଟ ଅଛି, ସେମାନେ ଭିସା ବିନା୯୦ ଦିନ ପାଇଁ ତୁର୍କୀରେ ରହିପାରିବେ। ସେହିପରି, ଯଦି କୌଣସି ପାକିସ୍ତାନୀଙ୍କ ପାଖରେ ବାସସ୍ଥାନ ଅନୁମତି ଅଛି, ତେବେ ସେ ଇ-ଭିସା ବିନା ମଧ୍ୟ ତୁର୍କୀରେ ରହିପାରିବେ।

ଏହା ନୁହେଁ ଯେ କେବଳ ତୁର୍କୀ ପାକିସ୍ତାନକୁ ଏହି ସୁବିଧା ପ୍ରଦାନ କରୁନାହିଁ। ପାକିସ୍ତାନର ଆଉ ଏକ ବନ୍ଧୁ ଆଜରବାଇଜାନ ମଧ୍ୟ ଭିସା ବିନା ନିଜ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଏ ନାହିଁ। ପାକିସ୍ତାନୀ ଲୋକମାନଙ୍କୁ ଆଜରବାଇଜାନ ଯିବାକୁ ପ୍ରଥମେ ଭିସା ନେବାକୁ ପଡିବ। ସେମାନେ ଅନଲାଇନରେ ମଧ୍ୟ ଇ-ଭିସା ପାଇଁ ଆବେଦନ କରିପାରିବେ।

ପାକିସ୍ତାନୀ ପାସପୋର୍ଟଧାରୀ ଲୋକମାନେ କେବଳ ୯ଟି ଦେଶକୁ ବିନା ଭିସାରେ ପ୍ରବେଶ କରିପାରିବେ। ଏଥିରେ ହାଇତି, ମାଡାଗାସ୍କର ଅନ୍ତର୍ଭୁକ୍ତ। ମାଇକ୍ରୋନେସିଆ, ନିୟୁ ଭଳି ଦେଶ ଅନ୍ତର୍ଭୁକ୍ତ। ସେହି ସମୟରେ, ବିଶ୍ୱରେ ଏପରି ୪ଟି ଦେଶ ଅଛି ଯେଉଁଠାରେ ପାକିସ୍ତାନୀ ଲୋକମାନଙ୍କୁ ସେମାନଙ୍କ ଦେଶରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ। ଏହି ଦେଶଗୁଡ଼ିକ ହେଉଛି ଇସ୍ରାଏଲ, ଭାରତ, ଲିବିଆ ଓ ସୁଡାନ।