spot_img
Home Blog Page 7075

ପୂର୍ବ ସମ୍ପର୍କକୁ ନେଇ ମନସ୍ତାପ କରିବେ, ଘରେ କଳି ଝଗଡା ବଢିବ…ଚାକିରୀରେ ସମସ୍ୟା ଦେଖାଦେବ

ଆଜିର ପଞ୍ଚାଙ୍ଗ

ଏପ୍ରିଲ୍‌ ୧୩ ତାରିଖ, ୨୦୨୦ ମସିହା, ସୋମବାର, ମେଷ ୧ ଦିନ

୧୯୪୧ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, କୃଷ୍ଣପକ୍ଷ ,ଷଷ୍ଠୀ, ମୂଳା ନକ୍ଷତ୍ର

ଧନୁ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ପଶ୍ଚିମ ଦିଗରେ,ତେଣୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ତୁଳା,କୁମ୍ଭ ରାଶିର ପୁରୁଷ ଏବଂ ବୃଷ,ମିଥୁନ ରାଶିର ମୃହିଳାଙ୍କ

ଘାତବାର- ମିଥୁନ ରାଶିର

ଶୁଭ ସମୟ- ଦିନ୧୦ଟା ୩୨ ରୁ ଦିନ ୧ଟେ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୨ଟା ୫୫ ମିନିଟ୍‌ରୁ ଦିନ ୪ଟା ୨୯ ମଧ୍ୟରେ

୧୨ଟି ରାଶିର ବ୍ୟକ୍ତିମାନେ କେଉଁ ବିଧିରେ କରିବେ ଶ୍ରୀହନୁମାନଙ୍କର ପୂଜା ?

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର- ମାଙ୍ଗଳିକ କାର୍ଯ୍ୟରେ ବାଧା ରହିବ,ପୈତୃକ ସଂପତ୍ତିକୁ ନେଇ ବିବାଦ ହୋଇପାରେ

ଦ୍ବିଜା ନକ୍ଷତ୍ର- ଅର୍ଥ ମିଳିବାର ଯୋଗ,ସୁସମ୍ବାଦ ପାଇବେ

କୃତ୍ତିକା ନକ୍ଷତ୍ର- ମାନ ସମ୍ମାନରେ କ୍ଷତି ହୋଇପାରେ

ଲାଲବସ୍ତ୍ର ପିନ୍ଧି କୁଙ୍କୁମରେ ପୂଜା କରନ୍ତୁ  ଶ୍ରୀହନୁମାନଙ୍କୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଶରୀରରେ ଆଘାତ ଲାଗିପାରେ,ଅଶୁଭ ସମ୍ବାଦ ପାଇବେ

ରୋହିଣୀ ନକ୍ଷତ୍ର- ବନ୍ଧୁମାନଙ୍କର ସାହାଯ୍ୟ ମିଳିବ

ମୃଗଶିରା- ରାସ୍ତାରେ ବିପଦ ଅଛି ବାହାରକୁ ଯିବେ ନାହିଁ

ଧଳା ଚନ୍ଦନରେ ଶ୍ରୀହନୁମାନଙ୍କୁ ପୂଜା କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ବିବାହ ପ୍ରସ୍ତାବ ନେଇ ଆଲୋଚନା ବଢିବ

ଆର୍ଦ୍ରା ନକ୍ଷତ୍ର- ଅସମ୍ଭବ କାମ ସବୁ ସମ୍ଭବ ହେବ

ପୁନର୍ବସୁ ନକ୍ଷତ୍ର- ପୂର୍ବ ସଂପର୍କକୁ ନେଇ ମନସ୍ତାପ କରିବେ, ଘରେ କଳି ଝଗଡା ବଢିବ

ଶ୍ରୀହନୁମାନଙ୍କୁ ତୁଳସୀରେ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଚାକିରୀରେ ସମସ୍ୟା ଦେଖାଦେବ, ଋଣ ମିଳିବ ନାହିଁ

ପୁଷ୍ୟା ନକ୍ଷତ୍ର- ବ୍ୟବସାୟକୁ ନେଇ କିଛି ନୂଆ ଯୋଜନା କରିପାରନ୍ତି

ଅଶ୍ଳେଷା- ଦେହ ଖରାପ ରହିପାରେ

ଶ୍ରୀହନୁମାନଙ୍କୁ କିଛି କ୍ଷୀରି ଭୋଗ ଅର୍ପଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର- ସବୁ କାମ ଅଧାରେ ଅଟକି ଯିବ, ଦୁଃସମ୍ବାଦ କିଛି ପାଇବେ

ପୂର୍ବାଫାଲଗୁନି- ଅର୍ଥ ସହାୟତା ପାଇପାରନ୍ତି,ସନ୍ତାନ ସୁଖ ପାଇବେ

ଉତ୍ତରାଫାଲଗୁନି-କୈାଣସି କଥାକୁ ନେଇ ଝଗଡା ହୋଇପାରେ

ଶ୍ରୀହନୁମାନଙ୍କୁ ଲାଲ ସିନ୍ଦୁର ଦାନ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ରାସ୍ତାକୁ ବାହାରନ୍ତୁ ନାହିଁ, ଦୁର୍ଘଟଣା ହୋଇପାରେ

ହସ୍ତା ନକ୍ଷତ୍ର- ବନ୍ଧୁଙ୍କ ଦ୍ଵାରା ଆପଣଙ୍କର କାମ ସହଜରେ ହୋଇଯିବ

ଚିତ୍ରା ନକ୍ଷତ୍ର- ଘରେ ଅଶାନ୍ତି ଦେଖାଦେବ

ଶ୍ରୀହନୁମାନଙ୍କୁ ଲଡୁ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଭାଇଭଉଣୀଙ୍କ ମଧ୍ୟରେ ସଂପର୍କ  ଖରାପ ହେବ

ସ୍ବାତୀ ନକ୍ଷତ୍ର- କିଛି ସାହାଯ୍ୟ,ସହଯୋଗ ପାଇପାରନ୍ତି

ବିଶାଖା ନକ୍ଷତ୍ର-ଆପଣଙ୍କ କାମକୁ ନେଇ ବିରୋଧ ବଢିବ

ଶ୍ରୀହନୁମାନଙ୍କ  ପାଖରେ ଅନ୍ନ ଖେଚେଡି ଭୋଗ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଶରୀରରେ କଷ୍ଟ ଲାଗି ରହିବ

ଅନୁରାଧା ନକ୍ଷତ୍ର- ସମ୍ମାନ ବଢିବ, କାର୍ଯ୍ୟ ସଫଳ ହେବ

ଜ୍ୟୋଷ୍ଠା ନକ୍ଷତ୍ର-ପରିବାରରେ ମାନମନାନ୍ତର ପରିବେଶ ସୃଷ୍ଟି ହେବ

ମସୁର ଡାଲି କିଛି ଶ୍ରୀହନୁମାନଙ୍କୁ ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ମୃନ ଅସ୍ଥିର ରହିବ, ଶରୀରରେ ଆଘାତ ଲାଗିପାରେ

ପୂର୍ବାଷାଢା-ମାଙ୍ଗଳିକ କାମ ପାଇଁ  କିଛି ଯୋଜନା କରିବେ

ଉତ୍ତରାଷାଢା-କୈାଣସି କଥାକୁ ନେଇ ପରିବାରରେ ଝଗଡା ହେବ

ଶ୍ରୀହନୁମାନଙ୍କ ନିକଟରେ ପଇତା ଲାଗି କରନ୍ତୁ

ମକର ରାଶି

ଉତ୍ତରାଷାଢା- କାମରେ ବାଧା ଦେଖାଦେବ

ଶ୍ରବଣା- ବେପାର ପାଇଁ କିଛି ଯୋଜନା କରିପାରନ୍ତି

ଧନିଷ୍ଠା ନକ୍ଷତ୍ର- ଅସୁସ୍ଥତା ଯୋଗୁ ମନ ଭଲ ରହିବ ନାହିଁ

ଶ୍ରୀହନୁମାନଙ୍କୁ ମହୁରେ ସ୍ନ।ନ କରି ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଦୁର ଯାତ୍ରା ପାଇଁ ଯୋଜନା ଯଦି କରୁଛନ୍ତି ତେବେ ତାହାକୁ ସ୍ଥଗିତ ରଖନ୍ତୁ

ଶତଭିଷା ନକ୍ଷତ୍ର- ପରିବାରରେ ସୁଖ,ଶାନ୍ତି ରହିବ

ପୂର୍ବଭାଦ୍ର- କାମ ସବୁ ଅଟକିଯିବ, ଧନ ଓ ମାନହାନରେ କ୍ଷତି ହେବ

ଶ୍ରୀହନୁମାନଙ୍କୁ ରାଶି ତେଲର ଦୀପ ଦାନ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ଚାକିରୀରେ ସ୍ଥାନାନ୍ତରର ଯୋଗ ରହିଛି

ଉତ୍ତରଭାଦ୍ର-ବେପାରରେ ସଫଳତା ପାଇବେ

ରେବତୀ-ଚାକିରୀ ସମସ୍ୟା ବଢିପାରେ

ଶ୍ରୀହନୁମାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍‌ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ-9937343533

 

 

 

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ କଳାହାଣ୍ଡି ଜିଲ୍ଲାର ଆକ୍ରାନ୍ତ ଯୁବକ ସୁସ୍ଥ ହେଲେ ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଏଥିସହିତ ରାଜ୍ୟରେ ଏଯାବତ୍‌ ମୋଟ ୧୩ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

କରୋନାକୁ ନେଇ ଟିକ୍ ଟକରେ ଥଟ୍ଟା କରୁଥିଲେ, ଏବେ କରୋନାରେ ପୀଡ଼ିତ

ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଏକ ପ୍ରକାରର ଭୟ ହରଦମ ମନଭିତରେ ଲାଗିରହୁଛି। ଯାହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। କ୍ରମାଗତ ଭାବରେ କରୋନା ପ୍ରତି ଅବହେଳା ନକରିବାକୁ କୁହାଯାଉଛି। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ସମସ୍ତଙ୍କ ପାଇଁ ଏହା ସୁରକ୍ଷା ବାର୍ତ୍ତା ହୋଇଛି। ଯଦି ଆପଣ ବାହାରକୁ ଯାଆନ୍ତି ତେବେ ଏକ ମାସ୍କ ପିନ୍ଧନ୍ତୁ, ସାବୁନରେ ହାତ ଧୁଅନ୍ତୁ ବୋଲି ପ୍ରତିଟି ସମୟରେ ସଚେତନ କରାଯାଉଛି। କିନ୍ତୁ ତଥାପି ବାରମ୍ବାର ଏନେଇ ଅବହେଳା ପରିଲକ୍ଷିତ ହେଉଛି।

ମଧ୍ୟପ୍ରଦେଶରୁ ଏଭଳି ଏକ ଅବହେଳା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଟିକ୍ ଟକରେ ଜଣେ ଯୁବକ ମାସ୍କ ପିନ୍ଧି କରୋନାକୁ ନେଇ ଥଟ୍ଟା କରୁଥିଲେ। ବର୍ତ୍ତମାନ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯୁବକ ଜଣକ ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ରୁହନ୍ତି। ତାଙ୍କ କରୋନା ପରୀକ୍ଷଣର ରିପୋର୍ଟ ୧୦ ଏପ୍ରିଲରେ ଆସିଥିଲା।

https://mobile.twitter.com/rahulrajnews/status/1248916138425278467?ref_src=twsrctfwtwcamptweetembedtwterm1248916138425278467&ref_url=httpswww.thelallantop.comnewstiktok-user-sameer-who-mocked-masks-now-coronavirus-positivehttps://mobile.twitter.com/rahulrajnews/status/1248916138425278467

୨୫ ବର୍ଷ ବୟସ୍କ ବ୍ୟକ୍ତି ସାଗର କୃଷ୍ଣଗଞ୍ଜ ୱାର୍ଡରୁ ଆସିଛନ୍ତି । ସେ ସେହି ଅଞ୍ଚଳର ପ୍ରଥମ କରୋନା ପଜିଟିଭ୍ । ତାଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି ।

ସେ କିଛି ଦିନ ପୂର୍ବରୁ ଟିକ୍ ଟକରେ ଏକ ଭିଡିଓ କରିଥିଲେ । ଏଥିରେ ତାଙ୍କୁ ମାସ୍କ ପିନ୍ଧିବା ବିଷୟରେ ପଚରାଯାଏ । ସେ ସେହି ଭିଡିଓରେ କହିଛନ୍ତି ଯେ, କପଡ଼ାରେ ବିଶ୍ୱାସ କରନାହିଁ କରିବ ଯଦି ଭଗବାନଙ୍କ ଉପରେ କର।

ସେ କହିଛନ୍ତି ଯେ କରୋନା ପଜିଟିଭ୍ ହେବା ପରେ ସେ ଦ୍ୱିତୀୟ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁ ଭିଡିଓ ରେ ସେ କହିଛନ୍ତିଯେ ଭଗବାନ ଙ୍କୁ ମୋ ଭଲହେଇଯିବା ପାଇଁ ପ୍ରାର୍ଥନା କରନ୍ତୁ। ଏହା ପରେ ଲୋକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଅନ୍ୟ ଏକ ଭିଡିଓରେ ସେ କହୁଛନ୍ତି ଯେ କରୋନା କାରଣରୁ ସେ ଆଉ ଏକ ଭିଡିଓ ତିଆରି କରିପାରିବେ ନାହିଁ। କିନ୍ତୁ ମାସ୍କ ନ ପିନ୍ଧିବାର ଭିଡିଓ ପାଇଁ ଲୋକମାନେ ଯୁବକଙ୍କୁ ଟ୍ରୋଲ କରୁଛନ୍ତି। ଏହାପରେ ଟିକଟକରୁ ସେ ତାଙ୍କ ଭିଡିଓ ହଟାଇ ଦେଇଛନ୍ତି।

ସେପଟେ ଡାକ୍ତରଖାନା ପ୍ରଶାସନ ଯୁବକଙ୍କ ଭିଡିଓ ଜବତ କରିଥିଲା। ସେ ଡାକ୍ତରଖାନାର ବିଚ୍ଛିନ୍ନତା ୱାର୍ଡରୁ ଭିଡିଓ ମଧ୍ୟ ପ୍ରସ୍ତୁତ କରୁଥିଲେ। ବୁନ୍ଦେଲଖଣ୍ଡ ମେଡିକାଲ କଲେଜର ଡିନ୍ ଡକ୍ଟର ଜିଏସ ପଟେଲ ପିଟିଆଇକୁ କହିଛନ୍ତି ଯେ ବର୍ତ୍ତମାନ ଯୁବକଙ୍କ ଅବସ୍ଥା ସ୍ଥିର ରହିଛି।

ଏହି ଯୁବକଙ୍କୁ କରୋନା ହେବା ପରେ ପ୍ରଶାସନରେ ଉତ୍ତେଜନା ଦେଖାଦେଇଛି । ସାଗର ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯାଇଛି। ଯୁବକଙ୍କ ଘରର ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି। ପରିବାର ଯୋଗାଯୋଗରେ ଥିବା ଲୋକମାନେ ଅଲଗା ହୋଇଯାଇଛନ୍ତି । ଯୁବକ ଜଣକ କିପରି କରୋନା କବଳରେ ଆସିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କ ଯୋଗାଯୋଗ ଏବଂ ଯାତ୍ରା ଇତିହାସ ଉପରେ ମଧ୍ୟ ପ୍ରଶାସନ ଅନୁସନ୍ଧାନ କରୁଛି।

ଅନ୍‌ଲାଇନ୍‌ରେ ଆରାଧନା: ଆପ୍‌ ମାଧ୍ୟମରେ ଇଷ୍ଟର ପାଳିଲେ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ୱୀ

ଭୁବନେଶ୍ୱର: ଲକଡାଉନ ସମୟରେ ଲୋକସଂପର୍କର ଯୋଗସୂତ୍ର ସାଜିଛି ଅନଲାଇନ ଆପ୍‌ ।  ଅନଲାଇନରେ କିଏ ପାଠ ପଢୁଛି ତ ଆଉ କିଏ ସଙ୍ଗୀତ ସାଧନା କରୁଛି । କିନ୍ତୁ ଅନଲାଇନ ଆପ୍‌ରେ ବି ଇଶ୍ୱରଙ୍କୁ ପ୍ରାର୍ଥନା କରାଯାଇପାରେ ।

ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଲକଡାଉନ ସମୟରେ ଚର୍ଚ୍ଚ ବନ୍ଦ ଥିବାରୁ ଘର ଭିତରେ ହିଁ ଅନଲାଇନ ଆପ୍‌ରେ ଖ୍ରୀଷ୍ଟଧର୍ମର ଲଲୋକମାନନେ ପବିତ୍ର ଇଷ୍ଟର ପାଳନ କରିଛନ୍ତି ।

ସାରା ଭାରତ ଶୂନଶାନ । ସବୁଠି ପଡିଛି ତାଲା । କିନ୍ତୁ ପବିତ୍ର ଇଷ୍ଟରରେ ଚର୍ଚ୍ଚ ଭିତରେ ଚାଲିଥିଲା ଇଷ୍ଟର ପର୍ବ । ଲକଡାଉନ ନିୟମକୁ ମାନିବା ସହ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆରାଧନା କରିଥିଲେ ଧର୍ମଯାଜକ । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ସତ୍ୟନଗର ସେଣ୍ଟ ଭିନସେଣ୍ଟ ଡି ପଲ ଚର୍ଚ୍ଚର । ରୀତି ନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା ।

ହାତଗଣତି ଧର୍ମଯାଜକ ପବିତ୍ର ଇଷ୍ଟର ପାଳନ କରିବା ସହ ପ୍ରଭୁ ଯୀଶୁଙ୍କ ବଳିଦାନ ସଂପର୍କରେ ଚର୍ଚ୍ଚା କରିଥିଲେ । ଆଉ ଘରେ ବସି ପରିବାର ବର୍ଖଙ୍କ ସହ ବସି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁ ।

ଲକଡାଉନରେ ଘରୁ ବାହାରିବା ମନା ଥିବାରୁ ଶ୍ରଦ୍ଧାଳୁ ଚର୍ଚ୍ଚ ଆସିପାରିଲେନି । କିନ୍ତୁ ଘରେ ପରିବାରବର୍ଗଙ୍କ ସହ ପ୍ରାର୍ଥନା କରିବା ପାଇଁ ଯୋଜନା କରିଥିଲେ ଶ୍ରଦ୍ଧାଳୁ । କିଏ ଫେସବୁକ ଓ ୟୁଟ୍ୟୁବ୍‌ ଲାଇଭରେ ସମୂହ ପ୍ରାର୍ଥନାରେ ସାମିଲ ହେଲେ ତ ଆଉ କିଏ ଜୁମ ଆପ୍‌ ର ସାହାରା ନେଲେ ।

ଗୁଡ ଫ୍ରାଇଡେରେ ପ୍ରଭୁ ଯୀଶୁଖ୍ରୀଷ୍ଟ କୂଶ ବିଧ ହୋଇଥିଲେ । ଆଉ ଦିନକ ପରେ ରବିବାର ଦିନ ପୁନର୍ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।  ଏଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚ ଯାଇନପାରି ଅନଲାଇନରେ ଇଷ୍ଟରକୁ ବହୁ ଆଡମ୍ଭର ସହ ପାଳନ କରିଛନ୍ତି ।

କରୋନା ବିରୋଧୀ ଯୁଦ୍ଧର ମହିଳା ଯୋଦ୍ଧା: ଲୋକଙ୍କ ଜୀବନ ରକ୍ଷା ପାଇଁ ଏମାନେ ଭୁଲି ଯାଇଛନ୍ତି ନିଜ ପରିବାର ଓ ହସଖୁସି

ଗଜପତି: କରୋନା ବିରୋଧରେ ଭାରତର ଯୁଦ୍ଧଂଦେହୀ ଡାକରା । ସବୁଆଡେ ଲକ୍‌ଡାଉନ୍‌, ରାସ୍ତାଘାଟ ଶୂନ୍‌ଶାନ୍‌, ଦୋକାନ୍‌ ବଜାର ବନ୍ଦ । ହେଲେ ଏହି ସଂକଟ ସମୟରେ କରୋନା ବିରୋଧୀ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି କିଛି ମହିଳା ।

ପ୍ରଶାସନିକ ପଦ ପଦବିରେ ଥିବା ଏଭଳି କିଛି ମହିଳା କରୋନା ମୁକାବିଲା ପାଇଁ ଦିନରାତି ଏକ୍‌ କରିଦେଇଛନ୍ତି । ଭୁଲି ଯାଇଛନ୍ତି ବ୍ୟକ୍ତିଗତ ହସଖୁସି । ସଂକ୍ରମଣ ରୋକି ନାରୀ ଶକ୍ତିର ଉଦାହରଣ ସଷ୍ଟି କରିଛନ୍ତି ମହିଳା । ନିଜ ଦାୟିତ୍ୱକୁ ସୂଚାରୁରୂପେ ତୁଳାଇଛନ୍ତି ଏମାନେ । ଯେପରିକି ଗଜପତି ଏସ୍‌ପି ସାରା ଶର୍ମା ଲୋକଙ୍କୁ ସଚେତନ କରିବା ସହ ଲକ୍‌ଡାଉନ୍‌ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାମାଜିକ ଦୂରତା ରକ୍ଷା ଓ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟା କରିଛନ୍ତି । ସେହିଭଳି ସିଡିଏମ୍‌ଓ ଗୁନୁରାଣୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯ଼ୋଗାଇ ଦିଆଯାଇଛି ।

ସେପଟେ ଏଭଳି ସଙ୍କଟ ସମୟରେ ଗଜପତି ଜିଲ୍ଲାବାସୀଙ୍କୁ ଜରୁରୀ ସେବା ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଜରୁରୀକାଳୀନ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଦିନ ରାତି ଏକ କରି ନିଜ ଦାୟିତ୍ୱକୁ ନିର୍ବାହ କରୁଛନ୍ତି ସତ୍ୟସମ୍ପୂର୍ଣ୍ଣା । ଲୋକଙ୍କ ଜୀବନ ରକ୍ଷା ପାଇଁ ଏମାନେ ଭୁଲି ଯାଇଛନ୍ତି ନିଜ ପରିବାର ଓ ହସଖୁସି । .

ରଥଯାତ୍ରା ନେଇ ଆଶା,ଆଶଙ୍କା: ‘ଘୋଷଯାତ୍ରା ହେଲେ ହିଁ ଜଗତର କଲ୍ୟାଣ ହେବ’

ପୁରୀ: କରୋନା ପାଇଁ ପୁରୀରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଓ ରଥଯାତ୍ରା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ରଥ ସଂହିତା ଅନୁଯାୟୀ ଅକ୍ଷୟ ତୃତୀୟା ପୂର୍ବରୁ ଏନେଇ ବୈଠକ ବସିବା କଥା । କିନ୍ତୁ ତାହା ହୋଇପାରୁନି । ତେବେ କେତେକଙ୍କ ମତ ଯେ ଏଭଳି ସ୍ଥିତିରେ ଘୋଷଯାତ୍ରା ହେଲେ ହିଁ ଜଗତର କଲ୍ୟାଣ ହେବା ସହ ଭାଇରସଠାରୁ ବି ମୁକ୍ତି ମିଳିବ ।

ମହାପ୍ରଭୁଙ୍କ ନୀତିକାନ୍ତିରେ କରୋନା ଇଫେକ୍‌ଟ । ରଥଯାତ୍ରା ନେଇ ଆଶା ଓ ଆଶଙ୍କା । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଏହି ଦିନଠାରୁ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ନୀତି ବି ଅନୁଷ୍ଠିତ ହୋଇଥାଏ । କିନ୍ତୁ ଲକ୍‌ଡାଉନ୍‌ ଅବଧି ବଢାଯିବା ପରେ ଏନେଇ ବୈଠକ ବସି ପାରୁନି । ଏଭଳି ସ୍ଥିତିରେ ସରକାର ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରି ବୋଲି ମତ ପ୍ରକାଶ ପାଇଛି ।

ଭୂତାଣୁ ସଂକ୍ରମଣ ସମୟରେ ରଥଯାତ୍ରା ପଡୁଥିବାରୁ କିପରି ସାମାଜିକ ଦୂରତା ରଖାଯାଇପାରିବ, ତାହା ଏବେ ବଡ଼ ପ୍ରଶ୍ନ । ଏଥିପ୍ରତି ରାଜ୍ୟ ସରକାର ତଥା ଖୋଦ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ନିବେଦନ କରିଛନ୍ତି । ତାଙ୍କ ମତରେ ଏଇ ଜଟିଳ ପରିସ୍ଥିତିରେ ଘୋଷଯାତ୍ରା ହେଲେ ଜଗତ କଲ୍ୟାଣ ସହ ମହାମାରୀରୁ ମୁକ୍ତି ମିଳିପାରନ୍ତା । ତେବେ ପ୍ରଶାସନ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେଉଥିବା ଉପଜିଲ୍ଲାପାଳ କହିଛନ୍ତି । ଏବେ ଶ୍ରୀମନ୍ଦିରରେ ସୀମିତ ସେବାୟତଙ୍କ ଦ୍ଵାରା ଶ୍ରୀଜିଉଙ୍କ ନୀତିକାନ୍ତି ଯଥାବିଧି ଚାଲିଛି । ତେବେ କେବେ ସଂପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବ ତା’ ଉପରେ ରହିଛି ସମସ୍ତଙ୍କ ନଜର

 

ଦ୍ୱିତୀୟ ପର୍ଯ୍ୟାୟରେ କେମିତି ଲାଗୁ ହୋଇପାରେ ଲକ୍‌ଡାଉନ୍‌? ପଢ଼ନ୍ତୁ ଏହି ରିପୋର୍ଟରେ..

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ବାଜି ଲାଗିଛି ଦେଶର ଅର୍ଥ ବ୍ୟବସ୍ଥା । ଏଭଳି ସ୍ଥିତିରେ ଦେଶରେ ବଢ଼ିବ କି ଲକ୍‌ଡାଉନ୍‌ ? ଦ୍ୱିତୀୟ ପର୍ଯ୍ୟାୟରେ କିଭଳି ଲାଗୁ ହେବ ଲକ୍‌ଡାଉନ୍‌ ? ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ବଢ଼ିବ କି ନାହିଁ, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି । ତେବେ କରୋନା ସଂକ୍ରମଣ ବିପଦ ଭିତ୍ତିରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ତାଲାବନ୍ଦ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କରୋନା ମୁକାବିଲା ପାଇଁ କ’ଣ ରହିବ ପରବର୍ତ୍ତୀ ରୋଡ୍‌ମ୍ୟାପ୍‌? ଦେଶରେ ବଢ଼ିବ କି ଲକ୍‌ଡାଉନ୍‌? ଏପ୍ରିଲ ୧୪ ପରେ କେମିତି ହେବ ଲକ୍‌ଡାଉନ୍‌ର ରୂପରେଖ? ଜୀବନ ଯ଼ୁଦ୍ଧରେ ଯୁଝୁଛି ଦେଶ । ବାଜି ଲାଗିଛି ରୋଜଗାର, ପୂରା ଅର୍ଥ ବ୍ୟବସ୍ଥା। ତେଣୁ ଚର୍ଚ୍ଚା ହେଉଛି, ଦ୍ୱିତୀୟ ପର୍ଯ୍ୟାୟରେ କିଛି ସର୍ତ୍ତ ସହିତ ଲକ୍‌ଡାଉନ୍‌ ଅବଧି ବଢ଼ିପାରେ ।

କରୋନା ସଂକ୍ରମଣ ବିପଦକୁ ଆଖିରେ ରଖି ଦେଶକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଭାଗ କରାଯିବାର ସମ୍ଭାବନା ଅଛି । ଆଦୌ ଆକ୍ରାନ୍ତ ନଥିବା ଅଞ୍ଚଳକୁ ଗ୍ରୀନ୍‌ ଜୋନ୍‌, ଅଧିକ ସଂକ୍ରମିତ ଥିବା ଅଞ୍ଚଳକୁ ରେଡ୍‌ ଓ ଅଳ୍ପ ଆକ୍ରାନ୍ତ ଥିବା ଅଞ୍ଚଳକୁ ଅରେଞ୍ଜ ଜୋନ୍‌ରେ ରଖାଯାଇପାରେ । ରେଡ୍‌ ଜୋନ୍‌ରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁହେବ ।

ସେହିପରି କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଥିବା ତଥା ସଂକ୍ରମଣ ଆଶଙ୍କା କମ୍‌ ଥିବା ଅଞ୍ଚଳକୁ ଅରେଞ୍ଜ ଜୋନ୍‌ ଘୋଷଣା କରାଯାଇପାରେ । ଏହି ଅଞ୍ଚଳରେ ସୀମିତ ପରିବହନ ସେବା, ଚାଷକାମ କରିବାକୁ ସରକାର ଅନୁମତି ଦେଇପାରନ୍ତି ।

ସେହିପରି ଗ୍ରୀନ୍‌ ଜୋନ୍‌ରେ ଅଳ୍ପ କିଛି କଟକଣା ସହ କରୋନା ସଂକ୍ରମଣ ରୋକିବାକୁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଗ୍ରୀନ୍‌ ଜୋନ୍‌ରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ପାଇଁ ସରକାର କୋହଳ ବ୍ୟବସ୍ଥା କରିପାରନ୍ତି ।

ସେହିପରି ସରକାରୀ କାର୍ଯ୍ୟାଳୟରେ ପୂର୍ବ ଭଳି କାମ ପାଇଁ ବ୍ୟବସ୍ଥା ହୋଇପାରେ। ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ବିମାନ ଓ ଟ୍ରେନ୍‌ ସେବା ନେଇ କଟକଣା କୋହଳ ହୋଇପାରେ । ତେବେ ଯାତ୍ରୀ ସଂଖ୍ୟା ସୀମିତ ରହିବ। ଏପ୍ରିଲ ୧୪ ପରେ ସ୍କୁଲ, କଲେଜ ବନ୍ଦ ରହିପାରେ । ମଦ ଦୋକାନ ଖୋଲିପାରେ । ତେବେ ମଲ୍‌ ଓ ରେସ୍ତୋରାଁ ଖୋଲାଯିବନି ।

କରୋନା ସଂକଟକୁ ଦୃଷ୍ଟିରେ ରଖି ଦେଶରେ ମାର୍ଚ୍ଚ ୨୪ରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିଲା। କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଭୂତାଣୁକୁ ତାଲାବନ୍ଦ କରିବା ଜରୁରୀ। ହେଲେ ଲକ୍‌ଡାଉନ୍‌ ନିଷ୍ପତ୍ତି ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ତେଣୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ଥନ କରିଛନ୍ତି ମୋଦି । ଏବେ ଘୋଷଣାକୁ ଅପେକ୍ଷା ।

ଥଣ୍ଡା, କାଶ ଏବଂ କରୋନା ମଧ୍ୟରେ ପାର୍ଥକ୍ୟ, କିପରି ଜାଣିବେ ଆପଣଙ୍କୁ କରୋନା ହୋଇଛି ବୋଲି

କରୋନା ଭାଇରସ ହେଉଛି ବହୁତ ମାରାତ୍ମକ । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଦେଖାଯାଏ। ଏହାର ଲକ୍ଷଣ ସାଧାରଣ ଥଣ୍ଡା କିମ୍ବା ସାଧାରଣ ଆଲର୍ଜି ସହିତ ଏତେ ସମାନ ଥାଏଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ । କରୋନା ଏବଂ ସାଧାରଣ ଥଣ୍ଡା, କାଶ, ଛିଙ୍କ ମଧ୍ୟରେ ପାର୍ଥକ୍ୟ ବୁଝିବା ପାଇଁ କାଲିଫର୍ନିଆର ଜଣେ ଡାକ୍ତର ଏକ ସହଜ ଉପାୟ ଦେଖାଇଛନ୍ତି ।
ସେଣ୍ଟ୍ ଜନ୍ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ୍ ସ୍ପେସିଆଲିଷ୍ଟ ଡକ୍ଟର କଟଲରଙ୍କ ଅନୁଯାୟୀ ସାଧାରଣ ସାଧାରଣ ଥଣ୍ଡା ଏବଂ କରୋନା ଲକ୍ଷଣ ଦେଖିବାକୁ ଏକପ୍ରକାର। କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି ଦୁଇଟି ଜିନିଷ ଅଛି ଯାହା ଯାହା ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ଆଣିଥାଏ।

ଡକ୍ଟର କଟଲରଙ୍କ ଅନୁଯାୟୀ ସାଧାରଣ ଆଲର୍ଜି ଥିବା ବ୍ୟକ୍ତିଙ୍କ ନିଶ୍ଚିତ ଭାବରେ ଥଣ୍ଡା ଅନୁଭବ କରନ୍ତି, କିନ୍ତୁ ତାଙ୍କର ଜ୍ୱର ହୁଏ ନାହିଁ। ଯେତେବେଳେ କି କରୋନା ପୀଡିତାଙ୍କଠାରେ ଉଚ୍ଚ ଜ୍ୱରର ଦେଖିବାକୁ ମିଳିଛି।

ଦ୍ୱିତୀୟତ କରୋନା ଭାଇରସ୍ ରୋଗୀଙ୍କଠାରେ ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣା ପରିଲକ୍ଷିତ ହୋଇଛି । ସାଧାରଣ ଥଣ୍ଡା ସମୟରେ ଶରୀରେ ଏମିତି କିଛି ଯନ୍ତ୍ରଣା ଅନୁଭୂତ ହୁଏନାହିଁ।

କରୋନା ଭାଇରସର ଲକ୍ଷଣ

୧) କରୋନା ଭାଇରସର କବଳରେ ଆସିବା ପରେ ପ୍ରଥମ ୫ ଦିନ ମଧ୍ୟରେ ଶୁଖିଲା କାଶ ହୁଏ ଏବଂ ନିଶ୍ୱାସ ନେବାରେ କଷ୍ଟ ହୁଏ।

୨) ରୋଗୀ ପ୍ରବଳ ଜ୍ୱର ଅନୁଭବ କରିବା ଆରମ୍ଭ କରେ ଏବଂ ଶରୀରର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ପିମଷଜ୍ଞ ମାନେ କରୋନା ଭାଇରସରେ ଅଧିକ ଜ୍ୱର ଥିବା ଦାବି କରିଛନ୍ତି।

୩) କରୋନା ପୀଡିତ ହେବାର ପ୍ରଥମ ଦିନରେ ରୋଗୀ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରନ୍ତି। ବୃଦ୍ଧ ରୋଗୀମାନଙ୍କଠାରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି।

୫) ମାଂସପେଶୀରେ ଯନ୍ତ୍ରଣା ସହିତ ଶରୀରରେ ବହୁତ କଷ୍ଟ ଅନୁଭୂତ ହୁଏ। ଏହା ବ୍ୟତୀତ ଅନେକ ରୋଗୀ କହିଛନ୍ତି ଯେ ଏହି ରୋଗ ସମୟରେ ସେମାନଙ୍କ ଗଳାରେ ବହୁତ ଯନ୍ତ୍ରଣା ହୋଇଥିଲା। ଏହି ଯନ୍ତ୍ରଣା ଏତେ ଥିଲା ଯେ ତାଙ୍କ ଗଳାରେ ଫୁଲିଯାଇଥିଲା |

୬) କରୋନା ରୋଗୀଙ୍କ ନାକରୁ ସବୁବେଳେ ପାଣି ବାହାରିଥାଏ। ଏହା ତଋତୁକାଳୀନ ଫ୍ଲୁ କିମ୍ବା ଥଣ୍ଡା ପରି ଏକ ଲକ୍ଷଣ । କରୋନାରେ ଅନେକ ରୋଗୀ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ସେମାନେ ଖାଦ୍ୟର ସ୍ୱାଦକୁ ଜାଣିବାର ଶକ୍ତି ହରାନ୍ତି।

କଳି ହେଲା କାଳ, ୫ ଛୁଆକୁ ଗଙ୍ଗାରେ ଫିଙ୍ଗିଦେଲା ମାଆ !

ଲକ୍ଷ୍ନୌ: କୁହାଯାଏ ସନ୍ତାନ ପାଇଁ ମାଆର ହୃଦୟ ସବୁବେଳେ କାନ୍ଦେ । ପିଲା ଟିକିଏ ଅସୁବିଧାରେ ପଡ଼ିଲେ ମାଆ, ଛାତିକୁ କଷ୍ଟ ହୁଏ । ମାଆ ଚାହେଁ ତା’ ଛୁଆ ସବୁ ସମୟରେ ଖୁସିରେ ରହୁ । କିନ୍ତୁ, ଉତ୍ତରପ୍ରଦେଶ ଭଦୋହୀର ଏହି ଘଟଣା ହୃଦୟ ବିଦାରକ । ଯେଉଁଠି ମାଆ ପାଲଟି ଯାଇଛି ପିଶାଚୀ । ନିସ୍ତବ୍ଧ ରାତିର ଅନ୍ଧକାରରେ ୫ ଛୁଆଙ୍କୁ ଦେଇଛି ଜଳ ସମାଧୀ । ମନକୁ ଭାଙ୍ଗି ଦେଉଥିବା ଭାରାକ୍ରାନ୍ତ କରୁଥିବା ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ । ତା’ପଛର କାରଣ ଜାଣିଲେ ବି ଆପଣ ଚକିତ ହୋଇଯିବେ ।

ମିଳିଥିବା ସୂଚନା ଅନୁଯାୟୀ, ଗୋପିଗଞ୍ଜ କୋତବାଲି ଅଞ୍ଚଳର ମହିଳା ଜଣଙ୍କ ସହ ସ୍ୱାମୀ ବାରମ୍ବାର ଝଗଡ଼ା କରୁଥିଲେ । ଏଥିରେ ମହିଳା ଜଣଙ୍କ ବହୁତ ଭାଙ୍ଗି ପଡ଼ିଥିଲେ । ଶେଷରେ ବାଛି ନେଇଥିଲେ ଶେଷ ରାସ୍ତା । ନିଜ ଜନ୍ମ କଲା ୫ ଛୁଆଙ୍କୁ ରାତି ପ୍ରାୟ ୨ଟା ବେଳେ ଧରି ବାହାରିଥିଲେ ଜହାଁଗିରାବାଦ ଗଙ୍ଗା ଘାଟକୁ । ରାତି ପ୍ରାୟ ସାଢେ ୨ଟା ବେଳେ ନଦୀର ଗଭୀର ଜଳରାଶିକୁ ୫ ଛୁଆକୁ ଫିଙ୍ଗି ଦେଇଥିଲେ ।

ଛୁଆଙ୍କୁ ନଦୀରେ ଫିଙ୍ଗି ଦେଇ ନିର୍ଦୟୀ ମାଆ ଜଣଙ୍କ ଘରକୁ ଫେରି ଆସିଥିଲେ । ଭଦୋହୀ ପୋଲିସ ଘଟଣା ସମ୍ପର୍କରେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ ସହାୟତାରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲା । ତେବେ, ଛୁଆମାନଙ୍କ କୌଣସି ସନ୍ଧାନ ମିଳିନାହିଁ । ପୋଲିସ ମଞ୍ଜୁ ଦେବୀଙ୍କୁ ପଚରାଉଚରା କରୁଛି । ତେବେ, ସେ ସ୍ୱାମୀଙ୍କ ସହ କଳିରେ ଅତିଷ୍ଠ ହୋଇ ଏମିତି କରିଥିବା କହିଛନ୍ତି ।

ରାତିରେ ମହିଳା ଜଣଙ୍କ ଛୁଆକୁ ନେଇ ନଦୀକୁ ଯିବାବେଳେ ଘରେ ତାଙ୍କ ସ୍ୱାମୀ ନଥିଲେ । ଏହାର ସୁଯୋଗ ନେଇ ୩ ଝିଅ ଓ ୨ ପୁଅଙ୍କୁ ନଦୀରେ ଫିଙ୍ଗି ଦେଇଥିଲେ ମଞ୍ଜୁ ଦେବୀ । ଛୁଆମାନଙ୍କ ନାଁ ହେଉଛି ବନ୍ଦନା (୧୨ ବର୍ଷ), ରଞ୍ଜନା (୧୦ ବର୍ଷ), ପୂଜା (୬ ବର୍ଷ), ଶିବ ଶଙ୍କର (୮ ବର୍ଷ) ଓ ସନ୍ଦୀପ (୫ ବର୍ଷ) । ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଛୁଆଙ୍କ ସନ୍ଧାନ ମିଳିନାହିଁ ।

ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…

୫୩ ନମ୍ୱର କରୋନା ପଜିଟିଭ୍‌ଙ୍କ ଟ୍ରାଭେଲ୍ ବିବରଣୀ: ପଢ଼ନ୍ତୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ଆକ୍ରାନ୍ତ

ଭୁବନେଶ୍ୱର: ୫୩ ନମ୍ୱର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ବିବରଣୀ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ୪୬ ବର୍ଷିୟ ଝାରପଡ଼ା ଅଞ୍ଚଳର ଏହି ଆକ୍ରାନ୍ତ ଜଣଙ୍କ ଶହୀଦ ନଗର ସ୍ଥିତ ବନକୂଳ, କେଶୁରା ଠାରେ ୨୫ ମାର୍ଚ୍ଚ ଠାରୁ ୩ ଏପ୍ରିଲ ଯାଏଁ ରହିଥିଲେ । ଏପ୍ରିଲ ୪ଠାରୁ ୬ ଯାଏଁ ଭୁବନେଶ୍ୱର ଏମ୍ସକୁ ଯାଇଥିଲେ । ୪୨ ନମ୍ୱର କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟ ହିସାବରେ ସେ ସେଠାକୁ ଯାଇଥିଲେ । ଏପ୍ରିଲ ୭ଠାରୁ ୧୦ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିଲେ । ଏହାପରେ ଏପ୍ରିଲ ୧୧ରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଭୁବନେଶ୍ୱର କିମ୍ସ ସ୍ଥିତି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଗଲା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍