ମୁମ୍ବାଇ: ଆସନ୍ତାକାଲି ଠାରୁ ଦେଶରେ ଘରୋଇ ବିମାନ ଉଡ଼ାଣ ନେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଏୟାର ରୁଟକୁ ୭ ଭାଗରେ ବଣ୍ଟାଯାଇଛି । କେନ୍ଦ୍ର ସରକାର ଦୂରତା ଅନୁସାରେ ବିମାନ ଭଡ଼ା ସ୍ଥିର କରିଛନ୍ତି । କିନ୍ତୁ, ମହାରାଷ୍ଟ୍ର ସରକାର ଉଡ଼ାଣ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ, ଲକଡାଉନ୍ ଯୋଗୁଁ ମହାରାଷ୍ଟ୍ରରେ ଫସି ରହିଥିବା ଲୋକଙ୍କୁ ବିମାନ ସେବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ମହାରାଷ୍ଟ୍ର ସରକାରଙ୍କ ଜଣେ ଅଧିକାରୀଙ୍କ ଅନୁସାରେ ରାଜ୍ୟ ସରକାର ମେ ୧୯ରେ ଜାରି କରିଥିବା ଲଡକାଉନ୍ ନିୟମରେ ବର୍ତ୍ତମାନ ଯାଏଁ ସଂଶୋଧନ କରିନାହାନ୍ତି । ଯେଉଁଥିରେ କେବେଳେ ଅତ୍ୟାବଶ୍ୟକୀୟ ସେବା ପାଇଁ ଉଡ଼ାଣ ଅନୁମତି ରହିଛି ।
ଏହାବ୍ୟତୀତ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇଥିଲେ । ଏହି ହିସାବରେ କୌଣସି ଯାତ୍ରୀ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ଯାତ୍ରା କରିପାରିବେ ନାହିଁ । ଘରୋଇ ମେଡିକାଲ ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଓ ସୁରକ୍ଷା ସେବା ସମ୍ବନ୍ଧିତ ଉଡ଼ାଣ ହୋଇପାରିବ ।

କୁହାଯାଉଛି, ଶନିବାର ମହାରାଷ୍ଟ୍ର ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି । ମୁମ୍ବାଇ ଓ ପୁନେ ସହର ଏବେ ରେଡ୍ ଜୋନରେ ରହିଛି । ଲୋକଙ୍କ ଯିବାଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିଛି । ଏଭଳି ପରିସ୍ଥିତିରେ ବିମାନ ସେବା ଆରମ୍ଭ କରିହେବ ନାହିଁ ।
କରୋନା ଲକଡାଉନ୍ ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ବିମାନ ଉଡ଼ାଣ ବନ୍ଦ ରହିଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଅଗଷ୍ଟରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ପ୍ରୟାସ କରାଯିବ । ତେବେ, ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଜରୁରୀ ନଥିବା ବେଳେ ଯାତ୍ରୀ ଏକ ଘୋଷଣାନାମା ଦେବେ ।










ବିବୃତ୍ତି ଅନୁଯାୟୀ, NDRF ଏବଂ SDRF ର ଟିମ୍ ପୂର୍ବରୁ ଏଠାରେ ନିୟୋଜିତ ହୋଇସାରିଛନ୍ତି । ଏହି ରିଲିଫ୍ କାର୍ଯ୍ୟରେ ସହଯୋଗ କରିବା ପାଇଁ ରେଳ ବିଭାଗ ଏବଂ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କୁ ମମତା ସରକାର ସହଯୋଗ କରିବାକୁ ନିବେଦନ କରିଛନ୍ତି । ମମତା ସରକାର ଆହୁରି ମଧ୍ୟ କହିଛନ୍ତି ଯେ ପାନୀୟ ଜଳ ଏବଂ ଡ୍ରେନେଜ ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯାଉଛି ।






