ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

ନୂଆଦିଲ୍ଲୀ: ମେ’ ତାରିଖ ସୁଦ୍ଧା ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇପାରେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏପରିକି ମେ’ ୧୫ ତାରିଖ ପୂର୍ବରୁ, ସପ୍ତାହକ ଭିତରେ ମଧ୍ୟ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି ।

ଏଦିଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ର।ଳୟ ସବୁ ପଦକ୍ଷେପ ଗ୍ରହଣ କରୁଛି । ତେବେ ଏନେଇ ମନ୍ତ୍ରୀ ନିର୍ଦ୍ଦିଷ୍ଟ ତାରିଖ କହିନାହାନ୍ତି । ଘରୋଇ ବିମାନ ସେବା ଆରମ୍ଭ ପାଇଁ ବିଭିନ୍ନ ରାଜ୍ୟର ବିମାନ ବନ୍ଦରଗୁଡ଼ିକର ଆନୁଷଙ୍ଗିକ ସୁବିଧାର ଅନୁଧ୍ୟାନ କରାଯାଉଛି । ସବୁ ଠିକ୍‌ ରହିଲେ ଯାଥାଶୀଘ୍ର ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍‌ ଯୋଗୁ ଗତ  ମାର୍ଚ୍ଚ ୨୪ ତାରିଖରୁ ଦେଶରେ ଘରୋଇ ବିମାନ ସେବା ବନ୍ଦ ରହିଛି ।

Leave a Reply