ନନ୍ଦିଘୋଷ ବ୍ୟୁରୋ: ଓଡିଆ ଅସ୍ମିତାକୁ ଓଡ଼ିଶାରେ ଅଣଦେଖା । ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ । ଭୁବନେଶ୍ବରରେ ଅବସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନର ପୂର୍ବାଞ୍ଚଳ ଅଫିସରେ ଏକ କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । କିନ୍ତୁ ରାଜ୍ୟ ସଂଗୀତ ଗାନବେଳେ ଉପରିସ୍ଥ ଅଧିକାରୀମାନେ ନିଜ ନିଜ ଆସନରେ ବସି ରହିଥିବା ଦେଖିବାକୁ ମିଳିଥିଲା । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ : ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି
ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ନିଯୋଗ ମଧରେ ବିବାଦ ପାଇଁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହୋଇଥିଲା । ଆଜି ସକାଳୁ ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଥିଲା । ଯେଉଁ ବଡୁ ନିଯୋଗର ଯିଏ ସାହାଣ ମେଳା ଦର୍ଶନ କରାଇଥିଲେ ତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଡାକି ପଚରାଉଚରା କରାଯିବ । ଆଜି ପାଳିରେ ଥିବା ସେବାୟତଙ୍କୁ ଚିହ୍ନଟ ପାଇଁ ଲିଙ୍ଗରାଜ ଥାନାକୁ ଅବଗତ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ।
ଆଜି ନେଇଥାନ୍ତେ ଅବସର : ବଢ଼ିଲା ଗିରଫ ଭୟ
ନନ୍ଦିଘୋଷ ବ୍ୟୁରୋ: ଆଜି ନେଇଥାନ୍ତେ ଅବସର କିନ୍ତୁ ବଢିଛି ଗିରଫଦାରୀ ଭୟ । ଆଜି ନେଇଥାନ୍ତେ ଧୁମଧାମରେ ରିଟାୟାରମେଣ୍ଟ । କିନ୍ତୁ ସବୁ ବିଗାଡ଼ିଦେଲା ଭିଜିଲାନ୍ସ । ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆଜି ମଧ୍ୟ ଦ୍ୱିତୀୟ ଦିନରେ ଭିଜିଲାନ୍ସ ଟିମ୍ ମାରାଥନ ରେଡ୍ କରୁଛି । ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଗତକାଲି ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହାସହିତ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍ ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ରହିଥିଲା । ସେୟାର ମାର୍କେଟରେ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବାବୁ । ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଥିଲା।
ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପୁରୀ ଜିଲ୍ଲା ପିପିଲିରେ ଏକ ଫ୍ଲାଟ ଠାବ ହୋଇଥିଲା ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରଖିଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଛି ରେଡ୍। ଭିଜିଲାନସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲା ଲାଞ୍ଚୁଆ ବାବୁ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଥିଲେ ବାବୁ । ତାଙ୍କ ସମ୍ପତ୍ତି, ଆୟବହିର୍ଭୂତ ସୋର୍ସର ଆକଳନ ଆଜି ମଧ୍ୟ ଜାରି ଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ।
ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ରିପୋର୍ଟ ପ୍ରକାଶ ପାଇଛି । ଦେଶର ଏପର୍ଯ୍ୟନ୍ତ ୨୭୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରେ ସର୍ବାଧିକ ୧୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଗୁଜରାଟରେ ୨୨୩, ତାମିଲନାଡୁ ଓ କର୍ଣ୍ଣାଟକ-ରେ ୧୪୮ ଲେଖାଏଁ, ପଶ୍ଚିମବଙ୍ଗରେ ୧୧୬, ଆନ୍ଧ୍ର ପ୍ରଦେଶରେ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ରାଜସ୍ଥାନରେ ୫୧, ଉତ୍ତରପ୍ରଦେଶରେ ୪୨, ପୁଡୁଚେରୀରେ ୩୫, ହରିୟାଣାରେ ୨୦, ମଧ୍ୟପ୍ରଦେଶରେ ୧୦, ଓଡ଼ିଶା ଓ ଗୋଆରେ ୭ ଲେଖାଏଁ, ଜାମୁକାଶ୍ମୀର ଓ ପଞ୍ଜାବରେ ୪ ଲେଖାଏଁ, ଅରୁଣାଚଳ ଓ ଛତିଶଗଡ଼ ଓ ତେଲେଙ୍ଗାନାରେ ୩ ଲେଖାଏଁ, ଆସାମ ଓ ମିଜୋରାମରେ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୃତ୍ୟୁ ସଂଖ୍ୟା- ୭
ମହାରାଷ୍ଟ୍ର-୨
ତାମିଲନାଡୁ-୧
ଦିଲ୍ଲୀ- ୧
ଗୁଜରାଟ-୧
କର୍ଣ୍ଣାଟକ-୧
ପଞ୍ଜାବ-୧
ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ : ଯୁବକଙ୍କୁ କଚାଡ଼ି ମାରିଲା..
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ଆଉ ଏକ ମୁଣ୍ଡ ନେଲା ଦନ୍ତା । କଣଲୋଇ ଭଗମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତାହାତୀ । ମୃତକ ଜଣଙ୍କ ହେଲେ ପ୍ରସନ୍ନ ନାଏକ । ଘର ପାଖ ଜଙ୍ଗଲରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର କରିଥିଲା । ଖବରପାଇ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଦନ୍ତା ହାତୀକୁ ଘଉଡ଼ାଇଥିଲେ । ନରହନ୍ତା ଦନ୍ତା ହାତୀ ଆକ୍ରମଣରେ ୨ ମାସ ମଧ୍ୟରେ ପ୍ରାୟ ୬ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି l କିଛି ଦିନ ତଳେ ଏହି ନରହନ୍ତା ଦନ୍ତା ହାତୀଟି ଗାଁକୁ ପଶି ଏକ ବଳଦକୁ ମାରିଥିଲା । ଦୀର୍ଘ ଏକ ମାସ ହେବ ଦନ୍ତାହାତୀ କଣଲୋଇ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡେଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଅଭାବନୀୟ ଘଟଣା । ୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି । ଗଛରେ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର । ମୃତକ ସ୍ଥାନୀୟ ଯୋଗୀମଠ ଗାଁର ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଘର ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

