spot_img
Home Blog Page 7009

ହୋମ୍‌ ଆଇସୋଲେସନ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ହୋମ୍‌ ଆଇସୋଲେସନ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍‌। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗାଇଡଲାଇନ୍‌ ଜାରି କରିଛି । ସାମାନ୍ୟ ମାମଲାରେ ଜଣେ ହୋମ ଆଇସୋଲେସନରେ ରହିପାରିବେ । ୨୪ ଘଣ୍ଟିଆ ସେବା ପାଇଁ କେୟାରଟେକର ରହିବେ। ତାଙ୍କ ସମ୍ପର୍କରେ କେୟାରଟେକର ହସ୍ପିଟାଲକୁ ନିୟମିତ ଅବଗତ କରାଇବେ।

କେୟାରଟେକର ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି HDX ନେବେ । ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବେ । ହୋମ୍‌ କ୍ୱାରେଣ୍ଟାଇନ୍‌ ଗାଇଡଲାଇନ୍‌ ମାନିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ଅବନତି ହେଲେ ମେଡିକାଲରେ ଭର୍ତ୍ତି କରାଯିବ। ମେଡିକାଲ ଅଫିସରଙ୍କ ସୁସ୍ଥ ସାର୍ଟିଫିକେଟ ପରେ ହିଁ ଆଇସୋଲେସନରୁ ମୁକ୍ତି ମିଳିବ ।

ଏହି ସରକାରୀ ବ୍ୟାଙ୍କ ଦେଉଛି ବିଶେଷ ଋଣ, ୬ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି କିସ୍ତି

ନୂଆଦିଲ୍ଲୀ: କରୋନା ଟାଣି ଆଣିଛି ଜୀବନ ସହ ଧନ ସଙ୍କଟ । କିଛି କ୍ଷଣରେ ଚାଲିଯାଉଛି ଶହ ଶହ ଲୋକଙ୍କ ଜୀବନ । କରୋନା ପାଇଁ ଲକଡାଉନ କରାଣରୁ ଠପ୍ ହୋଇପଡ଼ିଛି ସବୁ ପ୍ରକାର ବ୍ୟବସାୟ । ତେଣୁ ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ଅନେକ ସ୍ଥାନରେ ଛଟେଇ ରିପୋର୍ଟ ଆସୁଛି। ଏପରି ପରିସ୍ଥିତିରେ ଟଙ୍କାର ଅଭାବ ଦେଖା ଦେଇଛି । ଏହି ସମସ୍ୟାକୁ ତୁରନ୍ତ ଦୂର କରିବା ପାଇଁ ସରକାରୀ କ୍ଷେତ୍ରର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଏକ ସ୍ୱତନ୍ତ୍ର ଲୋନ ପ୍ରଦାନ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାହକମାନଙ୍କୁ ଏହି ଲୋନ ବା ଋଣର EMI ବା କିସ୍ତି ଦେବା ପାଇଁ ୬ ମାସର ରିହାତି ଦିଆଯିବ । ଆସନ୍ତୁ ଜାଣିବା ଭାରତୀୟ ଓଭରସିଜ୍ ବ୍ୟାଙ୍କର ଏହି ବିଶେଷ ଯୋଜନା ବିଷୟରେ ..

 ବାସ୍ତବରେ ଜରୁରୀକାଳୀନ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିଛି । ଏହାର ଫାଇଦା କେବଳ ଯେକୌଣସି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେବାକୁ ସକ୍ଷମ ହେବ । ଏହି ଯୋଜନା ଅଧୀନରେ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ସର୍ବାଧିକ ୫୦୦୦ ଟଙ୍କାର ଋଣ ପ୍ରଦାନ କରାଯିବ । ଗୋଷ୍ଠୀ ପାଇଁ ଋଣର ସୀମା ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ବ୍ୟାଙ୍କ ମଧ୍ୟ ଏହି ସ୍ୱତନ୍ତ୍ର ଯୋଜନା ପାଇଁ କିଛି ସର୍ତ୍ତ ରଖିଛି । ବ୍ୟାଙ୍କ କହିଛି ଯେ ଉନ୍ନତ ରେକର୍ଡ ଥିବା ଏବଂ ଭାରତୀୟ ଓଭରସିଜ୍ ବ୍ୟାଙ୍କରୁ ଅତି କମରେ ଦୁଇଥର ଋଣ ନେଇଥିବା ଗୋଷ୍ଠୀ ଏହି ସୁବିଧା ପାଇପାରିବେ। ଏହି ଯୋଜନାର ସୁବିଧା ୩୦ ଜୁନ୍, ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବ । ବ୍ୟାଙ୍କର ନିୟମ ଅନୁଯାୟୀ, କେବଳ ସେହି ସହାୟତା ଗୋଷ୍ଠୀ ଏହି ଯୋଜନା ଅନ୍ତର୍ଗତ ଋଣ ନେବାକୁ ଯୋଗ୍ୟ ହେବେ ।

ବ୍ୟାଙ୍କ କହିଛି ଯେ ଆଗ୍ରହୀ ସ୍ୱୟଂ ସହାୟକ ଗୋଷ୍ଠୀ ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ମାଧ୍ୟମରେ ଆବେଦନ କରିପାରିବେ । ଏହି ଋଣକୁ ଛୁଟି ଦିନକୁ ଛାଡ଼ି କୌଣସି ବି ଦିନରେ ମଞ୍ଜୁର କରିହେବ ଏବଂ ପ୍ରଦାନ କରାଯାଇପାରିବ । ଋଣକୁ ମାସିକ ୩୦ଟି କିସ୍ତି (EMI) ରେ ପରିଶୋଧ କରିବାକୁ ପଡିବ ।

ତେବେ ପ୍ରଥମ ଛଅ ମାସ ପାଇଁ କୌଣସି କିସ୍ତି ଦେବାକୁ ପଡିବ ନାହିଁ  । ଏହି ଯୋଜନା ଅଧୀନରେ ଋଣ ଉପରେ ସୁଧ ହାର ୯.୪ ପ୍ରତିଶତ ହେବ । କେବଳ ଏତିକି ନୁହେଁ ବ୍ୟାଙ୍କ ଏହି ଯୋଜନା ଅଧୀନରେ ଋଣ ପାଇଁ ପ୍ରକ୍ରିୟାକରଣ ଫି କିମ୍ବା ଦେୟ ପୂର୍ବରୁ କୌଣସି ବି ଫି ଆଦାୟ କରିବ ନାହିଁ ।

କରୋନା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନିକା କପୁର, ଦାନ କରିବେ ନିଜ ପ୍ଲାଜମା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଥିଲା। ସବୁଠାରୁ ବଡ କଥା ହେଲା ସେ ବିଦେଶରୁ ଫେରି କ୍ୱାରେଣ୍ଟାଇନରେ ନ ରହି କିଛି ପାର୍ଟିରେ ଯୋଗ ଦେଇଥିବାରୁ ଅନେକେ ତାଙ୍କୁ ସମାଲୋଚନା କରିଥିଲେ। ଏହା ତାଙ୍କର ଖାମଖିଆଲ ନୀତି ବୋଲି କେହି କେହି କହିଥିଲେ। ଯେବେ କନିକା କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା ସେତେବେଳେ ସେ ପୁରା ଭାଙ୍ଗି ପଡିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ଲକ୍ଷ୍ନୌ ସ୍ଥିତ ଘରେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି ବୋଲି ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି।

ତେବେ ସୋମବାର ଦିନ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ତାଙ୍କ ପ୍ଲାଜମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ସୋମବାର ସନ୍ଧ୍ୟାରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ରକ୍ତ ପରୀକ୍ଷା କରିଥିଲେ। ଯଦି ତାଙ୍କର ଏହି ପରୀକ୍ଷା ସଫଳ ହୁଏ, ତେବେ ସୋମବାର କିମ୍ବା ମଙ୍ଗଳବାର ସକାଳେ ତାଙ୍କର ୫୦୦ ମିଲି ପ୍ଲାଜମା କେଜିଏମୟୁ କଢ଼ାଯିବ । କେଜିଏମୟୁ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଚେୟାରମ୍ୟାନ୍ ଡକ୍ଟର ତୁଲିକା ଚନ୍ଦ୍ର କହିଛନ୍ତି ଯେ ଗାୟକ କନିକା କପୁର ତାଙ୍କ ପ୍ଲାଜମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ତାଙ୍କୁ ରକ୍ତ ନମୁନା ପରୀକ୍ଷା କରିବାକୁ ଡକାଯାଇଥିଲା।

ବୈଦିକ ରିତିନୀତିରେ ସମ୍ପନ୍ନ ହେଲା ବାହାଘର…

ଯାଜପୁର: କରୋନାକୁ ମାତ୍‌ ଦେବାକୁ ଏବେ ସମସ୍ତେ ଅଣ୍ଟାଭିଡିଛନ୍ତି । ଗାଁଠୁ ସହର ସବୁଠି ତାଲାବନ୍ଦ । ପୂଜାପାଠ ପାଇଁ ନା କୈାଣସି ମନ୍ଦିର ଖୋଲା ନା ବିବାହ ବ୍ରତ ହେଉଛି । ତଥାପି ଏମିତି ଏକ ବିପଦ ସମୟରେ ଜଣେ ଜଣଙ୍କର ଜୀବନସାଥି ହୋଇଛନ୍ତି । ବୈଦିକ ରିତିନୀତିରେ ଉଭୟଙ୍କ ବିବାହ ସମ୍ପନ ହୋଇଛି । ଯାଜପୁରର ଏହି ବିବାହକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ।

କୌଣସି ଜାକଜମକରେ ବିବାହ ହୋଇନାହିଁ । ନା ଅଛି ବାଜାବାଣ ନା ବରଯାତ୍ରୀଙ୍କ ସହ ରୋଶଣି । ନା ଫୁଲରେ ସଜା ହୋଇଛି ବରଗାଡି ନା ନିଜେ ବର ପିନ୍ଧିଛନ୍ତି କୈାଣସି ଶେରଓ୍ବାନୀ ।  ସାଧାସିଧା ପ୍ୟାଣ୍ଟସାର୍ଟ ପିନ୍ଧି ବେକରେ କର୍ପୁର ମାଳ ଓ ମୁହଁରେ ମାସ୍କ ପିନ୍ଧି ବାହା ହେବାକୁ ଯାଇଛନ୍ତି ବର । ସାମାଜିକ ଦୂରତା ଯୋଗୁ କେବଳ କେବଳ ବଡ଼ବାପା ଓ ଭିଣୋଇ ସାଙ୍ଗରେ ଥିଲେ । ଦୁଇମାସ ତଳେ ଦାନଗଦି ବ୍ଲକ୍‌ ନନ୍ଦକିଶୋରପୁର ଗାଁର ଚନ୍ଦନ ନନ୍ଦଙ୍କର ବରୀ ବ୍ଲକ ମେଦୁଆକୂଳ ଅଞ୍ଚଳର ପ୍ରଣତୀଙ୍କ ସହ ନିର୍ବନ୍ଧ ହୋଇଥିଲା ।  ଆଉ ଅକ୍ଷୟ ତୃତୀୟାକୁ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା ।

ହେଲେ ଲକ୍‌ଡାଉନ୍‌ ପାଇଁ ସବୁକିଛି ବନ୍ଦ । କିନ୍ତୁ ଉଭୟ ପରିବାର ଏଥିପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇ ବିବାହ ପାଇଁ ଅନୁମତି ଆଣିଥିଲେ । ବରକନ୍ୟା, ପୁରୋହିତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରଖି ପ୍ରଣତୀଙ୍କ ସହ ସମ୍ପନ୍ନ ବାହାଘର ହୋଇଥିଲା ।  ପବିତ୍ର ଅକ୍ଷୟ ତୃତୀୟାରେ ନିଜ ସମ୍ପର୍କକୁ ସବୁଦିନ ପାଇଁ ଅକ୍ଷୟ କରିବାକୁ ଶପଥ ନେଇଛନ୍ତି ଚନ୍ଦନ ଓ ପ୍ରଣତୀ । ବାଜା, ବାଣ, ରୋଶଣୀ ଓ ବରଯାତ୍ରୀଙ୍କ ମେଳରେ ବରବେଶ ହୋଇ ଦିନେ ବାହା ହେବାକୁ ସ୍ବପ୍ନ ଦେଖିଥିଲେ ଚନ୍ଦନ । ଏହି ସ୍ବପ୍ନ ସବୁଦିନ ପାଇଁ ସ୍ବପ୍ନ ହୋଇ ରହିଗଲା । ସେପଟେ କୋଲକତାରେ ଫସିଥିବା ପ୍ରଣତୀଙ୍କ ବାପାଙ୍କ ପାଇଁ ମଧ୍ୟ ଆଉଥରେ ଆସିବ ନାହିଁ କନ୍ୟାଦାନ କରିବାର ସୁଯୋଗ । ଏନେଇ ଅବସୋସ ଥିଲେ ବି  ଉଭୟଙ୍କର ବାହାଘର ହୋଇଛି ।

କରୋନା କଟକଣା ପରେ ଏବେ ଦାଉ ସାଜିଛି କାଳବୈଶାଖୀ ବର୍ଷା, ସରକାରଙ୍କ ସହାୟତା ଲୋଡ଼ିଲେ ଚାଷୀ

ଭୁବନେଶ୍ୱର: କରୋନା କଟକଣା ପରେ ଏବେ ଦାଉ ଜାଜିଛି କାଳବୈଶାଖୀ ବର୍ଷା । କିଛିଦିନ ପୂର୍ବରୁ ଲକ୍‌ଡାଉନ୍‌ କଟକଣା ପାଇଁ ଚାଷକାର୍ଯ୍ୟ ବନ୍ଦ ରହିଥିଲା । ହେଲେ ରାଜ୍ୟ ସରକାର ଚାଷୀଙ୍କ ହିତପାଇଁ ଚାଷକାର୍ଯ୍ୟ ଉପରୁ କଟକଣା କୋହଳ କରିଥିଲେ । ଚାଷୀ ନିଜ କ୍ଷେତକୁ ପୁଣି ଥରେ ଫେରିଥିଲା । ହେଲେ ଏବେ ଅଦିନିଆ ବର୍ଷା ଉଜାଡି ଦେଇଛି ଫସଲ । ଫଳରେ ଚାଷୀ ଏବେ ସରକାରଙ୍କ ସହାୟତା ଲୋଡିଛି । ସେପଟେ ଗତ ଶୁକ୍ରବାର ସରକାର ମଧ୍ୟ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କାଳବୈଶାଖୀ ବର୍ଷାରେ ବେହାଲ ଫସଲ, ଭାଙ୍ଗିଦେଲାଣି ଚାଷୀଙ୍କ ମେରୁଦଣ୍ଡ । ହେଲେ ଚଷା ପୁଅର ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ସରକାର । କ୍ଷୟକ୍ଷତିର ଆକଳନକରି ଅତିଶୀଘ୍ର କ୍ଷତିପୂରଣ ଦେବକୁ ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ । ଗତ କିଛିଦିନ ହେବ ଅଦିନିଆ କୁଆପଥର ବର୍ଷା ଯ଼ୋଗୁ ସମ୍ବଲପୁରରେ ଏକର,ଏକର ଫସଲ କ୍ଷତି ହୋଇଛି । ଜୁଜୁମୁରା, ଧନକଉଡା ଭଳି ଅନେକ ବ୍ଲକରେ ପାଣିରେ ବୁଡି ରହିଛି କଟା ଅପେକ୍ଷାରେ ଥିବା ଧାନ । ହେଲେ ସରକାରଙ୍କ ନିର୍ଦ୍ଦେଶ ପରେ କୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ଜିଲ୍ଲାରେ ପ୍ରାୟ ୪ ହଜାର ୨୦୦ ହେକ୍‌ଟର ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର, ସୋନପୁର ଓ ବରଗଡ ଜିଲ୍ଲାରେ ମଧ୍ୟ କୁଆପଥର ବର୍ଷାଯୋଗୁ ଫସଲ ନଷ୍ଟ ହୋଇଛି । କରୋନା କଟକଣା କୋହଳ ପରେ ଚାଷକାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ଏବେ ପୁଣି ହତାଶ ହୋଇଛି । ଏସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବାକୁ ଦାବି କରିଛନ୍ତି ଚାଷୀ । ତେବେ ଏପ୍ରିଲ୍‌ ୩୦ ରୁ ମେ’ ୩ ତାରିଖ ଭିତରେ ବଙ୍ଗୋପସାଗରରେ ସୃଷ୍ଟ ହେବାକୁଥିବା ଲଘୁଚାପ ପୁଣି ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ଅଭୟବାଣୀ: ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାକୁ ନାହିଁ ବାତ୍ୟାର ଭୟ । ଲୋକ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ କରୋନା ଆତଙ୍କ ଲାଗି ରହିଥିବା ବେଳେ ବାତ୍ୟା ଚର୍ଚ୍ଚା ଏହି ଭୟକୁ ଦୁଇଗୁଣ କରିଦେଇଛି । ତେବେ ସେମିତି କିଛି ହେବାର ସମ୍ଭାବନା ନାହିଁ । ଆସନ୍ତା ୩୦ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲଘୁଚାପ ସକ୍ରିୟ ରହିବ ।

ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୬୮.୨ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, କନ୍ଧମାଳ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲାକୁ ବର୍ଷା ନେଇ ସତର୍କ କରି ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିପାରେ । କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ବାତ୍ୟା ନେଇ ଡରିବାର ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଗଞ୍ଜାମରେ ପହଞ୍ଚିଲା ଚତୁର୍ଥ ଡଙ୍ଗା, କୂଳରେ ଲାଗିଲେ ୩୩ ଜଣ ଶ୍ରମିକ

ଭୁବନେଶ୍ୱର: ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ ।  ଗଞ୍ଜାମ ଜିଲ୍ଲାରେ ପହଞ୍ଚିଲା ଆଉ ଏକ ଡଙ୍ଗା। ଗତକାଲି ରାତି ଗୋଟାଏରେ ଡଙ୍ଗାଟି ଅର୍ଜିପଲ୍ଲୀ ସମୁଦ୍ର କୂଳରେ ପହଞ୍ଚିଥିଲା। ଏଥିରେ ୩୩ ଜଣ ଶ୍ରମିକ ଆସିଛନ୍ତି ।

ଚେନ୍ନାଇରୁ ଓଡିଶା ଅଭିମୁଖେ ଡଙ୍ଗା ଆସିଥିବା ବେଳେ ଏହାକୁ ମିଶାଇ ୪ଟି ଡଙ୍ଗା ଓଡ଼ିଶାରେ ପହଞ୍ଚିଛି। ତେବେ ଡଙ୍ଗାରେ ଶ୍ରମିକମାନେ ପହଞ୍ଚିବା ସେମାନଙ୍କୁ ନିକଟସ୍ଥ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

କରୋନା ଯୁଦ୍ଧ: କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ପରିବାର ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ପୋଲିସଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ସଂକ୍ରମଣରେ ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି । ଏନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି ଅଭୟ ।

କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ପୋଲିସକର୍ମୀ ମାନେ ମଧ୍ୟ ଆଗଧାଡ଼ିର କରୋନା ଯୋଦ୍ଧା । ଲକଡାଉନ୍‌ ହେଉ ଅବା ସଟଡାଉନ୍‌ ସର୍ବଦା ଆଇନ ଶଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିଷ୍ଠାର ସହ ଦାୟିତ୍ୱ ତୁଲାଉଛନ୍ତି ପୋଲିସ କର୍ମଚାରୀ । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୋଲିସ କର୍ମଚାରୀଙ୍କୁ  ଉତ୍ସାହ ଯୋଗାଇବ ବୋଲି ଡିଜିପି କହିଛନ୍ତି ।

କରୋନା ଯୁଦ୍ଧ: କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ପରିବାର ପାଇବେ ୧୫ ଲକ୍ଷ ଟଙ୍କା

ବାଲେଶ୍ୱରରେ କଣ୍ଟେନମେଣ୍ଟ ଜୋନ ଘୋଷଣା…

ବାଲେଶ୍ୱର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡିଶାରେ ବଢିବାରେ ଲାଗିଛି । ଆଜି ସକାଳେ ପୁଣି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ବିସ୍ତାରକୁ ରୋକିବା ପାଇଁ ଚାରିଆଡେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାୟାଉଛି । ନିକଟରେ ବାଲେଶ୍ୱର ବାହାନଗା ବ୍ଲକ ବିଷ୍ଣୁପୁର ଅଞ୍ଚଳରେ କୋରନା ପଜଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ବାହାନଗାର ବିଷ୍ଣୁପୁର ଓ ଦେବେନ୍ଦ୍ରପୁର ଗଁ।କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଦୁଇ ଗାଁକୁ ସଂଯୋଗ କରୁଥିବା ୧୨ ଟି ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ସ୍ଥାନୀୟ ତହସିଲଦାର ଓ ବିଡିଓ, ସ୍ଥିତି ସମୀକ୍ଷା କରିଛନ୍ତି । ଗତ ୨୦ ତାରିଖରେ କଲିକତାରୁ ସାଇକେଲ ଯୋଗେ ବିଷ୍ଣୁପୁର ଆସିଥିବା ଯୁବକଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଥିଲା । ଯୁବକଙ୍କ ଠାରେ କରୋନା ଲକ୍ଷଣ ଜଣାପଡିବା ପରେ ୨୫ ତାରିଖ ଦିନ ଟେଷ୍ଟ ଲାଗି ଆର୍‌ଏମ୍‌ଆରସି ପଠାଯାଇଥିଲା । ଗତକାଲି ତାଙ୍କର ରିପୋର୍ଟ ପଜେଟିଭ ଆସିବାରୁ ତାଙ୍କୁ ତାଙ୍କୁ ଅଶ୍ୱିନୀ କୋଭିଡ ପଠାଇଯାଇଛି । ଏଥି ସହ ଆକ୍ରାନ୍ତ । ଯୁବକଙ୍କ ସହିତ ଆଇସୋଲେସନ ସେଣ୍ଟରରେ ଥିବା ଅନ୍ୟ ଜଣଙ୍କୁ ବାଲେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ସଂକ୍ରମିତ ଚିହ୍ନଟ । ୭ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ୩ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାସହ ଭଦ୍ରକରେ ସର୍ବମୋଟ ୧୯ଟି ପିଜିଟିଭ କେସ ରହିଥିବା ବେଳେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ପଜିଟିଭ କେସ ୧୦କୁ ବୃଦ୍ଧି ପାଇଛି ।

ଭଦ୍ରକର ବାସୁଦେବପୁର ବ୍ଲକରୁ ୨ ଜଣ ଏବଂ ବନ୍ତ ବ୍ଲକରୁ ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଭଦ୍ରକକୁ ଆସିଥିବା ତିନୋଟି କରୋନା ପଜିଟିଭ କେସର କୋଲକାତା ଲିଙ୍କ ଥିବା ସୂଚନା ମିଳିଛି । ସୁନ୍ଦରଗଡ଼ରେ ଚିହ୍ନଟ ୪ କରୋନା ଆକ୍ରାନ୍ତ ଗୋଟିଏ ପରିବାରର । ସେଥି ମଧ୍ୟରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ଟି ଆକ୍ଟିଭ କେସ ଥିବାବେଳେ, ଚିକିତ୍ସା ପରେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି