ଦେଶରେ ୨.୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୭ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଧାର୍ମିକ ସ୍ଥଳ ସହ ସପିଂ ମଲ୍ ଖୋଲୁଛି । ଦେଶ ଅନଲକ୍ ହେବା ସହ ବଢ଼ି ଚାଲିଛି କରୋନା ସଂକ୍ରମଣ । ରବିବାର ଦେଶରେ ୧୦ ହଜାର ୭୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଅତିକ୍ରମ କରିଛି । ଏଯାବତ୍ କରୋନାରେ ଦେଶରେ ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୩୪ରେ ପହଞ୍ଚିଥିବା ବେଳେ ରବିବାର ୧୦ ହଜାର ୭୪୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ୫ ଦିନ ଭିତରେ ଦେଶରେ ୫୦ ହଜାର ସଂକ୍ରମଣ ମାମଲା ଆସିଛି । ଲଗାତାର ଶନିବାର ଓ ରବିବାର ୨ ଦିନ ଦେଶରେ ୧୦ ହଜାରରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସଂକ୍ରମଣ ଦେଶରେ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩ ହଜାର ୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିଭଳି ତାମିଲନାଡ଼ୁରୁ ୧୫୧୫, ଜମ୍ମୁ କଶ୍ମୀରରୁ ୬୨୦, ହରିୟାଣାରୁ ୪୯୬ ଓ ପଶ୍ଚିମବଙ୍ଗରୁ ୪୪୯ଟି ମାମଲା ଆସିଛି ।

ଅନଲକ୍ ୧.୦ରେ କଣ ସବୁ ମାନିବାକୁ ପଡ଼ିବ…

Leave a Reply