spot_img
Home Blog Page 7

ଭାରତ ମହାସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର।; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ :  ଭାରତ ମହାସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା। ଭାରତ ମହାସାଗର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟରେ ଲଘୁଚାପ ସୃଷ୍ଟି ହୋଇଛି।ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ଚିହ୍ନିତ ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେଲେ ବର୍ଷାର ସମ୍ଭାବନା ରହିଛି।

ଜାପାନରେ ତୀବ୍ର ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ :  ଜାପାନରେ ତୀବ୍ର ଭୂକମ୍ପ ଝଟକା। ପଶ୍ଚିମ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଶିମାନେ ପ୍ରଦେଶର ୟାସୁଗି ସହର ବୋଲି ଜଣାପଡିଛି। ତେବେ ଭୂକମ୍ପକୁ ନେଇ କୌଣସି ସୁନାମୀ ଆଲର୍ଟ ଜାରି କରାଯାଇନାହିଁ। ଜାପାନର ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏ ନେଇ ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମଧ୍ୟ ଅନେକ ବଡ଼ ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଶିମାନେ ପ୍ରଦେଶରେ ଥିଲା। ଚୁଗୋକୁ ବିଦ୍ଯୁତ ଶକ୍ତି ପ୍ରକଳ୍ପର ୩୨ କିମି ଦୂରରେ ରହିଛି ଶିମାନେ ନ୍ୟୁକ୍ଲିୟର ପାୱାର ଷ୍ଟେସନ।ତେବେ ଭୂକମ୍ପ ପ୍ରଭାବରୁ ଜାପାନର ଏହି ଆଣବିକ କେନ୍ଦ୍ରରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା କହିଛନ୍ତି କର୍ତ୍ତୃପକ୍ଷ। ଗତ ମାର୍ଚ୍ଚ ୨୦୧୧ରେ ଫୁକୁସିମାରେ ହୋଇଥିବା ବିପର୍ଯ୍ୟୟ ପରେ ଏହା ବନ୍ଦ ରହିଥିଲା। ଏବେ ପୁଣି ଡିସେମ୍ବର ୨୦୨୪ରୁ ଏହା କାର୍ଯ୍ୟ କରୁଛି।

ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ : କଟକରେ ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଗିରଫ ହେଲେ ଯୁବକ । ଗିରଫ ଅଭିଯୁକ୍ତ ମୁକେଶ ବାରିକ। ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳରେ ହୋଇଥିବା ସୂଚନା । ମୁକେଶ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡ଼ିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନକୁ ଫରୱାର୍ଡ କରୁଥିଲା । ସାଇବର ଥାନା ପୋଲିସ ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିଥିଲା। ସେଠାରେ ଚଢ଼ାଉ କରି ପୋଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା ; ନରସିଙ୍ଗଡି ଜିଲ୍ଲାରେ ଜଣେ ହିନ୍ଦୁଙ୍କୁ ସଂଘବଦ୍ଧ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ :  ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ନରସିଙ୍ଗଡି ଜିଲ୍ଲା ଚରସିନ୍ଦୁର ବଜାରରେ କିରାଣୀ ବ୍ୟବସାୟୀ ମଣି ଚକ୍ରବର୍ତ୍ତୀଙ୍କୁ କରାଯାଇଥିଲା ସଂଘବଦ୍ଧ ଆକ୍ରଣମ। ବ୍ୟବସାୟୀ ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ମଧ୍ୟରେ ମଣି ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ଗତ ୩ ସପ୍ତାହ ମଧ୍ୟରେ ଏହା ଷଷ୍ଠ ହିନ୍ଦୁଙ୍କୁ ହତ୍ୟା ଘଟଣା। ଗତକାଲି ସଂଧ୍ୟାରେ ଜଣେ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପଳାଶ ଉପଖଣ୍ଡ ଅନ୍ତର୍ଗତ ବ୍ୟସ୍ତବହୁଳ ବଜାରରେ ଦୋକାନ ଚଳାଉଥିଲେ ମଣି ଚକ୍ରବର୍ତ୍ତୀ। ଏହି ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମଣି ଚକ୍ରବର୍ତ୍ତୀ ଶିବପୁର ସାଧାରଚର ୟୁନିଅନର ବାସିନ୍ଦା। ଚରସିନ୍ଦୁର ବଜାରର ବ୍ୟବସାୟୀମାନେ ତାଙ୍କୁ ଜଣେ ଶାନ୍ତ ଏବଂ ଜଣାଶୁଣା ବ୍ୟବସାୟୀ ଥିଲେ ବୋଲି କହିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସଂଖ୍ୟାଲଘୁ ହିନ୍ଦୁ ଗୋଷ୍ଠୀ। ଏହାପୂର୍ବରୁ ଗତକାଲି ଯଶୋର ଜିଲ୍ଲାରେ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଣା ପ୍ରତାପ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ରାଣା ପ୍ରତାପ ବଜାରରେ ଥିବା ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା।କିଛି ସପ୍ତାହ ପୂର୍ବରୁ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ମୈମନସିଂ ଜିଲ୍ଲାରେ ବଜେନ୍ଦ୍ର ବିଶ୍ୱାସଙ୍କୁ ଏକ ପୃଥକ ଆକ୍ରମଣରେ ଗୁଳି କରି ହତ୍ୟା କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ, ଶରିୟତପୁର ଜିଲ୍ଲାର କେଉରଭଙ୍ଗା ବଜାର ନିକଟରେ  ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ଛୁରି ମାରି ନିଆଁ ଲଗାଇ ଦେଇଥିଲା।

କନ୍ଧମାଳ ଜିଲ୍ଲାରେ ରାଜ୍ କରୁଛି ଶୀତ ; ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ନନ୍ଦିଘୋଷ ବ୍ୟୁରୋ :  କନ୍ଧମାଳ ଜିଲ୍ଲାରେ ରାଜ୍ କରୁଛି ଶୀତ । ପ୍ରାୟ ଦୁଇ ମାସ ହେବ ଜିଲ୍ଲାରେ ଲାଗିରହିଛି ପ୍ରବଳ ଶୀତ । ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ଏଥିସହିତ କଲବଲ କରୁଛି ଘନ କୁହୁଡ଼ି  । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଆଗକୁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ଜାଡ଼ ଯୋଗୁଁ ସକାଳୁ ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଥିବା ବେଳେ  ଓପନ୍ ଝିମ୍ ମଧ୍ୟ ଖାଁ ଖାଁ ଲାଗୁଛି । ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି ।

ସାରଥି ସତସଙ୍ଗକୁ ନେଇ ପୁଣି ଚର୍ଚ୍ଚା ; ପୁଣି ସାରଥୀ ସତସଙ୍ଗ ଦେଖିବାକୁ ମିଳିଛି

ନନ୍ଦିଘୋଷ ବ୍ୟୁରୋ : ସାରଥି ସତସଙ୍ଗକୁ ନେଇ ପୁଣି ଚର୍ଚ୍ଚା l କିଛି ଦିନ ବ୍ୟବଧାନ ପରେ ପୁଣି ସାରଥୀ ସତସଙ୍ଗ ଦେଖିବାକୁ ମିଳିଛି l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଟିଆଲପଦା ଠାରେ ଜଣଙ୍କର ଜନ୍ମଦିନ ଉପଲକ୍ଷେ ଜାମୁଝାଡ଼ି ସାରଥୀ ପରିବାର ପକ୍ଷରୁ ସତସଙ୍ଗ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ଅଂଚଳରୁ ସାରଥୀ ଅନୁଗାମୀ ମାନେ ଏକଜୁଟ ହୋଇ ଆତ୍ମଘୋଷିତ ବାବା ସାରଥିଙ୍କ ଭଜନ କୀର୍ତ୍ତନ କରିବା ସହିତ ତାଙ୍କର ଗୁଣଗାନ କରିଥିଲେ l

ଚାଷୀଙ୍କୁ ମିଳିନି ଟୋକନ, ଉଠୁନି ଧାନ ; ଖଳାରେ ରାତିସାରା ଜଗି ରହୁଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ : ଚାଷୀଙ୍କୁ ମିଳିନି ଟୋକନ। ଅମଳ ଧାନକୁ ରାତିସାରା ପାଳି କରି ଜଗୁଛନ୍ତି ଚାଷୀ।ଜିଲ୍ଲାରେ ସରକାର ତରବରିଆ ଭାବେ ଗତ ୨୩ ତାରିଖରୁ ମଣ୍ଡି ଉଦଘାଟନ କରିଛନ୍ତି। ଏବେ ପ୍ରାୟ ଚାଷୀ ଧାନ ଅମଳ କରି ସାରିଲେଣି। ଧାନକୁ ସୁରକ୍ଷିତ ରଖିବା ପାଇଁ ସୁବିଧା ସ୍ଥାନ ନାହିଁ। ଅନେକ ସମୟରେ ଅମଳ ହୋଇ ଥିବା ଧାନକୁ ଜଙ୍ଗଲି ଜନ୍ତୁ, ନିଆଁ ସହ ଚୋରଙ୍କ ଭୟ ରହିଛି। ଯେଉଁ ଚାଷୀଙ୍କୁ ଏବେ ଟୋକନ୍ ମିଳିଛି ସେମାନେ ମଣ୍ଡିକୁ ଧାନ ନେଇ ବିକ୍ରି କରୁଥିବା ବେଳେ  ଅନେକ ଚାଷୀଙ୍କ ଟୋକନ୍ ଆସିନି। ଫଳରେ ଚାଷୀ ଅମଳ ଧାନକୁ ଖଳା ମୁଣ୍ଡରେ ପାଳି କରି ରାତିସାରା ଶୀତ କାକରରେ ଜଗି ରହୁଛନ୍ତି।

 

ପିପିଲି ତେଇଶିପୁରରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ପର୍ଯ୍ୟଟକଙ୍କ ଭ୍ୟାନ୍

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ତେଇଶିପୁରରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ପର୍ଯ୍ୟଟକଙ୍କ ଭ୍ୟାନ୍। ମଧ୍ୟପ୍ରଦେଶରୁ ପ୍ରାୟ ୧୩ ଜଣ ପର୍ଯ୍ୟଟକ ଏହି ଭ୍ୟାନରେ ପୁରୀ ଯାଉଥିବାବେଳେ ଭୋରରେ ଘଟିଛି ଦୁର୍ଘଟଣା।  ଦୁର୍ଘଟଣାରେ ପ୍ରାୟ ୭ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ମଙ୍ଗଳପୁର ମେଡିକାଲ ଓ ପରେ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଯାଇଛି। ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି।

ଅଗ୍ନିବୀରଙ୍କ ପାଇଁ ନୂଆ ନିୟମ ; ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ ନିଷେଧ

ନନ୍ଦିଘୋଷ ବ୍ୟୁରୋ : ଅଗ୍ନିବୀରଙ୍କ ପାଇଁ ନୂଆ ନିୟମ।ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ ନିଷେଧ।ଅଗ୍ନିବୀର ଯୋଜନା ଅଧୀନରେ ସେନାରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଯୁବକ ସ୍ଥାୟୀ ସୈନିକ ହେବାକୁ ଲକ୍ଷ୍ୟ ରଖିଥାନ୍ତି।ହେଲେ ଯୋଜନା ଅଧିନରେ ବିଭିନ୍ନ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିବୀରମାନେ ସ୍ଥାୟୀ ନିଯୁକ୍ତି ନପାଇବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ।ଯଦି ଜଣେ ଅଗ୍ନିବୀର ଏହି ପ୍ରକ୍ରିୟା ମଧ୍ୟରେ କିମ୍ବା ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ କରନ୍ତି, ତେବେ ସେମାନଙ୍କୁ ସ୍ଥାୟୀ ସେବା ପାଇଁ ଅଯୋଗ୍ୟ ବିବେଚନା କରାଯିବ। ଏପରି ଅଗ୍ନିବୀରମାନେ ସ୍ଥାୟୀ ସେବା ପାଇଁ ଆବେଦନ କରିପାରିବେ ନାହିଁ କିମ୍ବା ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ। ସ୍ଥାୟୀ ନିଯୁକ୍ତି ପାଇବା ପରେ ହିଁ ବିବାହ କରିପାରିବେ। ୪ ବର୍ଷର ସେବା ସମାପ୍ତ କରିବା ପରେ, ଅଗ୍ନିବୀରମାନେ ସମ୍ପୂର୍ଣ୍ଣ ସ୍ଥାୟୀକରଣ ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୪ରୁ ୬ ମାସ ସମୟ ପାଇବେ।

ବାରମୁଲା ଜଙ୍ଗଲରେ ଆତଙ୍କୀ ଆଡ୍ଡା ଠାବ ; ସ୍ଥାନୀୟ ପୋଲିସ, CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ସଫଳତା

ନନ୍ଦିଘୋଷ ବ୍ୟୁରୋ : ବାରମୁଲା ଜଙ୍ଗଲରେ ଆତଙ୍କୀ ଆଡ୍ଡା ଠାବ। ସ୍ଥାନୀୟ ପୋଲିସ, CRPF 53 ବାଟାଲିୟନ, 46 ରାଷ୍ଟ୍ରୀୟ ରାଇଫଲ୍ସ, AST ଏବଂ ବୋମା ନିଷ୍କ୍ରିୟକାରୀ ଦଳ ସହିତ ମିଳିତ ଭାବରେ ଏକ ସର୍ଚ୍ଚ ଅପରେସନ୍ ବେଳେ ଠାବ ହୋଇଛି ଆତଙ୍କୀଙ୍କ ଏହି ଠିକଣା। ଗୁପ୍ତ ସୂଚନା ଆଧାରରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା।ଏକ ଗୁପ୍ତ ସୁଡଙ୍ଗ କରି ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲେ ଆତଙ୍କୀ। ଏହାକୁ ଠାବ କରି ନଷ୍ଟ କରାଯାଇଛି। ତେବେ ସେନାକୁ ଦେଖି ଆତଙ୍କବାଦୀମାନେ ଚମ୍ପଟ ମାରିଛନ୍ତି। ସୁରକ୍ଷା ବାହିନୀ ସେହି ଆଡ୍ଡାରୁ ୨୪ଟି କଳଙ୍କିତ AK-47 ଗୁଳି, ଦୁଇଟି ହାତ ଗ୍ରେନେଡ୍, ଏକ 3-ଲିଟର ଷ୍ଟିଲ୍ କଣ୍ଟେନର ଠାବ କରିଛନ୍ତି।କିଛି ଔଷଧ ମଧ୍ୟ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାମଗ୍ରୀ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଏହି ସ୍ଥାନଟି ବହୁ ଦିନ ଧରି ବ୍ୟବହୃତ ହେଉଥିଲା।