spot_img
Home Blog Page 6989

ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଝଟକା, କର୍କଟ ରୋଗରେ ପୀଡିତ ଅଭିନେତ୍ରୀଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଲଗାତାର ଖରାପ ଖବର ଶୁଣିବାକୁ ମିଳୁଛି । ସୁଶାନ୍ତ ସିଂ ରାଜପୁତଙ୍କ ପରେ ଏବେ ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ଦେହାନ୍ତ ହୋଇଛି। ବାସ୍ତବରେ ଅଭିନେତ୍ରୀ ଦିବ୍ୟା ଚୌକସେ ଗତ କିଛି ବର୍ଷ ଧରି କର୍କଟ ରୋଗ ସହ ଲଢୁଥିଲେ। କିନ୍ତୁ ସେ ଏହି ଯୁଦ୍ଧରେ ହାରିଗଲେ । ମାତ୍ର ୨୮ ବର୍ଷ ବୟସରେ କ୍ୟାନ୍ସର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଦିବ୍ୟାଙ୍କ ସମ୍ପର୍କୀୟ ଭଉଣୀ ମୃତ୍ୟୁ ବିଷୟରେ ଫେସବୁକ୍ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଦିବ୍ୟାଙ୍କ ଭଉଣୀ ସୌମ୍ୟା ଭର୍ମା ଫେସବୁକରେ ଏକ ପୋଷ୍ଟ ଲେଖି ଦୁଃଖ ପ୍ରକାଶ କରିଛନ୍ତି । ଏକ ଫେସବୁକ୍ ପୋଷ୍ଟରେ ସେ ଲେଖିଛନ୍ତି ଯେ, “ତାଙ୍କ ଭଉଣୀ ଦିବ୍ୟା ଚୌକସେଙ୍କର କର୍କଟ ରୋଗ ହେତୁ ଖୁବ କମ୍ ବୟସରେ ଦେହାନ୍ତ ହୋଇଛି। ସେ ଲଣ୍ଡନରୁ ଏକ ଆକଟିଂ କୋର୍ସ କରିଥିଲେ । ଦିବ୍ୟା ଜଣେ ବହୁତ ଭଲ ମଡେଲ ଥିଲେ, ସେ ଅନେକ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଥିଲେ। ଆଜି ସେ ସମସ୍ତଙ୍କୁ ଛାଡି ଚାଲିଗଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି ସୌମ୍ୟା ।

ମୃତ୍ୟୁ ପୂର୍ବରୁ ଦିବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଷ କାହାଣୀ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ଏବେ ସେ ଦୁନିଆ ଛାଡି ଯାଉଛନ୍ତି । ଏହା ସହିତ, ଦିବ୍ୟା ଲେଖିଛନ୍ତି – ସେ ଯାହା କହିବାକୁ ଚାହୁଁଛନ୍ତି ତାହା ଶବ୍ଦ ପ୍ରକାଶ କରିପାରିବ ନାହିଁ । ଗତ ମାସରୁ ସେ ଅନେକ ମେସେଜ୍ ପାଇ ସାରିଛନ୍ତି । ସେ ଲେଖିଛନ୍ତି ଯେ, କେବଳ ଭଗବାନ ଜାଣନ୍ତି ଯେ ସେ ତାଙ୍କର ସବୁ ଫ୍ୟାନ୍ସ ଓ ଦର୍ଶକଙ୍କୁ କେତେ ଭଲ ପାଆନ୍ତି ।

ଅଭିନେତ୍ରୀ ଦିବ୍ୟା ଦିବ୍ୟା ଚୌକସେ ୨୦୧୧ ମସିହାରେ ମିସ୍ ୟୁନିଭର୍ସ ଇଣ୍ଡିଆ ପୁରସ୍କାର ପାଇଥିଲେ। ଏହା ପରେ ସେ କିଛି ମ୍ୟୁଜିକ୍ ଭିଡିଓ ଏବଂ ଟିଭି ଶୋ’ରେ କାମ କରିଥିଲେ । ୨୦୧୬ ମସିହାରେ ଦିବ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅପନା ଦିଲ୍ ତୋ ଆୱାରା’ ରିଲିଜ ହୋଇଥିଲା । ନିର୍ଦ୍ଦେଶକ ମଞ୍ଜୟ ମୁଖାର୍ଜୀଙ୍କ ଅନୁସାରେ ଏହି ଅଭିନେତ୍ରୀ ନିଜ ସହର ଭୋପାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁଖାର୍ଜୀ କହିଛନ୍ତି, ପାଖାପାଖି ଦେଢ଼ ବର୍ଷ ଧରି ସେ କର୍କଟ ରୋଗ ସହ ଲଢୁଥିଲେ। ସେ ସୁସ୍ଥ ହୋଇଯାଇଥିଲେ, ମାତ୍ର କିଛି ମାସ ପରେ ପୁଣିଥରେ କର୍କଟରେ କଷ୍ଟ ପାଇଥିଲେ । କିନ୍ତୁ ଏଥର ସେ ସୁସ୍ଥ ହୋଇପାରିଲେ ନାହିଁ।

ଜୁଲାଇ ୩୧ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ… ଖୁବ୍‌ ଶୀଘ୍ର ଘୋଷଣା ହେବ ତାରିଖ

ଭୁବନେଶ୍ୱର: କରୋନା ଯୋଗୁଁ ସ୍କୁଲ, କଲେଜରେ ଏବେ ଅନଲାଇନ୍ ଚାଲିଛି ପାଠପଢା  । ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା ନେଇ ଅନେକ ସମସ୍ୟା ଆସିଥିଲା । ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାତା ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା । କରୋନା ପାଇଁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ବାତିଲ ହେବା ପରେ ଶେଷରେ ଏବେ ମୂଲ୍ୟାୟନ ସରିଛି । ଏବଂ ମାଟ୍ରିକ ଫଳାଫଳ ପ୍ରକାଶ ପାଇବା ନେଇ ଆଜି ଘୋଷଣା କରାଯାଇଛି ।

ରାଜ୍ୟରେ ଜୁଲାଇ ମାସ ୩୧ ତାରିଖ ମଧ୍ୟରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇବ । ଏବେ ମାଟ୍ରିକ ଖାତା ଦେଖା ସରିଥିବା ନେଇ ସୂଚନା ଦିଆଯାଇଛି । ଖାତା ଦେଖା ସରି ଏବେ ଟାବୁଲେସନ ଚାଲିଛି । ତେବେ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି  ।

କିନ୍ତୁ ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ସମସ୍ୟା ରହୁଛି । ୨୦ଟି ଜିଲ୍ଲାରେ ସଟଡାଉନ୍ ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନାହାଁନ୍ତି । ତେବେ ଶୀଘ୍ର ଯୁକ୍ତଦୁଇ ଖାତା ମୂଲ୍ୟାୟନ ସାରି ପରୀକ୍ଷାଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

(ଭୁବନେଶ୍ୱରରୁ ପ୍ରିୟପ୍ରିତମ ମହାନ୍ତି)

ବଚ୍ଚନ ପରିବାରଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍ କଲେ ବିବେକ ଓବରୟ

ମୁମ୍ବାଇ: ବଚ୍ଚନ ପରିବାରର ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଭଳି ସମୟରେ ପୁରା ଦେଶ ବଚ୍ଚନ ପରିବାର ସହ ଛିଡା ହୋଇଛନ୍ତି । ବିବେକ ଓବରୟ ମଧ୍ୟ ଐଶର୍ଯ୍ୟାଙ୍କ ସହ ପୁରା ବଚ୍ଚନ ପରିବାରର ଆଶୁ ଆରୋଗ୍ୟ କାମନା କରିଛନ୍ତ । ଏନେଇ ସେ ଟ୍ୱିଟ୍ କରିଛନ୍ତି ।  ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ସିନିୟର ବଚ୍ଚନ ଓ ଜୁନିୟର ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ ।

ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହି  ଖବର ପରେ ଦେଶର ବିଭିନ୍ନ ସ୍ଥାନରୁ ବଚ୍ଚନ ପରିବାର ପାଇଁ ଆଶ୍ୱାସନା ବାର୍ତ୍ତା ଆସୁଛି । ବିବେକ ଓବରୟ ମଧ୍ୟ ଐଶ୍ୱର୍ଯ୍ୟା ରାୟଙ୍କ ସମେତ ସମଗ୍ର ବଚ୍ଚନ ପରିବାରର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ବିବେକ ତାଙ୍କର ପ୍ରଥମ ଟ୍ୱିଟରେ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି,  ‘ମୁଁ ସିନିୟର ବଚ୍ଚନ ଏବଂ ଜୁନିଅର ବଚ୍ଚନଙ୍କୁ ଶୀଘ୍ର ସୁସ୍ଥ ହେବାପାଇଁ କାମନା କରୁଛି । ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ । ଶୀଘ୍ର ଭଲ ହୁଅନ୍ତୁ । ଯତ୍ନ ନିଅନ୍ତୁ । ଏହା ପରେ, ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କର କରୋନା ପଜିଟିଭ୍ ହେବାର ଖବର ଆସିଲା, ବିବେକ ପୁଣି ଥରେ ଟ୍ୱିଟ୍ କରି କହିଛନ୍ତି – ‘ତୁମ ପରିବାରର ସମସ୍ତେ ଶୀଘ୍ର ସୁସ୍ଥ ହେବାପାଇଁ ଆମ ପ୍ରାର୍ଥନା’  ।

ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ଅମିତାଭ ବଚ୍ଚନଙ୍କୁ ପଠାଇଛନ୍ତି ବାର୍ତ୍ତା

ବିବେକଙ୍କ ପୂର୍ବରୁ ବଚ୍ଚନ ପରିବାରର ଶୀଘ୍ର ଆରୋଗ୍ୟ କାମନା କରି ବଲିଉଡର ଅନେକ ସେଲିବ୍ରିଟି ବାର୍ତ୍ତା ପଠାଇଥିଲେ । ରବିନା ଟଣ୍ଡନ୍, ଅନିଲ କପୁର, ହନସଲ ମେହେଟ୍ଟା, ତାପସୀ ପନ୍ନୁ, ମହେଶ ବାବୁ, ମନୋଜ ବାଜପେୟୀ, ସୋନୁ ସୁଦ, ଭୁମି ପାଦେନକର, ରାଜକୁମାର ରାଓ, ଅନୁପମ ଖେରଙ୍କ ସହ ଅନେକ ସେଲିବ୍ରିଟି ଆଶ୍ୱାସନା ବାର୍ତ୍ତା ଦେଇଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଅଲି ମଧ୍ୟ ଅମିତାଭ ଏବଂ ଅଭିଷେକଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

 

 

ବିଜେପି ବିଧାୟକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତୃଣମୂଳ କଂଗ୍ରେସ: ରାହୁଲ ସିହ୍ନା

କୋଲକାତା: ସୋମବାର ସକାଳେ ଭାରତୀୟ ଜନତା ପାର୍ଟିର ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ମୃତ୍ୟୁ ହୋଇଛି । ଉତ୍ତର ବଙ୍ଗଳାର ଉତ୍ତର ଦିନାଜପୁରସ୍ଥିତ ନିଜ ଘର ନିକଟରେ ବିଧାୟକଙ୍କ ମୃତଦେହ ମିଳିଛି । ବିଜେପି ବିଧାୟକଙ୍କ ମୃତଦେହ ହେମତାବାଦର ବିନ୍ଦଲରେ ତାଙ୍କ ଘର ନିକଟରେ ଥିବା ଏକ ଦୋକାନର ବାଲକୋନୀରେ ଝୁଲୁଥିବାର ଦେଖିବାକୁ ମିଳିଛି । ପରିବାର ସଦସ୍ୟ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ଏଥିସହ ବିଜେପି ନେତା ରାହୁଲ ସିହ୍ନା ଟିଏମସି ହତ୍ୟା କରିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ ବିଧାୟକଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ କାହାକୁ ବି ଗିରଫ କରାଯାଇ ନାହିଁ । ସ୍ଥାନୀୟ ଲୋକମାନେ ବିଜେପି ବିଧାୟକଙ୍କୁ ହତ୍ୟା କରି ତାଙ୍କ ଶବକୁ ଦୋକାନରେ ଟଙ୍ଗାଯାଇଥିବା ଅଭିଯୋଗ କରିଛନ୍ତି ।

ବିଜେପି ନେତା ରାହୁଲ ସିହ୍ନା ବିଧାୟକଙ୍କ ଶବ ମିଳିବା ପରେ କହିଛନ୍ତି ଯେ, ‘ହେମଟାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କଂଗ୍ରେସ ବଧାୟକଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ କରିଛନ୍ତି । ହତ୍ୟା ପଛରେ ଥିବା ସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି । ‘ ଦେବେନ୍ଦ୍ର ନାଥ ୨୦୧୬ ସିପିଆଇଏମଙ୍କ ଟିକେଟରେ ଉତ୍ତର ଦିନାଜପୁର ଜିଲ୍ଲାର ହେମଟାବାଦ ବିଧାନସଭା ଆସନ ଜିତିଥିଲେ, କିନ୍ତୁ ପରେ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ।

ଡାକ୍ତରଖାନା ବାରଣ୍ଡାରେ ଗଲା ଶିଶୁର ଜୀବନ… ମୋଟରସାଇକେଲରେ ବୁହା ହେଲା ସାତ ବର୍ଷ ଶିଶୁର ମୃତଦେହ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଡାକ୍ତରଖାନା ବାରଣ୍ଡାରେ ସାତ ବର୍ଷ ଶିଶୁର ଜୀବନ ଯାଇଛି। ପରିବାର ଲୋକେ ମୋଟରସାଇକେଲରେ ଘରକୁ ମୃତଦେହ ନେଲେ । ସୂଚନାଯୋଗ୍ୟ ଯେ, ଗତକାଲି ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ଗାଁର ସୁନା ନାୟକଙ୍କ ୭ ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ  । ହେଲେ ରାଇକିଆ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଗାଁ ପର୍ଯ୍ୟନ୍ତ ପହଁଚି ନଥିଲା । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାଡାନସୁଗା ଘାଟି ପର୍ଯ୍ୟନ୍ତ ୩ କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ । ପ୍ରାଥମିକ ଚିକିତ୍ସାପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ରେଫର କରାଯାଇଥିଲା । କିନ୍ତୁ ଫୁଲବାଣୀ ଯିବା ପାଇଁ ଡାକ୍ତରଖାନା ପକ୍ଷରୁ କୌଣଶି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।

https://www.facebook.com/NandighoshaTV/videos/688774648428977/

ସେପଟେ ପରିବାର ଲୋକେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପୂର୍ବରୁ ଡାକ୍ତରଖାନା ବାରଣ୍ଡାରେ ଶିଶୁଟିର ଜୀବନ ଚାଲିଯାଇଥିଲା । ଏହାପରେ ମଧ୍ୟ ଡାକ୍ତରଖାନା ପକ୍ଷରୁ ମୃତଦେହ ନେବାପାଇଁ କୌଣଶି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ଏକ ବାଇକ ଯୋଗେ ଶିଶୁର ମୃତଦେହକୁ ଘରକୁ ଆଣିଲେ ପରିବାର ଲୋକେ । ତେବେ ପରିବାର ଲୋକେ ଆମ୍ବୁଲାନ୍ସ ସେବା ନିଳିନଥିବା ନେଇ ଅଭିଯୋଗ କରିଛନ୍ତି ।

 

(ପ୍ରତିନିଧି- ବିପ୍ର ଚରଣ ସାହୁ)

ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ, ସଂକ୍ରମଣରେ ଟପ୍ ୫ରେ ରହିଛି ଏହି ସବୁ ରାଜ୍ୟ…

ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି । ନିଜର ଭୟଙ୍କର ରୂପ ଦେଖାଇ ଦେଶକୁ ଗ୍ରାସ କରିବାରେ ଲାଗିଛି କରୋନା ମହାମାରୀ । ଆଜି ବିଶ୍ୱରେ ସର୍ବାଧିକ ସଂଖ୍ୟକ ମାମଲା ଆମେରିକା ପରେ ଭାରତରୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ନଅ ଲକ୍ଷରେ ପାଖରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮ ଲକ୍ଷ ୭୮ ହଜାର ୨୫୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୨୩,୧୭୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଲକ୍ଷ ୫୩ ହଜାର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୨୮ ହଜାର ୭୦୧ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିଭଳି ୫୦୦ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୩,୪୧୩,୯୩୬ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୧,୮୬୬,୧୭୬ଜଣ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲାରେ ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁସାରେ, ଏହି ସମୟରେ ଦେଶରେ ୩ ଲକ୍ଷ କରୋନା ଆକ୍ରାନ୍ତ ସକ୍ରିୟ ରହିଥନ୍ତି । ଏମଧ୍ୟରୁ ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ୧ ଲକ୍ଷ ୩ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଆଉ ୬୧୬ ପଜିଟିଭ୍ ଚିହ୍ନଟ, କରୋନା ନେଲା ଆଉ ୬ ମୁଣ୍ଡ … ଗଞ୍ଜାମରୁ ୪, କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ମୃତ

ରାଜ୍ୟରେ ଆଉ ୬୧୬ ପଜିଟିଭ୍ ଚିହ୍ନଟ, କରୋନା ନେଲା ଆଉ ୬ ମୁଣ୍ଡ … ଗଞ୍ଜାମରୁ ୪, କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ମୃତ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡନେଲା କରୋନା । ଦିନକୁ ଦିନ ସଂକ୍ରମିତଙ୍କ ଧାରାରେ ବଢୁଛି ମୃତକଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୬୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଏବଂ ଆଜି ୬ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଳିଛି ।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ଗତକାଲି ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକ ସମସ୍ତେ ଗଞ୍ଜାମ ଜିଲ୍ଲାର ଥିଲେ । ସେହିଭଳି ଆଜି ଆଉ ୬ଜଣ କରୋନା ରୋଗୀଙ୍କ ମଧ୍ୟରୁ ୪ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ସେହିଭଳି କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ କରେନା ଆକ୍ରାନଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୯ବର୍ଷିୟ ପୁରୁଷ ଯିଏ କି ମଧୁମେହ ରୋଗରେ ପିଡୀତ ଥିଲେ । ଏବଂ ୨ୟ ଜଣଙ୍କ ହେଉଛନ୍ତି ୬୩ ବର୍ଷିୟ ପୁରୁଷ ।  ଆଉ ଦୁଇ ଜଣ ହେଉଛନ୍ତି ୭୨ବର୍ଷିୟ ପୁରୁଷ ଓ ୪୫ବର୍ଷିୟ ପୁରୁଷ ଏମାନେ ପୂର୍ବରୁ ମଧୁମେୟ ରୋଗରେ ପୀଡ଼ିତଥିବା ଜଣାପଡ଼ିଛି । ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ସମୁଦାୟ ୬୧୬ଜଣ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୨୦୧ଜଣ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧୪୭ରେ ପହଞ୍ଚିଛି ।

ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ… ମୋଟ୍ ସଂକ୍ରମିତ ସଂଖ୍ୟା ୧୩,୭୩୭ କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୩ ଜିଲ୍ଲାରୁ ଆଉ ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୫ ଜଣ ଓ ଲୋକାଲ୍ କେସ୍ ୨୦୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩୭୩୭କୁ ବୃଦ୍ଧି ପାଇଛି ।

ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ସହ ଖୋର୍ଦ୍ଧାରୁ ୨୯, କଟକ ୨୩, ଯାଜପୁରରୁ ୧୭, ସୁନ୍ଦରଗଡରୁ ୫, ଗଜପତି, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ, ବାଲେଶ୍ୱରଜରୁ ୨୭, ଜଗତସିଂହପୁରରୁ ୧୮, ମୟୂରଭଞ୍ଜରୁ ୧୩, କେନ୍ଦୁଝରରୁ ୨୩, ଭଦ୍ରକ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, ବରଗଡରୁ ୩୧, କନ୍ଧମାଳରୁ ୬, କୋରାପୁଟରୁ ୫୦, ମାଲକାନଗିରି ୧୪, ଝାରସୁଗୁଡାରୁ ୧୧, ଅନୁଗୁଳରୁ ୭, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୭, ନୂଆପଡାରୁ ୫ ଜଣ ଚିହ୍ନଟ କହୋଇଛନ୍ତି ।

https://www.youtube.com/watch?v=eJQD9dfNpHo&feature=youtu.be

ଏଥିସହିତ ରାଜ୍ୟରେ ୪୮୯୬ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୮୭୫୦କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଯୋଗୁଁ ୭୦ ଜଣ ପ୍ରାଣ ହରାଇଛନ୍ତି ।

ବାଲେଶ୍ୱର ଆରଟିଓ ଅଫିସ ଓ ପରିବାର ସେବା କ୍ଲିନିକ ସିଲ୍…

ବାଲେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ବାଲେଶ୍ୱରରେ ଆରଟିଓ ଅଫିସ ସିଲ୍ କରାଯାଇଛି ବାଲେଶ୍ୱର ଆରଟିଓ ଅଫିସରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଅଫିସ୍ ର ଅନ୍ୟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୧୪ଦିନ ପାଇଁ ପରିବାର ସେବା କ୍ଲିନିକ ମଧ୍ୟ ସିଲ୍ କରାଯାଇଛି । ସମ୍ପୃକ୍ତ କ୍ଲିନିକର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ।

ଚିହ୍ନଟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଆବଶ୍ୟକ ହେଲେ ସିଲ୍ ଅବଧି ବଢ଼ାଯାଇପାରେ ବୋଲି କୁହାଯାଇଛି । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରିବାର ସେବା କ୍ଲିନିକରେ କିଛି ନିୟମ ମାନୁନଥିବା ନେଇ ଅଭିଯୋଗ ହେଇଛି । କ୍ଲିନିକ୍ ରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପରି କୋଭିଡ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

https://www.youtube.com/watch?v=pwVXE2Z9jeY&feature=youtu.be

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ ୨.୦ ପର୍ଯ୍ୟାୟରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରତି ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି । ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି ।