ମାଲକାନଗିରି ପୋଲିସକୁ ପୁଣି ସଫଳତା, ମାଟି ତଳୁ ଉଦ୍ଧାର ହେଲା ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର

1 min read
maoist

ମାଲକାନଗିରି: ମାଲକାନଗିରି ପୋଲିସକୁ ପୁଣି ସଫଳତା । ମାଓବାଦୀଙ୍କ ଦ୍ଵାରା ବ୍ୟବହାର ହେଉଥିବା ଲେଜି ଗୁଳି, ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । କାଲିମେଳା ଥାନା ଅନ୍ତର୍ଗତ କୁରୁବ ସୁଧାକୋଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଉଦ୍ଧାର ହୋଇଛି ଏହି ସାମଗ୍ରୀ । DVF ଓ BSFର ମିଳିତ ଅପରେସନ ବେଳେ ମିଳିଥିଲା ଏହି ସଫଳତା । ଏହି ସବୁ ସାମଗ୍ରୀ ଜଙ୍ଗଲ ମଧ୍ୟରେ ଲୁଚେଇ ରଖାଯାଇଥିଲା । ମାଓବାଦୀଙ୍କ ନିଜ ବ୍ୟବହାର ପାଇଁ ଏହା ଲୁଚାଇ ରଖିଥିଲେ ବୋଲି କହିଛନ୍ତି ମାଲକାନଗିରି ଏସ୍‌ପି ।

maoist

କୁରୁବ ଓ ସୁଧାକୋଣ୍ଡା ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ସୋମବାର ଡିଭିଏଫ୍‌ ଓ ବିଏସଏଫ ଯବାନ୍ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ । ଅପରେସନ୍‌ ବେଳେ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଘଟଣାସ୍ଥଳରୁ ୧୨ ଅଫୁଟା ବୋମା, ୯୩ଟି ଡିଟୋନେଟର, ୨ଟି ଗ୍ୟାସ୍‌ ସିଲିଣ୍ଡର, ୧ ଲେଦ୍ ମେସିନ୍‌, ୧ କାର୍ବାଇଡ୍‌ ଗ୍ୟାସ୍‌ ୱେଲଡିଂ ସିଲିଣ୍ଡର, ଲେଦ୍‌ ମେସିନ୍‌ ଆସେସୋରିଜ୍‌, ଲୁହା ସ୍କ୍ରାପ୍‌ ସାମଗ୍ରୀ ଉଦ୍ଧାର ହୋଇଛି । ଠାବ ହୋଇଥିବା  ମାଓବାଦୀଙ୍କ ଏହି ବନ୍ଧୁକ ତିଆରି କାରଖାନାରେ ବେଆଇନ ଭାବେ ମାଓବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତିଆରି ଓ ମରାମତି ହେଉଥିବା ମାଲକାନଗିରି ଏସପିଙ୍କ ସୂତ୍ରରୁ ପ୍ରକାଶ ।

Leave a Reply