ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆନ୍ର ତୁର୍କୱାନଗ୍ରାମରେ ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି ।
ଖାଇବା ଭାତରେ ବିଷ ଦେଲେ ପରିବାରର ମୁଖ୍ୟ । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପତ୍ନୀ, ପୁଅ, ପୁତୁରା ଓ ୨ ଝିଅ ଗୁରୁତର । ୫ ଜଣ ମେଡିକାଲରେ ଭର୍ତ୍ତି ।
ଖାଇବା ଭାତରେ ବିଷ ଦେଲେ ପରିବାରର ମୁଖ୍ୟ । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପତ୍ନୀ, ପୁଅ, ପୁତୁରା ଓ ୨ ଝିଅ ଗୁରୁତର । ୫ ଜଣ ମେଡିକାଲରେ ଭର୍ତ୍ତି ।
ଘରଘର ବୁଲି କରୋନା ଟେଷ୍ଟ କରୁଛନ୍ତି ଆଶାଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ସମସ୍ତଙ୍କ ପରୀକ୍ଷା ବାଧ୍ୟତାମୂଳକ । ଜୁଲାଇ ୩୧ ଯାଏଁ ଚାଲିବ ଅଭିଯାନ । ବିଶେଷଜ୍ଞ କହିଲେ, ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ।
ଘରଘର ବୁଲି କରୋନା ଟେଷ୍ଟ କରୁଛନ୍ତି ଆଶାଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ସମସ୍ତଙ୍କ ପରୀକ୍ଷା ବାଧ୍ୟତାମୂଳକ । ଜୁଲାଇ ୩୧ ଯାଏଁ ଚାଲିବ ଅଭିଯାନ । ବିଶେଷଜ୍ଞ କହିଲେ, ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ।
ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୬୬୭ କରୋନା ସଂକ୍ରମିତ । ୩୮୦ ମୃତ, ୯ ହଜାର ୯୦୦କୁ ବଢିଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ପାର । ୫୨ ପ୍ରତିଶତରୁ ଅଧିକ ସୁସ୍ଥ ।
ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୬୬୭ କରୋନା ସଂକ୍ରମିତ । ୩୮୦ ମୃତ, ୯ ହଜାର ୯୦୦କୁ ବଢିଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ପାର । ୫୨ ପ୍ରତିଶତରୁ ଅଧିକ ସୁସ୍ଥ ।
ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ସଂକ୍ରମିତ ସଂଖ୍ୟା ୪ହଜାର ୧୬୩କୁ ବୃଦ୍ଧି । ମାଲକାନଗିରିରୁ ସର୍ବାଧିକ ୨୧ ଆକ୍ରାନ୍ତ । କୋଭିଡ୍ ଫାଶରେ ପଶ୍ଚିମବଙ୍ଗ ଫେରନ୍ତା ୧୬ ଅଗ୍ନିଶମ କର୍ମଚାରୀ ।
ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ସଂକ୍ରମିତ ସଂଖ୍ୟା ୪ହଜାର ୧୬୩କୁ ବୃଦ୍ଧି । ମାଲକାନଗିରିରୁ ସର୍ବାଧିକ ୨୧ ଆକ୍ରାନ୍ତ । କୋଭିଡ୍ ଫାଶରେ ପଶ୍ଚିମବଙ୍ଗ ଫେରନ୍ତା ୧୬ ଅଗ୍ନିଶମ କର୍ମଚାରୀ ।
୨୪ ଘଣ୍ଚାରେ ୧୦୮ ନୂଆ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୮ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଗତକାଲି ୧୪୬ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୦୮ ସଂକ୍ରମିତଙ୍କ ମଧ୍ୟରୁ ୯୫ ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ଟି ସ୍ଥାନୀୟ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୬୩ରେ ପହଞ୍ଚିଛି ।
COVID-19 REPORT FOR 15th JUNE
New positive cases: 108
In quarantine: 95
Local contacts: 13(Details of local contacts will be shared by concerned District Administration)
District wise cases
1. Malkangiri: 21
2. Keonjhar: 5
3. Khordha: 7
4. Kendrapada: 9
5. Angul: 1— I & PR Department, Odisha (@IPR_Odisha) June 16, 2020
ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୧୬ଜଣ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୫, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୯ଜଣ ଲେଖାଏଁ, ଗଞ୍ଜାମରୁ ୮, ଖେର୍ଦ୍ଧା ଓ ଗଜପତିରୁ ୭ ଲେଖାଏଁ , କେଉଁଝରରୁ ୫, ବାଲେଶ୍ୱରରୁ ୪, ସୁନ୍ଦରଗଡ଼ରୁ ୨ ଅନୁଗୁଳ, କଟକ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 146
Cumulative tested: 205501
Positive: 4163
Recovered: 2854
Active cases: 1295— I & PR Department, Odisha (@IPR_Odisha) June 16, 2020
ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏବଂ ଏବେ ସୁଦ୍ଧାରେ ରାଜ୍ୟରେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୧୨୯୫ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ପରିବାରର ୫ଜଣଙ୍କ ଦାନାରେ ବିଷ ଦେଲା ବାପା
ମାଲକାନଗିରି: ନିଶାରେ ମାତାଲ ହୋଇ ପରିବାରଙ୍କୁ ବିଷ ଦେଲା ବାପା । ଦାନାରେ ବିଷ ଦେଇ ମାରିବାକୁ ବାପାର ପ୍ରୟାସ । ଖାଇବା ଭାତରେ ବିଷ ଦେଇ ମାରିବାକୁ ପଛାଇଲାନି ବାପା । ତେବେ ନିଶାସକ୍ତ ଅବସ୍ଥାରେ ପରିବାରର ୫ଜଣଙ୍କୁ ବାପା ବିଷ ଦେଇଥିବା ସୂଚନା ମିଳିଛି । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଏଭଳି ଅଘଟଣ ଘଟିଛି ।

ନିଶାସକ୍ତ ଅବସ୍ଥାରେ ପୂରା ପରିବାରକୁ ମାରିବା ପାଇଁ ନରସିଂହ ମାଝୀ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରିବାରର ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନରସିଂହଙ୍କ ପତ୍ନୀ ପୂର୍ଣ୍ଣା ମାଝୀ, ୨ ଝିଅ ଗୌରୀ ଓ ସୁମିତ୍ରା, ପୁଅ ବାସୁଦେବ ଓ ପୁତୁରା ବନ୍ଧୁ ନାୟକ ଗୁରୁତର ହୋଇଛନ୍ତି । ଗାଁ ଲୋକେ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମେଡିକାଲ ପଠାଇଥିଲେ । ମାଥିଲି ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।
ଗୁଣି ସନ୍ଦେହରେ ବାପା-ଝିଅଙ୍କୁ ଗଛରେ ବାନ୍ଧି ପିଟିଲେ ସ୍ଥାନୀୟ ଲୋକ
ବାଲେଶ୍ୱର: ଏବେ ବି ଜୀବିତ ଅଛି ଅନ୍ଧବିଶ୍ୱାସ । ଗୁଣି କରିଥିବା ସନ୍ଦେହ କରି ବାପ-ଝିଅଙ୍କୁ ଦେଇଛନ୍ତି ନିର୍ଯାତନା । ଗୁଣି ସନ୍ଦେହରେ ବାଲେଶ୍ୱର ନୀଳଗିରି କାହାଳିଆ ପୋଖରୀ ସାହିରେ ଅଭାବନୀୟ ଘଟଣା। ବାପା-ଝିଅଙ୍କୁ ଗଛରେ ବାନ୍ଧି ପିଟିଲେ । କେବଳ ସେତିକିରେ ମନ ମାନିଲାନି ଯେ, ପ୍ରାୟଶ୍ଚିତ କରିବାକୁ ଗୋବର ପାଣି ପିଆଇଦେଲେ କିଛି ବ୍ୟକ୍ତି। ପୋଲିସରେ ଏତଲା ଦେବା ପରେ ୩ଜଣଙ୍କୁ ଅଟକ ରଖି ପୋଲିସ।

ଅଭିଯୋଗ ଅନୁସାରେ ପୋଖରୀସାହିର ପର୍ଶୁରାମ ବାରିକ ଗୁଣିଗାରେଡି କରି ପଡୋଶୀଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିଲା। ରାଗିଯାଇ ସ୍ଥାନୀୟ ୪ଜଣ ଲୋକ ପର୍ଶୁରାମଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିଥିଲେ । ୩ ଅଟକ ଅଭିଯ଼ୁକ୍ତ ବି ଥାନୋରଏତଲା ଦେଇଛନ୍ତି । ଜମି ଜମା ଗଣ୍ଡଗୋଳକୁ ନେଇ ଏପରି ଘଟିଥିବା ସେମାନେ କହିଛନ୍ତି। ପୋଲିସ ଘଟଣାର ଯାଞ୍ଚ କରୁଛି।
ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ଭାଉଜ ବି ବୁଜିଲେ ଆଖି
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ପ୍ରଶଂସକ ଏବଂ ବି ଟାଉନ୍ ରେ ଶୋକର ଛାୟା । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ତାଙ୍କ ପରିବାରର ଜଣେ ସଦସ୍ୟ ସୁଶାନ୍ତଙ୍କ ମୃତ୍ୟୁ ସହି ପାରିନପାରି ମୃତ୍ୟୁ ବରଣ କରିଛନ୍ତି । ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ । ଦିଅର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ଗତ କାଲି ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ତାଙ୍କ ଗ୍ରାମରେ ରହୁଥିବା ତାଙ୍କ ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ପୁର୍ନିଆ ଜିଲ୍ଲାର ମାଲଡିହା ଗାଁରେ ହୋଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଅବସାଦର ଶିକାର ହୋଇଥିଲେ। ସେ ଖାଇବା ପିଇବା ବନ୍ଦ କରିଦେଇଥିଲେ । ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସେପଟେ, ସୁଧା ଦେବୀଙ୍କ ମୃତ୍ୟୁ ଖବର ଆସିଥିଲା।

ପରିବାର ସଦସ୍ୟଙ୍କ କହିବା ଅନୁସାରେ, ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ, ଏବେ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ନିଧନ ହେତୁ ପରିବାରରେ ଯେମିତି କଳା ବାଦଲ ଛାଇଯାଇଛି । ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ କେହି ସହିପାରୁ ନାହାନ୍ତି ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରିଆ ଚକ୍ରୋବର୍ତ୍ତି, ଅରୂନ ଶୌରୀ, ବିବେକ ଓବରୟ ସମେତ ଅନ୍ୟ ଫିଲ୍ମ ତାରକାମାନେ ମଧ୍ୟ ସାମିଲ ଥିଲେ । ଏହା ସହ ସୁଶାନ୍ତଙ୍କ ପରିବାରରୁ ତାଙ୍କ ବାପା ଓ ପରିଜନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ପାଇଁ ଏହା ମାନିବା କଷ୍ଟକର ଥିଲା ଯେ, ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହିଁ ।
କଥାରେ ବିଭ୍ର।ନ୍ତ କରି ଝାମ୍ପିନେଲେ ସୁନା ଚେନ୍
ବାଲିଅନ୍ତା: ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଲକଡାଉନ ବେଳେ ବରିଷ୍ଠନାଗରିକଙ୍କୁ ଏକାକି ପାଇ ଲୁଟ କରୁଛନ୍ତି ଦୁର୍ବୃତ୍ତ । ଠିକଣା କିମ୍ବା ଭଲମନ୍ଦ ପଚାରିବା ବାହାନାରେ ଝାମ୍ପି ନେଉଛନ୍ତି ଚେନ୍ । ବାଲିଅନ୍ତା ଥାନା ପାଟଣାରେ ୫୫ ବର୍ଷିୟ ମୁରଲିଧର ପରିଡାଙ୍କୁ ସେହିପରି କଥାରେ ବିଭ୍ର।ନ୍ତ କରି ନିମିଷକେ ସୁନା ଚେନ୍ ଝାମ୍ପି ନେଇଥିଲେ ଲୁଟେରା । ସ୍ପିଡ୍ ବାଇକରେ ଆସି ୨ ଲୁଟେରା ଘଟାଇଛନ୍ତି ଏପରି କାଣ୍ଡ । ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

କିଛି ଦିନ ତଳେ ସମାନ ଢ଼ଙ୍ଗରେ ବାଲିଅନ୍ତା ଭିଙ୍ଗାରପୁର, ଡେରାସାହି, ପଦ୍ମପୁର ଓ ଗିରିଙ୍ଗୋରେ ଲୁଟ୍ ହୋଇଚାଲିଛି। ତେବେ ଲୁଟେରାଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇନି। ଲୁଟେରାଙ୍କୁ ପୋଲିସରେ ଦେଲେ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ଓ ବୋଲି ଆଇଆଇସି ଲୋକଙ୍କ ଆହ୍ଵାନ ଦେଇଛନ୍ତି।

