୨୦୧୬ ମସିହାରେ ବିବାହ କରିଥାନ୍ତେ ସୁଶାନ୍ତ ଓ ଅଙ୍କିତା, କାହିଁକି ହେଲା ବ୍ରେକଅପ୍?
ମୁମ୍ବାଇ: ୨୦୦୯ ମସିହାର ସବୁଠୁ ପପୁଲାର ଧାରାବାହିକ ପବିତ୍ର ରିସ୍ତାର ଚର୍ଚ୍ଚିତ କଳାକାର ମାନବ ଓ ଅର୍ଚ୍ଚନା ଆଜି ବି ଦର୍ଶକଙ୍କ ଦିଲ୍ ରେ ରାଜ କରନ୍ତି । କେବଳ ଧାରାବାହିକରେ ନୁହେଁ ସୁଶାନ୍ତ ଓ ଅଙ୍କିତା ରିଅଲ ଲାଇଫରେ ମଧ୍ୟ ରିଲେସନଶିପରେ ଥିଲେ । ଧାରାବାହିକ ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟ ପରସ୍ପରଙ୍କ ସହ ସାତ ଜନ୍ମ ଏକାଠି ରହିବେ ବୋଲି ସେମାନେ ଶପଥ ନେଇଥିଲେ ।

୨୦୧୬ ମସିହାରେ ଅଙ୍କିତା ଓ ସୁଶାନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ଫ୍ୟାନ୍ସ ମଧ୍ୟ ଏହା ଚାହୁଁଥିଲେ । ୨୦୦୯ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ପବିତ୍ର ରିସ୍ତା ଖୁବ ଶୀଘ୍ର ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲା । ମାନବ ଓ ଅର୍ଚ୍ଚନା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ । କିନ୍ତୁ ଉଭୟଙ୍କ ରିଲେସନଶିପକୁ କାହାର ନଜର ଲାଗିଯାଇଥିଲା । ୬ ବର୍ଷ ରିଲେସନଶିପରେ ରହିବା ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

୨୦୧୦-୨୦୧୧ ମସିହାରେ ଟିଭି ରିଆଲିଟି ଶୋ’ “ଝଲକ ଦିଖଲାଜାରେ” ସୁଶାନ୍ତ ପ୍ରତିଯୋଗୀତା ଭାବେ ଭାଗ ନେଇଥିଲେ । “ଝଲକ ଦିଖଲାଜା” ସେଟ୍ ରେ ସେ ନିଜ ଲେଡି ଲଭ୍ ଅଙ୍କିତାଙ୍କୁ ପ୍ରପୋଜ୍ କରିଥିଲେ । ଭାଲେଣ୍ଟାଇନ ଡେ ଦିନ ସେ ଅଙ୍କିତାଙ୍କୁ ନିଜ ପ୍ରେମ ଭାବନା ବିଷୟରେ ସେୟାର କରିଥିଲେ । ଉଭୟ ଲିଭ ଇନ୍ ରେ ମଧ୍ୟ ରହୁଥିଲେ । ସବୁକିଛି ଠିକ୍ ଚାଲୁଥିଲା । ହେଲେ ୨୦୧୬ ମସିହାରେ ଏକ ସାକ୍ଷାତକାରରେ ଦୁହିଁଙ୍କ ବ୍ରେକଅପ୍ ବିଷୟରେ ଖବର ଆସିଥିଲା । ଅଙ୍କିତା ନ୍ୟାଚୁରାଲ ଆର୍ଟିଷ୍ଟ ଥିଲେ । ସୁଶାନ୍ତଙ୍କ କହିବା ଅନୁସାରେ ଅଙ୍କିତା ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ ।

କିନ୍ତୁ ତାଙ୍କ କାମ ନେଇ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ । ସୁଶାନ୍ତ ବଲିଉଡରେ ପାଦ ଦେବା ପରେ ତାଙ୍କୁ ଶୁଧ ଦେଶୀ ରୋମାନ୍ସ ଫିଲ୍ମ ପାଇଁ ଅଫର ଆସିଥିଲା । ଫିଲ୍ମରେ ସୁଶାନ୍ତ ଓ ପରିନୀତିଙ୍କର ଏକ ଲିପ୍ ଲକ୍ ସିନ୍ ଥିଲା । ଏହି ସିନ୍ ଯୋଗୁଁ ଅଙ୍କିତା ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଅଙ୍କିତା ଷ୍ଟୁଡିଓ କ୍ୟାଣ୍ଟିନ୍ ରେ ଅଭିନେତାଙ୍କୁ ଚାପୁଡା ମାରିଥିଲେ । ପରିନୀତିଙ୍କୁ ନେଇ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଙ୍କିତାଙ୍କ କହିବା ଅନୁସାରେ ସେ ଜାଣିଥିଲେ ଯେ, ସୁଶାନ୍ତ ତାଙ୍କୁ ବହୁତ ଭଲ ପାଉଥିଲେ । ଅଙ୍କିତା ବହୁତ ଖୁସି ଥିଲେ ଯେ, ୬ ବର୍ଷ ଯାଏଁ ସୁଶାନ୍ତ କେବଳ ତାଙ୍କୁ ହିଁ ଭଲ ପାଉଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ପାଇଁ ଅଙ୍କିତାଙ୍କ ମନରେ ଇନସିକ୍ୟୋରିଟି ଆସିଥିଲା । ସୁଶାନ୍ତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସୁଶାନ୍ତ ନ୍ୟୁ ୟିଅରରେ ଅଙ୍କିତାଙ୍କୁ ଦୁବାଇ ଟ୍ରିପ୍ ରେ ମଧ୍ୟ ନେଇ ଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ସବୁକି୍ଛି ଠିକ୍ ଥିଲା । ସୁଶାନ୍ତ ଶୁଟିଂ ସେଟରେ ଥିବାବେଳେ ଅଙ୍କିତା ତାଙ୍କୁ କଲ କିମ୍ବା ମେସେଜ କରଦିଅନ୍ତି । ଅଙ୍କିତା ସୁଶାନ୍ତଙ୍କୁ ନେଇ ଧିରେ ଧିରେ ପଜେସିଭ୍ ହେବାକୁ ଲାଗିଥିଲେ । ସୁଶାନ୍ତ ମଧ୍ୟ ତାଙ୍କୁ ଚିଟ୍ କରୁନଥିଲେ । ସେ ଆଉ କାହା ସହ ମଧ୍ୟ ରିଲେସନଶିପରେ ନଥିଲେ । କିନ୍ତୁ ସେ ବାରମ୍ବାର ନିଜକୁ ଜଷ୍ଟିଫାଏ କରିପାରିବେନି ବୋଲି ମନା କରିଦେଇଥିଲେ ।

ସେତେବେଳେ ସୁଶାନ୍ତ ଏମଏସ୍ ଧୋନି ବାୟୋପିକ୍ ରେ କାମ କରୁଥିଲେ । ସୁଶାନ୍ତ କହିଥିଲେ ଯେ, ରିଲେସନଶିପରେ ଇନସିକ୍ୟୋରିଟି ଓ ପଜେସିଭନେସ ଆସିଲେ ସମ୍ପର୍କ ଖରାପ ହୋଇଯାଏ । ଏଥିପାଇଁ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ । ଅଙ୍କିତାଙ୍କ ଯିବା ପରେ ସୁଶାନ୍ତ ଭାଙ୍ଗିପଡିଥିଲେ । ସୁଶାନ୍ତ ନିଜ ମାଆଙ୍କ ପରଲୋକ ପରେ ଯେମିତି ଥିଲେ ଠିକ୍ ସେହିଭଳି ଅଙ୍କିତା ତାଙ୍କ ଲାଇଫରୁ ଯିବା ପରେ ସେ ବହୁତ କଷ୍ଟ ପାଇଥିଲେ । ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ମଧ୍ୟ ଅଙ୍କିତାଙ୍କୁ ମିସ୍ କରୁଥିଲେ । କାରଣ ସେ ଅଙ୍କିତାଙ୍କୁ ବହୁତ ପାଉଥିଲେ ।
ରଥଯାତ୍ରାକୁ ନେଇ ଜଫର ସରେଶବାଲାଙ୍କ ବିବାଦୀୟ ବୟାନ, ସେବାୟତଙ୍କୁ କହିଲେ ‘ବିନା ଟୋପିରେ ତବଲିଗି’
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସସର୍ତ୍ତ ଅନୁମତିରେ ଆୟୋଜିତ ରଥଯାତ୍ରାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଗଲାଣି । ପ୍ରଥମ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ହଂସଲ ମେହଟ୍ଟା ,ଏବେ ଜାଫର ସରେଶବାଲା ନିଜ ମନ୍ତବ୍ୟ ଦ୍ୱାରା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନସେଲର ଜଫର ସରେଶବାଲା ପୁରୀରେ ଆୟୋଜିତ ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି ।ତାଙ୍କରଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି ।
These are #Tablighi ‘s without Topi https://t.co/WNt2lMOx2E
— zafar sareshwala 🇮🇳 (@zafarsareshwala) June 23, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ୍ ଭାବେ ପରିଚିତ ଜଫର ସରେଶବାଲା ଅହମ୍ମଦାବାଦର ଜଣେ ବ୍ୟବସାୟୀ । ସେ ପୁରୀ ରଥଯାତ୍ରାର ଏକ ଭିଡିଓ ସେୟାର କରି ରଥ ଟାଣୁଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ରଥଯାତ୍ରାକୁ ନେଇ ଆଗରୁ ଅନୁମତି ଦେବାକୁ ମନା କରିଥିବା ସୁପ୍ରିମକୋର୍ଟ ସୋମବାର ଦିନ ସସର୍ତ୍ତ ଆୟୋଜନ ପାଇଁ ଅନୁମତି ଦେଇଥିଲେ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା ବନ୍ଦ କରିପାରିବେ ବୋଲି ମଧ୍ୟ କହିଥିଲେ ।
ସବୁ ସେବାୟତଙ୍କର ହୋଇଥିଲା କରୋନା ଟେଷ୍ଟ୍
ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ୍ ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତଙ୍କୁ ହିଁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଥିଲା । ଟେଷ୍ଟରୁ ଜଣେ ସେବାୟତଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା । ତାଙ୍କୁ ଯାତ୍ରାରେ ସାମିଲ ହେବାକୁ ପ୍ରଶାସନ ଅନୁମତି ଦେଇନଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାସ୍ ସରେଶବାଲା
ଗୁଜରାଟି ବ୍ୟବସାୟୀ ସରେଶବାଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର । ୨୦୧୪ ନିର୍ବାଚନ କାଳରେ ସେ ମୋଦିଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ୨୦୧୪ ନିର୍ବାଚନ ପ୍ରଚାରକାଳରେ ସେ ମୋଦିଙ୍କୁ ନେଇ ତିଆରି ହୋଇଥିବା ଗୋଟିଏ ଉର୍ଦ୍ଦୁ ୱେବସାଇଟ୍ ଲଂଚରେ ମଧ୍ୟ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥିଲେ ।
ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା
ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକସିନର ଦୁଇ ଡୋଜରେ ମିଳିବ ଜବରଦସ୍ତ ଇମ୍ୟୁନିଟି ପାୱାର
ବ୍ରିଟସ କମ୍ପାନୀ ଏଷ୍ଟ୍ରାଜେନକା ମାଧ୍ୟମରେ ଅକ୍ସଫୋର୍ଡର କରୋନା ଭାକସିନ ଏବେ ଭାରତରେ ମଧ୍ୟ ଉତ୍ପାଦନ ଆରମ୍ଭ ହୋଇସାରିଛି । ଏବେ ଏହି ଭ୍ୟାକସିନ ବିଷୟରେ ଭଲ ଖବର ଆସିଛି ଯେ, ଏହାର ବାସ ଦୁଇ ଡୋଜରେ ଆପଣଙ୍କ ଇମ୍ୟୁନିଟି ପାୱାର ବଢିଯିବ ।

ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ MMR ଟିକା ପରି ଅକ୍ସଫୋର୍ଡ କରୋନା ଟିକା AZD1222 ର ଦୁଇଟି ଡୋଜର ଆବଶ୍ୟକ ହୋଇପାରେ । ଘୁଷୁରିମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ସମୟରେ, ଏହା ଜଣାପଡିଛି ଯେ ବୁଷ୍ଟର୍ ଡୋଜ୍ ଏକ ଶକ୍ତିଶାଳୀ ପ୍ରତିରକ୍ଷା ସୃଷ୍ଟି କରିଥାଏ । ତଥାପି, ଏହି ଟିକା ପରୀକ୍ଷା ସମୟରେ ମଣିଷମାନଙ୍କୁ ଦିଆଯାଇସାରିଛି ଏବଂ ସକାରାତ୍ମକ ଫଳାଫଳ ବାହାରିଛି ।

ଅକ୍ସଫୋର୍ଡର କିଛି ବୈଜ୍ଞାନିକ ଆଶା ପ୍ରକଟ କରିଛନ୍ତି ଯେ ଅକ୍ଟୋବର ସୁଦ୍ଧା ଏହି ଟିକା ପ୍ରସ୍ତୁତ ହୋଇପାରେ। କରୋନା ର AZD1222 ଟିକା ଅନ୍ୟ ଭ୍ୟାକସିନ କ୍ୟାଣ୍ଡିଡେଟଙ୍କଠାରୁ ବହୁ ଆଗରେ ବିବେଚନା କରାଯାଏ । ଭାରତ ସମେତ ଅନେକ ଦେଶରେ ଏହାର ଉତ୍ପାଦନ ଆରମ୍ଭ ହୋଇସାରିଛି ।

ବୈଜ୍ଞାନିକ ଏବଂ ସରକାରଙ୍କ ଦ୍ୱାରା ଯେଉଁଦିନ AZD1222 ଭ୍ୟାକସିନକୁ ମଞ୍ଜୁରୀ ମିଳିବ, ତାପର ଠାରୁ ସାଧାରଣ ଜନତା ପାଇଁ ଏହା ଉପଲବ୍ଧ କରାଯିବା ସୂଚନା ରହିଛି । ଅନେକ ଦେଶରେ ଏହି ଭ୍ୟକସିନର ଉତ୍ପାଦନର ପ୍ରସ୍ତୁତି ବହୁ ସମୟରୁ ହୋଇଆସୁଛି ।

ଏଥିସହିତ ବ୍ରିଟେନ ସରକାର କହିଛନ୍ତି ଯେ କରୋନା ଟିକା ପ୍ରସ୍ତୁତ ହେବା ମାତ୍ରେ ସରକାରୀ ସ୍ୱାସ୍ଥ୍ୟ କର୍ମୀ, ସାମାଜିକ ସେବା କର୍ମଚାରୀ, ୫୦ ବର୍ଷରୁ ଅଧିକ ଲୋକ ଏବଂ ହୃଦୟ, କିଡନୀ ରୋଗୀ ଏହି ଟିକାକୁ ପ୍ରାଥମିକତା ଭିତ୍ତିରେ ପାଇବେ ।

ଆଷ୍ଟ୍ରାଜେନେକା କମ୍ପାନୀର ସିଇଓ କହିଛନ୍ତି ଯେ ୧୦,୦୦୦ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଉଛି। ସେ କହିଛନ୍ତି ଯେ ଲୋକମାନେ ଏହି ଟୀକାରୁ ଅତି କମରେ ଏକ ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ପାଇବେ।
ଆରମ୍ଭ ହେଲା ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ
ଭୁବନେଶ୍ୱର: କରୋନା କଟକଣାରେ ରକ୍ତଦାନ । ରକ୍ତଦାନ ମହତ କାର୍ଯ୍ୟ, ସେଥିପାଇଁ କରୋନା ସମୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉଛି । ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେହିଭଳି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଜୀବନ ବିନ୍ଦୁ କାର୍ଯ୍ୟରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଆଜିଠୁ ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ରହିଛି ଯେ, ରକ୍ତ ଅଭାବରୁ କୈାଣସି ରୋଗୀଙ୍କ ମୃତ୍ୟୁ ନହେଉ । କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି ।

ଗତ ତିନି ମାସ ମଧ୍ୟରେ ୧୭ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ୭ ଦିନର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକ କିଭଳି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେ ସେଥିପାଇଁ ଦଳ ଆହ୍ଵାନ ଦେଇଛି ।

