spot_img
Home Blog Page 6886

ଦେଶରେ ବିଗୁଡୁଛି କରୋନା ସ୍ଥିତି… ଦେଢ ଲକ୍ଷ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ପ୍ରଭାବ । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ମୃତ୍ୟୁ ସଂଖ୍ୟା କମିବାର ନା ନେଉନି । ଦୁଇ ମାସ ପରେ ବି ଦେଶରେ କରୋନାର ପ୍ରଭାବ ଜାରି ରହିଛି । ଗୋଟିଏ ଦିନରେ ୬, ୩୮୭ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଢ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ମୋଟ୍‌ ୧, ୫୧, ୭୬୭ ଜଣ ସଂକ୍ରମିତ ହୋଇଛନ୍ତି ।

ସେପଟେ ୪, ୩୩୭ ଜଣକ ଜୀବନ ନେଇଛି କରୋନା । ସେହିଭଳି ଦେଶରେ ପ୍ରାୟ ୮୩,୦୦୦ କେସ୍‌ ସକ୍ରିୟ ଥିବାବେଳେ ୬୪, ୪୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ଏବେ ଦେଶରେ କରୋନା ଆରୋଗ ହାର ୪୧. ୬୦ ପ୍ରତିଶତ ରହିଛି । ଗତ ମାର୍ଚ୍ଚ ମାସରେ ଏହି ହାର ଥିଲା ମାତ୍ର ୭.୧ ପ୍ରତିଶତ । ଦେଶରେ ମୃତ୍ୟୁ ହାର ୨.୮୭ ପ୍ରତିଶତ ରହିଛି । ଯାହାକି ଅନ୍ୟ ଦେଶ ତୁଳନାରେ ଢେର କମ ରହିଛି ।

ଓଡିଶାରେ ଗତକାଲି ୭୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୯୩ ରେ ପହଁଚିଛି । ସେପଟେ ଗତକାଲି ଗୋଟିଏ ଦିନରେ ମୋଟ ୭୯ ଜଣ ସୁସ୍ଥ ହେବାପରେ ମୋଟ ସୁସ୍ଥ ସଂଖ୍ୟା ୮୧୨ ରେ ପହଁଚିଛି। ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ୭୭୪ ରହିଛି। ରାଜ୍ୟରେ ମୋଟ ୨୯ ଟି ଜିଲ୍ଲାକୁ କରୋନା କାୟା ବିସ୍ତାର କରିସାରିଛି।

ଘରୋଇ ବସ୍‌ ମାଲିକ ସଂଘର ସୂଚନା, ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା

ଭୁବନେଶ୍ୱର: ଆଜି ଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ୍‌ । ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅପରିବର୍ତ୍ତିତ ରହିବ ବସ୍‌ଭଡ଼ା । ଭଡ଼ା ପୂର୍ବରୁ ଯାହା ଥିଲା ସେୟା ରହିବ । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ଆଜି ପ୍ରଥମ ପର୍ଯାୟରେ କିଛି ବସ ଚଳାଚଳ ଆରମ୍ଭ କରିବ ।

ସବୁ ବସ ଚଳାଚଳ ପାଇଁ ୧୦ ଦିନ ଲାଗିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୬ ମାସ ଟ୍ୟାକ୍ସ ଛାଡ ଦାବିରୁ ସରକାର ୩ ମାସ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାକିଥିବା ଦାବି ଉପରେ ଖୁବ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଯାତ୍ରା ସମୟରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ବସ୍‌କୁ ସାନିଟାଇଜ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେହିଭଳି ୨୬ ତାରିଖରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ରାଜ୍ୟ ସରକାରଙ୍କ ଅନୁମତିଚ ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମୋ ବସ୍ ସେବା । ତେବେ ଏହା କେବଳ ସକାଳ ୭ ରୁ ସନ୍ଧ୍ୟା ୭ଟା ଯାଏଁ ୭ଟି ରୁଟରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି  ।

ଧନୁ ରାଶିର ଲୋକଙ୍କର ବଢିବ ଅଶାନ୍ତି…ଜାଣନ୍ତୁ କାରଣ

ଆଜିର ପଞ୍ଚାଙ୍ଗ

ମେ ୨୮, ୨୦୨୦ ମସିହା, ବୃଷ ୧୫ ଦିନ,

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ,ଷଷ୍ଠୀ ତିଥି, ରାତି ୧୧ ଟା ୨୭ ପରେ ୭ମୀ, ଗୁରୁବାର

ପୁଷ୍ୟ। ନକ୍ଷତ୍ର, ସକାଳ ୭ ଟା ୩୦ ପରେ ଅଶ୍ଳେଷା ନକ୍ଷତ୍ର

କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ  ପଶ୍ଚିମେ ରାତି ୧୧ ଟା ୧୭ ପର୍ଯ୍ୟନ୍ତ ରହିବେ ଏହା ପରେ ବାୟବ୍ୟରେ

ପୁଷ୍କର ଦୋଷ ରାତି ୧୧ ଟା ୨୭ ପରେ ୧ ପାଦ

ତୁଳା ଓ କୁମ୍ଭ ରାଶିର ଘାତବାର

ଘାତଚନ୍ଦ୍ର ନାହିଁ

ଶୁଭ ସମୟ- ସକାଳ ୯ ଟା ୩୩ ରୁ ଦିନ ୧୧ ଟା ୧୭

ଅଶୁଭ ସମୟ- ଦିନ ୧ଟା ୨୩ ରୁ ସନ୍ଧ୍ୟା ୬ ଟା ୧୬ ମିନିଟ୍‌

ମେଷ ରାଶି

ଅଶ୍ୱିନୀ – ଆଜି ଗୋଟିଏ ଦର୍ପଣ ନିଜ କୂଳ ପୁରୋହିତଙ୍କୁ ଦାନ କରନ୍ତୁ, ଶୁଭ ଖବର ମିଳିବ

ଦ୍ୱିଜା – ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୈାଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ

କୃତ୍ତିକା- ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ପିତୃମାତୃ ସ୍ୱାସ୍ଥ୍ୟଚିନ୍ତା ବଢିବ

ଶୁଭ ରଙ୍ଗ -ଲାଲ

ଆଜି ଦେବୀ ତାରିଣୀଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ

ରୋହିଣୀ- ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରୀରେ ସୁଯୋଗ ଆସିବ

ମୃଗଶିରା- ଦାୟିତ୍ୱ ବୃଦ୍ଧି ହେବ, ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ

ଶୁଭ ରଙ୍ଗ- ସବୁଜ

କଳା କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଟଙ୍କା ପଇସାକୁ ନେଇ ଚିନ୍ତା ବଢିବ ଏବଂ ଗୁରୁଜନ ମାନଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ

ଆର୍ଦ୍ରା- ଅଚାନକ ବ୍ୟୟ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ

ପୁନର୍ବସୁ- ଆଜି କିଛି ଚୁଡାଗୁଡ ଗାଇକୁ ଖାଇବାକୁ ଦିଅନ୍ତୁ, ମନମୁତାବକ ଫଳ ପାଇବେ

ଶୁଭ ରଙ୍ଗ- ସବୁଜ

ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନ।ନ ସାରି ହନୁମାନଙ୍କର ସାମ୍ନାରେ ଚାଳିଷା ପାଠ କରି ଦିନ ଆରମ୍ଭ କରିବେ

ପୁଷ୍ୟା- ଆୟ କମିବ, ବ୍ୟୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତ୍ତିର ଶିକାର ହେବେ

ଅଶ୍ଳେଷା- ଚାକିରୀ କିମ୍ବା ବ୍ୟବସାୟରେ ଭୁଲବୁଝାମଣା ରହିବ, ନିଜଲୋକମାନେ ହଇରାଣ କରିବେ

ଶୁଭରଙ୍ଗ- ଧଳା

ଅସହାୟକୁ ସୋରିଷ ଦାନ କରନ୍ତୁ

ସିଂହ ରାଶି

ମଘା- ଉଚ୍ଚ ଶିକ୍ଷାରେ ରୁଚି ବଢିବ, ନୂଆ ନୂଆ କାର୍ଯ୍ୟପନ୍ଥା ଆପଣାଇ ସଫଳ ହେବେ

ପୂର୍ବାଫାଲଗୁନି- ନିଜ ଅଂଚଳରେ କୈାଣସି ଜନହିତ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ

ଉତ୍ତରାଫାଲଗୁନି- କୈାଣସି ଦ୍ରବ୍ୟ ଲାଭ ହେବ ଏବଂ କୈାଣସି ସମସ୍ୟାରୁ ମୁକ୍ତି ପାଇବେ

ଶୁଭରଙ୍ଗ- ଗୋଲାପି

ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ବ୍ୟବସାୟରେ କ୍ଷତି ସହିବେ ମାତ୍ର ନୂତନ ଗୃହନିର୍ମାଣ କରିବେ

ହସ୍ତା- ଅଚାନକ ଗୋଡପିଡା ହେବା କିମ୍ବା ଗଣ୍ଠିମଚ୍ଛା ପିଡାହେବା ଭଳି ସ୍ଥିତି ଉପୁଜିବ ଅଯଥା ଟଙ୍କା ବ୍ୟୟ ହେବ

ଚିତ୍ରା- ପୁଞ୍ଜି ନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟ ପ୍ରତି ସତର୍କ ରହୁଥିବେ

ଶୁଭ ରଙ୍ଗ- ନୀଳ

ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଏବଂ ମୟୁର ଚନ୍ଦ୍ରିକା ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା – ସରକାରଙ୍କର କୈାଣସି ଯ଼ୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ

ସ୍ୱାତୀ- ପିଲାମାନଙ୍କୁ ନୂତନ କର୍ମ ନିଯ଼ୁକ୍ତିର ଖବର ମିଳିବ, ଜୀବନର କୈାଣସି ଲକ୍ଷ ପୂର୍ଣ୍ଣ ହେବ

ବିଶାଖା- ଅଯଥା ଭ୍ରମଣ କରି ସ୍ୱାସ୍ଥ୍ୟ ବିଗିଡିବ ମାତ୍ର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ

ଶୁଭ ରଙ୍ଗ-ଇଷତ ଲାଲ

ପାରାଙ୍କୁ ଖାଇବାକୁ ଦିଅନ୍ତୁ ଆଶିର୍ବାଦ୍‌ ପ୍ରାପ୍ତି ହେବ

ବିଛା ରାଶି

ବିଶାଖା- ରୋଗଶୋକ ଏବଂ ଆଶାପୂରଣ ନହେବା ଆଦି ରହିବ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ

ଅନୁରାଧା- କର୍ମ ଚିନ୍ତା ବଢିବ, ସହକର୍ମୀ ସହିତ ମତାନ୍ତର ହେବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ

ଜ୍ୟେଷ୍ଠା- କୈାଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ହେବ

ଶୁଭରଙ୍ଗ- ଧଳା

ଓଁ ରାଂ ରାହବେ ନମଃ ୨୭ଥର ଜପ କରନ୍ତୁ, ଆଶିର୍ବାଦ ମିଳିବ

ଧନୁ ରାଶି

ମୂଳା- ସମାଜରେ କଲ୍ୟାଣକାରୀ କାର୍ଯ୍ୟ କରି ଆତ୍ମସମ୍ମାନ ବୃଦ୍ଧି ହେବ

ପୂର୍ବାଷାଢା- ଚିନି,ବେସନ ମନ୍ଦିର ପୂଜକଙ୍କୁ ଦାନ କରନ୍ତୁ, ଅଟକିଥିବା କାମ ପୂରଣ ହେବ

ଉତ୍ତରାଷାଢା- ଅର୍ଥ ଅଧିକ ଖର୍ଚ୍ଚ ଯୋଗୁ ଅଶାନ୍ତି ବଢିବ, ଭୁଲ୍‌ ନିଷ୍ପତ୍ତି ନେଇ ଅପମାନିତ ହେବେ

ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଆଶିର୍ବାଦ୍‌ ମିଳିବ

ମକର ରାଶି

ଉତ୍ତରାଷାଢା – ଅଚାନକ କିଛି ସୁ-ଖବର ପାଇବେ, ଖର୍ଚ୍ଚ କିନ୍ତୁ ଅଧିକ ବଢିଯିବ

ଶ୍ରବଣା- ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ

ଧନିଷ୍ଠା- ଦୁର ଯାତ୍ରା କରନ୍ତୁ ନାହିଁ କି କୈାଣସି ଗାଡି ଚଢନ୍ତୁ ନାହିଁ

ଭୋକିଲା ଜୀବଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା-  କିଛି ଫିଟିକିରି କୈାଣସି ବାରିକକୁ ଦାନ କରନ୍ତୁ, ଶୁଭରେ ଦିନଟି କଟିବ

ଶତଭିଷା- କଳା ରଙ୍ଗର କିଛି ବ୍ୟବହାର କରନ୍ତୁ, ଗୋଟିଏ ଲୁହାକଣ୍ଡା ପାଖରେ ରଖନ୍ତୁ

ପୂର୍ବଭାଦ୍ରପଦ- ଚେଷ୍ଟା ଅନୁସାରେ ଫଳ ମିଳିବ ନାହିଁ

ସୂର୍ଯ୍ୟଙ୍କୁ ଧଳା ରାଶି ମିଶାଇ ୭ ଥର ଅର୍ଘ୍ୟ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଜମିବାଡି କିମ୍ବା ଯାନବାହନ ସଂପର୍କିତ କାର୍ଯ୍ୟରେ କ୍ଷତି ହେବ

ଉତ୍ତରଭାଦ୍ରପଦ-ଅର୍ଥ ଚିନ୍ତା,ମାନସିକ ଅଶାନ୍ତି ବଢିବ

ରେବତୀ- ଚାକିରୀରେ କିଛି ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାତାପ କରିବେ

ଭଗବାନଙ୍କୁ ଗୋଟିଏ ହଳଦୀ ସମର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍ -‌ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ                                                                                

 

କେନ୍ଦ୍ର ସରକାରଙ୍କୁ ବିରୋଧ କରି କଂଗ୍ରେସର ‘ସ୍ପିକ ଅପ୍’ କ୍ୟାମ୍ପେନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ବିରୋଧ କରି କଂଗ୍ରେସ ସୋସିଆଲ ମିଡିଆରେ ଆଜି ଏକ କ୍ୟାମ୍ପେନ କରିବାକୁ ଯାଉଛି । ଯାହାର ନାଁ ରଖାଯାଇଛି ସ୍ପିକ ଅପ୍‌ । ପ୍ରବାସୀ, ଛୋଟ ବ୍ୟବସାୟୀ, ମଧ୍ୟବିତ୍ତ ପରିବାରକୁ କେନ୍ଦ୍ର ତରଫରୁ ଆର୍ଥିକ ସହାୟତା ଦାବି କରିବା ନେଇ ସ୍ପିକ ମାଧ୍ୟମରେ ସୋସିଆଲ ମିଡିଆରେ ଦାବି କରିବ କଂଗ୍ରେସ । ଏଥିପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ ଏହି କ୍ୟାମ୍ପେନ । ଘରକୁ ଫେରିବା ପାଇଁ ପ୍ରବାସୀ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା । ଏମଜିଏନଆରଇଜିଏ ମାଧ୍ୟମରେ ୨୦୦ ଦିନକୁ କାମ ବୃଦ୍ଧି କରିବା ଭଳି ଦାବି କରିଛି କଂଗ୍ରେସ । କଂଗ୍ରେସର ଏହି କ୍ୟାମ୍ପେନ ମାଧ୍ୟମରେ ଲୋକଙ୍କ ସ୍ୱର କେନ୍ଦ୍ର ସରକାରଙ୍କ ନିକଟରେ ପହଁଚାଇବା ପାଇଁ ପ୍ରୟାସ କରିବ ।­­

ଛତିଶା ନିଯୋଗ ବୈଠକରେ ଦେବସ୍ନ।ନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ

ପୁରୀ: ଶ୍ରୀଜିଉଙ୍କ ସ୍ନ।ନଯାତ୍ରା ନେଇ ଛତିଶା ନିଯୋଗ ବୈଠକରେ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଆସନ୍ତା ଜୁନ୍‌ ୫ ତାରିଖରେ ଦେବସ୍ନ।ନ ପୂର୍ଣ୍ଣିମା । ଏଥିପାଇଁ ରାତି ଗୋଟାଏରୁ ଭୋର୍‌ ୪ଟା ପର୍ଯ୍ୟନ୍ତ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରୁ ସ୍ନାନବେଦୀକୁ ଯିବେ । ଭୋର ୪ଟା ୩୦ ମିନିଟରେ ହେବ ମଙ୍ଗଳଆଳତୀ ଓ ମଇଲମ । ଭୋର୍ ୫ଟାରେ ତଡ଼ପଲାଗି ନୀତି ଅନୁଷ୍ଠିତ ହେବ ।

ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ଅଧର ପୋଛା, ଅବକାଶ, ରୋଷହୋମ, ବେଶ, ସୂର୍ଯ୍ୟପୂଜା, ଜଳବିଜେ ଓ ସ୍ନ।ନ ନୀତି ସମ୍ପନ୍ନ ହେବ । ସକାଳ ୧୦ଟା ୩୦ରେ ସ୍ନାନବେଦୀରେ ଗଜପତି ମହାରାଜା ଛେରା ପହଁରା କରିବେ । ଅପରାହ୍ଣ ଗୋଟାଏରୁ ୩ଟା ମଧ୍ୟରେ ସକାଳ ଧୂପନୀତି, ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ସରିବ ବାହୁଡ଼ା ପହଣ୍ଡି ନୀତି । ଚଳିତ ବର୍ଷ ସାହଣମେଳା ବନ୍ଦ ରହିବ । ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କ ଉପସ୍ଥିତରେ ଶ୍ରୀମନ୍ଦିରରେ ହେବ ସ୍ନାନଯାତ୍ରା

କଂଗ୍ରେସକୁ କଟାକ୍ଷ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଦାମ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ କିଏ କେତେ ମାହିର୍ ? ଏ ପ୍ରସଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଜାତୀୟ ସ୍ତରରେ ମହାମାରୀ କରୋନା ମୁକାବିଲା ପାଇଁ ହୋଇଥିବା ଲକଡାଉନ୍ ବିଫଳ ହୋଇଛି କହି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ତୀର ମାରିଥିବା ତାଙ୍କ ପଦାଙ୍କ ଅନୁକରଣ କରିଛନ୍ତି ପିସିସି ମୁଖିଆ । ରାହୁଲଙ୍କ ଢଙ୍ଗରେ ନିରଞ୍ଜନ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ।

ଭୂତାଣୁ ସଂକ୍ରମଣ ଯୋଗୁ ଦୁନିଆରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଏତିକିବେଳେ ଦେଶରେ ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାଜନୈତିକ ଛକ୍କା ମାରିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିବା ଦାମ କହିଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ କେତେ ନିୟନ୍ତ୍ରିତ ଏବଂ ସେଠାରେ ସରକାରରେ ଭାଗୁଆଳି ଥିବା କଂଗ୍ରେସ ଭୂମିକାକୁ ନେଇ ଦାମ ପ୍ରଶ୍ନ ଉଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ସଂକ୍ରମଣର ପରିଚାଳନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଅନେକ ରାଜ୍ୟ ପ୍ରଶଂସା କରୁଛନ୍ତି ।  ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କର ବନ୍ଧୁମାନେ ଏହାକୁ ବିଫଳ କହୁଥିବାରୁ ଦାମ ଜୋରଦାର ବର୍ଷିଛନ୍ତି ।

ଦାମ କହିଛନ୍ତି, ନିରଞ୍ଜନ ଓ ତାଙ୍କର ବନ୍ଧୁ କୁହନ୍ତୁ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଲେ ସଂକ୍ରମଣ ଜନିତ ସଫଳତା ମିଳିବ । ସେଥିପାଇଁ ୧୯୯୯ ମସିହା ମହାବାତ୍ୟା ଅନୁଭୂତିରୁ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ପରାମର୍ଶ ଦେଲେ ଭଲ ହୁଅନ୍ତା ।

ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି

ଭୁବନେଶ୍ୱର: ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କବଳିତ କରୁଛି କରୋନା । ଗଞ୍ଜାମ ଜିଲ୍ଲାରେ ୨ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨ ହୋମଗାର୍ଡ ପୋଲସରା ଥାନାର । ଜଗନ୍ନାଥପୁର ରେଲୱେ ଷ୍ଟେସନରେ ଡ୍ୟୁଟି କରୁଥିଲେ ।

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଉଭୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ସେମାନଙ୍କୁ ପାରଳା ମହାରାଜା କୋଭିଡ୍ ହସ୍ପିଟାଲ ଓ ଶିତଳାପଲ୍ଲୀ ଟାଟା କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ କମିଶନରେଟ ପୋଲିସରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କଠାରେ କରୋନା ଚିହ୍ନଟ ହୋଇଥିଲା ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨ ଜଣ ସୋନପୁର ବ୍ଲକର ହୋଇଥିବା ବେଳେ ତରଭା ଓ ଡୁଙ୍ଗୁରୀପାଲୀର ଜଣେ ଲେଖାଏଁ ପଜିଟିଭ ଅଛନ୍ତି ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କରୋନା ସଂକ୍ରମିତ ହେଲେ ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସ

ବାଲେଶ୍ୱର: ଡାକ୍ତରଙ୍କ ପରେ ନର୍ସଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବାଲେଶ୍ୱର ଜିଲ୍ଲା କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଠାରେ କୋଭିଡ୍ ଭୂତାଣୁ ଥିବା ଜଣାପଡ଼ିବା ପରେ ୨୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଗତକାଲି କଟକ ସିଟି ହସ୍ପିଟାଲର ଜଣେ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ମିଳିଥିଲା । ଏହା ପୂର୍ବରୁ ପଶ୍ଚିମବଙ୍ଗରୁ ଫେରିଥିବା କୋରାପୁଟର ଜଣେ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିଲେ ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

ବାଲେଶ୍ୱର ଜିଲ୍ଲାରେ ୧୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଜିଲ୍ଲାରେ ୨୦ ଜଣ କରୋନା ସଂକ୍ରମିତ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି ।

୧୦ ଲକ୍ଷ ଲୋକ ଭିତରେ ଶବ ଖୋଜିଲା ଚାରିକାନ୍ଧ, ଆସିଲେନି ସମ୍ପର୍କୀୟ

ଭୁବନେଶ୍ୱର: ଦିଲ୍‌ ନାହିଁ ଭୁବନେଶ୍ୱରର । ସହରିଆଙ୍କ ମନରୁ ଯେମିତି ମେଲାଣି ନେଲାଣି ମାନବିକତା । ରାଜଧାନୀରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅମାନବିକତାର କାହାଣୀ । ଯାହା ଆମକୁ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି ଯେ, ଲକ୍‌ଡାଉନ୍‌ ସହ ସଟ୍‌ଡାଉନ୍‌ ହୋଇଗଲାଣି କି ସମ୍ପର୍କ ? କିଛିଦିନ ତଳେ ଜଣେ ଝିଅ ବାପାଙ୍କ ଶବକୁ ଧରି ରାତି ସାରା ବୁଲିଥିଲା ରାଜଧାନୀରେ । ଆଉ ୟେ ହେଉଛି ଜଣେ ମହିଳା ପ୍ରଫେସରଙ୍କ କାହାଣୀ । ଯାହାଙ୍କ ମୃତ୍ୟୁ ପରେ ଶ୍ମଶାନ ନେବାକୁ ଆସିନଥିଲେ ସମ୍ପର୍କୀୟ । ହୁଏତ ସଂକ୍ରମଣର ଭୟରେ ସମ୍ପର୍କୀୟ ଆସି ନଥିଲେ । କିନ୍ତୁ ଅଚିହ୍ନା ଅପରିଚିତ ସାଜିଥିଲେ ମାଲଭାଇ । ଆଉ ବିଦେଶରେ ରହୁଥିବା ପୁଅଝିଅଙ୍କ ପାଇଁ ଲୁହ ଝରାଇବା ବ୍ୟତୀତ ଆଉ କିଛି ବାଟ ନଥିଲା ।

ରାଜଧାନୀର ୧୦ ଲକ୍ଷ ଲୋକଙ୍କ ଭିତରୁ ଏଠି ଶବ ଖୋଜୁଥିଲା ଚାରିକାନ୍ଧ । ଶ୍ମଶାନର ବାଟ ଧରିବାକୁ କୋକେଇ ଖୋଜୁଥିଲା ସମ୍ପର୍କୀୟଙ୍କୁ । ମାଲଭାଇଙ୍କୁ ଖୋଜୁଥିଲା ଜଣେ ବିଧବା ମଲା ମାଆ । ଯେବେ ଏକ ଅନିଶ୍ଚିତ ମୃତ୍ୟୁ ଭୟରେ ନିଜଲୋକ ମୁହଁ ମୋଡ଼ିଦେଲେ । ସେତେବେଳେ ଅଚିହ୍ନା ଅପରିଚିତଙ୍କୁ ମୁହଁରୁ ଶୁଭିଥିଲା ରାମ୍‌ ନାମ୍‌ ସତ୍ୟ ହେ । ଜଳିଥିଲା ପ୍ରଫେସର ସବିତା ଦାସଙ୍କ ଚିତା ।

ଅବସରପ୍ରାପ୍ତ ଅଧ୍ୟାପିକା ସବିତା ଦାସ । ବଡ଼ଝିଅ ବାହାରିନ୍‌ରେ । ସାନଝିଅ ଓ ପୁଅ ନିଜ ନିଜ ସଂସାର ନେଇ ରୁହନ୍ତି ଆମେରିକାରେ । ରାହା ଧରି କାନ୍ଦୁଥିବା ଏ ଦୁହେଁ ଥିଲେ ସବିତାଙ୍କ ପାଇଁ ସବୁକିଛି । କେୟାରଟେକର ଭାବେ କିଛିଦିନର ସମ୍ପର୍କ । ହେଲେ, ଇଏ କିନ୍ତୁ ଥିଲେ ସବିତାଙ୍କ ଶେଷ ଯାତ୍ରାର ସାକ୍ଷୀ ।

ସେ ଦିନ ଥିଲା ସାବିତ୍ରୀ ବ୍ରତ । ବିଦେଶରେ ସଧବା ଝିଅ ଓ ବୋହୁ ମଥାରେ ସିନ୍ଦୁର ନାଈ ଭିଡିଓ କଲ୍‌ରେ ମାଆଙ୍କ ଠାରୁ ନେଇଥିଲେ ଆଶୀର୍ବାଦ । ହେଲେ, ଅପରାହ୍ଣରେ ହଠାତ୍‌ ହୃଦଘାତରେ ଚାଲି ଯାଇଥିଲା ଏକାକୀ ରହୁଥିବା ମାଆର ଜୀବନ । ବିଦେଶରେ ଲକ୍‌ଡାଉନ୍‌ରେ ପୁଅଝିଅ । ଆଉ ଏଠି ଲକ୍‌ଡାଉନ୍‌ରେ ମୃତଦେହ । କିଏ ଦେବ ମୁଖାଗ୍ନି । କେମିତି ହେବ ଶେଷକୃତ୍ୟ । ଫୋନ୍‌ ପରେ ଫୋନ୍‌ । ହେଲେ କେହି ବି ସମ୍ପର୍କୀୟ ଆସି ନଥିଲେ ଶେଷ ଦର୍ଶନ ପାଇଁ । ଆଉ ଯେଉଁମାନେ ଆସିଲେ ସଂକ୍ରମଣ ଭୟରେ ଛୁଇଁ ନଥିଲେ ଶବକୁ । ଶେଷରେ କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ମୃତ ସବିତାଙ୍କ ଘରେ ପହଞ୍ଚିଥିଲେ ପୂର୍ବତନ କର୍ପୋରେଟର ଅମରେଶ ଜେନା । ରକ୍ତ ସମ୍ପର୍କୀୟ ସିନା ଅଚିହ୍ନା ପାଲଟିଥିଲେ । ହେଲେ ଅଚିହ୍ନା କିନ୍ତୁ ନିଜର ଭାବି ଦେଇଥିଲେ ମୁଖାଗ୍ନି ।

ସୁନାର ସଂସାରରେ ଏବେ ଶ୍ମଶାନର ନିରବତା । ପୁଅଝିଅ ବିଦେଶରୁ ଫେରିଲେ ଘରର ଚାବି ଦେଇ ଫେରିଯିବାକୁ ଅପେକ୍ଷା କରିଛନ୍ତି ମଧୁ ଓ ମଞ୍ଜୁ । ଥାକ ଥାକ ବହି ଖୋଜୁଛନ୍ତି ନିଜ ପ୍ରିୟ ପାଠିକାଙ୍କୁ । ଦିନେ ଅନ୍ୟର ସ୍ମୃତିରେ ସବିତା ଲେଖୁଥିଲେ ଶେଷକଥା । ହେଲେ ଆଜି କିନ୍ତୁ ତାଙ୍କ ଶେଷ କଥା ଲେଖିବାକୁ ପାଖରେ କେହି ନାହିଁ ।

ମାଆଙ୍କ ମୃତ୍ୟୁ ପରେ ମାଇଲ୍‌ ମାଇଲ୍‌ ଦୂରରୁ ଝୁରୁଛି ପୁଅଝିଅଙ୍କ ଲୁହ । ହେଲେ ସାବିତ୍ରୀ ଶବ ପାଲଟିଯିବା ପରେ ଆତ୍ମୀୟ ଅଚିହ୍ନା ହୋଇଯିବା, ମଣିଷପଣିଆକୁ କାଠଗଡ଼ାରେ ଛିଡ଼ା କରିଛି । ସଂକ୍ରମଣ ଥମିଯିବ । ଲକ୍‌ଡାଉନ୍‌ ଉଠିଯିବ । ଜୀବନଯାତ୍ରା ସ୍ୱାଭାବିକ ହୋଇଯିବ । ହେଲେ ଯେଉଁ ସମ୍ପର୍କର ଭରସାରେ ପୁଅଝିଅ ମାଆକୁ ଏକାକି ଛାଡ଼ି ଥିଲେ । ସେ ଭାଙ୍ଗି ଯାଇଥିବା ଭରସାକୁ କିଏ ଯୋଡ଼ି ଦେବ ।

ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଚ୍ୟାଲେଞ୍ଜ ସହ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ସବୁଠାରୁ ଚ୍ୟାଲେଞ୍ଜ ଥିଲା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀକୁ ଦୃଢ଼ତାର ସହ ମୁକାବିଲା କରିବା । ଏ ଦୁଇ ବିପର୍ଯ୍ୟୟକୁ ସଫଳତାର ସହ ଲଢ଼ି ଏବେ ନବୀନଙ୍କ ନେତୃତ୍ୱ ପୁଣି ସାଉଁଣ୍ଟିଛି ପ୍ରଶଂସା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ପୂରା ଦେଶ ପାଇଁ ନବୀନ ସାଜିଛନ୍ତି ରୋଲ୍‌ ମଡେଲ୍‌ ।

୨୯ ମେ ୨୦୧୯ । ପଞ୍ଚମ ଥର ଲାଗି ରାଜ୍ୟର ଶାସନ ଭାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଶାସନ ଆରମ୍ଭରୁ ବିପର୍ଯ୍ୟୟର ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଛିଡ଼ା ହୋଇଥିଲା ନବୀନଙ୍କ ଆଗରେ । ଫନି ବିପଦରୁ ଟିକେ ସୁଧାର ଆସି ନଥିବା ବେଳେ ବୁଲବୁଲ୍ ଦୋହଲାଇ ଥିଲା ଓଡ଼ିଶାକୁ ।

ପ୍ରଥମ ଆର୍ଥିକ ବର୍ଷ ଆରମ୍ଭ ହେଉ ହେଉ ମାଡ଼ି ଆସିଲା ମହାମାରୀ କରୋନା । ଅର୍ଥନୀତି ନୁହେଁ, ଜୀବନ ବଡ଼ ସ୍ଲୋଗାନ ଦେଇ ରାଜ୍ୟ ସରକାର ଆରମ୍ଭ କଲେ କରୋନା ବିରୋଧୀ ଯୁଦ୍ଧ ।

ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ । ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା । ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା । ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା ।

ଏଭଳି ସମୟରେ ପୁଣି ରାଜ୍ୟକୁ ଡରାଇଲା ମହାବାତ୍ୟା ‘ଅମ୍ଫାନ୍‌’ । ପୂର୍ବ ଅଭିଜ୍ଞତାକୁ ଆୟୁଧ କରି ନବୀନ ପୁଣି ଦେଲେ ଜିରୋ କାଜୁଆଲିଟିର ନାରା । ବିଧ୍ୱଂସୀ ବାତ୍ୟା ଆସିଲା, ଗଲା । ହେଲେ ଜୀବନ କିନ୍ତୁ ବଞ୍ଚିଗଲା । ନବୀନଙ୍କ ଏ ମୁକାବିଲା ଷ୍ଟ୍ରାଟେଜିକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କଲେ । ଜାତୀୟ ଗଣମାଧ୍ୟମ କହିଲେ, ବିପର୍ଯ୍ୟୟ ମୁକାବିଲାର କଳା ଓଡ଼ିଶାଠୁ ଶିଖିବା କଥା ।

ରାଜନୀତି ନୁହେଁ ସେବା ପାଇଁ ପ୍ରତିବଦ୍ଧତା ଥିଲା ପଞ୍ଚମ ପାଳିରେ ନବୀନଙ୍କ ବଡ଼ ସ୍ଲୋଗାନ୍‌ । ଶପଥ ନେବାର ପ୍ରଥମ ଦିନରେ ହିଁ କ୍ୟାବିନେଟ୍‌ ବୈଠକ ଡାକି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ଵାନ ଦେଇଥିଲେ ନବୀନ । ପ୍ରଥମ ଦିନରେ ଚାଷୀଙ୍କୁ ଦେଇଥିଲେ ବକେୟା କାଳିଆ ଟଙ୍କା । ଆରମ୍ଭ ହୋଇଥିଲା 5T ଓ ମୋ ସରକାର କାର୍ଯ୍ୟକ୍ରମ । ବଦଳୁଥିବା ସମୟ ସହ ଶ୍ରୀକ୍ଷେତ୍ର, ଲିଙ୍ଗରାଜ ଠାରୁ ଆରମ୍ଭ କରି ରାଜ୍ୟର ଧାର୍ମିକ ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ କାଟିଥିଲେ ନକ୍ସା । ଦେଢ଼ଲକ୍ଷ କୋଟିରେ ପହଞ୍ଚିଲା ରାଜ୍ୟ ବଜେଟର ଆକାର । ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ରିର୍ପୋଟ କାର୍ଡ ମାଗି ହଲ୍‌ଚଲ୍‌ ସୃଷ୍ଟି କରିଥିଲେ ନବୀନ । ଏସବୁ ଭିତରେ କରୋନା ମହାମାରୀ ପାଇଁ ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେଇ ଗୋଷ୍ଠୀ ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି ନବୀନ ।

ସୁଶାସନ ପାଇଁ ଲଗାତାର‌ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ନବୀନ ଏବେ ବିପର୍ଯ୍ୟୟ ମୁକାବିଲାରେ ସାଜିଛନ୍ତି ସୁପରମ୍ୟାନ୍‌ ।