ଦେଶରେ ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ପଜିଟିଭ, ୪୩୪ ମୃତ୍ୟୁ… ମହାରାଷ୍ଟ୍ରରେ ସର୍ବାଧିକ, ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ଅଣାୟତ

1 min read
India's coronavirus tally crossed six lakh-mark

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ୬ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୪୩୪ ଜୀବନ ନେଇଛି କିଲର ଭାଇରସ । ଏଥିସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୪ହଜାର ୬୪୧କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ମୃତ୍ୟୁସଂଖ୍ୟା ୧୭ ହଜାର ୮୩୪ରେ ପହଞ୍ଚିଛି । ୨ଲକ୍ଷ ୨୬ ହଜାର ୯୪୭ ଆକ୍ଟିଭ କେସ ରହିଥିବା ବେଳେ ୩ଲକ୍ଷ ୫୯ ହଜାର ୮୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୮୦ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୮ହଜାର ପାର ହୋଇଛି ।

ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୫ଲକ୍ଷ ୮୫ ହଜାର ପାର୍… ୨୪ ଘଣ୍ଟାରେ ୫୦୭ ଜୀବନ ନେଲା କରୋନା

ସେହିପରି ତାମିଲନାଡୁ ଓ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଏବେ ଦେଶରେ ଅନଲକ୍ ୨.୦ ଜାରି ରହିଛି । ଲକଡାଉନ୍ ଯୋଗୁଁ ଅନେକ ଲୋକଙ୍କ ରୋଜଗାରରେ ପ୍ରଭାବ ପଡୁଥିଲା । ସେଥିପାଇଁ ସରକାର ଅନଲକ୍ ର ଫେଜ୍ ୱାନ ପରେ ଫେଜ୍ ୨ ଆରମ୍ଭ କରିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସତ୍ତ୍ୱେ କିଛି ସ୍ଥାନରେ ଏଯାଏଁ ଲୋକେ ସତର୍କ ହେଉନାହାନ୍ତି । ସେଥିପାଇଁଅନଲକ୍‌-୨ର ଗାଇଡଲାଇନ୍‌ ଅନୁସାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହୁଛି ।

Leave a Reply