spot_img
Home Blog Page 687

ମାଓ ନେତା ସୁଧାକର ନିହତ

ନନ୍ଦିଘୋଷ ବ୍ୟୁରୋ: ଲାଲବାହିନୀକୁ ବଡ଼ ଝଟକା। କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକର ନିହତ। ବିଜାପୁର ଏନକାଉଣ୍ଟରରେ ସେ ନିହତ ହୋଇଛନ୍ତି। ସୁଧାକରଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର  ପୁରସ୍କାର ଥିଲା । ଡିଆରଜି ଏବଂ ଏସଟିଏଫ ବାହିନୀର ଅପରେସନ୍ ବେଳେ ସୁଧାକର ନିହତ ହୋଇଛନ୍ତି। ଗତ ମେ ମାସରେ କେଶବ ରାଓ ନିହତ ହେବା ପରେ ସୁଧାକରଙ୍କ ମୃତ୍ୟୁ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରର ଜାତୀୟ ଉଦ୍ୟାନରେ ଗୁଳି ବିନିମୟ ଜାରି ରହିଛି।

ଭେଣ୍ଡିଆ ପୁଅର ଫଟୋ ଦେଖାଇ ଖୋଜୁଛି ବାପା

ନନ୍ଦିଘୋଷ ବ୍ୟୁରୋ: ମେଡିସିନ ଆଣିବାକୁ ଯାଇ କଟକ ବଡ଼ ମେଡିକାଲରେ ଭେଣ୍ଡିଆପୁଅ ନିଖୋଜ ।  ଟାଇଁ ଟାଇଁ ଖରାରେ ପୁଅକୁ ଖୋଜୁଛି ବୃଦ୍ଧ ବାପା । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରାଉଳଖୁଣ୍ଟା ଗାଁର ମଣିଭଦ୍ର ମହାନ୍ତିଙ୍କ ପୁଅ ବିକାଶ ମହାନ୍ତି ଜଣେ ମାନସିକ ବିକାରଗ୍ରସ୍ଥ ରୋଗୀ । ସେ ଚିକିତ୍ସା ଓ ମେଡିସିନ ପାଇଁ ୧୫ ଦିନ ତଳେ କଟକ ବଡ଼ ମେଡିକାଲକୁ ମା’ଙ୍କ ସହିତ ଯାଇଥିଲେ । କିଛି ସମୟ ପରେ ହଠାତ ମେଡିକାଲରୁ ପୁଅ ବିକାଶ କୁଆଡ଼େ ଚାଲିଯାଇଛି ଯେ ଆଜି ପର୍ଯ୍ୟନ୍ତ ଖୋଜି ପାଉନାହାନ୍ତି ବାପା ମା’ । ସେପଟେ ପୁଅକୁ ଖୋଜି ଆଣିବା ପାଇଁ ଘରେ ଘରେ ବୁଲି ପୁଅର ଫୋଟୋ ଦେଖାଇ ଦେଖିଲେ ଖବର ଦେବାକୁ କହୁଛି ବୃଦ୍ଧ ବାପା । ଯାହାଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ ।

ଇଂଲଣ୍ଡ ଗସ୍ତ ପୂର୍ବରୁ ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରି ବେଶ ପରିଚିତ ହୋଇଛନ୍ତି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବ୍ୟାଟିଂ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବାବେଳେ ଏବେ ଇଂଲଣ୍ଡ ଗସ୍ତରେ ଯିବେ ସୂର୍ଯ୍ୟବଂଶୀ । ୧୯ ବର୍ଷରୁ କମ ଭାରତୀୟ ଦଳ ପକ୍ଷରୁ ଇଂଲଣ୍ଡ ଗସ୍ତରେ ଯିବେ । ତେବେ ଏହା ପୂର୍ବରୁ ତାଙ୍କୁ ଚଳିତ ଆଇପିଏଲ ଏବଂ ତାଙ୍କର କଠିନ ପରିଶ୍ରମ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ କି, ଆସନ୍ତାବର୍ଷକୁ ମୁଁ ଏହାର ଦୁଇଗୁଣା ପରିଶ୍ରମ କରିବି । ଏବଂ ରାଜସ୍ଥାନ ରୟାଲ୍ସକୁ ଫାଇନାଲରେ ପହଞ୍ଚାଇବି ।

ସେପଟେ ଇଂଲଣ୍ଡ ଗସ୍ତକୁ ନେଇ କହିଛନ୍ତି କି, ଏହା ମୋର ପ୍ରଥମ ୟୁକେ ଗସ୍ତ । ସେଠାକାର ପରିବେଶରେ ଖେଳିବା ମୋ ପାଇଁ ଚ୍ୟାଲେଞ୍ଜିଂ ହେବ । ଆୟୂଷ ମାତ୍ରେଙ୍କ ଅଧିନାୟକତ୍ବରେ ଆମେ ଖେଳିବାକୁ ଯାଉଥିବାବେଳେ ସେଠାରେ ବିଜୟୀ ହୋଇ ଫେରିବା ଆମର ମୂଳ ଲକ୍ଷ୍ୟ ରହିବ । ଚଳିତ ଆଇପିଏଲ ସିଜିନରେ ମୁଁ ଯେଉଁସବୁ ଭୁଲ୍ ଗୁଡ଼ିକ କରିଛି ଆଗାମୀ ସିଜିନରେ ଏହାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବି । ଆଇପିଏଲରେ ଖେଳିବା ମୋର ସ୍ବପ୍ନଥିଲା । ଯାହା ପୂରଣ ହୋଇଛି । ମୋତେ ଫ୍ୟାନ୍ସଙ୍କ ଭଲ ପାଇବା ମଧ୍ୟ ମିଳିଛି । କହି ରଖୁଛୁ କି, ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ୩୫ ବଲରୁ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭାରତରେ ତିଆରି ହେବ ରାଫେଲ,ଟାଟା ସହ ଚୁକ୍ତି ସ୍ୱାକ୍ଷରିତ

ନନ୍ଦିଘୋଷ ବ୍ୟୁରୋ: ଭାରତର ଏୟାରସ୍ପେଶକୁ ମିଳିବ ବଡ଼ ସଫଳତା । ଭାରତରେ ତିଆରି ହେବ ରାଫେଲ । ଟାଟା ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଫ୍ରାନ୍ସର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଡାସଲ୍ଡ ଆଭିଏସନ ସହ ଭାରତର TASL ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ଭାରତର ପ୍ରତିରକ୍ଷା ବାହିନୀ ଆହୁରି ଶକ୍ତିଶାଳି ହେବ ବୋଲି କୁହାଯାଉଛି ।

ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସ୍ଥାପନ କରିବ ଯାହା ଦ୍ୱାରା ରାଫେଲ୍ ବିମାନର ପ୍ରମୁଖ ଅଂଶଗୁଡ଼ିକ – ଯେପରିକି ପଛ ଫ୍ୟୁଜେଲେଜର ପାର୍ଶ୍ଵ ସେଲ୍, ସମ୍ପୂର୍ଣ୍ଣ ପଛ ଭାଗ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଭାଗ – ଉତ୍ପାଦନ କରାଯିବ। “ଏହି ସୁବିଧା ଭାରତର ମହାକାଶ ଭିତ୍ତିଭୂମିରେ ଏକ ପ୍ରମୁଖ ନିବେଶ ଏବଂ ଉଚ୍ଚ-ସଠିକତା ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ,” ଡାସଲ୍ଟ ଆଭିଏସନ୍ ଏକ ଷ୍ଟକ୍ ଏକ୍ସଚେଞ୍ଜ ବିବୃତ୍ତିରେ କହିଛି। ପ୍ଲାଣ୍ଟରେ ଫ୍ୟୁଜେଲେଜ୍ ଉତ୍ପାଦନ FY28 ସୁଦ୍ଧା ଆରମ୍ଭ ହେବାର ଆଶା କରାଯାଉଛି। ପ୍ରାରମ୍ଭରେ, ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ଫ୍ୟୁଜେଲ୍ଜ୍ ଆସେମ୍ବଲି ଲାଇନରୁ ଗଡ଼ିପାରିବ। ଏହା ପ୍ରଥମ ଥର ହେବ ଯେତେବେଳେ ରାଫେଲ୍ ଗଠନ ଫ୍ରାନ୍ସ ବାହାରେ ନିର୍ମାଣ କରାଯାଉଛି।

ରେପୋ ରେଟରେ ବଡ଼ ଧରଣର ରିହାତି ସମ୍ଭାବନା, ହୋମ୍ ଲୋନ୍ ସୁଧ ୭.୭୫କୁ କମିପାରେ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଜୁନ୍ ୬ରେ ମୁଦ୍ରାନୀତି ଘୋଷଣା କରିବେ। ତିନି ଦିନିଆ ମୁଦ୍ରାନୀତି କମିଟି (MPC) ବୈଠକ ପରେ ନିଷ୍ପତ୍ତି ନିଆଯିବ। RBI ଚଳିତ ବର୍ଷ ଫେବୃଆରୀ ଏବଂ ଏପ୍ରିଲରେ ଦୁଇଥର ରେପୋ ହାର ୨୫ ବେସିସ୍ ପଏଣ୍ଟ (bps) ହ୍ରାସ କରିସାରିଛି, ଯାହା ଦ୍ଵାରା ରେପୋ ହାର ୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଜୁନ୍ ମାସରେ RBI ଆଉ ୨୫ bps ହ୍ରାସ କରିପାରେ, କାରଣ ଖୁଚୁରା ମୁଦ୍ରାସ୍ଫୀତି ଲଗାତାର ତୃତୀୟ ମାସ ପାଇଁ RBIର ଲକ୍ଷ୍ୟ ୪% ତଳେ ରହିଛି।

ରେପୋ ହାର ହେଉଛି ସେହି ହାର ଯେଉଁଥିରେ RBI ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ। ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କଗୁଡ଼ିକ ପାଇଁ ଟଙ୍କା ଋଣ ନେବା ଶସ୍ତା ହୋଇଯାଏ ଏବଂ ସେମାନେ ଗ୍ରାହକମାନଙ୍କୁ କମ ସୁଧ ହାରରେ ଟଙ୍କା ଋଣ ଦେଇପାରନ୍ତି, ଯାହା ଅର୍ଥନୀତିକୁ ବୃଦ୍ଧି କରିଥାଏ।

ରିପୋର୍ଟ ଅନୁଯାୟୀ, ଅଧିକାଂଶ ଅର୍ଥନୀତିଜ୍ଞ ଏବଂ ବ୍ୟାଙ୍କିଙ୍ଗ ବିଶେଷଜ୍ଞ ଆଶା କରୁଛନ୍ତି ଯେ ଜୁନ୍ ୬ ତାରିଖରେ RBIର ମୁଦ୍ରା ନୀତି କମିଟି ପୁଣି ଥରେ ରେପୋ ହାର 25 bps ହ୍ରାସ କରିପାରେ। ଅନ୍ୟପଟେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଅର୍ଥନୈତିକ ଗବେଷଣା ବିଭାଗ ବିଶ୍ୱାସ କରେ ଯେ ଏଥର 50 bps ର “ଜମ୍ବୋ” ହ୍ରାସ ହୋଇପାରେ। ଲହି  ମୁଦ୍ରା ନୀତିକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ମତ ରହିଛି।

ଯଦି ଜୁନ୍ ୬ ତାରିଖରେ RBI ରେପୋ ହାର ହ୍ରାସ କରେ, ତେବେ ଗୃହ ଋଣର ସୁଧ ହାର ମଧ୍ୟ ହ୍ରାସ ପାଇପାରେ। ବର୍ତ୍ତମାନ, UCO ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଳି ବ୍ୟାଙ୍କଗୁଡ଼ିକ ୭.୭୫% ରୁ ୭.୯% ମଧ୍ୟରେ ସୁଧ ହାରରେ ଗୃହ ଋଣ ପ୍ରଦାନ କରୁଛନ୍ତି। ଏପରି ପରିସ୍ଥିତିରେ, ରେପୋ ହାର ହ୍ରାସ ଗୃହ ଋଣ ହାରକୁ ୭.୭୫% ତଳକୁ ହ୍ରାସ କରିପାରେ।

 

ଭଦ୍ରକରେ ତାଲିବାନୀ ଅତ୍ୟାଚାର, ଯୁବକଙ୍କ ଉପରେ ଗରମ ପାଣି ଢାଳିଦେଲେ ମାଲିକ

ନନ୍ଦିଘୋଷ ବ୍ୟୁରୋ : ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା। ଅନ୍ୟ ଘରେ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ସହିତ ଗରମ ପାଣି ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ। ବନ୍ଧଗାଁର ଗଗନ ମଲ୍ଲିକ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ।

ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ପରେ କୌଣସି କଥାକଟାକଟିକୁ ନେଇ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରରେ ଥିବା ଗରମ ପାଣି ଫିଙ୍ଗିଥିଲେ। ପରେ ରାସ୍ତା କଡ଼ରେ ନେଇ ଫିଙ୍ଗିଦେଲେ। ଏହାପରେ ଗଗନଙ୍କ ସମ୍ପର୍କୀୟମାନେ ଖବର ପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରାଯିବା ପରେ କରାଯାଇଥିବ ପୋଲିସ 2 ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।

ଭୁଲ ଇଞ୍ଜେକସନ ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭୁଲ ଇଞ୍ଜେକସନ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟଣା । ମେଡିକାଲରେ ପହଞ୍ଚିଛନ୍ତି ତଦନ୍ତକାରୀ ଦଳ। SCBରୁ ୨ ଜଣ ଓ MKCGରୁ ୩ ଜଣ ଡାକ୍ତର ତଦନ୍ତ କରିବେ । କେଉଁ କାରଣରୁ ୬ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରିବେ। ଅନ୍ୟପଟେ ଏହି ଘଟଣାକୁ ନେଇ ହୋଇଥିବା ଅଭିଯୋଗକୁ ମେଡ଼ିକାଲ କତ୍ତୃପକ୍ଷ  ଖଣ୍ଡନ କରିଛନ୍ତି।

ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମେଡିକାଲରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଗ୍ରସ୍ତ ବେଳେ କଂଗ୍ରେସ ମେଡିକାଲର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିବାବେଳେ ମନ୍ତ୍ରୀ ତାଙ୍କୁ ସୁଯୋଗ ନ ଦେବାରୁ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି।

ଏପରିକି ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଓ କୋରାପୁଟ ବିଧାୟକ ରଘୁରାମ ମାଛ, ରୂପକ ତୁରୁକ, ଭଗବାନ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍‌ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି। ବିଜେଡି ସରକାରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କୋରାପୁଟ ବିଧାୟକ କଂଗ୍ରେସ କର୍ମୀଙ୍କୁ ଧକ୍କା ମାରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରିଛନ୍ତି। ରୂପକ ତୁରୁକ ପ୍ରଶ୍ନ କରିଛନ୍ତି କି ମନ୍ତ୍ରୀ ଆଇସିୟୁ ବିଭାଗ ଯାଇ ସ୍ଥିତି ପରଖିବା କଥା। କିନ୍ତୁ ସେ ଆଇସିୟୁ ନ ଯାଇ ଏଠାକୁ କ’ଣ ଦେଖିବାକୁ ଆସିଥିଲେ ? ବର୍ତ୍ତମାନ ମଡିକାଲରେ ତଦନ୍ତକାରୀ ଦଳ ପ୍ରକୃତ ଘଟଣାର ଖୋଳତାଳ କରୁଛନ୍ତି  ।

ମାଗଣା ଟିକେଟ୍ ଗୁଜବ ପାଇଁ ଚାଲିଗଲା ୧୧ ଜୀବନ, ପୁଅର ପୋଷ୍ଟମର୍ଟମ ନକରିବାକୁ ନେହୁରା ହେଲେ ବାପା

ନନ୍ଦିଘୋଷ ବ୍ୟୁରୋ : ସେଲିବ୍ରେସନ ପାଲଟିଲା ଟ୍ରାଜେଡି । ବାଙ୍ଗାଲୋରରେ RCB ଉତ୍ସବରେ ଯୋଗଦେବା ପାଇଁ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା। ଏହି ଦଳାଚକଟାରେ ଜଣେ ବାପା ତାଙ୍କର ଏକମାତ୍ର ପୁଅକୁ ହରାଇଛନ୍ତି।  ସେ କାନ୍ଦି କାନ୍ଦି ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପୋଷ୍ଟମର୍ଟମ ବିନା ତାଙ୍କ ପୁଅର ମୃତଦେହ ତାଙ୍କୁ ଫେରାଇ ଦିଆଯାଉ। ପୁଅର ମୃତଦେହକୁ ଖଣ୍ଡ ଖଣ୍ଡ କରନ୍ତୁ ନାହିଁ।

ଗତକାଲି ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲରେ ବିଜୟ ଟିମ୍ RCBର  ସେଲିବ୍ରେସନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ, ହେଲେ ଏହି ସମୟରେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଛଟିଛି ଏବଂ ଅନେକ ଆହତ ହୋଇଥିଲେ ।  ଏହି ଘଟଣା ସଭିଙ୍କୁ ବିଚଳିତ କରିଛି ।

ଏକମାତ୍ର ପୁଅକୁ ହରାଇଲା ବାପା

ଏହି ଦଳାଚକଟାରେ ଜଣେ ବ୍ୟକ୍ତି ତାଙ୍କ ଏକମାତ୍ର ପୁଅକୁ ହରାଛନ୍ତି । ତାଙ୍କ ଲୁହ ଆଉ ବୋଲ ମାନୁନି, ତାଙ୍କ ମନର ଯନ୍ତ୍ରଣା କହୁଛି ଯେ ତାଙ୍କ ଜୀବନରେ ସେ କେତେ ବଡ଼ ଜିନିଷ ହରାଇଛନ୍ତି । ଲୁହ ଛଳ ଛଳ ଆଖିରେ ସେ ଅନୁରୋଧ କରୁଛନ୍ତି କି , ପୋଷ୍ଟମର୍ଟମ ନକରି ତାଙ୍କ ପୁଅର ମୃତଦେହକୁ ଫେରାଇ ଦିଅନ୍ତୁ। ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ। ସେ କାନ୍ଦି କାନ୍ଦି କହିଛନ୍ତି କି, ମୋର କେବଳ ଗୋଟିଏ ପୁଅ ଥିଲା , ଆଜି ମୁଁ ତାକୁ ମଧ୍ୟ ହରାଇଲି। ସେ ମୋତେ ନକହି ଏଠାକୁ ଆସିଥିଲା । ଏବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଠାକୁ ଆସିବେ, ଦେଖା କରିବେ କିନ୍ତୁ କେହି ମୋ ପୁଅକୁ ଫେରାଇ ଆଣିପାରିବେ ନାହିଁ।

ଗୁଜବରୁ ଅଘଟଣ

୧୮ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ RCB (ର ପ୍ରଥମ ବିଜୟକୁ ପାଳନ କରିବା ପାଇଁ ଏକ ବିରାଟ ଭିଡ଼ ଏକତ୍ରିତ ହୋଇଥିଲା। ହେଲେ ସେହି ସମୟରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ମାଗଣା ଟିକେଟର ଗୁଜବ ବ୍ୟାପିଗଲା ଏବଂ ଏହି ଗୁଜବ ଏକ ବଡ଼ ଦୁର୍ଘଟଣାର କାରଣ ପାଲଟିଲା। ଭିତରେ ଉତ୍ସବ ଚାଲିଲା କିନ୍ତୁ ବାହାର ଆରମ୍ଭ ହୋଇଯାଇଥିଲା ଠେଲା ପେଲା, ଦଳାଚକଟା । ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା । ଭିଡ଼ ମଧ୍ୟରୁ କିଛି ଲୋକ ଜବରଦସ୍ତି ଷ୍ଟାଡିୟମ ଭିତରକୁ ଯିବାକୁ ଚେଷ୍ଟା କଲେ ଏହା ଫଳରେ ପରିସ୍ଥିତି ସଂଗୀନ ହୋଇପଡିଲା   ।

ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହି ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏପରି କି ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ଏହା ପରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦଳାଚକଟା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯିବ। ଯାହାର ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବାର ଆଶା କରାଯାଉଛି।

 

iPhone ବ୍ୟବହାରକାରୀଙ୍କୁ ବଡ଼ ଝଟକା, ଆଉ ଫୋନରେ ଚଲାଇ ପାରିବେନି YouTube !

ନନ୍ଦିଘୋଷ ବ୍ୟୁରୋ : ଆଇଫୋନ୍ ବା ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା । ଆଇଫୋନରେ ଆଉ ଚଲାଇପାରିବେ ନାହିଁ ୟୁଟ୍ୟୁବ୍ ।  ପ୍ରକୃତରେ YouTube ଏକ ନୂତନ ଅପଡେଟ୍ ଆଣିଛି,  ଯାହା ଦ୍ୱାରା କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି।

iPhone ଏବଂ iPad ଚଲାଉଥିବା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହା ଏକ ବଡ଼ ସୂଚନା । ଏବେ YouTube ଆପ୍‌ ଏକ ନୂତନ ସଂସ୍କରଣ ଆରମ୍ଭ କରିଛି। ଏହି ନୂତନ ସଂସ୍କରଣ ଯୋଗୁଁ, ପୁରୁଣା iPhone ଏବଂ iPad ଚଲାଉଥିବା ୟୁଜର୍ସ YouTube ଆପର ସମର୍ଥନ ବନ୍ଦ କରିଦିଆଯାଇଛି ।  ଯାହାଫଳରେ  iOS 16 ଏବଂ ତା’ପର ମଡେଲଗୁଡ଼ିକରେ ଏହା ଚାଲିବ କିନ୍ତୁ  iOS 15 ଥିବା ଆଇଫୋନରେ ଏହା ଚାଲିବ ନାହିଁ ।

ଏହି ମଡେଲରେ କାମ କରିବନି ୟୁଟ୍ୟୁବ୍ :

YouTubeର ନୂତନ ଅପଡେଟ୍ ପରେ, ଆଇଫୋନ୍ 6s, ଆଇଫୋନ୍ ୭ ପ୍ଲସ୍, ଆଇଫୋନ୍ ୭, ଆଇପଡ୍ ଟଚ୍ (ସପ୍ତମ ପିଢ଼ି), iPhone SE (ପ୍ରଥମ ପିଢ଼ି), ଆଇପ୍ୟାଡ୍ ମିନି ୪, ଆଇପ୍ୟାଡ୍ ଏୟାର୍ ୨ ଆଦିରେ ମଡେଲଗୁଡ଼ିକରେ YouTube ସମର୍ଥନ କରିବ ନାହିଁ। କିନ୍ତୁ ବ୍ୟବହାରକାରୀମାନେ ବ୍ରାଉଜର ମାଧ୍ୟମରେ YouTube ଆକ୍ସେସ୍ କରିପାରିବେ। ଯଦି ବ୍ରାଉଜର ମାଧ୍ୟମରେ YouTube ବ୍ୟବହାର କରାଯାଏ, ତେବେ ଆପଣ ଆପ୍‌ରେ ଉପଲବ୍ଧ ସୁବିଧା ଯେପରିକି  ନେଭିଗେସନ୍, ଅଫଲାଇନ୍ ସପୋର୍ଟ ଏବଂ ଭିଡିଓ ଷ୍ଟ୍ରିମିଂ ଟୁଲ୍ସ ଇତ୍ୟାଦିର ଲାଭ ଉଠାଇପାରିବେ ନାହିଁ।

ଏହା ପ୍ରଥମ ଥର ନୁହେଁ ଯେ କୌଣସି ଆପ୍ ପୁରୁଣା ମଡେଲଗୁଡ଼ିକୁ ସମର୍ଥନ କରିବା ବନ୍ଦ କରିଦେଇଛି, WhatsApp ମଧ୍ୟ ପୁରୁଣା ସଂସ୍କରଣକୁ ସମର୍ଥନ କରୁଥିବା ମଡେଲଗୁଡ଼ିକୁ ସମର୍ଥନ କରିବା ବନ୍ଦ କରିଦେଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଡେଭଲପରମାନେ ଅଧିକ ଉନ୍ନତ ସଫ୍ଟୱେର୍ ସହିତ ଆସୁଥିବା ନୂତନ ଡିଭାଇସ୍ ଉପରେ ଧ୍ୟାନ ଦେଉଛନ୍ତି।

 

ବନ୍ୟା ପାଣି ଘେରରେ ସମଗ୍ର ଉତ୍ତର ପୂର୍ବାଞ୍ଚଳ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ :  ପାଣି ଘେରରେ ଆସାମର ୨୧ ଜିଲ୍ଲା । ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବନ୍ୟା ପରିସ୍ଥିତି ଯୋଗୁଁ  ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଆସାମ, ସିକ୍କିମ, ମଣିପୁର, ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ତାଣ୍ଡବ ରଚିଛି ବନ୍ୟା । ଆସାମର ୨୧ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ମୋଟ ୬ ଲକ୍ଷ ୭୯ ହଜାର ଲୋକ ପାଣି ଘେରରେ ରହିଛନ୍ତି । ୧୫ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ବନ୍ୟାଘେରରୁ ଲୋକଙ୍କୁ ରେସକ୍ୟୁ କରି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ଅନ୍ୟପଟେ ବ୍ରହ୍ମପୁତ୍ର, ନିଆମାଟିଘାଟ, ତେଜପୁର ଏବଂ ଧ୍ରୁବିରେ ଜଳସ୍ତର ବିପଦ ସଂକେଦ ଟପିଛି । ମେଘାଳୟ, ତ୍ରିପୁରା, ମଣିପୁରର ସମସ୍ତ ଜିଲ୍ଲା ଓ ଅରୁଣାଞ୍ଚଳ ପ୍ରଦେଶ ଏବଂ ମିଜୋରାମର ଅନେକ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି । ମଣିପୁରରେ ଏବେବି ସ୍ଥିତି ସଙ୍ଗୀନ ରହିଛି ।  ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲକ୍ଷ ଲକ୍ଷ ବିପନ୍ନ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀ କାଳୀନ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଗତ ମେ’ ୨୯ରୁ ଜାରି ରହିଥିବା ଜଳ ପ୍ରଳୟରେ ହଜାର ହଜାର ରାସ୍ତା ଧୋଇଯିବା ସହ ଲକ୍ଷାଧିକ ଘର  ମାଟିରେ ମିଶିଛି। ଆସାମରେ ୧୯ ଜଣ, ଅରୁଣାଚଳ ପ୍ରଦେଶରେ ୧୨ ଜଣ, ମେଘାଳୟରେ ୬ ଜଣ, ମିଜୋରାମରେ ୫ ଜଣ, ତ୍ରିପୁରାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଏନଡିଆରଏଫ, ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସମସ୍ତ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେବଳ ଆସାମରେ ସାଢେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।