spot_img
Home Blog Page 6851

ରାଜ୍ୟରେ ପୁଣି ୫୨୭ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୫୨୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୫୨୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି ।

ତେବେ ୫୨୭ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨୬ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଦୁଇ ଜଣ, ବଲାଙ୍ଗିରରୁ ୨୧, କଟକରୁ ୧୭, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୨୧୫ ଜଣ, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୫୦, କୋରାପୁଟରୁ ୬, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୪, ପୁରୀରୁ ୧୬, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ଜଣେ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୬,୭୦୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୩,୦୮,୬୯୮ ଜଣଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇଛି । ଅନ୍ୟପଟେ ଆଜି ମଧ୍ୟ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୁନ୍ଦର ଚୁଟି ରଖିଥିବା ଆଦିତ୍ୟ ମରିବା ପୂର୍ବରୁ କାହିଁକି ଲଣ୍ଡା ହୋଇଥିଲେ, ଜାଣନ୍ତୁ…

ସମାଜସେବୀ ଆଦିତ୍ୟ ଦାଶଙ୍କ ଶବ ରେଳ ଷ୍ଟେସନରେ ମିଳିବା ପରଠୁ ତାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆତ୍ମହତ୍ୟା ନା’ ହତ୍ୟା ସେନେଇ ଭିନ୍ନ ଭିନ୍ନ କାହାଣୀ ସୋସିଆଲ ମିଡିଆରେ ଘୂରି ବୁଲିଲାଣି । ତେବେ ବାସ୍ତବ କଥା କ’ଣ? ଯିଏ ଭିଡିଓ ବାର୍ତ୍ତା ଦେଇ ସାଧାରଣ ଲୋକଙ୍କ ପାଇଁ ପ୍ରୋତ୍ସାହନର ଉତ୍ସ ବନିଥିଲେ ସେ ହଠାତ୍ ଏମିତି ଅସ୍ୱାଭାବିକ ବ୍ୟବହାର କରିବା ପଛର ରହସ୍ୟ କ’ଣ? ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେ ଗତ କିଛି ଦିନ ହେବ ଏକା ରହିବାକୁ ଡରୁଥିଲେ । ଏପରିକି ଏକେଲା ବାଥୁରୁମ୍ ଯିବା ପାଇଁ ମଧ୍ୟ ସାହାସ କରୁନଥିଲେ । ମାନସିକ ସ୍ତରରେ ବିଶୃଙ୍ଖଳିତ ଥିବା ତାଙ୍କ ସ୍ତ୍ରୀ କହିଛନ୍ତି । କିଛି ଦିନ ପୂର୍ବରୁ ସେ ଲଣ୍ଡା ହୋଇ ଘରକୁ ଫେରିଥିଲେ ।

ସ୍ତ୍ରୀଙ୍କର କହିବା କଥା ଯେ ଲଣ୍ଡା ହେବାର କାରଣ ଦର୍ଶାଇ ସେ କହିଥିଲେ ଯେ ସେ ନିଜ ନୂଆ ଭିଡିଓ ପାଇଁ ଏକ ନୂଆ ଏକ୍ସପିରିମେଣ୍ଟ କରୁଛନ୍ତି । ମାତ୍ର ଏସବୁ ସତ ନଥିଲା । ମାନସିକ ସ୍ତରରେ ଏତେ ବିଶୃଙ୍ଖଳିତ ଥିଲେ ଯେ ସେ କରୁଥିବା କାର୍ଯ୍ୟ ପ୍ରତି ତାଙ୍କର ନିଜସ୍ୱ ଚେତନା ମଧ୍ୟ ନଥିଲା । ଏବେ ତାଙ୍କ ମୃତ୍ୟୁ ପରେ ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଜିଆରପି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ଗତ ଜୁନ ୯ରେ କଟକ ଖପୁରିଆରେ ବିବାହ କରିଥିଲେ ଆଦିତ୍ୟ । ବିଦ୍ୟାଶ୍ରୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା l

ତେବେ ବିବାହର ଗୋଟିଏ ମାସ ନ ପୁରୁଣୁ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଲାଗି ରହିଛି ସସପେନ୍ସ l ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟ୍ରେନ୍ ଟ୍ରାକରୁ ମୃତଦେହ ମିଳିଥିବା ବେଳେ ଖଣ୍ଡବିଖଣ୍ଡିତ ହୋଇନଥିବାରୁ ସନ୍ଦେହ ବଢିଛି । ଲୁଟ ଉଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଛି କି ? ନିଶା ବିରୋଧୀ ସଂଗଠନ ଓ ବୃଦ୍ଧାଶ୍ରମ ଖୋଲିଥିବାରୁ ଥିଲା କି ଶତ୍ରୁତା ?

କାହିଁକି ମନେ ରହିବେ ‘ଦାଦା’,ଆଜି ସୌରଭଙ୍କ ଜନ୍ମଦିନ

ଭାରତୀୟ ଉପମହାଦେଶ ବାହାରେ ଦାଦା ହିଁ ଏକମାତ୍ର ବ୍ୟକ୍ତି ଯେ ଭାରତୀୟ କ୍ରିକେଟ୍ ଟିମକୁ ବିଜୟର ସ୍ୱପ୍ନ ଦେଖାଇଥିଲେ । ଆଉ ଜିତାଇଥିଲେ ବି । ଫିକ୍ସିଂର କଳା ଅଧ୍ୟାୟରେ ଛନ୍ଦି ହୋଇ ପଡିଥିବା ଭାରତୀୟ କ୍ରିକେଟ ଦଳକୁ ଏକ ନୂଆ ରୂପ ଦେଇ ଚମକାଇଥିଲେ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ଲଡ୍ସର ବିଜୟ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ପାଇଁ ପ୍ରତିଶୋଧର ସ୍ମାରକ ହୋଇ ରହିଛି ।

Happy birthday Sourav Ganguly, the captain who gave Team India the belief to win overseasଧୋନୀ, ଯୁବରାଜ ଓ ହରଭଜନଙ୍କ ଭଳି ମହାନ କ୍ରିଡାବିତଙ୍କୁ ଘସି ମାଜି ତିଆରି କରିଥିଲେ ସେ। ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ଏହି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଯେ ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ଓ ମହାନ ଏକଥା କହିବାକୁ ପଡିବନି । ଗତ ଦଶନ୍ଧିର କ୍ରିକେଟ ପ୍ରେମୀ ଗାଙ୍ଗୁଲିଙ୍କ କଡା ତେବର ଓ ଆକ୍ରମଣାତ୍ମକ ଖେଳର ଫ୍ୟାନ ଥିବେ ନିଶ୍ଚିତ । ସୌରଭଙ୍କ ଅଧିନାୟକତ୍ୱରେ ଭାରତ ୧୪୬ଟି ଏକଦିବସୀୟ ମ୍ୟାଚ ଖେଳିଥିବା ବେଳେ ୭୬ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିଭଳି ୪୯ଟି ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇ ସେ ୨୧ଟି ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ୧୫ଟି ଟେଷ୍ଟ ଡ୍ର କରିଛନ୍ତି ।

ତେବେ ବିଦେଶ ମାଟିରେ ଟେଷ୍ଟ ବିଜୟ ପାଇଁ ଦାଦା ସବୁଠାରୁ ଅଧିକ ପ୍ରଶଂସା ସାଉଁଟନ୍ତି । ଦେଶ ବାହାରେ ୨୮ଟି ମ୍ୟାଚ ଖେଳି ଦାଦା ୧୧ଟି ମ୍ୟାଚ୍ ଜିତିଥିବା ବେଳେ ୭ଟିକୁ ଡ୍ର ରଖିଛନ୍ତି । ତେବେ ଏସବୁ ବାଦ ୨୦୦୨ର ନାଟଓ୍ୱେଷ୍ଟ ସିରିଜ୍ ବିଜୟ, ବ୍ୟକ୍ତିଗତ ୧୮୩ ଓ ୨୦୦୩ ବିଶ୍ୱକପରେ ଫାଇନାଲ ପର୍ଯ୍ୟନ୍ତର ଯାତ୍ରା ସୌରଭଙ୍କୁ ଭାରତୀୟ କ୍ରିକେଟ୍ ଫ୍ୟାନଙ୍କ ଗହଣରେ ସ୍ୱତନ୍ତ୍ର କରିଛି । ୧୦ ହଜାର ରନ୍ କ୍ଲବରେ ମଧ୍ୟ ସୌରଭ ସାମିଲ ଅଛନ୍ତି । ଏକଦିବସୀୟରେ ୧୧୩୬୩ ଓ ଟେଷ୍ଟରେ ୭୨୧୨ ରନ୍ କରି ସୌରଭ ଭାରତୀୟ କ୍ରିକେଟ୍ ଜଗତରେ ଜଣେ ଆଗଧାଡିର କ୍ରିକେଟର ଭାବେ ଗଣା ହୁଅନ୍ତି ।  

ଉମରକୋଟରେ ଜଙ୍ଗଲ ବିବାଦ, ୩୫ ଏକର ଜମି ପାଇଁ କଳି

ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ ଜମିକୁ ନେଇ ବିବାଦ ଉପୁଜିଛି । ସୁନାବେଡ଼ା ଓ ନାୟକଗୁଡ଼ା ନିକଟରେ ଥିବା ୩୫ ଏକର ଜଙ୍ଗଲ ଜମିକୁ ନେଇ ମୁଣ୍ଡ ଟେକିଛି ଏହି ବିବାଦ । ଦୀର୍ଘ ୫୦ବର୍ଷ ହେବ ନାୟକଗୁଡା ବାସିନ୍ଦା ସଂପୃକ୍ତ ଅଞ୍ଚଳରେ ବୃକ୍ଷରୋପଣ କରିଥିଲେ  । ରକ୍ଷଣାବେକ୍ଷଣ ମଧ୍ୟ କରିଥିଲେ  । ବର୍ତ୍ତମାନ ସେହି ସ୍ଥାନ ଉପରେ ସୁନାବେଡ଼ା ଗାଁର କିଛି ଲୋକ ଫୁଟବଲ ପଡିଆ ଓ ମକା ଚାଷ କରିବା ଆରମ୍ଭ କରିଛନ୍ତି  । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି  ।Umarkote in Nabarangpur have been embroiled over forest land controversyଦୀର୍ଘ ଦିନ ହେଲା ସାମାଜିକ ବନ ପ୍ରକଳ୍ପ ଯୋଜନାରେ ଉକ୍ତ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ବର୍ତ୍ତମାନ ଏହି ଜମିକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି  । ତେବେ ବାସ୍ତବରେ ଜମି କାହାର ଓ କିଏ ଏହି ଜମିକୁ ବ୍ୟବହାର କରୁଥିଲେ ସେ ନେଇ ବିବାଦ ଲାଗି ରହିଛି । ଅନ୍ୟପକ୍ଷରେ ବିବାଦ ନେଇ ଉମରକୋଟ ତହସିଲଦାର କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି  । ଉମରକୋଟ୍ ରେଞ୍ଜର ବିବାଦୀୟ ସ୍ଥାନକୁ ଯାଇ ଘଟଣାର ତଦନ୍ତ କରିବା ସହ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି  ।

 

ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କେଉଁଠୁ ହେଲେ ସଂକ୍ରମିତ…..

ରାଜ୍ୟର ବିଧାୟକମାନେ ସଂକ୍ରମିତ ହେବା ଆରମ୍ଭ ହେଲାଣି । ଏବେ କଟକ ଜିଲ୍ଲାର ଜଣେ ବିଧାୟକ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଛି । ଗତ ୩ ତାରିଖରେ ଷ୍ଟାଣ୍ଡିଂ କମିଟି ବୈଠକ ହୋଇଥିଲା । ଉକ୍ତ ବିଧାୟକ ବୈଠକରେ ଯୋଗ ଦେଇଥିବା ଜଣାପଡିଛି ।

ଏଣୁ ଆଗାମୀ ସମୟରେ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବାଲେଶ୍ୱର ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବେ କରୋନା ସଂକ୍ରମିତ ହୋଇ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମୀନରାଶୀ ବ୍ୟକ୍ତି ସାବଧାନ ! ଘାରିବ ଅଜଣା ଭୟ, ରହିବ ଅର୍ଥ ଚିନ୍ତା; ଉପାୟ ଆପଣାନ୍ତୁ ସମାଧାନ ହେବ

ମେଷରାଶି:
ଅଶ୍ୱିନୀ ନକ୍ଷତ୍ର- ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, ମନର ଆଶା ପୂରଣ ହେବ ।

ଦ୍ୱିଜା ନକ୍ଷତ୍ର- ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।

କୃତ୍ତିକା ନକ୍ଷତ୍ର- ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇ ବାହାରନ୍ତୁ ।

ଶୁଭରଙ୍ଗ- ହଳଦିଆ

ଜଳରେ ହଳଦି ମିଶାଇ ସ୍ନ।ନ କରିବ ଏବଂ ଓଁ ରଣହତ୍ର ନମଃ ୨୭ଥର ଜପ କରିବ ।

ବୃଷରାଶି:
କୃତ୍ତିକା ନକ୍ଷତ୍ର- ଆଜି କୌଣସି ଆର୍ଥିକ କ୍ଷତିହେବ ଏବଂ ନିଜଲୋକ ଠାରୁ ଅପମାନିତ ହେବେ, ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣୀ ନକ୍ଷତ୍ର- ସ୍ୱାମୀ, ସ୍ତ୍ରୀ କିମ୍ବା ପ୍ରେମୀ ଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।

ମୃଗଶିରା ନକ୍ଷତ୍ର- ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ, ସଂପୂର୍ଣ୍ଣ ସତର୍କ ରହିବେ । ନଚେତ ଦଣ୍ଡିତ ହୋଇପାରନ୍ତି ।

ଶଭରଙ୍ଗ- ଲାଲ

ଜଳରେ କ୍ଷୀର କିମ୍ବା ଗଙ୍ଗାଜଳ ମିଶାଇ ସ୍ନ।ନ କରିବେ ଏବଂ ଓଁ ଦେତ୍ୟ ଗୁରବେ ନମଃ ୨୭ଥର ଜପ କରିବେ, ମଥାରେ ଚନ୍ଦନ ତିଳକ ଲଗାଇବେ ଏବଂ ଚନ୍ଦନ କାଠି ପାଖରେ ରଖିବେ ।

ମିଥୁନରାଶି:
ମୃଗଶିରା ନକ୍ଷତ୍ର- ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ, କାର୍ଯ୍ୟ ବିଗିଡିବ ।

ଆଦ୍ରା ନକ୍ଷତ୍ର- ଆଜି କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୂରଣ ହେବନାହିଁ ।

ପୁନର୍ବସୁ ନକ୍ଷତ୍ର- ଶତ୍ରୁ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

ଶଭରଙ୍ଗ ପାଉଁସିଆ

ଜଳରେ ଗୋଲାପଜଳ ମିଶାଇ ସ୍ନ।ନ କରିବେ ଏବଂ ଓଁ ଲକ୍ଷ୍ମୀ ନାରାୟଣାୟ ନମଃ ୨୭ଥର ଜପ କରିବେ । ସବୁଜ ବସ୍ତ୍ର ଦାନ କରିବେ ।

କର୍କଟ ରାଶି:
ପୁନର୍ବସୁ ନକ୍ଷତ୍ର- ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାମଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ ।

ପୁଷ୍ୟା ନକ୍ଷତ୍ର- ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।

ଅଶ୍ଳଷା ନକ୍ଷତ୍ର- ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ଶୁଭରଙ୍ଗ- ଧଳା

ଜଳରେ ହଳଦିଆ ସୋରିଷ ମିଶାଇ ସ୍ନାନ କରିବ ଏବଂ ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରିବେ । ଚଣାଡାଲି ଦାନ କରିବେ ।

ସିଂହରାଶି:
ମଘା ନକ୍ଷତ୍ର- ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାର୍ଯ୍ୟ କରନ୍ତୁ, ମନମୁତାବକ ଫଳ ମିଳିବ ।

ପୂର୍ବା ଫାଲଗୁନି ନକ୍ଷତ୍ର- ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ଅର୍ଥାଭାବ ବଢିବ ।

ଉତ୍ତରାଫାଲଗୁନି ନକ୍ଷତ୍ର- ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁସାରେ ହେବ ନାହିଁ ।

ଶୁଭରଙ୍ଗ- ଧଳା

ଜଳରେ କଳାରାଶି ମିଶାଇ ସ୍ନାନ କରିବ ଏବଂ ଓଁ ପିପଳାୟ ନମଃ ୨୭ଥର ଜପ କରନ୍ତୁ, ବିରିଡାଲି ଦାନ କରିବେ ।

କନ୍ୟାରାଶି:
ଉତ୍ତରାଫାଲଗୁନି ନକ୍ଷତ୍ର- ଜାଗାବାଡ଼ି କିମ୍ବା କୌଣସି ନୂଆ ଗାଡ଼ି କିଣିବାର ସମ୍ଭାବନା ସୃଷ୍ଟି ହେବ । ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଂଶ ମିଳିବ ।

ହସ୍ତା ନକ୍ଷତ୍ର- ଆର୍ଥିକ ଅଭିବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ କିନ୍ତୁ ମାନସମ୍ମାନରେ କମି ରହିବ ।

ଚିତ୍ରା ନକ୍ଷତ୍ର- ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ ।

ଶୁଭରଙ୍ଗ – ସବୁଜ

ଜଳରେ ଗୋମତିଚକ୍ର ପକାଇ ସ୍ନାନ କରିବେ ଏବଂ ଓଁ ଗ୍ରହପତୟେ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।

ତୁଳାରାଶି:

ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ ।

ସ୍ୱାତୀ ନକ୍ଷତ୍ର- ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢ଼ିବ, ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢ଼ିବ ।

ବିଶାଖା ନକ୍ଷତ୍ର- ଆଜି ଘରୁ ବାହାରିଲା ବେଳେ ଶମିଗଛର ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁ କାମରେ ଜୟ ହେବ ।

ଶୁଭରଙ୍ଗ- ଧଳା

ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଓଁ ବୁଧମହାଗ୍ରହାୟ ନମଃ ୨୭ଥର ଜପ କରିବେ, ଅରୁଆ ଚାଉଳ ଦେବଜ୍ଞ ବ୍ରାହ୍ଣଣଙ୍କୁ ଦାନ କରିବେ ।

ବିଛାରାଶି:

ବିଶାଖା ନକ୍ଷତ୍ର- ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ, ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର- ପାରିବାରିକ ମାନସିକ ଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟୋଷ୍ଠା ନକ୍ଷତ୍ର- ନିତିଦିନ ଜୀବନର ସଂଘର୍ଷ ବଢି ଚାଲିବ, ଜୀବନ ଜିଇଁବାକୁ ନେଇ ଚିନ୍ତା ଦେଖାଦେବ ।

ଶୁଭରଙ୍ଗ- ସବୁଜ

ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ, ମସୁରଡାଲି ଦାନ କରିବେ ।

ଧନୁରାଶି:

ମୂଳା ନକ୍ଷତ୍ର – ନିଜ ବନ୍ଧୁ ପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ ।

ପୂର୍ବାଷାଢା ନକ୍ଷତ୍ର- ଆଜି କିଛି ଗୁଡ଼ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ, ଅଟକିଥିବା କାମ ପୂରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର- କିଛି ନା କିଛି ମନମୁତାବକ ଇଚ୍ଛା ପୂରଣ ହେବ, ଅନ୍ୟର ସୁଖରେ ସୁଖୀ ହେବେ, ଫଳରେ ମାନସମ୍ମାନ ମିଳିବ ।

ଶୁଭରଙ୍ଗ- ଧଳା

ଦହି ମିଶାଇ ସ୍ନାନ କରିବେ ଏବଂ ଓଁ ଜଗନ୍ନାଥାୟତେ ନମଃ ୨୭ଥର ଜପ କରିବେ, ଖଣ୍ଡହଳଦି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବେ ।

ମକରରାଶି:

ଉତ୍ତରାଷାଢା ନକ୍ଷତ୍ର- ଆୟ ଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାମ ହାସଲ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର- ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଗୃହନିର୍ମାଣ ଆଦି କାର୍ଯ୍ୟ ଆରମ୍ଭ କରିବେ ।

ଧନିଷ୍ଠା ନକ୍ଷତ୍ର- ସମୟ ଏତେ ଶୁଭ ରହିବ ନାହିଁ, ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମପ କୌଣସି ଅସହାୟକୁ ଦାନ କରନ୍ତୁ ।

ଶୁଭରଙ୍ଗ- ଧଳା

ଜଳରେ ଗୁଜୁରାତି ପକାଇ ସ୍ନାନ କରନ୍ତୁ ଏବଂ ଓଁ ମହାବଳାୟ ନମଃ ୨୭ଥର ଜପ କରିବେ, ମୁଗଡାଲି ଦାନ କରିବେ ।

କୁମ୍ଭରାଶି

ଧନିଷ୍ଠା ନକ୍ଷତ୍ର- ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଶତଭିଷା ନକ୍ଷତ୍ର- ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।

ପୂର୍ବଭାଦ୍ରପଦ ନକ୍ଷତ୍ର- ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୂଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କତା ଜରୁରୀ ।

ଶୁଭରଙ୍ଗ- ହଳଦିଆ

ସ୍ନାନସାରି ତମ୍ବାପାତ୍ରରେ ଜଳଧରି ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ ।

ମୀନରାଶି:

ପୂର୍ବଭାଦ୍ରପଦ ନକ୍ଷତ୍ର- ପେଟ ଓ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସାଙ୍ଗସାଥିରେ ବିଶୃଙ୍ଖଳା ସୃଷ୍ଟି ହେବ, ତେଣୁ ଆଜି ସତର୍କ ରହି ମନେ ମନେ ଓ ରାହବେ ନମଃ ଜପ କରିବେ ।

ଉତ୍ତରଭାଦ୍ରପଦ ନକ୍ଷତ୍ର- ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ ।

ରେବତୀ ନକ୍ଷତ୍ର- ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେବ, ମନ ଅସ୍ଥିର ରହିବ ।

ଶୁଭରଙ୍ଗ ନକ୍ଷତ୍ର- ନୀଳ

ଜଳରେ କେଶର ମିଶାଇ ସ୍ନାନ କରିବେ ଏବଂ ଓଁ ବୈଷ୍ଣବେ ନମଃ ୨୭ଥର ଜପ କରିବେ, ଗହମ ଦାନ କରିବେ ।

ବୃଦ୍ଧି ପାଉଛି ସଂକ୍ରମଣ, ପୁଣି ବଢ଼ିଲା କଟକରେ ସଟ୍‌ଡାଉନ୍‌ ଅବଧି

କଟକ: କଟକରେ ବଢ଼ିଲା ସଟ୍‌ଡାଉନ୍‌ ଅବଧି । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି କଟକର ବିଭିନ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

ସହରରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଟ୍‌ଡାଉନ୍ ବଢାଯାଇଛି । ପୂର୍ବରୁ ସିଏମସି ପକ୍ଷରୁ ବୁଧବାର ଯାଏଁ ସଟଡାଉନ ଘୋଷଣା କରାଯାଇଥିଲା । ଏହାକୁ ଏବେ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି କରାଯାଇଛି ।

Cuttack Shut Down Notice

ତେବେ ସଟଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଔଷଧ, କ୍ଷୀର, ପନିପରିବା, ତେଜରାତି, ମାଛ, ମାଂସ ଦୋକାନ ଖୋଲାରହିବ । ସକାଳ ୫ ଟାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ଏସବୁ ଦୋକାନ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କଟକ ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି ।