କାହିଁକି ମନେ ରହିବେ ‘ଦାଦା’,ଆଜି ସୌରଭଙ୍କ ଜନ୍ମଦିନ

Happy birthday Sourav Ganguly, the captain who gave Team India the belief to win overseas.

ଭାରତୀୟ ଉପମହାଦେଶ ବାହାରେ ଦାଦା ହିଁ ଏକମାତ୍ର ବ୍ୟକ୍ତି ଯେ ଭାରତୀୟ କ୍ରିକେଟ୍ ଟିମକୁ ବିଜୟର ସ୍ୱପ୍ନ ଦେଖାଇଥିଲେ । ଆଉ ଜିତାଇଥିଲେ ବି । ଫିକ୍ସିଂର କଳା ଅଧ୍ୟାୟରେ ଛନ୍ଦି ହୋଇ ପଡିଥିବା ଭାରତୀୟ କ୍ରିକେଟ ଦଳକୁ ଏକ ନୂଆ ରୂପ ଦେଇ ଚମକାଇଥିଲେ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ଲଡ୍ସର ବିଜୟ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ପାଇଁ ପ୍ରତିଶୋଧର ସ୍ମାରକ ହୋଇ ରହିଛି ।

Happy birthday Sourav Ganguly, the captain who gave Team India the belief to win overseasଧୋନୀ, ଯୁବରାଜ ଓ ହରଭଜନଙ୍କ ଭଳି ମହାନ କ୍ରିଡାବିତଙ୍କୁ ଘସି ମାଜି ତିଆରି କରିଥିଲେ ସେ। ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ଏହି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଯେ ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ଓ ମହାନ ଏକଥା କହିବାକୁ ପଡିବନି । ଗତ ଦଶନ୍ଧିର କ୍ରିକେଟ ପ୍ରେମୀ ଗାଙ୍ଗୁଲିଙ୍କ କଡା ତେବର ଓ ଆକ୍ରମଣାତ୍ମକ ଖେଳର ଫ୍ୟାନ ଥିବେ ନିଶ୍ଚିତ । ସୌରଭଙ୍କ ଅଧିନାୟକତ୍ୱରେ ଭାରତ ୧୪୬ଟି ଏକଦିବସୀୟ ମ୍ୟାଚ ଖେଳିଥିବା ବେଳେ ୭୬ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିଭଳି ୪୯ଟି ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇ ସେ ୨୧ଟି ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ୧୫ଟି ଟେଷ୍ଟ ଡ୍ର କରିଛନ୍ତି ।

ତେବେ ବିଦେଶ ମାଟିରେ ଟେଷ୍ଟ ବିଜୟ ପାଇଁ ଦାଦା ସବୁଠାରୁ ଅଧିକ ପ୍ରଶଂସା ସାଉଁଟନ୍ତି । ଦେଶ ବାହାରେ ୨୮ଟି ମ୍ୟାଚ ଖେଳି ଦାଦା ୧୧ଟି ମ୍ୟାଚ୍ ଜିତିଥିବା ବେଳେ ୭ଟିକୁ ଡ୍ର ରଖିଛନ୍ତି । ତେବେ ଏସବୁ ବାଦ ୨୦୦୨ର ନାଟଓ୍ୱେଷ୍ଟ ସିରିଜ୍ ବିଜୟ, ବ୍ୟକ୍ତିଗତ ୧୮୩ ଓ ୨୦୦୩ ବିଶ୍ୱକପରେ ଫାଇନାଲ ପର୍ଯ୍ୟନ୍ତର ଯାତ୍ରା ସୌରଭଙ୍କୁ ଭାରତୀୟ କ୍ରିକେଟ୍ ଫ୍ୟାନଙ୍କ ଗହଣରେ ସ୍ୱତନ୍ତ୍ର କରିଛି । ୧୦ ହଜାର ରନ୍ କ୍ଲବରେ ମଧ୍ୟ ସୌରଭ ସାମିଲ ଅଛନ୍ତି । ଏକଦିବସୀୟରେ ୧୧୩୬୩ ଓ ଟେଷ୍ଟରେ ୭୨୧୨ ରନ୍ କରି ସୌରଭ ଭାରତୀୟ କ୍ରିକେଟ୍ ଜଗତରେ ଜଣେ ଆଗଧାଡିର କ୍ରିକେଟର ଭାବେ ଗଣା ହୁଅନ୍ତି ।  

Leave a Reply