spot_img
Home Blog Page 685

ଭୁବନେଶ୍ଵରରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଗୋଟିଏ ପଟେ ନିଯୁକ୍ତି ମେଳା, ଆଉ ଗୋଟିଏ ପଟେ ଚାକିରି ନିୟମିତ ଦାବିରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ। ୨ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କନିଷ୍ଠ ଶିକ୍ଷକ। ୨୦୨୩ -୨୪ ରେ ଚାକିରି ପାଇଛନ୍ତି ହେଲେ ସରକାର ସେମାନଙ୍କୁ ରେଗୁଲାର କରି ନାହାନ୍ତି । ରେଗୁଲାର ଦାବି କରି ଶହ ଶହ ସଂଖ୍ୟାରେ କନିଷ୍ଠ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅତିରିକ୍ତ ଦାୟିତ୍ବ ଦେଇଥିବା ବାଳବାଟିକା ପାଇଁ ନୂତନ ପୋଷ୍ଟିଙ୍ଗ ଦାବି କରିଛନ୍ତି କନିଷ୍ଠ ଶିକ୍ଷକ।

ଅନ୍ନଦାତାଙ୍କ ହକ ଲାଗି ଲଢୁଛି ବିଜେଡି

ଭୁବନେଶ୍ୱର: ଅନ୍ନଦାତାଙ୍କ ହକ ଲାଗି ଲଢୁଛି ବିଜେଡି । ନବରଙ୍ଗପୁର ରାଇଘରର ୩୪୪ ଜଣ ଚାଷୀଙ୍କୁ ନ୍ୟାୟ ଦେବାକୁ ବିଜେଡି କରୁଛି ଆନ୍ଦୋଳନ । ଆନ୍ଦୋଳନରେ ବସିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ଓ ରମେଶ ମାଝୀ । ବିଭିନ୍ନ ଦାବି ନେଇ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ତରଫରୁ ଅହରାତ୍ର ଗଣଧାରଣା ଦିଆଯାଉଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ଓ ରମେଶ ମାଝୀ । ନବରଙ୍ଗପୁର ରାଇଘର ବ୍ଲକର ଧାନ ମଣ୍ଡିରୁ ୩୪୪ଜଣ ଚାଷୀଙ୍କର ୧୪୨୫୨.୫୨ କ୍ବିଣ୍ଟାଲ ଧାନ କିଣି ୪ ମାସ ହେଲା ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ଚାଷୀଙ୍କୁ ପଇଠ କରିନଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରୁଛନ୍ତି ଚାଷୀ । ଚାଷୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଥିବାରୁ ଏଥିରେ ସାମିଲ ହୋଇଛି ବିଜେଡି l

ଉଦ୍ଧମପୁର-ଶ୍ରୀନଗର-ବାରମୁଲ୍ଲା ରେଲ ଲିଙ୍କ ପ୍ରକଳ୍ପ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଉଦ୍ଧମପୁର-ଶ୍ରୀନଗର-ବାରମୁଲ୍ଲା ରେଲ ଲିଙ୍କ ପ୍ରକଳ୍ପ ଉଦଘାଟିତ। ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ବିଶ୍ବର ସବୁଠାରୁ ଉଚ୍ଚତମ ରେଲ ଆର୍କ ବ୍ରିଜର ବି ଉଦଘାଟିତ ହୋଇଛି। ଚେନାବ ବ୍ରିଜ ହେଉଛି ଭାରତର ପ୍ରଥମ କେବଲଭିତ୍ତିକ ରେଲ ବ୍ରିଜ। ଏହାର ନାମ ରହିଛି ଅଞ୍ଜି ବ୍ରିଜ। ଏହି ବ୍ରିଜର ଉଚ୍ଚତା ରହିଛି ୩୫୯ ମିଟର। ଏହି ୨୭୨ କିଲୋମିଟର ପ୍ରକଳ୍ପ ବିଦ୍ୟୁତଭିତ୍ତିକ ପ୍ରକଳ୍ପ ଏବଂ ଏଥିରେ ରହିଛି ମୋଟ ୩୬ଟି ଟନେଲ ଓ ୯୪୩ଟି ବ୍ରିଜ। କାଟ୍ରା-ବନିହାଲ ସେକ୍ସନରେ ରହିଛି ସବୁଠାରୁ ଅଧିକ ବ୍ରିଜ ଓ ଟନେଲ। ୧୧୧ କିଲୋମିଟର ଦୀର୍ଘ ଏହି ସେକ୍ସନର ୯୭.୪୨ କିଲୋମିଟରରେ ରହିଛି ବହୁ ବ୍ରିଜ ଓ ଟନେଲ। ଏହା ସହ ଭାରତୀୟ ରେଳବାଇର ସବୁଠାରୁ ଦୀର୍ଘତମ ଟନେଲ ବି ଏହି ପ୍ରକଳ୍ପରେ ରହିଛି। ଟି-୫୦ ନାମକ ଏହି ଟନେଲର ଲମ୍ବା ୧୩ କିଲୋମିଟର। ଏହି ବ୍ରିଜର ନିର୍ମାଣ ଲାଗି ୨୯ ହଜାର ୮୦୦ ମେଟ୍ରିକ ଟନ ଷ୍ଟିଲ ବ୍ଯବହୃତ ହୋଇଛି। ସିସେମିକ ଜୋନ ୫ରେ ଏହି ବ୍ରିଜ ରହିଥିବାବେଳେ ଏବାର ନିର୍ମାଣ ଶୈଳୀ ଏପରି ମଜଭୁତ ଯେ ଶକ୍ତିଶାଳୀ ପବନରେ ବି ଏହାର କ୍ଷତି ହେବ ନାହିଁ। ୨୨୫ କିଲୋମିଟର ପ୍ରତି ଘଣ୍ଟାର ପବନରେ ଏହି ବ୍ରିଜ କ୍ଷତି ହେବାର ସମ୍ଭାବନା ନାହିଁ। ବ୍ରିଜର ରହିଛି ୯୬ଟି କେବଲ।

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଵାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ଵିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ଵିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ କାହାଠାରୁ ଲାଇସେନ୍ସ ପାଇଛନ୍ତି, କାହାଠାରୁ ବିସ୍ଫୋରକ କିଣିଛନ୍ତି, କାହିକିଁ ବିସ୍ଫୋରକ ମଗାଇଥିଲେ, ବିସ୍ଫୋରଣ କରିବା ପାଇଁ ନିୟୋଜିତ କରିଥିବା ସଂସ୍ଥାର ନାମ ଓ ଠିକଣା ବି ମାଗିଛନ୍ତି। ତିନି ଦିନ ମଧ୍ୟରେ ଉତ୍ତର ଦେଵା ପାଇଁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଏହି ଘଟଣାରେ ଗୋଦାମ ମାଲିକଙ୍କୁ ଚାଲିଛି ଜେରା। ଗୋଦାମ ମାଲିକ ଏବେ ଦୁଇ ଦିନିଆ ରିମାଣ୍ଡ ଅଛନ୍ତି। ଗୋଦାମ ମାଲିକ ଶ୍ରଵଣ କୁମାର ଅଗ୍ରୱାଲଙ୍କୁ ରଘୁନାଥପାଲ୍ଲି ଥାନାରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ରିମାଣ୍ଡର ଶେଷ ଦିନରେ ଆଜି ଵି ପଚରାଉଚରା ଜାରି ରହିଛି। ରଘୁନାଥପାଲ୍ଲି ଥାନା ପୋଲିସ ସହ ଆଡିସନାଲ ଏସପିଙ୍କ ନେତୃତ୍ବରେ ସ୍ଵତନ୍ତ୍ର SIT ଟିମ ପଚରାଉଚରା ଜାରି ରଖିଛନ୍ତି। ଶ୍ରଵଣ କୁମାର ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପୋଲିସ ପକ୍ଷରୁ ମଧ୍ୟ ପଚରା ଉଚରା କରାଯାଉଛି। ପତ୍ନୀ ଓ ପତିଙ୍କ ବିସ୍ପୋରକ ବ୍ୟଵସାୟରେ କଣ ଭୂମିକା ରହିଛି। ବିସ୍ଫୋରକ ସାମଗ୍ରୀ କେଉଁଠୁ କିଣୁଥିଲେ, କେଉଁ କେଉଁ ଅଞ୍ଚଳକୁ ବିସ୍ପୋରକ ସାମଗ୍ରୀ ଯୋଗାଣ କରୁଥିଲେ ଓ SOP କାହିଁକି ପାଳନ କରାଯାଉନଥିଲା ସେ ନେଇ ପଚରାଉଚରା କରାଯାଉଛି। ପୋଲିସ ପକ୍ଷରୁ ଅନେକ ତଥ୍ୟ ହାସଲ କରାଯାଇଥିବା ସୂଚନା ମିଳିଛି।

କମିଲା ରେପୋ ରେଟ୍: ୫୦ ବେସିସ୍ ପଏଣ୍ଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ

ନନ୍ଦିଘୋଷ ବ୍ୟୁରୋ: କମିଲା ରେପା ରେଟ୍ । ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି ରିଜର୍ଭ ବ୍ୟାଙ୍କ। ଏହା ଦ୍ଵାରା ରେପୋ ରେଟ୍ ୬ ପ୍ରତିଶତରୁ ହ୍ରାସ ପାଇ ୫. ୫ ପ୍ରତିଶତ ହୋଇଛି।
ଲଗାତର ତୃତୀୟ ଥର ପାଇଁ କମିଛି ରେପୋ ରେଟ୍। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ଵାରା ବିଭିନ୍ନ ଦୀର୍ଘମିଆଦୀ ଋଣର କିସ୍ତି କମ୍ ହୋଇପାରେ। ଫଳରେ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି।

ସେହିପରି ସିଆରଆର୍ ମଧ୍ୟ ୧ ପ୍ରତିଶତ କମିଛି। ଆଗରୁ ଏହା ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ୩ ପ୍ରତିଶତ ହୋଇଛି। ଫଳରେ ମାର୍କେଟକୁ ଆସିଛି ୨.୫ ଲକ୍ଷ କୋଟି ଟଙ୍କା। ଏହା ଦ୍ଵାରା ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇପାରିବେ। ମାର୍କେଟରେ କାରବାର ଅଧିକ ହେବ। ଫଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଆରବିଆଇର ଆକଳନ ଅନୁସାରେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ରିଟେଲ ମୁଦ୍ରାସ୍ଫୀତି ୪ ପ୍ରତିଶତରୁ ଖସି ୩ ପ୍ରତିଶତରେ ପହଞ୍ଚିଛି।

ମାଲକାନଗିରି ସଦର ଥାନାରେ ଅଟକ ରହିଛି ଛେଳି

ମାଲକାନଗିରି: ଥାନାରେ ଛେଳି ଅଟକ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ମାଲକାନଗିରି ସଦର ଥାନାରେ ଅଟକ ରହିଛି ଛେଳି।

ସୂଚନା ଅନୁଯାୟୀ, ଗଉଡ଼ଗୁଡ଼ାରେ କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଥିଲା। ଏହି ସମୟରେ ପୋଲିସ ରେଡ୍ କରିବାରୁ ସମସ୍ତେ ଫେରାର ମାରିଥିଲେ। କୁକୁଡ଼ା ଲଢ଼େଇରେ ପୁରସ୍କାର ଥିଲା ଛେଳି। ଅର୍ଥାତ ଯାହାର କୁକୁଡ଼ା ଜିତିଥାନ୍ତା, ସେ ପୁରସ୍କାର ହିସାବରେ ଛେଳି ପାଇଥାନ୍ତା। କିନ୍ତୁ ପୋଲିସ ରେଡ୍ କରିବାରୁ ସମସ୍ତେ ପଳାଇଥିଲେ। କେବଳ ଘଟଣାସ୍ଥଳରେ ରହିଯାଇଥିଲା ନିରୀହ ଛେଳି। ପୋଲିସ ସେହି ଛେଳିକୁ ଆଣି ଥାନାରେ ଅଟକ ରଖିଛି। ଏହା ସହିତ ୭ଟି ମୋଟର ସାଇକଲ ବି ଜବତ କରିଛି ପୋଲିସ।

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ: ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ହରଣ ନୀତି । ଆଜି ପବିତ୍ର ଜେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୁପ ନୀତି ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ରୁକ୍ମିଣୀ ହରଣ ଏକାଦଶୀ ପୂର୍ବରୁ ଗତକାଲି ମହାପ୍ରଭୁଙ୍କର ସ୍ୱତନ୍ତ୍ର ରାଜେନ୍ଦ୍ର ଅଭିଷେକ ନୀତି କରାଯାଇଥିଲା । ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ଲଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯିବେ । ଭୋଗ ମଣ୍ଡପ ନୀତି ଶେଷ ପରେ ସେଠାରେ ବଚନିକା ଆଦି ଵିଧି ଅନୁଷ୍ଠିତ ହେବ। ଏଥି ସହ ସେଠାରେ ହରଣ ନୀତି ମଧ୍ୟ କରାଯିବ। ଆଜି ଏହି ସବୁ ବିଶେଷ ନୀତି ରହିଥିବା ହେତୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି।

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ଗୋଦାମ ମାଲିକଙ୍କୁ ଘନ ଘନ ଜେରା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଗୋଦାମ ମାଲିକଙ୍କୁ ଜେରା। ସେ ଏବେ ଦୁଇ ଦିନିଆ ରିମାଣ୍ଡ ଅଛନ୍ତି। ଗୋଦାମ ମାଲିକ ଶ୍ରଵଣ କୁମାର ଅଗ୍ରୱାଲଙ୍କୁ ରଘୁନାଥପାଲ୍ଲି ଥାନାରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ରିମାଣ୍ଡର ଶେଷ ଦିନରେ ଆଜି ଵି ପଚରାଉଚରା ଜାରି ରହିଛି। ରଘୁନାଥପାଲ୍ଲି ଥାନା ପୋଲିସ ସହ ଆଡିସନାଲ ଏସପିଙ୍କ ନେତୃତ୍ବରେ ସ୍ଵତନ୍ତ୍ର SIT ଟିମ ପଚରାଉଚରା ଜାରି ରଖିଛନ୍ତି। ଶ୍ରଵଣ କୁମାର ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପୋଲିସ ପକ୍ଷରୁ ମଧ୍ୟ ପଚରା ଉଚରା କରାଯାଉଛି। ପତ୍ନୀ ଓ ପତିଙ୍କ ବିସ୍ପୋରକ ବ୍ୟଵସାୟରେ କଣ ଭୂମିକା ରହିଛି। ବିସ୍ଫୋରକ ସାମଗ୍ରୀ କେଉଁଠୁ କିଣୁଥିଲେ, କେଉଁ କେଉଁ ଅଞ୍ଚଳକୁ ବିସ୍ପୋରକ ସାମଗ୍ରୀ ଯୋଗାଣ କରୁଥିଲେ ଓ SOP କାହିଁକି ପାଳନ କରାଯାଉନଥିଲା ସେ ନେଇ ପଚରାଉଚରା କରାଯାଉଛି। ପୋଲିସ ପକ୍ଷରୁ ଅନେକ ତଥ୍ୟ ହାସଲ କରାଯାଇଥିବା ସୂଚନା ମିଳିଛି।

ବେଙ୍ଗଳୁରୁ ଦଳାଚକଟା ଘଟଣାରେ RCB ମାର୍କେଟିଂ ହେଡ୍ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗଳୁରୁ ଦଳାଚକଟା ଘଟଣାରେ RCB ମାର୍କେଟିଂ ହେଡ୍ ଗିରଫ। CB ମାର୍କେଟିଂ ହେଡ୍ ନିଖିଲ ସୋସାଲେଙ୍କୁ ଗିରଫ କରିଛି ପୋଲିସ। ବେଙ୍ଗଳୁରୁ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଛି। ମୁମ୍ଵାଇକୁ ଯିବା ବେଳେ ତାଙ୍କୁ ବାନ୍ଧିଛି ପୋଲିସ। ଏହା ସହିତ RCB ଭିକଟ୍ରି ସେଲିବ୍ରେସନର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ୩ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ।  ସେମାନଙ୍କୁ ପଚରା ଉଚରା କରାଯାଉଛି। ଏହା ଆଗରୁ ଏହି ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା।

ଏହା ପରେ, ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ଟ୍ରଫି ଜିତିବା ପରେ ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ବାହାରେ ପ୍ରଶଂସକଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ଏହା ପରେ, ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ ଜଣ ଆହତ ହୋଇଥିଲେ।

ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ଗଂଜାମ: ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକାଙ୍କ ଘରେ ଏକ ଶୁଭ କାର୍ଯ୍ୟ ଚାଲିଥିଲା।
ସେହି ଗାଁର ୪ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଆଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ପରିତ୍ୟକ୍ତ ଘରେ ରାତି ସାରା ରଖି ଦୁଷ୍କର୍ମ କରିଥିଲେ। ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣା ଗତ ୩ ତାରିଖରେ ଘଟିଥିବାର ସୂଚନା ମିଳିଛି। ଗୋଲନ୍ଥରା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼ ଚାଲିଛି।