spot_img
Home Blog Page 6828

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ଚାଲିଗଲା ବାପ ପୁଅଙ୍କ ଜୀବନ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରେ ଲୋମହର୍ଷଣକାରୀ ଘଟଣା । ଗାଁ ମୁଣ୍ଡରେ ଗୋଡାଇ ଗୋଡାଇ ବାପ ପୁଅଙ୍କୁ ହତ୍ୟା । ଜମିବାଡ଼ି ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିିଥିବା କୁହାଯାଉଛି । ମୃତକ ହେଲେ ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋର ।

Bolangir Double Murder

କିଛି ଦିନ ପୂର୍ବେ ଦର୍ଲିମୁଣ୍ଡା ଗାଁର ବନଛୋର୍‌ ଓ ରାଉତ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ସନ୍ଧ୍ୟାରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା । ଏଥିରେ ରାଉତ ପରିବାର ପକ୍ଷରୁ ପ୍ରଥମେ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପା ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋରଙ୍କ ମୃତ୍ୟୁ ଘଟିଛି ।

Bolangir Double Murder

ସେହିଭଳି ଏହି ଘଟଣାରେ ମୋତିଲାଙ୍କ ବଡ଼ପୁଅ ହେମନ୍ତ ଓ ସାନପୁଅ ମଧ୍ୟ ଗୁରୁତର ହୋଇଛନ୍ତି । ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Bolangir Double Murder

ଅନ୍ୟପଟେ ଆକ୍ରମଣକାରୀ ରାଉତ ପରିବାରର ମଧ୍ୟ ୫ ରୁ ୭ ଜଣ ଆହତ ହୋଇଥିବା ଜଣାପଡ଼ିିଛି । ସେମାନଙ୍କ ମଧ୍ୟରୁ ବାଲ୍ମିକୀ ରାଉତ ଓ ଫକୀର ରାଉତ ନାମକ ଦଇ ଜଣ ବ୍ୟକ୍ତଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତି କରାଯାଇଛି । ବେଲପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପରିବାର ଓ ସଂପର୍କୀୟମାନେ ଦାବି କରିଛନ୍ତି ।

Bolangir Double Murder

ଅନ୍ୟପଟେ ମୃତକ ବନ୍‌ଛୋର୍‌ ପରିବାର ପ୍ରଥମେ ଆସି ଆକ୍ରମଣ କରିଥିବା ନେଇ ରାଉତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।  ଅକ୍ରମଣକାରୀ ମଙ୍ଗଳୁ ରାଉତକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Bolangir Double Murder

ମେକ୍ ଇନ୍ ଇଣ୍ଡିଆ ଆପ୍ ଚ୍ୟାଲେଞ୍ଜ ଆରମ୍ଭ କଲେ ସରକାର, ଜାଣନ୍ତୁ କେଉଁ ପ୍ରକାରର ଆପ୍ ଉପରେ ରହିଛି ନଜର

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଓ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଉଥିବା କାରଣ ଦର୍ଶାଇ ଭାରତ ଚାଇନାର ୫୯ ଆପକୁ ବ୍ୟାନ କରିଛି । ତେବେ ବ୍ୟାନ କରିବା ପରେ ଭାରତୀୟ ବଜାରରେ ଏହାର ବିକଳ୍ପର ଆବଶ୍ୟକତା ମଧ୍ୟ ଅନୂଭୁତ ହେଲାଣି । ଏଣୁ ବ୍ୟାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଦେଶରେ ସେଗୁଡିକର ବିକଳ୍ପ ପ୍ରସ୍ତୁତ କରିବା । କେନ୍ଦ୍ର ସରକାର ମଧ୍ୟ ଏହି ଆଭିମୁଖ୍ୟ ସହ ସମର୍ଥନ ଜଣାଇଛନ୍ତି । ସରକାରଙ୍କ ତରଫରୁ ଏକ ମେକ୍ଇନ୍ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରଯାଇଛି । ଦେଶ ମଧ୍ୟରେ ସମସ୍ତ ଆଇଟି ଉଦ୍ୟୋଗ ପ୍ରତିଦ୍ୱନ୍ଦିତାକୁ ଆସିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି ।

ତେବେ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ସାଇଟରେ ଏନେଇ ଏକ ଫଟୋ ପୋଷ୍ଟ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଯାଇଛି । ସୂଚନା ଅନୁଯାୟୀ ସରକାର ୮ଟି ଶ୍ରେଣୀର ଆପ୍ ବିକଶିତ କରିବା ପାଇଁ ଆଇଟି ଫାର୍ମମାନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଶ୍ରେଣୀଗୁଡିକ ହେଲେ- ସ୍ୱାସ୍ଥ୍ୟ, ଗେମିଂ, ନ୍ୟୁଜ୍, କୃଷି, ଶିକ୍ଷା, ମନୋରଞ୍ଜନ, ସାମାଜିକ ଗଣମାଧ୍ୟମ ଓ ଉଦ୍ୟୋଗ ସହ ସଂପୃକ୍ତ ଆପ୍  ।

ଉଲ୍ଲେଖଯୋଗ୍ୟ ଯେ ଚାଇନା ଆପ୍ ଦେଶରେ ବ୍ୟାନ ହେବା ପରେ ଅନେକ ଭାରତୀୟ ଆପ୍ ସମୟକ୍ରମେ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅନେକ ଆପ୍ ଯାହା ଚୀନ୍ ଆପର ଲୋକପ୍ରିୟତା ଚାପରେ ଦବି ଯାଇଥିଲା, ସେଗୁଡିକ ଏବେ ସାଧାରଣ ଲୋକଙ୍କ ନଜରକୁ ଆସୁଛି । ଏହାର ସୁଯୋଗ ନେଇ ସରକାର ସେହି ଆପ୍ ଡେଭଲପରଗୁଡିଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସହ ନୂଆ ଆଇଟି ଉଦ୍ୟୋଗକୁ ଆପ୍ ନିର୍ମାଣ ପାଇଁ ସୁଯୋଗ ଦେବାକୁ ଚାହୁଁଛି ।  

୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ ପରେ ଆହୁରି ୨୦ ଆପ ଉପରେ ଲାଗିପାରେ ପ୍ରତିବନ୍ଧକ !

ନୂଆଦିଲ୍ଲୀ: ଚାଇନାରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଆହୁରି ୨୦ ଟି ଆପ୍ ର ଡାଟା ସେୟାରିଂ ପଲିସି ସମୀକ୍ଷା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁ କମ୍ପାନୀଗୁଡିକର ସର୍ଭର ଚାଇନାରେ ଅଛି, ସେମାନଙ୍କୁ ଦେଶରୁ ବାରଣ କରାଯାଇପାରେ । ଏହା ସହିତ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅନେକ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରେ । ଆଇଟି ମନ୍ତ୍ରଣାଳୟ ଅନେକ ପାରାମିଟର ସମୀକ୍ଷା କରୁଛି । ସରକାର ଯେଉଁ ୨୦ ଟି ଆପର ଡାଟା ସେୟାରିଂ ନୀତି ସମୀକ୍ଷା କରୁଛନ୍ତି ସେଥି ମଧ୍ୟରେ ଅନେକ ଲୋକପ୍ରିୟ ଗେମିଂ ଆପ୍ ମଧ୍ୟ ରହିଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଏଭଳି ସମ୍ଭାବନାକୁ ନେଇ ଖବର ପ୍ରସାରଣ କରିଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳନାହିଁ ।

ଭାରତରେ ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍‌ ହୋଇଛି

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୬୯A ଅନୁଯାୟୀ କେନ୍ଦ୍ର ସରକାର ଏହି ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲଦାଖର ଗାଲୱାନ ଉପତ୍ୟକାରେ ସୀମା ବିବାଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

୮୯ ଟି ଆପ୍ ଡିଲିଟ୍ କରିବାକୁ ସେନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି

ଏହା ବ୍ୟତୀତ ଭାରତୀୟ ସେନା ଅଧିକାରୀ ଏବଂ ସୈନିକମାନଙ୍କୁ ଫେସବୁକ-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ, ଅନ୍ୟ ୮୯ ଟି ଆପର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି, ଯାହାକୁ ମୋବାଇଲରୁ ଅନଇନ୍‌ଷ୍ଟଲ କରାଯିବ । ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କୁ ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।

ଅମିତାଭ୍ ଓ ଅଭିଷେକଙ୍କୁ କରୋନା: ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ସଂଗ୍ରହ, ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ବଲିଉଡ ଅଭିନେତା ଅମିତାଭ୍ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ । ତାଙ୍କ ପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଉଭୟ ପିତା-ପୁତ୍ର ସୂଚିତ କରିଛନ୍ତି ।

ବର୍ତ୍ତମାନ ଅମିତାଭ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି , ଏବଂ ଗତ 10 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ଖୋଦ ଅମିତାଭ୍ ।

ପ୍ରଥମେ ବିଗ୍ ବି ସଂକ୍ରମିତ ହୋଇଥିବା ନେଇ ସୂଚିତ କରିଥିବା ବେଳେ ଏହାର କିଛି ସମୟ ପରେ ଅଭିଷେକ ମଧ୍ୟ ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି ।

ବଲିଉଡ୍ ବିଗ୍ ବି ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଧୂମପାନକାରୀଙ୍କୁ ସଜାଗ କରିଛି WHO: ଆଇସିଏମ୍‌ଆର ମଧ୍ୟ ଧୂମପାନକୁ କରିଛି ବାରଣ

ଭୁବନେଶ୍ୱର(ଅନୁଜ ଦାସ) : ଧୂମପାନକାରୀଙ୍କୁ ସଜାଗ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO । ଧୂମପାନ କଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଅଛି । ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ ତମାଖୁଜାତ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଧୂମପାନ ଛାଡ଼ନ୍ତୁ, ଜୀବନ ବାଛନ୍ତୁ । ଧୂମ ପାନକାରୀଙ୍କୁ ସଜାଗ କଲା WHO  । ଧୂମପାନ ନ ଛାଡ଼ିଲେ ହୋଇପାରେ କରୋନା  । ବିଶ୍ୱରେ କାୟା ବିସ୍ତାର କରିଚାଲିଛି ଭୂତାଣୁ । ପ୍ରତିଦିନ ଗଡୁଛି ହଜାର ହଜାର ମୁଣ୍ଡ ।

ଏହି ସମୟରେ ଧୂମ ପାନକାରୀଙ୍କୁ ସଜାଗ କରିଛି WHO । ଧୂମପାନ ଯୋଗୁ ପ୍ରତିବର୍ଷ ୮ ମିଲିଅନ ଲୋକଙ୍କ ଜୀବନ ଯାଉଛି ।  ଧୂମପାନ କରୁଥିବା ଲୋକଙ୍କ ଫୁସ୍‌ଫୁସ୍‌ ନଷ୍ଟ ହେବା ସହ ଅନ୍ୟ ଅଙ୍ଗ ଧୀରେଧୀରେ ନଷ୍ଟ ହୁଏ ।

ଧୂମପାନ କଲେ କରୋନା ଆକ୍ରାନ୍ତ ହେବାକୁ ବେଶୀ ସମୟ ଲାଗିବନି ବୋଲି WHO କହିଛି । ଧୂମପାନ ଛାଡିଦେଲେ କରୋନାର ମୁକାବିଲା କରିହେବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।  ବିଶେଷଜ୍ଞ ବି ସମାନ ମତ ଦେଇଛନ୍ତି ।

Indian Council of Medical Research- ICMR ମଧ୍ୟ ଧୂମପାନ ଏବଂ ଅନ୍ୟ ତମାଖୁଜାତ ଦ୍ରବ୍ୟ- ଗୁଟ୍‌ଖା, ପାନ, ଖଇନି ଇତ୍ୟାଦିର ବ୍ୟବହାର ବାରଣ କରିଛି । ଏଣେତେଣେ ଛେପ ନପକାଇ ଏସବୁ ବାରଣ କଲେ କରୋନା ସଂକ୍ରମଣ ରୋକିବା  ସହଜ ହେବ ବୋଲି ICMR କହିଛି । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ନିଶାଦ୍ରବ୍ୟ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଶା ବିରୋଧୀ କର୍ମୀ ନିବେଦନ କରିଛନ୍ତି ।

ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ବିଶେଷଜ୍ଞ କହୁଛନ୍ତି । ତେବେ ଧୂମପାନ ତଥା ତମାଖୁକୁ ସଂପୂର୍ଣ୍ଣ ନିଷେଧ ବା ବର୍ଜନ କଲେ କରୋନା ସଂକ୍ରମଣକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିହେବ   ।

ନେପାଳୀ ଝିଅ ପ୍ରତିଷାଙ୍କୁ ବିବାହ କଲେ ଓଡ଼ିଆ ପୁଅ କ୍ଷୀରୋଦ

ସୋର (ତପୋଧନ ବାରିକ): ପ୍ରେମ ମାନେନା ସୀମା ସରହଦ । କାହାକୁ କେତେବେଳେ କେଉଁଠି କାହା ସହିତ ପ୍ରେମ ହେବ ତାହା କେହି କହିପାରିବେ ନାହିଁ  । ତେଣିକି ସେ ବିଦେଶୀନୀ ହେଉ କି ଆଉ କିଏ  ।  ସେମିତି ଏକ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁରେ । ନେପାଳ ଝିଅ ସାଜିଛନ୍ତି ଓଡ଼ିଆ ବୋହୂ  ।

ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁର କ୍ଷୀରୋଦ ଓ ନେପାଳ ଝିଅ ପ୍ରତିଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ୫ ବର୍ଷ ତଳେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରିବା ବେଳେ ପ୍ରତିଷାଙ୍କ ସହିତ କ୍ଷୀରୋଦଙ୍କ ହୋଇଥିଲା ଭେଟ  । ଆଉ ସେଇଠୁ ଉଭୟଙ୍କ ଭିତରେ ଗଢି ଉଠିଥିଲା ଭଲପାଇବା ।

ରୋନା କଟକଣା ବିବାହରେ ପ୍ରତିବନ୍ଧକ ସାଜିଥିବା ବେଳେ ଉଭୟ ମୁମ୍ବାଇରୁ ଓଡ଼ିଶା ଚାଲିଆସିଥିଲେ  । କୋଭିଡ ନିୟମମାନି ସଂଗରୋଧ କେନ୍ଦ୍ରରେ ରହିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି  ।  ଉଭୟଙ୍କ ବିବାହରେ ସରପଞ୍ଚ ପୁଷ୍ପଲତା ଘଢ଼ାଇ ସହଯୋଗ କରିବା ସହିତ କନ୍ୟା ପକ୍ଷରୁ ରହି ବିବାହ କାର୍ଯ୍ୟ କରିଥିଲେ  ।

ସେପଟେ ପଡ଼ୋଶୀ ଦେଶର ଝିଅକୁ ବୋହୂ ଭାବରେ ପାଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି  । ବର୍ତ୍ତମାନ ଭାରତ-ନେପାଳ ଭିତରେ ବିବାଦ ଉପୁଜିଥିବା ବେଳେ ଉଭୟଙ୍କ ପ୍ରେମ ଓ ବିବାହ ସବୁ ବିବାଦକୁ ଭୁଲାଇ ପୁରୁଣା ସମ୍ପର୍କକୁ ମନେପକାଇ ଦେଇଛି  ।

ସେବାୟତଙ୍କୁ ଦିଆଯିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଜୁଲାଇ ଓ ଅଗଷ୍ଟ ମାସ ପାଇଁ ସେବାୟତମାନଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ବୖଠକରେ ନିଷ୍ପତ୍ତି  । ପୂର୍ବରୁ ୨ଟି କିସ୍ତିରେ ସହାୟତା ଯୋଗାଇ ଦିଆଯାଇଥିଲା  । ସେବାୟତ କଲ୍ୟାଣ ପାଇଁ ୨୫୦ରୁ ଅଧିକ ଆବାସିକ ଗୃହ ନିର୍ମାଣ କରି ପ୍ରଦାନ କରାଯିବାକୁ ରହିଛି ଲକ୍ଷ୍ୟ । ଶ୍ରୀମନ୍ଦିର ଗର୍ଭଗୃହ ରତ୍ନବେଦୀର ପଦ୍ମ ପାଖୁଡ଼ା ପଥର ନେଇ ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗର୍ଭଗୃହର ସଂପୂର୍ଣ୍ଣ ଫଟୋଗ୍ରାଫି ଡକୁମେଣ୍ଟେସନ କରାଯିବା ନେଇ ବୈଠକରେ ଆଲୋଚନା  ।

ରେକର୍ଡ କରୁଛି କରୋନା, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆ ରେକର୍ଡ କରୁଛି ମହାମାରୀ ଭୂତାଣୁ କରୋନା  । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୭ହଜାର ୧୧୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୮୩ହଜାର ୪୦୭ । ସେହିଭଳି ଗତ ୨୪ ଘଣ୍ଟାରେ ୫୧୯ ଜଣଙ୍କ ମୁଣ୍ଡ ନେଇଛି କେରାନା । ଏପର୍ଯନ୍ତ ସୁସ୍ଥ ହେଲେଣି ୫ଲକ୍ଷ ୧୫ହଜାର ୩୮୬ଜଣ । ଦେଶରେ ମୋଟ୍ ୨୨ହଜାର ୧୨୩ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତରପ୍ରେଦଶରେ ଆଜି ସର୍ବାଧିକ ଏକ ହଜାର ୪୦୩ଟି ମାମଲା ଚିହ୍ନଟ ହୋଇଛି  । ଏହାକୁ ମିଶାଇ ୩୩ ହଜାର ୭୦୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା  । ସହିଭଳି ମହାରାଷ୍ଟ୍ରରେ ୨ଲକ୍ଷ ୩୮ ହଜାର ୪୬୧ ଆକ୍ରାନ୍ତ ହୋଇଥିବା ବେଳେ ୯ହଜାର ୮୯୩ଜଣଙ୍କ ମୃତ୍ୟୁ ହୋଇଛି ।

ତାମିଲନାଡୁରେ ଲକ୍ଷେ ୩୦ ହଜାର ୨୬୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮ଶହ ୨୯ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ୩୩ଶହ ଜଣ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଥିଲେ ।

Coronavirus vaccine latest news: PM Modi reviews India's progress ...

ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବା ଓ ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ମହାମାରୀକୁ ରୋକିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Photo Gallery | Media | Building and other Construction Worker's ...

ଏହି ବୈଠକରେ ଅହମ୍ମଦାବାଦ ମଡେଲକୁ ‘ଧନଭନ୍ତ୍ରି ରଥ’ ମାଧ୍ୟମରେ ଗୃହର ଯତ୍ନ ଏବଂ ଏହି ରୋଗର ସଫଳତା ପାଇଁ ବିଶେଷ ପ୍ରଶଂସା କରାଯାଇଥିଲା । ଉକ୍ତ ମଡେଲକୁ ଅନ୍ୟ ସ୍ଥାନରେ ଅନୁକରଣ କରବିକୁ ମଧ୍ୟ କୁହାଯାଇଛି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ଥିଲେ ।

https://www.facebook.com/NandighoshaTV/videos/268525097765579/