୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ ପରେ ଆହୁରି ୨୦ ଆପ ଉପରେ ଲାଗିପାରେ ପ୍ରତିବନ୍ଧକ !

1 min read

ନୂଆଦିଲ୍ଲୀ: ଚାଇନାରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଆହୁରି ୨୦ ଟି ଆପ୍ ର ଡାଟା ସେୟାରିଂ ପଲିସି ସମୀକ୍ଷା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁ କମ୍ପାନୀଗୁଡିକର ସର୍ଭର ଚାଇନାରେ ଅଛି, ସେମାନଙ୍କୁ ଦେଶରୁ ବାରଣ କରାଯାଇପାରେ । ଏହା ସହିତ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅନେକ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରେ । ଆଇଟି ମନ୍ତ୍ରଣାଳୟ ଅନେକ ପାରାମିଟର ସମୀକ୍ଷା କରୁଛି । ସରକାର ଯେଉଁ ୨୦ ଟି ଆପର ଡାଟା ସେୟାରିଂ ନୀତି ସମୀକ୍ଷା କରୁଛନ୍ତି ସେଥି ମଧ୍ୟରେ ଅନେକ ଲୋକପ୍ରିୟ ଗେମିଂ ଆପ୍ ମଧ୍ୟ ରହିଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଏଭଳି ସମ୍ଭାବନାକୁ ନେଇ ଖବର ପ୍ରସାରଣ କରିଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳନାହିଁ ।

ଭାରତରେ ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍‌ ହୋଇଛି

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୬୯A ଅନୁଯାୟୀ କେନ୍ଦ୍ର ସରକାର ଏହି ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲଦାଖର ଗାଲୱାନ ଉପତ୍ୟକାରେ ସୀମା ବିବାଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

୮୯ ଟି ଆପ୍ ଡିଲିଟ୍ କରିବାକୁ ସେନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି

ଏହା ବ୍ୟତୀତ ଭାରତୀୟ ସେନା ଅଧିକାରୀ ଏବଂ ସୈନିକମାନଙ୍କୁ ଫେସବୁକ-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ, ଅନ୍ୟ ୮୯ ଟି ଆପର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି, ଯାହାକୁ ମୋବାଇଲରୁ ଅନଇନ୍‌ଷ୍ଟଲ କରାଯିବ । ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କୁ ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।

Leave a Reply