spot_img
Home Blog Page 6751

ଭଲ ଖବର: ଓଡ଼ିଶା ପହଞ୍ଚିଲା କରୋନା ଔଷଧ, ଜାଣନ୍ତୁ କେଉଁ ମାନେ ଖାଇପାରିବେ…

ଭୁବନେଶ୍ୱର: ଓଡ଼ିଶା ପାଇଁ ଶୁଭ ଖବର । ରାଜ୍ୟରେ ପହଞ୍ଚିଛି କରୋନା ଔଷଧ ବା ପ୍ରତିଷେଧକ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର । ରେମଡେସିଭିର ନାମକ କରୋନା ପ୍ରତିଷେଧକ ଓଡ଼ିଶାର ସବୁ ହସ୍ପିଟାଲରେ ପହଞ୍ଚିଥିବା କହିଛନ୍ତି ଶ୍ରୀ ମହାପାତ୍ର । ସେ କହିଛନ୍ତି ସବୁ ହସ୍ପିଟାଲକୁ ଏହି ଔଷଧ ପହଞ୍ଚି ସାରିଛି ବୋଲି ଡ୍ରଗ୍ସ କଣ୍ଟୋଲର ସ୍ପଷ୍ଟ କରି ସାରିଛନ୍ତି ।

Corona Medicine

ହେଲେ ଏହି ଔଷଧ ସ୍ୱଳ୍ପ ପରିମାଣର ରହିଛି । ଅଧିକ ଷ୍ଟକ୍‌ ଆସି ନାହିଁ ।  ତେଣୁ ଯେଉଁ କରୋନା ରୋଗୀ ଅଧିକ ଗୁରୁତର ଥିବେ ସେମାନଙ୍କୁ ଏହି ଔଷଧ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରେମଡେସିଭିର ନାମକ ଏହି ଔଷଧକୁ ଆସିଏମ୍‌ଆର୍‌ ପକ୍ଷରୁ ଅନୁମତି ଦିଆଯାଇଛି । କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ ।

ତେବେ ରେମଡେସିଭିର ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ନଷ୍ଟ କରି ମଣିଷକୁ ସୁସ୍ଥ କରିବା ଭଳି ଔଷଧ ହୋଇନଥିଲେ ମଧ୍ୟ ଏହା କରୋନା ଭୂତାଣୁକୁ କିଛି ମାତ୍ରାରେ ନଷ୍ଟ କରିବାରେ ସଫଳ ହୋଇଛି । ଏନେଇ ପରୀକ୍ଷା କରାଯିବା ପରେ ଏହି ଔଷଧକୁ ରୋଗୀଙ୍କୁ ଦିଆଯିବା ନେଇ ଅନୁମତି ଦିଆଯାଇଛି । ଏହି ଔଷଧ ଦ୍ୱାରା ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନା ସଂକ୍ରମଣକୁ ଏହା ରୋକିପାରିବ ନାହିଁ କିନ୍ତୁ କିଛି ମାତ୍ରାରେ ଗୁରୁତର ରୋଗୀଙ୍କୁ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

ଖୁବ‌ଶୀଘ୍ର ଆରମ୍ଭ ହେବ ବୈଷୟିକ ଶିକ୍ଷାନୁଷ୍ଠାନର ଅନ୍‌ଲାଇନ୍‌ କ୍ଲାସ୍‌, ଜୁଲାଇ ୯ରୁ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟିଛି । ଛାତ୍ରଛାତ୍ରୀ ନା ସ୍କୁଲ ଯାଇ ପାରୁଛନ୍ତି ନା ଟ୍ୟୁସନ୍‌ ଯାଇ ପାରୁଛନ୍ତି । କରୋନା ସଂକ୍ରମଣ ଭୟ ସବୁଠି ରହିଛି । ତେବେ ଖାଲି ସ୍କୁଲ ଛାତ୍ରଛାତ୍ରୀ ନୁହେଁ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଏବେ ସୁଦ୍ଧା ସବୁ କଲେଜ ଖୋଲିବା ସହ ନୂଆ ପାଠ୍ୟକ୍ରମ ଆରମ୍ଭ ହେବା କଥା । କିନ୍ତୁ ଲକ୍‌ଡାଉନ୍‌ କାରଣରୁ ତାହା ଆରମ୍ଭ ହୋଇପାରି ନାହିଁ ।

Online Class ତେବେ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ କ୍ଲାସ୍‌ର ବ୍ୟବସ୍ଥା କରିଛନ୍ତି । ଘରୋଇ ସ୍କୁଲମାନେ ନିଜ ନିଜର ପିଲାଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ାଇବା ଆରମ୍ଭ କରିସାରିଥିବା ବେଳେ ଏବେ ରାଜ୍ୟ ସରକାର ମଧ୍ୟ ସ୍କୁଲ୍ ‌ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପାଠ ଫଢ଼ାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ମୋବାଇ ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଘରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ିପାରିବେ ।

Online Class

ଏହି ପରିପ୍ରେଖିରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ରେ ପାଠ ପଢ଼ା ଆରମ୍ଭ କରିବା ନେଇ ଯୋଜନା କରିଛନ୍ତି । ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଅନ୍‌ଲାଇନ୍‌ କ୍ଲାସ୍‌ କେବେ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯିବ । ଏନେଇ ସୂଚନାଦ ଦେଇଛନ୍ତି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ । କୋଭିଡ୍‌୧୯ କାରଣରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ଖୋଲାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Online Class

BPUT ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଜୁଲାଇ ୯ରୁ ୨୯ ମଧ୍ୟରେ ପରୀକ୍ଷା କରାଯିବ । ଅନ୍‌ଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷାରେ ମଲ୍ଟିପୁଲ୍‌ ଚଏସ୍‌ର‌ ପ୍ରଶ୍ନ ଉତ୍ତର ରହିବ ।

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ! ଗଞ୍ଜାମରେ ସର୍ବାଧିକ, ରାଜ୍ୟରେ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Corona Virus

ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଲାଣି । ସେଥିମଧ୍ୟରୁ ସୁସ୍ଥ ହୋଇ ୪୭୪୩ ଜଣ ଘରକୁ ଫେରିଛନ୍ତି । ୨୦୮୬ଟି ମାମଲା ସକ୍ରିୟ ରହିଛି ।

ଗଞ୍ଜାମରେ ସର୍ବାଧିକ ୧୩୬୭ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେହଭଳି ୪୬୩ଟି ମାମଲା ସକ୍ରିୟ ରହିଛି । ଗଞ୍ଜାମ ପରେ ଖୋର୍ଦ୍ଧା ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ତାଲିକାରେ ରହିଛି । ଖୋର୍ଦ୍ଧାରେ ଏବେ ସୁଦ୍ଧା ୮୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୨୪୫ ନୂଆ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ଏହି ୨୪୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଛି ।

୨୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼ରୁ ୧୦, ଭଦ୍ରକରୁ ୨, କଟକରୁ ୭, ଢ଼େଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୯୬, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୩, ରାୟଗଡ଼ାରୁ ୧, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏନ୍‌ଡିଆରଏଫ୍‌ ଓ ଓଡ୍‌ରାଫ୍‌ ଯବାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଯବାନମାନେ ଅମ୍ଫାନ୍‌ ସମୟରେ ପଶ୍ଚିମବଙ୍ଗ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଥିବା ବେଳେ ୨୦୮୬ଟି ମାମଲା ସକ୍ରିୟ ରହିଛି । ସେହିଭଳି ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଥମୁନି କରାେନା ସଂକ୍ରମଣ ! ୫ ଲକ୍ଷ ୪୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ମୃତ୍ୟୁ ସଂଖ୍ୟା କେତେ ?

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ଏହାର ଭ୍ୟାକ୍ସିନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ଏମିତିକ ଅନେକ ଦେଶ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଥିବା ନେଇ ମଧ୍ୟ ଦାବି କରିଛନ୍ତି । ହେଲେ ଏବେ ସୁଦ୍ଧା ବାଜରକୁ ତାହା ଆସି ପାରି ନାହିଁ । ଅନ୍ୟପଟେ ଅନ୍ୟ ରୋଗର ଔଷଧକୁ କରୋନା ଭୂତାଣୁକୁ ମାରିବା ପାଇଁ ବ୍ୟବହାର କରାଯାଉଛି । ଏତେ ସବୁ ଚେଷ୍ଟା ସତ୍ତ୍ୱେ ଏବେ ବି କରୋକା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ।

ବିଭିନ୍ନ ଦେଶ ଲକ୍‌ଡାଉନ୍‌ ସ୍ଥିତି ଜାରି ରଖିଥିଲେ ମଧ୍ୟ କାରୋନା ସଂକ୍ରମଣକୁ ରୋକିପାରି ନାହାନ୍ତି । ସେଥିମଧ୍ୟ ଭାରତ ମଧ୍ୟ କରୋନା ସଂକ୍ରମଣ ରୋକି ପାରି ନାହିଁ ।  ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯ ହଜାର ୪୫୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ଗୋଟିଏ ଦିନରେ ୩୮୦ ଜଣଙ୍କ ଜୀବନ ମଧ୍ୟ ନେଇ କରୋନା । ଗତ ୨୭ ତାରିଖରେ ଗୋଟିଏ ଦିନରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୟୁରଭଞ୍ଜ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ୬୦ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଥମୁନି କରୋନା ସଂକ୍ରମଣ । ବିଶ୍ୱ ସମେତ ଦେଶରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏମିତିକି ଓଡ଼ିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢ଼ୁଛି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାର ଲାଗିଛି ।

ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ ଦାୟିତ୍ୱ । ସେମାନେ ଚାହିଁଲେ ନିଜ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ଏହି କ୍ରମରେ ଏବେ ମୟୁରଭଞ୍ଜରେ ଦୁଇଟି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସରପଞ୍ଚ ନେଇଛନ୍ତି ଏହି ନିଷ୍ପତ୍ତି । ଆସନ୍ତା ୬୦ ଘଣ୍ଟା ପାଇଁ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଗୋଷ୍ଟି ସଂକ୍ରମଣର ଆଶଙ୍କା ଥିବା ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜ ଜିଲ୍ଲା ସୁକ୍ରୁଳୀ ବ୍ଳକର ଖିଛିଂ ଓ ଶୁକ୍ରୁଳି ପଞ୍ଚାୟତକୁ ରବିବାର ସନ୍ଧ୍ୟା ୭ରୁ ୧ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ପଞ୍ଚାୟତର ସରପଞ୍ଚ । ଏନେଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ନ ନଜର ରଖିଛି ।

ସଟଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ଥାନୀୟ ଲୋକମାନେ ମଧ୍ୟ ସଟଡାଉନକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ମଧ୍ୟ କଡ଼ା ପାଟ୍ରୋଲିଂ କରାଯାଉଛି । ରବିବାର ଏହି ଅଞ୍ଚଳରେ ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଇ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି ।

ବଢୁଛି ସୀମା ବିବାଦ, ଚୀନ୍‌ର ଉତ୍ପାତ ଦେଖି ଭାରତ ବି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ବଢୁଛି ବିବାଦ । ସୀମାରେ ଉତ୍ତେଜନା ମୂଳକ ପରିସ୍ଥିତି । ଗୋଟିଏ ପଟେ ସୀମାରେ ଚୀନ୍‌ ପକ୍ଷରୁ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ପରେ ବଙ୍କର ଓ ହେଲିପ୍ୟାଡ୍‌ ନିର୍ମାଣ କରାଯାଉଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଦେଖି ଭାରତ ମଧ୍ୟ ସୀମାରେ ଯବାନ ମୁତୟନ କରିବା ସହ ଶକ୍ତିଶାଳି ଆକାଶ ମିଜାଇଲ୍‌କୁ ମୁତୟନ କରିଛି ।

akash missile

ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କୁହାଯାଇଥିବା ବେଳେ ସୀମାରେ ଚୀନ୍‌ ଉତ୍ପାତ ଆରମ୍ଭ କରିଛି । ହେଲେ ଚୀନ୍‌ର ଉତ୍ପାତକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ ସେନା ପକ୍ଷରୁ ସୀମାରେ ମୁତୟନ ହୋଇଥିବା ଆକାଶ ମିଜାଇଲ୍‌ ଶତ୍ରୁକୁ ଆଖି ପିଛୁଳାକେ ଧ୍ୱଂଶ କରିବାର ଶକ୍ତି ରଖିଛି । ଏହା ଆକାଶ ମାର୍ଗରେ ଦ୍ରୁତ ଗତିରେ ଉଡ଼ିବା ସହ ଶତ୍ରୁକୁ କଡ଼ା ଯବାବ ଦେବାରେ ମଧ୍ୟ ସକ୍ଷମ ହେବ । ସବୁଠୁ ବଡ଼ କଥା ହେଲା ପାହାଡ଼ ଉପରେ ମଧ୍ୟ ଆକାଶ ସବୁ ପରିସ୍ଥିତିର ମୁକାବିଲା କରିପାରିବ ।

ତେବେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଦେଇ ଆଲୋଚନା ଚାଲୁ ରହିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ସୀମାରେ ଉତ୍ତେଜନା ନେଇ ମୋଦି ସରକାର ଶ୍ରେଷ୍ଠ ନୀତି ନିର୍ଦ୍ଧାରକଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି । ସେମାନଙ୍କ ମତ ଅନୁସାରେ ବିବାଦର ସମାଧାନ ପାଇଁ ଚୀନ୍ ସହିତ ଆଲୋଚନା ହେବା ଦରକାର ବୋଲି କୁହାଯାଇଛି । ହେଲେ ଆବଶ୍ୟକ ପଡିଲେ ଡ୍ରାଗନ୍ ସହିତ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମଧ୍ୟ କୁହିଛନ୍ତି ସରକାର ।

OFS ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରିରେ ଯୋଗଦେବା ପୂର୍ବରୁ ଚାଲିଗଲା ଜୀବନ

ବଲାଙ୍ଗୀର: ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଓଡ଼ିଶା ଫାଇନାନ୍ସ ସର୍ଭିସ ଅଫିସର ତଥା ବଲାଙ୍ଗୀର ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହନ୍ତି ଗତ ୨୦୧୯ ମସିହାରେ OFS ପାଇଥିଲେ । ପରେ ସେ ଟ୍ରେନିଙ୍ଗ କରିବା ସହ ଆଜି ରାଜ୍ୟ ସଚିବାଳୟରେ ନିଜ କାମ ଆରମ୍ଭ କରିଥାନ୍ତେ କିଂନ୍ତୁ ଗତ କାଲି ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି ।

ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ଅଭିଳାଷ ପୂର୍ବରୁ ବ୍ୟାଙ୍କରେ ଚାକିରି କରିଥିଲେ ପରେ ଓଏଫଏସ୍ ପାଇଥିଲେ ଆଜି ଟ୍ରେଜେରୀ ଅଫିସରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । ହେଲେ ରବିବାର ସଂନ୍ଧ୍ୟାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କିଏ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କିଏ ସିଡ଼ିରୁ ପଡିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ବ୍ରେନ ହେମରେଜ୍ ହୋଇ ମୃତ୍ୟୁ ବରଣ କରିଥିବା କହୁଛନ୍ତି ।

ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଳାଷଙ୍କୁ ହରାଇ ପୁରା ପରିବାର ଭାଙ୍ଗି ପଡ଼ିଛି ପରିବାରରେ ଶୋକର ଛାୟା ଖେଲିଯାଇଛି ।

୩ ଆତଙ୍କବାଦୀଙ୍କ ମୁଣ୍ଡ ନେଲା ଭାରତୀୟ ସେନା

ପୁଣି ଭାରତୀୟ ସେନା ଓ ଆତଙ୍କବାଦୀ ମୁହାମୁହିଁ । ସୀମାରେ ଗୁଳି ବର୍ଷା । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ରୁନିପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ଗୁଳି ବର୍ଷା କରାଯାଇଛି । ଯବାନଙ୍କ ଗୁଳିର ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ସେନା ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବା ଜଣାପଡ଼ିଛି । ତେବେ ଆତଙ୍କବାଦୀଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ । ସେନା ପକ୍ଷରୁ ଅପରେସନ୍‌ ଜାରି ରହିଛି ।

ଏହି ଅପରେସନ୍‌ରେ ୧୯ ରାଷ୍ଟ୍ରୀୟ ରାଇଫଲ୍‌ ଓ ସିଆରପିଏଫର ଯବାନ ମାନେ ସାମିଲ ଥିଲେ । ଏହି ମିଳିତ କମ୍ବିଂ ଅପରେସନ୍ ଫଳରେ ଆତଙ୍କୀଙ୍କୁ ମାରି ଗଡ଼ାଇଥିଳା ଭାରତୀୟ ସେନା । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ଭାରତୀୟ ସେନାର ଗୁଳିରେ ପ୍ରାୟ ୧୧୬ ଜଣ ଆତଙ୍କୀଙ୍କ ଜୀବନ ଯାଇଛି । ଗୋଟିଏ ମାସ ମଧ୍ୟ କେବଳ ୩୮ ଆତଙ୍କୀଙ୍କ ମୁଣ୍ଡ ନେଇଛି ଭାରତୀୟ ସେନା ।

ଆନୁଷ୍ଠାନିକ କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗତପତି: ଆନୁଷ୍ଠାନିକ କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ହୋମ୍ କ୍ୱାରଣ୍ଟାଇନ ଅବଧି ରହିଥିଲା। ତେବେ ସଂକ୍ରମଣର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହି ସମୟକୁ ବଢାଯାଇଛି ।

୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ୱାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ୱିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଲକ୍ଷଣ ନଥିବା ସତ୍ୱେ କରୋନା ସଂକ୍ରମିତ ହେବା ଏବଂ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଘରକୁ ଯିବା ପରେ ମଧ୍ୟ ସଂକ୍ରମିତ ହେବା ପରେ ସଂଗରୋଧ ଅବଧି ବଢ଼ାଇଛି ପ୍ରଶାସନ। ତେବେ ଘର ଘର ବୁଲି ସର୍ଭେ କରାଯିବା ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଛି ।

କଣ୍ଟେନମେଣ୍ଟ୍ ଜୋନ୍ ହେଲା ସିଡିଏ ସେକ୍ଟର ୯, ଜାଣନ୍ତୁ ସେକ୍ଟର ୯ର କେତେ ଅଞ୍ଚଳ ସିଲ୍……