spot_img
Home Blog Page 6745

ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ଆହତ ହେଟାବାଘ ଉଦ୍ଧାର…

ସମ୍ବଲପୁର: ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ହେଟାବାଘ ଉଦ୍ଧାର କରାଯାଇଛି । ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଆହତ ଅବସ୍ଥାରେ ଏକ ହେଟାବାଘ ଉଦ୍ଧାର କରାଯାଇଛି । ହେଟାବାଘ ଆହତ ଥିବାରୁ ତାକୁ ଚିକିତ୍ସା କରି ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ, ବାମରା-କୁଚିଣ୍ଡା ରାଜ୍ୟ ରାଜପଥ କେଶେଇବାହାଲ ପଡିଆର କଲେଜ ନିକଟରେ ବାଘଟି ରାସ୍ତାପାର ହେଉଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବାମରା ଫରେଷ୍ଟ ଡିଭିଜନ ନିକ୍ତିମାଲ ଫରେଷ୍ଟର ସଞ୍ଜୟ ପଟେଲ କିଛି ଫରେଷ୍ଟଗାଡ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନେ ଗ୍ରାମବାସୀଙ୍କ ସହିତ ମିଶି ଜାଲ ସାହାଯ୍ୟରେ ହେଟାବାଘକୁ ଧରିଥିଲେ। ଧରିବା ପରେ ହେଟାବାଘ ଆହତ ଥିବା ଜାଣିବାକୁ ପାଇଥିଲେ। ରାସ୍ତା ପାର କରୁଥିବାବେଳେ କୌଣସି ଅଜଣା ଗାଡି ତାକୁ ଧକା ଦେଇଥିଲା । ସେଥିପାଇଁ ହେଟାବାଘଟି ଆହତ ହୋଇଥିଲା । ଆହତ ଅବସ୍ଥାରେ ସେ ଘୁଶୁଡି ଘୁଶୁଡି ରାସ୍ତା ପାର କରି ଜଙ୍ଗଲରେ ପହଞ୍ଚିଥିଲା । ଏହା ପରେ ବାଘକୁ ଉଦ୍ଧାର କରିବା ପାଇଁ ଟିମ୍ ପଠାଯାଇଥିଲା । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଫରେଷ୍ଟଗାଡ ମିଶି ତାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତାର ଗୋଡରୁ ରକ୍ତସ୍ରାବ ହେଉଥିବାରୁ ତାକୁ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା କରିବା ପରେ ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଛି ।

 

ନନ୍ଦିଘୋଷ ବ୍ୟୁରୋ

ଭାରତ ପରେ ଚୀନକୁ ବଡ଼ ଝଟକା ଦେଲା ଋଷ୍ ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଦିନକୁ ଦିନ ସୀମାରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ କରୋନା କାରଣରୁ ଚୀନ୍ ଉପରେ ଖୁସି ନାହାଁନ୍ତି ଏବଂ କରୋନା ପାଇଁ ଚୀନକୁ ହିଁ ଦାୟୀ କରିଛନ୍ତି । ଦକ୍ଷିଣ ଚୀନ ସାଗରେ ଯେଉଁଠି ଆମେରିକା ନାବି ତାର ସୈନ ଶକ୍ତିକୁ କଡ଼ାକଡ଼ି କରିଛି ତ ଅନ୍ୟପଟେ ଋଷ ତରଫରୁ ଚୀନକୁ କଡ଼ା ଜବାବ୍ ମିଳିଛି । ଋଷ ଚୀନକୁ ଦିଆଯାଉଥିବା S400 ମିସାଇଲର ଡେଲିଭରୀ ବନ୍ଦ କରିଦେଇଛି ।

ଏହି ଘଟଣା ଉପରେ ଚୀନର ଏକ ଖବର କାଗଜରେ ଉଲ୍ଲେଖ କରାଯାଇଥିଲା ଯେ, ଋଷ S400ର ଡେଲିଭରୀ ସମୟକୁ ଆଗକୁ ବଢାଇ ଦେଇଛି । ଯାହା ବହୁ ଗମ୍ଭୀର ମାମଲା । ଋଷ ଲଗାତାର ମିସାଇଲ ସିଷ୍ଟମକୁ କିଣିବାକୁ ଦାବି କରି ଆସୁଥିଲା । କିନ୍ତୁ ମହାମାରୀ ସମୟରେ ଅସ୍ତ୍ରଶସ୍ତ୍ର କିଣିବା କରୋନା ବିରୁଧରେ ପିପୁଲସ ଲିବରେସନ ଆର୍ମୀଙ୍କୁ ଦୁର୍ବଳ କରିପାରେ ବୋଲି କୁହା ଯାଇଛି ।

ଋଷ ଚୀନ ସହ  S400 ମିସାଇଲ ସିଷ୍ଟମକୁ ଏମିତି ସମୟରେ ରଦ୍ଦ କରିଥିଲା ଯେତେବେଳେ ଦିନକ ପୂର୍ବରୁ ହିଁ ମସ୍କୋ ଦ୍ୱାରା ଚୀନ ଉପରେ ଗୁପ୍ତ ତଥ୍ୟ ନେଉଥିବା ଅଭିଯୋଗ ଲଗାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, କିଛି ବର୍ଷ ହେବ ଚୀନ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ବହୁ ସୁଧୁରିଛି । ସେଣ୍ଟ ପିଟସବର୍ଗରେ ଅବସ୍ଥିତ ଆର୍କଟିକ୍ ସୋସିଆଲ୍ ସାଇନ୍ସ ଏକାଡେମୀର ସଭାପତିଙ୍କୁ ଗିରଫ କରାଯାଇଛି । କାରଣ ସେ ଚୀନ୍ ସହିତ ଗୁପ୍ତ ସୂଚନା ବାଣ୍ଟିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ମାଆକୁ ମାରିଲା ପୁଅ… କନ୍ଧମାଳ ବେହେରା ପଦର ଗାଁରେ ଅଭାବନୀୟ ଘଟଣା… ଗାଡି ପାଇଁ ମା, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

ମାଆକୁ ମାରିଲା ପୁଅ… କନ୍ଧମାଳ ବେହେରା ପଦର ଗାଁରେ ଅଭାବନୀୟ ଘଟଣା… ଗାଡି ପାଇଁ ମା, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳକ

ଯଶପୁର: ଛତିଶଗଡର ଯଶପୁର ଜିଲ୍ଲାରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ନାବାଳକ ଆରୋପି ଜଣକ ସଂପର୍କରେ ତାର ଭାଇ ଅଟେ, ଯାହାକୁ ଗିରଫ କରାଯାଇଛି । ଏ ଘଟଣା ନେଇ ରବିବାର ପୋଲିସ ସୂଚନା ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଜୁଲାଇ ୨୪ରେ ହୋଇଥିଲା, ଯେତେବେଳେ ଝିଅଟି ବଗିଚା ପୋଲିସ ଷ୍ଟେସନ ଅନ୍ତର୍ଗତ ତାଙ୍କ ଗାଁ ନିକଟ ଜଙ୍ଗଲରେ ଅଭିଯୁକ୍ତଙ୍କ ସହ ପଶୁ ଚରାଇବାକୁ ଯାଇଥିଲା।

ସେ କହିଛନ୍ତି ଯେ ଯେତେବେଳେ ଝିଅ ଘରକୁ ଫେରି ନଥିଲା, ତାଙ୍କ ସମ୍ପର୍କୀୟମାନେ ତାକୁ ଖୋଜିଥିଲେ।  ଝିଅ ନ ମିଳିବାରୁ ଘରଲୋକ ପୋଲିସକୁ ସୂଚନା ଦେଇଥିଲେ। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ବାଳକ ପୋଲିସକୁ କହିଛି ଯେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା ​​ଏବଂ ପରେ ପଥରରେ ତା ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ଏହା ପରେ ସେ ଝିଅର ମୃତଦେହକୁ ଝରଣାରେ ଫିଙ୍ଗି ଘରକୁ ଫେରି ଆସିଥିଲା।

ପୋଲିସ ସୂଚନା ଅନୁଯାୟୀ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଆଇପିସିର ସମ୍ପୃକ୍ତ ବିଭାଗରେ ଯୌନ ଅପରାଧରୁ ସୁରକ୍ଷା (ପକ୍ସୋ) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

 

ଝିଅମାନେ ଲଙ୍ଗଳ ଧରି ଚାଷ କରୁଥିବା ଦେଖି ଏମିତି କଲେ ସୋନୁ ସୁଦ

ମୁମ୍ବାଇ: କରୋନା କାଳରେ ପୂରା ବିଶ୍ୱ ସମସ୍ତ ପ୍ରକାରର ସମସ୍ୟାରେ ପଡ଼ି ଆସିଥିବା ବେଳେ ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ଦେଶ ପ୍ରଶଂସା କରିଛି । ଦେଶର ଲୋକମାନେ ମଧ୍ୟ ସୋନୁ ସୁଦର ଏକ ଭିନ୍ନ ଚରିତ୍ର ଦେଖିଛନ୍ତି । ଲକଡାଉନରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରୁଥିବାରୁ ସୋନୁ ସୁଦ ଲାଇମଲାଇଟରେ ଅଛନ୍ତି । ନିକଟରେ ସେ ଆନ୍ଧ୍ରପ୍ରଦେଶର ଜଣେ ଗରିବ ଚାଷୀଙ୍କ ଘରକୁ ଟ୍ରାକ୍ଟର ପଠାଇଛନ୍ତି ।

ସୋନୁ ସୁଦ ଚିତ୍ତୁରର ଗରିବ କୃଷକ ନାଗେଶ୍ୱର ରାଓଙ୍କୁ ଏକ ନୂଆ ଟ୍ରାକ୍ଟର ପଠାଇଛନ୍ତି । ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ରହୁଥିବା ନାଗେଶ୍ୱରଙ୍କ ଘରେ ଏହି ଟ୍ରାକ୍ଟର ଦିଆଯାଇଛି । ଏହି ବିଶେଷ ଉପହାର ପାଇଁ ନାଗେଶ୍ୱରା ରାଓ ସୋନୁ ସୁଦଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସୋନୁ ରିଲ୍ ଜୀବନରେ ଜଣେ ଭିଲେନ୍ ହୋଇପାରନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଆମ ପାଇଁ ହିରୋ । ମୁଁ ଏବଂ ମୋ ପରିବାର ସୋନୁଙ୍କୁ ତାଙ୍କର ଦୟା ପାଇଁ ଅଭିବାଦନ ଜଣାଉଛି ।

ବାସ୍ତବରେ ନାଗେଶ୍ୱରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ନାଗେଶ୍ୱର ରାଓ ତାଙ୍କର ଦୁଇ ଝିଅ ଲଙ୍ଗଳ ଧରି କ୍ଷେତରେ ଚାଷ କରୁଛନ୍ତି । କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା ଯେ ବଳଦ ଭଡ଼ାରେ ନେଇ ପାରିବେ । ଭିଡିଓରେ ଝିଅମାନେ କରୁଥିବା ଏଭଳି କଠିନ ପରିଶ୍ରମକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଇଥିଲା । ଏହି ଭିଡିଓ ଦେଖି ସୋନୁ ସୁଦ ତାଙ୍କର ପରିଚିତ ଶୈଳୀରେ ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ବିଶେଷ କଥା ହେଉଛି ଏହି ଟ୍ରାକ୍ଟର ନାଗେଶ୍ୱରଙ୍କ ପାଖରେ ମଧ୍ୟ ପହଞ୍ଚିଛି।

ସୋନୁ ସୁଦ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି

ଆପଣଙ୍କୁ କହି ରଖୁଛୁ ଯେ, ସୋନୁ ସୁଦ କିଛି ସମୟ ପାଇଁ ଶ୍ରମିକ, ଛାତ୍ରଠାରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତ । ନିକଟରେ ସେ ଦଶରଥ ମାଝିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ବ୍ୟତୀତ ସୋନୁ ସୁଦ ବିଦେଶରେ ଫସି ରହିଥିବା ହଜାର ହଜାର ଛାତ୍ରଙ୍କ ଦେଶକୁ ଫେରୁଛନ୍ତି । ସମସ୍ତଙ୍କୁ ବିମାନ ମାଧ୍ୟମରେ ଭାରତକୁ ଆଣିବାର ମିଶନ ମଧ୍ୟ ଆରମ୍ଭ ହୋଇଛି। ଏହାପୂର୍ବରୁ ସେ ହଜାରେରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଲକଡାଉନ ସତ୍ତ୍ୱେ ଘରକୁ ଫେରାଇ ଆଣିଥିଲେ । ଏହାପୂର୍ବରୁ ସେ ଡାକ୍ତରମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ। ସୋନୁ ମଧ୍ୟ ଏହି ଅନୁଭୂତିଗୁଡ଼ିକୁ ଏକ ପୁସ୍ତକରେ ଉଲ୍ଲେଖ କରିବାକୁ ଯାଉଛନ୍ତି ।

ଏହି ରାଶିର ଲୋକଙ୍କର ହୋଇପାରେ ଆର୍ଥିକ ସମସ୍ୟା, ଜାଣନ୍ତୁ

୨୭ ଜୁଲାଇ, ୨୦୨୦, ଶ୍ରାବଣ ସୋମବାର

୧୪୨୭ ସାଲ, ୧୯୪୨ସକାଦ୍ଦଃ, ୨୦୭୬ ସମ୍ବତ

ଶ୍ରାବଣ ମାସର ୫ ଦିନ, କର୍କଟ ୧୨ ଦିନ ମିଥୁନ ରାଶିର ଘାତବାର

ଯୋଗିନୀ ବାୟବ୍ୟ କୋଣରେ ସକାଳ ୭ ଟା ୧୩  ପରେ ରହିବେ

ବ୍ୟୟବ୍ୟ ଓ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ତୁଳା ରାଶିରେ ଚନ୍ଦ୍ର ରହିବେ

ଚିତ୍ରା ନକ୍ଷତ୍ର

ଶୁଭ ସମୟ ଦିନ ୧୦ ଟା ୩୫ ରୁ ଦିନ ୧ ଟା ୧୧ ମଧ୍ୟରେ

ଅଶୁଭ ସମୟ ସକାଳ ୭ ଟା ରୁ ସକାଳ ୮ ଟା ୩୭ ମଧ୍ୟରେ

ଆଜି ନଡ଼ିଆ ଖାଇବେ ନାହିଁ

ମେଷ ରାଶି

ଅଶ୍ୱିନୀ- ପାରିବାରିକ ସମସ୍ୟା ଦୂର ହୋଇପାରେ ।

ଦ୍ଵିଜା- ବ୍ୟବସାୟରେ ଆଜି କିଛି ଲାଭ ପାଇବେ ।

କୃତିକା- ମାଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଟିକେ ଯତ୍ନ ନେବେ ।

ଘରେ ଉତ୍ତରାକାଣ୍ଡ ପାଠ କରନ୍ତୁ ।

ବୃଷ ରାଶି

କୃତ୍ତିକା- ଭାଇଙ୍କ ସହ କିଛି ବିବାଦୀୟ ଘଟଣା କୁ ନେଇ ଝଗଡା ହୋଇପାରେ । ଶାନ୍ତ ମନରେ ସବୁ କିଛି କରନ୍ତୁ ।

ରୋହିଣୀ- ଆପଣଙ୍କ କାମ ସବୁ ଅନ୍ୟ ମାଧ୍ୟମରେ ସହଜରେ ହୋଇଯିବ  ।

ମୃଗସିରା- ହଟାତ ଶରୀର ଖରାପ ହୋଇପାରେ । ଦେଖି ଚାହିଁ ଚଲନ୍ତୁ ।

ମହାମୃତୁଞ୍ଜୟ ପାଠ ୯ ଥର ପାଠ କରନ୍ତୁ

ମିଥୁନ ରାଶି

ମୃଗସିରା- ପୁରାତନ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ମନ ଖୁସି ରହିବ ।

ଆର୍ଦ୍ରା- ନିଜ ପସନ୍ଦର ଖାଦ୍ୟ ମିଳିବ । ଯାହାକୁ ନେଇ ଖୁସି ରହିବେ  ।

ପୁନର୍ବାସୁ- ପ୍ରେମ କୁ ନେଇ ଖୁସି ରହିବେ । ଆଗକୁ ବଢ଼ିବାରେ କିଛି ଯୋଜନା କରିପାରନ୍ତି

ପାରାଙ୍କୁ କିଛି ଚଣା ଖାଇବାକୁ ଦିଅନ୍ତୁ

କର୍କଟ ରାଶି

ପୁନର୍ବାସୁ- ମାଆଙ୍କ ଠାରୁ କିଛି ଉପହାର ଓ ଆଶୀର୍ବାଦ ମିଳିପାରେ ।

ପୁଷ୍ୟା- ନିଜ କର୍ମକୁ ନେଇ ସଫଳତା ପାଇପାରନ୍ତି ।

ଅଶ୍ଳେଶା- ଵଟବୃକ୍ଷକୁ ୩ ଥର ପରିକ୍ରମା କରନ୍ତୁ ।

ସିଂହ ରାଶି

ମଘା- ସରକାରୀ କାମରେ ଯଦି ଅଛନ୍ତି ତେବେ ପଦୋନ୍ନତି ପାଇବେ ।

ପୂର୍ବାଫାଲଗୁନି- ଛାତ୍ରଛାତ୍ରୀ ମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ  ।

ଉତ୍ତରାଫାଲଗୁନି – ଭାଇଭଉଣୀଙ୍କ ଲାଗି ଅନେକ ସାହାଯ୍ୟ କାମ କରିବେ ।

କନ୍ୟା ରାଶି

ଉତ୍ତରାଫାଲଗୁନି- ଅପ୍ରିୟଙ୍କୁ ସତ କଥା କୁହନ୍ତୁ ନାହିଁ, ସମସ୍ୟାରେ ପଡିପାରନ୍ତି ।

ହସ୍ତା – ନିଜର ସୁନ୍ଦର କଥା ଓ ଗୀତ ଦ୍ୱାରା ଅନ୍ୟକୁ ଖୁସି ରଖିବେ ।

ଚିତ୍ରା- ଯଦି ଚିତ୍ର କଳା ରହିଥିବ ତେବେ ସେଥିରେ ସଫଳତା ନିଶ୍ଚୟ ପାଇବେ ।

ତୁଳା ରାଶି  

ଚିତ୍ରା- ନିଜ ପସନ୍ଦର କାମ ପାଇପାରନ୍ତି ।

ସ୍ୱାତି- ଆଜି କୌଣସି ଗାଡି ନେଇ ବାହାରକୁ ଯାଆନ୍ତୁ ନାହିଁ, ଦୁର୍ଘଟଣାର ଯୋଗ ରହିଛି ।

ମନ୍ଦିରରେ ଅକ୍ଷତ ଦାନ କରନ୍ତୁ ।

ବିଛା ରାଶି

ବିଶାଖା- ପିତୃ ସମାନ ବ୍ୟକ୍ତିଙ୍କ ସହ ସମ୍ପର୍କ ଭାଙ୍ଗିଯିବ ।

ଅନୁରାଧା-  ଦୂରଯାତ୍ରା କରନ୍ତୁ ନାହିଁ, କଷ୍ଟ ରହିଛି ।

ଜ୍ୟୋଷ୍ଠଆ- କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ହଜିଯାଇପରେ, ସତର୍କ ରୁହନ୍ତୁ ।

ଛୋଟ ପିଲାଙ୍କୁ ଚକଲଟେ ଦିଅନ୍ତୁ ।

ଧନୁ ରାଶି

ମୂଳା-  ଅର୍ଥକୁ ନେଇ ସମସ୍ୟା ବଢ଼ିପାରେ । ଧର୍ଯ୍ୟ ରଖିବେ ।

ପୂର୍ବାଷାଢା- ଥଣ୍ଡା ସମସ୍ୟା ଲାଗିରହିବ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଉତ୍ତରଷାଢ- ଧନ କିଛି ପ୍ରାପ୍ତିହୋଇପାରେ, ଉପହାର ବି ପାଇବେ ।

ହଳଦୀ ଟୀକା ମଥାରେ ମାରି ଘରୁ ବାହାରିବେ ।

ମକର ରାଶି

ଉତ୍ତରଷାଢ- ନୂଆ କାମ କିମ୍ବା ବ୍ୟବସାୟ ଆରମ୍ଭ କରନ୍ତୁ ଆଜି ଦିନରେ, ଶୁଭ ରହିବ ।

ଶ୍ରବଣଆ- ଉଚ୍ଚପଦସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ ।

ଧନିଷ୍ଠା- ନିଜ ପସନ୍ଦର କାମକୁ ନେଇ ଖୁସି ରହିବେ । କାମକୁ ନେଇ ଦିନସାରା ବ୍ୟସ୍ତ ରହିବେ ।

ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନିଜ ଭାଗ୍ୟ ନିଜ ହାତ ମୁଠାରେ, ଯାହାବି କରିବେ ସଫଳତା ପାଇବେ ।

ସତ ଭିଶା – ଗୁପ୍ତଶତ୍ରୁଙ୍କ ଦ୍ୱାରା ଭାଗ୍ୟ ରେ ପରିବର୍ତ୍ତନ ହେବ ।

ପୂର୍ବଭାଦ୍ର-  ପରିଶ୍ରମ କରି ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ ।

ମିଠା ଲଡୁ ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର- ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚିନ୍ତାରେ ପଡିବେ ।

ଉତ୍ତରଭାଦ୍ର- ସନ୍ତାନ ମାନଙ୍କ ଚିନ୍ତା ଓ ନିଜ ଶରୀର ଅସୁସ୍ଥତା କୁ ନେଇ ମନରେ ଅଶାନ୍ତି ରହିବ ।

ରେବତୀ- ନିଜ ପିଲାଙ୍କର କଟୁକଥାକୁ ନେଇ ଦିନସାରା ଅତି ଚିନ୍ତାରେ ରହିବେ ।

ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ ।

ପୁଣି ଭୀମସାରରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ପୁଣି ଚିନ୍ତାରେ ଭୀମସାରର କତ୍ତୃପକ୍ଷ । ନିକଟରେ ଭୀମସାର ଓପିଡି ବନ୍ଦ କରାଯାଇଥିଲା । କାରଣ କରୋନା ଯୋଦ୍ଧା କରୋନାର ଶିକାର ହୋଇଥିଲେ । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଥିଲା । ଏବେ ପୁଣି କିଛିଦିନର ବ୍ୟବଧାନ ପରେ ଭୀମସାରରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ମହିଳା ଜଣଙ୍କ ହସ୍ପିଟାଲରେ ଆଡମିସନ ହୋଇଥିଲେ । ଲେବର ରୁମ୍ ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଟେଷ୍ଟ ହୋଇଥିଲା । ସେହି ସମୟରେ ତାଙ୍କ ରିପୋର୍ଟ ପୋଜିଟିଭ୍ ଆସିଛି । ତେବେ ମହିଳାଙ୍କ ସଂସ୍ପର୍ଶରେ ଆସି ତାଙ୍କ ସ୍ୱାମୀ ଓ ଜା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସଂକ୍ରମିତ ମହିଳା ବଲାଙ୍ଗୀର ଜିଲ୍ଲାର ନିବାସୀ ବୋଲି ଜଣାପଡିଛି । ଗତକାଲି ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଚିକତ୍ସା ନିମନ୍ତେ ଆସିଥିଲେ । ଏଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ତାଙ୍କ ସ୍ୱାମୀ ଓ ଜା’ ଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ତାଙ୍କୁ ଚିକିତ୍ସା କରୁଥିବା ୧୦ ଜଣ ଡାକ୍ତର, ନର୍ସ ଓ ୭ ଜଣ ପରାମେଡିକାଲ କର୍ମଚାରୀ ଏବେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି ।

ତେବେ ଭୀମସାରର ଆଇସିୟୁ, କ୍ୟାନ୍ସର ୱାର୍ଡରେ କରୋନା ରୋଗୀଙ୍କ ଚିହ୍ନଟ ପରେ ଅଧିକାଂଶ ଡାକ୍ତର ତଥା ନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ତେବେ ଭୀମସାରର ଆଇସିୟୁ, କ୍ୟାନ୍ସର ୱାର୍ଡରେ କରୋନା ରୋଗୀଙ୍କ ଚିହ୍ନଟ ପରେ ଅଧିକାଂଶ ଡାକ୍ତର ତଥା ନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ଏହାସହ ଗତକାଲି ପର୍ଯ୍ୟନ୍ତ ଭୀମସାରର ସମସ୍ତ ଓପିଡି ତଥା ଅସ୍ତ୍ରୋପଚାର ସେବା ବନ୍ଦ ରହିଥିଲା । ଭୀମସାରର ସମସ୍ତ ଓପିଡି ତଥା ଅସ୍ତ୍ରୋପଚାର କେନ୍ଦ୍ର ଆଜିଠୁ ଖୋଲା ହୋଇଛି। ଜରୁରୀକାଳୀନ ରୋଗୀଙ୍କ ବ୍ୟତୀତ ସାଧାରଣ ରୋଗୀଙ୍କୁ ମେଡିକାଲ ନଆସିବାକୁ ମେଡିକାଲ କର୍ତ୍ତୁପକ୍ଷ ଅନୁରୋଧ କରିଛନ୍ତି । ଟେଲି ମେଡିସିନି ସେବାକୁ ଗୁରତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଗତ ୧୩ ତାରିଖରୁ ଓପିଡି ବନ୍ଦ ଥିଲା । କିନ୍ତୁ ସ୍ଥିତି ସୁଧୁରୁଥିବାବେଳେ ପୁଣି ୩ଜଣ କରୋନା ପୋଟିିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇଛି | ସମ୍ପୃକ୍ତ ବିଭାଗକୁ ସାନିଟାଇଜ କରାଯାଇଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି।

 

ସୌମେନ୍ଦ୍ର ଶୁକ୍ଳା

ଇଟାଲିଆନ୍‌ ମହୁମାଛି ଚାଷ କରି ସଫଳ ହେଲେ, ଅନ୍ୟକୁ ରୋଜଗାର ମଧ୍ୟ ଦେଲେ…

କେନ୍ଦୁଝର: ମହୁଚାଷ ଦେଖାଇଛି ଆତ୍ମନିର୍ଭରଶୀଳତାର ବାଟ । ତାଲିମ ପାଇ ଇଟାଲିଆନ୍‌ ମହୁମାଛି ଚାଷ କରି ସଫଳ ହୋଇପାରିଛନ୍ତି ଜଣେ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁରୁ ଦେଖିବା ଜଣେ ସଫଳ ମହୁଚାଷୀଙ୍କ କାହାଣୀ ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ଗାଁର ମହେଶ୍ୱର ମହାନ୍ତ । ମହୁଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ୱୀ । ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଗାୟତ୍ରୀ ପରିବାରରୁ ପ୍ରେରଣା ପାଇ ସେ ତାଲିମ ନେବା ପରେ ନିଜ ଗାଁରେ ଇଟଲିଆନ ମହୁଚାଷ କରି ବେଶ୍ ଲାଭ ପାଇଛନ୍ତି । ୧୫ ଦିନରେ ଗୋଟିଏ ବାକ୍ସରୁ ସେ ସଂଗ୍ରହ କରିନ୍ତି ପ୍ରାୟ ୨୦ କେଜି ମହୁ ।

Bee Farming

ମହୁଚାଷ କରି ମହେଶ୍ୱର ମହାନ୍ତ ଏକା ଲାଭବାନ ହୋଇନାହାନ୍ତି, ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ୱୀ କରିବାରେ ସାହାଯ୍ୟ କରୁଛନ୍ତି । ମହୁମାଛି ପରାଗ ସଂଗ୍ରହ କରୁଥିବାରୁ ଅଞ୍ଚଳେର ଭଲ ପନିପରିବା ମଧ୍ୟ ଅମଳ ହେଉଛି । ପରିବା ଚାଷୀ ବେଶ୍ ଉପକୃତ ହୋଇଛନ୍ତି ।

https://www.facebook.com/NandighoshaTV/videos/281901093062891/

କାମଧନ୍ଦା ଓ ନିଯୁକ୍ତି ସୁଯୋଗ ଅଭାବ ସମୟରେ ସମସ୍ତଙ୍କ ପାଇଁ ମହେଶ୍ୱର ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅଧିକରୁ ଅଧିକ ଲୋକଙ୍କୁ ମହୁଚାଷ ପାଇଁ ତାମିଲ ଦେବାକୁ ଲକ୍ଷ୍ୟ ରଖିଛନ୍ତି ମହେଶ୍ୱର ।

 

(ରିପୋର୍ଟ: ଶେଷନନ୍ଦନ ବଳଙ୍କ)

ଜଙ୍ଗଲଜାତ ଦ୍ରବ୍ୟ କରଡ଼ି, ଲୋକଙ୍କ ମଧ୍ୟରେ ରହିଛି ବଡ଼ ଚାହିଦା…

କୋରାପୁଟ: ଆଦିବାସୀଙ୍କ ରୋଜଗାର ମାଧ୍ୟମ ଜଙ୍ଗଲଜାତ ଦ୍ରବ୍ୟ । ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଭିତରୁ କରଡିର ଚାହିଦା ଲୋକଙ୍କ ଭିତରେ ଅଧିକ । ବାଉଁଶ ଗଜାରୁ କରଡି ବାହାର କରାଯାଇ ବଜାରରେ ବିକ୍ରି କରାଯାଇଥାଏ । ଏଥିରୁ ରକମ ରକମର ସୁଆଦିଆ ଖାଇବା ପ୍ରସ୍ତୁତ କରାଯାଉଥିବା ବେଳେ କୋରାପୁଟ ଅଞ୍ଚଳରେ ଏହା ବହୁଳ ବ୍ୟବହାର ହୋଇଥାଏ ।

KARADI

ଆଦିବାସୀ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରି ଚଳନ୍ତି । ତା’ ଭିତରୁ ଅନ୍ୟତମ ହେଉଛି କରଡି । ବାଉଁଶ ଗଜାରୁ କରଡି ବାହାର କରାଯାଇଥାଏ । କୋରାପୁଟ ଅଞ୍ଚଳରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳିଥାଏ । ଜଙ୍ଗଲ ପାହାଡ଼କୁ ଯାଇ ବାଉଁଶ ବୁଦା ଗୁଡ଼ିକରୁ କରଡ଼ି ସଂଗ୍ରହ କରି ବଜାରରେ ବିକ୍ରି କରାଯାଇଥାଏ । ପୂର୍ବରୁ କେବଳ ଘରର ମହିଳାମାନେ ଜଙ୍ଗଲକୁ ଯାଇ କରଡ଼ି ସଂଗ୍ରହ କରୁଥିବା ବେଳେ ବର୍ତ୍ତମାନ କାମଧନ୍ଧା ନ ପାଇ ଘରର ପୁରୁଷ ମାନେ ମଧ୍ୟ ଏହି କରଡି ସଂଗ୍ରହ କରି ବିକ୍ରି କରୁଛନ୍ତି । କରଡି ବିକ୍ରି କରି ଦିନକୁ ୫ ଶହରୁ ୬ଶହ ଟଙ୍କା ରୋଜଗାର କରୁଛନ୍ତି ।

KARADI

ବାଉଁଶ ଗଜାକୁ ଛୋଟ ଛୋଟ କରି କାଟି ବଜାରରେ ବିକ୍ରି କରାଯାଇଥାଏ । କରଡିରେ ବିଭିନ୍ନ ସୁଆଦିଆ ତରକାରି ହେଉ କି ଭଜା ଏମିତି କି ଏଡାର ଆଚାର ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ବହୁ ଲୋକ ଏହାକୁ ସ୍ନାକ୍ସ ଭାବରେ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ଷା ଦିନ ମାନଙ୍କରେ ଏହା ଫ୍ରେସ୍‌ ମିଳୁଥିବା ବେଳେ କିଛି ଲୋକ ଏହାକୁ ବର୍ଷ ତମାମ ସଂଗ୍ରହ କରି ରଖିଥାନ୍ତି ।

KARADI

କେବଳ କୋରାପୁଟ ନୁହେଁ ପଶ୍ଚିମ ଓଡ଼ିଶାରେ ମଧ୍ୟ କରଡି ବହୁଳ ଭାବେ ବ୍ୟବହାର କରାଯାଇଥାଏ । ଆଉ ଏବେ ଲକଡାଉନ୍‌ ସଟଡାଉନ୍‌ ସମୟରେ ଆଦିବାସୀଙ୍କ ଉପାର୍ଜନର ମାଧ୍ୟମ ପାଲଟିଛି କରଡି ।