spot_img
Home Blog Page 674

ରାଜ କୁଶୱାହାଙ୍କ ଫଟୋ ଭାଇରାଲ, ଯାହା ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା କରିଥିଲେ ସୋନମ ..

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ରାଜ କୁଶୱାହାଙ୍କ ଫଟୋ । ଯାହାକୁ ରାଜା ରଘୁବଂଶୀଙ୍କୁ ହତ୍ୟାର ମାଷ୍ଟରମାଇଣ୍ଡ କୁହାଯାଉଛି ।  ସୋନମଙ୍କ ସହ ମିଶି ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ରାଜ କୁଶୱାହାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତାଙ୍କ ସହିତ ଗିରଫ ହୋଇଥିବା ତିନି ଜଣ ହତ୍ୟାକାରୀଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେମାନେ ହେଲେ ବିଶାଲ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁର୍ମି  ।

ସେମାନେ ରାଜଙ୍କ ନିର୍ଦ୍ଦେଶରେ ରାଜାଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ। ପୋଲିସ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ରାଜ କୁଶୱାହା ସୋନମଙ୍କ ବାପାଙ୍କ ପ୍ଲାଇଉଡ୍ ଦୋକାନରେ ବିଲିଂ କାଉଣ୍ଟରରେ କାମ କରୁଥିଲେ ଏବଂ ସୋନମଙ୍କଠାରୁ ୫ବର୍ଷ ସାନ ଥିଲେ। କିଛି ସମୟ ପାଇଁ ସେ ସୋନମଙ୍କ ଘର ପାଖରେ ମଧ୍ୟ ରହୁଥିଲେ, କିନ୍ତୁ ସେ ଦେଢ଼ ବର୍ଷ ପୂର୍ବରୁ ସେଠାରୁ ଚାଲିଯାଇଥିଲେ। ଏହି ସମୟରେ ସେ ସୋନମଙ୍କ ସହ କଥା ହେଉଥିଲେ। ଗଣମାଧ୍ୟମରେ କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ସେମାନେ ବିବାହ ପରେ ହିଁ ରାଜାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ଭୂମିକମ୍ପ ଏବଂ ଭୂସ୍ଖଳନରେ ମଧ୍ୟ ହଲିବନି ଚେନାବ ସେତୁ, ଇଞ୍ଜିନିୟର କଲେ ଦାବି ..

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଦେଶକୁ ମିଳିଛି ଏକ ଅତୁଳନୀୟ ଉପହାର । ଭାରତକୁ ଏକ ନୂଆ ପରିଚୟ ଦେଇଛି ନବନିର୍ମିତ ଚେନାବ ସେତୁ । ଏହି ଐତିହାସିକ ସେତୁ କେବଳ କାଶ୍ମୀର ଉପତ୍ୟକାକୁ ଭାରତ ସହିତ ସଂଯୋଗ କରେ ନାହିଁ, ବରଂ ଶକ୍ତି ଦୃଷ୍ଟିରୁ ମଧ୍ୟ ଅତୁଳନୀୟ। ଏହି ୧୩୧୫ ମିଟର ଲମ୍ବା ସେତୁ ହିମାଳୟ ଭୂମିରେ ଠିଆ ହୋଇଛି। ଭାରତୀୟ ରେଳ ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହି ସେତୁ ଆଗାମୀ ୧୨୦ ବର୍ଷ ପର୍ଯ୍ୟନ୍ତ ଏହିପରି ଭାବରେ ଠିଆ ହେବ। ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଏହି ସେତୁର କାମ ୨୦୨୨ ମସିହାରେ ପୂର୍ଣ୍ଣ-ସ୍ପିଡ୍ ଟ୍ରେନର ସଫଳ ପରୀକ୍ଷଣ ସହିତ ସମାପ୍ତ ହୋଇଥିଲା। ବହୁ ବର୍ଷ ଧରି ଚାଲିଥିବା ଏହି କାମ ଶେଷରେ ୨୦୨୫ ମସିହାରେ ସମାପ୍ତ ହୋଇଥିଲା ଏବଂ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହା ଭୂମିକମ୍ପ କିମ୍ବା ଭୂସ୍ଖଳନରେ ମଧ୍ୟ ଭୁଷୁଡିବ ନାହିଁ।

ଆଇଫେଲ୍ ଟାୱାରଠୁ ବଡ ଚେନାବ ସେତୁ

ଚେନାବ ସେତୁ ନିର୍ମାଣ କରିଥିବା ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଏହା ୧୪୮୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏବଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ଏହାର କୌଣସି କ୍ଷତି ହେବନି । ଏହି ସେତୁକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ବହିବା ପବନକୁ ମଧ୍ୟ ସହ୍ୟ କରିପାରିବ ଏବଂ -୨୦ ଡିଗ୍ରୀ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ। ନଦୀ ଗର୍ଭରୁ ୩୫୯ ମିଟର ଉଚ୍ଚରେ ନିର୍ମିତ ଏହି ସେତୁ କଟରା ଏବଂ କାଜିଗୁଣ୍ଡକୁ ସଂଯୋଗ କରେ। ଏହା ଆଇଫେଲ୍ ଟାୱାରଠାରୁ ମଧ୍ୟ ଉଚ୍ଚ।

ଭୂମିକମ୍ପ ଏବଂ ଭୂସ୍ଖଳନ ହେଲେ ହଲିବନି ସେତୁ

୨.୦୮ କିଲୋମିଟର ଲମ୍ବ ଚେନାବ ସେତୁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ଏଥିରେ ୧୮.୩ ମିଟରର ୯୯ଟି ସ୍ପାନ୍ ଏବଂ ୭୨.୫ ମିଟରର ଏକ ଭୂଲମ୍ବ ଲିଫ୍ଟ ସ୍ପାନ୍ ଅଛି। ଏହି ସେତୁର ଗଠନରେ ୩୩୩ଟି ପାଇଲ୍ ଅଛି ଯାହା ଏହି ସେତୁ ଦୀର୍ଘ ସମୟ ପାଇଁ  ସ୍ଥାୟୀ ରହିବ। ଚେନାବ ସେତୁ ଭୂକମ୍ପୀୟ ଜୋନ୍ ୫ରେ ପଡ଼ିଥାଏ ଏବଂ ଏହା ୮ ତୀବ୍ରତାର ଭୂମିକମ୍ପକୁ ମଧ୍ୟ ସହ୍ୟ କରିପାରିବ।

ଚେନାବ ସେତୁ କେତେ ମଜବୁତ?

ଚେନାବ ସେତୁ ନିର୍ମାଣ ପାଇଁ ୨୫,୦୦୦ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି, ଯେଉଁଥିରେ ୧୪ଟି ସ୍ତମ୍ଭ ରହିଛି। ଏହା ଏତେ ମଜବୁତ ଯେ ଗୋଟିଏ ସ୍ତମ୍ଭ ଭାଙ୍ଗିଗଲେ ମଧ୍ୟ ସେତୁର କିଛି ହେବ ନାହିଁ। ଏହା ବ୍ୟତୀତ, ଏକ ରିପୋର୍ଟ ଅନୁଯାୟୀ, ଏହି ସେତୁ ୪୦ କିଲୋଗ୍ରାମ TNT ବିସ୍ଫୋରଣକୁ ସହ୍ୟ କରିପାରିବ। ଯଦିଓ କୌଣସି କାରଣରୁ କିମ୍ବା ବିସ୍ଫୋରଣ ଯୋଗୁଁ ସ୍ତମ୍ଭ କ୍ଷତିଗ୍ରସ୍ତ ହୁଏ, ଟ୍ରେନଗୁଡ଼ିକ ଚାଲିବାରେ ବାଧାପ୍ରାପ୍ତ ହେବ ନାହିଁ ।

ସୋନମ୍‘ ବେୱଫା ! ତାକୁ ମୃତ୍ୟୁ ଦଣ୍ଡ ମିଳୁ …

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ପୋଛିଦେଲା ନିଜ ସିନ୍ଦୂର । ହନିମୁନରେ ଆସି ସ୍ଵାମୀଙ୍କୁ ମର୍ଡର କଲା । ଇନ୍ଦୋର ଦମ୍ପତି ନିଖୋଜ ଘଟଣାର ବଡ ଖୁଲାସା । ୟୁପିରୁ ଧରାପଡ଼ିଲା ସ୍ବାମୀକୁ ହତ୍ୟା କରିଥିବା ପତ୍ନୀ ସୋନମ । ହନିମୁନ୍ ପାଇଁ ମେଘାଳୟର ସିଲିଂକୁ ଯାଇଥିବା ଇନ୍ଦୋର ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀ ନିଖୋଜ୍ ଘଟଣାର ପ୍ରକୃତ କାରଣ ପର୍ଦ୍ଦାଫାସ୍ ହୋଇଛି । ଦମ୍ପତ୍ତି ନିଖୋଜ୍ ହେବା ପରେ ରାଜା ରଘୁବଂଶୀଙ୍କ ମୃତେଦେହ ଏକ ପାହାଡ଼ରୁ ଉଦ୍ଧାର ହୋଇଥିଲା । ଏହାପରେ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ତାଙ୍କ ପତ୍ନୀ କୁଆଡେ ଗଲେ ? ବର୍ତ୍ତମାନ ଏହି ନିଖୋଜ୍ ଘଟଣାର ଉପରୁ ପରଦା ଉଠିଛି । ପ୍ରକୃତରେ କୁହାଯାଉଛି ସ୍ବାମୀର ହତ୍ୟାକାରୀ ଥିଲା ସ୍ତ୍ରୀ ସୋନମ ସୂର୍ଯ୍ୟବଂଶୀ । ଏହି ଅଭିଯୋଗରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି ।  ସିଲଂରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହ ପାହାଡ଼ରୁ ମିଳିଥିଲା, ଆଉ ସେତେବେଳେ ସୋନମ ନିଖୋଜ ହୋଇଯାଇଥିଲେ । ହତ୍ୟାକାଣ୍ଡର ୭ ଦିନ ପରେ ୟୁପିର ଗାଜିପୁରରୁ ଗିରଫ କରିଛି ।  ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ ଅପରାଧୀଙ୍କୁ ସୁପାରୀ ଦେଇଥିଲେ । ତେବେ ଘଟଣାର ଖୁଲାସା ହେବା ପରେ ପରିବାରରେ କାହାର କ’ଣ ରହିଛି ପ୍ରତିକ୍ରିୟା ଜାଣନ୍ତୁ ..

ଢାବାକୁ ଆସି ଭାଇକୁ ଫୋନ କରିଥିଲେ ସୋନମ

ଉତ୍ତରପ୍ରଦେଶ ଗାଜିପୁର ଅଂଚଳରୁ ସୋନମଙ୍କୁ ଧରିଛି ପୋଲିସ। ରାତି ଗୋଟାଏ ସମୟରେ ଗାଜିପୁର ଅଂଚଳର ଏକ ଢାବାକୁ ଆସିଥିଲେ ସୋନମ। ଢାବା ମାଲିକଙ୍କୁ ମୋବାଇଲ ମାଗି ତାଙ୍କ ଭାଇକୁ ଆସିବାକୁ ସୂଚନା ଦେଇଥିଲେ। ଢାବା ମାଲିକ ସୋନମଙ୍କ ଭାଇଙ୍କ ସହ କଥା ହୋଇ ସୋନମ ଢାବାରେ ଥିବା କହିଥିଲେ। ଏହାପରେ ସୋନମଙ୍କ ଭାଇ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କହିବା ପରେ ଢାବା ମାଲିକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ରାତି ପ୍ରାୟ ସାଢେ ୨ଟାରେ ସୋନମଙ୍କୁ ସେଠାରୁ ନେଇଯାଇଥିବା କହିଛନ୍ତି ଢାବା ମାଲିକ । ସେପଟେ ରାଜା ରଘୁବଂଶୀଙ୍କ ଭାଇ କହିଛନ୍ତି ଯାହା ହୋଇଛି ସୋନମ ନିଜେ ସବୁ କିଛି କହିବେ । ଯଦି ଦୋଷ କରିଥିବେ ତାହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

ସୋନମ ଆତ୍ମସମର୍ପଣ କରିବା କଥା ମିଛ

ସୋନମଙ୍କୁ ଉତ୍ତରପ୍ରଦେଶରୁ ଧରାଯାଇଥିବା କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ସେ ସୋନଙ୍କ ଭାଇ ଗୋବିନ୍ଦଙ୍କ ସହ କଥା ହୋଇଥିଲେ। ଗୋବିନ୍ଦ ସୋନମ ୟୁପିରେ ଥିବା ରାଜା ରଘୁବଂଶୀଙ୍କ ଭାଇକୁ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ପୋଲିସକୁ ସୂଚନା ପରେ ପୋଲିସ ସୋନମଙ୍କୁ ସେଠାରୁ ନେଇଥିଲା। ତେବେ ସୋନମ ଆତ୍ମସମର୍ପଣ କରିବା କଥା ମିଛ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ । ସୋନମଙ୍କ ଏହି ହତ୍ୟାକାଣ୍ଡରେ ହାତ ସନ୍ଦେହକୁ ଅସ୍ଵୀକାର କରିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ଉଭୟ ବାହାଘରକୁ ନେଇ ଖୁସିରେ ଥିଲେ। ସେମାନେ କେବେବି ଗଣ୍ଡଗୋଳ କରିନଥିବା ଦେଖିନାହିଁ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ।

ସୋନମଙ୍କୁ ମୃତ୍ୟୁ ଦଣ୍ଡ ମିଳୁ

ପୁଅକୁ ଜୋର ଦବରଦସ୍ତ ମେଘାଳୟ ନେଇଯାଇଥିଲା। ଶିଲଂକୁ ନେଇ ପୁଅକୁ ମାରି ଦେଇଛି ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ମାଆ। ରାଜାଙ୍କ ସ୍ତ୍ରୀ ସୋନମଙ୍କୁ ଆଜି ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ସୋନମଙ୍କ ଅନ୍ୟ କୌଣସି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନେଇ ସ୍ଵାମୀଙ୍କୁ ହନିମୁନ ଯିବାକୁ କହି ମେଘାଳୟ ବୁଲିବାକୁ ଯିବାକୁ କହିଥିଲେ ପତ୍ନୀ ସୋନମ। ଏହାପରେ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତ ୨୩ ତାରିଖରେ ମେଘାଳୟରୁ ନିଖୋଜ ହୋଇଯାଇଥିଲେ ଦମ୍ପତି । ଗତ ୨ ତାରିଖରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହୋଇଥିଲ ।

ମୋ ଝିଅ ନିର୍ଦ୍ଦୋଷ

ସେପଟେ ସୋନମଙ୍କ ବାପା ପ୍ରତିକ୍ରିୟା ରଖି ଏ ସମସ୍ତ ଅଭିଯୋଗ ମିଛ ଏବଂ ନିରାଧାର ବୋଲି କହିଛନ୍ତି। ପୋଲିସ ମିଛ କହୁଛି। ପୋଲିସ ଫସୁଥିବାରୁ ଓଲଟା ଝିଅ ଉପରେ ଦୋଷ ଲଦୁଛି। ମୋ ଝିଅ ସ୍ଵାମୀଙ୍କ ସହ ବୁଲିବାକୁ ଯାଇଥିଲା । ସେ କାହିଁକି ଏମିତି କରିବ ବୋଲି କହିଛନ୍ତି ସୋନମଙ୍କ ବାପା।

 

ରାଜଧାନୀରେ ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରୁ ବେଆଇନ ଗର୍ଭପାତ କିଟ୍ ଜବତ

ଭୁବନେଶ୍ବର: ରାଜଧାନୀରେ ଚାଲିଥିଲା ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରେ ମିଳୁଥିଲା ବେଆଇନ ଗର୍ଭପାତ କିଟ । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଏହି କିଟ ବିକ୍ରି କରିବା ନେଇ ଅଭିଯୋଗ । ଅଭିଯୋଗ ପରେ ଆରମ୍ଭ ହେଲା ଚଢ଼ାଉ । ଡ୍ରଗ୍ କଣ୍ଟ୍ରୋଲର ଙ୍କ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ ଜାରି । ନୟାପଲ୍ଲୀ N1 ଅଞ୍ଚଳରେ ଥିବା ଏକାଧିକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ । ଚଢ଼ାଉ ବେଳେ କିଛି unwanted kiit ମିଳିଛି ।

ଏସବୁ ବିନା ଡାକ୍ତର ଅନୁମତିରେ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ପ୍ରତିଷ୍ଠିତ ମେଡ଼ିସିନ ଦୋକାନ ମାନଙ୍କରେ ବିକ୍ରି ନେଇ ପୂର୍ବରୁ ଖବର ମିଳିଥିଲା । ଖବର ଆଧାରରେ ଆଜି ଚଢ଼ାଉକୁ ବ୍ୟାପକ କରାଯାଇଛି ।

ନକ୍ସଲମାନଙ୍କ ଆଇଡି ବିସ୍ଫୋରଣ ; ଅତିରିକ୍ତ ଏସପି ସହିଦ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ର ସୁକମା ଜିଲ୍ଲା କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି । ବିସ୍ଫୋରଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।

ପୋଲିସ ଦଳ ପାଟ୍ରୋଲିଂରେ ବାହାରିଥିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ପୋଲିସ ଏବଂ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଚଳନ୍ତା ଟ୍ରେନରୁ ଖସି ପାଞ୍ଚ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଟ୍ରେନରୁ ପଡି ୫ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ ଏକ ଲୋକାଲ୍ ଟ୍ରେନ୍‌ରେ । ମୁମ୍ବାଇର ହୃଦସ୍ପନ୍ଦନ କୁହାଯାଉଥିବା ଲୋକାଲ୍ ଟ୍ରେନ୍‌ରୁ ପଡ଼ି ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟାରେ ଏଭଳି ଘଟଣା ଘଟିଛି । ଟ୍ରେନ୍‌ରେ ଅଧିକ ଯାତ୍ରୀ ଥିଲେ, ଟ୍ରେନ୍‌ରେ ପାଦ ରଖିବା ପାଇଁ କୌଣସି ସ୍ଥାନ ନଥିଲା। ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ। ତେଣୁ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ରେଳ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ୧୦-୧୨ ଜଣ ଯାତ୍ରୀ ଖସି ପଡ଼ିଥିବା ସୂଚନା ମିଳିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏହି ଦୁର୍ଘଟଣା ପାଇଁ ମୁମ୍ବାଇରେ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ରେଳବାଇ କହିଛି ଯେ ଥାନେର ମୁମ୍ବାଇ ରେଳ ଷ୍ଟେସନରେ ସିଏସଏମଟି ଅଭିମୁଖେ ଯାତ୍ରା କରୁଥିବା କିଛି ଯାତ୍ରୀ ଟ୍ରେନରୁ ଖସି ପଡ଼ିଥିଲେ। ଅନୁମାନ କରାଯାଉଛି ଯେ ଟ୍ରେନରେ ଅଧିକ ଯାତ୍ରୀ ଥିଲେ, ତେଣୁ ଏହି ଦୁର୍ଘଟଣା ଘଟିଛି। ରେଳ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପୁଷ୍ପକ ଏକ୍ସପ୍ରେସରୁ ଯାତ୍ରୀ ଖସିପଡ଼ିଥିବାର ସୂଚନା

କୁହାଯାଉଛି ଯେ କସରା ଯାଉଥିବା ଲୋକାଲ୍ ଟ୍ରେନ୍ ଏବଂ ପୁଷ୍ପକ ଏକ୍ସପ୍ରେସ୍ ସେଠାରୁ ଯାଉଥିଲା। ଏହି ଏକ୍ସପ୍ରେସରୁ ମଧ୍ୟ କିଛି ଯାତ୍ରୀ ମଧ୍ୟ ଖସି ପଡ଼ିଛନ୍ତି। ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ସମ୍ପର୍କରେ ଶିବସେନା ସିନ୍ଦେ ଗୋଷ୍ଠୀର ସାଂସଦ ନରେଶ ମହସ୍କେ କହିଛନ୍ତି ଯେ ଏହି ଘଟଣା କିପରି ଘଟିଲା ଏବଂ ଏହାର କାରଣ କ’ଣ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସରକାର ସବୁବେଳେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ସରକାରଙ୍କର।

ବାପାଙ୍କ ଫ୍ୟାକ୍ଟ୍ରିରେ ସୋନମ୍ ଏଚଆର, ପ୍ରେମିକ ରାଜ୍ ମ୍ୟାନେଜର !

ନନ୍ଦିଘୋଷ ବ୍ୟୁରୋ: ଇନ୍ଦୋର ନିଖୋଜ ଦମ୍ପତି ମାମଲାରେ ବ୍ୟବସାୟୀ ସ୍ୱାମୀ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ଅନ୍ୟ ତିନି ଜଣଙ୍କ ସହ ମିଶି ରାସ୍ତାରୁ ହଟାଇଥିବା ଜଣାପଡ଼ିଛି । ସୋନମଙ୍କର ଇନ୍ଦୋରର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଯୁବକ ଆଉ ଜଣେ ସାଙ୍ଗଙ୍କ ସହ ମିଶିଥିଲେ, ଏବଂ ତା’ପରେ ସେମାନେ ତୃତୀୟ ହତ୍ୟାକାରୀଙ୍କ ସହ ମିଶି ଶିଲଂର ଉପତ୍ୟକାରେ ଏହି ହତ୍ୟାକାଣ୍ଡ କରାଇଥିବା ପୋଲିସ ଦାବି କରୁଛି । ରାଜା ରଘୁବଂଶୀ ସୋନମ-ରାଜା ପ୍ରେମ ସମ୍ପର୍କର ମଝିରେ ଅଜାଣତରେ ଫସି ଜୀବନ ହାରିଥିବା କୁହାଯାଉଛି ।

ଶାଶୂଘର ବୋହୂ ସୋନମ ରଘୁବଂଶୀଙ୍କ ନିରାପଦେ ଫେରିବା ପାଇଁ ପ୍ରାର୍ଥନା କରୁଥିବା ବେଳେ ଏବେ ବୋହୂ ତାଙ୍କ ପୁଅକୁ ହତ୍ୟା କରିଥିବା କଥାକୁ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ନବବିବାହିତା ସୋନମଙ୍କୁ ରାଜା ରଘୁବଂଶୀଙ୍କ ପରିବାର ନିଜ ଝିଅ ଓ ଲକ୍ଷ୍ମୀ ଭାବୁଥିଲେ, କିନ୍ତୁ ସେ କିଛି ଅଲଗା ବାହାରିଲେ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ସୋନମଙ୍କର ଅନ୍ୟ କାହା ସହ ପ୍ରେମ ସମ୍ପର୍କ ଥିଲା, ତେବେ ସେ ପରିବାରକୁ କାହିଁକି କହିଲେ ନାହିଁ ? ଅନ୍ୟପଟେ, ମେଘାଳୟ ପୁଲିସ୍ ୧୬ ଦିନ ପରେ ସୋନମ ରଘୁବଂଶୀଙ୍କୁ ଉତ୍ତରପ୍ରଦେଶର ଗାଜୀପୁରରୁ ଗିରଫ କରିଥିଲା । ଗିରଫ ହେବାବେଳେ ସୋନମ୍ କଳା ଟି-ସାର୍ଟ ପିନ୍ଧିଥିଲେ । ତାଙ୍କ ସହ ଆଉ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ବୋଲି କୁହାଯାଉଛି ।

ସୋନମ କାହିଁକି ପୋଛିଲେ ନିଜ ସିନ୍ଦୂର ?
ସୂତ୍ରରୁ ଜଣାପଡ଼ିଛି ଯେ, ସୋନମଙ୍କର ନିଜ ଫ୍ୟାକ୍ଟରୀର ଜଣେ କର୍ମଚାରୀ ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଫ୍ୟାକ୍ଟରୀ ସୋନମଙ୍କ ପିତା ଦେବୀ ସିଂହ ରଘୁବଂଶୀଙ୍କର ଥିଲା, ଯେଉଁଠି ସୋନମ ଏଚ୍‌ଆର୍‌ ପଦବୀରେ କାର୍ଯ୍ୟ କରୁଥିଲେ । କୁହାଯାଉଛି ଯେ, ରାଜ କୁଶୱାହା ସେହି ମାଇକା ଫ୍ୟାକ୍ଟରୀରେ ମ୍ୟାନେଜର ଭାବେ କାମ କରୁଥିଲେ ଏବଂ ସୋନମଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ସୋନମଙ୍କ ପିତା କହିଛନ୍ତି ଯେ, ଘଟଣାର ମାତ୍ର ଦୁଇ ଦିନ ପୂର୍ବରୁ ରାଜ ଫ୍ୟାକ୍ଟରୀରେ ନିୟମିତ କାମ କରୁଥିଲେ ।

ଇନ୍ଦୋର ଓ ଉତ୍ତରପ୍ରଦେଶର ଅଭିଯୁକ୍ତ
ଏହି ମାମଲାରେ ପୁଲିସ୍ ଏପର୍ଯ୍ୟନ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ଦୁଇ ଜଣ ଇନ୍ଦୌରରୁ ଓ ଜଣେ ଉତ୍ତରପ୍ରଦେଶରୁ ଧରାପଡ଼ିଛନ୍ତି । ଏକ ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି, ଯାହାଙ୍କୁ ଖୋଜିବା ପାଇଁ ପୋଲିସ୍ ଟିମ୍‌ ଲଗାତାର ଚେଷ୍ଟା ଜାରି ରଖିଛି ।

ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ; ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ: ଆସନ୍ତା ବୁଧବାର ସ୍ନାନପୂର୍ଣ୍ଣିମା । ଶ୍ରୀଜିଉଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତେଣୁ ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିଛନ୍ତି ।  ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ ।

ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ । ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବ ସ୍ନାନ ଯାତ୍ରା ପରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ । ନବଯୌବନ ଦର୍ଶନ ପରେ ଦଇତା ସେବକମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବାର ବିଧି ରହିଛି ।

ହନିମୁନ୍ ହତ୍ୟାକାଣ୍ଡରେ ରାଜ୍ କୁଶୱାହା କିଏ ?

ନନ୍ଦିଘୋଷ ବ୍ୟୁରୋ: ଇନ୍ଦୌରରୁ ମେଘାଳୟ ହନିମୁନ୍‌ ପାଇଁ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମଙ୍କ କାହାଣୀ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । ରାଜା ରଘୁବଂଶୀଙ୍କ ମୃତଦେହ ମିଳିବା ପରେ ସୋନମଙ୍କୁ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ସୋମବାର ସକାଳେ ସୋନମ ଉତ୍ତରପ୍ରଦେଶର ଗାଜୀପୁରରେ ଆତ୍ମସମର୍ପଣ କରିଥିଲେ। ସୋନମଙ୍କ ସହ ଆଉ ତିନିଜଣଙ୍କୁ ମଧ୍ୟ ରାଜାଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି । ପୋଲିସ୍‌ ଅନୁସାରେ, ସୋନମ ସୁପାରୀ ଦେଇ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ ।

ମେଘାଳୟର ଡିଜିପି ଇଦାଶିଶା ନୋଙ୍ଗରାଙ୍ଗ କହିଛନ୍ତି ଯେ ସୋନମ ନିଜ ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି, ଏବଂ ଦୁଇ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ଇନ୍ଦୌରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଆଉ କିଛି ଲୋକଙ୍କ ନାମ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ସୋନମ ଉତ୍ତରପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା ।

ମାମଲାରେ ଏକ ନୂଆ ମୋଡ଼ ତେବେ ଆସିଲା, ଯେତେବେଳେ ସୋନମଙ୍କ ଗିରଫ ପରେ ରାଜ କୁଶୱାହା ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଲା। ଏକ ରିପୋର୍ଟ ଅନୁସାରେ, ବିବାହ ପୂର୍ବରୁ ସୋନମଙ୍କର ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଅନୁମାନ କରାଯାଉଛି ଯେ ନିଜର ଏହି ପ୍ରେମ ସମ୍ପର୍କ ପାଇଁ ସୋନମ ରାଜା ରଘୁବଂଶୀଙ୍କୁ ସୁପାରୀ ଦେଇ ହତ୍ୟା କରିଥିଲେ।

ହନିମୁନ୍‌ କିପରି ହେଲା ହତ୍ୟାକାଣ୍ଡ ?
ରାଜା ରଘୁବଂଶୀ ଓ ସୋନମଙ୍କ ବିବାହ ଗତ ମାସରେ ୧୧ ମେ’ରେ ହୋଇଥିଲା । ବିବାହର ୯ ଦିନ ପରେ ଦୁହେଁ ହନିମୁନ୍‌ ପାଇଁ ବେଙ୍ଗାଲୁରୁ ହେଇ ଗୁୱାହାଟୀ ପହଞ୍ଚିଥିଲେ ଏବଂ ମା’ କାମାକ୍ଷା ଦେବୀଙ୍କ ଦର୍ଶନ କରିଥିଲେ । ଏଠାରୁ ରାଜା ଓ ସୋନମ ହନିମୁନ୍‌ ମନାଇବା ପାଇଁ ମେଘାଳୟ ଅଭିମୁଖେ ଯାତ୍ରା କରିଥିଲେ। ମେଘାଳୟ ପହଞ୍ଚି ଦୁହେଁ ଶିଲଂ ଯାଇଥିଲେ ଏବଂ ଏକ ସ୍କୁଟି ଭଡ଼ାରେ ନେଇଥିଲେ । ୨୨ ମେ’ରେ ପରିବାର ସହ ଶେଷ ଥର ପାଇଁ କଥା ହୋଇଥିଲା ଏବଂ ଏହାପରେ ଦୁହେଁ ନିଖୋଜ ହୋଇଯାଇଥିଲେ । ଯେତେବେଳେ ପରିବାରର ସମ୍ପର୍କ ରାଜା ଓ ସୋନମଙ୍କ ସହ ହୋଇ ପାରିଲା ନାହିଁ, ମେଘାଳୟ ପୁଲିସକୁ ସେମାନଙ୍କ ନିଖୋଜ ହେବା ଅଭିଯୋଗ ଦିଆଯାଇଥିଲା ଏବଂ ଦୁହିଁଙ୍କୁ ଖୋଜା ଆରମ୍ଭ ହୋଇଥିଲା। ୧୧ ଦିନ ପରେ ରାଜା ରଘୁବଂଶୀଙ୍କ ମୃତଦେହ ଏକ ଖାଇରେ ମିଳିଥିଲା। ମୃତଦେହ ପାଖରେ ଏକ କାଠ କାଟିବା ଦାଆ ମଧ୍ୟ ମିଳିଥିଲା। ରାଜାଙ୍କ ପର୍ସ, ଘଣ୍ଟା, ସୁନା ଚେନ୍‌, ଅଙ୍ଗୁଠି ଏବଂ ହୀରା ବ୍ରେସଲେଟ୍‌ ନିଖୋଜ ଥିଲା। ଏହା ସହ ଏକ ମହିଳାଙ୍କ ସେଫଟି ସାର୍ଟ ମଧ୍ୟ ରାଜାଙ୍କ ମୃତଦେହ ପାଖରେ ମିଳିଥିଲା।

ସମ୍ପୂର୍ଣ୍ଣ କାହାଣୀ ବଦଳି ଗଲା
ପ୍ରାରମ୍ଭରେ ମନେ ହେଉଥିଲା ଯେ ରାଜା ଓ ସୋନମଙ୍କ ସହ ଲୁଟ୍‌ ହୋଇଛି । ହତ୍ୟାକାରୀମାନେ ଲୁଟ୍‌ ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ କରିଥାଇ ପାରନ୍ତି। ରାଜାଙ୍କ ହତ୍ୟା ପରେ ସୋନମଙ୍କୁ ଖୋଜିବା ପାଇଁ ତୀବ୍ର ଅନୁସନ୍ଧାନ ଆରମ୍ଭ ହେଲା । ପୁଲିସ୍‌, ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌, ଏସ୍‌ଓଟି ଏବଂ ଡ୍ରୋନ୍‌ ସାହାଯ୍ୟରେ ଏକ ବଡ଼ ଧରଣର ଅନୁସନ୍ଧାନ ଅଭିଯାନ ଆରମ୍ଭ ହେଲା । ଖାଇରେ ଏନ୍‌ଡିଆର୍‌ଏଫ୍‌ ଯବାନମାନେ ଓହ୍ଲାଇ ସବୁ ସ୍ଥାନକୁ ଖୋଜାଖୋଜି କରିଥିଲେ । କିନ୍ତୁ ସୋମବାର ଯେତେବେଳେ ସୋନମଙ୍କ ଆତ୍ମସମର୍ପଣର ଖବର ଆସିଲା, କାହାଣୀ ସମ୍ପୂର୍ଣ୍ଣ ବଦଳି ଗଲା। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଟ୍ୱିଟ୍‌ କରି କହିଥିଲେ, ‘ସାତ ଦିନ ମଧ୍ୟରେ ମେଘାଳୟ ପୁଲିସ୍‌ ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଏକ ବଡ଼ ସଫଳତା ହାସଲ କରିଛି। ତିନି ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ଏବଂ ମହିଳା ଜଣେ ଆତ୍ମସମର୍ପଣ କରିଛନ୍ତି ।  ଆଉ ଜଣେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଛି ।’

ଲସ୍ ଆଞ୍ଜେଲସରେ ସ୍ଥିତି ଅଣାୟତ୍ତ, ୨୦୦୦ ସୈନ୍ୟ ମୁତୟନ କଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଲସ୍ ଆଞ୍ଜେଲସରେ ପ୍ରବଳ ହିଂସା । ଭଙ୍ଗାରୁଜା ସହ ଜଳାପୋଡା କଲେ ବିକ୍ଷୋଭକାରୀ । ଆମେରିକାର ଲସ୍ ଆଞ୍ଜେଲସ୍ ରାଜ୍ୟରେ ବିକ୍ଷୋଭକାରୀମାନେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ପରିସ୍ଥିତି ନିରନ୍ତର ନିୟନ୍ତ୍ରଣ ବାହାରକୁ ଯାଉଛି । ଧୀରେ ଧୀରେ ଆମେରିକାର ଲସ୍ ଆଞ୍ଜେଲସ୍ ସହରରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ଆମେରିକୀୟ ଇମିଗ୍ରେସନ୍ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଚଢାଉ ବିରୋଧରେ ପ୍ରତିବାଦ ଜାରି ରହିଛି। ପ୍ରତିବାଦ ମଧ୍ୟରେ ହଜାର ହଜାର ଲୋକ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଥିଲେ ଏବଂ ସହରର ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର ନିକଟରେ ଲୁହ ବୁହା ଗ୍ୟାସ୍ ସେଲ୍ ମାଡ଼ କରାଯାଇଥିଲା।

କିଛି ବିକ୍ଷୋଭକାରୀ ଟ୍ରମ୍ପଙ୍କ ପ୍ରବାସନ ନୀତି ବିଷୟରେ ପ୍ରତିବାଦ କରି ଏପରି ସ୍ଥିତି ଉପୁଜାଇଛନ୍ତି । ପ୍ରତିବାଦକାରୀ ଏବେ ରାସ୍ତାକୁ ଓହ୍ଲାଇଥିବା ବେଳେ ବହୁତ ହଙ୍ଗାମା କରୁଛନ୍ତି। ଲସ୍ ଆଞ୍ଜେଲସ୍ ରେ ଚାଲିଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ‘କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ’ର ୨୦୦୦ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କହିରଖୁଛୁ ଯେ ଏହି ନିଷ୍ପତ୍ତି ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ନିଆଯାଇଛି, ଯେଉଁଥିରେ ଆମେରିକୀୟ ଅଧିକାରୀମାନେ ଶୁକ୍ରବାର ୪୪ ଜଣଙ୍କୁ ଗିରଫ କରିଥିଲେ । ଯାହା ଲୋକଙ୍କ ମଧ୍ୟରେ କ୍ରୋଧକୁ ଆହୁରି ବୃଦ୍ଧି କରିଛି।।

ପରିସ୍ଥିତିରେ ନସୁଧୁରିଲେ ମରୀନ୍ ନିୟୋଜିତ ହେବେ: ପ୍ରତିରକ୍ଷା ସଚିବ

ଏହି ସମୟରେ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଚେତାବନୀ ଦେଇଛନ୍ତି ଯେ ଯଦି ବିରୋଧ ଜାରି ରହେ, ତେବେ ପରବର୍ତ୍ତୀ ସମୟରେ ମରୀନ୍ ନିୟୋଜିତ କରାଯାଇପାରେ। କ୍ୟାମ୍ପ ପେଣ୍ଡଲଟନ୍ ରୁ ମରିନ୍ ପଠାଇବା ପାଇଁ ହେଗସେଥଙ୍କ ପରାମର୍ଶକୁ ନ୍ୟୁସମ୍ “ପାଗଳାମୀ” ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଜାଣିଶୁଣି ଉତ୍ତେଜନାପୂର୍ଣ୍ଣ, ଯାହା କେବଳ ଉତ୍ତେଜନା ଏବଂ ଅବିଶ୍ୱାସ ବୃଦ୍ଧି କରିବ। ଏହି ମିଶନ ଅନୁପଯୁକ୍ତ ବୋଲି ସେ କହିଛନ୍ତି । ପରେ ହେଗସେଥ୍ ପ୍ରତିଆକ୍ରମଣ କରି କହିଛନ୍ତି ଯେ ନ୍ୟୁସମ୍ “ହିଂସାକୁ ନିୟନ୍ତ୍ରଣ କରିପାରିନଥିଲେ” ବୋଲି ଦୋଷାରୋପ କରିଛନ୍ତି । ତୃତୀୟ ଦିନ ପାଇଁ ପ୍ରତିବାଦ ଜାରି ରହିଥିବାରୁ ସହରର ମେୟର କରେନ ବାସ୍ ଶାନ୍ତି ପାଇଁ ଅପିଲ କରିଥିଲେ। ସିଟି ହଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ଆମ ସହର ବହୁତ କ୍ଷତିଗ୍ରସ୍ତ ହୋଇଛି।

ଅନେକ ସ୍ୱୟଂଚାଳିତ କାର ପୋଡ଼ି ଦିଆଗଲା

ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ନ୍ୟାସନାଲ ଗାର୍ଡ ସୈନିକମାନେ ଲସ୍ ଆଞ୍ଜେଲସ୍ ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠାରେ ନିର୍ବାସନ ଅଭିଯାନ ଚଳାଇଥିବା ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀଙ୍କ ବିରୁଦ୍ଧରେ ସାମ୍ପ୍ରତିକ ପ୍ରତିବାଦକୁ ଦମନ କରିବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଇଛି । ହଜାର ହଜାର ପ୍ରଦର୍ଶନକାରୀ ଲସ୍ ଆଞ୍ଜେଲସରେ ପହଞ୍ଚିଥିଲେ। ସେମାନେ ଫ୍ରିୱେ ଅବରୋଧ କରିଥିଲେ। ଅନେକ ସ୍ୱୟଂଚାଳିତ କାର ମଧ୍ୟ ପୋଡ଼ି ଦିଆଯାଇଥିଲା। ଏହି ସମୟରେ, କିଛି ପ୍ରଦର୍ଶନକାରୀ ନ୍ୟାସନାଲ ଗାର୍ଡ ସୈନିକ ଏବଂ ପୋଲିସ ପାଖକୁ ଯାଇ ସେମାନଙ୍କ ବିରୁଦ୍ଧରେ ଅପମାନଜନକ ସ୍ଲୋଗାନ ଦେବାରୁ ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଲୁହ ବୁହା ଗ୍ୟାସ ବ୍ୟବହାର କରାଯାଇଥିଲା।

ଲୁହ ବୁହା ଗ୍ୟାସ୍ ପ୍ରୟୋଗ ଯୋଗୁଁ ଲୋକମାନେ କ୍ରୋଧିତ ହୋଇଥିଲେ

ଏହି ବିକ୍ଷୋଭରେ ଛାତ୍ରମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଏବଂ କୌଣସି ମଣିଷ ବେଆଇନ ନୁହେଁ”, “ଆଇସିଇ ବନ୍ଦ କରନ୍ତୁ” ଏବଂ “ପ୍ରବାସୀମାନଙ୍କ ପାଇଁ ନ୍ୟାୟ” ଭଳି ସ୍ଲୋଗାନ ଦେଇଥିଲେ। ଏହି ପ୍ରତିବାଦ ମୁଖ୍ୟତଃ ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର ବାହାରେ ହେଉଛି। ପ୍ରତିବାଦକାରୀଙ୍କ ମଧ୍ୟରେ ସ୍ଥାନୀୟ ନାଗରିକ, ପ୍ରବାସୀ ଅଧିକାର କର୍ମୀ, ଛାତ୍ର ଏବଂ ସାମାଜିକ କର୍ମୀ ସାମିଲ ହୋଇଛନ୍ତି । ତଥାପି, ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିଲା। କିନ୍ତୁ ପୋଲିସ ଦ୍ୱାରା ଲୁହବୁହା ଗ୍ୟାସ୍ ବ୍ୟବହାର ଯୋଗୁଁ ପରିସ୍ଥିତି ଖରାପ ହେବାକୁ ଲାଗିଲା।  ବିରୋଧ ଯୋଗୁଁ ଅନେକ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ଫେଡେରାଲ ଏଜେଣ୍ଟମାନେ ବଳ ପ୍ରୟୋଗ କରିଥିଲେ। ରିପୋର୍ଟ ଅନୁଯାୟୀ, କିଛି ପ୍ରଦର୍ଶନକାରୀ ମଧ୍ୟ ଆହତ ହୋଇଥିଲେ। ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ନ୍ୟାସନାଲ ଗାର୍ଡ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲସ୍ ଆଞ୍ଜେଲସ୍‌ରେ, କମ୍ପ୍ଲେକ୍ସ ବାହାରେ ଫେଡେରାଲ୍ ଆଇନ ପ୍ରବର୍ତ୍ତନ ଅଧିକାରୀ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଦର୍ଶନକୁ ଦୃଷ୍ଟିରେ ରଖି, ଲସ୍ ଆଞ୍ଜେଲସ୍ ପୋଲିସ ବିଭାଗ (LAPD) କମ୍ପ୍ଲେକ୍ସ ଚାରିପାଖରେ ଭିଡ କରିବା ବେଆଇନ ଘୋଷଣା କରିଛି। ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ଲାଠି ଚାର୍ଜ କରିଥିଲା। ଜବାବରେ, ପ୍ରଦର୍ଶନକାରୀମାନେ ସୀମା ପାଟ୍ରୋଲିଂ ଗାଡ଼ି ଉପରେ ପଥର ମାଡ଼ କରିଥିଲେ ଏବଂ ରାସ୍ତା ଅବରୋଧ କରିଥିଲେ। ଏହାସହିତ ପ୍ରଦର୍ଶନକାରୀ ବୋତଲ, କଂକ୍ରିଟ୍ ଖଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଫିଙ୍ଗିଥିଲେ। ଏହି କାରଣରୁ ସେମାନଙ୍କୁ ଗିରଫ କରାଯାଇଥିଲା । ସହରରେ ପ୍ରତିବାଦ କରୁଥିବା ଅଧିକାଂଶ ଲୋକ ମେକ୍ସିକାନ୍ ବୋଲି କୁହାଯାଉଛି । ବହୁ ସଂଖ୍ୟକ ଲୋକ ମେକ୍ସିକାନ୍ ପତାକା ଉଡ଼ାଉଛନ୍ତି ଏବଂ ଆମେରିକୀୟ ପ୍ରବାସୀ ଅଧିକାରୀଙ୍କ ବିରୋଧରେ ପ୍ରତିବାଦ ଜଣାଇ ପୋଷ୍ଟର ଧରିଛନ୍ତି।

ଲସ୍ ଆଞ୍ଜେଲସ୍‌ରେ କାହିଁକି ବିରୋଧ ପ୍ରଦର୍ଶନ କରାଯାଉଛି ?

ଟ୍ରମ୍ପଙ୍କ ପ୍ରବାସନ ନୀତି ବିଷୟରେ ପ୍ରତିବାଦ କରି ଏପରି ସ୍ଥିତି ଉପୁଜାଇଛନ୍ତି । ପ୍ରତିବାଦକାରୀ ଏବେ ରାସ୍ତାକୁ ଓହ୍ଲାଇଥିବା ବେଳେ ବହୁତ ହଙ୍ଗାମା କରୁଛନ୍ତି। ଲସ୍ ଆଞ୍ଜେଲସ୍ ରେ ଚାଲିଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ‘କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ’ର ୨୦୦୦ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କହିରଖୁଛୁ ଯେ ଏହି ନିଷ୍ପତ୍ତି ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ନିଆଯାଇଛି, ଯେଉଁଥିରେ ଆମେରିକୀୟ ଅଧିକାରୀମାନେ ଶୁକ୍ରବାର ୪୪ ଜଣଙ୍କୁ ଗିରଫ କରିଥିଲେ । ଯାହା ଲୋକଙ୍କ ମଧ୍ୟରେ କ୍ରୋଧକୁ ଆହୁରି ବୃଦ୍ଧି କରିଛି।