ଛୁଆ ବାଛୁରୀକୁ କାଟି ଖାଇବା ପରେ ୫ ଜଣଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପୁଣି ଦେଖିବାକୁ ମିଳିଛି କଂଗାରୁ କୋର୍ଟ । ୫ ଜଣଙ୍କୁ ଆଣ୍ଠେଇ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ପୁରା ଗାଁରେ କାନକୁ ଧରି ବୁଲାଇଛନ୍ତି । ଗ୍ରାମସଭା କରି ଏହି ପାଞ୍ଚ ଜଣଙ୍କୁ କାନ ଧରି ବୁଲିବାକୁ କୁହାଯିବା ସହ ଆଣ୍ଠେଇ ଦେଇଥିବା ଚିତ୍ର ଏବେ ସୋସୋଲିଆଲ ମିଡିଆରେ ଭାଇରଲ ହେଉଛି । ଗତକାଲି ସନ୍ଧ୍ୟାରେ ଘଟିଛି ଏଭଳି ଘଟଣା । ବାଛୁରୀ କାଟି ଖାଇବା ଘଟଣାକୁ ନେଇ ଭୋଗିବାକୁ ପଡ଼ିଛି ଦଣ୍ଡ । ତେବେ ସାଧାରଣ ଲୋକ ଦଣ୍ଡବିଧାନ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ନିୟମକୁ ବେଖାତିର ।

ସୂଚନା ଅନୁସାରେ ବନ୍ତଳା ଥାନା ବଣାମିରା ଗାଁର ୫ ଜଣ ଯୁବକ ପାଳିବା ଉଦ୍ୟେଶରେ ଏକ ବାଛୁରୀ ଛୁଆକୁ କିଣିଥିଲେ । ତେବେ ଗାଁ ମୁଣ୍ଡ ପାହାଡ଼ରେ ଏହି ବାଛୁରୀକୁ କାଟି ସେମାନେ ଭୋଜି କରି ଖାଇଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ଏହା ଜାଣିବା ପରେ ଏମାନଙ୍କୁ ଗ୍ରାମସଭାକୁ ଡାକି ପଚରାଉଚରା କରିଥିଲେ । ସେଠାରେ ସେମାନଙ୍କୁ ଏଭଳି ଦଣ୍ଡ ଦେବା ସହ ଜୋରିମାନା କରିଥିଲେ । ଯାହାର ଭିଡିଓ ଓ ଫଟୋ ଏବେ ଭାଇରଲ ହେଇଛି । ତେବେ ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡ଼ିଛି ।

ରାଜଧାନୀରେ ପିଜୁଳି ଗଛରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ । ପାଟି ହାଥ ଗୋଡ଼ ବନ୍ଧା ଅବସ୍ଥାରେ ଦଶମ ଶ୍ରେଣୀ ଝିଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଖଣ୍ଡଗିରି ଥାନା ପୋଲିସ । ଭୁବନେଶ୍ୱରର ଡୁମଡୁମା ଫେଜ ୨ରୁ ଏହି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘର ବାଡ଼ିରେ ଥିବା ପିଜୁଳି ଗଛରେ ଝୁଲୁଥିଲା ନାବାଳିକାଙ୍କ ମୃତଶରୀର । ଏହା ହତ୍ୟା ନୁହେ ବରଂ ଆତ୍ମହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ନାବାଳିକାର କ୍ଲିପ ଏବଂ ଚପଲ ପଡ଼ିଥିବା ବେଳେ ଗାମୁଛାରେ ନାବାଳିକାର ହାତ, ଗୋଡ ବନ୍ଧାଯାଇଥିଲା ।
ତେବେ ଏନେଇ ନାବାଳିକାର ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ଗୋଟିଏ ରୁମରେ ସାନ ଭାଇ ସହ ଦୁଇ ଭଉଣୀ ରହୁଥିବା ବେଳେ ବାହାର ପଟୁ ତାଲା ପକାଇ ଏପରି ଘଟଣା ଘଟିଛି । ସେପଟେ ନାବାଳିକା ନିକଟସ୍ଥ ଏକ ସ୍ଥାନକୁ ଗୀତ ଶିଖିବାକୁ ଯାଉଥିବାବେଳେ ଏକ ଯୁବକ ସହ ପ୍ରେମ ସମ୍ପର୍କ ଥିବାରୁ ସେ ଦିଗରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି ।
ଅନ୍ୟପଟେ ଅଗଣା ଭିତରେ ଏଭଳି ଘଟଣା ଘଟିବ ବାପା ମା କିପରି ଜାଣିପାରିଲେନି ବୋଲି ପ୍ରଶ୍ନ ଉଠିଛି । ପୋଲିସ ଏହି ଘଟଣାରେ ଜଣେ ଯୁବକକୁ ସନ୍ଦେହଜନକ ଭାବେ ଅଟକ ରଖିବା ସହ ତଦନ୍ତ ପକ୍ରିୟା ଜାରି ରଖିଛି । ଏନେଇ ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)





