spot_img
Home Blog Page 6731

ଚନ୍ଦ୍ର ଗ୍ରହଣ ସମୟରେ କାହିଁକି ଖାଇବା ଉଚିତ ନୁହେଁ ? ଜାଣନ୍ତୁ କ’ଣ ରହିଛି ଗ୍ରହଣ ସହ ଜଡ଼ିତ ମାନ୍ୟତା !

ଆଜି ଅର୍ଥାତ୍ ଜୁଲାଇ ୫ ରେ, ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ଦେଖାଯାଉଛି  । ଭୌଗୋଳିକ ଘଟଣାକୁ ଦେଖିବାକୁ ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଏହା ଏକ ପର୍ବରୁ କମ ନୁହେଁ କାରଣ ସେମାନେ ୩୦ ଦିନ (Lunar Eclipse 2020) ମଧ୍ୟରେ ତୃତୀୟ ଥର ଗ୍ରହଣ ଦେଖିବାକୁ ପାଉଛନ୍ତି । ପ୍ରକୃତରେ, ଏହା ପୂର୍ବରୁ ଜୁନ୍ ୫ରେ ଚନ୍ଦ୍ର ଗ୍ରହଣ ହୋଇଥିଲା ଏବଂ ତାପରେ ଜୁନ୍ ୨୧ରେ ସୂର୍ଯ୍ୟ ଗ୍ରହଣ ହୋଇଥିଲା । ଆଜିର ଚନ୍ଦ୍ର ଗ୍ରହଣ ୟୁରୋପ ଏବଂ ଆଫ୍ରିକା ଅଂଶ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା ଅନ୍ତର୍ଭୁକ୍ତ ଅଞ୍ଚଳରେ ଦେଖିବାକୁ ମିଳିବ ।

କେମିତି ରହିବ ଆଜିର ଗ୍ରହଣ ?

ଆଜିର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ସାଧାରଣତଃ ଏମିତି ସେତେବେଳେ ହୁଏ ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଥାଏ କିନ୍ତୁ ୩ଟି ଗ୍ରହ ଗୋଟିଏ ରେଖାରେ ରୁହନ୍ତି ନାହିଁ । ଏମିତିରେ ଚନ୍ଦ୍ରର ଏକ ଛୋଟ ପୃଷ୍ଠରେ ଅମ୍ବ୍ର ପଡ଼େ ନାହିଁ । ଜଣାଇ ରଖୁଛୁ ଯେ, ପୃଥିବୀର ମଧ୍ୟଭାଗରେ ପଡୁଥିବା ଛାୟାକୁ ଅମ୍ବ୍ର କୁହାଯାଏ | ଅବଶିଷ୍ଟ ଚନ୍ଦ୍ର ଉପରେ ପୃଥିବୀର ବାହ୍ୟ ଅଂଶର ଛାୟା ପଡ଼ିଥାଏ, ଯାହାକୁ ପିନୁମ୍ବ୍ର କିମ୍ବା ଉପଛାୟା କୁହାଯାଏ । ଏହି କାରଣରୁ, ଏହିପରି ଚନ୍ଦ୍ରଗ୍ରହଣକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ ।

ଗ୍ରହଣର ସମୟ

ରିପୋର୍ଟ ମୁତାବକ, ଉପଛାୟା ଚନ୍ଦ୍ର ଗ୍ରହଣ ୨୦୨୦ ମସିହା, ଜୁଲାଇ ୫ ତାରିଖ ସକାଳ ୮ଟା ୩୭ ମିନିଟରେ ଆରମ୍ଭ ହେବ । ଗ୍ରହଣର ଅଧିକ ପ୍ରଭାବ ୯ଟା ୫୯ ମିନିଟରେ ଦେଖିବାକୁ ମିଳିବ ଏବଂ ୧୧ଟା ୨୨ ମିନିଟରେ ଗ୍ରହଣ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୪୩  ମିନିଟ ୨୪ ସେକେଣ୍ଡ ଯାଏଁ ରହିବ ।

ଚନ୍ଦ୍ର ଗ୍ରହଣ ସମ୍ବନ୍ଧୀୟ କିଛି ପୌରାଣିକ କଥା

-ଅନେକ ଦଶନ୍ଧି ଧରି, ଲୋକଙ୍କ ମଧ୍ୟରେ ଚନ୍ଦ୍ରଗ୍ରହଣ ବିଷୟରେ ଅନେକ ପ୍ରକାରର ଭୟ ରହିଆସିଛି । ଏହି କାରଣରୁ, ଲୋକମାନେ ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣକୁ ନେଇ ଅନେକ ବିଶ୍ୱାସ ରହିଛି ।

-ଭାରତରେ, ଚନ୍ଦ୍ର କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ପୂଜା ସହ ଜଡିତ ଶୁଭ କାର୍ଯ୍ୟ କରାଯାଏ ନାହିଁ  । ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ପୂଜାପାଠ କରିବା କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ଅଶୁଭ ଅଟେ । ଅବଶ୍ୟ, ଚନ୍ଦ୍ରଗ୍ରହଣ ସମୟରେ ଜଣେ ଚାହିଁଲେ ମନ୍ତ୍ର ଜପ କରିପାରିବ ।

– ଏହା ସହିତ ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ଖାଇବା ଉପରେ କଟକଣା ରହିଛି। ଆଜି ବି ଲୋକମାନେ ଏହି ଜିନିଷ ଉପରେ ବିଶ୍ୱାସ କରନ୍ତି । ତେବେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା କୌଣସି ଅସୁବିଧା ନୁହେଁ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି । ଏହି ସମୟରେ ଲୋକମାନେ ଉପବାସ ପାଳନ କରିବା ଦରକାର ନାହିଁ ।

-ଏହା ବ୍ୟତାତ, ଗ୍ରହଣ ପରେ ସ୍ନାନ କରିବା ସହିତ ଦାନ ଧର୍ମ କରିବାର ପରମ୍ପରା ରହିଛି ।

ମୃତ୍ୟୁ ପରେ ଶରୀର ଛାଡି ଆତ୍ମା ଯାଏ କୁଆଡେ, ଜାଣନ୍ତୁ…

ସୁନ୍ଦରଗଡ଼ ଓ ଗଜପତିରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦୈନିକ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୯ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ବାଲେଶ୍ୱର ଜିଲ୍ଲାର କୋଭିଡ୍ ସଂକ୍ରମିତ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଫୁସପୁସରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେଣୁ, ତାଙ୍କ ମୃତ୍ୟୁକୁ କରୋନା ମୃତ୍ୟୁରେ ସାମିଲ୍ କରାଯାଇନାହିଁ ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୯ ହଜାର ଟପିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ପଢ଼ିଚାଲିଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହେଲେ ୪୬୯ କରୋନା ସଂକ୍ରମିତ । ୪୬୯ ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୩୧୭ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୫୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧୧୬ ଜଣ କରୋନା ପଡିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, କଟକରୁ ୯୪, ଗଜପତିରୁ ୧୨, ଯାଯପୁରରୁ ୨୫, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ ଏବଂ ସୁନ୍ଦରଗଡ଼ରୁ ୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟପଟେ ୪ ଜଣ NDRF ଯବାନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୨୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସର୍ବମୋଟ ୯୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୦୯୦ଟି ଆକ୍ଟିଭ କେସ ରହିଛି ।

ଏଥି ସହିତ ରାଜ୍ୟ ୨ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହା ସହ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅଣ୍ଡରୱାର୍ଲଡ ଡନ୍ ସହ ହୋଟେଲରେ ଧରା ପଡିଥିଲେ ବଲିଉଡର ଏହି ସୁନ୍ଦରୀ…

ମୁମ୍ବାଇ: ଇଣ୍ଡଷ୍ଟ୍ରିର ଗସିପ୍ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ । ପ୍ରତିଦିନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଏବଂ ଅଭିନେତ୍ରୀ ଏଣ୍ଟ୍ରି କରନ୍ତି । ସେମାନଙ୍କ ମଧ୍ୟରୁ କିଛି ସଫଳ ହୁଅନ୍ତି ତ କିଛି ପ୍ରତିଷ୍ଠା ହାସିଲ କରିପାରନ୍ତି ନାହିଁ । ସାଧାରଣତଃ ଦର୍ଶକମାନେ ମଧ୍ୟ ସେଲିବ୍ରିଟିମାନଙ୍କ ଜୀବନଶୈଳୀ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାଆନ୍ତି ।

ତେବେ ଏମିତି ଜଣେ ବଲିଉଡ ଅଭନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ ଡନ୍ ଙ୍କ ସହିତ ଥିଲା । ଅଣ୍ଡରୱାର୍ଲଡର ବଲିଉଡ ସହ ସମ୍ପର୍କ ବହୁତ ପୁରୁଣା । ରିପୋର୍ଟ ଅନୁସାରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ଅଣ୍ଡରୱାର୍ଲଡ ଡନ୍ ଆବୁ ସାଲେମଙ୍କ ସହ ହୋଟେଲରେ ଧରାପଡିଥିଲେ । ତେବେ ସେହି ସୁନ୍ଦରୀ ଅଭିନେତ୍ରୀ କିଏ, ଜାଣନ୍ତୁ ।

ଅଭିନେତ୍ରୀ ମୋନିକା ବେଦୀ ଅଣ୍ଡରୱାର୍ଲଡ ଡନଙ୍କ ସହ ଏକ ହୋଟେଲରେ ଧରାପଡିଥିଲା । ମୋନିକା ଦେଖିବାକୁ ବହୁତ ସୁନ୍ଦର । ୯୦ ଦଶକରେ ସେ ହଟ୍ ଅଭିନେତ୍ରୀ ଭାବେ ଚର୍ଚ୍ଚିତ ଥିଲେ । ୧୯୯୫ ମସିହାରେ ତେଲୁଗୁ ଫିଲ୍ମ “ତାଜ ମହଲ”ରେ ଅଭିନୟ କରି ସେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ହେଲେ ମୋନିକା ନିଜ ଅଭିନୟ ପାଇଁ ନୁହଁ ବରଂ ହୋଟେଲରେ ଅଣ୍ଡରୱାର୍ଲଡ ଡନ୍ ଙ୍କ ସହ ଧରାପଡିବା ପରେ ଅଧିକ ଚର୍ଚ୍ଚାରେ ଥିଲେ ।

ମୋନିକା ବେଦୀଙ୍କର ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମଙ୍କ ସହ ସମ୍ପର୍କ ଥିଲା। ଏବଂ ସେଥିପାଇଁ ଅଭିନେତ୍ରୀ ବଲିଉଡର ନିର୍ଦ୍ଦେଶକ ନିର୍ମାତାଙ୍କୁ ମଧ୍ୟ ଧମକ ଦେଉଥିଲେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଉଭୟଙ୍କୁ ପର୍ତ୍ତୁଗାଲର ଏକ ହୋଟେଲରେ ପୋଲିସ ଗିରଫ କରିଥିଲା । ଏହା ପରେ ମୋନିକା ବେଦୀଙ୍କୁ ଅନେକ ଦିନ ପାଇଁ ଜେଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ଆବୁ ସାଲେମ ଜେଲରେ ଅଛନ୍ତି ଏବଂ ମୋନିକା ବେଦୀ ସିରିଏଲରେ କାମ କରୁଥିବା ଦେଖିବାକୁ ମିଳୁଛି।

ହେଲେ ଅନେକ ଦିନ ପରେ ମୋନିକା ନିଜ ବୟାନରେ କହିଥିଲେ ଯେ, ସେ ପ୍ରଥମେ ଜାଣି ନଥିଲେ ଯେ, ଅବୁ ଜଣେ ଡନ । ଅବୁ ସଲେମ ଜଣେ ବ୍ୟବସାୟୀ ଭାବରେ ନିଜକୁ ତାଙ୍କୁ ସାମ୍ନାରେ ପରିଚିତ କରିଥିଲେ । ଧିରେ ଧିରେ ମୋନିକା କିଛି ବିଷୟରେ ଜାଣିବାକୁ ପାଇଥିଲେ । ସେତେବେଳେ ସେ ତାଙ୍କ ପ୍ରେମରେ ପାଗଳ ଥିଲେ । ସେଥିପାଇଁ ଡନ୍ ହେବା ସତ୍ତ୍ୱେ ସେ ଅବୁଙ୍କ ହାତ ଛାଡିନଥିଲେ।

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି: କରୋନା କଟକଣା ସହ ସୁରୁଖୁରୁରେ ରଥଯାତ୍ରା ସରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସୁରୁଖୁରୁରେ ସରିଛି ରଥଯାତ୍ରା । କୋର୍ଟଙ୍କ ନିର୍ଦ୍ଦେଶ ଓ କୋଭିଡ ନିୟମକୁ ମାନି ସେବାୟତମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅତି ସୁନ୍ଦର ଭାବେ ଶେଷ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟେକ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏଥିପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।

ସରକାରଙ୍କ ନିର୍ଦ୍ଦେଶମତେ ଶ୍ରୀଜଗନ୍ନାଥପ୍ରେମୀ ମଧ୍ୟ ଘରେ ବସି ରଥଯାତ୍ରାର ସିଧା ପ୍ରସାରଣ ଦେଖିଥିଲେ । କୌଣସି ବ୍ୟକ୍ତି ନିୟମ ନ ଭାଙ୍ଗି ସରକାରଙ୍କ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ସରକାର ଧନ୍ୟବାଦ ଜଣାଇଛନ୍ତି ।

କୋଭିଡ କଟକଣାକୁ ମାନି ସେବାୟତମାନେ ସୁରୁଖୁରୁରେ ଦାୟିତ୍ୱ ସମ୍ପନ୍ନ କରିଥିବାରୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ସରିଲା ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ: ରତ୍ନବେଦୀରେ ବିରାଜିଲେ ମହାପ୍ରଭୁ

ଗତକାଲି ସୁରୁଖୁରୁରେ ସରିଥିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଥିଲେ ନୀଳାଦ୍ରିନାଥ ।  ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୂଦର୍ଶନ, ବଳଭଦ୍ର ଓ ସୁଭଦ୍ରା । ତେବେ ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାରା ବନ୍ଦ ହୋଇଥିଲା ।ତେବେ ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ ।

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ମାଓବାଦୀ ନିହତ

ବାଲିଗୁଡ଼ା: ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି । ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ମାନେ ଆଧିପତ୍ୟ ବିସ୍ତାର କରିବା ସହ ବିଭିନ୍ନ ସମୟରେ ପୋଷ୍ଟର ମଧ୍ୟ ମାରୁଥିଲେ ।

Four Maoists neutralised in an exchange of fire with security forces in Kandhamal
FILE

୩ ଦିନ ତଳେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକରମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

Four Maoists neutralised in an exchange of fire with security forces in Kandhamal
FILE

ପୋଲିସ ସୂତ୍ର ଅନୁଯାୟୀ କେକେବିଏନ୍ ସହ ଜଡ଼ିତ ‘ଦସାରୁ’ ଏରିଆ କମିଟିର ୧୫ରୁ ୨୦ ମାଓବାଦୀ ଏହି ଅଞ୍ଚଳରେ ରହୁଥିଲେ । ଗତ ସାଧାରଣ ନିର୍ବାଚନ ବେଳେ କେକେବିଏନ୍ ମାଓ ସଂଗଠନ ନିର୍ବାଚନରେ ବ୍ୟବହୃତ ୨ଟି ପୋଲିଂ ପାର୍ଟି ଗାଡ଼ି ମଧ୍ୟ ଜାଳି ଦେଇଥିଲେ ।

ଗୌତମ ଗୁଲାଟୀଙ୍କ ସହ ବିବାହ କଲେ ଉର୍ବଶୀ ରାଉତେଲା ! ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ଅଭିନେତା ଗୌତମ ଗୁଲାଟିଙ୍କ ଫଟୋ ଇଣ୍ଟରନେଟରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଉର୍ବଶୀଙ୍କୁ ଦୁଲହନ ବେଶରେ ଦେଖିବାକୁ ମିଳିଥିବାବେଳେ ଗୌତମ ଗୁଲାଟି ଶେରୱାନି ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ଉର୍ବଶୀ ଏବଂ ଗୌତମ ପବିତ୍ର ଅଗ୍ନିରେ ମଝିରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ଫଟୋକୁ ଗୌତମ ଗୁଲାଟି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋକୁ ହଠାତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥି ସହିତ, ଗୌତମ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶାଦି ମୁବାରକ ନେହିଁ ବୋଲୋଗେ ?’

https://www.instagram.com/p/CCIY9K6sN0f/?utm_source=ig_embed

ଗୌତମ ଗୁଲାଟି ଏବଂ ଉର୍ବଶୀ ରାଉତେଲାଙ୍କର ବିବାହ କରୁଥିବା ଏହି ଫଟୋକୁ ପ୍ରଶଂସକମାନେ ଦେଖିବା ପରେ ବହୁତ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ଜଣାଇ ରଖୁଛୁ ଯେ, ଗୌତମ ଏବଂ ଉର୍ବଶୀଙ୍କର ଏହି ଫଟୋ ସେମାନଙ୍କର ଆଗାମୀ ୱେବ୍ ଚଳଚ୍ଚିତ୍ର ‘ଭର୍ଜିନ ଭାନୁପ୍ରିୟା’ର ଅଟେ । ଉର୍ବଶୀ ଏବଂ ଗୌତମ ଙ୍କ ଏହି ଚଳଚ୍ଚିତ୍ର Zee 5 ରେ ମୁକ୍ତିଲାଭ କରିବାକୁ ଯାଉଛି ।

https://www.instagram.com/tv/CCI6GIghspI/?utm_source=ig_embed

ଜଣାଇ ରଖୁଛୁ ଯେ, ଗୌତମ ଗୁଲାଟୀ ଏବଂ ଉର୍ବଶୀ ରାଉତେଲାଙ୍କ ଫିଲ୍ମ ଭର୍ଜିନ ଭାନୁପ୍ରିୟା ଜୁଲାଇ ୧୬ ରିଲିଜ ହେବାକୁ ଯାଉଛି । ‘ଭର୍ଜିନ ଭାନୁପ୍ରିୟା’ ର ଟ୍ରେଲରକୁ ଅଭିନେତ୍ରୀ ଜଣଙ୍କ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । ଏହି ଭିଡିଓଟିକୁ ୧୬ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି ।

ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ, ଆଇଡି ବିସ୍ଫୋରଣ ପରେ ଗୁଳିମାଡ଼ କଲେ ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଆଇଡି ବିସ୍ଫୋରଣ କରି ସିଆରପିଏଫକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ସିଆରପିଏଫର ପାଟ୍ରୋଲିଂ ଟିମକୁ ଲକ୍ଷ୍ୟ କରି ଆତଙ୍କବାଦୀ ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଫାୟାରିଂ କରିଥିଲେ । ତେବେ, ଏଥିରେ କେହି ମୃତାହତ ହୋଇନାହାଁନ୍ତି । ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି ।ଆତଙ୍କବାଦୀ ପୁଲୱାମା ସର୍କୁଲାର ରୋଡରେ ପାଟ୍ରୋଲିଂ କରୁଥିବା ସୁରକ୍ଷାବଳର ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଗୁଳିଚାଳନା ହୋଇଥିଲା । ଜମ୍ମୁକାଶ୍ମୀରରେ ସୁରକ୍ଷାବଳର ଅଭିଯାନ ପରେ ଆତଙ୍କବାଦୀ ଚିନ୍ତିତ ହୋଇ ପଡ଼ିଛନ୍ତି । ଅନେକ ସମୟରେ ସେମାନେ ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ଜମ୍ମୁ କଶ୍ମୀରରେ ସ୍ଥାନୀୟ ପୋଲିସ ସହିତ ସୁରକ୍ଷାବଳ ଆତଙ୍କବାଦୀ ବିରୋଧୀ ଅପରେସନରେ ସାମିଲ ହୋଇଛନ୍ତି ।

ଶନିବାର କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ବିଭିନ୍ନ ସମୟରେ ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

ସୀମାରୁ ବଢ଼ୁଛି କି ଭାରତ ପାଇଁ ବିପଦ ? ବର୍ଡରରେ ବାଂଲାଦେଶ ପଟୁ ଆକ୍ରମଣ

ନୂଆଦିଲ୍ଲୀ: ଅଶାନ୍ତ ହେବାରେ ଲାଗିଛି ଭାରତ ବର୍ଡର । ଜମ୍ମୁ କାଶ୍ମୀରରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଲଦାଖରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରୁଛି ଚୀନ । ଉତ୍ତରାଖଣ୍ଡର କିଛି ଅଞ୍ଚଳକୁ ନେପାଳ ନିଜର କହି ନକ୍ସାରେ ସ୍ଥାନ ଦେଲାଣି । ଏପରି ଭାବେ ସୀମାରେ ଥିବା ପଡ଼ୋଶୀ ରାଷ୍ଟ୍ର ଭାରତର ଅଞ୍ଚଳକୁ ଅକ୍ତିଆର୍ ପାଇଁ ଉଦ୍ୟମ କରୁଛନ୍ତି । ଜମ୍ମୁ କଶ୍ମୀରରେ ଏଲଓସି, ଲଦାଖରେ ଏଲଏସିକୁ ନେଇ ଉତ୍ତେଜନା ଲାଗି ରହିଛି । ଲଦାଖର ଗଲବାନ ଘାଟିରେ ଚୀନ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏତିକି ବେଳେ ଭାରତ-ବାଂଲାଦେଶ ବର୍ଡରରେ ନିୟୋଜିତ ବିଏସଏଫ୍ ଯବାନଙ୍କ ଉପରେ ହୋଇଛି ଆକ୍ରମଣ ।

ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ବର୍ଡରରେ ଶନିବାର ବାଂଲାଦେଶୀ ତସ୍କର (ଚୋରା ଚାଲାଣକାରୀ) ବିଏସଏଫ ଉପରେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ବିଏସଏଫ ପୋଷ୍ଟରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ର ୩ ଜଣ ଯବାନ ଆହତ ହୋଇଛନ୍ତି । ୪ ତାରିକ ସକାଳ ପ୍ରାୟ ୩ଟା ୩୦ ବେଳେ ୧୦ରୁ ୧୨ ବାଂଲାଦେଶୀ ଚୋରା ଚାଲାଣକାରୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ୧୦୭ ବାଟାଲିଅନର ଯବାନ ମାନେ ତାଙ୍କୁ ପ୍ରତିହତ କଲାବେଳେ ସେମାନେ ଆକ୍ରମଣ କରିଛନ୍ତି ।

ଯବାନଙ୍କୁ ଧାରୁଆ ଅସ୍ତ୍ର ଓ ବାଉଁଶରେ ମାଡ଼ ଆକ୍ରମଣ କରାଯାଇଥିବା ବିଏସଏଫ୍ ଅଧିକାରୀ ସୂଚନା ଦେଇଛନ୍ତି । ବିଏସ୍ଏଫ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିବା ବେଳେ ତସ୍କରମାନେ ବାଂଲାଦେଶ ସୀମାକୁ ଖସି ପଳାଇଥିଲେ । ଘଟଣାସ୍ଥଳରୁ ବିଏସଏଫ ବିପୁଳ ନିଶାଦ୍ରବ୍ୟ ଜବତ କରିଛି । ଏହିପରି ଭାବେ ସୀମାରେ ପଡ଼ୋଶୀ ଦେଶ ଭାରତକୁ ହଇରାଣ ହରକତ କରିବାରେ ଲାଗିଛନ୍ତି ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

ସାବଧାନ! ଆଜି ଲାଗିବ ଗ୍ରହଣ, ଏହି ୬ଟି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ… ଜାଣନ୍ତୁ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହ ଗଣନା ଉପରେ ଆଧାରିତ । ତେବେ ଆଜି ୧୨ଟି ରାଶି ମଧ୍ୟରୁ କାହା ପାଇଁ ଦିନଟି ଶୁଭ ଓ କାହା ପାଇଁ ଅଶୁଭ ତାହା ଜଣାପଡିଛି । ଏହି ରାଶିଫଳ ମାଧ୍ୟମରେ ସମସ୍ତେ ନିଜର ଦୈନଦିନ ଯୋଜନାଗୁଡ଼ିକୁ ସଫଳ କରିବାରେ ସକ୍ଷମ ହେବେ । ଆଜିର ରାଶିଫଳରେ ଚାକିରି, ବ୍ୟବସାୟ, କାରବାର, ପରିବାର ଓ ସାଙ୍ଗମାନଙ୍କ ସହିତ ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ ଦିନସାରା ଘଟୁଥିବା ଶୁଭ ଏବଂ ଶୁଭ ଘଟଣା ବିଷୟରେ କୁହାଯାଇଛି ।

ମେଷ ରାଶି

ଆଜି ମେଷ ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କାର୍ଯ୍ୟରେ ସଫଳତା ମିଳିବା ସହ ଚାକିରିରେ କରାଯାଇଥିବା ପ୍ରୟାସଗୁଡ଼ିକ ସାର୍ଥକ ହେବ । ଆଜି ଘର ଲୋକଙ୍କଠାରୁ ଅଲଗା ରହିବେ କିନ୍ତୁ ଭଲ ଅନୁଭବ ହେବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ ଏବଂ ପ୍ରେମୀ ଯୁଗଳ ପାଇଁ ମଧ୍ୟ ଆଜିର ଦିନ ଶୁଭ । ଏହି କାରଣରୁ ସବୁ ସମ୍ପର୍କ ଭଲ ରହିବ । ବ୍ୟବସାୟ କ୍ଷେତ୍ରରେ, ଦିନଟି ଭଲ ରହିବ ।

ବୃଷ ରାଶି 

ଆଜି ବୃଷ ରାଶିର ଲୋକଙ୍କ ପାଇଁ ମଧ୍ୟମ ଫଳପ୍ରଦ ଦିନ ହେବ । ହଠାତ୍ ଖର୍ଚ୍ଚ ବଢିବା ଯୋଗୁଁ ଚିନ୍ତିତ ରହିବେ । ଅନାବଶ୍ୟକ ଯାତ୍ରା ଦ୍ୱାରା ଟଙ୍କା ନଷ୍ଟ ହେବ ।  ମାନସିକ ଚାପ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ମଧ୍ୟ ଟିକିଏ ଦୁର୍ବଳ ହେବ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ପରିସ୍ଥିତି ଆସିବ  । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ। ପରସ୍ପରଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । ଚାକିରିରେ ଭଲ ଫଳାଫଳ ମିଳିବ ।

ମିଥୁନ ରାଶି

ଆଜି ମିଥୁନ ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କାର୍ଯ୍ୟ ସଂପର୍କରେ କରାଯାଇଥିବା ପ୍ରୟାସ ସଫଳ ହେବ । ଆଶା କରିଥିବା ଯେତ୍ରରେ ଲାଭ ପାଇବେ  । ଦାମ୍ପତ୍ୟ ଜୀବନରେ ଜୀବନ ସାଥୀର ସହଯୋଗ ମିଳିବା ସହ ଖୁସି ମିଳିବ । ପାରିବାରିକ ପରିବେଶ ଦୁର୍ବଳ ହେବ । କାର୍ଯ୍ୟ ଯେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ଏବଂ ପ୍ରଶଂସା ମିଳିବ ।  ପ୍ରେମ ଜୀବନ ପାଇଁ ଦିନଟି ବହୁତ ଭଲ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ ।

କର୍କଟ ରାଶି

ଆଜି କର୍କଟ ରାଶିର ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଖର୍ଚ୍ଚର ହଠାତ୍ ବୃଦ୍ଧିହେବ । ମାନସିକ ଚାପ ମଧ୍ୟ ବୃଦ୍ଧି ପାଇବ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଅନ୍ୟ ଲୋକଙ୍କଠାରୁ ଧାର ଗ୍ରହଣ କରିବାର ସମ୍ଭାବନା ରହିଛି, ସେଥିପାଇଁ ସାବଧାନ ରହିବା ଜରୁରୀ । ଦିନଟି ପିଲାମାନଙ୍କ ପାଇଁ ଭଲ ହେବ । ନବ ବିବାହିତ ଦମ୍ପତି ପାଇଁ ମଧ୍ୟ ଦିନଟି ଶୁଭ ରହିବ । ପ୍ରେମ ସଂପର୍କରେ ଥିବା ଲୋକମାନେ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି  । ଚାକିରି କ୍ଷେତ୍ରରେ ପରିଶ୍ରମ କଲେ ସଫଳାତା ମିଳିବ ।

ସିଂହ ରାଶି

ଆଜି ସିଂହ ରାଶିର ଲୋକଙ୍କ ପାଇଁ ଏକ ସାଧାରଣ ଦିନ ହେବ । କାର୍ଯ୍ୟରେ ସଫଳତା ପାଇବା ସହ ଆୟ ବୃଦ୍ଧି ପାଇବ । ଏହା ମନକୁ ଖୁସି ଓ ସନ୍ତୁଷ୍ଟ ଦେବ । ପ୍ରେମ ଜୀବନରେ ମଧ୍ୟ ସଫଳତା ମିଳିବ, କିନ୍ତୁ ସମ୍ପର୍କର ଅନ୍ୟ କୌଣସି ଅସୁବିଧା ବଢିପାରେ | କୋର୍ଟ କାର୍ଯ୍ୟାଳୟରେ ସଫଳତା ପାଇବେ  । ଆଜି ଯେଉଁମାନେ ଜୀବନକୁ ବିବାହ କରିଛନ୍ତି ସେମାନେ ଭଲ ଫଳାଫଳ ପାଇବେ । ବ୍ୟବସାୟରେ ଲାଭ ହେବ  । ସ୍ୱାସ୍ଥ୍ୟ ସାମାନ୍ୟ ଦୁର୍ବଳ ରହିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ଆଜି ଏକ ଫଳପ୍ରଦ ଦିନ ହେବ । ପରିବାର ସଦସ୍ୟଙ୍କ ପ୍ରତି ଧ୍ୟାନ ଦେବା ଜରୁରୀ | ପରିବାରର ଆବଶ୍ୟକତା ବୁଝିବା ଉଚିତ୍ । ଖର୍ଚ୍ଚ ବୃଦ୍ଧି ପାଇପାରେ । ସମ୍ପତ୍ତି ପାଇବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଦୁର୍ବଳ । ପରସ୍ପରଙ୍କ ସହ ଝଗଡା ହେବାର ସମ୍ଭାବନା ରହିବ  । ପ୍ରେମୀ ଯୁଗଳଙ୍କ ପାଇଁ ମଧ୍ୟ ଆଜି ଏକ ଦୁର୍ବଳ ଦିନ ହେବ । ଚାକିରିରେ ଭଲ ଫଳାଫଳ ମିଳିବ ।  ଆଜି ବ୍ୟବସାୟରେ ଅଧିକ ଲାଭ ମିଳିବ ନାହିଁ ଏବଂ ଆଜି ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ ।

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବ । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଜୀବନ ସାଥୀଙ୍କ ମଧ୍ୟରେ ବୁଝାମଣା ବୃଦ୍ଧି ହେବ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନେ ମଧ୍ୟ ଆଜି ବହୁତ ଖୁସି ରହିବେ । ପରିବାରରେ ଉତ୍ତେଜନା ବୃଦ୍ଧି ପାଇବ । ଆୟ ହ୍ରାସ ପାଇପାରେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯାତ୍ରା ପାଇଁ ଦିନଟି ଭଲ ନୁହେଁ ।

ବିଛା ରାଶି

ଆଜି ବିଛା ରାଶିର ପାଇଁ ମଧ୍ୟମ ଫଳପ୍ରଦ ହେବ । ଆୟରେ ସାମାନ୍ୟ ବୃଦ୍ଧି ହେତୁ ମନ ହାଲୁକା ରହିବ । ପରିବାରରେ ଅଶାନ୍ତି ବୃଦ୍ଧି ପାଇବ । କିଛି ବିଷୟରେ ତୀବ୍ର ଆଲୋଚନା ହେବ । ବିବାହିତ ଜୀବନରେ ଅସୁବିଧା ଦେଖାଯିବ । ଜୀବନସାଥୀଙ୍କ ପାଇଁ ଖର୍ଚ୍ଚ ବଢିବ । ପ୍ରେମ ଜୀବନରେ ଦିନଟି ଦୁର୍ବଳ ହେବ । ଚାକିରି ଅବସ୍ଥା ଦୁର୍ବଳ ହୋଇପାରେ ଏବଂ ଚାକିରି ବଦଳାଇବାକୁ ଚିନ୍ତା କରିବେ । ବ୍ୟବସାୟ ମଧ୍ୟ ଆଜି ଅଧିକ ଲାଭ ହେବ ନାହିଁ ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଆପଣ ଅସୁସ୍ଥ ହୋଇପାରନ୍ତି । ମନରେ ଅନେକ କଥା ଆସିବ, ଯେଉଁଥିରେ ବିଳମ୍ବରେ ସଫଳତା ମିଳିବ । ପରିବାରରେ କିଛି ଅସୁବିଧା ହେବ, ଯାହାକୁ ଧ୍ୟାନ ଦେବା ଆବଶ୍ୟକ । ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଏକ ଭଲ ଦିନହେବ ।  କିନ୍ତୁ ଦାମ୍ପତ୍ୟ ଜୀବନରେ ଅଶାନ୍ତି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ସହିତ ଆଗକୁ ବଢିବାକୁ ପଡିବ, ନହେଲେ ସଫଳ ଫଳାଫଳ ମିଳିବ ନାହିଁ । ପରିବାରରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମକର ରାଶି

ଆଜ୍ ମକର ରାଶିର ଲୋକଙ୍କର ଖର୍ଚ୍ଚରେ ବହୁତ ବୃଦ୍ଧିହେବ । ଯାହା ନିୟନ୍ତ୍ରଣ ବାହାରେ ରହିବ, ତେଣୁ ଚିନ୍ତିତ ରହିପାରନ୍ତି ।  ଆୟ ହ୍ରାସ ପାଇବ  । ପରିବାର ସଦସ୍ୟମାନେ ଆପଣଙ୍କୁ ସମର୍ଥନ କରିବେ, ପରିବାରରେ ପ୍ରେମ ବୃଦ୍ଧି ପାଇବ, ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ । ଚାକିରି ସମ୍ବନ୍ଧୀୟ ଭଲ ଫଳାଫଳ ମିଳିବ । ସବୁ କାମକୁ ଭଲ କରିବାରେ ସକ୍ଷମ ହେବେ । ପ୍ରେମ ଜୀବନ ପାଇଁ ଦିନଟି ଭଲ ରହିବ । ବୈବାହିକ ଜୀବନ ଚାପଗ୍ରସ୍ତ ହୋଇପାରେ । ବିରୋଧିଙ୍କ ପ୍ରତି ସାବଧାନ ରହିବା ଜରୁରୀ ।

କୁମ୍ଭ ରାଶି

ଆଜି କୁମ୍ଭ ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପ୍ରେମ ଜୀବନରେ ଉତ୍ଥାନ-ପତନ ଘଟିବ । ଆଜି ବିବାହିତ ଲୋକଙ୍କ ପାଇଁ ଏକ ଭଲ । ସ୍ୱାସ୍ଥ୍ୟ ଅବସ୍ଥା ଦୁର୍ବଳ ହେତୁ ଅସୁସ୍ଥ ହେବାର ସମ୍ଭାବନା ରହିଛି । ଯାତ୍ରା ଆରାମଦାୟକ ହେବ । କାର୍ଯ୍ୟରେ ଭଲ ଫଳାଫଳ ପାଇବେ । ବାଣିଜ୍ୟରେ ଧନ ଲାଭ ହେବ ।

ମୀନ ରାଶି

ଆଜି ମୀନ ରାଶିର ଲୋକଙ୍କ ପାଇଁ ଦିନଟି ଫଳପ୍ରଦ ହେବ । କିନ୍ତୁ ପରିବାର ଯୋଗୁଁ ଚିନ୍ତିତ ରହିପାରନ୍ତି  । ପରିବାରର କାହାର ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇପାରେ । ଆୟ ଧୀରେ ଧୀରେ ବୃଦ୍ଧି ପାଇବ । କିଛି ଲୋକଙ୍କ ସହିତ, ସମ୍ପର୍କ ଭଲ ହେବ । ପୁରୁଣା ସାଙ୍ଗ ସାଥୀଙ୍କ ସହ ଭେଟ ହେବେ । ବ୍ୟବସାୟ ପାଇଁ ଦିନାମାନ ଟିକେ ଦୁର୍ବଳ । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଦୁର୍ବଳ, କିନ୍ତୁ ଦାମ୍ପତ୍ୟ ଜୀବନରେ କିଛି ଭଲ ଫଳାଫଳ ଆଶା କରିପାରନ୍ତି ।