ନନ୍ଦିଘୋଷ ବ୍ୟୁରୋ : ରଥଯାତ୍ରା ଦଳାଚକଟା ନେଇ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିକ୍ରିୟା। ଜନସାଧାରଣଙ୍କ ପାଖରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ପ୍ରଦାନ କରିବାକୁ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯେଉଁ ଭିଡିଓ ଗୁଡିକ ତଦନ୍ତରେ ସହଯୋଗ କରିବ। ଏ ନେଇ ଏକ ଇମେଲ ଜାରି କରିଛନ୍ତି। [email protected] ମେଲ ଆଇଡିରେ ଭକ୍ତମାନେ ତଥ୍ୟ ପଠାଇ ପାରିବେ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଅନୁୁ ଗର୍ଗ। କିଛି ଲୋକଙ୍କୁ ପଚରା ଉଚରା ମଧ୍ୟ କରିଛନ୍ତି। ଆଗକୁ ଆହୁରି ମଧ୍ୟ ପୁରୀ ଯିବେ ବୋଲି ସେ କହିଛନ୍ତି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ଭୁବନେଶ୍ଵର ସ୍ଥିତ ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ।
ବାକି ଟଙ୍କା ମାଗିବାରୁ ହତ୍ୟା ଘଟଣା : ୩ ଅଭିଯୁକ୍ତ ଗିରଫ
ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ପାଇଁ ପିଟିପିଟି ମାରିଦେଲେ ଦୁଇ ଭାଇ। ବାକି ଥିବା ୪ ହଜାର ଟଙ୍କା ନଦେବାରୁ ଆରମ୍ଭ ହୋଇଥିଲା ବଚସା। ଏତେ ତୀବ୍ର ହୋଇଥିଲା ଯେ ଦୁଇଭାଇ କାଠ ଫାଳିଆ ଅନ୍ୟ ଜଣେ ଭକ୍ତଙ୍କୁ ପିଟିପିଟି ମାରିଦେଲେ। ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ପଦମପୁର ଅଂଚଳର ଏ ଘଟଣା। ପୋଲିସ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଭୀମରାଜ ମହାନ୍ତି ଏବଂ ସୁରେଶ ମହାନ୍ତି ଦୁଇଭାଇଙ୍କ ସହ ଗତ ୨୮ତାରିଖ ସନ୍ଧ୍ୟାରେ ହିରଣ୍ୟ ବେହେରା ନାମକ ଯୁବକଙ୍କ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା। ଏହାକୁ ନେଇ ବଚସାକୁ ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ହିରଣ୍ୟର ମୃତ୍ୟୁ ଘଟିଥିଲା। ମୃତଦେହକୁ ଦୁଇ ଭାଇ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ବରୁଣେଇ ରାସ୍ତାରେ ଫୋପାଡି ଦେଇଥିଲେ। ଗତ ୨୯ ତାରିଖ ଦିନ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ୩ଟି ଟିମ୍ ଅନୁସନ୍ଧାନ କରି ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋ, ଟାଟା ମ୍ୟାଜିକ, ବାଇକ୍, କାଠ ଫାଳିଆ, ମୋବାଇଲ ଜବତ କରିଛି ପୋଲିସ ।
ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର : ଭକ୍ତଚରଣ ଦାସ
ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର । ଠାକୁରଙ୍କ ପାଖକୁ ନମ୍ରତାର ସହ ଯିବା ଦରକାର । କର୍ଡନ ପାସ ଯାହାର ଅଛି ସେମାନେ ୩୦ ମିନିଟରୁ ଅଧିକ ସମୟ କର୍ଡନ ଭିତରେ ରହିବା ଉଚିତ ନୁହେଁ । କିନ୍ତୁ ପ୍ରଶ୍ନ ଉଠୁଛି ଯାତ୍ରା ଦେଖିଲା ପରି ବହୁତ ଲୋକଙ୍କୁ କର୍ଡନ ପାସ ଦେବା କଣ ଦରକାର ?
ବଡଦାଣ୍ଡ ହେଉଛି ମହାପ୍ରଭୁଙ୍କର । ଏହି ଦାଣ୍ଡରେ ବିଜେପି ରାଜନୈତିକ କାର୍ଯ୍ୟକ୍ରମ କରିବା ଠିକ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରଥଯାତ୍ରାରେ ସରକାର ଭିଆଇପି ଶ୍ରଦ୍ଧା ଛାଡି ଭିଡକୁ ନିୟନ୍ତ୍ରଣ କରନ୍ତୁ । ସାଧାରଣ ଲୋକଙ୍କ ପ୍ରତି ପୋଲିସ ପ୍ରଶାସନର ଅଧିକ ଧ୍ୟାନ ରହୁ ବୋଲି ଦାବି କରିଛନ୍ତି ଭକ୍ତ ଦାସ । ଯେତେ ପାସ ବିଜେପି ଦେଇଥିଲା ତାହା କେବେ ବି ହୋଇନଥିଲା । ରଥଯାତ୍ରା ଦିନ ଛତିଶଗଡ଼ର ଗୋଟେ କାର ବଡଦାଣ୍ଡରେ କେମିତି ପଶିଲା ? କେଉଁ ଉପମୁଖ୍ୟମନ୍ତ୍ରୀଙ୍କ ସେ ଅତିଥି ତାହା ସମସ୍ତେ ଜାଣିବା ଦରକାର । ରଥଯାତ୍ରା ଅନ୍ଯ ସରକାର ସମୟରେ ବି ଆୟୋଜନ କରାଯାଇଛି । ହେଲେ କେବେ ତ କାହିଁ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

