ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଚାଇନିଜ ଆପ୍ ଉପରେ ବ୍ୟାନ ଲଗାଇବା ପୂର୍ବରୁ ବିଭିନ୍ନ ଦେଶରେ ଟିକଟକ୍ ସବୁଠୁ ଅଧିକ ଲୋକପ୍ରିୟ ଥିଲା । ଆକ୍ଟିଭ ୟୁଜର୍ସ ଠାରୁ ଆରମ୍ଭ କରି ଡାଉନଲୋଡ ଏବଂ ରିଭ୍ୟୁ ମାମଲାରେ ମଧ୍ୟ ଟିକଟକ୍ ଇଣ୍ଡିଆନ ୟୁଜରବେସ ଆପ୍ ର ପ୍ରାୟ ସବୁ କ୍ୟାଟେଗୋରୀରେ ନଂ ୧ରେ ଥିଲା । ଏବେ ସାମ୍ନାକୁ ଆସିଛି ଯେ, ଆଉ ଏକ କ୍ୟାଟେଗୋରୀ ଥିଲା ଯେଉଁଥିରେ ଭାରତୀୟ ୟୁଜର୍ସ ଟପ୍ ରେ ଥିଲେ ଏବଂ ତାହା ହେଉଛି ଆପ୍ ରୁ ହଟାଯାଇଥିବା ଭିଡିଓ । ଚାଇନିଜ କମ୍ପାନୀ ତରଫରୁ ୧.୬୫ କୋଟି ଭିଡିଓ ଭାରତରେ ହଟାଯାଇଛି ।

ଅଫିସିଆଲ ଟ୍ରାନ୍ସପେରେସୀ ରିପୋର୍ଟରୁ ଏହି ଡାଟା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଟିକଟକ୍ ତରଫରୁ ଭାରତରେ ୧.୬୮ କୋଟି ଭିଡିଓ ହଟାଯାଇଥିଲା । ଏହି ସଂଖ୍ୟା ଅନ୍ୟ କୌଣସି ଦେଶର ଟିକଟକ୍ ତରଫରୁ ହଟାଯାଇଥିବା ଭିଡିଓ ତୁଳନାରେ ଚାରି ଗୁଣ ଅଧିକ ରହିଛି । ପାକିସ୍ତାନରେ ପ୍ରାୟ ୩୭ ଲକ୍ଷ ଭିଡିଓ ଭିଡିଓ ହଟାଯାଇଥିଲା ଏବଂ ଏହି ଦେଶ ତୃତୀୟ ସ୍ଥାନରେ ରହିଛି । ଭିଡିଓ ହଟାଯିବା ମାମଲାରେ ଦ୍ୱିତୀୟ ସ୍ଥାନରେ ବର୍ତ୍ତମାନ ଆମେରିକାରେ ୪୬ ଲକ୍ଷ ଭିଡିଓ ହଟାଯାଇଥିଲା । ଚତୁର୍ଥ ସ୍ଥାନରେ ୨୦ ଲକ୍ଷ ଭିଡିଓ ସହ ୟୁକେ ଏବଂ ପଞ୍ଚମ ସ୍ଥାନରେ ୧୩ ଲକ୍ଷ ଭିଡିଓ ସହ ଋଷ ରହିଛି ।

ଏଥିପାଇଁ ହଟାଯାଇଥିଲା ଭିଡିଓ-
ଟିକଟକ୍ ଦ୍ୱାରା ହଟାଯାଇଥିବା ଏହି ଭିଡିଓର ସଂଖ୍ୟା ୨୦୧୯ ମସିହାର ଦ୍ୱିତୀୟ ସାଢମାସିକ ଅଟେ । ଗ୍ଲୋବାଲ ଟ୍ରାନ୍ସପେରେନ୍ସି ରିପୋର୍ଟରେ ଟିକଟକ୍ ତରଫରୁ କୁହାଯାଇଥିଲା ଯେ, ଏଭଳି ଭିଡିଓ ଗୁଡ଼ିକୁ ହଟାଇବାର ମୁଖ୍ୟ କାରଣ ହେଉଛି, Adult Nudity ଏବଂ Sexual Activity । ଅବଶ୍ୟ, ଏହା ଏକମାତ୍ର କାରଣ ନୁହେଁ, ମଦ, ଡ୍ରଗ୍ସ , ନିଜକୁ କ୍ଷତି ପହଞ୍ଚାଉଥିବା ହିଂସକ ବା ସୁଇସାଇଡାଲ ଭିଡିଓ ସବୁକୁ ମଧ୍ୟ ପ୍ଲାଟଫର୍ମରୁ ହଟାଯାଇଛି ।

ସରକାରଙ୍କ ସହ ସେୟାର ହେଲା ଡାଟା- ସିଏନବିସି ତରଫରୁ ସେୟାର କରାଯାଇଥିବା ରିପୋର୍ଟ ମୁତାବକ ସରକାର ଏବଂ ବିଭିନ୍ନ ଆଇନ ସଂସ୍ଥା ତରଫରୁ ଟିକଟକ୍ ର ପାରେଣ୍ଟ କମ୍ପାନୀ ବାଇଟଡାନ୍ସକୁ ପ୍ରାୟ ୫୦୦ ରିକ୍ୱେଷ୍ଟ ପଠାଯାଇଥିଲା ଏବଂ ଭିଡିଓ ଭିଡିଓ ହଟାଇବାକୁ ଦାବି କରାଯାଇଥିଲା । ଏଥିରେ ମଧ୍ୟ ଭାରତ ଟପ୍ ରେ ରହିଥିଲା ଏବଂ ଏହା ଠାରୁ ୩୦୨ ରିକ୍ୱେଷ୍ଟ ଟିକଟକ୍ ଭିଡିଓ ହଟାଇବା ପାଇଁ ଦାବି କରାଗଲା । ଟିକଟକ୍ ତରଫରୁ କୁହାଯାଇଛି ଯେ ଜରୁରୀକାଳୀନକୁ ବୁଝି ୯୦ ପ୍ରତିଶତ ମାମଲା ଭାରତ ସହ ଡାଟା ମଧ୍ୟ ସେୟାର କରାଯାଇଥିଲା ।





ଜୁନ୍ ୧୯ ରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୋଲିସ୍ ଦୁଇଟି ଗାଡିରେ ପିଲାମାନଙ୍କୁ ଚୋରା ଚାଲାଣ କରୁଥିବା ବେଳେ ପାଞ୍ଚ ଜଣଙ୍କୁ ଧରିଥିଲା । ସେଥିମଧ୍ୟରୁ ଫରିଦାବାଦର ନୀଲମ ଏବଂ ରୁବିଙ୍କ ସହ ଅନ୍ୟ ତିନିଜଣ ଯୁବକ ମଧ୍ୟ ଥିଲେ, ଯେଉଁମାନେ ପିଲା ଏବଂ ମହିଳାମାନଙ୍କୁ କାରରେ ନେଇ ଯାଉଥିଲେ । ନିକଟରେ ନୀଲମଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। ସେ କହିଥିଲେ ଯେ ସେ ଦିଲ୍ଲୀର ଡକ୍ଟର ନେହା ଏବଂ ଏଜେଣ୍ଟ ମୀନାଙ୍କ ସହ ସରୋଗେସି ବ୍ୟବସାୟ ଆରମ୍ଭ କରିଥିଲେ । ଏନେଇ ଅନେକ ମହିଳା ତାଙ୍କ ସହିତ ଯୋଗାଯୋଗରେ ମଧ୍ୟ ଥିଲେ। ଯେଉଁମାନେ ଏହି ବ୍ୟବସାୟରେ ସାମିଲ ଥିଲେ । ସେ ନେପାଳର ଥିଲା ମାଷ୍ଟର ମାଇଣ୍ଡ୍ ଅସ୍ମିତାଙ୍କ ବିଷୟରେ ମଧ୍ୟ ଅନେକ ସୂଚନା ଦେଇଥିଲେ। ନୀଲମ ତାଙ୍କୁ ଫେସବୁକ ଆଇଡି ବିଷୟରେ ମଧ୍ୟ ପୋଲିସକୁ ସୂଚନା ଦେଇଥିଲେ ।











ଖୋର୍ଦ୍ଧା ଜିଲ୍ଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୪ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରେ ୯ ତାରିଖ ସୁଦ୍ଧା ୫୫୭ ଜଣ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଚେକ୍ ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେଉଛନ୍ତି । ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯିବା ସହ ସାନିଟାଇଜ୍ କରାଯାଉଛି ।
ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସହ ସ୍ଥାନୀୟ ସଂକ୍ରମଣର ରେକର୍ଡ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।

