spot_img
Home Blog Page 6703

କରୋନା କଟକଣା ପାଇଁ ହାଇକୋର୍ଟରେ ଡ୍ରପ୍ ବକ୍ସ । ନୂଆ ମାମଲା, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ବ୍ୟବସ୍ଥା ।

କରୋନା କଟକଣା ପାଇଁ ହାଇକୋର୍ଟରେ ଡ୍ରପ୍‌ ବକ୍ସ । ନୂଆ ମାମଲା, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ବ୍ୟବସ୍ଥା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଢେଙ୍କାନାଳ ପରଜଙ୍ଗ ଥାନା ଘାଗରାମୁଣ୍ଡାରେ ଟ୍ରକକୁ ପିଟିଲା କାର. । କାର ଚାଳକ ସମେତ ୨ ମୃତ, ଜଣେ ଗୁରୁତର ।

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଢେଙ୍କାନାଳ ପରଜଙ୍ଗ ଥାନା ଘାଗରାମୁଣ୍ଡାରେ ଟ୍ରକକୁ ପିଟିଲା କାର. । କାର ଚାଳକ ସମେତ ୨ ମୃତ, ଜଣେ ଗୁରୁତର ।

ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନରୁ ୮୭୩, ଲୋକାଲ କେସ୍ ୫୧୧ ଚିହ୍ନଟ । ୧୦ ଜଣଙ୍କ ଜୀବନ ନେଲା ମହାମାରୀ ।

ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନରୁ ୮୭୩, ଲୋକାଲ କେସ୍ ୫୧୧ ଚିହ୍ନଟ । ୧୦ ଜଣଙ୍କ ଜୀବନ ନେଲା ମହାମାରୀ ।

ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା, ୫୦୦ଉପରେ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: କରୋନା ସଂକ୍ରମଣ ଭୟ ଏବେ ନିଦ ଉଡ଼ାଇଛି । ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାରରେ ୧୩୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮୪ ଜଣ ସଂକ୍ରମିତ । ଏଥିମଧ୍ୟରୁ ୮୭୩ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୧୧ ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ସୋମବାର ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, କଟକରୁ ୮୯, ବାଲେଶ୍ୱରରୁ ୭୯, ଗଜପତିରୁ ୬୧, ବଲାଙ୍ଗିରରୁ ୫୧ ଓ ସୁନ୍ଦରଗଡ଼ରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନଗିରିରୁ ୩୯, ବରଗଡ଼ରୁ ୩୩, ରାୟଗଡ଼ାରୁ ୩୮, ଭଦ୍ରକ ୨୫, ସମ୍ବଲପୁର ୯୩, ଅନୁଗୁଳ ୧୩, ମୟୂରଭଂଜରୁ ୨୯, ନବରଂଗପୁରରୁ ୨୬ ଏବଂ ନୟାଗଡ ଓ ଜଗତସିଂହପୁରରୁ ୨୨ ଜଣ ଲେଖାଏଁ ଚିହ୍ନଟ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଯାଜପୁରରୁ ୧୮, ପୁରୀରୁ ୧୭, କଳାହାଣ୍ଡିରୁ ୪, ନୂଆପଡାରୁ ୫, ସୋନପୁରରୁ ୬,  ଝାରସୁଗୁଡ଼ାରୁ ୭ ଏବଂ ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୧୧ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୬ଟି ଜିଲ୍ଲାରୁ ୧୩୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୭୩ ଓ ଲୋକାଲ କେସ ୫୧୧ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଛି । ସେପଟେ ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ହୋଇଛି ।  ବର୍ତ୍ତମାନ ସୁଦ୍ଧା ୨୧ ହଜାର ୯୫୪ ସୁସ୍ଥ ହୋଇଥିବା ବେଳେ ୧୪ ହଜାର ୦୯୫ଟି ସକ୍ରିୟ ମାମଲା ରହିଛି ।

ବିହାରରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ, ୪ ଲକ୍ଷ ସ୍ଥାନାନ୍ତର

ବିହାର: ବିହାରରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ହୋଇପଡ଼ିଛି । ଗଣ୍ଡକ, ବୃହି ଗଣ୍ଡକ, ବାଗମତୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ନୂଆ ନୂଆ ଇଲାକାରେ ବନ୍ୟାଜଳ ପ୍ରବେଶ କରିଛି । ଏହାକୁ ଦୃଷ୍ଟିରେ ରଖି ଦରଭଙ୍ଗା ଏବଂ ସମସ୍ତିପୁର ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ୧୪ଟି ଜିଲ୍ଲାରେ ଥିବା ୧ ହଜାର ୪୩ଟି ପଞ୍ଚାୟତର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ମଧୁବନୀ, ଗୋପାଳଗଞ୍ଜ,  ସୀତାମାଢ଼ି ଏବଂ ପଶ୍ଚିମ ଚମ୍ପାରନ୍‍ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଉଦ୍‍ବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟାଜନିତ ଘଟଣାରେ ୩୬ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ରେଳ ଧାରଣା ଉପରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ପୂର୍ବକେନ୍ଦ୍ରୀୟ ରେଳବାଇର ଦରଭଙ୍ଗା-ସମସ୍ତିପୁର ସେକ୍ସନ ମଧ୍ୟରେ ରେଳସେବାକୁ ବନ୍ଦ ରଖାଯାଇଛି । ସେହିପରି ବନ୍ୟା ଯୋଗୁଁ ସଡ଼କ ପଥରେ ବ୍ୟାପକ କ୍ଷତି ଘଟିଥିବାରୁ ମୁଜାଫରପୁର ଓ ଛାପ୍ରା ମଧ୍ୟରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‍ଡିଆର୍‍ଏଫ୍‍ ଏବଂ ଏସ୍‍ଡିଆର୍‍ଏଫ୍‍ର ୨୯ଟି ଦଳକୁ ସେବାରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୩୦ ହଜାର ଲୋକ ବିଭିନ୍ନ ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି । ଅନ୍ୟୂନ ୯ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ନିମନ୍ତେ ୧୩୪୨ଟି ଗୋଷ୍ଠୀ ପାକଶାଳାର ବ୍ୟବସ୍ଥା କରାଯାଇଛି ।

ହାଇକୋର୍ଟରେ ଡ୍ରପ ବକ୍ସ ବ୍ୟବସ୍ଥାରେ ଏମିତି ମିଳିବ ସୁବିଧା

କଟକ: କରୋନା କାରଣରୁ ସବୁ ପ୍ରକାର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି । ସବୁ ପ୍ରକାର ସଂସ୍ଥା ସେ ସରକାରୀ ହେଉ ବା ବେସରକାରୀ ସବୁ ପ୍ରକାର ଅଫିସର କର୍ମଚାରୀ ସଂଖ୍ୟା କମେଇ ଦିଆଯାଇଛି । ଭିଡ଼କୁ ନଜର ରଖି ପୂର୍ବରୁ ଇ-ଫାଇଲିଂ ବ୍ୟବସ୍ଥା କରାଯାଇଥିଲା ଏବଂ ମେଲ ମାଧ୍ୟମରେ ମଧ୍ୟ ଆବେଦନ କରାଯାଉଥିଲା । ଏହାପରେ ଏସବୁ ବ୍ୟବସ୍ଥାକୁ ଅଧିକ ସରଳିକରଣ କରି ହାଇକୋର୍ଟ ଯେଉଁ ନିର୍ଦ୍ଦେଶାନାମ ଦେଇଛନ୍ତି ତାହା ହେଉଛି ଡ୍ରପ ବକ୍ସ ବ୍ୟବସ୍ଥା ।

ଆଜିଠୁ ହାଇକୋର୍ଟରେ ଡ୍ରପ ବକ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି ।  କଟକଣା ଭିତରେ କୋର୍ଟ କାର୍ଯ୍ୟ ଚାଲିବା ନେଇ ଏଭଳି ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ହାଇକୋର୍ଟରେ ଆରମ୍ଭ ହୋଇଛି ଏହି ଡ୍ରପ ବକ୍ସ ବ୍ୟବସ୍ଥା । ନୂଆ ମାମଲା ରୁଜୁ, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ଏହି ଡ୍ରପ ବକ୍ସର ବ୍ୟବସ୍ଥା କରାଯାଇଛି । ସେହିପରି ଇ-ଫାଇଲିଙ୍ଗ୍ ଓ ମେଲ ମାଧ୍ୟମରେ ମାମଲା ରୁଜୁ କରାଯିବାର ସୁବିଧା ଉପଲବ୍ଧ । ଦିନ ୧୦ଟାରୁ  ଦିନ ୧ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇ ପାରିବେ । ତେବେ ଆବେଦନରର ଆବଶ୍ୟକତା ନେଇ ଏକ ମେମୋ ଦେବାକୁ ପଡିବ ।

ଡ୍ରପ ବକ୍ସ କ ଣ ? ଏହାର ବ୍ୟବହାର କ ଣ ?

ଗୋଟିଏ ବକ୍ସରେ ଆପଣଙ୍କ ଯାହା ଆବେଦନ ସବୁ ରହିଛି ତାହାକୁ ଏହି ବକ୍ସରେ ପକାଇ ପାରିବେ ।  ଅର୍ଥାତ୍ ହାଇକୋର୍ଟ ପରିସରରେ ଗୋଟିଏ ବକ୍ସ ଲଗାଯାଇଛି । ଯେଉଁଠାରେ ନୂଆ ପ୍ରକାର ମାମଲା ରୁଜୁ କରିବା ପାଇଁ ଏକ ଆବେଦନ ପାତ୍ର ଲେଖି ସେହି ବକ୍ସରେ ପକାଇ ପାରିବ ବା ଡ୍ରପ କରିପାରିବେ  । ଏହାସହ ଯେଉଁ ସବୁ ଅନ୍ତରୀଣ ମାମଲା ସେ ସମ୍ପର୍କରେ ମଧ୍ୟ ଆବେଦନ କରିହେବ । ଯଦି ଆପଣଙ୍କୁ କିଛି କାଗଜ ପତ୍ର ଦେବାର ଅଛି ସେ ସବୁକୁ ମଧ୍ୟ ଆପଣ ସେହି ବକ୍ସରେ ଡ୍ରପ କରିପାରିବେ ।

( କଟକରୁ ଅଜୟ ଦାସ )

ଅତୁଟ ସମ୍ପର୍କର ଅତୁଟ ବନ୍ଧନ ଏ ଭାଇଭଉଣୀଙ୍କ

ଆଜି ଗହ୍ମା ପୂର୍ଣ୍ଣମା ବା ରକ୍ଷା ବନ୍ଧନ । ଆଜି ହେଉଛି ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ଓ ପ୍ରେମର ଦିନଟିଏ । ବର୍ଷକର ଅପେକ୍ଷା ପରେ ଆସି ଥିବା ଏହି ଦିନରେ ଭାଇ ଭଉଣୀ ସେମାନଙ୍କ ସବୁ ରାଗ ରୋଷା ଭୁଲି ପରଷ୍ପର ଭିତରେ ସ୍ନେହ ଭରା ସମ୍ପର୍କକୁ ଆହୁରି ମଜବୁତ କରିବାର ଦିନଟିଏ ।  ଭାଇର ଶୁଭ ମନାଷୀରେ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ ।

ଭାଇ ହାତରେ ସ୍ନେହର ଡୋର ବାନ୍ଧି ଭାଇର ଦିର୍ଘାୟୁ କାମନା କରିବ ଭଉଣୀ  । ଭାଇକୁ ଧୂପ, ଦ୍ୱିପରେ ବନ୍ଦାପନା କରି, ମିଠା ଖୁଆଇ ରାକ୍ଷୀ ବାନ୍ଧିବ ଭଉଣୀ  । ସେପଟେ  ଉଉଣୀକୁ ଆସିର୍ବାଦ ଦେବା ସହ ନାନା ଉପହାର ଦେବ ଭାଇ  । ଏନେଇ ପ୍ରତିଟି ପରିବାରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ହେଲେ ଚଳିତ ବର୍ଷ କରୋନା ପାଇଁ ଟିକିଏ ପର୍ବ ଫିକା ପଡିଛି  । ହେଲେବି ସମସ୍ତେ ସାମଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଉତ୍ସବ ପାଳନ କରୁଛନ୍ତି  ।

ବର୍ଷ ବର୍ଷ ଝଗଡ଼ା କରିବା ପରେ ବି ସବୁ ବେଳେ ସାଙ୍ଗ ହୋଇ ପରସ୍ପର ଦୁଃଖସୁଖରେ ସହାରା ହେଉଥିବା ଏହି ସମ୍ପର୍କ ସତରେ ବହୁ ନିଆଁରା । କେତେବେଳେ ଧୁଳି ଘର ପାଇଁ ଅଳି ତ କେତେବେଳେ ବାପା –ମାଆଙ୍କ ସ୍ନେହର କମ୍-ବେଶୀର ଅଳି ଏସବୁ ଭିତରେ ହିଁ ଏହି ସମ୍ପର୍କ ଆହୁରି ମାର୍ଜିତ ହୋଇଥାଏ । ଜଣେ ଦୁଃଖରେ ଥିଲେ ଅନ୍ୟ ଜଣଙ୍କୁ ନିଦ ହୁଏନି ଏ ହେଉଛି ଏମିତି ସମ୍ପର୍କ । ସାରା ଦୁନିଆ ଆଖ୍ୟପ କଲେ ବି ସବୁ ଟାହି ଟାପରା ସାମ୍ନା କରି ପରସ୍ପରର ସାହାରା ହେଉଥିବା ଏହି ସମ୍ପର୍କ ହେଉଛି ଭାଇ ଭଉଣୀର ।

ଦାନ ବାନ୍ଧୁଛି ଲଘୁଚାପ: ୬ ତାରିଖ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି

ଖରା ଛାଇର ଲୁଚକାଳି ଭିତରେ ପୁଣି ଭିଜିବ ଓଡ଼ିଶା  । ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଲଘୁଚାପ । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ହେବା ନେଇ ଆସଙ୍କା କରିଛି ପାଣିପାଗ ବିଭାଗ   । ୬ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।ସେପଟେ ରାଜ୍ୟରେ ରାଜ୍ୟରେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୪୮୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୭ ପ୍ରତିଶତ କମ୍ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ଯାଏଁ ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡାରେ ୪୦ ପ୍ରତିଶତରୁ କମ୍ ବର୍ଷା ଆକଳନ କରାଯାଇଛି ।

ରାଜ୍ୟରେ ଠିକ୍ ସମୟରେ ମୌସୁମି ଆସି ପହଞ୍ଚିବା ପରେ ବି ବର୍ଷାର ପରିମାଣ କମିଛି । ସୂଚନା ଅନୁସରେ ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ୧୨ପ୍ରତିଶତ କମିଛି ବର୍ଷାର ପରିମାଣ । ଏଭଳି ପରିସ୍ଥିତିରେ ଲଘୁଚାପ ସାମାନ୍ୟ ଆଶ୍ୱସ୍ଥି ପ୍ରଦାନ କରିଛି । ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ବର୍ଷାର ପରିମାଣ ବଢିବା ନେଇ ଆଶଙ୍କା ରହିଛି ।

ଆସନ୍ତାକାଲି ଠାରୁ ଲଘୁଚାପର ପ୍ରଭାବ ପଡ଼ିବ । ତେବେ ଏନେଇ ୬ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର, ସୋନପୁର , ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ସୁନ୍ଦରଗଡ଼, ମାଲକାନଗିରି ଓ କଳାହାଣ୍ଡିକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଏହାସହ ଅଗଷ୍ଟ ୪ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପର୍ବଳ ବର୍ଷା ହେବା ନେଇ ପୂର୍ବନୁମାନ କରାଯାଉଛି । ବୌଦ୍ଧ, ଅନୁଗୁଳ, ନୂଆପଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାନକାନଗିରି, କୋରାପୁଟ, ଜଗତସିଂହପୁର ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

କରୋନା ଫାଶରେ ଆଉ ଜଣେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ କରୋନା ପଜିଟିଭ୍ ବୋଲି ପ୍ରକାଶ କରିଛନ୍ତି । ତେବେ ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ଡାକ୍ତର କହିଛନ୍ତି । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ସହିତ ସେ ନିଜ ସମ୍ପର୍କରେ ଥିବା ସମସ୍ତ ଲୋକଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିବେଦନ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯଦିଓ ମୁଁ ସୁସ୍ଥ ଅଛି ତଥାପି ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଅନୁରୋଧ କରୁଛି ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ବର୍ତ୍ତମାନଠାରୁ ସଚେତନ ହେବା ସହ ହୋମ ଆସୋଲେସନରେ ରୁହନ୍ତୁ ।’

ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ମଣିପାଳ ହସ୍ପିଟାଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ସେ ୩୧ ଜୁଲାଇରେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କରୋନା ପଜିଟୁଭ୍ ବୋଲି ଜଣାପଡିଛି । ଏନେଇ ସେ ଟ୍ୱିଟରେ କରୋନା ପଜିଟିଭ୍ ହେବା ନେଇ ନିଜେ ସୂଚନା ଦେଇଛନ୍ତି । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

IPL ୨୦୨୦କୁ ଭାରତ ସରକାରଙ୍କ ସବୁଜ ସଙ୍କେତ, ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍‌

ନୂଆଦୀଲ୍ଲି: ଆଇପିଏଲର ପରିଚାଳନା ପରିଷଦର ବୈଠକ ଶେଷ ହୋଇଛି । ବିସିସିଆଇ ଅନୁଯାୟୀ ଭାରତ ସରକାର ଆଇପିଏଲ ପାଇଁ ଅନୁମତି ଦେଇଛନ୍ତି । ଆଇପିଏଲର ଅନ୍ତିମ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏହା ବ୍ୟତୀତ ମହିଳା ଆଇପିଏଲ୍ ମଧ୍ୟ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଆଇପିଏଲର ସମସ୍ତ ପ୍ରଯୋଜକ ଅକ୍ଷୁର୍ଣ୍ଣ ରହିଛନ୍ତି । ଅର୍ଥାତ୍ ଚାଇନାର ପ୍ରାୟୋଜକ ଭିଭୋ ଆଇପିଏଲ୍ ର ମୁଖ୍ୟ ପୃଷ୍ଠପୋଷକ ଭାବରେ ରହିବେ ।

ଏହି ଟୁର୍ନାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୧୦ ରେ ଆଇପିଏଲ୍ ଫାଇନାଲ୍ ଅନୁଷ୍ଠିତ ହେବ । ଯାହାକି ଦୀପାବଳି ସପ୍ତାହର ପ୍ରସାରଣକାରୀଙ୍କୁ ଲାଭ ମିଳିବ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଏଥର ଆଇପିଏଲର ୧୦ ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ଖେଳାଯିବ।

ବିସିସିଆଇ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏଥର ସନ୍ଧ୍ୟା ୭:୩୦ ରୁ ଖେଳାଯିବ । ଅଧିକାରୀ କହିଛନ୍ତି, ‘ଆମେ ଆଇପିଏଲର ନିୟମିତ ସମୟ ଠାରୁ ୩୦ ମିନିଟ୍ ଆଗରେ ଆସିବାକୁ ନିଷ୍ପତ୍ତି ନେଇଛୁ ଯାହା ପୂର୍ବରୁ ରାତି ୮ ଟାରେ ଥିଲା । ଆମେ ଏଥର ସନ୍ଧ୍ୟା ୭:୩୦ ରେ ଆରମ୍ଭ କରିବୁ । ଅଧିକାରୀ କହିଛନ୍ତି ଯେ କଡ଼ା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ମ୍ୟାଚ୍ ମଧ୍ୟରେ ଭଲ ପାର୍ଥକ୍ୟ ଅଛି କି ନାହିଁ ନିଶ୍ଚିତ କରିବାକୁ ୧୦ ଟି ଡବଲ୍ ହେଡର୍ ଯୋଜନା କରାଯାଇଛି ।