RBI ମୁଦ୍ରାନୀତି ସମୀକ୍ଷ ବୈଠକ : ରେପୋ ରେଟ୍ ସ୍ଥିର, EMI ଉପରେ ରିହାତି ନାହିଁ
ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ଆସିଥି । ତିନି ଦିନ ଧରି ଚାଲିଥିବା ଏହି ବୈଠକରେ ରେପୋ ରେଟ୍ ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ । ରେପୋ ରେଟ୍ ଅପରିବର୍ତ୍ତନୀୟ ରହିବା ଅର୍ଥ ହେଉଛି ଆପଣଙ୍କୁ ଇଏମଆଇ କିମ୍ବା ସୁଧ ଉପରେ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ରେପୋ ରେଟ୍ ପୂର୍ବଭଳି ୪ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ସ୍ଥିର ରହିବ । ସେ କହିଛନ୍ତି ଯେ,ବିଶ୍ୱ ଅର୍ଥନୀତି ଏବେ ମଧ୍ୟ ଦୁର୍ବଳ ରହିଛି ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରେ ବୃଦ୍ଧି ଜାରିଥିବା ସେ ସୂଚନା ଦେଇଛନ୍ତି । ଏହାସହ ଖୁଚୁରା ମହଙ୍ଗା ଦର ମଧ୍ୟ ନିୟନ୍ତ୍ରଣରେ ରହିଛି ।
କରୋନା ମାଡରୁ ସୁଧୁରୁଛି ଅର୍ଥନୀତି
ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ ଅନୁସାରେ କରୋନା ମାଡରେ ବେହାଲ ହୋଇ ପଡିଥିବା ଦେଶର ଅର୍ଥନୀତି ଏବେ ଟ୍ରାକକୁ ଫେରୁଛି । କରୋନା ଲକଡାଉନ୍ କାରଣରୁ ଦେଶରେ ଉତ୍ପାଦନ ଓ ଅନ୍ୟାନ୍ୟ ସେକ୍ଟର ପ୍ରଭାବିତ ହୋଇଥିଲା । ତେବେ ଅନଲକ୍ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରୁଥିବା ସେ କହିଛନ୍ତି ।
କରୋନା କାଳରେ ଏହା ତୃତୀୟ ବୈଠକ
କରୋନା କାଳରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରା ନୀତି ସମୀକ୍ଷାର ଏହା ତୃତୀୟ ବୈଠକ ଥିଲା । ସୂଚନାଯୋଗ୍ୟ ଯେ, କରୋନା କାରଣରୁ ଆଗରୁ ଦୁଇଥର ସମୟ ପୂର୍ବରୁ ଏହି ବୈଠକ ହୋଇଥିଲା । ପ୍ରଥମ ବୈଠକ ମାର୍ଚ୍ଚ ମାସରେ ହୋଇଥିଲା । ଏହାପରେ ମେ ମାସରେ ଦ୍ୱିତୀୟ ବୈଠକ ହୋଇଥିଲା । ଏହି ଦୁଇ ବୈଠକେର ରିଜର୍ଭ ବ୍ୟାଙ୍କର ରେପୋ ରେଟରେ ମୋଟ ୧.୧୫ ହ୍ରାସ କରାଯାଇଥିଲା । ଗତ ବର୍ଷ ଅର୍ଥାତ ଫେବ୍ରୁଆରି ୨୦୧୯ ପରଠାରୁ ରେପୋ ରେଟରେ ୨.୫୦ ହ୍ରାସ ହୋଇ ସାରିଛି ।
ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ
ଭୁବନେଶ୍ୱର: ଗୁରୁବାର ପୁଣି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଜନିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି ।
ତେବେ ଗୁରୁବାର ୧୦ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୫୨ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି, ଯିଏକି ଡାଇବେଟିସ୍ ଓ ହାଇପର ଟେନ୍ସନ୍ରେ ପୂର୍ବରୁ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ମୃତକ ହେଉଛନ୍ତି ୪୦ ବର୍ଷୀୟ ପୁରୁଷ । ଆଉ ଜଣେ ମୃତକ ହେଉଛନ୍ତି ୫୫ ବର୍ଷୀୟ ପୁରୁଷ । ଯିଏ କି ରେଲାପ୍ସଡ୍ ଓ ଟ୍ୟୁବର କୁଲୋସିସ୍ ରୋଗରେ ପୀଡ଼ିତ ଥିଲେ ।
Regret to inform of the demise of ten Covid positive patients while under treatment in hospitals.
1. A 52 year old Male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020
ଅନ୍ୟ ମୃତକଙ୍କ ମଧ୍ୟରେ ନବରଙ୍ଗପୁରର ଜଣେ ପୁରୁଷ ରହିଥିବା ବେଳେ ସେ ପୁଲମୋନାରୀ ଟ୍ୟୁବର୍କୁଲୋସିସ୍ ରୋଗରେ ଆକ୍ରାନ୍ତ ଥିଲେ । ସୁନ୍ଦରଗଡ଼ର ଜଣେ ୨୮ ବର୍ଷୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ନୟାଗଡ଼ରୁ ମଧ୍ୟ ଜଣେ ୩୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରୁ ୫୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଡାଇବେଟିସ୍ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି ।
2. A 40 year old male of Nabarangpur district who was also suffering from Pulmonary Tuberculosis.
3. A 28 year old female of Sundergarh district.
4. A 40 year old male of Ganjam district.
5. A 39 year old male of Nayagarh district.
— H & FW Dept Odisha (@HFWOdisha) August 6, 2020
6. A 54 year old male of Sundergarh district who was also suffering from Uncontrolled Diabetes.
7. A 55 year old male of Ganjam district who was also suffering from Relapsed Tuberculosis.
— H & FW Dept Odisha (@HFWOdisha) August 6, 2020
8. A 53 year old female of Bhadrak district who was also suffering from Diabetes & Hypertension.
9. A 61 year old male of Kandhamal district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020
ସେହିଭଳି ଭଦ୍ରକ ଜିଲ୍ଲାରୁ ମଧ୍ୟ ଜଣେ ୫୩ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାର ୬୧ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିଲେ । ସେହିଭଳି କେନ୍ଦୁଝରର ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ଓ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ ଥିବା ସହ କ୍ରୋନିକ୍ କିଡ୍ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।
10. A 52 year old male of Keonjhar district who was also suffering from Diabetes & Hypertension & Chronic Kidney Disease.
— H & FW Dept Odisha (@HFWOdisha) August 6, 2020
ପୁଣି ୧୬୯୯ କରୋନା ନୂଆ ଆକ୍ରାନ୍ତ, ସ୍ଥାନୀୟ ଅଞ୍ଚଳରୁ ୬୨୬…
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟବାସୀ ଆତଙ୍କିତ ରହିଛନ୍ତି । ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଘଟଣା ଲୋକଙ୍କୁ ଅଧିକ ଚିନ୍ତାରେ ପକାଇଛି ।
Covid-19 Report For 5th August
New Positive Cases: 1699
In Quarantine: 1073
Local Contacts:626(Details of local contacts will be shared by concerned District Administration)
District Wise Cases
1. Angul: 17
2. Balasore: 17
3. Bargarh: 81
4. Bhadrak: 66
5. Balangir: 21— I & PR Department, Odisha (@IPR_Odisha) August 6, 2020
ନୂଆ ୧୬୯୯ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୧୭ ଜଣ ଚିହ୍ନଟ ହୋଇଥିବା, ବାଲେଶ୍ୱରର ୧୭, ବରଗଡ଼ର ୮୧, ଭଦ୍ରକର ୬୬, ବଲାଙ୍ଗିରର ୨୧, ବୌଦ୍ଧର ୮, କଟକର ୧୦୫, ଢ଼େଙ୍କାନାଳର ୨୭, ଗଜପତିର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସବୁଥର ଭଳି ଗୁରୁବାର ମଧ୍ୟ ଗଞ୍ଜାମରୁ ସର୍ବଧିକ ୨୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୪୧ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୦ ଜଣ, କନ୍ଧମାଳରୁ ୭୪ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୫୬ ଜଣ, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୪୧, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୩, ପୁରୀରୁ ୬୭, ରାୟଗଡ଼ାରୁ ୧୯, ସମ୍ବଲପୁରରୁ ୧୦୧, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 8
7. Cuttack: 105
8. Dhenkanal: 27
9. Gajapati: 59
10. Ganjam: 268
11. Jagatsinghpur: 16
12. Jajpur: 41
13. Jharsuguda: 10
14. Kalahandi: 30
15. Kandhamal: 74
16. Kendrapada: 27
17. Keonjhar: 56
18. Khurda: 220
19. Koraput: 41
20. Malkangiri: 72
21. Mayurbhanj: 24— I & PR Department, Odisha (@IPR_Odisha) August 6, 2020
ରାଜ୍ୟରେ ଏବେ ସୁଦ୍ଧା ୬ ଲକ୍ଷ ୫୯୧ଜଣଙ୍କର କରୋନା ଟେଷ୍ଟିଂ ସରିଛି । ସେଥିମଧ୍ୟରୁ ୪୦ ହଜାର ୭୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇ ଘରକୁ ଫରିସାରିଚନ୍ତି । ତେବେ ରାଜ୍ୟରେ ଏବେ ସୁଦ୍ଧା ୧୪ ହଜାର ୭୦୦ ମାମଲା ସକ୍ରିୟ ରହିଛି ।
22. Nawarangpur: 16
23. Nayagarh: 25
24. Nuapada: 3
25. Puri: 67
26. Rayagada: 19
27. Sambalpur: 101
28. Sonepur: 10
29. Sundargarh: 178New Recoveries: 1255
Cumulative Tested: 600591
Positive: 40717
Recovered: 25737
Active Cases: 14700— I & PR Department, Odisha (@IPR_Odisha) August 6, 2020
କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ! ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦ: ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଯେଉଁମାନେ ଗୁରୁତର ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ଏଭଳି ପରିସ୍ଥିତି ମୁକାବିଲା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଅହମ୍ମଦାବାଦର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହି ହସ୍ପିଟାଲରେ ୫୦ ଜଣ କରୋନା ରୋଗୀଙ୍କ ଚିକିତ୍ସା ହେଉଥିଲା । କୌଣସି କାରଣରୁ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡ ପରେ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସା ହେଉଥିବା କିଛି ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଛି । ସେହିଭଳି ପ୍ରାୟ ୪୦ ଜଣ ଗୁରୁତରଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।

ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଅନ୍ୟପଟେ ଆହତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ! ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ । ଘଟଣାରେ ୮ ଜଣଙ୍କ ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ । ତେବେ ନିଆଁ ଯାଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ଆଇସିୟୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଫଳରେ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା କିଛି ରୋଗୀ ଗୁରୁତର ହୋଇଛନ୍ତି । ସେହିଭଳି ପ୍ରାୟ ୪୦ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ହଠାତ୍ ଏଭଳି ନିଆଁ ଲାଗିଲା କାହିଁକି, ସେନେଇ ତଦନ୍ତ ଚାଲିଛି । କିନ୍ତୁ ଏଯାଏଁ କାରଣ ସ୍ପଷ୍ଟ ହୋଇ ପାରିନାହିଁ ।
Saddened by the tragic hospital fire in Ahmedabad. Condolences to the bereaved families. May the injured recover soon. Spoke to CM @vijayrupanibjp Ji and Mayor @ibijalpatel Ji regarding the situation. Administration is providing all possible assistance to the affected.
— Narendra Modi (@narendramodi) August 6, 2020
ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଅନ୍ୟପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଅହମ୍ମଦାବାଦର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ହସ୍ପିଟାଲରେ ୫୦ ଜଣ କରୋନା ରୋଗୀଙ୍କ ଚିକିତ୍ସା ହେଉଥିଲା । କୌଣସି କାରଣ ବସତଃ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା ।

ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରାଯାଇଥିଲା । ହେଲେ ଏହା ସତ୍ତ୍ଵେ ସେମାନେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ହସ୍ପିଟାଲ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେମାନଙ୍କୁ ପରିବାରକୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।
Deeply anguished by the loss of lives due to a tragic fire accident at a hospital in Ahmedabad. My condolences and thoughts are with the affected families in this hour of grief. Praying for the speedy recovery of those injured.
— Amit Shah (@AmitShah) August 6, 2020
ଜାଣନ୍ତୁ ଜାମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ ମନୋଜ ସିହ୍ନା କିଏ ? କାହିଁକି ତାଙ୍କୁ କୁହାଯାଏ ମାଟିର ମଣିଷ
ନୂଆଦିଲ୍ଲୀ: ଗିରିଶଙ୍କ ସ୍ଥାନ ନେଲେ ମନୋଜ । ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ନିଯୁକ୍ତି ହେଲେ ମନୋଜ ସିହ୍ନା । ବୁଧବାର ଗିରିଶ, ପଦରୁ ଇସ୍ତଫା ଦେବା ପରେ ମନୋଜଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ହେଉଛନ୍ତି ମନୋଜ ସିହ୍ନା । ଜାମ୍ମୁ କାଶ୍ମୀରର ଦ୍ୱିତୀୟ ଉପ-ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗୁରୁବାର ସକାଳେ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ରାଷ୍ଟ୍ରିୟ ଭବନ ତରଫରୁ ଘୋଷଣା କରାଯାଇଛି ।
ଅଗଷ୍ଟ ୫ରେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବାର ଏକ ବର୍ଷ ପୂରଣ ହୋଇଛି । ଏହି ସମୟରେ ବୁଧବାର ସନ୍ଧ୍ୟାରେ ଜିସି ମୁର୍ମୁଙ୍କ ଇସ୍ତଫା ବିଷୟରେ ହଠାତ୍ ଖବର ଆସିଥିଲା । ରାଷ୍ଟ୍ରପତିଙ୍କ ଦ୍ୱାରା ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଗିରିଶଙ୍କୁ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଗିରିଶ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ସେ ଗୁଜରାଟ୍ କ୍ୟାଡରର ଆଇଏଏସ୍ ଅଧିକାରୀ ।

ଅନ୍ୟପଟେ ଜାମ୍ମୁକାଶ୍ମୀରରେ ଏବେ ସତ୍ୟପାଲ୍ ମଲ୍ଲିକ୍ ରାଜ୍ୟପାଳ ଭାର ସମ୍ଭାଳୁଛନ୍ତି । ଉପରାଜ୍ୟପାଳ ଭାବେ ମନୋଜ ସିହ୍ନା ଏଠାରେ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଜଣେ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ । ତୃଣମୂଳ ସ୍ତରରୁ ଯାଇ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।
ମନୋଜ ସିହ୍ନା ହେଲେ ଉପରାଜ୍ୟପାଳ, ଗିରିଶଙ୍କୁ ମିଳିବ ବଡ଼ ଦାୟିତ୍ୱ…
ଜାମ୍ମୁ-କାଶ୍ମୀର: ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସିହ୍ନା । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସେପଟେ ଗିରିଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ବୁଧବାର ଗିରିଶ ମୁର୍ମୁ ରାଷ୍ଟ୍ରପତିଙ୍କ ନିକଟକକୁ ଇସ୍ତଫାପତ୍ର ପଠାଇଥିଲେ । କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଥିଲେ ଗିରିଶ ଚନ୍ଦ୍ର ମୁର୍ମୁ । ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରିଶଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । ୩୧ ଅକ୍ଟୋବର ୨୦୧୯ରେ ସେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ । ତେବେ ୯ମାସ ପରେ ପଦରୁ ଇସ୍ତଫା ଦେଇଛନ୍ତି । ଗିରିଶ ଦେଶର ଆଗାମୀ ସିଏଜି ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏବେ ଏହି ପଦବୀରେ ଥିବା ରାଜୀବ ମହର୍ଷିଙ୍କର କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି ।

ଗିରିଶ୍ ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏସ୍ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେଳ, ଜିସି ମୁର୍ମୁ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।
ଜାଲ୍ ନୋଟ୍ କାରବାର, ମହିଳାଙ୍କୁ ଧରିଲା ପୋଲିସ…
ରାୟଗଡ଼ା: ପୁଣି ରାୟଗଡ଼ା ଅଞ୍ଚଳରେ ଜାଲ୍ ନୋଟ୍ କାରବାର ସକ୍ରିୟ । ଏହି କାରବାରରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ପରେ ରାୟଗଡ଼ା ଗୁଣପୁର ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ରେହମନ୍ ବିବି । ମହିଳା ଜଣକ ଚାରୋଟି ୨ ହଜାର ଟଙ୍କିଆ ଜାଲ୍ ନୋଟ୍ ନେଇ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡରୁ କ୍ଷୀର କିଣିଥିଲେ । ଏପରିକି ଏହି ୨ ହଜାର ଟଙ୍କା ରେଜା କରିବା ପାଇଁ ଚେଷ୍ଟା କରିଥିବା ବେଳେ ସେଠାରେ ଥିବା ବ୍ୟବସାୟୀ ଜାଣିପାରିଥିଲେ । ଫଳରେ ଲୋକମାନେ ପାଟି କରିବାରୁ ପାଟ୍ରୋଲିଂରେ ଥିବା ପୋଲିସ ମହିଳାଙ୍କୁ କାବୁ କରିଥିବା ଜଣାପଡ଼ିଛି ।

ହେଲେ ଟଙ୍କା ନେବା ବେଳେ ମହିଳା ଜଣଙ୍କ ଜାଲ ନୋଟ୍ ଗୁଡ଼ିକୁ ଚିରି ଦେଇଥିବା ଦେଖିବାକୁ ମିଲିଥିଲା । ପୋଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଗୁଣୁପୁର ଡେରାସାହିରେ ଥିବା ତାଙ୍କ ଘର ଓ ଦୋକାନରେ ଚଢ଼ାଉ କରିଛି । କେବଳ ୪ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରି ଜାଲନୋଟ୍ କାରବାରର ଚେର କେଉଁଆଡ଼େ ଲମ୍ବିଛି ତାର ତଦନ୍ତ କରୁଛି ପୋଲିସ ।

ଏହି ଜାଲ୍ ନୋଟ୍ ରାକେଟ୍ରେ ମହିଳା ଜଣକ ଭୂମିକା ଅତି କ୍ଷୁଦ୍ର ବୋଲି ପୋଲିସ ସନ୍ଦେହ କରୁଛି । ଏହା ପଛରେ ବହୁତ ବଡ଼ ରାକେଟ୍ କାମ କରୁଥିବା ପୋଲିସ ସୂଚନା ପାଇଛି । ଏହି ଜାଲ୍ ନୋଟ୍ କେଉଁଠୁ ଆସିଲା ଏହା ପଛରେ ଆଉ କିଏ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ଖୁବ୍ଶୀଘ୍ର ଏହାର ଚେର୍ ଧରାପଡ଼ିବ ବୋଲି ଗୁଣପୁର ପୋଲିସ କହିଛି ।

ବୁଧବାର ଜାଲ୍ ନୋଟ୍ କାରବାର ନେଇ ଡେରା ସାହିର ହବିବ୍ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୋଲିସ୍ ଅତର୍କିତ ଚଢ଼ାଉ କରିଥିଲା । ବ୍ୟକ୍ତିଙ୍କ ସିଟ୍ ଓ୍ୱାର୍କ ଦୋକାନରେ ମଧ୍ୟ ଚଢାଉ କରାଯାଇଛି ।

