spot_img
Home Blog Page 6682

ସୁଧୁରୁଛି ଗଞ୍ଜାମ ସ୍ଥିତି, ରାଜ୍ୟ ସରକାର ଆପଣାଇଛନ୍ତି ସ୍ୱତନ୍ତ୍ର କୋଭିଡ୍‌ ଫର୍ମୁଲା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସୁଧୁରୁଛି କୋରୋନା ସ୍ଥିତି । ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁଛି । ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ଗଂଜାମ ଜିଲ୍ଲା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମୟ ଉପଯୋଗୀ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ପ୍ଲାଜ୍‌ମା ବ୍ୟାଙ୍କ୍ ମଧ୍ୟ‌ ପ୍ରତିଷ୍ଠା କରାଯାଇଛି । ଫଳରେ ଗୁରୁତର ରୋଗୀଙ୍କ ଆରୋଗ୍ୟ ନେଇ ନୂଆ ଆଶା ଦେଖା ଦେଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

GANJAM COLLECTOR AMRUT KULANGE

ଗତ କିଛିଦିନର ପରିସଂଖ୍ୟାନ ଦେଖିଲେ ଜଣାପଡୁଛି, ଜିଲ୍ଲାରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଅଗଷ୍ଟ ମାସରେ ଦେଶରେ କୋଭିଡ୍ ସ୍ଥିତି ଅସମ୍ଭାଳ ରହିଛି । ତେବେ ଗଞ୍ଜାମରେ ସ୍ଥିତି ଧିରେଧିରେ ନିୟନ୍ତ୍ରଣକୁ ଆସୁଛି । ଯଦି ଚଳିତ ମାସର କରୋନା ତାଲିକା ଦେଖିବା, ତେବେ ଅଗଷ୍ଟ ପହିଲାରେ ୩୨୦, ୨ ତାରିଖରେ ୩୩୧, ୩ରେ ୨୮୮, ୪ ତାରିଖରେ ୨୦୧ ଓ ୫ ତାରିଖରେ ୨୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ତେବେ ଏହି ସଂଖ୍ୟା, ଗତ ମାସ ଅପେକ୍ଷା ଯଥେଷ୍ଟ କମ୍ ରହିଛି । ଗତମାସ ୨୨ ତାରିଖରୁ ପଜିଟିଭ ସଂଖ୍ୟା ଉପରେ ଯଦି ନଜର ପକାଇବା, ତେବେ ୨୨ରେ ୫୪୦, ୨୩ରେ ୭୩୨, ୨୪ ତାରିଖରେ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ୧୦ ଦିନ ବ୍ୟବଧାନରେ ଜିଲ୍ଲାରେ କୋଭିଡ୍ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ କରୋନା ଭୟାବହତାର ଚିତ୍ର ଏବେ ଗଞ୍ଜାମରେ ବଦଳିଛି ।

ଅନ୍ୟପଟେ ଗଞ୍ଜାମରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୮୦ରେ ପହଞ୍ଚିଥିବାବ ବେଳେ ଚିକିତ୍ସା ପରେ ୮ ହଜାର ୬୨୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏବେ ମାତ୍ର ମାତ୍ର ୩ ହଜାର ୩୩୧ଟି ସକ୍ରିୟ ମାମଲା ରହିଛି । ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍ କଣ୍ଟ୍ରୋଲ୍ ଫର୍ମୁଲା ଆପଣାଇଛନ୍ତି । ଏନେଇ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଗଞ୍ଜାମରେ ପ୍ଲାଜ୍‌ମା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପ୍ଲାଜମା ଥେରାପି କରୋନା ପାଇଁ ରାମବାଣ ସଦୃଶ କାମ କରୁଛି ।

୬୦ ହଜାର ଛୁଇଁବ ସୁନା ଭରି ! ରୂପା ଦାମ ବି ଉପର ମୁହାଁ

ନୂଆଦିଲ୍ଲୀ: ମାର୍କେଟ ସୂଚନା ଉପରେ ଯଦି ଆମେ ନଜର ପକାଇବା ତେବେ ସୁନା ଏବଂ ରୂପା ଦାମ କ୍ରମାଗତ ଭାବରେ ବଢ଼ିବାରେ ଲାଗୁଛି । ଯଦି ଏଭଳି ଲାଗିରୁହେ ତେବେ ବହୁତ ଶୀଘ୍ର ସୁନାର ଦାମ ୧୦ ଗ୍ରାମ ପ୍ରତି ୬୦ ହଜାରରେ ଏବଂ ରୂପାର ଦାମ କିଲୋ ପ୍ରତି ୮୦ ହଜାରରେ ପହଞ୍ଚିବ । ସୂଚନା ଅନୁଯାୟୀ ଆମେରିକା ଏବଂ ଚୀନ ମଧ୍ୟରେ ଲାଗିରହିଥିବା ତିକ୍ତତା, ରିଜର୍ଭ ବ୍ୟାଙ୍କ ଦ୍ୱାରା ଲିକ୍ୟୁଡିଟି ବଢ଼ିବା, ସୁଧ ହାର ହ୍ରାସ ଉପରେ ଗୁରୁତ୍ୱ, କରୋନା ଗ୍ରାଫି ବଢ଼ିବା, ସେକେଣ୍ଡ ୱେବ ଆକଳନ ଏବଂ ବର୍ତ୍ତମାନର ଜିଓ ରାଜନୈତିକ ପରିସ୍ଥିତି କାରଣରୁ ସୁନା ରୂପା ଦରଦାମ ଦୃତ ଗତିରେ ବଢ଼ିବାରେ ଲାଗିଛି ।

ଅକ୍ଟୋବର ଡିଲିଭରୀ ସୁନା

ଅକ୍ଟୋବର ଡିଲିଭରୀ ସୁନା MCX ରେ ସକାଳ ୧୧ଟା ୧୫ ମିନିଟରେ ୪୪୬ ଟଙ୍କା ବୃଦ୍ଧି ସହିତ ୫୫୫୪୪ ଟଙ୍କାରେ କାରବାର କରୁଥିଲା । ବୁଧବାର ଏହା ୫୫୦୯୮ ସ୍ତରରେ ବନ୍ଦ ହୋଇଥିଲା । ଆଜି ସକାଳେ ଏହା ୫୫୨୬୫ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ତର ୫୫୫୫୦ ରହିଛି ।

ଡିସେମ୍ବର ଡିଲିଭରୀ ସୁନା

ଡିସେମ୍ବର ଡିଲିଭରୀ ସୁନା MCX ରେ ସକାଳ ୧୧ଟା ୧୫ ମିନିଟରେ ୪୭୧ ଟଙ୍କା ବୃଦ୍ଧି ସହିତ ୫୫୬୯୦ ରେ କାରବାର କରୁଛି । ବୁଧବାର ଏହା ୫୫୨୧୯ ସ୍ତରରେ ବନ୍ଦ ହୋଇଛି । ଆଜି ସକାଳେ ଏହା ୫୫୪୩୪ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ଥର ୫୫୭୦୦ ରହିଛି ।

ସେପ୍ଟେମ୍ବର ଡିଲିଭରୀ ରୂପା

ସେପ୍ଟେମ୍ବର ଡିଲିଭରୀ ରୂପା MCX ରେ ସକାଳ ୧୧ଟା ୧୫ ମିନିଟରେ ୨୧୧୭ ଟଙ୍କା ବୃଦ୍ଧି ସହିତ ୭୪୦୧୦ରେ କାରବାର କରୁଛି । ବୁଧବାର ଏହା ୭୧୮୯୩ ସ୍ତରରେ ବନ୍ଦ ହୋଇଥିଲା । ଆଜି ସକାଳେ ଏହା ୭୨୫୬୦ ଟଙ୍କା ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ  ଉଚ୍ଚତମ ସ୍ତର ୭୪୩୫୦ ରହିଛି ।

ଡିସେମ୍ବର ଡିଲିଭରୀ  ରୂପା

ଡିସେମ୍ବର ଡିଲିଭରୀ ରୂପା MCX ରେ ସକାଳ ୧୧ଟା ୧୫ ମିନିଟରେ ୨୦୭୫ ଟଙ୍କା ବୃଦ୍ଧି ସହ ୭୫୯୨୯ ସ୍ତରରେ କାରବାର କରୁଛି । ବୁଧବାର ସକାଳେ ଏହା ୭୪୫୭୯ ସ୍ତରରେ ଖୋଲିଲା ଏବଂ ଏବେ ପର୍ଯ୍ୟନ୍ତ ଉଚ୍ଚତମ ସ୍ତର ୭୬୨୫୦ ରହିଛି ।

ସୁନା- ରୂପା ୫୯୭୨ ଟଙ୍କା ମହଙ୍ଗା

ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନା ଏବଂ ରୂପାର ଦାମରେ ୫୯୭୨ ଟଙ୍କା ବୃଦ୍ଧି ପାଇଛି । ସୁନା ୧୩୬୫ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୫୬, ୧୮୧ରେ ବନ୍ଦ ହୋଇଛି । ଅନ୍ୟପଟେ ରୂପା କିଲୋପ୍ରତି ୫୯୭୨ ଟଙ୍କା ବୃଦ୍ଧି ପାଇ ୭୨,୭୨୬ରେ ପହଞ୍ଚିଛି  ।

ଖୋର୍ଦ୍ଧା ଏସ୍‌ପି କରୋନା ଆକ୍ରାନ୍ତ, ଟ୍ୱିଟ୍‌ କରି ସୂଚନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଖୋର୍ଦ୍ଧା: ପୁଣି ଜଣେ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଏସ୍‌ପି କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ  ଟ୍ୱିଟ୍‌ରେ  ଲେଖିଛନ୍ତି ଯେ, ତାଙ୍କ ସାନ ଭାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ୍‌ ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ଏଥିସହିତ ସେ ଖୋର୍ଦ୍ଧା ଏସପିଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଦେହରେ କରୋନା ଜନିତ କୌଣସି ଲକ୍ଷଣ ନଥିଲା । ତେବେ ଟେଷ୍ଟରେ ସେ ପଜିଟିଭ୍ ଆସିଥିଲେ ।

ପୂର୍ବରୁ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଏସ୍‌ପି । ବର୍ତ୍ତମାନ ସେ ହୋମ୍ ଆଇସୋଲେସନରେ ରହିଛନ୍ତି । ତେବେ ଏସ୍‌ପିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟିଂ କରାଯିବ । ଖାଲି ସେତିକି ନୁହେଁ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଲିଛି ।

ଟିଭି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ: ଟିଭି ଜଗତରୁ ପୁଣି ଥରେ ଏକ ଦୁଃଖଦ ଖବର ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନଥିବାବେଳେ ବିଶିଷ୍ଟ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁମ୍ବାଇ ମଲାଡସ୍ଥିତ ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ୨ରୁ ୩ ଦିନ ପୂର୍ବରୁ ଅଭିନେତା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି । ୪୪ ବର୍ଷିୟ ସମୀର ଶର୍ମା ଚଳିତ ବର୍ଷ ଫେବ୍ରୁଆରୀରେ ଉକ୍ତ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ । ଗତକାଲି ରାତିରେ ଡ୍ୟୁଟି ବେଳେ ବିଲଡିଂର ଚୌକିଦାର ସମୀର ଶର୍ମାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ।

ସମୀର ଶର୍ମା ଅନେକ ସିରିୟଲରେ କାମ କରିସାରିଛନ୍ତି। କ୍ୟୁ କିଁ ଶାଶ୍ ଭି କଭି ବହୁ ଥି, କାହାନୀ ଘର ଘର କି, ୟେ ରିସ୍ତେ ହେଁ ପ୍ୟାର କି ପରି ଅନେକ ସିରିୟଲରେ କାମ କରିଛନ୍ତି ସମୀର ।

ମଲାଡ ପୋଲିସ ମୁତାବକ, ସମୀର ଏହି ବର୍ଷ ଫେବୃଆରୀରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଥିଲେ । ରାତିରେ ଡ୍ୟୁଟି କରୁଥିବାବେଳେ ସୋସାଇଟିର ଚୌକିଦାର ମୃତଦେହକୁ ଦେଖିଥିଲେ । ଏହାପରେ ଘଟଣା ବିଷୟରେ ସୋସାଇଟିର ଅନ୍ୟ ଲୋକମାନଙ୍କୁ କହିଥିଲେ । ମୃତଦେହକୁ ଦେଖିବା ପରେ ପୋଲିସ ସନ୍ଦେହ କରୁଛି ଯେ, ଅଭିନେତା ଜଣଙ୍କ ଦିନକ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ସମୀରଙ୍କ ରୁମକୁ କଣସି ସୁଇସାଇଟ ନୋଟ ଏଯାବତ ମିଳିନାହିଁ  ।

ବର୍ଷାରେ ବେହାଲ ମୁମ୍ବାଇ, ଜଳ ମଗ୍ନ ପୁରା ସହର ! ବାତିଲ ହେଲା ଟ୍ରେନ୍‌ ଚଳାଚଳ

ମୁମ୍ବାଇ: ବର୍ଷାରେ ବେହାଲ ହେଲାଣି ମୁମ୍ବାଇ ସହର । ଲଗାଣ ବର୍ଷା ଫଳରେ ଏବେ ଜଳ ମଗ୍ନ ହୋଇଛି ମୁମ୍ବାଇ ସହର । ମୁମ୍ବାଇରେ ରେକର୍ଡ ଭାଙ୍ଗିଛି ବର୍ଷା । ଘର ଭିତରେ ପାଣି ଘର ବାହାରେ ପାଣି । ଏହାରି ଭିତରେ ମୁମ୍ବାଇ ମୁନିସିପାଲିଟି ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ବୁଧବାର ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି ।

MUMBAI RAIN

ଆଜି ମଧ୍ୟ ମୁମ୍ବାଇରେ ଭୀଷଣ ବର୍ଷା ସହ ପବନ ବହିବା ସମ୍ଭାବନା ଥିବାରୁ ହାଇ ଆର୍ଲଟ ଜାରି କରାଯାଇଛି । ବିଶେଷତଃ ମୁମ୍ବାଇ, ଥାନେ ଓ ପାଲଘରକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ମୁମ୍ବାଇର କିଛି ସ୍ଥାନ ଜଳମଗ୍ନ ହୋଇଯାଇଛି । ମୁମ୍ବାଇର ମସ୍‌ଜିଦ୍‌ ଓ ଭାୟଖଲା ଷ୍ଟେସନ ମଧ୍ୟରେ ୨ଟି ଲୋକାଲ୍ ଟ୍ରେନ୍ ଫସିରହିଛି । ରେଲୱେ ଟ୍ରାକ୍‌ ଜଳମଗ୍ନ ହୋଇଯାଇଥିବାରୁ ପ୍ରାୟ ୨ ଶହ ଲୋକ ଫସି ରହିଛନ୍ତି । ୧୫୦ ଲୋକଙ୍କୁ ରେଳ କର୍ମଚାରୀ ଉଦ୍ଧାର କରିଥିବା ସୂଚନା ମିଳିଛି । ପ୍ରାୟ ୧୦୬ କିଲୋମିଟର ପ୍ରତି ଘଣ୍ଟାରେ ବେଗରେ ପବନ ବହୁଥିବା ରେକର୍ଡ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ି ରହିଛି ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ଧାରଣାରେ ପାଣି ଜମିଛି । ଏଥିପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ବାତିଲ ହୋଇଛି କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ୍ । ସେହିପରି ମୁମ୍ବାଇରୁ ଛାଡିବାକୁ ଥିବା ଟ୍ରେନ୍‌ ବି ବାତିଲ ହୋଇଛି । ଗତକାଲି ମୁମ୍ବାଇ ଛାଡିଥାନ୍ତା ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ । ସଂଯୋଗକାରୀ ଟ୍ରେନ୍ ନଆସିବା ଯୋଗୁଁ ଶୁକ୍ରବାର ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।