ଖୋର୍ଦ୍ଧା ଏସ୍‌ପି କରୋନା ଆକ୍ରାନ୍ତ, ଟ୍ୱିଟ୍‌ କରି ସୂଚନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

1 min read
Khordha SP Corona

ଖୋର୍ଦ୍ଧା: ପୁଣି ଜଣେ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଏସ୍‌ପି କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ  ଟ୍ୱିଟ୍‌ରେ  ଲେଖିଛନ୍ତି ଯେ, ତାଙ୍କ ସାନ ଭାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ୍‌ ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ଏଥିସହିତ ସେ ଖୋର୍ଦ୍ଧା ଏସପିଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଦେହରେ କରୋନା ଜନିତ କୌଣସି ଲକ୍ଷଣ ନଥିଲା । ତେବେ ଟେଷ୍ଟରେ ସେ ପଜିଟିଭ୍ ଆସିଥିଲେ ।

ପୂର୍ବରୁ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଏସ୍‌ପି । ବର୍ତ୍ତମାନ ସେ ହୋମ୍ ଆଇସୋଲେସନରେ ରହିଛନ୍ତି । ତେବେ ଏସ୍‌ପିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟିଂ କରାଯିବ । ଖାଲି ସେତିକି ନୁହେଁ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଲିଛି ।

Leave a Reply