spot_img
Home Blog Page 6680

ଦିନେ ଅପହଞ୍ଚ ଜଙ୍ଗଲକୁ ଆଲୋକିତ କରୁଥିଲା, ହେଲେ ଏବେ ଅଲୋଡ଼ା ଏହି ପ୍ରକଳ୍ପ….

0

କେନ୍ଦୁଝର ଜିଲ୍ଲାର ବଡ଼କମଣ୍ଡରା ଗାଁରେ ମାଗଣା ବିଦ୍ୟୁତ ସେବା ପାଇଁ ଜୈବ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହୋଇଥିଲା । ୧୫ ବର୍ଷ ତଳେ । ପ୍ରାୟ ୨୫୦ ପରିବାର ମାଗଣା ବିଦ୍ୟୁତ ସେବା ପାଇଥିଲେ । ହେଲେ ଏବେ ଏହି ଶକ୍ତି ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି । ଏସବୁର ଆବଶ୍ୟକତା  ବି ମରିଯାଇଛି । ଏତେ ଅନାବଶ୍ୟକ ଯେ ସରଞ୍ଜାମ ବି ଚୋରି ହୋଇ ସାରିଲାଣି । ସେବେ ସିଧାସଳଖ ଭାବେ ଜଳ ଓ କୋଇଲା ଉତ୍ପାଦିତ ବିଦ୍ୟୁତ ଉକ୍ତ ଅପହଞ୍ଚ ଇଲାକାରେ ପହଞ୍ଚିନଥିଲା । ତେଣୁ ଏହି ପ୍ରକଳ୍ପ ଉପରେ ଲୋକେ ନିର୍ଭରଶୀଳ ଥିଲେ ।

ଏବେ ସ୍ଥିତି ବଦଳିଛି । ଅନାବଶ୍ୟକ ହୋଇ ସାରିଛି ଜୈବ ବିଦ୍ୟୁତ ପ୍ରକଳ୍ପ  । ପ୍ରକଳ୍ପର ଏବେ ଅଦରକାରୀ, ହେଲେ କିଛି ବର୍ଷ ପରେ ପୁଣି ଥରେ ଏମିତି ପ୍ରକଳ୍ପ ପାଇଁ ପ୍ରୟାସ ଆରମ୍ଭ ହେବ । ବିଦ୍ୟୁତ ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା ଦିନେ ସରିଯିବା ପରେ ପୁଣି ଏଭଳି ପ୍ରକଳ୍ପକୁ ବିକାଶ କରିବା ପାଇଁ ସରକାର ପ୍ରଚେଷ୍ଟା କରିବେ, ନିଶ୍ଚୟ । ପ୍ରକଳ୍ପକୁ ବନ୍ଦ କରିବା ପରିବର୍ତ୍ତେ ସରକାର ଏହାର ବିକାଶ ଓ ଗବେଷଣା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଗ୍ରାମବାସୀମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗ୍ରାମବାସୀମାନେ ବିପିଏଲ ବିଦ୍ୟୁତ ସେବା ପାଇବା ପରେ ଏହି ପ୍ରକଳ୍ପକୁ ଏତେ ଧ୍ୟାନ ଦେଇନଥିଲେ । ଲୋକଙ୍କ ଆବଶ୍ୟକତା ମରିଯିବା ପରେ ପ୍ରକଳ୍ପ ଅଲୋଡ଼ା ହୋଇଥିଲା ।

ହେଲିକପ୍ଟରରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କୁ କ’ଣ ପାଇଁ କହିଥିଲେ ‘ଆପଣ ଆଜି ବହୁତ ଖୁସୀ ଥିବେ’

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜା ସରିଯାଇଛି । ଯାହାକୁ ନେଇ ଦେଶବ୍ୟାପୀ ଖୁସୀର ଲହରି ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭୂମିପୂଜା ହୋଇଥିଲା । ଏମିତିରେ ରାମ ମନ୍ଦିର ନିର୍ମାଣ ଓ ଆନ୍ଦୋଳନ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟକ୍ତିଗତ ସଂପର୍କ ରହିଛି । ସେ ଯେଉଁ  ଗୋରଖନାଥ ପୀଠର ମହନ୍ତ,ସେହି ମଠର ରାମ ମନ୍ଦିର ଆନ୍ଦୋଳନରେ ଯୋଗଦାନ ରହିଛି । ଏହି କାରଣରୁ ଅଯୋଧ୍ୟାରେ ପହଂଚି ମୋଦି ଗୋରଖନାଥ ପୀଠକୁ ମନେ ପକାଇଥିଲେ ।

ରାମ ଜନ୍ମଭୂମି ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସାକେତ ମହାବିଦ୍ୟାଳୟ ପଡିଆରେ ଓହ୍ଲାଇଥିଲା । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ,ଆପଣ ଆଜି ବହୁତ ଖୁସୀ ଥିବେ କାରଣ ଆପଣଙ୍କ ଗୁରୁଜନ ରାମ ମନ୍ଦିର ନିର୍ମାଣ ପାଇଁ ବହୁତ ସଂଘର୍ଷ କରିଥିଲେ । ଆପଣଙ୍କୁ ବହୁତ ବହୁତ ଶୁଭେଛା ।

୧୯୩୪ ମସିହାରୁ ଗୋରଖପୀଠ ଆରମ୍ଭ କରିଥିଲା ସଂଘର୍ଷ

gorakhnath pith mahant
ଦିଗବିଜୟ ନାଥ, ଅବୈଦନାଥ ଓ ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିରକୁ ନେଇ ଗୋରଖପୀଠର ସଂଘର୍ଷରେ ସାମିଲ ଥିଲେ ମଠର ତିନି ପୀଢି । ୧୯୩୪ ମସିହାରେ ଗୋରଖ ପୀଠ ନେତୃତ୍ୱରେ ଆରମ୍ଭ ହୋଇଥିଲା ଆନ୍ଦୋଳନ ।  ଯେତେବେଳେ ବାବ୍ରି ମସଜିଦରେ ରାମଲାଲାଙ୍କ ମୁର୍ତ୍ତିର ଅବିର୍ଭାବ ହେଲା ସେତେବେଳେ ଗୋରଖ ପୀଠର ତତ୍କାଳୀନ ମହନ୍ତ ଦିଗବିଜୟ ନାଥ ଉପସ୍ଥିତ ଥିଲେ । ରାମ ମନ୍ଦିର ତାଲା ଖୋଲିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ଅବୈଦନାଥ ଉପସ୍ଥିତ ଥିଲେ । ତାଙ୍କୁ ଗୋରଖପୁରରୁ ଆଣିବାକୁ ସେତେବେଳର କଂଗ୍ରେସ ସରକାର ସ୍ୱତନ୍ତ୍ର ବିମାନ ପଠାଇଥିଲା । ତାଙ୍କରି ସମ୍ମୁଖରେ ରାମ ଜନ୍ମଭୂମିର ତାଲା ଖୋଲା ଯାଇଥିଲା । ଆଉ ଏବେ ଯେତେବେଳେ ମନ୍ଦିର ପାଇଁ ଭୂମିପୂଜା ହୋଇଛି ସେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ଯୋଗୀ ଆଦିତ୍ୟନାଥ ।

କଣ୍ଟାକ୍ଟ ଟ୍ରେସିଂ ପରେ ଭିମସାରର ୬୦ ଡ଼ାକ୍ତର କ୍ୱାରେଣ୍ଟାଇନକୁ ଗଲେ

ଗଲା କାଲିଠାରୁ ବୁର୍ଲା ଭିମସାର ଓପିଡି ବନ୍ଦ ହୋଇଛି । ମେଡିସିନ ଓ୍ୱାର୍ଡର ୧୦ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଓପିଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଆଜି ଉକ୍ତ ଡାକ୍ତରମାନଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଶେଷ ହୋଇଛି  । ୭୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖିଛି ହସ୍ପିଟାଲ କର୍ତ୍ତୃପକ୍ଷ । ଏମାନଙ୍କ ମଧ୍ୟରୁ ୩୮ ଜଣ କେବଳ ମେଡିସିନ ବିଭାଗର । ଏତେ ମାତ୍ରାରେ ଡାକ୍ତର କରୋନା ସଂକ୍ରମଣର ଶୀକାର ହେବା ପରେ ହସ୍ପିଟାଲକୁ ଚାଲୁ ରଖିବା ସମ୍ଭବ ନୁହେଁ  । ଏଣୁ ଏବେ କେବଳ ସୁପାରିଶ ଓ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୨ଟି ପର୍ଯ୍ୟାୟରେ ଭିମସାରକୁ ୧୪ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଥିଲା । ସଟଡାଉନ୍ ପରେ କିଛି ଦିନ ପାଇଁ ଓପିଡି ସେବା ଚାଲୁଥିଲା । ହେଲେ କ୍ୟାନ୍ସର ଓ୍ୱାର୍ଡ ସଟଡାଉନ ଆରମ୍ଭ ହେବା ଦିନଠାରୁ ହିଁ ବନ୍ଦ ରହିଛି । ଦିନେ ହେଲେ ବି ଖୋଲିନି । ଏବେ ୧୦ ଡାକ୍ତର ସଂକ୍ରମଣର ଶୀକାର ହେବା ପରେ ଓପିଡି ବନ୍ଦ ହେବା ସହ ଅନ୍ୟ ସେବା ମଧ୍ୟ ବନ୍ଦ ହେଲା । ତେବେ ଭିମସାର ଉପରେ ସାଧାରଣ ଲୋକଙ୍କ ନିର୍ଭରଶୀଳତା ଯଥେଷ୍ଟ ଅଧିକ । ତେଣୁ ଟେଲି ମେଡିସିନ ବ୍ୟବସ୍ଥା ହସ୍ପିଟାଲରେ ବଳବତ୍ତର ରହିବ । ଏକଥା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର କହିଛନ୍ତି ।

ବର୍ତ୍ତମାନର ସ୍ଥିତିରେ ହସ୍ପିଟାଲ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୦ ଜଣ ଡ଼ାକ୍ତର କରୋନାର ଶୀକାର ହେବା ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ, କ୍ୟାନ୍ସର ବିଭାଗ ଓ ରେଡିଓଗ୍ରାଫି ବିଭାଗରୁ ୨୩ ଜଣ ଡାକ୍ତର,୧୧ ଜଣ ନର୍ସ ଓ ୮ ଜଣ ପାରାମେଡିକାଲ ଷ୍ଟାଫ ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ପାକିସ୍ତାନରେ ରାଲି କରିବାକୁ ମୋଦିଙ୍କୁ କିଏ ଓ କ’ଣ ପାଇଁ ନିମନ୍ତ୍ରଣ କଲେ ,ଜାଣନ୍ତୁ

ଇସଲାମାବାଦ: କାଶ୍ମୀରକୁ ନେଇ ବାଉଳି ଚାଉଳି ହେଉଥିବା ପାକିସ୍ତାନୀ ନେତୃତ୍ୱ ପୁଣି ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଏଥର ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈସୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକ୍ ଆଧିକୃତ କାଶ୍ମୀରରେ ରାଲି କରିବାକୁ ଆହ୍ୱାନ କରିଛନ୍ତି । ଏହା ସହ ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଶ୍ରୀନଗରରେ ରାଲି କରିବା ପାଇଁ ଭାରତ ଅନୁମତି ଦେଉ ବୋଲି କହିଛନ୍ତି । ତାଙ୍କ ଅନୁସାରେ ଏହାଦ୍ୱାରା ପୁରା ଦୁନିଆ ଜାଣି ପାରିବ କେଉଁ ନେତାଙ୍କୁ କେମିତି ସ୍ୱାଗତ କାଶ୍ମୀରରେ ମିଳୁଛି ।

https://twitter.com/kashmirosint/status/1291058923152105474

ବୁଧବାର ଦିନ କୁରୈଶୀ ମିଡିଆ ସହ କଥା ହେବା ବେଳେ କହିଥିଲେ ଯେ, ‘ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶେଷ ସନ୍ଦେଶ ଦେବାକୁ ଚାହୁଁଛି । ଆଜି କାଶ୍ମୀରରୁ ଧାରା ୩୭୦ ଉଛେଦକୁ ବର୍ଷେ ପୁରିଛି । ମୁଁ ପାକ୍ ବୈଦେଶିକ ମନ୍ତ୍ରୀ ଭାବେ ଆପଣଙ୍କୁ ନିମନ୍ତ୍ରଣ ଦେଉଛି ଯେ,ଯଦି ଆପଣଙ୍କର  ନିଜ ନୀତି ଉପରେ ବିଶ୍ୱାସ ଅଛି ତେବେ ମୁଜାଫରାବାଦରେ ରାଲି କରନ୍ତୁ ଓ ଦେଖନ୍ତୁ ଆପଣଙ୍କର କେମିତି ସ୍ୱାଗତ ହେଉଛି । ଯଦି ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅଛି ତେବେ ଇମ୍ରାନଙ୍କୁ ଶ୍ରୀନଗର ଯିବାକୁ ଦିଅନ୍ତୁ । ଆଉ ଦେଖନ୍ତୁ ଶ୍ରୀନଗରରେ ଇମ୍ରାନଙ୍କର କେମିତି ସ୍ୱାଗତ ହେଉଛି । ଜନମତ ସଂଗ୍ରହ ଯେବେ ହେବ ସେବେ ହେବ କିନ୍ତୁ ଜନତାର ଜନମତ ସଂଗ୍ରହ ଆଜି ହୋଇଯିବ । ଯଦି ସାହସ ଅଛି ତେବେ ଆମ ଚ୍ୟାଲେଂଜକୁ ଗ୍ରହଣ କରନ୍ତୁ’’

ଟ୍ୱିଟରରେ ଟ୍ରୋଲ୍ ହେଲେ ପାକ୍ ବୈଦେଶିକ ମନ୍ତ୍ରୀ

ନିଜ ବଡବୋଲା ଗୁଣ ପାଇଁ କୁଖ୍ୟାତ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ ଏଭଳି ବୟାନ ପାଇଁ ଟ୍ୱିଟରରେ ବେସ୍ ଟ୍ରୋଲ ହେବାକୁ ପଡୁଛି । ନିୟୋ ନାମକ ୟୁଜର ଲେଖିଛନ୍ତି ଯେ, ‘‘ ପାକିସ୍ତାନୀ ନେତା ଟ୍ରୋଲ ଭଳି ହୋଇଗଲେଣି । ଏହା ସେମାନଙ୍କ ପାଇଁ ଦୁଃଖଦ । ସେମାନେ ପାଗଳ ହୋଇଗଲେଣି । ବୟାନବାଜି କରିବା ବ୍ୟତିତ ସେମାନଙ୍କ ପାଖରେ ଆଉ କୌଣସି ଉତ୍ତର ନାହିଁ । ସେମାନେ ଲଢେଇ ଲଢି ପାରୁନାହାନ୍ତି  । ରାଜନୈତିକ ଭାବେ ସେମାନେ କିଛି ମଧ୍ୟ ହାସଲ କରି ପାରୁ ନାହାନ୍ତି । ଆତଙ୍କବାଦୀ ଭାରତକୁ ସେମିତି ପ୍ରଭାବିତ କରିନି ଯେତିକି ସୋଭିଏତ ସଂଘକୁ କରିଥିଲା’’

ସେହି ଭଳି ରବି ନନ୍ଦୁରୀ ଲେଖିଛନ୍ତି ଯେ, ପାକିସ୍ତାନ କେଉଁଠାରୁ କେଉଁଠି ପହଂଚିଗଲା । କେବେ ସେମାନେ କହୁଥିଲେ  ଆମେ କାଶ୍ମୀର ପାଇଁ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ,ଏବେ କହୁଛନ୍ତି ନିୟନ୍ତ୍ରଣ ରେଖା ସେପଟକୁ ଯାଇ ପିଏମଙ୍କୁ କଥା ହେବାର ଅଛି । ଆରଥରକୁ ପାକିସ୍ତାନ ଏହି ପ୍ରସ୍ତାବ ଦେବ ଯେ, କାଶ୍ମୀର ବିବାଦର ସମାଧାନ ପାଇଁ ଦୁଇ ଦେଶର କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ କବାଡି ମ୍ୟାଚ୍ ଖାଳା ଯାଉ ।

ବଲାଙ୍ଗିରରେ ପଥର ବ୍ଲାଷ୍ଟିଂ ପାଇଁ ନଷ୍ଟ ହେଉଛି ଚାଷଜମି ଓ ରାସ୍ତାଘାଟ,ପ୍ରଶାସନର ଦ୍ୱାରସ୍ଥ ହେଲେ ସାଧାରଣ ଲୋକ

0

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଥର ଖଣି ପାଇଁ ଚାଷଜମୀ ନଷ୍ଟ ହେଉଛି । ସାଧାର ବଙ୍ଗୋମୁଣ୍ଡା ବ୍ଲକ୍ ସାହାଜୋଟ ଗ୍ରାମର ବାସିନ୍ଦାମାନେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ,  ତହସିଲଦାରଙ୍କଠାରୁ ଅନୁମତି ଆଣି ପାହାଡ଼ କଟା ଚାଲିଛି । ପାହାଡ଼ କାଟିବା ପାଇଁ ଡିଟୋନେଟର ଓ ତାର ବିଛାଇ ବ୍ଲାଷ୍ଟିଂ କରୁଛନ୍ତି । ଏତେ ପାହାଡ଼ କଟା ହେବା ହେତୁ ସ୍ଥାନୀୟ ଲୋକମାନଙ୍କର ଚାଷବାସ ପ୍ରଭାବିତ ହେଉଛି । ମାତ୍ରାଧିକ ପରିମାଣରେ ପଥର କଟା ହେଉଥିବା ହେତୁ ପଥର ଖଣ୍ଡ ପଡ଼ି ଚାଷଜମି ନଷ୍ଟ ହେଉଛି । ସାଧାରଣ ଲୋକେ ଯିବା ଆସିବାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ରାସ୍ତା ପଥରମୟ ହେବା ହେତୁ ଦୁର୍ଘଟଣା ବି ବଢିଛି ।

ସେହିଭଳି ବ୍ଲାଷ୍ଟିଂ ହେତୁ ଜନଜୀବନ ପ୍ରଭାବିତ ହେଉଛି ଓ ସାଧାରଣ ଲୋକଙ୍କ ପ୍ରାଣହାନୀର ଆଶଙ୍କା ରହିଛି ବୋଲି ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ପଥର ମାଇନିଂ କରୁଥିବା ଲୋକ ସେମାନଙ୍କୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି ।  ଅନ୍ୟପକ୍ଷରେ ଅଭିଯୋଗ ପରେ ତହସିଲଦାର ଏନେଇ ଏକ ପ୍ରକାର ନାଚାର ଥିବା ଜଣାଇଛନ୍ତି । ତାଙ୍କ କହିବା କଥା ଯେ ପାହାଡ଼ କାଟିବା ପାଇଁ ସରକାର କିଛି ସଂସ୍ଥାକୁ ୫ ବର୍ଷ ପାଇଁ ଲିଜରେ କାମ ଦେଇଛନ୍ତି ।

 ସମୟ ପୂରିବାକୁ ଆହୁରି ବର୍ଷେ ବାକି ଅଛି । ସେମାନେ ଆଇନଗତ ଭାବେ ଖୋଦନ କାର୍ଯ୍ୟ ଚାଲୁ ରଖିଛନ୍ତି । ତେବେ ଅଞ୍ଚଳବାସୀଙ୍କ ସମସ୍ୟା ଓ ବ୍ଲାଷ୍ଟିଂ ବନ୍ଦ କରିବା ଦାବି ସମ୍ପର୍କରେ ସେ ଉପରସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଆଶ୍ୱସ୍ଥି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ପାହାଡ ଖୋଦନ ଲିଜ୍ ୨୦୨୧ରେ ଶେଷ ହେବ । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ମିଳୁଥିବା ଧମକ ବିରୋଧରେ ତହସିଲଦାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାଇଛନ୍ତି ।

ମାନବତାର ଶତ୍ରୁ: ବ୍ୟବହୃତ ଗ୍ଲୋଭସକୁ ନୂଆ କହି ବିକ୍ରି କରୁଥିଲା ଗ୍ୟାଙ୍ଗ୍, ଏମିତି ଧରିଲା ୟୁପି ପୋଲିସ

ମିରଟ: କରୋନା ସମୟରେ ବ୍ୟବହୃତ ହୋଇସାରିଥିବା ଗ୍ଲୋଭସକୁ ପୁଣି ଥରେ ରିପ୍ୟାକିଂ କରି ବିକ୍ରି କରୁଥିବା ଏକ ଗ୍ୟଙ୍ଗର ପର୍ଦାଫାସ କରିଛି ଉତ୍ତର ପ୍ରଦେଶ ପୋଲିସ । ଦିଲ୍ଲୀ ଠାରୁ ପ୍ରାୟ ୯୦ କିମି ଦୂରତାରେ ଥିବା ବୁଲନ୍ଦଶାହା ଅଞ୍ଚଳରେ  ରେଡ୍ କରି ଦୁଇ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗ୍ୟାଙ୍ଗକୁ ବହୁ ଦିନ ଧରି ଦିଲ୍ଲୀ ପୋଲିସ ଖୋଜୁଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ବୁଲନ୍ଦସହରର କହିରା ଗାଁର ଏକ ଷ୍ଟୋରରୁମ୍ ରୁ ପ୍ରାୟ ୧୦୦ଟି ଅଖା ବସ୍ତାରେ ରଖାଯାଇଥିବା ସମ୍ଭାବ୍ୟ କ୍ଷତିକାରକ ବାୟୋ-ବର୍ଜ୍ୟବସ୍ତୁ ମିଳିଥିଲା । କରୋନା ଭାଇରସ ମହାମାରୀ ହେତୁ ଚାରିଆଡ଼େ ଗ୍ଲୋଭସର ଆବଶ୍ୟକତା ପଡ଼ୁଛି ଏବଂ ଏହି ରାକେଟ  ପରିସ୍ଥିତିର ଫାଇଦା ଉଠାଇବା ଯୋଜନାରେ ଥିଲା । ଚିକିତ୍ସା ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି ସବୁ ଗ୍ଲୋଭସକୁ ପୁଣି ଥରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ କାରଣ ଏଥିରେ ଥିବା ଜୀବାଣୁ ଭୟଙ୍କର ସାବ୍ୟସ୍ତ ହୋଇପାରେ । କେବଳ କରୋନା ଜୀବାଣୁ ନୁହେଁ ଅନ୍ୟ ଜୀବାଣୁ ମଧ୍ୟ କ୍ଷତିକାରକ ହୋଇପାରନ୍ତି । ସୂଚନା ଅନୁଯାୟୀ, ଏହି ବ୍ୟବହୃତ ଗ୍ଲୋଭସର ପ୍ୟାକେଟ ଗୁଡ଼ିକ ଦିଲ୍ଲୀ ଏବଂ ଏନସିଆର ବଜାରରେ ବିକ୍ରି ହେବାର ଯୋଜନା ରହିଥିଲା ।

ପୋଲିସ ସୂଚନା ମୁତାବକ, ‘ଏହି ଗ୍ୟାଙ୍ଗ ବିଭିନ୍ନ ଡାକ୍ତରଖାନାରୁ ବ୍ୟବହୃତ ଗ୍ଲୋଭସକୁ ସଂଗ୍ରହ କରି ତାକୁ ସଫା କରିବା ପରେ ଉଚ୍ଚ ଦରରେ ବିକ୍ରି କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ଏବାବଦରେ ବୁଲନ୍ଦସହର ପୋଲିସକୁ ସୂଚନା ଦେଇଥିଲା । ଏହା ପରେ ଏକ ବିଲଡିଂରେ ରେଡ୍ କରି ଗ୍ଲୋଭସ ବସ୍ତା ଗୁଡ଼ିକୁ ଜବତ କରିବା ସହ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ରାଜ କୁମାର ଶର୍ମା ଏବଂ ତା’ ପୁତୁରା ତଥା ସେହି ବିଲଡିଂର ମାଲିକ ସଞ୍ଜୟ ଶର୍ମାଙ୍କୁ ଗିରଫ କରିଥିଲା ।

ପଚରାଉଚରା ପରେ ଜଣାପଡ଼ିଲା ଯେ, ଗିରଫ ଦୁଇ ଜଣ ଯୁବକ ଗାଜିଆବାଦର ଇନ୍ଦ୍ରାପୁରମରେ ରହୁଥିବା ସୁବୋଧ ମଲହୋତ୍ରାଙ୍କ ନିର୍ଦ୍ଦେଶରେ ଏହିସବୁ କାମ କରୁଥିଲେ । ସୁବୋଧ ମଲହୋତ୍ରା ମଧ୍ୟ ମହାରାଷ୍ଟ୍ରର ମାଲେଗାଓଁ ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ଥିବା ଡାକ୍ତରଖାନାରୁ ବ୍ୟବହୃତ ଗ୍ଲୋଭସ ସଂଗ୍ରହ କରୁଥିଲା । ସେମାନେ ଏହାକୁ ସଫା କରି ପୁଣି ଥରେ ପ୍ୟାକିଂ କରୁଥିଲେ । କରୋନା ଭାଇରସ ମହାମାରୀ ଯୋଗୁଁ ଦେଶରେ ଗ୍ଲୋଭସର ଡିମାଣ୍ଡ ବଢୁଥିବାରୁ, ଏହି ସବୁ ଗ୍ଲୋଭସ ଗୁଡ଼ିକ ଉଚ୍ଚ ଦରରେ ବିକ୍ରି ହେଉଥିଲା । ଏଥି ମଧ୍ୟରୁ କିଛି ସାମଗ୍ରୀ ବୁଲନ୍ଦସହରକୁ ମଧ୍ୟ ପାଠାଯାଇଥିଲା ।

ଏହି ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପେନାଲ କୋଡର ଧାରା ୨୬୮ (public nuisance) , ୨୬୯ (act likely to spread infection ), ୧୮୮ (disobedience to order duly promulgated by public servant) ଏବଂ ମହାମାରୀ ରୋଗ ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ଏଫଆଇଆର ଦାଖଲ କରାଯାଇଛି । ସଞ୍ଜୟ ଏବଂ ରାଜ କୁମାରକୁ ପୋଲିସ ଗିରଫ କରି ଜେଲ ପଠାଇଥିବାବେଳେ ସୁବୋଧ ମଲହୋତ୍ରା ଫେରାର ହୋଇଯାଇଛି ।

 

ଓଡ଼ିଆ ପୁଅ ହେବେ ଦେଶର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁ ଦାୟିତ୍ୱ । ଭାରତର ନୂଆ (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ମିଳିଲା ନିଯୁକ୍ତି । ସେ ୧୯୮୫ ବ୍ୟାଚ୍‌ର ଗୁଜୁରାଟ୍ କ୍ୟାଡର ଆଇଏଏସ୍ ଅଫିସର । ନରେନ୍ଦ୍ର ମୋଦି ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।  ଏଥିସହିତ ଶ୍ରୀ ମୁର୍ମୁ ଜମ୍ମୁ କଶ୍ମୀର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ  ମଧ୍ୟ ନିଯୁକ୍ତ ହୋଇଥିଲେ । ତେବେ ସେ ଗତକାଲି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି ।

ସିଏଜି ହେଉଛନ୍ତି ଭାରତ ସରକାରଙ୍କ ଚିଫ୍ ଅଡିଟର । ରାଫେଲ୍ ପୂର୍ବରୁ କୋଇଲା ଖଣି ଆବଣ୍ଟନ, ଟେଲିକମ୍ ସ୍ପେକ୍ଟ୍ରମ୍ ଆବଣ୍ଟନ, ଅଲ୍ଟ୍ରା ମେଗା ପାଓ୍ୱାର ପ୍ରୋଜେକ୍ଟସ୍ ଏବଂ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଉପରେ ନିଜ ରିପୋର୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ପାଖାପାଖି ୧ ବର୍ଷ ହେବ ସେ, ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ  ନୂଆ ଲେଫ୍ଟନାଣ୍ଟ ଜେନେରାଲଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ହେଉଛନ୍ତି ମନୋଜ ସିହ୍ନା । ଜାମ୍ମୁ କାଶ୍ମୀରର ଦ୍ୱିତୀୟ ଉପ-ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗୁରୁବାର ସକାଳେ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଭବନ ତରଫରୁ ଘୋଷଣା କରାଯାଇଛି ।

ଗରିବ ପ୍ଳାଜ୍‌ମା ଦାତାଙ୍କୁ ଆର୍ଥିକ ସହାୟତା ଯୋଗାଇବ ଲାଲଚନ୍ଦ ଜୁଏଲର୍ସ: ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମତି

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ପ୍ଳାଜ୍‌ମା ଦାତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ ଲାଲଚାନ୍ଦ ଫାଉଣ୍ଡେସନ୍ ।  ଲାଲଚାନ୍ଦର ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଛି । ଲାଲଚନ୍ଦ ଗ୍ରୁପ୍ ଫାଉଣ୍ଡର ସଞ୍ଜୟ ହଂସ ନିକଟରେ ଏହି ଫାଉଣ୍ଡେସନର ଗଠନ କରିଛନ୍ତି ଯାହା ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ସହଯୋଗ କରିବ । ସ୍ୱୀକୃତି ପରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସଞ୍ଜୟ । ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ  ଜନହିତକାରୀ କାର୍ଯ୍ୟ ହିଁ ତାଙ୍କୁ ଲୋକଙ୍କ ସହଯୋଗ ନେଇ ପ୍ରେରିତ କରିଛି ।

sanjaya hans

            ସୂଚନା ଯୋଗ୍ୟ ଯେ, ପୂର୍ବରୁ ହିଁ ସଞ୍ଜୟ ହଂସ ସାମାଜିକ ସେବା କାର୍ଯ୍ୟରେ ସକ୍ରିୟ ଅଛନ୍ତି । ସଞ୍ଜୟଙ୍କ ଜଣେ ଘନିଷ୍ଠ ସହଯୋଗୀ ନିଜ ନାମ ଗୋପନ ରଖି ଏହା କହିଛନ୍ତି । ସେ ଆହୁରୀ କହିଛନ୍ତି, ସଞ୍ଜୟ ସବୁବେଳେ  ଗରିବ ଲୋକ ଓ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ କରିଆସିଛନ୍ତି । ସେ ବହୁ ବର୍ଷ ଧରି ଏଭଳି କାର୍ଯ୍ୟ କରୁଆସୁଥିଲେ ମଧ୍ୟ ଖୁବ୍ କମ୍ ଲୋକ ଏସବୁ ସମ୍ପର୍କରେ ଜାଣନ୍ତି । କାହିଁକି ସେ ଲୋକଦେଖାଣିଆକୁ ପସନ୍ଦ କରନ୍ତିନାହିଁ । ଚୁପ୍ ଚାପ ନିଜ କାମ କରିବାକୁ ସେ ପସନ୍ତ କରନ୍ତି । ଏବେ ସେ ଏଭଳି କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତଭାବେ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଫଳରେ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ସହଯୋଗ କରିବା ସହ ସଞ୍ଜୟଙ୍କ ସହାୟତା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ । ଏଥିସହିତ ଯୋଗ୍ୟ ପ୍ଳାଜ୍‌ମା ଦାତା ଆସି ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ସହାୟତାକୁ ଗ୍ରହଣ କରିବାକୁ କୁହାଯାଇଛି ।

            ନିରନ୍ତର ପରିଶ୍ରମ ଫଳରେ ଭଲ କ୍ୱାଲିଟିର ସାମଗ୍ରୀ ଓ ଗ୍ରାହକଙ୍କ ଆତ୍ମସନ୍ତୋଷକୁ ଗୁରୁତ୍ୱ ଦିଆଯିବା ଫଳରେ ୨୦୦ ସ୍କ୍ୟୁଏର ଫୁଟ୍‌ର ରୁପା ଦୋକାନ ଆଜି ପୂର୍ବ ଭାରତର ସର୍ବ ବୃହତ ଅର୍ଥାତ ୩୦ ହଜାର ସ୍କ୍ୟୁଏର ଫୁଟର ଜୁଏଲାରୀ ସପ୍‌ରେ ପରିଣତ ହୋଇଛି । ଟ୍ୱିନ୍ ସିଟିରେ ମୋଟ ୭୦ ହଜାର ସ୍କ୍ୟୁଏର ଫୁଟ ଗହଣ ଦୋକାନ ରହିଛି ।

କରୋନା ଆତଙ୍କ : କାନ୍ଧ ଦେଲେନି କୁଟୁମ୍ୱ, ଟ୍ରଲିରେ ବୁହା ହେଲା ଶବ

କୋଣାର୍କ: ମୃତ୍ୟ ପରେ କାନ୍ଧ ମିଳିଲାନି । ଶବ ନେଇ ଶ୍ମଶାନ ଯାଏଁ ଯିବା ପାଇଁ କେହି ରାଜି ହେଲେ ନାହିଁ । ଆତ୍ମୀୟମାନେ କରୋନା ଭୟରେ ପାଖ ମାଡ଼ିବାକୁ ପ୍ରସ୍ତୁତ ନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଣାର୍କ ବିଜ୍ଞାପିତ ପରିଷଦ ଅଞ୍ଚଳରେ । ସୂଚନା ମୁତାବକ, ଆଜି ସକାଳ ସନାତନ ରାଉତଙ୍କ ପୁତ୍ର ସାଧୁଆଙ୍କର ମୃତ୍ୟୁ ଘଟିଛି । ଦେହ ଖରାପ ଥିବାରୁ ତାଙ୍କୁ ପୂର୍ବରୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ ପରିବାର ଲୋକ ପୁରୀ ନେଇଥିଲେ । ତେବେ ପୁରୀ ଓପିଡି ବନ୍ଦ ଥିବା ହେତୁ ପରିବାର ଲୋକେ ସାଧୁଆଙ୍କୁ ଭୁବନେଶ୍ୱର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଜି ତାଙ୍କୁ ଭୁବନେଶ୍ୱର ନେଇକରି ପରିବାର ଲୋକ ଆସିଥାନ୍ତେ । କିନ୍ତୁ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ସାଧୁଆଙ୍କୁ ଡାକ୍ତର ଉଭୟ ଟାଇଫଏଡ ଓ କରୋନା ପରୀକ୍ଷା କରିବା ପାଇଁ କହିଥିଲେ ।

ତେବେ ମୃତ୍ୟୁ ପରେ କରୋନାକୁ ନେଇ ଲୋକଙ୍କ ମନରେ କେତେ ଭୟ ଅଛି ତାହା ଦେଖିବାକୁ ମିଳିଥିଲା । କୁଟୁମ୍ବ ଲୋକ ସାଧୁଆ ଓ ତାଙ୍କ ପରିବାରକୁ ଶବଦାହରେ ସହଯୋଗ କରିନଥିଲେ । କରୋନା ସଂକ୍ରମଣ ଭୟରେ ସେମାନେ ଏପରି କରିଥିବା କୁହାଯାଉଛି ।  କରୋନା ସଂକ୍ରମଣର ଆଶଙ୍କା କରି କୁଟୁମ୍ୱ ଘର ଲୋକେ ଶବକୁ କାନ୍ଧ ଦେବାକୁ ମନା କରିବା ପରେ ବାଧ୍ୟ ହୋଇ ପରିବାର ଏକାକୀ ଶବଦାହ କରିବା ପାଇଁ ନିଷ୍ପତ୍ତି ନେଲା । ତେବେ ଶବକୁ ଆଉ କାନ୍ଧ ମିଳିନାହିଁ । ଚାରି କାନ୍ଧରେ ଶ୍ମଶାନ ଯିବା ସମ୍ଭବ ନହେବାରୁ ଘର ଲୋକେ ଟ୍ରଲି ଯୋଗାଡ କରିଥିଲା ।  ଉଲ୍ଲେଖଯୋଗ୍ୟ ଯେ କୋଣାର୍କ ପୌର ପରିଷଦ ପରିବାର ପାଇଁ ପିପିଇ କିଟ୍ ଯୋଗାଡ଼ କରିଥିଲା । ପିପିଇ କିଟ୍ ପିନ୍ଧି  ମୃତକଙ୍କର ଭିଣୋଇ,ପିଇସା,ମଉସା ଓ ଜଣେ ସମ୍ପର୍କୀୟ ଭାଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ ।

 

ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ଯାହା କରୋନା ପରି ଭୟଙ୍କର, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତାରେ । ଏଯାବତ ଏହି ଭାଇରସରେ ସେଢ଼େ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଭିତରେ ଆଉ ଏକ ଭାଇରସର ଡର ଲୋକଙ୍କୁ ବ୍ୟସ୍ତ ଓ ବିବ୍ରତ କରୁଛି । ଏହି ଭାଇରସ ମଧ୍ୟ ଚୀନରୁ ଆସିଛି ଏବଂ ଏହା ମଣିଷଠୁ ମଣିଷକୁ ବ୍ୟପିଥାଏ । ବର୍ତ୍ତମାନ ଯାଏ ଏହି ଭୟଙ୍କର ଭାଇରସ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୬୦ ଜଣ ଏଥିରେ ଆକ୍ରାନ୍ତ ହୋଇସାରିଥିବା ସୂଚନା ରହିଛି ।

ତେବେ ଆସନ୍ତୁ ଜାଣିବା କଣ ଏହି ନୂଆ ଭାଇରସ ଏବଂ ଏହାର ଲକ୍ଷଣ   

୧. ପ୍ରଥମ ଥର ଏହି ଭାଇରସ ୨୦୧୦ ମସିହାରେ ଚୀନରେ ଦେଖିବାକୁ ମିଳିଥିଲା । ଏହାପରେ ଜାପାନ ଏବଂ କୋରିଆରେ ମଧ୍ୟ କିଛି ମାମଲା ସାମ୍ନାକୁ ଆସିଥିଲା ।  

୨. ଏହାକୁ SFTS (Severe fever with thrombocytopenia syndrome) ଭାଇରସର ନାଁ ଦିଆଯାଇଥିଲା । ଏହାକୁ Tick Borne Disease ମଧ୍ୟ କୁହାଯାଏ । ବୈଜ୍ଞାନିକଙ୍କ ମତରେ ଏହି ସଂକ୍ରମଣ ପଶୁ ମାନଙ୍କ ଶରୀରରେ ଲାଖି ରହୁଥିବା କିଲନି ପରି କୀଟ ଦ୍ୱାରା ମଣିଷ ପାଖକୁ ବିସ୍ତାର ହୋଇପାରେ ।

୩. ଏହି ଭାଇରସ ଦ୍ୱାରା ପଶୁ ମାନେ କମ ମୃତ୍ୟୁ ବରଣ କରିଛନ୍ତି କିନ୍ତୁ ମଣିଷ ମାନଙ୍କ ପାଖରେ ଏହାର ମୃତ୍ୟୁ ହାର ୩୦ ପ୍ରତିଶତ ରହିଛି । ବର୍ତ୍ତମାନ ଚୀନ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ ଦ୍ୱାରା ୧୦-୧୬ % ଲୋକ ମୃତ୍ୟୁବରଣ କରିସାରିଲେଣି ।

୪. SFTS ର ଲକ୍ଷଣ- ଭୟଙ୍କର ଜ୍ୱର, ଖାଦ୍ୟ ହଜମ ନହେବା, ବାନ୍ତି ହେବା, ମାଂସପେଶୀ ଦରଜ ହେବା, ଶରୀରରେ ଲ୍ୟୁକୋସାଇଟ ଏବଂ ପ୍ଲେଟଲେଟର ଅଭାବ, ପ୍ରାରମ୍ଭିକ ସମୟରେ କାଶ ହେବା, ଜ୍ୱର ଏବଂ ନ୍ୟୁରୋଲୋଜିକାଲ ରୋଗ ହେବା ।

୫. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୁଇ ବିଶେଷଜ୍ଞଙ୍କ ଚୀନ ଯାତ୍ରା ପରେ ବେଜିଂ ଏବଂ ସଂଯୁକ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ ଏଜେନ୍ସି କରୋନା ଭାଇରସର ସ୍ରୋତ ବିଷୟରେ ଜାଣିବା ପାଇଁ ଆଲୋଚନା କରୁଛନ୍ତି ।

୬.  ବୁଧବାର ଦିନ ଚୀନ ଗଣମାଧ୍ୟମ ଏହି ସୂଚନା ପ୍ରଦାନ ଦେଇ ମଣିଷ ମଧ୍ୟରେ ସଂକ୍ରମଣ ବିସ୍ତାର ହେବାର ସମ୍ଭାବନା ସମ୍ପର୍କରେ ଚେତାବନୀ ଦେଇଛି । ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶରେ ବର୍ଷର ପ୍ରଥମାର୍ଦ୍ଧରେ ୩୭ରୁ ଅଧିକ ଲୋକ SFTS ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।