spot_img
Home Blog Page 6666

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭର, ଘୋଷଣା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଆତ୍ମନିର୍ଭରଶୀଳ ଭାରତର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ମନ୍ତ୍ରଣାଳୟ ୧୦୧ ପ୍ରତିରକ୍ଷା ଉପକରଣର ଏକ ତାଲିକା ପ୍ରସ୍ତୁତ କରିଛି ଯାହାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ । ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନକୁ ଉତ୍ସାହିତ କରାଯିବ ବୋଲି ସେ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ରାଜନାଥ ସିଂ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଏହି ତାଲିକାରେ କେବଳ କିଛି ଅଂଶ ନୁହେଁ ବରଂ ଆକ୍ରମଣକାରୀ ରାଇଫଲ, ସୋନାର ସିଷ୍ଟମ, ପରିବହନ ବିମାନ, LCH, ରାଡାର ଏବଂ ଅନ୍ୟାନ୍ୟ ବୈଷୟିକ ଅସ୍ତ୍ର ମଧ୍ୟ ରହିଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ସହିତ ଭାରତର ପ୍ରତିରକ୍ଷା ଉଦ୍ୟୋଗ ଏକ ବୃହତ ପରିମାଣରେ ଉତ୍ପାଦନ କରିବାର ସୁଯୋଗ ପାଇବ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ନିଷ୍ପତ୍ତି ସହିତ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ନକାରାତ୍ମକ ତାଲିକାରେ ଅନ୍ତର୍ଭୁକ୍ତ ସାମଗ୍ରୀ ଉତ୍ପାଦନ କରିବାର ସୁଯୋଗ ପାଇବ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ସହ ପରାମର୍ଶ ପରେ ଉତ୍ପାଦ ଆମଦାନି ଉପରେ ପ୍ରତିବନ୍ଧକ ଲଗାଯିବ । ବର୍ତ୍ତମାନ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ୨୦୨୦ ରୁ ୨୦୨୪ ମଧ୍ୟରେ କାର୍ଯ୍ୟକାରୀ ହେବ । ୧୦୧ ଟି ଉତ୍ପାଦର ତାଲିକାରେ ଆର୍ମୋର୍ଡ ଫାଇଟିଂ ଯାନ (AFV) ମଧ୍ୟ ଅନ୍ତର୍ଭୁକ୍ତ । ରାଜନାଥ ସିଂ କହିଛନ୍ତି ଯେ ସଶସ୍ତ୍ର ବାହିନୀ, ବେସରକାରୀ ତଥା ସରକାରୀ ଶିଳ୍ପ ଭଳି ସମସ୍ତ ହିତାଧିକାରୀଙ୍କ ସହ ପରାମର୍ଶ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ତାଲିକା ପ୍ରସ୍ତୁତ କରିଛି । କଥାବାର୍ତ୍ତା ସମୟରେ ଭାରତରେ ଅସ୍ତ୍ରଶସ୍ତ୍ର ଏବଂ ବିଭିନ୍ନ ପ୍ରତିରକ୍ଷା ଉପକରଣ ଉତ୍ପାଦନ ସମ୍ବନ୍ଧରେ ଭାରତୀୟ ଶିଳ୍ପର ବର୍ତ୍ତମାନ ଏବଂ ଭବିଷ୍ୟତର ସାମର୍ଥ୍ୟକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା ।

ରାଜନାଥ ସିଂ କହିଛନ୍ତି ଯେ ଏହିପରି ୨୬୦ଟି ସ୍କିମ୍ ପାଇଁ ଏହି ତିନି ସେନା ଏପ୍ରିଲ୍ ୨୦୧୫ ରୁ ଅଗଷ୍ଟ ୨୦୨୦ ମଧ୍ୟରେ ପ୍ରାୟ ସାଢ଼େ ତିନି ଲକ୍ଷ କୋଟି ଟଙ୍କାର ଚୁକ୍ତିନାମା ଦେଇଛନ୍ତି । ଆକଳନ କରାଯାଇଛି ଯେ ଆସନ୍ତା ୬ ରୁ ୭ ବର୍ଷ ମଧ୍ୟରେ ଘରୋଇ ଶିଳ୍ପକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଚୁକ୍ତିନାମା ଦିଆଯିବ । ତେବେ ଲଦାଖରେ ଥିବା ଆକ୍ଟୁଆଲ୍ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LAC) ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ରାଜ୍ୟରେ ଦିନକରେ ୧୩ ଜଣଙ୍କର ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂଖ୍ୟା ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କରୋନା କହରରେ ଆହୁରି ୧୩ ଜଣଙ୍କର ଜୀବନ ଯାଇଛି । ୧୩ ଜଣଙ୍କର ମୃତ୍ୟୁ ସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି । କହିବାକୁ ଗଲେ ଦିନକରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ୧୩ ଜଣଙ୍କର ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ରହିଛନ୍ତି । ଗଞ୍ଜାମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଗଞ୍ଜାମରେ ୧୩୧ରେ ପହଞ୍ଚିଛି କରୋନା ମୃତ୍ୟୁ । ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି  । ଦୁଇଜଣଙ୍କ ମଧ୍ୟରରେ ଜଣେ ଭୁବନେଶ୍ୱରର ରହିଛନ୍ତି । ବାଲେଶ୍ୱର, ବରଗଡ଼, ନୟାଗଡ଼ରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । କୋରାପୁଟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ସହ ରାଜ୍ୟରେ ମୋଟ କରୋନା ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୨୪୧ କରୋନା ରୋଗୀ । ୧୫ ହଜାର ୩୬୫ ଜଣ ଏବେ ରାଜ୍ୟରେ ସକ୍ରିୟ ରହିଥିବା ବେଳେ ୨୭୨ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୭୩୪ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ପୁଣି ୧୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ନୂଆ କରୋନା ସଂକ୍ରମିତ । ୧୦୭୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ସବୁଠାରୁ ବଡ଼କଥା ହେଉଛି ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ସଂଖ୍ୟା ଆସିଛି । ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଗଞ୍ଜାମ ଠାରୁ ଆଗରେ ରହିଛି ଖୋର୍ଦ୍ଧା । ଏବେ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରେ ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି ।

ଆଜି ଗଞ୍ଜାମରୁ ୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୨ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୭, ସୁନ୍ଦରଗଡ଼ରୁ ୧୨୬, ଗଜପତିରୁ ୮୫, ଯାଜପୁରରୁ ୩୮, ରାୟଗଡ଼ାରୁ ୧୮, ବାଲେଶ୍ୱରରୁ ୭୩, ପୁରୀରୁ ୫୫, କୋରାପୁଟରୁ ୬୦, କେନ୍ଦୁଝରରୁ ୨୭, ନୟାଗଡ଼ରୁ ୧୦୬, ସମ୍ବଲପୁରରୁ ୧୪, ଭଦ୍ରକରୁ ୫୮, କନ୍ଧମାଳରୁ ୫୯, ମୟୂରଭଞ୍ଜରୁ ୩୫, ମାଲକାନାଗିରିରୁ ୫୨, ଜଗତସିଂହପୁରରୁ ୧୨, କେନ୍ଦ୍ରାପଡ଼ାରୁ ୨, ବଲାଙ୍ଗିରରୁ ୬, ବରଗଡ଼ରୁ ୫୧, ଢ଼େଙ୍କାନାଳରୁ ୨୯, କଳାହାଣ୍ଡିରୁ ୨୪, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୬, ନବରଙ୍ଗପୁରରୁ ୧୩, ନୂଆପଡ଼ାରୁ ୨୨, ସୋନପୁରରୁ ୧୩, ଦେବଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ଏହା ସହ ରାଜ୍ୟରେ ମୋଟ କରୋନା ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୨୪୧ କରୋନା ରୋଗୀ । ୧୫ ହଜାର ୩୬୫ ଜଣ ଏବେ ରାଜ୍ୟରେ ସକ୍ରିୟ ରହିଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ସାରା ଦେଶରେ ବାଜି ଉଠିଥିଲା ଇଂରେଜ ଭାରତ ଛାଡ଼ ଆନ୍ଦୋଳନର ରଣହୁଙ୍କାର ଧ୍ୱନି

ଆଜି ହେଉଛି ଅଗଷ୍ଟ ୯  । ଏହି ଦିନ ପୁରା ଦେଶ ପାଳନ କରିଥାଏ କ୍ରାନ୍ତି ଦିବସ । ଭାରତରୁ ଇଂରେଜୀଶାସନ ହଟେଇବା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଗଢ଼ିଉଠିଥିଲା ଦୁର୍ବାର ଆନ୍ଦୋଳନ । ଏହି ଆନ୍ଦୋଳନର ଶେଷ ତୂର୍ଯ୍ୟନାଦ ୧୯୪୨ ଅଗଷ୍ଟ ମାସରେ ବାଜିଥିଲା । ଅଗଷ୍ଟ ୦୯ରେ ଆରମ୍ଭ ହେଲା ଭାରତ ଛାଡ଼ ଆନ୍ଦୋଳନ । ସେଥିପାଇଁ ଏହି ବିଶେଷ ଦିନକୁ ସାରା ଦେଶରେ ଆମେ କ୍ରାନ୍ତି ଦିବସ ଭାବରେ ପାଳନ କରିଥାଉ ।

ଇତିହାସ କହେ ଭାରତର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଜାତୀୟତା ଆନ୍ଦୋଳନ, ୧୯୪୨ ମସିହା ବେଳକୁ ବ୍ୟାପକ ଗଣ ବିପ୍ଳବର ରୂପ ନେଇଥିଲା । ଆଦିବାସୀ, ଚାଷୀ,ମୂଲିଆଙ୍କ ଠାରୁ ଆରମ୍ଭ କରି ସହରର ଶ୍ରମିକ, ଛାତ୍ର ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ଅଗଷ୍ଟ ୦୯ ସକାଳେ ଅଧିକାଂଶ ଦେଶସେବୀ, ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ ଓ ବିଶ୍ୱନାଥ ଦାସଙ୍କ ପରି ବହୁ ସଂଗ୍ରାମୀ ।

୧୯୪୨ ଅଗଷ୍ଟ ୨୬ ତାରିଖରେ କାଇପଦା ଠାରେ ପୋଲିସ ଗୁଳିରେ ୪ଜଣ ସହିଦ ହୋଇଥିଲେ । କୋରାପୁଟର ମାଥିଲି ଠାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ମଧ୍ୟ ଦିଆଯାଇଥିଲା । ସେହିପରି ପାପଡ଼ାହାଣ୍ଡି, ନୀଳଗିରି, ଇରମ୍‌ ଠାରେ ଆନ୍ଦୋଳନକାରୀମାନେ ପୋଲିସ ଗୁଳିକୁ ଭ୍ରୁକ୍ଷେପ ନ କରି ସହିଦ ହୋଇଥିଲେ ।

କ୍ରାନ୍ତି ଦିବସରେ ଆରମ୍ଭ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ, କରୋନା ପାଇଁ ହେବ ସହାୟକ

ଭୁବନେଶ୍ୱର: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ । ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଏହି ଅଭିଯାନ ସପ୍ତାହ ବ୍ୟାପି ଚାଲିବ । କରୋନା ସମୟରେ ରକ୍ତ ସଂକଟ ଦୂର କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଚାଲିବ ଏହି ଅଭିଯାନ । ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସକାଳ ସାଢେ ୯ଟାରେ ରକ୍ତଦାନ ଶିବିରର ଶୁଭାରମ୍ଭ ହୋଇଛି ।

ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଶିବିରର ଉଦଘାଟନ । ରକ୍ତଦାନ ଶିବରରେ ବିଧାୟକ ଦେବୀ ପ୍ରସାଦ ମିଶ୍ର,  ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଏବଂ ଦଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରୁଛନ୍ତି । ସପ୍ତାହ ଧରି ଚାଲିବ ଏହି ରକ୍ତଦାନ ଶିବିର । ତେବେ ଏହି ସିବିରରୁ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଦେଶରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସୁସ୍ଥତା ହାର, ସୁସ୍ଥ ସଂଖ୍ୟା ୧୪ ଲକ୍ଷ ପାର

ନୂଆଦିଲ୍ଲୀ: ଭାରତରେ ରେକର୍ଡ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ ମୋଟ ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୫୩ ହଜାର ୦୧୧ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪୩,୩୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୬୪ ହଜାର ୩୯୯ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା  ବେଳେ ୮୬୧ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁ ହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

ଗଣେଶ ପୂଜା ପାଇଁ କଟକଣା, କରୋନା ପାଇଁ ସର୍ବସାଧାରଣରେ ହେବ ନାହିଁ ଗଣେଶ ପୂଜା

କଟକ: କରୋନା କହରରେ ପୁରା ଦେଶ । ବନ୍ଦ ହେବାକୁ ଲାଗିଛି ଗୋଟିଏ ପରେ ଗେଟିଏ ପର୍ବ । କରୋନାର ନାଲି କିଟମିଟ ଆଖି ଏବେ ଆମ ସଂସ୍କୃତି ଏବଂ ପରମ୍ପରା ଉପରେ ପଡ଼ିବାକୁ ଲାଗିଲାଣି । ଦେଶରେ ବିଭିନ୍ନ ପ୍ରକାରର ପୂଜା ପାର୍ବଣ ଏବେ ଧିରେ ଧିରେ ହୋଇ କରୋନା ଡ଼ରରେ ବନ୍ଦ ହେଲାଣି । ପୂର୍ବରୁ ମୁମ୍ବାଇରେ ବିଶ୍ୱ ପ୍ରସିଦ୍ଧ ଗଣେଶ ପୂଜା ହେବ ନାହିଁ ବୋଲି ସୁଚନା ମିଳିଥିଲା  । ଆଉ ଏବେ କଟକରେ ।

କଟକରେ ପୂଜା ହେବ କିନ୍ତୁ ସର୍ବସାଧାରଣର ହେବ ନାହିଁ ଗଣେଶ ପୂଜା । କ୍ଲବ କିମ୍ବା ଶିକ୍ଷାନୁଷ୍ଠାନରେହ କରାଯାଇପାରିବନି ପୂଜା । ପୂଜକଙ୍କୁ ନଡାକି ନିଜ ଘର ଭିତରେ ରହି ପୂଜା କରିବାକୁ କଟକଣା ଜାରି କରିଛି କଟକ ପ୍ରଶାସନ । ସେହିଭଳି ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ମୃତ୍ତି ପାଇଁ କଟକଣା ଭିତରେ ଉଠାପାରିବେ ମାଟି । ପାର୍ବଣରେ ପୂଜାକୁ ନେଇ  ଶାନ୍ତି କମିଟି, ଓ ପୂଜା କମିଟି ସହ ଆଲୋଚନା ପରେ ଏହି ନିସ୍ପତି ନିଆଯାଇଛି  । ତେବେ ଶାରଦୀୟ ଦୂର୍ଗାପୂଜା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ

ଜମ୍ମୁ କଶ୍ମୀର ସୀମାରେ ଅସ୍ତ୍ରବିରତି ଉଲଂଘନ, ବୁଡଗାମରେ ଆତଙ୍କୀ ଗୁଳିର ଶିକାର ହେଲେ ବିଜେପି ନେତା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅସ୍ତ୍ରବିରତୀ ଉଲଙ୍ଘନ କଲା ପାକିସ୍ତାନ । ପୁଞ୍ଚ ଜିଲ୍ଲା ମାନକୋଟ ସେକ୍ଟରରେ ସିଜଫାୟାର ଚାଲିଥିବା ବେଳେ ଭାରତୀୟ ସେନା ସଜାଗ ରହିଛନ୍ତି । ସେପଟେ ବୁଡଗାମରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହେଲେ ବିଜେପି ନେତା । ବୁଡଗାମ ଜିଲ୍ଲା ବିଜେପି ସଭାପତି ଓବିସ ମୋର୍ଚ୍ଚା ଅବଦୁଲ ହମିଦ ନଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କାରଯାଇଛି । ବୁଡଗାମ ଏସଏସପି ଓ ଜମ୍ମୁ କଶ୍ମୀର ପୋଲିସ ହମିଦଙ୍କୁ ମେଡିକାଲ ସ୍ଥାନାନ୍ତର କରିଛନ୍ତି । ଆତଙ୍କୀଙ୍କ ସାମ୍ନା କରିବାକୁ ଯବାନ ପ୍ରସ୍ତୁତ ଥିବା ଦେଖିବାକୁ ମିଲିଛି । ପୁରା ଅଞ୍ଚଳରେ ସେନା ଛାଉଁଣୀ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଛି।

ପୂର୍ବରୁ ମଧ୍ୟ ଅଗଷ୍ଟ ୪ ରେ, ଧାରା ୩୭୦ ଏବଂ ୩୫ଏ ହଟାଇବାର ପ୍ରଥମ ବାର୍ଷିକୀ ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ମିର ବଜାରରେ ବିଜେପି ସରପଞ୍ଚ ଆରିଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିଲେ ଯେଉଁଥିରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ଭାରତୀୟ ଜନତା ପାର୍ଟି କର୍ମୀ ୱାସିମ ବରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ୱାସିମଙ୍କ ବ୍ୟତୀତ ତାଙ୍କ ପିତା ବଶିର ଅହମ୍ମଦ ଏବଂ ଭାଇ ଉମର ବଶୀରଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା । ତିନିଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

ହୋଟେଲରେ ଥିବା କୋଭିଡ କେୟାରରେ ଲାଗିଲା ନିଆଁ, ୭ ଜଣଙ୍କର ମୃତ୍ୟୁ ୩୦ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଜୟୱାଡାର ଏକ କୋଭିଡ କେୟାର ହୋଟେଲରେ ନିଆଁ ଲାଗିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ହୋଟେଲ ଭିତରୁ ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏପର୍ଯ୍ୟନ୍ତ ୩୦ଜଣଙ୍କୁ ଉଦ୍ଧାର କାରଯାଇଥିବା ବେଳେ ପ୍ରାୟ ୭ଜଣଙ୍କ ଜୀବନ ଯାଇଥିବା ସୂଚନା ମିଲିଛି । ନିଆଁ ଲାଗିଥିବା ହୋଟେଲରେ ହସ୍ପିଟାଲ ତରଫରୁ କୋଭିଡ୧୯ ସୁବିଧା ମିଳୁଥିଲା । ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହୋଟେଲ ଗୋଲଡେନ୍ ପ୍ୟାଲେସରେ ଏହି ଦୁର୍ଘଟଣା ଘଟିଛି । ହୋଟେଲରେ ୩୦ ଜଣ କରୋନା ରୋଗୀ ଏବଂ ୧୦ ଜଣ ଡାକ୍ତରଖାନାର କର୍ମଚାରୀ ଥିଲେ।

ବିଜୟୱାଡା ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବହୁ ପରିଶ୍ରମ ପରେ ନିଆଁକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜେ ସମଗ୍ର ଦୁର୍ଘଟଣା ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପରେ ସମଗ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି ଏବଂ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ସେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ ହୋଟେଲକୁ ଏକ ଘରୋଇ ଡାକ୍ତରଖାନା ଭଡାରେ ନେଇଥିଲା, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ରୋଗୀଙ୍କୁ ଏଠାରେ ଚିକିତ୍ସା ପାଇଁ ରଖାଯାଇଥିଲା ।

କଳହ ପରେ ସାନ ଭାଇର ଆତ୍ମହତ୍ୟା, ମୃତ ଦେହ ଦେଖି ବଡ଼ ଭାଇ ନିଜ ଦେହରେ ଲଗାଇଲା ନିଆଁ

ଧର୍ମଗଡ଼: ଘରୋଇ କଳହକୁ ନେଇ ଉନ୍ମତ କାଣ୍ଡ । ଦୁଇ ଭାଇଙ୍କ ମଧ୍ୟରେ କଳହ ପରେ ସାନ ଭାଇର ଆତ୍ମହତ୍ୟା । ସାନ ଭାଇର ମୃତ ଦେହ ଦେଖି ବଡ଼ ଭାଇ କଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ କିରୋସିନ ପକାଇ ଲଗାଇଲା ନିଆଁ । ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛି ବଡ଼ ଭାଇ । ତେବେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଯେତେବେଳେ ସୀମା ଲଙ୍ଘିଥିଲା ସେତେବେ ଦେଖା ଦେଇଥିଲା ଏମିତି କିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଥାନା ରଜମୋଟେ ର ଗାଁରେ । ମୃତକ ସାନ ଭାଇର ନାମ ହେଉଛି ଲିଙ୍ଗ ଗହିର ଏବଂ ଗରୁତର ବଡ଼ ଭାଇର ନାମ ହେଉଛି ରବିନ ଗହିର ।

ସୂଚନା ଅନୁଯାୟୀ, ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ଝଗଡ଼ା ହୋଇଛି । ତେବେ ଗତ ରାତିରେ ଝଗଡ଼ା ତାର ସୀମା ଲଙ୍ଘିଥିଲା । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନ ଭାଇ ଘରୁ ସାଇକେଲ ନେଇ ରାତିରେ ଚାଲିଯାଇଥିଲା । ଘରଠୁ ଦୁରରେ ଥିବା ତାଙ୍କର ଚାଷ ଜମିରେ ବେକରେ ଦଉଡ଼ି ଲଗାଇ ଆତ୍ମ ହତ୍ୟା କରିଛି । ତେବେ ଘର ଲୋକ ବହୁ ଖୋଜେଖୋଜି କରିବା ପରେ ତାଙ୍କୁ ମୃତ ଅବସ୍ଥାରେ ଚାଷ ଜମିରେ ପାଇଥିଲେ । ଏହା ଦେଖି ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ବଡ଼ ଭାଇ । ତେବେ ବଡ଼ଭାଇ ଏବେ ଗରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।