spot_img
Home Blog Page 6506

କମୁଛି କରୋନା: ରାଜ୍ୟରେ ଦିନକରେ ୧୫୪୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୫୪୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୮୯୧ ଏବଂ ସ୍ଥାନୀୟ ସଂକ୍ରମଣ ୬୫୬ ରହିଛି । ସେହିପରି ଲଗାତାର ଭାବେ ୨୦୦ତଳେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା  । ଶୁକ୍ରବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୧ ଜଣଙ୍କ ଜୀବନ ନେଇଛି କରୋନା ।

ଶୁକ୍ରବାର ଦିନ ଅନୁଗୁଳରୁ ୯୫ , କଟକରୁ ୯୮, ସୁନ୍ଦରଗଡ଼ରୁ ୫୮, ବାଲେଶ୍ୱରରୁ ୭୯, ମୟୂରଭଞ୍ଜରୁ ୮୮, ଯୟପୁରରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୯, ବରଗଡ଼ରୁ ୩୫, ଜଗତସିଂହପୁରରୁ ୮୯, କଲାହାଣ୍ଡିରୁ ୩୭, କେନ୍ଦ୍ରାପଡାରୁ ୬୧, ବଲାଙ୍ଗିରରୁ ୭୯, ନବରଙ୍ଗପୁରରୁ ୬୦, ଝାରସୁଗୁଡା ଓ କଳାହାଣ୍ଡିରୁ ୩୭ ଜଣ ଲେକାଏଁ, ମାଲକାନଗିରିରୁ ୧୭, କେନ୍ଦୁଝରରୁ ୭୧ , ଭଦ୍ରକରୁ ୪୩, ସମ୍ବଲପୁରରୁ ୨୩, କନ୍ଧମାଳରୁ ୨୪, ନୟାଗଡ଼ରୁ ୩୪, ଢେଙ୍କାନାଳରୁ ୪୦, ବୌଦ୍ଧରୁ ୧୨ ଓ କୋରପୁଟରୁ ୩୭,  ଗଞ୍ଜାମରୁ ୨୪, ରାୟଗଡ଼ାରୁ ୯, ଦେଓଗଡ଼ରୁ ୧୭, ଗଜପତିରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଶୁକ୍ରବାରଦିନ ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୩୦୮ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ ଥିବା ବେଳେ ଆକ୍ଟିଭ କେସ୍ ୧୫ହଜାର ୨୪୭ ରହିଛି । ଏବଂ କରୋନାରୁ ୨ଲକ୍ଷ ୭୨ହଜାର ୩୮ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ୨୪ ଘଣ୍ଟାରେ ୪୮ହଜାର ୬୪୮ ସଂକ୍ରମିତ ଚିହ୍ନଟ , ୫୬୩ ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ପୁଣି କରୋନା ଗ୍ରାଫ କମିବା ସହ ଚିହ୍ନଟ ହୋଇଛନ୍ତି ଆଉ ୪୮ ହଜାର ୬୪୮ ଆକ୍ରାନ୍ତ । ସେହିପରି କରୋନା ନେଇଛି ଆଉ ୫୬୩ ଜୀବନ । ଏହାକୁ ମିଶାଇ କରୋନାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି । ଏବେବି ସାରା ଦେଶରେ ୫ଲକ୍ଷ ୯୪ ହଜାର ୩୮୬ ସକ୍ରିୟ ମାମଲା ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୭୩ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୮୦ଲକ୍ଷ ୮୮ହଜାର ୮୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଲକ୍ଷେ ୨୧ହଜାର ୯୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ଦେଶରେ ସୁସ୍ଥତା ହାର କରୋନା ସମୟରେ ଆଶ୍ୱସ୍ଥିକର ଖବର ।

୧୧ ଅକ୍ଟୋବର ସୁଧା ୭୦ଲକ୍ଷ ପାର କରିଥିଲା ସଂକ୍ରମିତଙ୍କ ସଂଖ୍ୟା

ସୂଚନା ଯୋଗ୍ୟ ଯେ, ଦେଶରେ ୭ ଅଗଷ୍ଟକୁ ସଂକ୍ରମିତଙ୍କ ସଂଖ୍ୟା ୨୦ଲକ୍ଷ, ୨୩ ଅଗଷ୍ଟରେ ୩୦ ଏବଂ ୫ସେପ୍ଟେମ୍ବରକୁ ସଂକ୍ରମିତଙ୍କ ସଂଖ୍ୟା ୪୦ଲକ୍ଷ ଅତିକ୍ରମ କରିସାରିଥିଲା । ଏହାସହ ୧୬ ସେପ୍ଟେମ୍ବର ସୁଧା ସଂକ୍ରମିତଙ୍କ ସଂଖ୍ୟା ୫୦ଲକ୍ଷ ପାର କରିଥିଲା ଏବଂ ୨୮ ସେପ୍ଟେମ୍ବରକୁ  ୬୦ଲକ୍ଷ, ୧୧ ଅକ୍ଟୋବରକୁ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ପାର୍ କରିଥିଲା ।

ଅଧିକ ଭିଡ଼ ଏବଂ ପ୍ରଦୂଷିତ ବାୟୁ ପାଇଁ ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାର କାରଣ ହେଉଛି ପର୍ବପର୍ବାଣୀରେ ଲୋକଙ୍କ ଭିଡ଼ ଓ ପ୍ରଦୂଷିତ ବାୟୁମଣ୍ଡଳ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦିଲ୍ଲୀରେ ପୂର୍ବ ୪ ସପ୍ତାହରେ ୨୯,୩୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫେସବୁକରେ ବାରମ୍ବାର ପ୍ରେମ ନିବେଦନ କରି ଶେଷରେ ଛେଚା ଖାଇଲେ ଯୁବକ, ଭାଇରାଲ ହେଲା ଭିଡ଼ିଓ

ଭଦ୍ରକ: ଫେସବୁକରେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା । ଫେସବୁକରେ ବାରମ୍ବାର ପ୍ରେମ ନିବେଦନ ପରେ ଦେଖା କରିବାକୁ ଆସିଥିଲେ । ବିଚ୍ ରାସ୍ତାର  ଯୁବକଙ୍କୁ ଗୋଡାଇ ଗୋଡ଼ାଇ ବାଡେଇଲେ ମହିଳା ଓ ସଂପର୍କୀୟ  । ଭଦ୍ରକ ବନ୍ତ ଛକର ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଖଇରା ବ୍ଲକର ଯୁବକ ଜଣଙ୍କ ସମ୍ବଲପୁରରେ ରହୁଥିବା ବନ୍ତ ଅଞ୍ଚଳର ମହିଳା ଜଣଙ୍କୁ ଫେସବୁକରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ଏପରକି ତାଙ୍କ ମୋବାଇଲକୁ ବିଭିନ୍ନ ସମୟରେ ମେସେଜ ମଧ୍ୟ ପଠାଉଥିଲେ । ଏନେଇ ମହିଳା ଜଣଙ୍କ ଅତିଷ୍ଠ ହୋଇ ପରିବାର ଲୋକଙ୍କୁ ଜଣାଇଥିଲେ । ଆଉ ଏହାର ସମାଧାନ ପାଇଁ କୌଶଳ କ୍ରମେ ସଂପୃକ୍ତ ଯୁବକଙ୍କୁ ବନ୍ତ ଛକକୁ ଡକାଇବା ପରେ ମହିଳା ଓ ସଂପର୍କୀୟଙ୍କ ସହ ମିଶି ଆକ୍ରମଣ କରିଥିଲେ । ଘଟଣାରେ ପୋଲିସ ମହିଳାଙ୍କ ୨ ସଂପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜିଏସଟି ଠକେଇ: ରାସ୍ତା କଡ଼ର ଚା ବିକାଳି କାଗଜ ପତ୍ରରେ କୋଟିପତି

ରାଉରକେଲା: ମାତିଛନ୍ତି ଜିଏସଟି ଠକ । ଜିଏସଟି ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା । ଦିନକୁ ଦିନ ଜିଏସଟି ଠକଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ପାଖାପାଖି ଶହେରୁ ଅଧିକ ଜିଏସଟି ଠକ ମାତିଛନ୍ତି । ଆଉ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ଗରୀବ ଓ ଦଳିତ ଲୋକ । ଗତକାଲି ଶ୍ରମିକ ଓ ଡ୍ରାଇଭରଙ୍କ ନାଁ ଜିଏସଟି ଲୁଟର ପର୍ଦ୍ଦାଫାସ ହୋଇଥିବା ବେଳେ, ପୁଣି ଆସିଛି ଜିଏସଟି ଠକେଇ ଅଭିଯୋଗ ।

ଏଥର ଜିଏସଟି ଠକେଇର ଶିକାର ହୋଇଛନ୍ତି ବାଲୁଘାଟ ବସ୍ତିର ୪ ଜଣ ଲୋକ । ସେମାନଙ୍କ ମଧ୍ୟରେ ଚା ଦୋକାନୀ, ଶ୍ରମିକ, ଅଟୋ ଡ୍ରାଇଭର ଅଛନ୍ତି । ରାସ୍ତା ଗଡ଼ରେ ଚା ବିକୁଥିବା ଦମ୍ପତ୍ତି କାଗଜ ପତ୍ରରେ କୋଟି କୋଟି ଟଙ୍କାର ମାଲିକ । ଏମିତି ଗରିବ ପରିବାରକୁ ଶୀକାର କରିଛନ୍ତି ଏହି ଜିଏସଟି ଠକ ।

ଦୁଇ ଜଣ ଠକ ବସ୍ତିର ଶହେରୁ ଅଧିକ ଗରିବ ଲୋକଙ୍କୁ ମୋହରା ବନେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ସେହିପରି କାଳିମନ୍ଦିର ବସ୍ତିରେ ଗୋଟିଏ ପରିବାରର ୧୫ ଜଣ ଜିଏସଟି ଠକେଇର ଶିକାର ହୋଇଛନ୍ତି । ଅଭିଯୋଗ ପରେ ୨ ଠକ ଫେରାର ହୋଇଯାଇଥିବା ବେଳେ, ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା !

କଟକ: କରୋନା ପାଇଁ ଫିକା ପଡ଼ିଛି ସବୁ ପର୍ବପର୍ବାଣୀ । ଏଭଳି ପରିସ୍ଥିତିରେ ପ୍ରସିଦ୍ଧ ବାଲିଯାତ୍ରା ଉପରେ ମଧ୍ୟ ରୋକ ଲାଗିଛି । ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦଶହରା ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ପ୍ରସିଦ୍ଧ ବାଲିଯାତ୍ରାକୁ ନେଇ ଆସିଛି ବଡ଼ ଖବର । ଶହ ଶହ ବର୍ଷର ପରମ୍ପରାରେ କରୋନା ଲଗାଇଲା ବ୍ରେକ୍ । ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଏଥି ସହ ସାମୂହିକ ବୋଇତବନ୍ଦାଣ ଉପରେ ମଧ୍ୟରେ ରୋକ ଲଗାଇଛି ପ୍ରଶାସନ । ମହାନଦୀ କୂଳରେ ଅନୁଷ୍ଠିତ କଟକ ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗାମ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ଯଦିଓ ସରକାରୀ ସ୍ଥରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବାଲିଯାତ୍ରାରେ ସବୁଠୁ ଅଧିକ ଜନସମାଗମ ହୁଏ କରୋନାର ଏଭଳି ପରିସ୍ଥିତିକୁ ଦେଖି ଚଳିତ ବର୍ଷ ବାଲିଯାତ୍ରା ସମ୍ଭବ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ କିନ୍ତୁ ନା ଅଛି ଭକ୍ତଙ୍କ ଗହଳି ନା ଶୁଭୁଛି ହବିଷ୍ୟାଳୀଙ୍କ ହୁଳହୁଳି

ପୁରୀ: ଦଶହରା ପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏଥର କୋଭିଡ କଟକଣା ପାଇଁ ପୁରୀରେ ଜମିନି ହବିଷ୍ୟାଳୀଙ୍କ ଭିଡ । ପୁରୀ ନଆସି ହବିଷ୍ୟାଳି ଘରେ ରହି ବ୍ରତ ପାଳନ ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ବ୍ରତ ପାଳନ ବେଳେ ଜନଗହଳି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି  ।

ଖାସକରି ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବା ହେତୁ ସେମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଧର୍ମମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ସହ ପୁଣ୍ୟ କମାଇବାକୁ ପୁରୀ ଆସିଥାନ୍ତି ବ୍ରତଧାରୀ ।  ପ୍ରତିଦିନ ବ୍ରତ, ମହାପ୍ରସାଦ ସେବନ ସହ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ କରିଥାନ୍ତି । ମହାମାରୀ ଯୋଗୁଁ ଚଳିତବର୍ଷ ହବିଷ୍ୟାଳିଙ୍କ ସଂଖ୍ୟା ସେତେଟା ନାହିଁ । ମାତ୍ର  କଟକଣା ମଧ୍ୟରେ କିଛି ଶ୍ରଦ୍ଧାଳୁ ପୁରୀ ପହଞ୍ଚିଥିବା ଦେଖିବାକୁ ମିଳିଛି ।

ସେହିପରି ଚଳିତ ବର୍ଷ ହେବାକୁ ଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ପାରିବେନି ଭକ୍ତ । ଚଳିତ ବର୍ଷ ପଞ୍ଚୁକ ସମୟରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ । ନାଗାର୍ଜୁନ ବେଶ ମନ୍ଦିର ଭିତରେ ରୀତିନୀତି ଅନୁସାରେ ପାଳନ ହେବ କିନ୍ତୁ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । କରୋନା ବ୍ୟାପିବାରୁ ରୋକିବାକୁ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି ।

ବିବାହରୁ ଫେରୁଥିବା ବେଳେ ଓଲଟିଲା ଭ୍ୟାନ୍, ୬ମୃତ

ଗୋଦାବରୀ: ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଭ୍ୟାନ୍ ଓଲଟିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ବିବାହ ଉତ୍ସବରୁ ଫେରୁଥିବା ବେଳେ ଭ୍ୟାନଟି ଦୁର୍ଘଟଣାର ଶୀକାର ହୋଇଛି । ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବିବାହ ଉତ୍ସବ ପରେ ବାଲାଜୀ ମନ୍ଦିରରୁ ଫେରୁଥିବା ବେଳେ ବ୍ରେକ୍ ଫେଲ୍ ହେବା ପରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ହସ୍ପିଟାଲ ନେବା ବାଟରେ ଜଣେ ପ୍ରାଣ ହରାଇଥିଲେ ।  ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି । ଭ୍ୟାନ୍‌ରେ ମୋଟ୍ ୧୫ ଜଣ ଥିବା ସୂଚନା ମିଳିଛି ।

ଆଇସିଏମ୍ଆର ଦେଲା ଭଲ ଖବର ! ବୟସ୍କଙ୍କ ପାଇଁ ଅଧିକ ଫଳପ୍ରଦ ହେବ ବିସିଜି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ, ଆଇସିଏମଆର ଆଣିଛି ଆଶ୍ୱସ୍ଥିକର ଖବର । ଟିବି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ବିସିଜି ଟିକା ଏବେ କୋରାନ ଭାଇରସ  ଉପରେ ପ୍ରଭାବ ପାକାଇପାରେ । ଏବଂ ବୟସ୍କଙ୍କ ଉପରେ ଏହାର ପ୍ରଭାବ ଅଧିକ ଦେଖାଦେଇପାରେ । ଆଇସିଏମଆରର ବୈଜ୍ଞାନିକମାନେ ଏନେଇ ସୂଚନା ଦେଇଛନ୍ତି ।

ଆଇସିଏମଆରର ବୈଜ୍ଞାନିକ କହିଛନ୍ତି ଯେ, ଶିଶୁଙ୍କୁ ଦିଆ ଯାଉଥିବା ବିସିଜି ଟିକା ଏବେ କରୋନାରୁ ବରିଷ୍ଠ ନାଗରିକଙ୍କୁ ରକ୍ଷା କରିବ । ୬୦ ବର୍ଷରୁ ଅଧିକ ବୟସ୍କ ୮୬ ଜଣଙ୍କ ବ୍ୟକ୍ତିଙ୍କୁ ନେଇ ଆଇସିଏମଆର କରିଥିବା ପରୀକ୍ଷଣ ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି । ୮୬ଜଣଙ୍କ ମଧ୍ୟରୁ ୫୪ଜଣଙ୍କୁ ବିସିଜି ଭ୍ୟାକସିନ ଦିଆଯାଇଥିବା ବେଳେ ୩୨ଜଣଙ୍କୁ ଟିକା ଦିଆଯାଇନଥିଲା ।

ତେବେ ଭ୍ୟାକସିନ ନେଇଥିବା ବରିଷ୍ଠ ନାଗରିକଙ୍କ ଦେହରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଣୁ ଆଗକୁ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ବିସିଜି ଟିକାର ବ୍ୟବହାର ସପକ୍ଷରେ ମତ ରଖିଛି ଆଇସିଏମଆର । ତେବେ ଏବେବି ବିସିଜି ଟିକା ପରୀକ୍ଷଣ ଜାରି ରଖିଛି ଆଇସିଏମଆର । ପୂର୍ବରୁ ଇଣ୍ଡୋନେସିଆ, ଜାପାନ ଓ ୟୁରୋପର ବୟସ୍କଙ୍କ ଠାରେ ଶ୍ୱାସ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇଁ ବିସିଜି ଟିକାର ପରୀକ୍ଷଣ କରାଯାଇଥିଲା ।

ଦୁନିଆର ଏମିତି ଏକ ରହସ୍ୟମୟ ଦ୍ୱୀପ ! ଯେଉଁଠାକୁ ଯିବାକୁ ମହିଳାମାନଙ୍କୁ କରାଯାଇଛି ସମ୍ପୂର୍ଣ୍ଣ ବାରଣ

ଓକିନୋସିମା: ଦୁନିଆରେ ଅନେକ ସ୍ଥାନ ଅଛି, ଯାହା ନିଜର ବିଶେଷ କାରଣ ପାଇଁ ପ୍ରସିଦ୍ଧ । ଏହି ସ୍ଥାନଗୁଡିକ ବିଷୟରେ ଶୁଣିବା ପରେ,  ଥରେ ସେଠାକୁ ବୁଲିବାକୁ ଯିବାକୁ ନିଶ୍ଚିତ ଇଚ୍ଛା ହୋଇଥାଏ । ଜାପାନର ଓକିନୋସିମା ଦ୍ୱୀପ ମଧ୍ୟ ଏହି ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ଏହି ଦ୍ୱୀପ ସହିତ ଜଡିତ ଅଜବ ନିୟମ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଓକିନୋସିମା ଦ୍ୱୀପ ଏପରି ଏକ ସ୍ଥାନ ଯେଉଁଠାରେ ମହିଳାଙ୍କ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥି ସହିତ ପୁରୁଷମାନଙ୍କୁ ମଧ୍ୟ ଏହି ଦ୍ୱୀପ ପରିଦର୍ଶନ କରିବାକୁ ହେଲେ କଡା ନିୟମ ପାଳନ କରିବାକୁ ପଡିଥାଏ ।

ଓକିନୋସିମା ଦ୍ୱୀପକୁ ୟୁନେସ୍କୋ ବିଶ୍ୱର ଐତିହ୍ୟ ସ୍ଥଳ ଭାବେ ଘୋଷିତ କରିଛି । ୭ଶହ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଦ୍ୱୀପ ବିଷୟରେ କୁହାଯାଏ ଯେ, ଚତୁର୍ଥରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଉପଦ୍ୱୀପ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟର କେନ୍ଦ୍ର ହେଉଥିଲା ଏହି ଦ୍ୱୀପ ।

ଧାର୍ମିକ ଭାବରେ ଏହି ଦ୍ୱୀପଟିକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ଦ୍ୱୀପରେ ପ୍ରାଚୀନ କାଳରୁ ଏବେ ପର୍ଯ୍ୟନ୍ତ କେତେକ ଧାର୍ମିକ ପ୍ରତିବନ୍ଧକ ରହିଆସିଛି, ତେଣୁ ଦ୍ୱୀପରେ ମହିଳାମାନଙ୍କ ଆଗମନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି ।

କୁହାଯାଏ ଯେ, ଏହି ଦ୍ୱୀପକୁ ଯିବାକୁ ହେଲେ ପୁରୁଷମାନଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବାକୁ ପଡ଼ିଥାଏ । ଏହି ଦ୍ୱୀପ ବିଷୟରେ ନିୟମ ଏତେ କଠୋର ଯେ ଗୋଟିଏ ବର୍ଷରେ କେବଳ ୨୦୦ ପୁରୁଷ ଏହି ଦ୍ୱୀପ ପରିଦର୍ଶନ କରିପାରିବାକୁ ଯାଇପାରନ୍ତି । ଯେଉଁମାନେ ଏହି ଦ୍ୱୀପ ପରିଦର୍ଶନ କରନ୍ତି ସେମାନଙ୍କୁ ସେଠାରୁ କିଛି ନ ଆଣିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେମାନଙ୍କୁ ସେମାନଙ୍କର ଯାତ୍ରା ବିଷୟରେ କାହାକୁ ନ କହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ସେଠାରୁ ଫେରୁଥିବା ଲୋକମାନେ ସେଠାରୁ ଧୁଳି ମଧ୍ୟ ଆଣି ପାରିବେ ନାହିଁ । ବାସ୍ତବରେ, ଏହି ଦ୍ୱୀପରେ ମୁନାକାତା ତାଇଶା ଓକିଟୁ ମନ୍ଦିର ଅଛି, ଯେଉଁଠାରେ ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ । କୁହାଯାଏ ଯେ ୧୭ତମ ଶତାବ୍ଦୀରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏଠାରେ ପୂଜା କରାଯାଉଥିଲା ।

ସୁନାରେ ନିବେଶ କରିବାର ଅର୍ଥ ନୁହେଁ କେବଳ ଅଳଙ୍କାର କିଣିବା, ଏଭଳି ଉପାୟରେ ଅର୍ଥ ସଞ୍ଚୟ କରିପାରିବେ

ନୂଆଦିଲ୍ଲୀ: ଯଦି ଆପଣ ଏହି ପାର୍ବଣ ଋତୁରେ ସୁନା କିଣିବାକୁ ଚାହାଁନ୍ତି ତେବେ କେବଳଯେ ସୁନା କିଣିବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆପଣ ସୁନାରେ ଅନ୍ୟ ପ୍ରକାରର ନିବେଶ କରିପାରିବେ । କାରଣ ଭାରତରେ ସୁନା ନିବେଶ ଏକ ଭରସାଯୋଗ୍ୟ ବିକଳ୍ପ । ତେବେ ଆସନ୍ତୁ ଏହା ସଂପର୍କରେ ଆଲୋଚନା କରିବା ।

ସଞ୍ଚିତ ଅର୍ଥକୁ ଆପଣ କଥିତ ରୂପରେ ସୁନା ଅଲଙ୍କାର କିଣିବାରେ ନିବେଶ କରିପାରିବେ । ଅଧିକାଂଶ ଗ୍ରାମୀଣ ଅଞ୍ଚଳର ବାସିନ୍ଦା ଏବେ ମଧ୍ୟ ସୁନାକୁ ନେବେଶକୁ ବିକଳ୍ପ ବୋଲି ଭାବିଥାନ୍ତି ।

ଆପଣ ମ୍ୟୁଚୁଆଲ ଫଣ୍ଡ୍‌ଜରିଆରେ ମଧ୍ୟ ସୁନାରେ ନିବେଶ କରିପାରିବେ । ବିଭିନ୍ନ ପ୍ରକାରର ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ ଉପଲବ୍ଧ ।

ସୁନାରେ ନିବେଶ ପାଇଁ ଡିଜିଟାଲ ଗୋଲ୍ଡ ମଧ୍ୟ ଏକ ଉପାୟ । କେତେକ ବ୍ୟାଙ୍କ, ମୋବାଇଲ ଓ୍ୱାଲେଟ ଏବଂ ବ୍ରୋକରେଜ୍‌କମ୍ପାନୀ ଏମଏମଟିସି, ପିଏଏମପି ବା ସେଲ୍ଫ ଗୋଲ୍ଡ ସହିତ ଟାଇ ଅପ କରି ନିଜ ଆପ ମାଧ୍ୟମରେ ଗୋଲ୍ଡ ବିକ୍ରି କରୁଛନ୍ତି । ଏହା ବ୍ୟତୀତ ଆପଣ ଶେୟାର ବଜାରରେ କମୋଟିଡି ଏକ୍ସଚେଞ୍ଜ ଦ୍ୱାରା ସୁନା କିଣାବିକା କରିପାରିବେ ।

ବର୍ଷ ୨୦୧୫ରେ ସଭରେନ ଗୋଲ୍ଡରେ ନିବେଶର ବିକଳ୍ପ ଆସିଛି । ଏହାକୁ ଜାରି କରିଛି RBI । ଏହା ମାଧ୍ୟମରେ ଏକ ଗ୍ରାମ ସୁନା ମଧ୍ୟ କିଣାବିକା ହୋଇପାରିବ । ନିବେଶକଙ୍କୁ ଅନଲାଇନ ବା କ୍ୟାଶ ମାଧ୍ୟମରେ ଏହାକୁ କିଣିବାକୁ ପଡ଼ିଥାଏ । ଏହାର ମ୍ୟାଚୁରିଟି ସମୟ ୮ ବର୍ଷ ହୋଇଥାଏ । କିନ୍ତୁ ୫ ବର୍ଷ ପରେ ଏଥିରୁ ବାହାରିବାର ବିକଳ୍ପ ମଧ୍ୟ ରହିଛି ।