ଚାକିରି ଲୋଭ ଦେଇ ଲୁଟୁଥିଲେ ଆକାଶ ପାଠକ

1 min read
Akash Pathak Fake MD Of Tata Motors Issued Offer Letters

ଭୁବନେଶ୍ୱର: ବାପାଙ୍କ ଠାରୁ କୌଣସି ଗୁଣରେ ପୁଅ ବି କମ୍ ନୁହେଁ । ପୂରା ୪୨୦ । ଏପିସିସିଏଫ୍ ପଦବୀର ଫାଇଦା ନେଇ କଳା ଟଙ୍କାରେ ସାମ୍ରାଜ୍ୟ ବିସ୍ତାର କରିଥିବା ଅଭୟକାନ୍ତ ପାଠକଙ୍କ କଳା କାରାନାମାର ପେଡ଼ି ଖୋଲୁଛି । ସୌଖିନ ସାମଗ୍ରୀରେ ବଞ୍ଚିବାକୁ ଭଲ ପାଉଥିବା ପାଠକ ପରିବାର ଲୋକଙ୍କୁ ଠକିବାରେ ଥିଲେ ମାହିର୍ । କୌଣସି ଚାକିରି କରିନଥିବା ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର MD ପରିଚୟ ଦେଇ କାରବାର କରୁଥିଲେ ।

Akash Pathak Fake MD Of Tata Motors Issued Offer Letters

ନଜର ପକାନ୍ତୁ ଏହି ଲିଷ୍ଟ ଉପରେ । ୟେ ହେଉଛି ଆକାଶ ପାଠକ ଲକଡାଉନ୍ ସମୟରେ ଟାଟା ମୋଟର୍ସର ପୁନେ ପାସେଞ୍ଜର ଡିଭିଜନ୍ ପାଇଁ କରିଥିବା ସାକ୍ଷାତକାରରେ ଉତୀର୍ଣ୍ଣଙ୍କ ତାଲିକା । ଦେଶରେ ଲକଡାଉନ୍ ମାର୍ଚ୍ଚ ଶେଷ ସପ୍ତାହରୁ ଲାଗୁ ହୋଇଥିବା ବେଳେ ଆକାଶ ଆରମ୍ଭ କରିଥିଲେ ବଡ଼ ବେପାର । ଦେଶ ବନ୍ଦ, କାମଧନ୍ଦା ଠପ୍ । ଏହାର ବେଶ୍ ଫାଇଦା ନେଇଥିଲେ ଆକାଶ । ଟାଟା ମୋଟର୍ସ ଲିମିଟେଡ୍ ନାଁରେ ପୁନେ ପିମ୍ପ୍ରି, ଟେଲକୋ ରୋଡ ଠିକଣାରେ ଅଫିସ୍ ଖୋଲିଥିଲେ ।

Akash Pathak Fake MD Of Tata Motors Issued Offer Letters

ବିଶ୍ୱାସଭାଜନ ହେବା ଲାଗି ଟାଟା ମୋଟର୍ସର ଲେଟର ପ୍ୟାଡ୍ ଭଳି ଦେଖାଯାଉଥିବା ଅବିକଳ ପ୍ୟାଡ୍ ବନାଇଥିଲେ । ଆଉ ପ୍ୟାଡରେ ଜଣେ କି ଦୁଇ ଜଣ ନୁହେଁ ୬୮ଜଣଙ୍କୁ ଦେଇଥିଲେ ଫେକ୍ ଅଫରେ ଲେଟର । କାହାକୁ ମ୍ୟାନେଜର ଟ୍ରେନି ତ ଆଉ କାହାକୁ ମ୍ୟାନେଜମେଣ୍ଟ ଟ୍ରେନି ପୋଷ୍ଟରେ ଦେଇଥିଲେ ଚାକିରି ଅଫର୍ ।

Akash Pathak Fake MD Of Tata Motors Issued Offer Letters

ଆକାଶ ପାଠକଙ୍କ ଫେକ୍ ଅଫର୍ ଲେଟର ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଯେଉଁ ଅଫର୍ ଲେଟରରେ ଟାଟା ମୋଟର୍ସ ଲିମିଟେଡ୍, ପ୍ୟାସେଞ୍ଜର ଡିଭିଜନ୍ ପୁନେର ଷ୍ଟାମ୍ପ ରହିଥିବା ବେଳେ ପ୍ୟାଡର ବ୍ୟବହାର କରାଯାଇଛି । ଯିଏ କେହିବି ଦେଖିଲେ ବୁଝିପାରିବନି ଏହି ଲେଟର ନକଲି । ଏମିତି ନକଲି ଅଫର୍ ଲେଟରେ ଦେଇ ଆକାଶ ପାଠକ କେତେଜଣଙ୍କୁ ଲୁଟିଛନ୍ତି ତାର ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ଆକାଶ ପାଠକଙ୍କ ବିରୋଧରେ ଟାଟା ମୋଟର୍ସ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛି ।

Leave a Reply