spot_img
Home Blog Page 6488

ସାଂସଦ ମିନାକ୍ଷୀ ଲେଖିଙ୍କ ସମେତ କରୋନା କବଳରେ ୧୭ ଏମପି୍

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୧୭ ସାଂସଦ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଗୃହ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏବେ ଯାଏଁ ହୋଇଥିବା ଟେଷ୍ଟରେ ବିଜେପି ସାଂସଦ ମିନାକ୍ଷୀ ଲେଖି, ଅନନ୍ତ କୁମାର ହେଗଡ଼େ ଓ ପ୍ରବେଶ ସାହିବ ସିଂହ ସମେତ ୧୭ ଜଣ ସାଂସଦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

17 MP Tested Positive For Covid19 Including BJP MP Meenakshi Lekhi

କରୋନା ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଖବୀର ସିଂହ, ପ୍ରତାପ ରାୱ ଯାଦବ, ଜନାର୍ଦ୍ଦନ ସିଂହ, ହନୁମାନ ବେନିୱାଲ, ସେଲଭମ୍ ଜୀ, ପ୍ରତାପ ରାୱ ପାଟିଲ, ରାମଶଙ୍କର କଠେରିୟା, ସତ୍ୟପାଳ ସିଂହଙ୍କ ସମେତ ଅନ୍ୟ ସାଂସଦ ରହିଛନ୍ତି । ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୧୭ ଜଣ ସାଂସଦଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

17 MP Tested Positive For Covid19 Including BJP MP Meenakshi Lekhi

ସଂସଦରେ କରୋନାକୁ ଦୃଷ୍ଟିରେ ରଖି ଲୋକସବା ସଦସ୍ୟଙ୍କ ଟେଷ୍ଟ ୧୩ ଓ ୧୪ ଅଗଷ୍ଟକୁ ସଂସଦ ପରିସରରେ କରାଯାଇଥିଲା । ମହାମାରୀ କରୋନା ବିତରେ ସଂସଦର ଲୋକସଭା କାର୍ଯ୍ୟ ସୋମବାର ସକାଳ ୯ଟାରେ ଆରମ୍ଭ ହୋଇଥିଲା । ସାଂସଦଙ୍କ ଉପସ୍ଥାନ ତରିକା ବଦଳି ଯାଇଛି । ସାଂସଦମାନେ ଆଟେଣ୍ଡାନ୍ସ ରେଜିଷ୍ଟର ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ । ସୋମବାର ସାଂସଦଙ୍କୁ ଏହାର କାର୍ଯ୍ୟକାରୀତା ବିଷୟରେ ଜଣାଇ ଦିଆଯାଇଛି । ଲୋକସଭା ସାଂସଦଙ୍କ ଡେସ୍କ ଆଗରେ କାଚ ସିଲ୍ଡ ଲଗା ଯାଇଛି । ପ୍ରାୟ ସାଂସଦ ବସି କରି ନିଜ ବକ୍ତବ୍ୟ ରଖୁଛନ୍ତି ।

ହରିଣ ଶିକାର ମାମଲା: ପୁଣି କୋର୍ଟରେ ହାଜର ହେବେ ସଲମାନ୍‌ ଖାନ୍

ମୁମ୍ୱାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପୁଣି କୃଷ୍ଣକାୟ ମୃଗ ଶିକାର ମାମଲାରେ ସଲମାନ ଖାନ୍ ଯୋଧପୁର କୋର୍ଟରେ ହାଜର ହେବାକୁ ପଡ଼ିବ । ରାଜସ୍ଥାନର ଯୋଧପୁରର ଜିଲ୍ଲା ଦୈରାଜଜ୍ କୋର୍ଟରେ ସଲମାନ୍ ଖାନଙ୍କୁ ୨୮ ଡିସେମ୍ୱରରେ ହାଜର ହେବାକୁ ପଡ଼ିବ । ଏହି ମାମଲାରେ ସୋମବାର ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ଜାରି ଆଦେଶ ଏହା ଦର୍ଶାଯାଇଛି । ତେବେ ସୋମବାର ହୋଇଥିବା ମାମଲାର ଶୁଣାଣିରେ ସଲମାନଙ୍କ ହସ୍ତିମଲ ଶାଶ୍ୱତ ଅଦାଲତରେ ଉପସ୍ଥିତ ଅଛନ୍ତି ।

       ସୂଚନା ଯୋଗ୍ୟ ଯେ, ୧୯୯୮ ମସିହାରେ ଫିଲ୍ମ ହମ୍ ସାଥ୍ ସାଥ୍‌ ହେଁ,ର ସୁଟିଂ ସମୟରେ ସଲମାନ୍ ଖାନ୍ ଏବଂ ତାଙ୍କ ଫିଲ୍ମରେ କାମ କରୁଥିବା ସେଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ୍, ସୋନାଲି ବିନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହ ଉପରେ କାଙ୍କଣି ଗାଁର ଏକ କୃଷ୍ଣକାୟ ହରିଣର ଶିକାର କରିଥିବା ଅଭିଯୋଗ ହୋଇଥିଲା । ଯାହା ଉପରେ କୋର୍ଟରେ ମାମଲା ଚାଲିଛି ।

https://www.instagram.com/p/CC1XXiElTKp/?utm_source=ig_embed&utm_campaign=embed_video_watch_again

ଏହି ମାମଲା ଚାଲଥିବା ଯୋଗୁଁ ସଲମାନ୍ ଖାନଙ୍କୁ ବେଳେ ବେଳେ କୋର୍ଟରେ ହାଜର ହେବାକୁ ପଡ଼ୁଛି । ୨୦୧୮ ମସିହା ଅପ୍ରେଲ ୫ରେ ଯୋଧପୁର ସେସନ୍ କୋର୍ଟର ମୁଖ୍ୟ ନ୍ୟାୟିକ ମଜିଷ୍ଟ୍ରେଟ୍ ଦେବକୁମାର ଖତ୍ରି  କୃଷ୍ଣକାୟ ହରିଣ ଶିକାର ମାମଲାରେ ସଲମାନଙ୍କୁ ଦୋଷୀ ପାଇଥିବା ବେଳେ ତାଙ୍କୁ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ସଲମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଛି ।

 

ଭରାନଈରେ ବିପଦସଙ୍କୁଳ ଯାତ୍ରା, ବିବାହ କରି କାଠଡଙ୍ଗାରେ ଫେରିଲେ ନବଦମ୍ପତି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରୁ ସବୁବେଳେ ଏମିତି କିଛି ନା କିଛି ଖବର ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । କେତେବଳେ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ, ତ ଆଉ କେତେବେଳେ ସ୍ୱାଧୀନତାକୁ ୭୦ ବର୍ଷ ପୁରିଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ । ଏମିତି କି ଗାଁକୁ ପାନୀୟ ଜଳ ଯୋଗାଣ ସୁବିଧା ନଥିବା ବେଳେ ବିଜୁଳି ସଂଯୋଗ ମଧ୍ୟ ନଥାଏ । ଏଭଳି ତମାମ ଖବର ସାମ୍ନାକୁ ଆସିଥାଏ ।

BOAT Kamangi River

ଠିକ୍‌ ସେହିଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଭରା ନଈରେ ବିପଦସଙ୍କୁଳ ଯାତ୍ରା । ତେବେ ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରିବା କୌଣସି ନୂଆ କଥା ନୁହେଁ । କିନ୍ତୁ ଏଠି ବଡ଼ କଥା ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଏକ କାଠ ଡଙ୍ଗାରେ ଭରା ନଈ ପାର୍‌ ହେଉଛନ୍ତି ନବ ଦମ୍ପତି । ଡଙ୍ଗାରେ କୌଣସି ସୁରକ୍ଷା  ଉପକରଣ ନଥିବା ସହ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବରଯାତ୍ରୀ ମଧ୍ୟ ଯାଇଥିଲେ ଡଙ୍ଗାରେ । ଆଉ ବିବାହ ସରିବାର ପରେ ନବଦମ୍ପତି ମଧ୍ୟ ଫେରିଛନ୍ତି ଡଙ୍ଗାରେ ।

 BOAT Kamangi River

ଏହି ଘଟଣା କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତର । ଝିଅ ଘରକୁ ଯିବା ପାଇଁ ରାସ୍ତା ନଥିବା ବେଳେ, ପ୍ରବଳ ପାଣି ଓ ସୁଅ ଥିବା କମାଙ୍ଗୀ ନଦୀ ପାର ହୋଇଯାଇଥିଲେ ବରଯାତ୍ରୀ । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ ସୁକାଲଦା ଗାଁର ଦିଗମ୍ବର ପ୍ରଧାନଙ୍କ ବାହାଘର ସିର୍ତ୍ତିଗୁଡା ପଞ୍ଚାୟତ କମଖଙ୍ଗିର ଭାନୁମତୀ ପ୍ରଧାନଙ୍କ ସହ ଧାର୍ଯ୍ୟ ହୋଇଥିଲା । ହେଲେ କରୋନା ପାଇଁ ବିବାହ ସ୍ଥଗିତ ରହିଥିଲା । ଏବେ ପୁଣି ଥରେ ବିବାହ ଧାର୍ଯ୍ୟ ହୋଇଥିବା ବେଳେ ବାଟ ଓଗାଳିଥିଲା କମାଙ୍ଗି ନଈ ।

ଝରଣା ଭସାଇନେଲା ଗୋଟିଏ ପରେ ଗୋଟିଏ କାର, ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଲେ ଲୋକ

0

ଇନ୍ଦୋର: ସହର ନିକଟରେ ଥିବା ଏକ ପିକନିକ ସ୍ପଟରେ ରବିବାରକୁ ପିକନିକ କରିବାକୁ ଯାଇଥିବା କିଛି ଲୋକ ହଠାତ ଏକ ବଡ଼ ବିପଦର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି କି ଗାଁ ଲୋକଙ୍କ ସାହାରାରେ ସେମାନେ ବଞ୍ଚିଗଲେ । ଯଦି ଗାଁ ଲୋକ ସେଠାରେ ଠିକ ସମୟରେ ପହଞ୍ଚିନଥାନ୍ତେ ତେବେ ଏକାଧିକ ଲୋକ ଜୀବନ ହରାଇଥାନ୍ତେ ।


ବାସ୍ତବରେ ଘଟଣା ଇନ୍ଦୋରର ମହୁ ତହସିଲ ସ୍ଥିତ ମାନପୁରର ଯୋଗିଭଡ଼କ ଝରଣାର । ଯେଉଁଠାରେ ରବିବାରକୁ ଝରଣାର ପାଣି ହଠାତ୍ ଉପରକୁ ମାଡ଼ି ଆସିବାରୁ ପରିସ୍ଥିତି ଅସମ୍ଭାଳ ହୋଇଗଲା । ଗୋଟିଏ ପରେ ଗୋଟିଏ କାର ଭାସିଯିବାକୁ ଲାଗିଲା । କିନ୍ତୁ ୩ଟି କାରକୁ ଗାଁ ଲୋକ ଭାସିଯିବା ପୁର୍ବରୁ ଅଟକାଇ ଦେଲେ । ସୂଚନା ଅନୁଯାୟୀ ଘଟଣା ସମୟରେ ବେଟାଲିୟା ଗାଁର କେତେକ ଲୋକ ସେଠାରେ ଉପସ୍ଥିତ ଥିଲେ । ଯେଉଁମାନେ ଏକ ବଡ଼ ଦୁର୍ଘଟଣାରୁ ଅନ୍ୟ ମାନଙ୍କୁ ରକ୍ଷା କଲେ ।


ଗାଁ ଲୋକଙ୍କ କହିବା ଅନୁସାରେ ରବିବାରକୁ ୪ଟାରେ ବର୍ଷା କାରଣରୁ ହଠାତ୍ ପାଣି ଜୋରରେ ବହିବାକୁ ଲାଗିଲା । ଯାହାଦ୍ୱାରା ଝରଣା ନିକଟରେ ଛିଡ଼ା ହୋଇଥିବା ୪ଟି କାରକୁ ପାଣି ଭସାଇନେଲା । ଆଶ୍ୱସ୍ତିକର କଥା ହେଉଛି କି କାର ମଧ୍ୟରେ କୌଣସି ବ୍ୟକ୍ତି ନଥିଲେ ।

DRDO ତିଆରି କରୁଛି ଲେଜର ଅସ୍ତ୍ର,ଦୂରରୁ ଧ୍ୱଂସ ପାଇବ ଶତ୍ରୁ ବିମାନ

ଭାରତୀୟ ସେନାଙ୍କ ପାଇଁ ନୂଆ ଅସ୍ତ୍ରଶସ୍ତ୍ର ତିଆରି କରୁଛି ଡିଆରଡିଓ । ଡାଇରେକ୍ଟ ଏନର୍ଜି ଓ୍ୱିପନ ବା ପ୍ରାକୃତିକ ଶକ୍ତି ବ୍ୟବହାର କରି ଅସ୍ତ୍ରଶସ୍ତ୍ର ତିଆରି କରାଯିବାକୁ ଯୋଜନା କରାଯାଉଛି । ସୂଚନା ମୁତାବକ ପ୍ରାକୃତିକ ଶକ୍ତି ବ୍ୟବହାର କରି ଲେଜର ବନ୍ଧୁକ ତିଆରି କରାଯାଇପାରିବ । ହଲିଉଡ ଫିଲ୍ମ ଷ୍ଟାରଓ୍ୱାରରେ ଯେମିତି ବନ୍ଧୁକ ବ୍ୟବହାର କରାଯାଉଥିଲା ଠିକ୍ ସେହିଭଳି ଅସ୍ତ୍ର ତିଆରି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୧୦୦ କିଲୋଓ୍ୱାଟ ପର୍ଯ୍ୟନ୍ତ ଶକ୍ତି ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ ।

ସ୍ୱଳ୍ପ ଓ ଦୀର୍ଘ ମିଆଦି ଲକ୍ଷ୍ୟକୁ ନେଇ ଡିଆରଡିଓ ଏହି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଭିତରେ ଏଭଳି ଅସ୍ତ୍ର ତିଆରି କରିବା ଭାରତ ପାଇଁ ଜରୁରୀ ହୋଇପଡିଛି । ଭାରତୀୟ ସେନା ଲେଜର ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ ଶତ୍ରୁପକ୍ଷକୁ  ମାତ୍ର କିଛି  ମିନିଟରେ ଚକମା ଦେଇପାରିବେ । ଏଥିସହ ଡିଆରଡିଓ ପକ୍ଷରୁ ଦୁଇ ଆଣ୍ଟି ଡ୍ରୋନ ଡାଇରେକ୍ଟ ଏନର୍ଜି ଓ୍ୱିପନ ମାଧ୍ୟମରେ ତିଆରି ହୋଇଛି । ଆଗକୁ ଏହାକୁ ଅଧିକ ସଂଖ୍ୟାରେ ତିଆରି କରିବାକୁ ଯୋଜନା କରାଯାଇଛି । ଏହି ଡ୍ରୋନରେ କୌଣସି ପ୍ରକାର ବାରୁଦ ବା ଗୁଳିର ବ୍ୟବହାର କରାଯାଏନାହିଁ । ଲେଜର ମାଧ୍ୟମରେ ଟାର୍ଗେଟକୁ ଧ୍ୱଂଶ କରିଦେବ ଡ୍ରୋନ । ଆମେରିକା, ଋଷିଆ, ଚାଇନା, ଇସ୍ରାଏଲ ମଧ୍ୟ ଏଭଳି ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।