spot_img
Home Blog Page 647

ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ମହିଳା ଓ ନାବାଳିକା ଅସୁରକ୍ଷିତ। ବିଜେପି ସରକାର ଆସିବା ଦିନଠାରୁ ଗଣଦୁଷ୍କର୍ମ, ହତ୍ୟା ବଢି ଚାଲିଛି।ଏହାକୁ ରୋକିବାରେ ସରକାରଙ୍କ ବିଫଳତାକୁ ଦାୟୀ କରିଛି ମୁଖ୍ୟ ବିରୋଧୀ ବିଜେଡି। ବିଜେପି ସରକାର ବିରୋଧରେ ମହିଳାମାନେ ଜନ ଜାଗରଣ ସୃଷ୍ଟି କଲେଣି। ଗୋପାଳପୁର ଗଣଦୁଷ୍କର୍ମ ନେଇ ବିରୋଧୀ ଦଳ ନେତା ନିନ୍ଦା କରିବା ସହ ମହିଳାଙ୍କ ସୁରକ୍ଷା ଲାଗି ସରକାର ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସରକାର ରହିଛନ୍ତି ବ୍ୟାକଫୁଟରେ।

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା। ବଢିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ନିର୍ଯାତନା। ନିତିଦିନିଆ ଘଟଣାରେ ପରିଣତ ହୋଇଛି ଏସବୁ ଘଟଣା। ବ୍ରହ୍ମପୁରରୁ କେନ୍ଦୁଝର ଯାଏ ସବୁଠି ଅସୁରକ୍ଷିତ ମହିଳା । ବିଜେପି ସରକାର ଉତ୍ସବରେ ମାତିଥିବା ବେଳେ ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୋପାଳପୁର ଗଣଦୁଷ୍କର୍ମ ନେଇ ନବୀନ ଉଦବେଗ ପ୍ରକାଶ କରିବା ସହ  ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର ତଥା ସଭିଙ୍କୁ ଏହା ବିଚଳିତ କରିଛି ବୋଲି କହିଛନ୍ତି। ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ  ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା  ନିର୍ଯାତନା ରୋକିବା ଦିଗରେ ସରକାର ସଜାଗ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ବିଜେପି ସରକାରରେ ମହିଳା ଅସୁରକ୍ଷତି। ମହିଳାଙ୍କୁ ମିଛ ସ୍ବପ୍ନ ଦେଖାଇ ବିଜେପି ଭୋଟ ନେଇ ପ୍ରତାରଣା କରିଛି ।

ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିସାନା କରିଛନ୍ତି । ବାରମ୍ବାର ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଫଳଶୂନ। ତେଣୁ ମୁଖ୍ୟମନ୍ତ୍ରୀ ନିଜର ବିଫଳତାକୁ  ସ୍ବୀକାର କରି ପଦରୁ ଇସ୍ତଫା ଦିଅନ୍ତୁ ବୋଳି ସାଂସଦ ଦାବି କରିଛନ୍ତି। ଏହାର ଜବାବ ରଖିଛି ବିଜେପି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବାରମ୍ବାର ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସରକାର କିନ୍ତୁ ଏ ଦିଗରେ ନିଦାବିଷ୍ଣୁ ସାଜିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ହେବା ସହ ଘରୁ ବାହାରିବାକୁ ଡରିଲେଣି  ବୋଲି ବିଜେଡି ଅଭିଯୋଗ କରିଛି ।

ଅଣାୟତ୍ତ ଡାଇରିଆ ,ଅବ୍ୟବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ରାଜ୍ୟରେ ଅଣାୟତ୍ତ ଡାଇରିଆ । କଲେରା ମାମଲା ବି ବଢିବାରେ ଲାଗିଛି । ୧୦ ଜିଲ୍ଲା ପ୍ରଭାବିତ ହେଲାଣି । ହେଲେ ସରକାର ଏବେ ବି ୫ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ରିପୋର୍ଟ କରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ହଇଜା ସ୍ଥିତି ନେଇ ଯେଉଁ ସମୀକ୍ଷା କରିଛନ୍ତି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଲାଣି । ଯଦି ମାତ୍ର ପାଞ୍ଚ ଜିଲ୍ଲା ପ୍ରଭାବିତ ହୋଇଛି, ସାରା ରାଜ୍ୟରେ କାହିଁକି ଆଲର୍ଟ ଜାରି କରାଗଲା । ସେପଟେ ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆକୁ ବି ଝାଡ଼ବାନ୍ତି ବ୍ୟାପିଲା । ହେଲେ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।

ସରକାର ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ଡାଇରିଆ ଓ କଲେରାର ଅସଲ ତଥ୍ୟ ପଦାରେ ପଡ଼ିଯାଉଛି । ୧୦ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଆଜି ହଇଜାର ସ୍ଥିତି ନେଇ ମାତ୍ର ପାଞ୍ଚ ଜିଲ୍ଲାପାଳଙ୍କ ସହ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏହାପରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଯଦି ସରକାର ପାଞ୍ଚ ଜିଲ୍ଲାରେ ହଇଜା ନେଇ ରିପୋର୍ଟ କରି ଜିଲ୍ଲାପାଳଙ୍କ ସହ ସମୀକ୍ଷା କଲେ, ତେବେ ସାରା ରାଜ୍ୟକୁ ଆଲର୍ଟରେ ରଖିଥିବାରୁ ପ୍ରଶ୍ନ ଉଠିଛି । କେଉଁଠି ନା କେଉଁଠି ସରକାର ଅନ୍ୟ ଜିଲ୍ଲାର ତଥ୍ୟକୁ ଲୁଚାଉଥିବାରୁ ସନ୍ଦେହ ବି ଉପୁଜିଛି । ସେପଟେ ଯେଉଁ ଜଳ ଉତ୍ସରୁ ହଇଜା ବ୍ୟାପିଛି, ତାକୁ ଏଯାଏଁ ଚିହ୍ନଟ କରି ପାରି ନାହାନ୍ତି ରାଜ୍ୟ ସରକାର । ପରୀକ୍ଷା ହେଉଥିବା ନମୁନାରୁ ୧୦ ପ୍ରତିଶତ କଲେରା ପଜିଟିଭ ବାହାରୁଛି । ଯାହା କଲେରାର ମାରାତ୍ମକ ବୀଜାଣୁ ଭିବ୍ରିଓ କଲେରି ବୋଲି ସ୍ପଷ୍ଟ ହୋଇଛି  । ଏଥିରେ ଯାଜପୁରର ୫ ଜଣଙ୍କ ମୃତ୍ୟୁ ବି ହୋଇଥିବା ସରକାର ସ୍ବୀକାର କରିଛନ୍ତି । ଆସନ୍ତା ୭ ଦିନ ଯାଏଁ ଲୋକଙ୍କୁ ସଚେତନ କରିବାକୁ ଗାଁ ଗାଁରେ ମାଇକ ଯୋଗେ ପ୍ରଚାର କାର୍ଯ୍ୟ ଜାରି ରହିବ ।

ଆଜି ଯାଜପୁର ଜିଲ୍ଲାରେ ପୁଣି ଥରେ ସ୍ଥିତିର ସମୀକ୍ଷା କରିଛି କେନ୍ଦ୍ରୀୟ ପ୍ରତିନିଧି ଦଳ। ରୋଗୀ ବଢିବା ସହ ମୃତ୍ୟୁ ସଂଖ୍ୟା ବି ୧୬କୁ ବୃଦ୍ଧି ପାଇଲାଣି । ଦାନଗଦି ଅଞ୍ଚଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରୀ, ବିଂଝାରପୁର, ଦଶରଥପୁର, ଧର୍ମଶାଳା ଆଦି ତହସିଲରେ ଦୁଇ ସପ୍ତାହ ପାଇଁ ସମସ୍ତ ଫାଷ୍ଟଫୁଡ, ଗୁପଚୁପ, ଚାଟ, ଆଇସକ୍ରିମ, ପାଣି ପାଉଚ, ମାଛ, ଚିକେନ ଓ ମଟନ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଶାସନ ହୋଟେଲ ଉପରେ ଚଢାଉ ଜାରି ରଖିଛି । ଜନସାଧାରଣଙ୍କୁ ବିବାହ ଭୋଜି ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନରେ ଖାଦ୍ୟ ଗ୍ରହଣ ନକରିବାକୁ ପରାମର୍ଶ ଦେଇଛି । ଦଶମ ଜିଲ୍ଲା ଭାବେ ଆଜି ବାଲେଶ୍ବରକୁ ବ୍ୟାପିଛି ଝାଡ଼ାବାନ୍ତି । ଗତ ଦୁଇ ଦିନରେ ସିମୁଳିଆ ବ୍ଲକର ମାର୍କୋଣା, ଶ୍ୟାମସୁନ୍ଦରପୁର, କୁଆଁରପୁର, ମଇତାପୁର, ବରି ପରି ଗାଁରୁ ୩୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସିମୁଳିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଅନ୍ୟପଟେ ମେଡିକାଲରେ ଆବଶ୍ୟକ ବେଡ ନଥିବାରୁ ଆକ୍ରାନ୍ତ କେଉଁ ସ୍ଥାନରେ ରହିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଞ୍ଚଳବାସୀ।

ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାଲେପୁର ମେଡିକାଲରୁ ଗତକାଲି କଟକ ସ୍ଥାନାନ୍ତରିତ ହୋଇଥିବା ଜନାର୍ଦ୍ଦନପୁର ଗାଁର  ସାବିତ୍ରୀ ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗରରୁ ଆଜି ବି ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସୁଧା କେନ୍ଦୁଝର ଜିଲ୍ଲାରେ ୨୦୦ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ୬୦ଜଣ ଆକ୍ରାନ୍ତ ଅଛନ୍ତି । ଆନନ୍ଦପୁର ଡାକ୍ତରଖାନାରେ ୨୭ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ସାଇଙ୍କୁଳ ଡାକ୍ତରଖାନାରେ ୧୦ଜଣ ଚିକିତ୍ସିତ ହେଉଛନ୍ତି। କଟକ ଜିଲ୍ଲାର ବାଙ୍କୀରେ ହଇଜା ସଂକ୍ରମଣ ସଂଖ୍ୟା ୪୬ ରହିଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଟାଙ୍ଗୀରେ ୧୮ ଜଣ ସଂକ୍ରମିତ ଅଛନ୍ତି । ଟାଙ୍ଗୀରେ ଯେଉଁ ରୋଗୀଙ୍କ ମୃତ୍ୟୁ ହୋଇଛି, ତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।ବିଭିନ୍ନ ସ୍ଥାନରେ ସଠିକ୍ ଚିକିତ୍ସା ସେବା ନ ପାଇବାରୁ ସୁସ୍ଥ ହେବା ପୂର୍ବରୁ ରୋଗୀ ହସ୍ପିଟାଲ ଛାଡ଼ି ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେଡିକାଲ ଟିମମାନଙ୍କୁ ସଜାଗ ରହିବାର ଆବଶ୍ୟକତା ରହିଛି ।

ରଥଯାତ୍ରାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପୁରୀର ବ୍ୟାପକ ବିକାଶ ସମ୍ଭବ ହୋଇଛି । ତାଙ୍କ ସମୟରେ ହିଁ ଶ୍ରୀମନ୍ଦିରର ବିଭିନ୍ନ ବିକାଶ ସମ୍ଭବ ହୋଇଥିବା ବେଳେ ପରିକ୍ରମା ପ୍ରକଳ୍ପ ମଧ୍ୟ ବାସ୍ତବ ରୂପ ନେଇ ପାରିଛି । ଯେଉଁଥିପାଇଁ ଏଥର ମଧ୍ୟ ରଥଯାତ୍ରାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିବାକୁ ଆସିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ । ସେମାନେ ଆଜି ଅପରାହ୍ମରେ ନବୀନ ନିବାସରେ ପହଁଚି ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି । ପୁରୀର ବିକାଶ ପାଇଁ ତାଙ୍କ ଅବଦାନକୁ କେବେ ବି ଭୁଲି ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି । ବରିଷ୍ଠ ସେବାୟତ ରବିଶଙ୍କର ପ୍ରତିହାରୀ, କାଶୀନାଥ ମହାନ୍ତି, ଗୌରହରୀ ପ୍ରଧାନ, ଦାମୋଦର ପ୍ରତିହାରୀ, କୃଷ୍ଣଚନ୍ଦ୍ର ପଣ୍ଡା, ନାରାୟଣ ଖୁଣ୍ଟିଆ, ଅବକାଶ ପୂଜାପଣ୍ଡା , ଭୁବନମୋହନ ପୂଜାପଣ୍ଡା, ଅସିତ ମେକାପ, ହରେକୃଷ୍ଣ ମହାପାତ୍ର, କୈବଲ୍ଯ ବରାଳଙ୍କ ସମେତ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ନବୀନଙ୍କୁ ଭେଟି ଶ୍ରୀଜିଉଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି।

Rule Change: ଆପଣଙ୍କ ପାଖରେ ଅଛି କି SBI Credit Card? ବଦଳିବାକୁ ଯାଉଛି ଏହି ନିୟମ…

ଆପଣଙ୍କ ପାଖରେ ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସବସିଡିୟରୀ ଏସବିଆଇ କ୍ରେଡିଟ କାର୍ଡ ଅଛି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖାସ୍ ଖବର । ପ୍ରକୃତ କଥା ହେଉଛି, କ୍ରେଡିଟ କାର୍ଡ ୟୁଜର୍ସଙ୍କ ପାଇଁ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ଜୁଲାଇ ମାସ ୧୫ ତାରିଖ ସ୍ଥିର କରାଯାଇଛି । ବିଲର ମିନିମମ ଆମାଉଣ୍ଟ ଡ୍ୟୁ (MAD) ଠାରୁ ଆରମ୍ଭ କରି କମ୍ପ୍ଲିମେଣ୍ଟରୀ ଇନସ୍ୟୁରାନ୍ସ କଭର ପର୍ଯ୍ୟନ୍ତ ସାମିଲ ରହିଛି ।

ଏସବିଆଇ କାର୍ଡର ନୂଆ ନିୟମ ମୁତାବକ, ଏବେ ମୋଟ ବାକି ବିଲର ୨ ପ୍ରତିଶତ ଅର୍ଥ ସହ ଜିଏସଟିର ୧୦୦ ପ୍ରତିଶତ ଅର୍ଥ, ଇଏମଆଇ ବାଲାନ୍ସ, ଫିସ, ଫାଇନାନ୍ସ ଚାର୍ଜେସ, ଓଭରଲିମିଟ ଆମାଉଣ୍ଟ (ଯଦି କିଛି ଥିବ)କୁ ମଧ୍ୟ ମିନିମମ ଆମାଉଣ୍ଟ ଡ୍ୟୁରେ ସାମିଲ କରାଯିବ ।

ମିନିମମ ଆମାଉଣ୍ଟ ଡ୍ୟୁର ନୂଆ ଫର୍ମୂଲା (SBI Card ଓ୍ବେବସାଇଟ୍ ମୁତାବକ)

– 1୦୦% ଜିଏସଟି

– ୧୦୦% ଇଏମଆଇ

– ୧୦୦% ଫାଇନାନ୍ସ ଚାର୍ଜ

– ଓଭରଲିମିଟର ଅର୍ଥ (ଯଦି କିଛି ଥିବ)

– ବାକି ଅର୍ଥର ୨% ଅଂଶ)

ଏସବିଆଇ କ୍ରେଡିଟ କାର୍ଡର ମିମିମମ ଆମାଉଣ୍ଟ ଡ୍ୟୁ ରୁଲରେ  ପରିବର୍ତ୍ତନ ସହିତ ଏସବିଆଇ କାର୍ଡ ଏଲିଟ, ଏସବିଆଇ କାର୍ଡ ମାଇଲ୍ସ ଏଲିଟ ଓ ଏସବିଆଇ କାର୍ଡ ମାଇଲନ୍ସ ପ୍ରାଇମ ୟୁଜର୍ସଙ୍କ ପାଇଁ ୧୫ ଜୁଲାଇ ଠାରୁ ଏସବିଆଇ କ୍ରେଡିଟ କାର୍ଡରେ ମିଳୁଥିବା କମ୍ପ୍ଲିମେଣ୍ଟରୀ ଆକ୍ସିଡେଣ୍ଟ କଭର ସମାପ୍ତ ହୋଇଯିବ । କମ୍ପାନୀ ପକ୍ଷରୁ କାର୍ଡଧାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଫ୍ରି ବୀମା କଭର ବନ୍ଦ ହୋଇଯିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରିମିୟମ କ୍ରେଡିଟ କାର୍ଡଧାରୀଙ୍କୁ ଏହି ସୁବିଧା ଦେଇଥାଏ । ଏସବିଆଇ କାର୍ଡ ପ୍ରାଇମ ଓ ଏସବିଆଇ କାର୍ଡ ପ୍ଲସ ଉପରେ ଏହି କଭର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହାକୁ ମଧ୍ୟ ବନ୍ଦ କରାଯିବ ।

ରାଜ୍ୟରେ ଏବେ ମାଡ଼ିଛି ବାଡ଼ି ବୁଢିର ଭୟ,୯ଟି ଜିଲ୍ଲାରେ କାୟା ମେଲାଇଛି ଝାଡ଼ାବାନ୍ତି

ରାଜ୍ୟରେ ଏବେ ମାଡ଼ିଛି ବାଡ଼ି ବୁଢିର ଭୟ । ୯ଟି ଜିଲ୍ଲାରେ କାୟା ମେଲାଇଛି ଝାଡ଼ାବାନ୍ତି । ଏହାକୁ ଦେଖି ସବୁଠି ସଚେତନ ସାଙ୍ଗକୁ ଖାଦ୍ୟ ସାମଗ୍ରୀ ଉପରେ ରେଡ କରିଛି ସ୍ବାସ୍ଥ୍ଯ ବିଭାଗ । ହେଲେ କଟକରେ ନାଳି ପାଣି ଉପରେ ସତେ ଯେମିତି କାହାର ଦୃଷ୍ଟି ନାହିଁ । ସିଡିଏ ସେକ୍ଟର ୬ରେ ୮ ମାସହେଲା ରାସ୍ତା ଓ ବାରଣ୍ଡାରେ ଲହଡ଼ି ମାରୁଛି ଡ୍ରେନପାଣି । ବସ୍ତିର ଏହି ଦୂଷିତ ପରିବେଶ ଡାଇରିଆକୁ ଆମନ୍ତ୍ରଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାସ୍ତାରେ ଭାସୁଛି ଡ୍ରେନପାଣି । ଦୁଆର ମୁହଁରେ ଜମି ରହିଛି ଆବର୍ଜନା । ମଶା, ମାଛି, ପୋକ ସାଲୁବାଲୁ ପରିବେଶ । ଏହାରି ଭିତରେ ଛୁଆପିଲା ଧରି ରହୁଛନ୍ତି ଲୋକେ । ଏହା କୌଣସି ଗାଁ ନୁହେଁ, କଟକ ସିଡିଏ ସେକ୍ଟର ୬ର ଦୃଶ୍ୟ । ୮ ମାସ ହେଲା ଏପରି ଅସ୍ବାସ୍ଥ୍ଯକର ପରିବେଶରେ ରହୁଛନ୍ତି ୧୨୦ ପରିବାର । ଛୋଟ ଛୋଟ ପିଲା ଏହି ନାଳ ଉପରେ ବସି ନିତ୍ୟକର୍ମ କରୁଛନ୍ତି । ରାସ୍ତାରେ ନାଳପାଣି ଭାସୁଥିବାରୁ ତା ଉପରେ ଯାତାୟାତ ବି କରୁଛନ୍ତି । ରାଜ୍ୟରେ ଏବେ ବ୍ୟାପିଛି ଝାଡ଼ାବାନ୍ତି । ୯ ଜିଲ୍ଲାରେ ସ୍ଥିତି ଅଣାୟତ। ଏପରି ସ୍ଥିତିରେ କଟକର ଏହି ବସ୍ତି ଡାଇରିଆକୁ ଆମନ୍ତ୍ରଣ କରୁଥିବା କହିଛନ୍ତି ଲୋକେ

ହଇରାଣପୁର ବସ୍ତିର ପ୍ରବେଶ ଦ୍ଵାରରେ ସ୍ବେରେଜ ଡ୍ରେନ ସହ ବସ୍ତିର ନାଳ ପାଣି ସଂଯୋଗ ହୋଇଛି । କେଉଁଠି ପାଇପ ଫାଟି ମିଶୁଛି ନାଳପାଣି । ଏନେଇ ବସ୍ତି ଲୋକମାନେ ପ୍ରଥମେ ୱାଟକୋ, ପରେ ସିଏମସି ଓ ସ୍ବେରେଜ ବୋର୍ଡକୁ ଗୁହାରି କରିଛନ୍ତି । କିନ୍ତୁ ବିଭାଗ ଦୋଷକୁ ନ ମୁଣ୍ଡେଇ ଜଣେ ଅନ୍ୟ ଉପରେ ଦୋଷ ଲଦି ଚୁପ ବସିଛି । ଆଗାମୀ ଦିନରେ ସମସ୍ଯାର ସମାଧାନ ନହେଲେ ବସ୍ତିର ଲୋକେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଝାଡ଼ାବାନ୍ତି ବ୍ଯାପିଥିବାରୁ ହସପିଟାଲ ପ୍ରସ୍ତୁତ କରାଯିବା ସହ ସ୍ବାସ୍ଥ୍ଯ ବିଭାଗ ବିଭିନ୍ନ ହୋଟେଲ ଓ ଠେଲାଗାଡ଼ି ଉପରେ ଚଢାଉ କରୁଛି । ତେବେ ବସ୍ତିର ଏହି ଅବ୍ଯବସ୍ଥା ଉପରେ ସତେଯେମିତି କାହାର ନଜର ନଥିବା ଅଭିଯୋଗ କରିଛନ୍ତି ଲୋକେ  ।

 

ଫେରାର ଅପରାଧୀ ସାବଧାନ : ହାଜର ହୁଅ, ନହେଲେ ନିଲାମ ହେବ ସମ୍ପତ୍ତି

ଭୁବନେଶ୍ବର : ରଶ୍ମି ବାରିକ ଘରେ ଲାଗିଲା ଲଟକା ।  ଡମଣା ଛକ କସ୍ମସ ବାର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ । ପୋଲିସକୁ ଚକମା ଦେଇ ହୋଇଥିଲା ଫେରାର । କାଲି କୋର୍ଟରେ ଆତ୍ମସମର୍ପଣ ନକଲେ ବାଜ୍ୟାପ୍ତି ହେବ ସମ୍ପତ୍ତି । ସେପଟେ ଜେଲ ଫେରନ୍ତା ଓ ଫେରାର ପେଶାଦାର ଅପରାଧୀଙ୍କ ଲିଷ୍ଟ ବନାଇବାକୁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ଫେରାର ଅପରାଧୀ ସାବଧାନ । କାନ୍ଥରେ ଲାଗୁଛି ଲଟକା, ସମ୍ପତ୍ତି ହେବ ନିଲାମ । ହାର୍ଡକୋରଙ୍କୁ ଡିସିପିଙ୍କ କଡା ଚେତାବନୀ । ସେପଟେ ଜାମିନ ପରେ ହାଜିରା ଦେଉନାହାନ୍ତି ଜେଲ ଫେରନ୍ତା । ନାଁ ରଶ୍ମି ରଞ୍ଜନ ବାରିକ । ଘର ସୁନ୍ଦରପଦା । ୧୦ ମେ’ ରେ ଡମଣା ଛକ ବାରରେ ବାଉନସରଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ । ଘଟଣାକୁ ମାସେରୁ ଅଧିକ ବିତିଥିବା ବେଳେ ଏବେବି ରଶ୍ମି ଫେରାର ଥିବା ବେଳେ ଆଜି ଘରେ ଲାଗିଛି ଲଟକା । ଆସନ୍ତାକାଲି ଭୁବନେଶ୍ୱର କୋର୍ଟରେ ହାଜର ନହେଲେ ନିଲାମ ହେବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ଏ ନେଇ ଏୟାରଫିଲଡ଼ ଥାନା ପୋଲିସ ରଶ୍ମିର ଘରେ ପହଞ୍ଚି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘର କାନ୍ଥରେ ମାରିଛି ନୋଟିସ । ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗୁଳିମାଡ଼ ହୋଇଥିବା ବାରରେ ଅବକାରୀ ବିଭାଗ ଚଢ଼ାଉ କରି ସିଲ କରିଥିଲା ।

ଫେରାର ଅପରାଧୀ ଓ ଜେଲ ଫେରନ୍ତା ଏବେ ପୋଲିସ ପାଇଁ ସୃଷ୍ଟି କରିଛନ୍ତି ମୁଣ୍ଡବିନ୍ଧା । ଜାମିନରେ ଆସିବା ପରେ ସହରରେ ରାଜୁତି ପାଇଁ ଅଣ୍ଟାରେ ମାଉଜର ଖୋସି ବୁଲୁଛନ୍ତି । କିଛିଦିନ ତଳେ ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ନିଶାମାଫିଆ, କ୍ୟାପିଟାଲ ଥାନା ଏରିଆରେ ସହଦେବ ନାୟକ ମର୍ଡର କେସ ଅଭିଯୁକ୍ତ, ଖଣ୍ଡଗିରି ଥାନା ଅଞ୍ଚଳରେ ପୋକ୍ସ କେସ ଅଭିଯୁକ୍ତ ଘରେ ଲଟକା ଲଗାଇଥିଲା ପୋଲିସ । ହାର୍ଡକୋର ଙ୍କୁ ବାଉଣ୍ଡ ଡାଉନ କରାଯାଇଥିଲା । ପେଶାଦାର ଅପରାଧୀଙ୍କୁ ଦଫା ୧୧୦ ରେ ବୁକ କରାଯାଉଛି । ତଥାପି ଜେଲରୁ ଫେରିବା ପରେ ନିୟମିତ ବ୍ୟବଧାନରେ ଅପରାଧୀମାନେ ଥାନାରେ ହାଜିରା ନପକାଇବାରୁ ପୋଲିସ ପାଇଁ ସୃଷ୍ଟି ହୋଇଛି ମୁଣ୍ଡବିନ୍ଧା । ନିୟମ ଖିଲାପକାରୀ କ୍ରିମିନାଲଙ୍କ ଲିଷ୍ଟ ବନାଇବା ସହ ତୁରନ୍ତ ସେମାନଙ୍କୁ ଘରୁ ଉଠାଇବା ପାଇଁ ଥାନା ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ସହରରେ ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କ ହାତରେ ହାତକଡୀ ପକାଇବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ମାସକ ମଧ୍ୟରେ ଏକ ଲିଷ୍ଟ ବନାଇବାକୁ ଡିସିପିଙ୍କ ନିର୍ଦ୍ଦେଶ ପରେ ଅପରାଧୀଙ୍କ ମନରେ ପଶିଛି ଛନକା  ।

ଗଣଦୁଷ୍କର୍ମ ଘଟଣା : ବନ୍ଧାହେଲେ ସମସ୍ତ ୧୦ ଅଭିଯୁକ୍ତ,ଗିରଫଙ୍କ ମଧ୍ୟରେ ୪ ନାବାଳକ

ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନାବାଳକ । ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଆରମ୍ଭ କରି ଛାନଭିନ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ୭ ଜଣ ସହଯୋଗ କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଅପରାଧ ଘଟୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ  ।

ପୁଣି ଗଞ୍ଜାମ ଜିଲ୍ଲାକୁ ଲଜ୍ଜିତ କଲା ଗୋପାଳପୁର ଗଣଦୁଷ୍କର୍ମ । ଘଟଣାରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ପରେ ବ୍ରହ୍ମପୁର ଏସ୍ପି, ଅତିରିକ୍ତ ଏସ୍ପି, ଡିଏସ୍ପି ଓ ବ୍ରହ୍ମପୁର ଏସ୍ଡିପିଓ ପ୍ରମୁଖ ଗୋପାଳପୁର ଥାନାରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୋଦ ନାୟକ ବିରୋଧରେ ପୂର୍ବରୁ ଦୁଇଟି ମାମଲା ରହିଛି । ସେହିପରି ସିକିରି ଗ୍ରାମର ବାବୁରାମ ଦଳେଇ, ପାଟପୁର ଗ୍ରାମର କୁନାଲ ପ୍ରଧାନଙ୍କ ସହ ଅନ୍ୟମାନେ ହିଞ୍ଜିଳିକାଟୁ ଅଞ୍ଚଳର । ରବିବାର ଗୋପାଳପୁର ବେଳାଭୂମିକୁ ଆସି ସମସ୍ତେ ପ୍ରଥମେ ସମୁଦ୍ରରେ ଗାଧୋଇଥିଲେ । ପରେ ଏହି କାଣ୍ଡ ଭିଆଇ ଥିବା ପୋଲିସ କହିଛି । ଏପରିକି ଦୁଷ୍କର୍ମ କରିବା ପରେ ଟଙ୍କା ମାଗିଥିବା ଜଣାପଡିଛି । ୪ ନାବାଳକଙ୍କୁ ଉପଯୁକ୍ତ ଦଣ୍ଡ ପାଇଁ ପୋଲିସ କୋର୍ଟକୁ ଅନୁରୋଧ କରିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରବିବାର ଗୋପାଳପୁର ବେଳାଭୂମିକୁ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ ଯୁକ୍ତ ତିନି ଛାତ୍ରୀ । ସନ୍ଧ୍ୟା ପ୍ରାୟ ୭ଟାରେ ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟେ ବସିଥିବାବେଳେ ୧୦ ଅଭିଯୁକ୍ତ ସେମାନଙ୍କୁ ଘେରିଯାଇ ପ୍ରଥମେ ଅସଦାଚରଣ କରିଥିଲେ । ପରେ ପୁରୁଷ ବନ୍ଧୁକୁ କିଛି ଯୁବକ କାବୁ କରି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ସାଢେ ୧୦ଟାରେ ଥାନାରେ ଏନେଇ ଏତଲା ଦେଇଥିଲେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ । ପୋଲିସ ଅପରାଧୀଙ୍କୁ ଖୋଜୁଥିବବେଳେ ଡୁରା ଓଭରବ୍ରିଜ ନିକଟରେ ୪ଜଣ ପୋଲିସ ଗାଡ଼ିକୁ ଦେଖ୍ ଦୌଡିବାକୁ ଚେଷ୍ଟା କରିଥିଲେ I ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରିଥିଲା ପୋଲିସ । ଥାନାରେ ଜେରା ପରେ ଅନ୍ୟମାନଙ୍କ ମିଳିଥିଲା ଠିକଣା । ଗିରଫ ଅଭିଯୁକ୍ତମାନେ ଯଦି ପ୍ରକୃତରେ ଏଭଳି ଜଘନ୍ୟକାଣ୍ଡରେ ସମ୍ପୃକ୍ତ ତେବେ ସେମାନଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ସମ୍ପର୍କିୀୟ । ସେପଟେ ବ୍ରହ୍ମପୁରରେ ବିଗୁଡୁଥିବା ଆଇନଶୃଙ୍ଖଳାକୁ ନେଇ ସ୍ଥାନୀୟ ଜନପ୍ରତିନିଧି ପୋଲିସର ଅପରାଗତାକୁ ଦାୟୀ କରିଛନ୍ତି । କିଛିଦିନତଳେ ଗୋଳନ୍ଥରା ଅଞ୍ଚଳରେ ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାବେଳେ ଏବେ ଏହି ଘଟଣା ପୁଣିଥରେ ଜିଲ୍ଲାକୁ ଲଜ୍ଜିତ କରିଛି ।

ଅଧିନାୟକ ହେବା ପାଇଁ ପ୍ରଥମେ ବୁମ୍ରାଙ୍କୁ ଅଫର ଦେଇଥିଲା BCCI, ତେବେ ପରବର୍ତ୍ତୀ ସମୟରେ କ’ଣ ସବୁ ଘଟିଥିଲା….

ଭାରତୀୟ କ୍ରିକେଟ ଟିମର ନବନିଯୁକ୍ତ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ବରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସନ୍ନ୍ୟାସ ଘୋଷଣା ପରେ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ପାଇଁ ଯଶପ୍ରୀତ ବୁମ୍ରା ସବୁଠାରୁ ବଡ଼ ଦାବିଦାର ଥିଲେ । ତେବେ କ’ଣ ଏପରି ଘଟିଥିଲା ଯେ, ବୁମ୍ରା ଆଉଟ୍ ହୋଇଗଲେ ଆଉ ଗିଲଙ୍କୁ ଦାୟିତ୍ବ ମିଳିଲା? ଏହି ପ୍ରସଙ୍ଗ ଏବେ କ୍ରୀଡ଼ାପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଏବେ ନିଜେ ବୁମ୍ରା ପର୍ଦ୍ଦାଫାସ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବୁମ୍ରାଙ୍କ କାନ୍ଧରେ ଏବେ ବଡ଼ ଦାୟିତ୍ବ ରହିବ ।

ବୁମ୍ରା କହିଛନ୍ତି, ବିସିସିଆଇ ତାଙ୍କୁ ଏକ ବଡ଼ ଅଫର ଦେଇଥିଲା । ମାତ୍ର ନିଜର ଫିଟନେସ ଓ ଟିମର ହିତ ପାଇଁ ସେ ଏହାକୁ ଗ୍ରହଣ କରିନଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ନିଜେ ବୁମ୍ରା ଏହା ଖୁଲାସା କରିଛନ୍ତି । ବିରାଟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ଅଧିନାୟକ ପଦ ବିସିସିଆଇ ବୁମ୍ରାଙ୍କ ନାମକୁ ବିଚାରକୁ ନେଇଥିଲା । ମାତ୍ର ଏହି ଦାୟିତ୍ବ ନେବାକୁ ବୁମ୍ରା ଅଗ୍ରାହ୍ୟ କରିଦେଇଥିଲେ । ଟିମର ହିତ ପାଇଁ ବୁମ୍ରା ପ୍ରାଥମିକତା ଦେଇଥିଲେ । ଆଇପିଏଲ ସମୟରେ ବିସିସିଆଇ ଏହି ପ୍ରସଙ୍ଗରେ ବୁମ୍ରାଙ୍କ ସହ ଆଲୋଚନା କରିଥିଲା । ବୁମ୍ରା ସବୁ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ । ତେଣୁ ଅଧିନାୟକ ପଦ ସମ୍ଭାଳିବାକୁ ସେ ପ୍ରସ୍ତୁତ ନଥିବା ବିସିସିଆଇକୁ ଜଣାଇଥିଲେ । ଜଣେ ୩ଟି ମ୍ୟାଚରେ ଅଧିନାୟକ ହେବ ଓ ବାକି ୨ଟି ମ୍ୟାଚରେ ଆଉ ଜଣେ ନେତୃତ୍ବ ନେଲେ ତାହାକୁ ଆଦର୍ଶ କୁହାଯିବ ନାହିଁ ବୋଲି ବୁମ୍ରା କହିଥିଲେ ।

ବିଗିଡ଼ି ଗଲାଣି ସ୍ବାସ୍ଥ୍ୟସେବା : ଉପାନ୍ତ ଜିଲ୍ଲା ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ବିଗିଡିଗଲାଣି ଡାକ୍ତରୀ ସେବାର ଭିତ୍ତିଭୂମି । ଜିଲ୍ଲାର ଚିକିତ୍ସାଳୟ ମାନଙ୍କରେ ଡାକ୍ତର ସମସ୍ୟା ପ୍ରମୁଖ କାରଣ ପାଲଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଶୁଡିଗଲାଣି ଭିତ୍ତିଭୂମି । ପ୍ରସୂତି ବିଭାଗରେ ଲିଫ୍ଟ ଅଚଳ ହୋଇ ପଡିଥିବା ବେଳେ ଜଳ ଯୋଗାଣ ଠପ ହୋଇ ପଡିଛି । ଯାହାକୁ ନେଇ ତେଜୁଛି ତୀବ୍ର ଅସନ୍ତୋଷ ।

ଅ୍ୟବସ୍ଥା ଘେରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅଚଳ ହୋଇ ପଡିଛି ଶିଶୁ, ପ୍ରସୂତି ବିଭାଗ ଲିଫ୍ଟ । ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଲିଫ୍ଟ ଖରାପ ହୋଇ ଯାଇଥିବାରୁ ମହିଳା ଦ୍ଵିତୀୟ ଓ ତୃତୀୟ ମହଲାକୁ ସିଡି କିମ୍ବା ଟ୍ରାଇସାଇକେଲରେ ଯାଉଛନ୍ତି । ସେହିପରି ମେଡିକାଲରେ ଠପ ହୋଇଯାଇଛି ଜଳ ଯୋଗାଣ । ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଉନାହାନ୍ତି ରୋଗୀଙ୍କ ସଂପର୍କୀୟ । ବାଧ୍ୟ ହୋଇ ଦୁର୍ବଳ ଶ୍ରେଣୀର ଲୋକେ ବାହାରେ ଦୂଷିତ ପାଣି ପିଉଛନ୍ତି । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭରୁ ଡାଇରିଆ ବ୍ୟାପୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶୁଦ୍ଧ ପାଣି ମିଳୁନି । ଯାହା ସ୍ଵାସ୍ଥ୍ଯ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ରକ୍ତ ପରୀକ୍ଷାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି କ୍ୟୁଆର କୋଡ ବ୍ୟବସ୍ଥା । ଯାହା ଲୋକଙ୍କ ମୁଣ୍ଡବ୍ଯଥାର ପ୍ରମୁଖ କାରଣ ପାଲଟିଛି । ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ଥରେ ପଞ୍ଜୀକରଣ ସ୍ଥାନକୁ ଯାଇ ହଇରାଣ ହେଉଛନ୍ତି । ଅନ୍ୟପଟେ କ୍ୟୁଆର କୋଡ କରିବା ପାଇଁ ମଧ୍ୟ କର୍ମଚାରୀ ନିଯୁକ୍ତି ହୋଇନାହାନ୍ତି ସମସ୍ତ ରକ୍ତ ପରୀକ୍ଷା ରିପୋର୍ଟ ଅନଲାଇନରେ ମିଳୁଥିବାରୁ ତାହାକୁ ଲ୍ୟାବରେ ଅନଲାଇନ କରିବାକୁ ପଡୁଛି । ତେଣୁ ରିପୋର୍ଟ ପାଇବାକୁ ବହୁତ ଡେରି ହେଉଛି । ଅନ୍ଯପଟେ ପାଣି ସମସ୍ୟା, ଲିଫ୍ଟ ସମସ୍ୟା ଓ କ୍ୟୁଆର କୋଡ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଏଡିଏମଓ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କେଉଁ ଖେଳାଳିମାନଙ୍କୁ ମିଳିବ ସ୍ଥାନ?

ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଦୁଇ ଟିମ ମଧ୍ୟରେ ପ୍ରଥମ ଟେଷ୍ଟ ଲିଡ୍ସରେ ଖେଳାଯିବ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଭାରତୀୟ ଟିମ୍ କେଉଁ ପ୍ଲେଇଂ-୧୧କୁ ନେଇ ପଡ଼ିବାକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଟିମ୍  ଇଣ୍ଡିଆର ବୋଲିଂ ଲାଇନଅପକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆକାଶ ଚୋପ୍ରାଙ୍କ ମୁତାବକ, ଶାର୍ଦୁଲ ଠାକୁରଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରେ ୮ ନମ୍ବରରେ ଖେଳିବାକୁ ସୁଯୋଗ ଦେବା ଉଚିତ । ଏଥିସହିତ ଚୋପ୍ରା ନିଜର ବେଷ୍ଟ ପ୍ଲେଇଂ-୧୧ ବିଷୟରେ ମଧ୍ୟ କହିଛନ୍ତି ।

ଚୋପା ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଯଦି କରୁଣ ନାୟର ୬ ନମ୍ବରରେ ବ୍ୟାଟିଂ କରନ୍ତି, ତେବେ ୭ରେ ରବିନ୍ଦ୍ର ଜାଡେଜାଙ୍କୁ ରଖାଯିବ । ଜାଡେଜାଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଦେବା ଉଚିତ । ୮ରେ ଠାକୁରଙ୍କୁ ରଖିପାରିବେ, କାରଣ ସେ ଇନଷ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମଧ୍ୟ କମାଲ ପ୍ରଦର୍ଶନ କରିଥିଲେ । ଯଦି ଠାକୁର ୮ରେ ଖେଳନ୍ତି, ତେବେ ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଦିନରେ ୧୭ରୁ ୧୮ ଓଭର ବୋଲିଂ କରିପାରିବେ । ଇନଷ୍ଟ୍ରା-ସ୍କ୍ବାଡରେ ଠାକୁର ଭଲ ପ୍ରଦର୍ଶନ କରି ୧୨୨ ରନ୍ ସଂଗ୍ରହ କରିଥିଲେ ।

ଚୋପ୍ରାଙ୍କ ସମ୍ଭାବ୍ୟ ପ୍ଲେଇଂ-୧୧: ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଈ ସୁଦର୍ଶନ, ଶୁଭମନ ଗିଲ, ଋଷଭ ପନ୍ତ, କରୁଣ ନାୟର, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।