spot_img
Home Blog Page 6422

ବାଇଡେନ୍‌ଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ: କିନ୍ତୁ ନିର୍ବାଚନ ଜାଲିଆତି ଅଭିଯୋଗରେ ଅଟଳ

ନୂଆଦିଲ୍ଲୀ: ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରବିବାର ସେ କରିଥିବା ଟ୍ୱିଟରୁ ଏହା ଅନୁମେୟ । ସେ ଟ୍ୱିଟ୍ କହିଛନ୍ତି ଯେ, ନିର୍ବାଚନରେ ଜାଲିଆତି ହୋଇଥିବା କାରଣରୁ ‘ଡେମୋକ୍ରାଟ୍‌’ ବିଜୟୀ ହୋଇଛନ୍ତି। ଏବଂ କାହିଁକି ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ହେଲା ତାହାର ଗୁଡ଼ାଏ କାରଣ ଉଲ୍ଲେଖ କରିଛନ୍ତି ଟ୍ରମ୍ପ । ସେ ଲେଖିଛନ୍ତି, ଭୋଟ ନିରୀକ୍ଷକମାନଙ୍କୁ ଛଡ଼ାଗଲା ନାହିଁ । ଦୁର୍ନାମ ଏବଂ ନିମ୍ନମାନର ଉପକରଣ ଥିବା ଘରୋଇ ବାମପନ୍ଥୀ କମ୍ପାନୀ ‘ଡୋମିନିଅନ୍‌’ଦ୍ୱାରା ଭୋଟ୍‌ ଟାବ୍ୟୁଲେଟ୍‌ କରାଗଲା, ଯାହା ମୁଁ ବିପୁଳ ସଂଖ୍ୟାରେ ଜିଣିଥିବା ଟେକ୍ସାସ୍‌ ପାଇଁ ମଧ୍ୟ ଯୋଗ୍ୟ ହେଲାନାହିଁ ।

ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଭୋଟିଂ‌ ମେସିନ୍‌ ଯୋଗାଉଥିବା ଏହି କମ୍ପାନୀ ‘ଡୋମିନିଅନ୍ ଭୋଟିଂ’ ବିରୋଧରେ ପୂର୍ବରୁ ମଧ୍ୟ ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ସମଗ୍ର ଦେଶରେ ଉକ୍ତ କମ୍ପାନି ତାଙ୍କର ୨.୭ ନିୟୁତ ଭୋଟ୍‌ ଡିଲିଟ୍‌ କରି ଦେଇଛି ଏବଂ ପେନ୍‌ସିଲ୍‌ଭାନିଆରେ ତାଙ୍କ ସପକ୍ଷରେ ଦିଆଯାଇଥିବା ୨୨୧,୦୦୦ ଭୋଟ୍‌ ବାଇଡେନ୍‌ଙ୍କ ସପକ୍ଷରେ ପରିବର୍ତ୍ତନ କରାଯାଇଛି । ତେବେ ଅପରପକ୍ଷରେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲା କମ୍ପାନୀ ।

ମେହବୁବା ମୁଫତିଙ୍କୁ ଝଟକା: ପିଡିପି ଛାଡ଼ିଲେ ପ୍ରତିଷ୍ଠାତା ସଦସ୍ୟ

0

ଶ୍ରୀନଗର: ଶନିବାର ପିଡିପିରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ମୁଜାଫର ହୁସେନ ବେଗ୍ । ଆସନ ଭାଗବଣ୍ଟା ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ସେ ଏଥିଯୋଗୁଁ ଇସ୍ତଫା ଦେଇଥିବା ସୂଚନା । ଦଳର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ ନେଇ ହୋଇଥିବା ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିଲେ । ୧୯୯୮ ମସିହାରୁ ଦଳ ସହ ଜଡ଼ିତ ଥିଲେ ମୁଜାଫର । ସେ ନିଜ ଇସ୍ତଫା ଦଳ ମୁଖ୍ୟ ମେହବୁବା ମୁଫତିଙ୍କୁ ପଠାଇଥିବା ସୂଚନା । ତେବେ ଏଯାଏଁ ମୁଜାଫରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ତେବେ ପାର୍ଟି ପକ୍ଷରୁ ମଧ୍ୟ ସେ ଆସନ ଭାଗବଣ୍ଟା ନେଇ ଅସନ୍ତୋଷ ଥିବା କୁହାଯାଇଛି । ବିଶେଷ କରି ଉତ୍ତର କଶ୍ମୀରରେ ଆସନ ଭାଗବଣ୍ଟା ନେଇ ସେ ଅସନ୍ତୁଷ୍ଟ ।

କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…

ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ: ୭୫୦ ଆଇସିୟୁ ବେଡ୍ ଯୋଗାଇବାକୁ କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି କଡ଼ ଲେଉଟାଇଲଣି ମହାମାରୀ କରୋନା ଭୂତାଣୁ । ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଗାମୀ ଦିନରେ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପରାଜ୍ୟପାଳ ଅନିଲ ବୈଜଲ,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।  କରୋନାର ମୁକାବିଲା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ କାମ କରିବା ଉଚିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ । ସଂକ୍ରମଣ ବଢୁଥିବା ଅଞ୍ଚଳରେ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଫୋକସ୍ ଦିଆଯାଇଛି ।

ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ICU ବେଡକୁ ନେଇ ଅଧିକ ଚିନ୍ତା ରହିଛି । ଏଭଳି ସ୍ଥତିରେ ମୋଟ ୭୫୦ ଆଇସିୟୁ ବେଡ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର । ୨ ଦିନ ମଧ୍ୟରେ ୫୦୦ ICU ବେଡ ଯୋଗାଇ ଦିଆଯିବ ଏବଂ ଅନ୍ୟ ୨୫୦ ବେଡ୍ ପରେ ଯୋଗାଇଦିଆଯିବ ବୋଲି କୁହାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବଢୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି  । ଏବେ ଦିଲ୍ଲୀରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି । ପ୍ରଦୂଷଣ ଓ କରୋନା ସଂକ୍ରମଣ କମାଇବା ପାଇଁ ଆଲୋଚନା ହୋଇଛି । । ଶୀତ ବଢ଼ିଲେ ଦୈନିକ ୧୫ ହଜାର ପର୍ଯ୍ୟନ୍ତ କରୋନା ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

କାଲିଠୁ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ

0

ମୁମ୍ୱାଇ: କାଲିଠୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକସ୍ଥଳୀ । ଏ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ମନ୍ଦିର ଓ ମସଜିଦକୁ ଯିବାକୁ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସାମାଜିକ ଦୂରତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଭକ୍ତ । ସମସ୍ତ ଧାର୍ମିକସ୍ଥଳୀକୁ ନିୟମିତ ବିଷୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଠିକ୍ ସମୟରେ ମହାରାଷ୍ଟ୍ରରେ ଧାର୍ମିକସ୍ଥଳୀ ଖୋଲାଯାଇଥିବା କହିଛନ୍ତି ରାଜ୍ୟ ସରକାର । ଜୁନ୍ ୮ ତାରିଖରୁ ଦେଶରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଏହା ଉପରେ ରୋକ୍ ଲଗାଇଥିଲେ .ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି । ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

ପାଟଣା: ଲଗାତାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ତେବେ ସୁଶୀଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ବେଳେ ନୂଆ ୨ ବିଜେପି ନେତା ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ । ରବିବାର ପାଟଣାରେ ବସିଥିବା ଜାତୀୟ ଗଣତାନ୍ତ୍ରତିକ ମେଣ୍ଟ(ଏନଡିଏ)ର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ବରିଷ୍ଠ ବିଜେପି ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କାରିବେ । ତେବେ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀଙ୍କୁ ଏଥର ଉପମୁଖ୍ୟମନ୍ତ୍ରୀ ବଦଳରେ ଅନ୍ୟ କୌଣସି କ୍ୟାବିନେଟ୍ ମନ୍ତ୍ରୀଭାବେ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି ।

ଆଜି ବସିଥିବା ଏନଡିଏ ବୈଠକରେ ନୀତିଶଙ୍କୁ ବିହାରରେ ଏନଡିଏର ମୁଖ୍ୟ ଓ ଏନଡିଏ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯାଇଛି । ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଆସନ୍ତା କାଲି ଅପରାହ୍ଣ ସାଢେ ୪ଟା ସମୟରେ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି । ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୭୪ଟି, ଜେଡିୟୁ ୪୩ ଓ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ୮ଟି ଆସନରେ ବିଜୟ ଲାଭ କରିଥିଲେ ।

କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…

କଟକ: ମହାନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ । ଆଜି ଅପରାହ୍ମରେ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟ ମଧୁସୂଦନ ସେତୁ ଉପରୁ ମହାନଦୀକୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଖସି ପଡ଼ିଥିଲେ । ମହିଳା ଜଣକ ପାଣିରେ ଖସି ପଡ଼ିବା ଖବର ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନଶମ ବାହିନୀକୁ ଜଣାଇବା ସହ ଉଦ୍ଧାର କାମ ଆରମ୍ଭ କରିଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କାମରେ ଲାଗି ଯାଇଥିଲେ । ଅଭିନେତା ଅମ୍ଲାନଙ୍କ ପତ୍ନୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।

Ollywood Actor Amlan's Wife Rescued From Mahanadi Water Safely

ତେବେ କିପରି ଓ କେଉଁ ପରିସ୍ଥିତିରେ ଅଭିନେତା ଅମ୍ଲାନଙ୍କ ପତ୍ନୀ ମହାନଦୀ ସେତୁ ଉପରୁ ଖସି ପଡ଼ିଲେ ନା ଡେଇଁଥିଲେ, ତା’ର ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସେ ମହାନଦୀରେ ପୂଜାଫୁଲ ପକାଇବାକୁ ଯାଇଥିବାବେଳେ ଅଘଟଣ ଘଟିଥିବା ଜଣାପଡିଛି ।

Ollywood Actor Amlan's Wife Rescued From Mahanadi Water Safely

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଲାନ । ସେ କହିଛନ୍ତି, ଦୀପାବଳି ପୂଜାଫୁଲ ପକାଇବା ପାଇଁ ଏକାଠି ଯାଇଥିଲୁ । ପତ୍ନୀ ଫୁଲ ପକାଇବା ବେଳେ ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିଲେ । ମୁଁ ଗାଡ଼ି ଭିତରେ ଥିଲି । ମୁଣ୍ଡ ବୁଲାଇବା କାରଣରୁ ଭାଉଜ ପଡ଼ିଗଲେ ବୋଲି ଡ୍ରାଇଭର ପାଟିକଲା । ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି । ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ପାରିବାରିକ ବିବାଦକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଅମ୍ଲାନ ଅସ୍ୱୀକାର କରିଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସୁଶୀଲ ମୋଦି: ବିଜେପି ବିଧାୟକ ଦଳ ବୈଠକରେ ବି ଯୋଗଦେଲେନି

ପାଟଣା: ନୀତୀଶ ହେବେ ବିହାର ମୁଖ୍ୟମନ୍ତ୍ରୀ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକରେ ନୀତୀଶଙ୍କ ନାଁରେ ବାଜିଛି ମୋହର । ଏହା ପରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି । କିନ୍ତୁ ସୁଶୀଲ ମୋଦି ଆଉ ଥରେ ଉପ-ମୁଖ୍ୟମନ୍ତ୍ରୀ ହେବେ ନାହିଁ । ଏ ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ଏକ ଟ୍ୱିଟ୍ କରି ଗାଦିଚ୍ୟୁତ ହୋଇଥିବାରୁ ନିଜ ଦୁଃଖ ବଖାଣିଛନ୍ତି ।

          ସୁଶୀଲ ନିଜ ଟ୍ୱିଟର BIOରୁ ବିହାର ଉପ-ମୁଖ୍ୟମନ୍ତ୍ରୀ ପଦକୁ ହଟାଇଦେଇଛନ୍ତି । ଏଥରୁ ସ୍ପଷ୍ଟ ହୋଇଛି ଯେ, ସେ ଆଉ ବିହାର ଉପ-ମୁଖ୍ୟମନ୍ତ୍ରୀ ହେବେନାହିଁ । ବିହାର ରାଜ୍ୟପାଳଙ୍କ ନିକଟକୁ ନୀତୀଶ କୁମାରଙ୍କ ସହ ମିଶି ଇସ୍ତଫା ପତ୍ର ଦେବାକୁ ଯିବା ପୂର୍ବରୁ ହିଁ ଏହାର ଆଭାସ ମିଳିସାରିଥିଲା । ପାଟଣାରେ ରହି ମଧ୍ୟ ବିଜେପି ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିଲେ ସୁଶୀଲ ମୋଦି ।

          ପାର୍ଟି ପକ୍ଷରୁ ଏ ନେଇ ସୂଚନା ମିଳିବା ପରେ ସୁଶୀଲ ମୋଦି ଟ୍ୱିଟ୍ କରିଛନ୍ତି କହିଛନ୍ତି ଯେ, ବିଜେପି ଏବଂ ସଂଘ ପରିବାର ତାଙ୍କୁ ୪୦ ବର୍ଷର ରାଜେନୖତିକ ଜୀବନ ମଧ୍ୟରେ ବହୁତ କିଛି ଦେଇଛନ୍ତି । ଯାହା ବୋଧେ ହିଁ କାହାକୁ ମିଳିଥିବ । ଏବେ ମଧ୍ୟ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ସେ ପୂର୍ଣ୍ଣ ନିଷ୍ଠାର ସହ ପ୍ରତିପାଦନ କରିବେ । ତାଙ୍କ ଠାରୁ କର୍ମୀ ପଦବୀ କେହିଁ ଛଡ଼ାଇପାରିବେ ନାହିଁ । ତାଙ୍କର ଏହି ଟ୍ୱିଟରୁ ସ୍ପଷ୍ଟ ଯେ, ସେ ଆଉ ଉପ-ମୁଖ୍ୟମନ୍ତ୍ରୀ ହେବେନାହିଁ । ଏଥିସହିତ ଦଳର ଏଭଳି ନିଷ୍ପତ୍ତି ସେ କେଉଁଠି କେଉଁଠି ଅସହମତ ।

୬ ଜଣଙ୍କ ହତ୍ୟାରେ କିଏ ସମ୍ପୃକ୍ତ ? ୯ ଜଣଙ୍କୁ ଜେରା କରୁଛି ପୋଲିସ

ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ପଛରେ କିଏ ? ଗୋଟିଏ ପରିବାରର ଛଅ ଜଣଙ୍କୁ ମର୍ଡର ପ୍ଲାନ୍‌ରେ ରହିଛି କାହାର ସମ୍ପୃକ୍ତି ? ଆଗରୁ ୪ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ପୁଣି ୫ ଜଣଙ୍କୁ ଜିଲ୍ଲା ବାହାରୁ ଉଠାଇ ଆଣିଛି ପୋଲିସ । ହତ୍ୟା ରହସ୍ୟ ଉପରୁ ପରଦା ହଟାଇବାକୁ ୯ ଜଣଙ୍କୁ କରୁଛି ଜେରା । ସେପଟେ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଛି ପୋଲିସର ଆଉ ଏକ ଟିମ୍ ।

 Patanagarh Six People OF A Family Murder Case, Police Interrogated 9 Persons

ପୂରା ପରିବାରକୁ ନିପାତ ପ୍ଲାନ୍ କାହାର ? ଷଡ଼ଯନ୍ତ୍ରର ଅଡୁଆ ସୂତା ଭିତରେ ଛନ୍ଦି ହୋଇଛି କୁସୁମପଡ଼ାର ବୀଭତ୍ସ କ୍ରାଇମ୍ । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପ୍ରଥମେ ବାବୁଲା ଜାନୀଙ୍କ ଦୁଇ ପୁଅ ଭୋଳା ଏବଂ ଶିବାଙ୍କୁ ଅଟକ ରଖିଥିଲା ପୋଲିସ । ଜେରା ବେଳେ ମିଳିଥିବା ତଥ୍ୟ ଆଧାରରେ ବାପା ବାବୁଲା ଜାନୀ ଓ ଭିଣୋଇଙ୍କୁ ଅଟକ ରଖିଛି ପୋଲିସ । ସେପଟେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ନବରଙ୍ଗପୁରରୁ ଆଉ ୫ ଜଣଙ୍କୁ ଉଠାଇ ନେଇଛି । ସମସ୍ତଙ୍କୁ ମୁହାଁମୁହିଁ ଜେରା କରୁଛନ୍ତି ଅତିରିକ୍ତ ଏସପିଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ଟିମ୍ । ସେପଟେ ରାଜ୍ୟ ବାହାରକୁ ଯାଇଛି ପୋଲିସର ଏକ ଟିମ୍ ।

 Patanagarh Six People OF A Family Murder Case, Police Interrogated 9 Persons

ମଙ୍ଗଳବାର ବିଳମ୍ବିତ ରାତିରେ ରକ୍ତରଞ୍ଜିତ ହୋଇଥିଲା କୁସୁମପଡ଼ା । ଗୋଟିଏ ପରିବାରର ୬ଜଣଙ୍କୁ କରାଯାଇଥିଲା ହତ୍ୟା । ୬ଟି ଦିଗକୁ ନେଇ ତନାଘନା ଚଳାଇଛି ପୋଲିସ । ନାମକରଣ, ଚୋରା ବନ୍ଧୁକ, ଚୋରି ସୁନା, ଖୁଡ଼ି-ପୁତୁରା ପ୍ରେମ, ପୂର୍ବରୁ ପୁଅକୁ ହତ୍ୟା, ଜମିବାଡ଼ି ବିବାଦ ଆଧାରରେ ତଦନ୍ତ ଚାଲିଛି । ପୂରା ପରିବାରକୁ ହତ୍ୟା ପାଇଁ କାହିଁକି ରଚାଯାଇଥିଲା ଷଡ଼ଯନ୍ତ୍ର ? ଘର ଭିତରେ କାହିଁକି ଖୋଳାଯାଇଥିଲା ଦୁଇ ଫୁଟ୍‌ର ଗାତ ? ହତ୍ୟା ପଛର ପ୍ରକୃତ କାରଣ କ’ଣ ? ଜାରି ରହିଛି ସସ୍‌ପେନ୍‌ସ ।

ଶୀତ ଅଧିବେଶନର ଉଠିବ ସାରୁଅ ପ୍ରସଙ୍ଗ, ବିରୋଧୀ-ସରକାର ସଜବାଜ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନରେ ଉଠିବ ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗ । ଦଳିତଙ୍କ ଜମିକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଶାଗମାଛ ଦରରେ ହାତେଇଥିବା ଅଭିଯୋଗ ହୋଇଛି । ଗୃହରେ ଏନେଇ ଆଲୋଚନା ପାଇଁ ଉଭୟ ଶାସକ ଓ ବିରୋଧୀ ରାଜି ହୋଇଛନ୍ତି । ସେପଟେ ୧୫ ଦିନ ହେଲା ଶୀତ କାକରରେ ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେଣି, କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିଘା ନାହିଁ ।

 Sarua Land Scam Issue Will Raise In Odisha Assembly Winter Session

ସାରୁଅ ତାତିରେ ସରଗରମ ହେବ ବିଧାନସଭାର ଆଗାମୀ ଅଧିବେଶନ । ଉଠିବ ଜମି କେଳେଙ୍କାରୀ ପ୍ରସଙ୍ଗ । ଚଞ୍ଚକତା କରି କେମିତି ହୋଇଛି ଦଳିତଙ୍କ ଜମି ଜବରଦଖଲ । ଆଲୋଚନା ପାଇଁ ବିରୋଧୀ, ଶାସକ ଏକସ୍ୱର । ଦଳିତଙ୍କୁ ଭଣ୍ଡେଇ କିଏ ନେଇଛି ଜମି ? ଯଦି ଲୋକ ଅସନ୍ତୁଷ୍ଟ, ତେବେ ଗୃହରେ ଉଠୁ ପ୍ରସଙ୍ଗ । ସେ ଯେଉଁ ଦଳର ବି ହୁଅନ୍ତୁ, ଚଞ୍ଚକତା ହୋଇଥିଲେ ଜମି ଫେରାଇବା ଉଚିତ୍ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳିତଙ୍କ ଜମି ଫେରାଇ ଆଣିବୁ । ଶାସକ ହୁଅନ୍ତୁ କି ବିରୋଧୀ, ଭୁଲ କରିଥିବା ଲୋକଙ୍କୁ କେବେ ନବୀନ ସରକାର ଛାଡ଼ିନାହାନ୍ତି । ପ୍ରସଙ୍ଗ ଉଷ୍ଣ ଅଛି, ତେଣୁ ଗୃହରେ ଉଠିବ । ତଦନ୍ତ ପରେ ପଦକ୍ଷେପ ନିଆଯାଉଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

ସେପଟେ ଜମି ଦେଇ ପ୍ରତିଶ୍ରୁତି ଅନୁସାରେ ସ୍ଥାୟୀ ଚାକରି ପାଇନଥିବା ଠିକା କର୍ମଚାରୀ ୧୫ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି । ସାରୁଅରୁ ରାଜଭବନ ପହଞ୍ଚିଥିଲା ଆନ୍ଦୋଳନ, ହେଲେ ସମାଧାନ ହୋଇପାରିନି । ଏହା ଭିତରେ ଧାରଣାରେ ବସିଥିବା ୩ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେଣି । ହେଲେ ଜାଣିଶୁଣି ସମୟ ଗଡ଼ାଉଛନ୍ତି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଶା ଇନ୍‌ଫ୍ରାଟେକ୍ କମ୍ପାନୀ । ନା ଧାରଣାସ୍ଥଳକୁ ଆସୁଛନ୍ତି ନା ଶ୍ରମ ବିଭାଗ ସହ ଆଲୋଚନା କରୁଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

୫ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ଶୀତ କାକରରେ ଅସୁସ୍ଥ ହେଲେଣି, ହେଲେ କମ୍ପାନୀ କର୍ତ୍ତୃପକ୍ଷଙ୍କର ନିଘା ନାହିଁ । ଆସନ୍ତା ୧୮ତାରିଖରେ ଆଲୋଚନା ପାଇଁ ନୋଟିସ୍ କରିଛି ଶ୍ରମ ବିଭାଗ ।

କରୋନା ସଂକ୍ରମିତ ଅହମ୍ମଦ ପଟେଲ ଗୁରୁତର: ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ତାଙ୍କୁ ମେଟ୍ରୋ ହସ୍ପିଟାଲରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଅହମ୍ମଦ ପଟେଲ ଅକ୍ଟୋବର ପୂର୍ବ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ ।

ଅକ୍ଟୋବର ପହିଲାରେ ଅହମ୍ମଦ ପଟେଲ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ । ରାଜ୍ୟସଭା ସାଂସଦ ଟ୍ୱିଟ୍ କରି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚିତ କରିଥିଲେ । ଏଥିସହିତ ଗତ ୧୦ ଦିନ ମଧ୍ୟରେ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବା ନେଇ ନିବେଦନ କରିଛନ୍ତି ।

‘Jay’ ‘grabs’ land : ବିଧାନସଭାରେ ଉଠିବ ଜୟଙ୍କ ଜମି କେଳେଙ୍କାରୀ ପ୍ରସଙ୍ଗ : ପ୍ରଶାନ୍ତ ଜଗଦ୍ଦେବ