spot_img
Home Blog Page 6393

ସ୍ତ୍ରୀର କାନଫୁଲ ବିକି ଲଢ଼ିଥିଲେ ନିର୍ବାଚନ, ତିନିଥର ସାଂସଦ ହେବା ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ…

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିହାରର ରାଜନେତା ମାନେ ବିବାଦ ଭିତରେ ରହିଥାନ୍ତି । ନେତାଙ୍କ କଳାକାରନାମା ଯୋଗୁଁ ବିହାର ରାଜନୀତି ସବୁ ବେଳେ ଚର୍ଚ୍ଚାରେ ଥାଏ । ବିହାରର ନେତାମାନେ କେତେବେଳେ ବାହୁ ବଳ ଦେଖାଇ ତ କେତେବେଳେ ବିଭିନ୍ନ ସ୍କାମ୍ ଓ ଦୁର୍ନୀତିକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପଦପଦବୀ ଓ ରୁବାବ୍‌ ଦେଖାଇବା ପାଇଁ ନେତାମନେ କିଛି ବ କରିବାକୁ ପଛାନ୍ତି ନାହିଁ । ଏବେ ପୁଣି ପାଖେଇ ଆସୁଛି ବିହାର ନିର୍ବାଚନ । ତେବେ ଏଭଳି ସମୟରେ ଆମେ ମନେ ପକେଇବା ବିହାରର ସେହି ଦିବଙ୍ଗତ ନେତା ଇଶ୍ୱର ଚୌଧରୀଙ୍କ କଥା ।

Iswar Choudhry

ବିହାରରେ ମଧ୍ୟ ଏଭଳି କିଛି ନେତା ଅଛନ୍ତି ଯାହା କଥା ଶୁଣିଲେ ଆଖିରୁ ଲୁହ ଆସିଯିବ ।‌ ଯେ କେହି ବି ସେହି ନେତାଙ୍କ କାହାଣୀ ଶୁଣିବେ ସେମାନେ ସ୍ତବ୍ଧ ହୋଇଯିବେ । ଆମେ କହୁଛୁ ୧୯୭୧ ମସିହାର କଥା । ସେହି ସମୟର ଜଣେ ରାଜନେତା ଥିଲେ ଇଶ୍ୱର ଚୌଧୁରୀ । ଯାହାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜେ ଚାନ୍ଦା କରି ନିର୍ବାଚନ ଲଢ଼ିବାକୁ ପ୍ରୋତ୍ସାହିତ କରିଥିଲେ । ଆଉ ତାଙ୍କୁ ଜିତାଇଥିଲେ ମଧ୍ୟ । ସେହି ସମୟରେ ନେତାମାନେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ଓ ଜନସେବା ଗୁଣ ବଳରେ ନିର୍ବାଚନୀ ମଇଦାନକୁ ଓହ୍ଲାଉଥିଲେ ।

Iswar Choudhry

ଇଶ୍ୱର ଚୌଧୁରୀ ଯେତେବେଳେ ଜନସଂଘ ଟିକଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ, ସେତେବେଳେ ବିପକ୍ଷରେ ବିହାର ରାଜନୀତିର ପାଓ୍ୱାରଫୁଲ୍‌ ଲିଡର ବୋଲାଉଥିବା ଜଗ୍‌ଜୀବନ ରାମ୍‌ଙ୍କ ପୁଅ ସୁରେଶ ରାମ୍ କଂଗ୍ରେସ ଟିକଟରେ‌ ମଇଦାନକୁ ଓହ୍ଲାଇଥିଲେ । ସୁରେଶ ରାମ୍‌ଙ୍କୁ ହରାଇ ଇଶ୍ୱର ଚୌଧୁରୀ ବିଜୟ ହୋଇଥିଲେ ।

ସେହି ସମୟରେ ସୁରେଶ ରାମ୍‌ଙ୍କ ଆଧିପତି ଓ ପାଓ୍ୱାର ଆଗରେ ଇଶ୍ୱର ଚୌଧୁରୀ ନିମିତମାତ୍ର ବୋଲି କହିଲେ ଚଳେ । ସୁରେଶଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଗାଡ଼ି ଘୋଡ଼ାର ଲମ୍ବା ଲାଇନ୍‌ ଲାଗୁଥିବା ବେଳେ ଇଶ୍ୱରଙ୍କ ପାଖରେ ଗାଡ଼ି ତ ଦୂରର କଥା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଟଙ୍କା ମଧ୍ୟ ନଥିଲା ।

Iswar Choudhry

କାର୍ଯ୍ୟକର୍ତ୍ତାଙ୍କ ଜିଦ୍‌ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ

ଇଶ୍ୱରଙ୍କ ପାଖରେ ନାମାଙ୍କନ ଦାଖଲ କରିବା ପାଇଁ ଟଙ୍କା ନଥିବା ବେଳେ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରବର୍ତ୍ତାଇଥିଲେ । ଯେଉଁଥିପାଇଁ ସେ ତାଙ୍କ ପତ୍ନୀ ନାଗିଆ ଦେବୀଙ୍କ କାନଫୁଲ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ । ପରେ କାର୍ଯ୍ୟକର୍ତ୍ତାମାନେ ଚାନ୍ଦା କରି ୨୭ ହଜାର ଟଙ୍କା ସଂଗ୍ରହ କରିଥିଲେ । ସେହିମାନଙ୍କ ଭରସାରେ ହିଁ ଇଶ୍ୱର ନିର୍ବାଚନ ବୈତରଣୀକୁ ଓହ୍ଲାଇଥିଲେ ।

ଜନ ସଂଘର ଜଣେ ନେତା କହିଛନ୍ତି ଯେ, ସେହି ସମୟରେ ଜନ ସଂଘ ପାଇଁ ହାଓ୍ୱା ଚାଲିଥିଲା । ଯେଉଁଥିପାଇଁ କିଛି ଲୋକ ସୁରେଶ ରାମଙ୍କ କାର ପଛରେ ପତାକା ଧରି ବାହାରୁଥିଲେ ସତ ହେଲେ କିଛି ବାଟ ଗଲା ପରେ ସେମାନେ ଇଶ୍ୱରଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲେ । ଲୋକଙ୍କ ଏହି ସମର୍ଥନ ଯୋଗୁଁ ଇଶ୍ୱର ଚୌଧୁରୀ ଏକ ବଡ଼ ବିଜୟ ହାସଲ କରିଥିଲେ ଏବଂ ସଂସଦରେ ପହଞ୍ଚିଥିଲେ ।

ତିନିଥର ସାଂସଦ

୧୯୭୧ ନିର୍ବାଚନ ​​ଜିତିବା ପରେ ଇଶ୍ୱର ଚୌଧୁରୀ ନିଜର ସରଳ ଏବଂ ନମ୍ର ଭାବମୂର୍ତ୍ତି ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହା ଫଳରେ ଜନସଂଘ ୧୯୭୭ରେ ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ସେହି ଜନତା ପାର୍ଟିରୁ ଲଢ଼ି  ଇଶ୍ୱର ବିଜୟ ହୋଇଥିଲେ । ସେହି ନିର୍ବାଚନରେ ଇଶ୍ୱର କଂଗ୍ରେସ ଦଳର ମିଶ୍ରୀ ସଦାଙ୍କୁ ପରାଜିତ କରିଥିଲେ । ଏହାପରେ ଦୁଇ ଦୁଇ ଥର ଇଶ୍ୱରଙ୍କୁ ନିର୍ବାଚନୀ ମଇଦାନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ହେଲେ ୧୯୮୯ରେ ସେ ପୁଣି ଭାଜପା ଟିକଟରୁ ଲଢ଼ି କଂଗ୍ରେସର ରାମସ୍ୱରୂପ ରାମଙ୍କୁ ପରାଜିତ କରିଥିଲେ । କିନ୍ତୁ ସରକାର ଭାଙ୍ଗିଗଲା ଓ ୧୯୯୧ରେ ଅନ୍ତରୀଣ ନିର୍ବାଚନ ହେଲା ।

ଇଶ୍ୱରଙ୍କୁ ହତ୍ୟା କରିଦିଆଗଲା 

ଇଶ୍ୱର ଚୌଧୁରୀ ଅନ୍ତରୀଣ ନିର୍ବାଚନର ପ୍ରଚାର କରୁଥିଲେ । ୧୫ ମେ’ ୧୯୯୧ରେ ସେ କୋଞ୍ଚରେ ପ୍ରଚାର କରିବାକୁ ଯାଇଥିଲେ । କୋଞ୍ଚର କଠୌତିୟାର ଏକ ଯାଗାରେ ସେ ନିଜ ଗାଡ଼ିକୁ ଅଟକାଇ ଶୌଚ କରିବାକୁ ବାହାରିଥିଲେ, ସେହି ସମୟରେ ତାଙ୍କ ଉପରକୁ ଗୁଳି ବର୍ଷା କରାଯାଇଥିଲା । ଯେଉଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗାନ୍ଧି ଜୟନ୍ତୀରୁ ବିଜେଡିର ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମ ନେଇଥିଲେ ଜାତୀର ଜନକ ମହାତ୍ମା ଗାନ୍ଧି । ଆଜି ସାରା ଦେଶ ତାଙ୍କର ୧୫୧ ତମ ଜୟନ୍ତୀ ପାଳୁନ କରୁଛି । ଏଥିପାଇଁ ଭୁବନେଶ୍ୱର କଟକ ସମେତ ସାରା ରାଜ୍ୟରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କଟକର ସ୍ୱରାଜ୍‌ ଆଶ୍ରମରେ ଗାନ୍ଧିଙ୍କ ଜନ୍ମ ତିଥି ପାଳନ ପାଇଁ ବିଶେଷ ଆୟୋଜନ ହୋଇଛି । ତେବେ କୋଭିଡ କଟକଣା ଭିତରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ରାଜ୍ୟବାସୀ ।

ଅନ୍ୟପଟେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଆରମ୍ଭ ହେଉଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ଏନେଇ ସମସ୍ତ ସାଂସଦ, ବିଧାୟକ ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଲେଖିଛନ୍ତି ଯେ, ୨୦ ବର୍ଷ ଧରି ବିଜେଡି ରାଜ୍ୟବାସୀଙ୍କ ସୁଖଦୁଃଖର ସାଥି ହୋଇରହିଛି ।

କରୋନା ମହାମାରୀର ମାସ୍କ ହିଁ ସୁରକ୍ଷା କବଚ । ଏଣୁ ପ୍ରତି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିବେ ବିଜେଡି କର୍ମକର୍ତ୍ତା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନ କରାଯିବ । ଟେଷ୍ଟିଂରେ ସହଯୋଗ କରି ଚିକିତ୍ସା କରାଇବାକୁ ସଚେତନ କରାଇବା ସହ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରାଯିବ । ପ୍ଲାଜ୍‌ମା ଦାନର ମହାନତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ନିଜ ନିର୍ବାଚନ ମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହ ସାମିଲ ହୁଅନ୍ତୁ । ଓଡ଼ିଶାବାସୀଙ୍କ ପାଇଁ ଉତ୍ତର ଦାୟିତ୍ୱ ନିର୍ବାହ କରିବ ବିଜେଡି । କରୋନା ବିରୋଧରେ ସଂଗ୍ରାମ ଜାରି ରହିବ, ଓଡ଼ିଶା ଜିତିବ । ଏହି ମନ୍ତ୍ର ନେଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗାନ୍ଧି ଜୟନ୍ତୀ: ଜାଣନ୍ତୁ ନିଜ ଜନ୍ମଦିନ ୨ ଅକ୍ଟୋବରକୁ କଣ କରୁଥିଲେ ବାପୁ…

ନୂଆଦିଲ୍ଲୀ: ଆଜି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୦୨ ତମ ଜୟନ୍ତୀ । ଏହି ଅବସରରେ ସରକାର ଓ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ କେତକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସଫେଇରୁ ନେଇ ଅହିଂସା ଯାଏଁ ଲୋକ ଅଲଗା ଅଲଗା ପ୍ରକାରେ ବାପୁଙ୍କୁ ମନେ ପକାଉଛନ୍ତି । କଣ ଆପଣ ଜାଣନ୍ତି ନିଜ ଜନ୍ମଦିନରେ ଗାନ୍ଧି କଣ କରୁଥିଲେ, କିପରି ଜନ୍ମଦିନ ପାଳୁଥିଲେ ଗାନ୍ଧିଜୀ ।

Gandhi Jayanti 2020 How Mahatma Gandhi Celebrate His Birthday

ଗାନ୍ଧିବାଦୀ ରାମଚନ୍ଦ୍ରଙ୍କ ଅନୁସାରେ, ଗାନ୍ଧିଜୀ ଜନ୍ମଦିନ ପାଳୁ ନଥିଲେ । କିନ୍ତୁ ଲୋକ ତାଙ୍କ ଜନ୍ମଦିନ ପାଳନ କରୁଥିଲେ । ସେ ଗାନ୍ଧିଜୀଙ୍କ ୧୦୦ ବର୍ଷ ପୁରୁଣା କଥାକୁ ମନେ ପକାଇ କୁହନ୍ତି- ଆଜିଠୁ ୧୦୨ ବର୍ଷ ତଳେ ୧୯୧୮ ମସିହାରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରୁଥିବା ଲୋକଙ୍କୁ ବାପୁ କହିଥିଲେ ‘ମୋ ମୃତ୍ୟୁ ପରେ ଜଣାପଡ଼ିବ ମୋ ଜନ୍ମଦିନ ପାଳନ ଯୋଗ୍ୟ କି ନୁହେଁ ।’

Gandhi Jayanti 2020 How Mahatma Gandhi Celebrate His Birthday

ଜନ୍ମଦିନରେ କଣ କରୁଥିଲେ ବାପୁ ?

ଦେଶରେ ଥିବା ଗାନ୍ଧିବାଦୀ ସଂସ୍ଥା ମାତୃ ସଂସ୍ଥା, ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହି କୁହନ୍ତି- ଜନ୍ମଦିନ ବାପୁଙ୍କ ପାଇଁ ଗମ୍ଭୀର ଦିନ । ସେଦିନ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ଚରଖା ଚଳାଇବାରେ ଅଧିକାଂଶ ସମୟ କାଟୁଥିଲେ । କେବଳ ଜନ୍ମଦିନ କାହିଁକି କୌଣସି ବି ଗୁରୁତ୍ୱପୂର୍ଣ୍ଣ ଦିନକୁ ବାପୁଜୀ ଏହିଭଳି ଭାବେ ପାଳନ କରୁଥିଲେ ।

Gandhi Jayanti 2020 How Mahatma Gandhi Celebrate His Birthday

କିନ୍ତୁ ସରକାର ଆଜି ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରକାରର ସମାରୋହ କରୁଛନ୍ତି । ଚାରିଆଡ଼େ କୋଳାହଳ ସୃଷ୍ଟି ହେଉଛି, ବର୍ଷେ କାର୍ଯ୍ୟକ୍ରମ କରାଯାଉଛି । ସରକାର ତ ନିଜ ଇଚ୍ଛାରେ କିଛି ବି କରନ୍ତି । ଗାନ୍ଧିଙ୍କ ବିଚାରଧାରା ସହ ଏହାର କିଛି ସମ୍ପର୍କ ହିଁ ନାହିଁ । ସରକାର ନିଜର ମହତ୍ୱାକାଂକ୍ଷୀ ଇଚ୍ଛା ପୂରଣ ପାଇଁ ଏଭଳି ଆୟୋଜନ କରି ଗାନ୍ଧିଙ୍କ ନାଁର ବ୍ୟବହାର କରନ୍ତି ।

Gandhi Jayanti 2020 How Mahatma Gandhi Celebrate His Birthday

ତାଙ୍କ କହିବା ଅନୁସାରେ ସରକାର ପ୍ରକୃତରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଥିଲେ ବାପୁଙ୍କ ବିଚାରକୁ ନେଇ ସମାଜକୁ ଆଗକୁ ନେବାକୁ ଚେଷ୍ଟା କରିଥାନ୍ତେ । କିନ୍ତୁ, ଏସବୁର ଲକ୍ଷଣ ଦେଖା ଯାଉନାହିଁ । ଏବେର ସରକାର ଗାନ୍ଧି ଓ ଗାନ୍ଧିଜୀଙ୍କ ଜନ୍ମଦିନକୁ ସଫେଇ ସହିତ ଯୋଡ଼ିଛନ୍ତି ।

Gandhi Jayanti 2020 How Mahatma Gandhi Celebrate His Birthday

ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କରାଯାଉଛି । ଏହା ଉପରେ ରାହି କୁହନ୍ତି ‘ଯଦି ସଫେଇ କଥା ଚିନ୍ତା କରାଯାଉଛି ତ ପ୍ରଥମେ ଦେଶରେ ସଫେଇ କାର୍ଯ୍ୟ କରୁଥିବା ଲୋକଙ୍କୁ ଏମିତି ସୁବିଧା ଦେବା ଦରକାର ଯେଭଳି ସେମାନେ ନାଳରେ ପଶି ସଫା କରିବେ ନାହିଁ ।’

ପଞ୍ଜାବକୁ ୪୮ ରନ୍‌ରେ ହରାଇ ତାଲିକାର ଶୀର୍ଷରେ ପହଞ୍ଚିଲା ମୁମ୍ବାଇ

ଆବୁଧାବି:‌ ପଞ୍ଜାବକୁ ୪୮ ରନରେ ହରାଇ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ୧୯୨ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ୧୪୩ ରନ୍‌ରେ ଧରାଶାୟୀ ହୋଇଛି । ଗୁରୁବାର ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ ।

mi vS kxip

ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନସ୍‌, ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲେ ମଧ୍ୟ ପରେ ଭଲ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୫ ବଲରେ ୭୦ ରନ୍‌ କରିଥିଲେ । ଅନ୍ୟପଟେ କିରନ୍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ବଲ ଖେଳି ୩୦ ରନ୍‌ କରିଥିବା ବେଳେ କିରନ୍ ପୋଲାର୍ଡ ୨୦ ବଲ ଖେଳି ୪ ଛକା ୩ ଚୌକା ସହାୟତାରେ ୪୭ ରନ୍‌ କରିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା । କିଙ୍ଗସ୍‌ ଇଲେଭେନ ପଞ୍ଜାବ ପକ୍ଷରୁ କୋଟ୍ରେଲ୍, ମହମ୍ମଦ ଶାମି ଓ କୃଷ୍ଣପ୍ପା ଗୌତମ ଗୋଟେ ଲେଖାଏଁ ୱିକେଟ୍‌ ନେଇଥିଲେ ।

mi vS kxip

ସେହିଭଳି ୧୯୨ ରନ୍‌ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ କିଛି ସମୟରେ ପଞ୍ଜାବର ଓ୍ୱିକେଟ୍‌ ପଡ଼ିବା ଆରମ୍ଭ ହୋଇଥିଲା । ମାତ୍ର ୪.୫ ଓଭରରେ ଦଳର ସ୍କୋର ୩୮ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରୱାଲ ଆଉଟ୍‌ ହୋଇ ଯାଇଥିଲେ । ଏହା ପରେ ପଞ୍ଜାବର  ଗୋଟିଏ  ପରେ ଗୋଟେ  ୱିକେଟ ପଡ଼ିବା ଆରମ୍ଭ  ହୋଇଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୮ ବଲରେ ୨୫ ରନ୍‌ ଓ ଲୋକେଶ ରାହୁଲ ୧୯ ବଲରେ ୧୭ ରନ୍‌ କରିଥିବା ବେଳେ ନିକୋଲାସ୍ ପୁରନ୍ ସର୍ବାଧିକ ୪୪ ରନ୍‌ କରିଥିଲେ । ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ୍‌, ଯଶପ୍ରୀତ୍ ବୁମରା ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କ୍ରୁନାଲ ପାଣ୍ଡ୍ୟା ୧-୧ ୱିକେଟ ନେଇଛନ୍ତି । ମୁମ୍ବାଇର ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଦଳ । ଅନ୍ୟପଟେ ପଞ୍ଜାବ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି ।

ଏହି ରାଶିର ବ୍ୟକ୍ତିଙ୍କ ଭାଙ୍ଗିଯାଇଥିବା ସଂପର୍କ ପୁଣି ଯୋଡି ହେବ

ଆଜିର ପଞ୍ଚାଙ୍ଗ: ୨ ଅକ୍ଟୋବର, ୨୦୨୦,ଶୁକ୍ରବାର

୧୪୨୮ ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

ଆଶ୍ୱିନ ମଳମାସ କୃଷ୍ଣପକ୍ଷ,ପ୍ରତିପଦା ତିଥି

-ମୀନ ରାଶିରେ ରହିବେ ଚନ୍ଦ୍ର

– ରେବତୀ ନକ୍ଷତ୍ର

-ଘାତଚନ୍ଦ୍ର- ଧନୁ ରାଶି ପୁରୁଷ, କର୍କଟ,ତୁଳା ରାଶି ମହିଳାଙ୍କ ପାଇଁ

– ଘାତ ବାର- ବିଛା,ଧନୁ,ମୀନ ରାଶିର

ଶୁଭ ସମୟ

ଦିନ ୧୨ଟା ୨୪ ମିନିଟ୍ ଠାରୁ ଦିନ ୩ଟା ୩୨ ମିନିଟ୍ ପର୍ଯ୍ୟନ୍ତ

ଅଶୁଭ ସମୟ

ଦିନ ୧୦ଟା୩୦ ମିନିଟ୍ ଠାରୁ ଦିନ ୧୨ଟା ମିନିଟ୍ ପର୍ଯ୍ୟନ୍ତ

ମେଷ 

ଅଶ୍ୱିନୀ ନକ୍ଷତ୍ର –ମନ ଉତ୍ସାହ ପୂର୍ଣ୍ଣ ରହିବ, ଭାଙ୍ଗିଯାଇଥିବା ସଂପର୍କ ପୁଣି ଯୋଡି ହୋଇଯିବ ।

ଦ୍ୱିଜା ନକ୍ଷତ୍ର – ନୂଆ କାମ ପାଇଁ ଅନୁକୁଳ ପରିବେଶ ମିଳିବ ।

କୃତ୍ତିକା ନକ୍ଷତ୍ର –ଘରୋଇ କଳହକୁ ନେଇ ଆତ୍ମୀୟମାନଙ୍କ ଖରାପ ବ୍ୟବହାର ରହିବ ।

ଉପାୟ: ଲାଲ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ,ସଙ୍କଟରୁ ରକ୍ଷା ମିଳିବ ।

ବୃଷ

କୃତ୍ତିକା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ବ୍ୟସ୍ତତା ମଧ୍ୟରେ ସମୟ କଟିବ, ହେବାକୁ ଥିବା କାମ ଅଧାରେ ଅଟକି ରହିବ ।

ରୋହିଣି ନକ୍ଷତ୍ର – ହଠାତ୍ ବନ୍ଧୁଙ୍କ ପାଖରୁ ଶୁଭ ଖବର ମିଳିବ, ମନରେ ଥିବା ଭୟ ଦୁର ହେବ।

ମୃଗଶିରା ନକ୍ଷତ୍ର – ସମସ୍ୟା  ରହିଛି, ମାନସମ୍ମାନହନୀର ସୂଚନା ରହିଛି।

ଉପାୟ: କୌଣସି ଗରିବ ମହିଳାଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ।

ମିଥୁନ

ମୃଗଶିରା ନକ୍ଷତ୍ର – ଦିନଟି ଭଲ ରହୁନାହିଁ, ନିଜ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ।

ଆଦ୍ରା ନକ୍ଷତ୍ର – ଆତ୍ମ ବିଶ୍ୱାସ ବଢିବ, ନିଜ କାମକୁ ନେଇ ଖୁସି ରହିବ, ଭଲରେ ସମୟ କଟିବ ।

ପୂନର୍ବସୁ ନକ୍ଷତ୍ର – କୌଣସି ବିବାଦୀୟ କଥାରେ ରୁହନ୍ତୁ ନାହିଁ  । ଆପଣଙ୍କ ପାଇଁ ଶୁଭଙ୍କର ହେବ।

ଉପାୟ: ମା’ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଅର୍ପଣ କରନ୍ତୁ।

କର୍କଟ

ପୁନର୍ବସୁ ନକ୍ଷତ୍ର – ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୋଇ ଚଳନ୍ତୁ , ବାହାର ଖାଦ୍ୟ ଠାରୁ  ଦୁରେଇ ରୁହନ୍ତୁ।

ପୁଷ୍ୟା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଳତା ମିଳିବ, କିଛି ନୂଆ କଥା ଶିଖିବାକୁ ମିଳିବ।

ଅଶ୍ଲେଷା ନକ୍ଷତ୍ର – ସଂଯମତା ରଖି କଥା କୁହନ୍ତୁ, ଅନ୍ୟର କଥାକୁ ଶୁଣନ୍ତୁ।

ଉପାୟ: ମିଠା ଖାଇ ଜଳ ପିଇ କାର୍ଯ୍ୟ ପାଇଁ ଘରୁ ବାହାରନ୍ତୁ।

ସିଂହ

ମଘା ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ, ଶତ୍ରୁମାନେ ଦୁରେଇ ରହିବେ।

ପୂର୍ବାଫାଲଗୁନି ନକ୍ଷତ୍ର – ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ, ମିତ୍ର ବନ୍ଧୁଙ୍କର ସହଯୋଗ ମିଳିବ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜର ଯୋଗ୍ୟତା ଓ କ୍ଷମତା ଅନୁସାରେ ମିଳିବ ନାହିଁ।

ଉପାୟ: ଗାୟତ୍ରୀ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

କନ୍ୟା 

ଉତ୍ତରାଫାଲଗୁନୀ ନକ୍ଷତ୍ର –  ପିତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢିବ।

ହସ୍ତା ନକ୍ଷତ୍ର – ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ,,ସନ୍ତାନଙ୍କ ସଫଳତାକୁ ନେଇ ଖୁସି ରହିବେ ।

ଚିତ୍ରା ନକ୍ଷତ୍ର – ସାମାନ୍ୟ କଥାକୁ ନେଇ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ।

ଉପାୟ: ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ତୁଳା

ଚିତ୍ରା ନକ୍ଷତ୍ର – କୌଣସି କାମ ଅଧା ରହିବା ଯୋଗୁ ଆପଣ ଚିନ୍ତିତ ରହିପାରନ୍ତି।

ସ୍ୱାତୀ ନକ୍ଷତ୍ର – ଯେ କୌଣସି କାର୍ଯ୍ୟ କରିବଲେ ବି ସଫଳତା ପାଇବେ।

ବିଶାଖା ନକ୍ଷତ୍ର – ସଂପୂର୍ଣ୍ଣ ଦିନ ସଂଘର୍ଷପୂର୍ଣ୍ଣ ରହିବ।

ଉପାୟ: ହନୁମାନଙ୍କ ପାଖରେ ଦୀପ ଜଳାନ୍ତୁ,କାର୍ଯ୍ୟ ସଫଳ ହେବ।

ବିଛା

ବିଶାଖା ନକ୍ଷତ୍ର- ନିଜର କଥାକୁ ନିୟନ୍ତ୍ରଣରେ ରଖନ୍ତୁ।

ଅନୁରାଧା ନକ୍ଷତ୍ର -କାର୍ଯ୍ୟରେ ସଫଳତା,  ପୂର୍ବରୁ ଥିବା ସମସ୍ୟା ଦୁର ହେବ।

ଜ୍ୟେଷ୍ଠା ନକ୍ଷତ୍ର – ଜଗିରଖି କାମ କରନ୍ତୁ ନଚେତ କୌଣସି ବିପଦ ଆସିପାରେ।

ଉପାୟ: ଅଶ୍ୱସ୍ତ ବୃକ୍ଷ ମୂଳରେ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ।

ଧନୁ ରାଶି

ମୂଳା ନକ୍ଷତ୍ର – ବହୁ ଦିନରୁ ଆଶା ପୂରଣ ହେବ, ସ୍ଥଗିତ ଥିବା କାମ ତ୍ବରାନ୍ବିତ ହେବ।

ପୂର୍ବାଷାଢା ନକ୍ଷତ୍ର -ପରିବାର ଠାରୁ ସହଯୋଗ ମିଳିବ, ଚେଷ୍ଟା କରୁଖିବା କାମ ସହଜରେ ହୋଇଯିବ।

ଉତ୍ତରାଷାଢା ନକ୍ଷତ୍ର – ଲତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ,ଠକାମୀରେ ପଡିପାରନ୍ତି।

ଉପାୟ: ବିଷ୍ଣୁ ସହସ୍ରନାମ ଆଜି ଶ୍ରବଣ କରନ୍ତୁ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଛୋଟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ବଢିବ।

ଶ୍ରବଣା ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ ।

ଧନିଷ୍ଠା ନକ୍ଷତ୍ର – ଅତୀତର କିଛି କଥାକୁ ନେଇ ମନ ଭଲ ରହିବ ନାହିଁ ।

ଉପାୟ: ସୂର୍ଯ୍ୟ ନମସ୍କାର କରନ୍ତୁ, ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ନିଜ ଲୋକ ଶତ୍ରୁ ପରି ବ୍ୟବହାର କରିପାରନ୍ତି ।

ଶତଭିଷା ନକ୍ଷତ୍ର -କିଛି ଶୁଭ ସମାଚାର ମିଳିବ, ପ୍ରତୀକ୍ଷାର ଅନ୍ତ ହେବ ।

ପୂର୍ବଭାଦ୍ର ନକ୍ଷତ୍ର –ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ, ଧିରସ୍ଥିର ହୋଇ କାମ କରନ୍ତୁ ।

ଉପାୟ: ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଓ ଦୁର୍ବା ଅର୍ପଣ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର –ଅର୍ଥ କାର୍ଯ୍ୟରେ ବାଧା ସୃଷ୍ଟି କରିବ ହେବାକୁ ଥିବା କାମ ଅଧାରେ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ପୂର୍ବରୁ ଥିବା ପାରିବାରିକ ଅଶାନ୍ତି ଦୁର ହେବ ।

ରେବତୀ ନକ୍ଷତ୍ର – କର୍ମ ଅନୁସାରେ ଫଳ ମିଳିବ, ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ।

ଉପାୟ: ଗରିବ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ  ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଖୋଲିବ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟ ଓ ଡେରାସ ଡ୍ୟାମ୍‌

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଖୋଲିବ ଚନ୍ଦକା ଡମପଡ଼ା ହାତୀ ଅଭୟାରଣ୍ୟ ଓ ଡେରାସ୍‌ ଡ୍ୟାମ୍‌ । ମାର୍ଚ୍ଚ ୨୭ ତାରିଖରୁ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଥିଲା । ୭ ମାସ ପରେ ଚନ୍ଦକା ଖୋଲିଥିବା ବେଳେ, କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି । ତେବେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି ।

ଥଣ୍ଡା କିମ୍ବା ଜ୍ୱର ଥିଲେ ପ୍ରବେଶ ନିଷେଧ କରାଯାଇଛି । ପର୍ଯ୍ୟଟକ ମାନେ ନେଚର କ୍ୟାମ୍ପ, ଅଭୟାରଣ୍ୟର ଜଙ୍ଗଲ ସଫାରି, ଡେରାସ୍‌ ଡ୍ୟାମ୍ ବୁଲିପାରିବେ । କଟେଜ୍‌ରେ ମଧ୍ୟ ରାତ୍ରିରହଣୀ ପାଇଁ ଅନଲାଇନ୍‌ରେ ବୁକିଂ କରିପାରିବେ ପର୍ଯ୍ୟଟକ । କଟେଜ, ନେଚର କ୍ୟାମ୍ପ, ପର୍ଯ୍ୟଟକଙ୍କ ଚଲାପଥ, ବସିବାସ୍ଥାନ ଆଦିକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି ।

ହରସିମରତ କୌର ବାଦଲ ଓ ସୁଖବୀର ବାଦଲ ଚଣ୍ଡିଗଡ଼ରୁ ଗିରଫ

ଚଣ୍ଡିଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଗୁରୁବାର ଗିରଫ କରାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ଚଣ୍ଡିଗଡ଼ରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ । ହରସିମରତ କୌର ବାଦଲଙ୍କ ସହ ସୁଖବୀର ସିଂହ ବାଦଲ ଓ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ମୁଲ୍ଲାପୁର ନିକଟରୁ ପୋଲିସ ସେମାନଙ୍କୁ ଗିରଫ କରିଛି । କୃଷି ଶୋଭାଯାତ୍ରା ବେଳେ ମୁଲ୍ଲାପୁର ବ୍ୟାରିୟର ନିକଟରେ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାର୍ଜ ସହ ପାଣି ମାଡ଼ କରିଥିଲା ।

ପୂର୍ବରୁ କୃଷି ବିଧେୟକକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପି ସହ ୨୫ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗିଥିଲା । କୌର ଗିରଫ ହେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅକାଳୀ ଦଳ ଗୁରୁବାର ପଞ୍ଜାବରୁ ଚଣ୍ଡିଗଡ଼ ଯାଏଁ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା ବାହାର କରିଥିଲେ । ତିନୋଟି ସ୍ଥାନରୁ ବାହାରିଥିବା ଶୋଭାଯାତ୍ରା ଚଣ୍ଡିଗଡ଼ ଆସୁଥିଲା । ତିନି ଶୋଭାଯାତ୍ରା ରାଜ୍ୟପାଳ ଙ୍କୁ ଭେଟି କୃଷି ଆଇନ୍ ବିରୋଧରେ ଦାବିପତ୍ର ଦେଇଥାନ୍ତେ । ହେଲେ ଚଣ୍ଡିଗଡ଼ ପହଞ୍ଚିବା ପୂର୍ବରୁ ହରସିମରତ ବାଦଲଙ୍କୁ ପୋଲିସ ଗିରଫ କରିଛି ।

ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଗ୍ରେଟର ନୋଏଡାର ଇକୋଟେକ୍ ୱାନ୍ ପୋଲିସ ଥାନାରେ ଏଫଆଇଆର୍ ରୁଜୁ ହୋଇଛି । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୦୩ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରିଛି FIR । ଏତଲାରେ ସଙ୍ଗୀନ ଧାରା ସବୁ ଲାଗିଛି । ଗୌତମବୁଦ୍ଧନଗର ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ଏନେଇ ପୋଲିସ କହିଛି- ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରାୟ ୨୦୦ କାର୍ଯ୍ୟକର୍ତ୍ତାଙ୍କ ସହିତ ହାଥରସ୍ ଯିବା ପାଇଁ ଡିଏନଡି ରାସ୍ତାରେ ନୋଏଡାରେ ପ୍ରବେଶ କରିଥିଲେ । ଯେଉଁଛିରେ ପ୍ରାୟ ୫୦ ଗାଡ଼ି ଥିଲା । ୧୪୪ ଧାରା ଲାଗୁ ସତ୍ତ୍ୱେ କୋଭିଡ୍ ସ୍ଥିତି ଜଣାଇବା ପରେ ଆଗକୁ ନଯିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ, କେହି ନମାନି ସମସ୍ତ ଗାଡ଼ି ଯାତାୟାତ ନିୟମ ଉଲ୍ଲଂଘନ କରି ସାଧାରଣ ଯାତାୟାତ ଉପରେ ବାଧା ସୃଷ୍ଟି କରିଥିଲେ । ଫଳରେ ଯମୁନା ଏକ୍ସପ୍ରେସ୍ ଜାମ୍ ହୋଇ ଯାଇଥିଲା ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ଯମୁନା ଏକ୍ସପ୍ରେସରେ ୨ଟି ଗାଡ଼ି ନିକଟରେ ବେଶ୍ ଭିଡ଼ ଜମିଥିଲା ପୋଲିସ କହିଛି । ଯାହା ପରେ ଯମୁନା ଏକ୍ସପ୍ରେସର ଜିରୋ ପଏଣ୍ଟରେ ଗାଡ଼ିକୁ ଅଟକାଇବା ବେଳେ ପୋଲିସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କ ଯମୁନା ଏକ୍ସପ୍ରେସରେ କାର୍ଯ୍ୟକର୍ତ୍ତାଙ୍କ ପାଦରେ ଚାଲି ଚାଲି ଆଗକୁ ବଢ଼ିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଜାମ୍ ହୋଇ ଯାଇଥିଲା । ଭିଡ଼ରେ ଆମ୍ବୁଲାନ୍ସ ମଧ୍ୟ ଫସି ଯାଇଥିଲା ।

୧୪୪ ଧାରା ଲାଗିଥିବାରୁ ଅନୁମତି ବିନା ଏତେ ସଂଖ୍ୟକ ଲୋକ ଏକ୍ସପ୍ରେସକୁ ଜବରଦସ୍ତ ଭାବେ ଯିବାକୁ ଚେଷ୍ଟ କରିଥିଲେ । ୧୪୪ ଧାରା ଉଲ୍ଲଂଘନ ନେଇ ଅବଗତ କରାଇଥିଲେ ବି ଶୁଣିନଥିଲେ । ଆଇନ୍ ଶୃଙ୍ଖଳା ସ୍ଥିତି ବିଗିଡ଼ିବା ନେଇ କହିବା ପରେ ବି କିଛି ପ୍ରଭାବ ପଡ଼ିନଥିଲା ବୋଲି ପୋଲିସ କହିଛି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୨୦୩ ଜଣଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।

ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରିଥିଲେ । ଗ୍ରେଟର ନୋଏଡ଼ା ଏକ୍ସପ୍ରେସରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ପୋଲିସ ଉଭୟଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା । ତାପରେ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

ହାଥରସ ଗଣଦୁଷ୍କର୍ମ ଘଟଣାର ତାତିରେ ସାରା ଦେଶରେ ପ୍ରତିବାଦ, ଭୁବନେଶ୍ୱରରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ପରେ ପୀଡିତାଙ୍କ ମୃତ୍ୟୁ ଘଟଣା ପରେ ସାରା ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଏହି ପ୍ରତିବାଦ ଆହୁରି ତୀବ୍ର ରୂପ ନେଇଥିଲା ଯେତେବେଳେ, ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଗଲା । ୟୁପି ପୋଲିସ ପକ୍ଷରୁ ସେମାନଙ୍କୁ ବ୍ୟାପକ ଠେଲାପେଲା କରାଗଲା । ଏହି ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ୟୁପିରେ କଂଗ୍ରେସର ଶୀର୍ଷ ନେତାଙ୍କୁ ହୋଇଥିବା ଏପରି ବ୍ୟବହାରକୁ ସହଜରେ ଗ୍ରହଣ କରି ନ ଥିଲେ କଂଗ୍ରେସ କର୍ମୀ ।

ରାଜଧାନୀ ଦିଲ୍ଲୀଠୁ ଆରମ୍ଭ କରି ମହାରାଷ୍ଟ୍ରର ମୁମ୍ବାଇ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ପ୍ରତିବାଦ । ଦିଲ୍ଲୀରେ କଂଗ୍ରେସ କର୍ମୀମାନେ କ୍ୟାଣ୍ଡେଲ ରାଲି କରି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ତାମିଲନାଡୁ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । ରାହୁଲ ଓ ପ୍ରିୟଙ୍କାଙ୍କୁ ହାଥରସକୁ ପ୍ରବେଶ ନକରେଇ ଦେବା ପାଇଁ ସବୁ ପ୍ରକାର ଷଡଯନ୍ତ୍ର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଅନୁରୂପ ଭାବେ ଭୁବନେଶ୍ୱେର ମାଷ୍ଟରକ୍ୟାଣ୍ଟିନରେ ଯୁବ କଂଗ୍ରେସ କର୍ମୀ ଏବଂ କିଛି ବିଧାୟକ ଏକାଠି ହୋଇ ୟୁପିର ଯୋଗୀ ଆଦିତ୍ୟନାଥ ସରକାରକୁ ବିରୋଧ କରିଥିଲେ । ସେମାନେ ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେପି ବିରୋଧୀ ନାରା ଦେଇଥିଲେ । ଏପରିକି ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଓଡ଼ିଶାରେ କେନ୍ଦ୍ରୀୟ ଭାଜପା ନେତା ଏବଂ ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମା ଓ ଭଉଣୀମାନଙ୍କୁ ନ୍ୟାୟ ଦେବାରେ କେବଳ ୟୁପି ନୁହେଁ, ସାରା ଦେଶରେ ବିଜେପି ସରକାର ବିଫଳ ହୋଇଛି । ପୋଲିସର ଅପାରଗତା ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ହାଥରସର ଗରିବ ଝିଅଟି ମରିଗଲା । ତେଣୁ ଏହା ବିରୋଧରେ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପ୍ରତିବାଦ ହେବ । ଏହି ଘଟଣା ହିଁ ବିଜେପି ପତନର କାରଣ ହେବ ବୋଲି ତାରା ପ୍ରସାଦ କହିଛନ୍ତି ।

ବାଲେଶ୍ୱର,ତିର୍ତ୍ତୋଲ ଉପନିର୍ବାଚନ : ସର୍ବଦଳୀୟ ବୈଠକ ଡାକି ନିୟମ ବତାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲା ତିର୍ତ୍ତୋଲରେ ଆସନ୍ତା ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି । କୋଭିଡ ସମୟରେ ଓଡ଼ିଶାରେ ଏହା ପ୍ରଥମ ନିର୍ବାଚନ । ତେଣୁ ଏହାକୁ ସୁରୁଖୁରରେ ସମ୍ପାଦିତ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛି ।  ଆଉ ଦିନ କେଇଟା ପରେ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ତେଣୁ ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରଚାର ବେଳେ କୌଣସି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରାଯାଇ ପାରିବନି  । ପ୍ରଚାରବେଳେ ଦଳର ପୂର୍ବ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇପାରେ । ସେହିପରି ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ପାଇଁ ଦଳକୁ କୈଫିୟତ ଦେବାକୁ ହେବ । ଲୋକଙ୍କ ଅବଗତି ପାଇଁ ଅତିକମରେ ୩ଥର ଗଣମାଧ୍ୟମରେ ପ୍ରଚାର କରାଇବେ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରପ୍ରସାର କରାଇବେ ପ୍ରାର୍ଥୀ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯିବ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ ବୋଲି କୁହାଯାଇଛି । ।

ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥରେ ହେବ ବିଶୋଧନ କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାବେଳେ ସର୍ବାଧିକ ୨ଜଣ ରହିବେ । ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାରବେଳେ ସର୍ବାଧିକ ୫ ଜଣ ରହିବେ ବୋଲି ଜଣାପଡିଛି  । ଏହି ବୈଠକରେ ବିଜେଡି ପକ୍ଷରୁ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ, ସିପିଏମର ଦୁଷ୍ମନ୍ତ ଦାସ, ବିଜେପିର ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।