ଏହି ସ୍ଥାନରେ ପ୍ରାଣୀଙ୍କ ପାଇଁ ନିର୍ମାଣ ହେବ ଶ୍ମଶାନ ଘାଟ

1 min read

ନୂଆଦିଲ୍ଲୀ:  ପଶୁଙ୍କ ପାଇଁ ନିର୍ମାଣ ହେବ ଶ୍ମଶାନ ଘାଟ । ଏବେ ଗୃହପାଳିତ ପ୍ରାଣୀ ମାନଙ୍କୁ ରଖୁଥିବା ଲୋକ ସେମାନଙ୍କର ପ୍ରିୟ ପଶୁଙ୍କ ଅନ୍ତିମ ସଂସ୍କାର କରିପାରିବେ । ଏଥିପାଇଁ ଦ୍ୱାରକାରେ ନିର୍ମାଣ ହେବାକୁ ଯାଉଛି ସ୍ମଲ ଆନିମଲ କ୍ରେମେଟୋରିୟମ୍‌। ଏହା ଭାରତର ପ୍ରଥମ ସ୍ମଲ ଆନିମଲ କ୍ରେମେଟୋରିୟମ ହେବ ବୋଲି ଦାବି କରିଛି SDMC ।

ଦିଲ୍ଲୀର ଦ୍ୱାରକାରେ ୭୦୦ ବର୍ଗମିଟର ଅଞ୍ଚଳରେ କୁକୁର, ବିଲେଇ, ମାଙ୍କଡ଼ ଏବଂ ଘୁଷୁରୀର ଅନ୍ତିମ ସଂସ୍କାର କରିବା ପାଇଁ ଶ୍ମଶାନ ଘାଟ ନିର୍ମାଣ ହେବ । ସେଠାରେ ରହିବ ଦୁଇ ପ୍ରକାରର ଶ୍ମଶାନ ଘାଟ । ଗୋଟିଏରେ କେବଳ ପାଳିତ ପ୍ରାଣୀଙ୍କ ଶବଦାହ କରାଯିବ ଯାହାର ଓଜନ ୧୫୦ କିଲୋ ଏବଂ ଅନ୍ୟଟିରେ ବିଲେଇ, ମାଙ୍ଗଡ଼,ବୁଲା କୁକୁର ଏବଂ ଘୁଷୁରୀର ଅନ୍ତିମ ସଂସ୍କାର କରାଯିବ ।

୩୦ କିଲୋ ଓଜନ ବିଶିଷ୍ଟ କୁକୁରଙ୍କ ମୃତ ଶରୀର ଦାହ ପାଇଁ ମାଲିକଙ୍କୁ ୨୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଅନ୍ୟପଟେ ୩୦ କିଲୋରୁ ଅଧିକ ଓଜନର କୁକରଙ୍କ ଦାହ ପାଇଁ ୩୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଏହାକୁ ନିର୍ମାଣ କରିବ SDMC ।

ଏହି ଶ୍ମଶାନ ଘାଟର ବିଶେଷତ୍ୱ ହେଉଛି ଏଠାରେ ପ୍ରାଣୀ ମାନଙ୍କ ଅନ୍ତିମ ସଂସ୍କାର ପାଇଁ ପୂଜାରୀଙ୍କୁ ନିଯୁକ୍ତ କରାଯିବ ।

Leave a Reply