spot_img
Home Blog Page 6216

ପରୀ ପ୍ରସଂଗରେ ବିଜେପିକୁ ଟାର୍ଗେଟ କଲେ ଦାମ: କହିଲେ, ରାଜେନୖତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ଦଳ

ଭୁବନେଶ୍ୱର: ‘ପରୀ’ ପ୍ରସଙ୍ଗରେ ଆରମ୍ଭ ହେଲା ବିଜେପିର ଆଉ ଏକ ମେଗା ସୋ’ । ପରୀକୁ ନ୍ୟାୟ ଦେବା ଆଳରେ ୫ ଦିନିଆ ପଦଯାତ୍ରା ଆରମ୍ଭ କଲା ବିଜେପି ।  ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ବିଜେପି ପଦଯାତ୍ରାକୁ କଟାକ୍ଷ କଲେ ବରିଷ୍ଠ ନେତା ଦାମ ରାଉତ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ବିଜେପିର ନାଟକବାଜି । ପରୀ ପାଇଁ ପଦଯାତ୍ରା କରିବା ପାଇଁ ଏକାଠି ହେଲେ କର୍ମୀ ଓ ନେତା । ବାହାସ୍ଫୋଟ ମାରିଲେ, ନିଜ ଗୁଣଗାନ ବି କଲେ । ନିର୍ବାଚନ ସଭା ଭଳି ଚାଲିଲା ବଡ଼ ବଡ଼ ଭାଷଣ । ଆଉ ଏହା ପରେ ପଦଯାତ୍ରାରେ ବାହାରିଲେ ନେତା ଓ କର୍ମୀ । ଭୁବନେଶ୍ୱରରୁ ଯଦୁପୁର ବାହାରିଲା ପଦଯାତ୍ରା । ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚିଇଁକି ଉଠୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ଓଲଟା ଗଣମାଧ୍ୟମ ଉପରେ ବର୍ଷୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ହାଥ୍‌ରସ୍ କଥା ପଚାରିବାରୁ କଥା ବୁଲାଇଲେ ଲେଖାଶ୍ରୀ।

ଅନ୍ୟ ପକ୍ଷରେ ପରୀ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦାମ ରାଉତ । ବିଜେପିର ଶସ୍ତା ରାଜନୀତି ତଦନ୍ତକୁ ବାଧା ସୃଷ୍ଟି କରୁଛି ବୋଲି ସେ ମତ ରଖିଛନ୍ତି । ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛି ବିଜେପି । ପରୀ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି , ତଦନ୍ତ ଚାଲିଛି । ତଦନ୍ତ ନସରୁଣୁ ବିଜେପି କୁମ୍ଭୀର କାନ୍ଦଣା କାହିଁକି କାନ୍ଦୁଛି ପ୍ରଶ୍ନ କରିଛନ୍ତି ଦାମ ରାଉତ । ବିଜେପିର ପଦଯାତ୍ରା ହେଉଛି ପଲିଟିକାଲ ଧୂଆଁବାଣ । ପ୍ରକୃତ ଦୋଷୀ ଧରିବାକୁ ସରକାରଙ୍କୁ ସହଯୋଗ କରନ୍ତୁ , ଶସ୍ତା ରାଜନୀତି ନକରନ୍ତୁ ବୋଲି କହିଲେ ଦାମୋଦର ରାଉତ ।

ଏଥିସହିତ ପଢ଼ନ୍ତୁ: ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

ବିଜେପିର ଏହି ପଦଯାତ୍ରାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପଦଯାତ୍ରା କଲେ ନ୍ୟାୟ ମିଳେନି , ବରଂ ଆଇନ ଅନୁଯାୟୀ ବିଚାର ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଛନ୍ତି । ରାଜ୍ୟ ତଦନ୍ତକାରୀ ଦଳ ଏହି ଘଟଣାର ତଦନ୍ତ କରୁଛି ।  ଏଭଳି ବିରୋଧ ତଦନ୍ତକାରୀ ଦଳକୁ  ସମସ୍ୟାରେ ପକାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

କାବୁଲରେ ବିସ୍ଫୋରଣ; ୯ ମୃତ ଓ ୨୦ରୁ ଅଧିକ ଆହତ

0

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଦିନ ବୋମା ବିସ୍ଫୋରଣ ଘଟିଛି । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ମିଡିଆ ରିପୋର୍ଟ ମୁତାବକ ଆଫଗାନିସ୍ତାନର ଆନ୍ତରିକ ମାମଲା ମନ୍ତ୍ରୀ ମସୁଦ ଅଦାରବି ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହି ବିସ୍ଫୋରଣରେ ୯ ଜଣ ମୃତ ଏବଂ ୨୦ରୁ ଅଧିକ ଆହତ ହୋଇଥିବା ନେଇ ସେ କହିଛନ୍ତି । ବିସ୍ଫାେରଣ ଘଟିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ ମାନେ ଘେରାବନ୍ଦୀ କରିଛନ୍ତି ।

ସେହିପରି ଗତ ମଙ୍ଗଳବାର ଦିନ ବୋମା ବିସ୍ଫୋରଣ ଓ ଗୁଳିମାଡରେ ପାଖାପାଖି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ବିସ୍ଫାେରଣ ସେତେବେଳେ  ଘଟିଥିଲା ଯେତେବେଳେ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଶାନ୍ତି ସ୍ଥାପନା ନେଇ ବୁଝାମଣା ହେଉଛି ।

ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଖୁବ୍‌ଶୀଘ୍ର ପଡ଼ିବ ପୁର୍ଣ୍ଣଛେଦ । ଚିହ୍ନଟ ହୋଇସାରିଛି ମୁଖ୍ୟ ଅଭିଯୁକ୍ତ । କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରେ ଅଭିଯୁକ୍ତ । ମାମଲାର ଖୁବ୍‌ଶୀଘ୍ର ହେବ ଖୁଲାସା ।‌

ସୂଚନାଯୋଗ୍ୟ, ଜୁଲାଇ ୧୪ରେ ନିଖୋଜ ହୋଇଥିଲା ପରୀ । ୨୩ରେ ଉଦ୍ଧାର ହୋଇଥିଲା ତାର ମୃତଦେହ । ୩୪ ସନ୍ଦିଗ୍ଧଙ୍କୁ SIT ପକ୍ଷରୁ ପଚରାଉଚରା ହୋଇଥିଲା । ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ଏସ୍‌ଆଇଟି । ଅନ୍ୟପଟେ ଶନିବାର ସରୋଜ, ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା ଏସଆଇଟି ।

ସେପଟେ ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଜେପିକୁ ଟାର୍ଗେଟ କରିବା ସହ ଆତ୍ମନିରୀକ୍ଷଣ କରିବାକୁ ଦେଇଛନ୍ତି ପରାମର୍ଶ । କହିଛନ୍ତି ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ।

SIT ତଦନ୍ତ ଚାଲିଛି । ହେଲେ ବିଜେପି ପରୀ ମାମଲାକୁ ରାଜନୀତିର ପଶାପାଲିକୁ ବାରମ୍ବାର ଟାଣି କଣ ଦର୍ଶାଇବାକୁ ଚାହୁଛି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ଉନ୍ନାଓ ଓ ହାଥରସ୍‌ ଭଳି ଘଟଣା ଘଟିଲା । ସରକାରଙ୍କ ନିଷ୍କ୍ରିୟତା ପର୍ଦ୍ଦାଫାସ ହୋଇଯିବା ଭୟରେ ସେତେବେଳେ ଘଟଣାସ୍ଥଳକୁ ସାମ୍ବାଦିକ କିମ୍ବା ବିରୋଧୀ ରାଜନେତାଙ୍କୁ ଛାଡିନଥିଲା ବିଜେପି ସରକାର ।

ସ୍କାଏ କିଙ୍ଗ୍‌ ଠକେଇ ମାମଲା, ସରିଲା ଆକାଶଙ୍କ ରିମାଣ୍ଡ

ଭୁବନେଶ୍ୱର: ସ୍କାଏ କିଙ୍ଗ୍‌ ଠକେଇ ମାମଲା । ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ । ରିମାଣ୍ଡ ବେଳେ ସତ ଓଗାଳିଛନ୍ତି ଜୁନିଅର ପାଠକ୍‌ । ତଦନ୍ତ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଉଦ୍ଦେଶ୍ୟ ରଖି ରିମାଣ୍ଡ ଅଣାଯାଇଥିଲା ତାହା ସଫଳ ହୋଇଛି । ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆକାଶ, ସତ ମାନିଛନ୍ତି ଜୁନିଅର ପାଠକ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଆକାଶ ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିବା ସୂଚନା ମିଳିଛି । ପାଠକ ପୁଅକୁ ରିମାଣ୍ଡର ଅନ୍ତିମ ଦିନରେ ସ୍ପେଶାଲ୍ ଟିମ୍‌ର ଘନ ଘନ ଜେରା କରାଯାଇଛି । ସ୍କାଏ କିଙ୍ଗ ଠକେଇର ଅସଲ କଥା କହିଛନ୍ତି ନକଲି ଏମ୍‌ଡି ଆକାଶ ପାଠକ । ଟାଟା କମ୍ପାନୀର ଏମ୍‌ଡି ନଥିବା ଆକାଶ ସ୍ୱୀକାର କରିଛନ୍ତି । କେବେ କେଉଁ ହୋଟେଲ ଓ ଫ୍ଳାଇଟ ବୁକ୍‌ କରିଥିଲେ, ଗୋଟି ଗୋଟି ତଥ୍ୟ ଦେଇଛନ୍ତି ଆକାଶ । ସ୍କାଏକିଙ୍ଗ୍‌ ସହ ନେଣଦେଣ କରିଥିବା କଥା ମଧ୍ୟ ସେ ମାନିଛନ୍ତି । ସ୍କାଏ କିଙ୍ଗ୍‌ର ଅଭିଯୋଗକୁ ମଧ୍ୟ ସତ ବୋଲି କହିଛନ୍ତି ଆକାଶ ।

କେବଳ ସେତିକି ନୁହେଁ, କେମିତି ଟାଟା କମ୍ପାନୀର ଲୋଗୋକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ନକଲି ନିଯୁକ୍ତି । ଠକେଇ ଟଙ୍କାରେ କିଏ କିଏ ଚାର୍ଟର ପ୍ଳେନ୍‌ରେ ବୁଲୁଥିଲ ? ୨ କୋଟି ୬୭ ଲକ୍ଷ ଟଙ୍କା ବିଜନେସ୍‌ ଡିଲ୍‌ର ସୋର୍ସ୍ କଣ ? ସ୍କାଏକିଙ୍ଗ୍ ଭଳି ଅନ୍ୟ କୌଣସି ଟ୍ରାଭେଲ୍‌ ଏଜେନ୍ସିକୁ ଚୂନା ଲଗେଇଛ କି ? ଏସବୁର ଉତ୍ତର ଖୋଜୁଛି କମିଶନରେଟ୍ ପୋଲିସ୍ ।

ସେପେଟ କ୍ରାଇମବ୍ରାଞ୍ଚ ହାତରେ ପି-ସିଣ୍ଡିକେଟର ଦୁର୍ନୀତି ଦସ୍ତାବିଜ୍‌ । ୩୬୦ ଡିଗ୍ରୀ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଯୋଗାଡ଼ ଚାଲିଛି । ଆକାଶଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡେଭିଡ୍‌ ପିଟର ଖୋଲିଥିଲେ ପାଠକ-ପାଣିଗ୍ରାହୀଙ୍କ ଠକେଇର ଗୁମର । ସେପଟେ ଇଡି ମଧ୍ୟ ମାମଲା ରୁଜୁ କରି ବେନାମୀ ଅର୍ଥ କାରବାର ଲିଙ୍କର ଛାନଭିନ୍‌ କରୁଛି । କମିଶନରେଟ୍‌ ପୋଲିସର ରିମାଣ୍ଡ ଅବଧି ସରିବା ପରେ, ଠକମାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଜେରା ବେଳେ ଏହି ସିଣ୍ଡିକେଟର ଅନ୍ୟ ସହଯୋଗୀ ବନ୍ଧା ହୋଇ ପାରନ୍ତି ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି ।ଟାଟା କମ୍ପାନୀରେ ମିଛ ଚାକିରି ମାମଲାରେ ଆକାଶ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ବର ରାଓଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

ଅରଟେଲ୍ ନାଁରେ ୨୩ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ: ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର: କାଠଗଡ଼ାରେ ଅରଟେଲ କମ୍ୟୁନିକେସନ୍ ଦୀର୍ଘ ବର୍ଷ କାମ କରିବା ପରେ ବକେୟା ଟଙ୍କା ପ୍ରଦାନରେ ଟାଳଟୁଳ ନୀତି ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ପ୍ରଦାନ କ୍ଷେତ୍ରରେ ନିଜ ଅଧିନରେ ଥିବା ଟ୍ରାନ୍ସପୋର୍ଟ କମ୍ପାନୀକୁ ଠକିଛି ଅରଟେଲ୍ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟ୍ରାନ୍ସପୋର୍ଟର । ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । । ମାମଲା ପରେ ଅଭିଯୋଗକୁ ଆଧାର କରି ତଦନ୍ତ କରିବା ସହ ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି । ଅରଟେଲର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାଁ ରେ ମାମଲା ରୁଜୁ କରାଯାଇ ତଦନ୍ତ ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ ।

ଏଥିସହିତ ପଢ଼ନ୍ତୁ: ସାରୁଅ ପରେ ପଟିଆ: ଭୁବନେଶ୍ୱରରେ ଜବରଦଖଲ ଜମି ଉପରେ OTV ଅଫିସ

ପରୀ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପିନାକୀ, କହିଲେ କେବଳ ମାଇଲେଜ୍‌ ନେବାକୁ ଚେଷ୍ଟା

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଜେପିକୁ ଟାର୍ଗେଟ କରିବା ସହ ଆତ୍ମନିରୀକ୍ଷଣ କରିବାକୁ ଦେଇଛନ୍ତି ପରାମର୍ଶ । କହିଛନ୍ତି ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ।

SIT ତଦନ୍ତ ଚାଲିଛି । ହେଲେ ବିଜେପି ପରୀ ମାମଲାକୁ ରାଜନୀତିର ପଶାପାଲିକୁ ବାରମ୍ବାର ଟାଣି କଣ ଦର୍ଶାଇବାକୁ ଚାହୁଛି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ଉନ୍ନାଓ ଓ ହାଥରସ୍‌ ଭଳି ଘଟଣା ଘଟିଲା । ସରକାରଙ୍କ ନିଷ୍କ୍ରିୟତା ପର୍ଦ୍ଦାଫାସ ହୋଇଯିବା ଭୟରେ ସେତେବେଳେ ଘଟଣାସ୍ଥଳକୁ ସାମ୍ବାଦିକ କିମ୍ବା ବିରୋଧୀ ରାଜନେତାଙ୍କୁ ଛାଡିନଥିଲା ବିଜେପି ସରକାର ।

ଏପରିକି ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ ଆକ୍ରମଣର ଶିକାର ହୋଇଥିଲେ । ମାତ୍ର ପରୀ ହତ୍ୟା ଘଟଣାରେ ନିଜ ଅଭିମୁଖ୍ୟ ବଦଳାଉଛି ବିଜେପି । ବାରମ୍ବାର ହୀନ ରାଜନୀତି କରି ଘଟଣାର ମୋଡ଼ ବଦଳାଇବାକୁ ପ୍ରୟାସ କରୁଛି । ବିଜେପିର ଏଭଳି ଦୋମୁହାଁ ନୀତିକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୁଶାନ୍ତଙ୍କ ବାପା

ଫରିଦାବାଦ: ଦିବଗନ୍ତ ଅଭିନେତା ଶୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଉପରେ ପୁଣିଥରେ ସଂକଟ ପଡ଼ିଛି। ଶୁଶାନ୍ତଙ୍କ ପିତା କେକେ ସିଂହ ଅସୁସ୍ଥ ହୋଇ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ହୃଦଜନିତ ସମସ୍ୟା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସୁଶାନ୍ତଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ସେଲେବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ ସୂଚନା ଦେଇଛନ୍ତ। ସେ ତାଙ୍କ ଇନଷ୍ଟାଗ୍ରାମରେ କେକେ ସିଂହଙ୍କ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ହସ୍ପିଟାଲର ବେଡରେ ବସିଥିବାବେଳେ ତାଙ୍କ ଦୁଇ ପାର୍ଶ୍ୱରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ସିଂହ ଛିଡ଼ା ହୋଇଛନ୍ତି। ଏହି ଫଟୋଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର  କରାଯାଇଥିଲା। ଏହି ମାମଲାକୁ ୬ ମାସ ବିତିଯାଇଥିଲେ ହେଁ ଏପର୍ଯନ୍ତ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ । ୩ଟି ତଦନ୍ତକାରୀ ସଂସ୍ଥା ଏନସିବି, ଇଡି ଏବଂ ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ପରିବାର ଲୋକେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି।

କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ, ମହିଳାଙ୍କୁ ସଂରକ୍ଷଣ-ଚାଷୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର: ରବିବାର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଛନ୍ତି । ଏହି ଅବସରରେ ନେତାମାନେ କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି । ଏସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିବ । ମହାବାତ୍ୟାରୁ ମହାମାରୀ ପର୍ଯ୍ୟନ୍ତ ସବୁ ବଧାବିଘ୍ନକୁ ଆମର ସ୍ୱଚ୍ଛ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ମୁକାବିଲା କରିପାରିଛୁ ।

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓ ଆୟ ଦ୍ୱିଗୁଣିତ କରିବାକୁ ବିଜୁ ଜନତା ଦଳ ସବୁ ବେଳେ ପ୍ରୟାସ କରି ଆସିଛି । ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଓଡ଼ିଶା ହକଦାର । ଏଥିପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ।

ମହିଳା ଶସକ୍ତିକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହାସହ ଯେଭଳି ପଂଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ମଧ୍ୟ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦିଆଯାଉ ବୋଲି ଦାବି ରହିଛି । ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ଦେଇଛନ୍ତି ନେତା ।

ସେପଟେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି । ଏହିକ୍ରମରେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି କରାଯାଇଛି । ଓଡ଼ିଶାର ବରପୁତ୍ର ମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯାଉ । ସେମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଉ ବୋଲି ନେତାମାନେ ପ୍ରସ୍ତାବ ଦେଇଛନ୍ତି ।

ବର୍ଷାଙ୍କ ଏତଲା ଆଧାରରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ରୁଜୁ

ଭୁବନେଶ୍ୱରଛ: ବର୍ଷା -ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ । ୪୯୮(କ)ରେ ରୁଜୁ ହୋଇଛି ମାମଲା । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଶୁକ୍ରବାର ରାତିରେ ନନ୍ଦିସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚସା ପରେ ଅନୁଭବ ରୁମରେ ତାଲା ପକାଇଦେଇଥିବା ଅଭିଯୋଗ କରିଥିଲେ ବର୍ଷା ।

ସେ ଘଣ୍ଟାଏ ବାହାରେ ଛିଡ଼ା ହୋଇ ରହିଥିଲେ । କୋର୍ଟ ନନ୍ଦିସାହି ଘରେ ବର୍ଷାଙ୍କୁ ରହିବାର ଅନୁମତି ଦେଇଥିବା ବେଳେ ଅନୁଭବ ସେ ଆଦେଶର ଅବମାନନା କରିଥିବା ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ସେପଟେ ନିଜର ସୁରକ୍ଷା ପାଇଁ ସାଂସଦ ଅନୁଭବ ମହାନ୍ତି ପୋଲିସ ଡିଜି ଅଭୟଙ୍କୁ ଚିଠି ଲେଖିଛନ୍ତି । ବର୍ଷା ଓ ତାଙ୍କ ଭଉଣୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି ।

କିଛିଦିନ ତଳେ ବର୍ଷା ଓ ତାଙ୍କ ଭଉଣୀଙ୍କ ବାର୍ତ୍ତାଳାପ ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅନୁଭବ ଓ ତାଙ୍କ ପରିବାର ବିରୋଧରେ ଆପତ୍ତିଜନକ କଥା ହେଉଥିବା ଶୁଣିବାକୁ ମିଲିଥିଲା । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଅନୁଭବ କହିବା ସହ ସୁରକ୍ଷା ନେଇ ଡିଜିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି ।

କୃଷକଙ୍କ ସହ ଧାରଣାରେ ବସିଲେ ଅଭିନେତ୍ରୀ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ବଲିଉଡର ଅନେକ ସେଲେବ୍ରିଟି ସାମିଲ୍ ହେଉଛନ୍ତି। କିଏ ଆନ୍ଦୋଳନକାରୀଙ୍କ ସହ ଧାରଣାରେ ବସୁଛନ୍ତି ତ କିଏ ଆର୍ଥିକ ସାହାଯ୍ୟ ଦେଉଛନ୍ତି। ବର୍ତ୍ତମାନ ଏହି ଧାରାରେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର। ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ସ୍ୱରା ଆନ୍ଦୋଳନ ସ୍ଥଳରେ ବସିଛନ୍ତି। ଧାରଣାସ୍ଥଳରୁ ତାଙ୍କର କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ନିକଟରେ କୃଷକ ଆନ୍ଦୋଳନକୁ ନେଇ ମତ ରଖିଥିବା ସ୍ୱରା ଶୁକ୍ରବାର ଆନ୍ଦୋଳନ ସ୍ଥଳକୁ ଯାଇ କୃଷକଙ୍କ ସହ ସାକ୍ଷାତ କରିଛନ୍ତି। ସେଠାରେ ପହଞ୍ଚି ସେ ତାଙ୍କ ସହ ଆଲୋଚନା କରିବା ସହ କୃଷକଙ୍କ ମନୋବଳ ବଢ଼ାଇଛନ୍ତି। ଏହାର କିଛି ଫଟୋକୁ ସେ ନିଜେ ଟ୍ୱିଟର୍ରେ ପୋଷ୍ଟ କରି କୃଷକଙ୍କ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ‘ କୃଷକଙ୍କ ସାହସ, ସେମାନଙ୍କର ନିଷ୍ଠା ଦେଖି ବେଶ୍ ଭଲ ଲାଗିଲା। ଏହା ଏକ ଭଲ ଦିନ ଥିଲା।’

ସୂଚନାଯୋଗ୍ୟ, ସ୍ୱରା ସିଙ୍ଘୁ ସୀମାରେ ଧାରଣରେ ବସିବା ପୂର୍ବରୁ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ କୃଷକ ସଂଗଠନ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ସେ ସେମାନଙ୍କ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ ଯେଉଁମାନେ କୃଷକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ। ସେ କଙ୍ଗନାଙ୍କୁ ମଧ୍ୟ ଏ ନେଇ ଟାର୍ଗେଟ କରିଥିଲେ। ତେବେସ୍ୱରାଙ୍କ ପୂର୍ବରୁ ଅଭିନେତା ତଥା ଗାୟକ ଦଲଜିତ ଦୋସାଞ୍ଝ ଓ ଗୁରଦାସ ମାନଙ୍କ ବଳି ସେଲେବ୍ରିଟି ମଧ୍ୟ କୃଷକଙ୍କ ସହ ଧାରଣାରେ ବସି ଆନ୍ଦୋଳକୁ ସମର୍ଥନ କରିଥିଲେ।