ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

1 min read
Explosion Near Delhi Israel Embassy

ନୂଆଦିଲ୍ଲୀ: ବିଜୟଚୌକରେ ଧ୍ୱଜାବତରଣ ଚାଲିଛି । ଭାରତୀୟ ଗଣତନ୍ତ୍ରର ଏହି ସ୍ମରଣୀୟ ପର୍ବରେ ସାକ୍ଷୀ ହେବା ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଛନ୍ତି । ଏହି ସମୟରେ ଧ୍ୱଜାବତରଣ କ୍ଷେତ୍ରରୁ ମାତ୍ର ୨ କିଲୋମିଟର ଦୂରରେ ଘଟିଛି ବୋମା ବିସ୍ଫୋରଣ । ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଏକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୁଣିଥରେ ଅଙ୍କୁରିତ କରିଛି ।

 

ଏହି ବିସ୍ଫୋରଣରେ ୪ରୁ ୫ଟି କାରର କାଚ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିସ୍ଫୋରଣ ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ କରୁଛି । ବଜୟ ଚୌକରୁ ୨ କିଲୋମିଟର ଦୂରରେ ବିସ୍ଫୋରଣ ଘଟିଛି । ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ବିସ୍ଫୋରଣ ଦିଲ୍ଲୀର କଡ଼ା ସୁରକ୍ଷା ବ୍ୟବସ୍ଥା ଦୂତାବାସ ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ସହ ଅଗ୍ନିଶମ ବାହିନୀ ପହଞ୍ଚିଛି । ସୂଚନା ଅନୁସାରେ ଇସ୍ରାଏଲ ଦୂତାବାସର ପ୍ରାୟ ୧୫୦ ମିଟର ଦୂରରେ ଘଟିଛି । ବିସ୍ଫୋରଣ ସ୍ଥଳକୁ ପୋଲିସ କର୍ଡନ କରି ନେଇଛି । ସନ୍ଧ୍ୟା ପ୍ରାୟ ୫ଟା ୫ ସମୟରେ ଏପିଜେ ଅବଦୁଲ କଲାମ ରୋଡର ଜିନ୍ଦଲ ହାଉସ୍ ନିକଟର ବିସ୍ଫୋରଣ ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

Leave a Reply