spot_img
Home Blog Page 6086

ବିଜେଡିରେ ସାମିଲ ହେଲେ ମୟୂରଭଞ୍ଜର ବିଭିନ୍ନ ଦଳର ବରିଷ୍ଠ ନେତା

ଭୁବନେଶ୍ୱର: ବିଜେଡିର ମିଶ୍ରଣ ପର୍ବ। ଦଳରେ ସାମିଲ ହେଲେ ମୟୂରଭଞ୍ଜର ବିଭିନ୍ନ ଦଳର ବରିଷ୍ଠ ନେତା। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୟୂରଭଞ୍ଜ କରଞ୍ଜିଆ ଏନ ଏ ସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଦଳରେ ସାମିଲ ହୋଇଛନ୍ତି। ସ୍ଥାନୀୟ ନେତା ଗିରିଧାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏମାନେ ସମସ୍ତେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଆଳି ବିଧାୟକ ପ୍ରତାପ ଦେବଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି।

ଏହି ଅବସରରେ କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମ, ମୋରୋଡା ବିଧାୟକ ରାଜକିଶୋର ଦାସ, ବିଧାୟକ ବ୍ୟୋମେକେଶ ରାୟ, କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ଓ ଉନ୍ନତିମୂଳକ କାର୍ଯ୍ୟକୁ ସମର୍ଥନ କରି ଏହି ନେତାମାନେ ବିଜେଡିରେ ସାମିଲ ହେବାକୁ ଇଛା ପ୍ରକାଶ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ବିଜେଡିରେ ସାମିଲ ହୋଇଥିଲେ।

ପାହାଳରେ ଅପମିଶ୍ରିତ ଆଚାର ଓ ସସ୍‌ କାରଖାନା ଉପରେ ଚଢ଼ାଉ

କଟକ: ଖୋଲିବାରେ ଲାଗିଛି ନକଲି ସାମଗ୍ରୀର ପସରା। ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ଟ୍ୱିନ୍‌ସିଟି। କଟକରୁ ନକଲି ସାମଗ୍ରୀ ଜବତ ହେବା ପରେ ଏବେ ପାହାଳରୁ ବାହାରିଛି ନକଲି ଗୋଦାମ। ପାହାଳରେ ଅପମିଶ୍ରିତ ସସ୍ ଓ ଆଚାର ଗୋଦାମ ଉପରେ ଚଢାଉ ହୋଇଛି। ସ୍ପେଶାଲ ସ୍କ୍ୱାଡ୍ ଓ ପାହାଳ ଫାଣ୍ଡି ପୋଲିସ ମିଳିତ ଭାବରେ ଚଢାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି।

ଟପଟପ ଭର୍ତ୍ତି ହୋଇ ରହିଛି ଆଚାର। ଅପରିସ୍କାର ପରିବେଶରେ ରହିଛି ଆଚାର। ଖାଲି ଆଚାର ନୁହେଁ ସସ୍‌ ମଧ୍ୟ ରହିଛି ଅପମିଶ୍ରିତ ସାମଗ୍ରୀ। ତେବେ ସେଠାରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟ ପହଞ୍ଚି ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରିଛି। କରୋନା ସମୟରେ ଏଭଳି କାରବାର ଆରମ୍ଭ ହୋଇଥିବା ବୋଲି କହିଛନ୍ତି ଅଧିକାରୀ।

ହାତୁଡ଼ିରେ ପିଟି ପିଟି ମାଆକୁ ମାରିଦେଲା ପୁଅ

ଆସ୍କା: ପୁଅର ଆକ୍ରମଣରେ ଭିଜିଲା ମାଆର ପଣତ। ଯେଉଁ ମାଆ ପାଳିପୋଷି ବଡ଼ କରିଥିଲା ସେହି ପୁଅ ଆଜି ବଇରି ପାଲଟିଲା। ନା ସ୍ନେହର ସମ୍ମାନ ରଖିଲା ନା ମମତାର ମାନ ରଖିଲା। ସବୁ କିଛିକୁ ରକ୍ତର ନଦୀରେ ଭସେଇଦେଲା। ମାଆକୁ ମାରିଦେଲା ସୁନା ପୁଅ। ଗଞ୍ଜାମ କବିସୂଯ୍ୟନଗର ବଣପଲ୍ଲୀ ଗାଁରେ ଜନ୍ମକଲା ପୁଅର କାରନାମା।

ହାତୁଡ଼ିରେ ମାକୁ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଛି ସଇତାନ ପୁଅ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ଦୁଇଟି ହତ୍ୟା କାଣ୍ଡ ଘଟଣା ଘଟିଛି। ଗୋଟିଏ ପଟେ କୋଦଳା ଥାନା ଇଲାକାରେ ଗୁଳିମାଡ଼ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କବିସୂର୍ଯ୍ୟନଗର ଥାନା ବଣପଲ୍ଲୀ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଚଳଚ୍ଚିତ୍ର ଓ ଧାରାବାହିକରେ ରବି ମିଶ୍ର ଛାଡ଼ିଥିବା ଛାପ ସର୍ବଦା ସ୍ମରଣୀୟ ରହିବ: ମୁଖ୍ୟମନ୍ତ୍ରୀ

ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ବିଶିଷ୍ଟ ଅଭିନେତା ରବି ମିଶ୍ର। ସକାଳୁ ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ରବିଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଖୁଣ ଅଭିନୟ ଦ୍ୱାରା ଅନେକଙ୍କ ଲୋକପ୍ରୀୟ ହୋଇଥିଲେ ସେ। ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡିଥିବା ଛାପକୁ ସର୍ବଦା ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ।

ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ହସ୍ପିଟାଲରୁ ତାଙ୍କର ବାସଭବନ କଟକ ଅଭିମୁଖେ ଯାଉଛି ପାର୍ଥିବ ଶରୀର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ରବି ମିଶ୍ର।

ଅଫେରା ଆକାଶରେ ଅସ୍ତ ହୋଇଗଲେ ରବି, ଚାହୁଁ ଚାହୁଁ ସତ ହୋଇଗଲା ମିଛ ଅଭିନୟ

ଭୁବନେଶ୍ୱର: ଆଉ ଓଡ଼ିଆ ଚଳିଚିତ୍ରରେ ପଡ଼ିବନି ତାଙ୍କର ନିଖୁଣ ଅଭିନୟର ରଶ୍ମି। ତାଙ୍କ ମଜାଦାର ଅଭିନୟରେ ହସିହସି ବେଦମ ହେବେନି ଦର୍ଶକ। କାରଣ ଅଫେରା ଆକାଶରେ ଅସ୍ତ ହୋଇଯାଇଛନ୍ତି ସେ। ଉଦାସିନତାର ଛାଇରେ ଅନ୍ଧାର ହୋଇଛି ପୁରା ଫିଲ୍ମ ଜଗତ। ଆଉ ନାହାନ୍ତି ଓଲିଉଡର ବିଶିଷ୍ଟ ଅଭିନେତା ରବି ମିଶ୍ର। ଅଭିନୟ ପରେ ଯେ ଏଭଳି କିଛି ଘଟିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଅଭିନୟଯେ କେବେ ସତ ହୋଇଯିବ ସେ କେବେ ତାଙ୍କ ଜୀବନକାଳ ମଧ୍ୟରେ ଭାବିବି ନଥିବେ।

ଗତକାଲି ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା। ଏକ ଘରୋଇ ଚାନେଲର ଧାରାବାହିକ ସୁଟିଂ କରିଥିଲେ। ହେଲେ ଆଜି ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତକାଲି ସୁଟିଂ କରିଥିବା ଧାରବାହିକରେ ଥିଲା ଦେହ ଅସୁସ୍ଥର ହେବା ଆକ୍ଟିଂ। ଆଜି ତାଙ୍କର ସତରେ ଦେହ ଅସୁସ୍ଥ ହୋଇ ସମସ୍ତଙ୍କୁ ଛାଡିଯିବେ ବୋଲି କେହି ଭାବିପାରୁନାହାଁନ୍ତି। ସମସ୍ତଙ୍କୁ ଶୋକସାଗରରେ ଭସାଇ ପରପାରିକୁ ଚାଲିଯାଇଛନ୍ତି ଭର୍ସାଟାଇଲ ରବି।

ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ହସ୍ପିଟାଲରୁ ତାଙ୍କର ବାସଭବନ କଟକ ଅଭିମୁଖେ ଯାଉଛି ପାର୍ଥିବ ଶରୀର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ ସେ। ଚରିତ୍ର ହେଉ ଅବା କମିକ୍ ସିକ୍ୱେନ୍ସ, ସବୁଥିରେ ଥିଲା ତାଙ୍କର ଦକ୍ଷତା। ଏକାଧିକ ଫିଲ୍ମରେ ଅଭିନୟ କରି ଓଡିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ରବି ମିଶ୍ର। ସ୍ୱତନ୍ତ୍ର ଭାବେ ଗୋପାଳ ରହସ୍ୟ’ ସିରିୟଲରରୁ ସେ ହୋଇଥିଲେ ଲୋକପ୍ରୀୟ। ଗାଁ ଗାଁରେ ଘରେ ଘରେ ଚକୁଳିଆ ପଣ୍ଡା ଭାବେ ସେ ପାଇଥିଲେ ପରିଚିତି। ରବି ମିଶ୍ରଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

ଦ୍ୱିତୀୟ ପର୍ଯ୍ୟୟରେ ଆସିଥିବା ଟିକାକୁ ତିନି ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯିବ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କରୋନା ଟିକାକରଣ। ସଞ୍ଜୀବନି ନେଉଛି ଓଡ଼ିଶା। ତେବେ ଟିକାକରଣକୁ ନେଇ କିଛି ନୂଆ ନିୟକ କରାଯାଇଛି। ଯଦି ପ୍ରଥମ ଡୋଜ ପାଇଁ ଜଣେ ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛି କିନ୍ତୁ ପରବର୍ତ୍ତୀ ସମୟରେ ପଞ୍ଜୀକରଣ କରିଥିବା ବ୍ୟକ୍ତି ଅନ୍ୟ ସ୍ଥାନକୁ ବଦଳି ହେଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି ତାକୁ ସେହିଠାରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ସେପଟେ ଟିକାକରଣ ପାଇଁ ରାଜ୍ୟକୁ ପୁଣି ଆସିଲା ୨୨ ଲକ୍ଷ ସିରିଞ୍ଜି। ଆଗରୁ ଆସିଥିଲା ୨୧ ଲକ୍ଷ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ ଗତକାଲି ଆସିଥିବା କୋଭିସିଲଡ଼ ଟିକା ରାଜ୍ୟ ଭ୍ୟାକ୍ସିନ ଷ୍ଟୋରରେ ରହିଛି।

ଦୁଇ ତିନି ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କୁ ପଠାଯିବ। ଟିକାକରଣ ପରେ ଗତକାଲି ୩ ଜଣଙ୍କର ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା। ଜଣେ ଭଟଲି ଓ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ଥିଲେ। ଚିକିତ୍ସା ପରେ ବର୍ତ୍ତମାନ ସବୁ ଠିକ ଅଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ଗତକାଲି ୧୦୨ ଟି ସେସନରେ  ଟିକାକରଣ ହୋଇଥିଲା। ୧୬ ହଜାର ୨୬୧ ଜଣଙ୍କୁ ଟୀକା କରଣ ପାଇଁ ଲକ୍ଷ ଥିଲା କିନ୍ତୁ ସେଥିରୁ ୧୪ ହଜାର ୨୯୧ଜଣଙ୍କୁ ଟୀକା କରଣ କରାଯାଇଥିଲା। ୧୩ ଜିଲ୍ଲାରେ ୧୦୦ ପ୍ରତିଶତ ଟୀକା କରଣ ହୋଇଛି। ଆଜି ରାଜ୍ୟରେ ୯୨ ଟି ସେସନରେ ଆଜି ଟିକାକରଣ ହେବ।

ସ୍ଥାୟୀ ନିଯୁକ୍ତି ପାଇବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ପାଇଲେ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ। ୩ ହଜାର ୮୮୪ ଜଣ ଚୁକ୍ତିଭତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଉପରେ ମଞ୍ଜୁରୀ ମାରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ।

ଏନେଇ ସଂଘ ପକ୍ଷରୁ  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏନେଇ ଆଜି ସକାଳେ ସଂଘ କର୍ମକର୍ତ୍ତା ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇଛନ୍ତି।

ବାଲିଗୁଡ଼ାରେ ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବାକରୀ ବିଭାଗ

ବାଲିଗୁଡ଼ା: ରାଜ୍ୟରେ ତୁହାକୁ ତୁହା ବଢ଼ି ଚାଲିଛି ଗଞ୍ଜେଇ ଚାଲାଣ। ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବନ ହେଉଛି। ତେବେ ବାଲିଗୁଡାରେ ପୁଣି ସକ୍ରିୟ ହେବାରେ ଲାଗିଛି ଗଞ୍ଜେଇ ଚାଲାଣ। ଅବକାରୀ ବିଭାଗକୁ ଗଞ୍ଜେଇ ଚାଲାଣ ସକ୍ରିୟ କରାଇଛି। ୮କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍। ମହାସିଙ୍ଗି ପଞ୍ଚାୟତର ସୁରୁବାଲି ଅଞ୍ଚଳରେ ୮୦ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ।

ବେଆଇନ ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି। ପୂର୍ବରୁ ଲଗାତାର ଭାବେ ବାଲିଗୁଡାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ତରଫରୁ ମିଶନ କ୍ଲିନ୍ ଗଞ୍ଜେଇ ଅଭିଯାନ ଜାରି ରହିଛି  ।

କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ନେତାଜୀ ସଂଗ୍ରହାଳୟ

କଟକ: ଆଜିଠୁ ଖୋଲିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ନିଷ୍ପତି ନିଆଯାଇଛି। ଚଳଚଞ୍ଚଳ ହୋଇଉଠିଛି ନେତାଜୀ ସଂଗ୍ରହାଳୟ। ନାନା ପ୍ରକାର ଫୁଲ ଗଛରେ ଝଲସି ଉଠୁଛି ପରିସର। କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟର ରଙ୍ଗ କାମ ଓ ଗ୍ୟାଲେରୀ ସଂରକ୍ଷଣ କାମ ବି ଶେଷ ହୋଇଛି। ବଗିଚାରେ ଥିବା ବିଭିନ୍ନ ଫୁଲ ଗଛର ଫୁଲ ପରିବେଶକୁ ଆହୁରି ଆକର୍ଷଣୀୟ କରିଛି । ସଂଗ୍ରହାଳୟର ଗ୍ୟାଲେରିରେ ନେତାଜୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଛଡା ଏବେ ସ୍ଥାନ ପାଇବ ଛଅଟି ଫଟୋ ଓ ପାଞ୍ଚଟି ପୁସ୍ତକ।  ଆସନ୍ତା ୨୩ ତାରିଖରେ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତ୍ରୀ ପାଳନ କରାଯିବ।

ଆରପାରିରେ ଓଲିଉଡ଼ ଅଭିନେତା ରବି ମିଶ୍ର

କଟକ: ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ପରଲୋକ । ଓଲିଉଡ଼ ତାର ଆଉ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି । ମାତ୍ର ୬୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ତାଙ୍କ ଅଭିନିତ ସଂଖ୍ୟାଧିକ, ଓଡ଼ିଆ ଚଳଚ୍ଚିତ୍ର, ସିରିଏଲରେ ଅଭିନୟ କରି ଦାର୍ଶକଙ୍କ ମନ ଜିଣିଥିଲେ ରବି ମିଶ୍ର ।

ନୂଆ ବର୍ଷ ଆରମ୍ଭ ଓଲିଉଡ଼଼ରେ ଘୋଟି ଯାଇଛି ଦୁଃଖର ବାଦଲ । ନିଜର ନିଖୁଣ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିପାରିଥିବା ଏହି ଅଭିନେତା ଆଜି ଆରପାରିକୁ ଚାଲିଯାଇଛନ୍ତି । ସବୁ ଚରିତ୍ରକୁ ପରଦା ଉପରେ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିପାରୁଥିବା ଏହି ଅଭିନେତା ଜଣଙ୍କ ଅନେକ ପୁରୁଖା ଅଭିନେତାଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି । ମଞ୍ଚ ଅଭିନେତାରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ନିକଟରେ ଜି ସାର୍ଥକର ଏକ ଧାରାବାହିକ ‘ହେ ପ୍ରଭୁ’ରେ ଅଭିନୟ କରୁଥିଲେ ।

ତେବେ ‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ସମ୍ପୂର୍ଣ୍ଣ ଓଲିଉଡ଼ ଏବେ ମର୍ମାହତ । ଏହି ଧାରାବାହିକକୁ ଏବେ ଭୁଲିନାହାଁନ୍ତି ଦର୍ଶକ  । ଏଥିରେ ତାଙ୍କ ନିଖୁଣ ଅଭିନୟ ତାଙ୍କୁ  ଘରେ ଘରେ ପରିଚିତ କରାଇପାରିଥିଲା ।