spot_img
Home Blog Page 6077

ଜାନକୀ ଭବନରେ ମୁଖ୍ୟମନ୍ତ୍ରୀ, ନେତାଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିହ୍ୟ ନଗରୀ କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଁଚି ମୁଖ୍ୟମନ୍ତ୍ରୀ ଜାନକୀ ଭବନରେ ଥିବା ସୁବାଷ ବୋଷଙ୍କ ଫଟୋରେ ମାଲ୍ୟାର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୈଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ । କେବଳ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରବେଶ ଅନୁମତି ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ମାଲ୍ୟାର୍ପଣ କରିବା ପରେ କଟକ ଖାନନଗର ଅଭିମୁଖେ ଗସ୍ତ କରିଛନ୍ତି । ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଉପଲଭେ ଏକ ଅତ୍ୟାଧୁନିକ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

୧୬ ନମ୍ବର ଜାତୀୟ ରାଜପଥରେ ବୁଲୁଛନ୍ତି ଗଜରାଜ

ଖୋର୍ଦ୍ଧା: ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ଜାତୀୟ ରାଜପଥରେ ହାତୀ, କିଛି ସମୟ ପାଇଁ ରାସ୍ତାରେ ଯାତାୟତ ଅସ୍ତବ୍ୟସ୍ତ । ଅଳ୍ପକେ ବର୍ତିଲେ ବହୁ ଲୋକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟ ନିର୍ମାଣଧୀନ ଫ୍ଲାଇ ଓଭରବ୍ରିଜ ନିକଟରେ ।

ସକାଳୁ ସକାଳୁ ଦୁଇଟି ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସିଥିଲେ । ଯାହାକୁ ଦେଖି ଭୟଭିତ ହୋଇ ପଡ଼ିଥିଲେ ଲୋକେ । ଜୀବନ ବିକଳରେ ନିଜ ପିଲାଛୁଆ ଧରି ଦୌଡ଼ିଲେ । କାରରେ ଯାଉଥିବା ଲୋକ ନିଜ କାର ଛାଡି ଦୌଡୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଏମିତି କିଛି ସମୟ ଧରି ହାତୀ ମଣିଷ ଛକାପଞ୍ଝା ପରେ ବନ ବିଭାଗ ହାତୀ ଦୁଇଟିକୁ ରାସ୍ତା ପାର କର ନିକଟସ୍ଥ ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଛି । ହାତୀ ଜନବସତି ଆଡକୁ ମୁହାଁଉଥିବାରୁ ବନବିଭାଗ ପୋଷ୍ଟେର ମାରି ଜନ ସଚେତନତା ଜାରି କରୁଛି ।

ପବିତ୍ର ଶାମ୍ବ ଦଶମୀ, ଅର୍କକ୍ଷେତ୍ରରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବଦଶମୀ । ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି ।

ଏହି ପର୍ବରେ ମା’ମାନେ ସନ୍ତାନଙ୍କ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି । ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇଥିବା ନେଇ ଜଣାପଡିଛି । ସେପଟେ ପ୍ରତ୍ୟୁଷରୁ କୋଣାର୍କର ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ସୁର୍ଯ୍ୟାଦୟ ଦର୍ଶନ କରିଛନ୍ତି । ଆଜି କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେଉଛି ।

ବିଦ୍ରୋହର ଅନ୍ୟନାମ ସୁରେନ୍ଦ୍ର; ବ୍ରିଟିଶ ବିରୋଧରେ ଜାଳିଥିଲେ ବହ୍ନି

ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜାନୁଆରୀ ୨୩, ୧୮୦୯ ମସିହାରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ୍‌ ଶାସନକୁ ଲୋପ କରି ସମ୍ବଲପୁରର ପାରମ୍ପରିକ ଶାସକଙ୍କୁ କ୍ଷମତାସୀନ କରାଇବାରେ ସୁରେନ୍ଦ୍ର ସାଏଙ୍କ ପ୍ରମୁଖ ଭୂମିକା ଥିଲା । ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଇବାରେ ସୁରେନ୍ଦ୍ର ସାଏଙ୍କର ଗୁରୁତ୍ବ ରହିଥିଲା । ପଶ୍ଚିମ ଓଡିଶା ରୁ ବ୍ରିଟିଶ ସରକାରଙ୍କ ପତନ ପାଇଁ ତାଙ୍କର ରହିଥିଲା ଉଲ୍ଲେଖନୀୟ ଅବଦାନ ।

ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ‘ମିତ୍ରଭାନୁ ସାଏ’ ଓ ଗୋଟିଏ କନ୍ୟା ଥିଲେ ।

ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ । ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ । ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ ।

ମହାରାଜା ସାଏଙ୍କ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ନିଜ ହାତକୁ ନେଲେ । ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ । ସେହି କାରଣରୁ ବହୁ ଆଦିବାସୀ ଜମିଦାର ବିଦ୍ରୋହ କରିଥିଲେ । ବଳରାମ ସାଏ ଓ ସୁରେନ୍ଦ୍ର ସାଏ ଏହି ବିପ୍ଲବର ନେତୃତ୍ୱ ନେଇଥିଲେ ।

ପ୍ରକୃତ ପକ୍ଷେ ସମ୍ବଲପୁର ରାଜବଂଶର ସୁରେନ୍ଦ୍ର ସାଏ ରାଜଗାଦି ଲାଭ କରିବା କଥା, ମାତ୍ର ଇଂରେଜମାନେ ଜାଣିଥିଲେ ସୁରେନ୍ଦ୍ର ସାଏ କେବେ ହେଲେ ତାଙ୍କର ଅନୁଗାମୀ ହେବେ ନାହଁ । ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା । ପରବର୍ତ୍ତା ସମୟରେ ବିଦ୍ରୋହର ଆହ୍ୱାନ ଦେଇ ସୁରେଦ୍ର ସାଏ, ବ୍ରଟିଶକୁ ନିଜ ଗଡ଼ରୁ ତଡିବାରେ ସକ୍ଷମ ହୋଇଥିଲେ ।

ମନେପଡନ୍ତି ସୁଭାଷ; ମୁକ୍ତି ଆକାଶର ମୁକ୍ତ ଇଗଲ, ସ୍ୱାଧିନତା ପାଇଁ ଶାନ୍ତି ନୁହେଁ ମାଗୁଥିଲେ ରକ୍ତ

ଶାନ୍ତି କିମ୍ବା ସହାନୁଭୁତି ନୁହେଁ, ମୁକ୍ତି ପାଇଁ ଆବଶ୍ୟକ ସଂଗ୍ରାମ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତି କରିହେବ । ଏ ଉକ୍ତି ଥିଲା ମୁକ୍ତ ଆକାଶର ଅଭେଦ୍ୟ ଇଲାକାରେ ଉଡିବୁଲୁଥିବା ଇଗଲର । ଯିଏ ପ୍ରତିଟି ମୂହୂର୍ତ୍ତରେ ଗୋରା ସରକାରକୁ ନିଜ ପଞ୍ଝାରେ ପାଛୋଟି ନେଇ ଶିକାର କରିବାର ଆଶାରେ ଆତୁର ଥିଲେ । ଅହିଂସା ନୁହେଁ ରକ୍ତ ଝରାଇ ସ୍ୱାଧିନତା ଛଡାଇ ଆଣିବାକୁ ସେ ଥିଲେ ଅଙ୍ଗୀକାର । ସେଥିପାଇଁ ତ ସେ କହୁଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି । ସମଗ୍ର ବିଶ୍ୱର ସେହି ସଂଗ୍ରାମୀ ପୁରୁଷ ଥିଲେ ବିସ୍ମୟୀ ବିଦ୍ରୋଦୀ ସୁବାଷ ଚନ୍ଦ୍ର ବୋଷ ।

ଐତିହ୍ୟ ନଗରୀ, ପ୍ରାଚୀର ଦୁର୍ଗର ଦୁଃସାହାସୀ ସହର ସିଲିଭର ସିଟିରେ ଜନ୍ମ ନିଅନ୍ତି ସୁଭାଷ । ବାପା ଜାନକୀ ନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ପରାକ୍ରମୀ ଉତ୍କଳ ମାଟିରେ ପଡେ ଶୈଶବ ସୁଭାଷଙ୍କ କୁନି ପାଦ । ଆଉ ବିଦ୍ୟାଳୟରେ ପ୍ରଥମ ଦିନରୁ ହିଁ ସୁଭାଷଙ୍କ ପ୍ରତିଭାକୁ ପରଖି ନେଇଥିଲେ ପ୍ରଧାନଶିକ୍ଷକ ବେଣିମାଧବ ଦାସ । ୧୯୦୯ ମସିହାରେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା କଲେଜିଏଟ ସ୍କୁଲ ଏବଂ ପରବର୍ତ୍ତୀ ସମୟରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ନ୍ତି । ସେହି ଠାରେ ହିଁ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତି ନେତାଜୀ ।

ଦେଶପ୍ରେମର ପ୍ରଥମ ବହ୍ନି ଜଳେ ସେହି ପ୍ରେସିଡେନ୍ସୀ କଲେଜରେ । ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ କିଛି ସାଥିଙ୍କ ସହ ମିଶି ସେ ତାଙ୍କୁ କରନ୍ତି ଆକ୍ରମଣ । ପରେ ଏଥିପାଇଁ କିଛି ବର୍ଷ ପାଇଁ କଲେଜରୁ ବହିଷ୍କୃତ ବି ହୁଅନ୍ତି।। କିନ୍ତୁ ଖୁଦୀରାମଙ୍କ ଫାସି ଘଟଣାରେ ପ୍ରଭାବିତ ହୋଇ ବିଦେଶରେ ପାଠପଢା ପରିତ୍ୟାଗ କରି ୧୯୨୩ ମସିହାରେ ଭାରତୀୟ ରାଜନୀତିରେ ପ୍ରବେଶ କରନ୍ତି ସୁଭାଷ ଚନ୍ଦ୍ର ବୋଷ । ୧୯୨୪ ମସିହାରେ କଲିକତାର ମେୟର ହୁଅନ୍ତି । ପରେ ନିଜର ନିଷ୍ଠା ଏବଂ ବଳିଷ୍ଠ ନେତୃତ୍ୱ ବଳରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ଏବଂ ଜାତୀୟ କଂଗ୍ରେସର ସଭାପତି ଆସନ ଅକ୍ତିଆର କରନ୍ତି । କିନ୍ତୁ ବ୍ରିଟିଶ ସରକାରର ନିର୍ଦୟ ନିର୍ଯାତନା ଏବଂ ଭାରତୀୟଙ୍କ ଅସହ୍ୟ ଯନ୍ତ୍ରଣା ତାଙ୍କ ମନରେ ବିପ୍ଲବର ବହ୍ନି ଜଳାଏ । ପରବର୍ତ୍ତୀ ସମୟରେ ୧୯୩୯ ମସିହାରେ ଜନ୍ମନିଏ ସୁଭାଷଙ୍କ ମାନସ ସନ୍ତାନ ‘ଫରୱାର୍ଡ଼ ବ୍ଳକ’।

ସଶସ୍ତ୍ର ଆନ୍ଦୋଳନ ହିଁ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତ କରିପାରିବ, ଏହି ବିଶ୍ୱାସ ରଖୁଥିବା ସୁଭାଷ, ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ପ୍ରତ୍ୟାଖାନ କରି ଭାରତ ଛାଡିଥିଲେ । ବିଦେଶ ମାଟିରେ ବୁଣିଥିଲେ ଭାରତ ସ୍ୱାଧିନତାର ମଞ୍ଜି । ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ଋଷ ଦେଇ ପହଞ୍ଚିଥିଲେ ବର୍ଲିନରେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତକୁ ଦେଇଥିଲେ ସଂଗ୍ରାମୀ ଆହ୍ୱାନ । ଏବଂ ପ୍ରତିଟି ଭାରତୀୟଙ୍କ କାନରେ ପଡିଥିଲା ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି

କିନ୍ତୁ ୧୯୪୫ ମସିହାରେ ହଠାତ ଆସେ ଏକ ଅବିଶ୍ୱସନୀୟ ଖବର । ସ୍ୱାଧିନ ଭାରତର ସ୍ୱପ୍ନ ନେଇ ବିଦେଶ ମାଟିରେ ଡେଣା ଝାଡି ଉଡୁଥିବା ଏହି ଶିକାରୀ ଇଗଲ ଆକାଶାରେ ହୋଇଯାଆନ୍ତି ନିଶ୍ଚିହ୍ନ । ବିମାନ ଦୁର୍ଘଟଣା ଭଳି ଏକ ଖବର ଯାହା ଅନ୍ଧାରୀ କାଗଜର ଅଲିଭା କାଳିରେ ଆକସ୍ମିକ ରେଖାୟିତ । ଯାହାର ସତ୍ୟତା ଘଟଣାର ୭୭ ବର୍ଷ ପରେ ମଧ୍ୟ ସନ୍ଦୀହାନ । ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।

୮୫ ପ୍ରତିଶତ ଟିକାକରଣ କରି ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ଦେଶରେ ଟିକାକରଣରେ ଓଡ଼ିଶା ନମ୍ବର ଓ୍ୱାନ । ଟିକାକରଣରେ ରାଜ୍ୟର ଉଚ୍ଚମାନର ପ୍ରଦର୍ଶନ । ରାଜ୍ୟରେ ୮୫ପ୍ରତିଶତ ଟିକାକରଣ ହୋଇଛି । ଦେଶରେ ଟିକାକରଣରେ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ତେଲେଙ୍ଗାନାରେ ୮୧ପ୍ରତିଶତ ଟିକାକରଣ ହୋଇଛି । ତୃତୀୟ ସ୍ଥାନରେ ଅଛନ୍ତି ଉତ୍ତର ପ୍ରଦେଶ ଓ ରାଜସ୍ଥାନ ।

ୟୁପି ଓ ରାଜସ୍ଥାନରେ ୭୧ପ୍ରତିଶତ ଟିକାକରଣ ହୋଇଛି । ଟିକାକରଣ କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କରିଛି ପଞ୍ଜାବ । ପଞ୍ଜାବରେ ମାତ୍ର ୨୮ପ୍ରତିଶତ ଟିକାକରଣ ହୋଇଛି । ଏହା ସହିତ ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ଟିକାକରଣ ନିମ୍ନମାନର ରହିଛି । ଏହି ୨ରାଜ୍ୟରେ ମାତ୍ର ୩୫ପ୍ରତିଶତ ଟିକାକରଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

୨୦୨୧ କେନ୍ଦ୍ରୀୟ ବଜେଟରେ ୫ ପରିବର୍ତ୍ତନ କଣ ?

ଫେବ୍ରୁଆର ୧ରେ ଆସିବ କେନ୍ଦ୍ରୀୟ ବଜେଟ୍ । ୨୦୨୧ ବର୍ଷ ଲାଗି ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମାରୀ କୋଭିଡ୍ ପାଇଁ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁ ଥିବାବେଳେ ଅଭିଭୃଦ୍ଧି ହାର ଲଗାତାର ହ୍ରାସ୍ ପାଇଛି । ଏଭଳି ସ୍ଥିତିରେ ଚଳିତବର୍ଷ ବଜେଟ୍ ଗତବର୍ଷ ବଜେଟ ଠାରୁ ବେଶ୍ ଭିନ୍ନ ରହିବ ।

Union Budget 2021 5 Differences In The Way It Will Be Presented This Year

ବଜେଟ୍ ହେବ ପେପରଲେସ୍

ସ୍ୱାଧୀନତା ପରେ ପ୍ରଥମ ଥର ବଜେଟ୍ ଆସିବ, ବିନା କାଗଜରେ । ମହାମାରୀ କରୋନା ପାଇଁ ପ୍ରଥମଥର କେନ୍ଦ୍ରୀୟ ବଜେଟ୍ ମୁଦ୍ରିତ ହେବ ନାହିଁ । ପ୍ରତିବର୍ଷ କେନ୍ଦ୍ରୀୟ ବଜେଟ୍ ଅର୍ଥ ମନ୍ତ୍ରାଳୟର ନିଜସ୍ୱ ମୁଦ୍ରଣାଳୟରେ ୧୦୦ କର୍ମଚାରୀଙ୍କୁ ନେଇ ମୁଦ୍ରିତ ହୋଇଥାଏ । ଯେଉଁଠି ୧୫ ଦିନ ପାଇଁ ଶତାଧିକ କର୍ମଚାରୀ ଏକାଠି ବଜେଟ୍ ମୁଦ୍ରଣ, ସିଲ୍ ଓ ବିତରଣରେ ସାମିଲ୍ ଥାଆନ୍ତି । ତେବେ, ଚଳିତଥର କରୋନା ପାଇଁ ହାର୍ଡ କପି ବଦଳରେ ସଫ୍ଟ କପି ଦିଆଯିବ ।

Union Budget 2021 5 Differences In The Way It Will Be Presented This Year

୨ଟି ପର୍ଯ୍ୟାୟରେ ଅଧିବେଶନ

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ବଜେଟର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୫ ଯାଏ ବସିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଏପ୍ରିଲ୍ ଯାଏ ବସିବ

ହେବନି ହାଲୁଆ ଉତ୍ସବ

Union Budget 2021 5 Differences In The Way It Will Be Presented This Year

ପ୍ରତିଥର କେନ୍ଦ୍ରୀୟ ବଜେଟ୍ ମୁଦ୍ରଣ ପୂର୍ବରୁ ପାରମ୍ପାରିକ ଭାବେ ହୋଇ ଆସୁଥିବା ହାଲୁଆ ଉତ୍ସବ ଚଳିତଥର ହେବନାହିଁ ହାଲୁଆ ଉତ୍ସବରେ ସାଧାରଣତଃ ବଜେଟ୍ ମୁଦ୍ରଣରେ ନିୟୋଜିତ କର୍ମଚାରୀ ସାମିଲ୍ ହୋଇଥାନ୍ତି । ହାଲୁଆ ଉତ୍ସବରୁ ଆରମ୍ଭ ହୁଏ ବଜେଟ୍ ପ୍ରିଣ୍ଟିଂ । ଏକ ବଡ଼ କଡ଼େଇରେ ଏହି ମିଠା ହାଲୁଆ ତିଆରି କରାଯାଇ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।

ଟ୍ରକରେ ଆସିବନି ବଜେଟ୍

Union Budget 2021 5 Differences In The Way It Will Be Presented This Year

ଏଥରକ ବଜେଟ୍ ପୂରା ପେପରଲେସ୍ ହେବ । ତେଣୁ, ପୂର୍ବ ବର୍ଷ ଭଳି ସଂସଦ ପରିସରକୁ ବଜେଟ୍ କପି ଭର୍ତ୍ତି ଟ୍ରକ୍ ଆସିବ ନାହିଁ । ସାଧାରଣତଃ ବହିଖାତା କୁହାଯାଉଥିବା ବଜେଟ୍ କପି କାହାରି ହାତରେ ଦେଖିବାକୁ ମିଳିବ ନାହିଁ । ଗତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚମଡ଼ା ବ୍ରିଫକେସ୍ ବଦଳରେ ପାରମ୍ପାରିକ ବହିଖାତାକୁ ନେଇ ବଜେଟ୍ ଉପସ୍ଥାପନ କରିଥିଲେ

କୋଭିଡ୍ କଟକଣା ବଳବତ୍ତର ଥିବାବେଳେ ଚଳିତ ଅଧିବେଶନରେ ଶାରିରୀକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସଂସଦର ସମସ୍ତ ସଭ୍ୟ ଅଧିବେଶନ ବେଳେ ୩ଟି ଅଲଗା ଅଲଗା ସ୍ଥାନରେ ବସିବେ । ରାଜ୍ୟସଭା ଚାମ୍ବର, ଲୋକସଭା ଚାମ୍ବର ସହ କେନ୍ଦ୍ରୀୟ ହଲରେ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ହଲରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବେ ।

ଚେନ୍ନାଇରୁ ୨ ଅନ୍ତର୍ଦେଶୀୟ ଡ୍ରଗ୍‌ସ ବେପାରୀ ଗିରଫ: ୧୦୦୦ କୋଟିର ହିରୋଇନ୍‌ ଜବତ

ଚେନ୍ନାଇ: ଏକ ଅନ୍ତର୍ଦେଶୀୟ ଡ୍ରଗ୍‌ସ କାରବାର ରାକେଟରେ ସମ୍ପୃକ୍ତ ୨ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଆଜି ଚେନ୍ନାଇରେ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍‌ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ତାମିଲନାଡୁର ଚେନ୍ନାଇରୁ ଏମଏମ ନୱାସ ଏବଂ ମହମ୍ମଦ ଆଫନାଙ୍କୁ ଗିରଫ କରାଯାଇଥିଲା । ଏଠାରେ ଏମାନେ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇ ରହୁଥିଲେ ଏବଂ ଡ୍ରଗ୍‌ ସିଣ୍ଡିକେଟ୍‌ ଚଳାଇଥିଲେ। ଏମାନଙ୍କ ଡ୍ରଗ୍‌ ସିଣ୍ଡିକେଟ ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଅଷ୍ଟ୍ରେଲିଆରେ ଅବାଧ କାରବାର ଚଳାଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବିବୃତ୍ତିରେ କହିଛି। ଗିରଫ କରାଯିବା ପରେ ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦୦୦ କୋଟି। ଏନସିବିର ତଦନ୍ତକାରୀ ଦଳ ଗତ ନଭେମ୍ବର, ୨୦୨୦ରୁ ଏମାନଙ୍କ ଉପରେ ନଜର ରଖିଥିଲା।

ଏନସିବି ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଆଜି ଟ୍ୟୁଟିକୋରିନ ବନ୍ଦର ନିକଟରେ ଥିବା ଏକ ଜାହାଜକୁ ଅଟକାଇ ଏହାର ଅନୁସନ୍ଧାନ କରି ତା’ମଧ୍ୟରୁ ୯୫.୮୭ କିଲୋଗ୍ରାମ ହେରୋଇନ, ୧୬.୩୨ କିଲୋଗ୍ରାମ ମିଥାମଫେଟାମାଇନ୍‌, ପାଞ୍ଚଟି ପିସ୍ତଲ ଏବଂ ଗୁଳି ଭର୍ତ୍ତି ମାଗାଜିନ୍‌ ଉଦ୍ଧାର କରିଥିଲା। ଜାହାଜରେ ଥିବା ଶ୍ରୀଲଙ୍କାର ୬ ଜଣ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ଏନ୍‌ସିବିର ଡେପୁଟି ଡାଇରେକ୍ଟର (ଅପରେସନ୍‌ସ) କେପିଏସ୍‌ ମାଲହୋତ୍ରା କହିଛନ୍ତି ଯେ ଚେନ୍ନାଇରୁ ଗିରଫ ହୋଇଥିବା ଉଭୟ ନୱାସ୍‌ ଏବଂ ଆଫନା ଅନ୍ତର୍ଦେଶୀୟ ଡ୍ରଗ ସିଣ୍ଡିକେଟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖିଥିଲେ। ଏବଂ ଏମାନେ ବହୁ ରାଷ୍ଟ୍ରୀୟ ହିରୋଇନ ସିଣ୍ଡିକେଟର ସଦସ୍ୟ। ନୱାସଙ୍କ ବିରୋଧରେ ଇଣ୍ଟରପୋଲ ଗ୍ଲୋବାଲ ଗିରଫ ୱାରେଣ୍ଟ ଅଛି।

୨୧ ଦିନରେ ୪ ହଜାର ୨୬୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍

ଭୁବନେଶ୍ୱର: ସାବାଡ଼ ହେଉନାହାଁନ୍ତି ଅମାନିଆ । ପିଉଛନ୍ତି ମଦ, ଚଢ଼ୁଛନ୍ତି ଗାଡ଼ି, ମୋଡ଼ୁଛନ୍ତି ଆକ୍ସିଲେଟର । ଭୁବନେଶ୍ୱରର ଆରଟିଓ ୧ ଓ ୨, କଟକ, ସମ୍ବଲପୁର, ରାଉରକେଲା ଆରଟିଓରେ ବିଗତ ୨୧ ଦିନ ମଧ୍ୟରେ ସର୍ବାଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି । ମଦପିଇ ଗାଡ଼ି ଚାଳନା ପାଇଁ କାହା ଲାଇସେନ୍ସ ବାତିଲ୍ ହୋଇଥିବା ବେଳେ ଅତ୍ୟଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକ୍ ରେଡ୍ ଲାଇଟ୍ ନମାନିବା, ଗାଡ଼ି ଚାଳନା ବେଳେ ଫୋନ୍ ବ୍ୟବହାର କରିବା, ମାଲବାହୀ ଗାଡ଼ିରେ ଓଭରଲୋଡ୍ କିମ୍ବା ଯାତ୍ରୀ ପରିବହନ ଏବଂ ହେଲମେଟ ନପିନ୍ଧିବା ଯୋଗୁଁ ଡିଏଲ୍ ୩ ମାସ ଲାଗି ବାତିଲ୍ ହୋଇଛି ।

ଭୁବନେଶ୍ୱର ଆରଟିଓ-୧ରେ ୬୫୪ଟି ଡିଏଲ୍ ବାତିଲ୍ ହୋଇଥିବା ବେଳେ ଭୁବନେଶ୍ୱର ଆରଟିଓ-୨ରେ ୫୪୮ଟି, କଟକ ଆରଟିଓରେ ୫୩୭ଟି, ସମ୍ବଲପୁର ଆରଟିଓରେ ୪୧୦ଟି ଏବଂ ରାଉରକେଲା ଆରଟିଓରେ ୨୭୯ଟି ଡିଏଲ୍ ବାତିଲ୍ ହୋଇଛି । ରାଜ୍ୟ ପରିବର୍ତ୍ତନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁସାରେ ଶିକ୍ଷିତ ସହରରେ ଗାଡ଼ି ଚାଳକ ଅଧିକ ବେପରୁଆ । ଅର୍ଥାତ୍ ଯେତେ ଶିକ୍ଷିତ, ସେତେ ନିୟମ ମାନୁନାହାଁନ୍ତି ।

4267 DLs  suspended from 1st to 21st Jan

ମଦ ପିଇ ଗାଡ଼ି ଚାଳନା ଲାଗି ୭୮ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ସିଲ୍ଟ ବେଲ୍ଟ ବାନ୍ଧିନଥିବା ଯୋଗୁଁ ୩୨ ଜଣଙ୍କ, ୨ ଚକିଆ ଯାନରେ ହେଲମେଟ ପିନ୍ଧି ନଥିବା ପାଇଁ ୨ ହଜାର ୬୮୮ ଜଣଙ୍କ, ମାଲବାହୀ ଗାଡ଼ିରେ ଓଭରଲୋଡ୍ ପାଇଁ ୬୬ ଜଣଙ୍କ, ମାଲବାହୀ ଗାଡ଼ିରେ ଅଧିକ ଲୋକ ପରିବହନ ପାଇଁ ୪୦ ଜଣଙ୍କ, ଓଭରସ୍ପିଡ୍ ପାଇଁ ୭୨୮ ଜଣଙ୍କ, ଟ୍ରାଫିକ୍ ସିଗନାଲ ନମାନିବା ପାଇଁ ୯୯ ଜଣଙ୍କ, ଡ୍ରାଇଭିଂ ବେଳେ ଫୋନ୍ ବ୍ୟବହାର ପାଇଁ ୨୫୫ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ଅନ୍ୟ କାରଣରୁ ୨୮୧ ଜଣଙ୍କ ଏହିଭଳି ଜାନୁଆରୀ ୧ରୁ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୪ ହଜାର ୨୬୭ ଜଣଙ୍କ ଡିଏଲକୁ ୩ ମାସ ପାଇଁ ବାତିଲ୍ କରାଯାଇଛି ।

ଓଡ଼ିଶା ଲୋକଙ୍କ ଚିକିତ୍ସା ପାଇଁ ପ୍ରବାସୀ ଓଡ଼ିଆ ଡାକ୍ତରଙ୍କ ସ୍ୱେଚ୍ଛାକୃତ ପ୍ରୟାସ

ଭୁବନେଶ୍ୱର: ସର୍ବସାଧାରଣଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରି ସେମାନଙ୍କ ପାଇଁ ଯଥେଷ୍ଟ ଆଶ୍ୱସ୍ତି ଏବଂ ଖୁସି ଆଣିବା ନିମନ୍ତେ ଯେଉଁମହାମାରୀ ସମଗ୍ର  ବିଶ୍ୱକୁ ଗ୍ରାସ କରିବା ଆରମ୍ଭ କରିବା ପରେ ଜଣେ ରୋଗୀ ଏବଂ ସାରା ମାନବ ଜାତିର ସ୍ୱାସ୍ଥ୍ୟ ପ୍ରତି ଚିକିତ୍ସକମାନଙ୍କର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି । ସେହି ସମୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଓଡ଼ିଶାର ଚିକିତ୍ସକଗଣ ଆଉପାଦେ ଆଗକୁ ଯାଇ ଓଡ଼ିଶାରୁ ବିଶ୍ୱସ୍ତରୀୟ ଏକ ଚିକିତ୍ସକ ଦଳ ଗଠନ କରିଛନ୍ତି   ।  ଯେଉଁମାନେ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ସହିତ ତାଳ ମିଳାଇ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ମିଶି ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଏକ ସ୍ୱେଚ୍ଛାକୃତ ଅଭିଯାନ ଆରମ୍ଭ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଚିକିତ୍ସକ ଦଳକୁ ‘ଓଡ଼ିଆ’ (ଓଡ଼ିଶା ଡକ୍ଟର୍ସ ଇଣ୍ଟରନ୍ୟାସନାଲ ଆସୋସିଏସନ) ଭାବରେ ନାମିତ କରାଯାଇଛି ।

ଆମେରିକାସ୍ଥିତ ଡା.ଦେବାଶିଷ ରାୟ କହିଛନ୍ତି, “ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ୟୁଏଇ, ଭାରତ, ଅନ୍ୟ ୟୁରୋପୀୟ ଏବଂ ଆସିଆନ୍ ରାଷ୍ଟ୍ରସମୂହରେ ଥିବା ପ୍ରବାସୀ ଓଡ଼ିଆ ଡାକ୍ତରମାନେ ଓଡ଼ିଶାର ଜନସାଧାରଣଙ୍କୁ ସହାୟତା କରିବାର ଏକ ଆକାଙ୍କ୍ଷିତ ଲକ୍ଷ୍ୟ ଏବଂ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ନେଇ ପରସ୍ପର ସହିତ ହାତ ମିଳାଇ ‘ଓଡ଼ିଆ’ ଗଠନ କରିଛନ୍ତି । ଦୀର୍ଘମାସର ଲକଡାଉନ ଏବଂ କୋଭିଡ ସଙ୍କଟ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିଥିବା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ‘ଓଡ଼ିଆ’ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏହି ପ୍ରୟାସର ନେତୃତ୍ୱ ନେବେ । ‘ଓଡ଼ିଆ’ର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ସେ ତୃଣମୂଳ ସ୍ତରରେ ଡାକ୍ତରମାନଙ୍କର ଲକ୍ଷ୍ୟକୁ କାର୍ଯ୍ୟକାରୀ କରୁଛନ୍ତି । ଡା. ରାୟ କହିଛନ୍ତି, “ଏହି ଅଭିଯାନକୁ କେତେକ ପ୍ରକଳ୍ପରେ ଭାଗ ଭାଗ କରାଯାଇଛି ଏବଂ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ତାଲିକାର ଶୀର୍ଷରେ ରହିଛି ।

ଏଥିମଧ୍ୟରେ ଟିକାକରଣ, ମହିଳା କର୍କଟ ରୋଗ ଚିହ୍ନଟ, ମାତୃତ୍ୱକାଳୀନ ସ୍ୱାସ୍ଥ୍ୟରେ ଉନ୍ନତି ସାଧନ, ରକ୍ତହୀନତା ଓ ପୁଷ୍ଟିସାଧନ ସ୍ତରରେ ଯାଞ୍ଚ, ମେଦବହୁଳତା ବିରୋଧରେ ସଚେତନତା, ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ଆଦି ଅନ୍ତର୍ଭୁକ୍ତ । ଆମର ଏହି ଆକାଙ୍କ୍ଷିତ କାର୍ଯ୍ୟକ୍ରମ ଜରିଆରେ ଶିଶୁ ମୃତ୍ୟୁ ନିରାକରଣ, ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ ବୟସ୍କ ଲୋକଙ୍କ ଟିକାକରଣ ଆଦିକୁ ପ୍ରାଧାନ୍ୟ ଦିଆଯିବ ।‘‘ଓଡ଼ିଆ’ ମଧ୍ୟ ଜରୁରୀକାଳୀନ ସମୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଗଠନ କରୁଛି ଏବଂ ଜରୁରୀକାଳୀନ ରିଲିଫ୍ ଦଳ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି `। ‘ଓଡ଼ିଆ’ ମିଶନ୍ ବହୁ ବିଶିଷ୍ଟ ଲୋକଙ୍କର ସମର୍ଥନ ଲାଭ କରିଛି । ଟେକ୍ ଗୁରୁ ଏବଂ ଭାରତୀୟ ଦୂରସଂଚାର କ୍ଷେତ୍ରର କର୍ଣ୍ଣଧାର ଭାବେ ପରିଚିତ।ସାମ୍ ପିତ୍ରୋଡା ‘ଓଡ଼ିଆ’ ପ୍ରତି ତାଙ୍କର ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, “ସ୍ଥାନୀୟ ଜ୍ଞାନର ବ୍ୟବହାର ସହିତ ଲୋକଙ୍କୁ ଚିକିତ୍ସା ସେବା  ଯୋଗାଇବାରେ ବିଶ୍ୱସ୍ତରରେ ଉପଲବ୍ଧ ଶ୍ରେଷ୍ଠ ଡାକ୍ତରୀ ସୁବିଧାକୁ ଅଧିକ ତ୍ୱରିତ  କରାଯାଇପାରିଲେ ତଦ୍ଦ୍ୱାରା ଜନସାଧାରଣ ଉପକୃତ ହେବେ ।

ଟେଲିମେଡିସିନ ଏବଂ ସ୍ଥାନୀୟ କର୍ମଚାରୀଙ୍କୁ ଅଧିକ କୁଶଳୀ କରିବା ପାଇଁ ତାଲିମ ପ୍ରଦାନ ଏହି ମହତ୍ ପ୍ରୟାସରେ ଅଶେଷ ସହାୟକ ହୋଇପାରିବ ।” ସାଂସଦ ତଥା ଜନସେବୀ ଡ. ଅଚ୍ୟୁତ ସାମନ୍ତ ‘ଓଡ଼ିଆ’ ପ୍ରକଳ୍ପ ପ୍ରତି ତାଙ୍କର ନିଃସର୍ତ୍ତ ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି, “ଉତ୍ତମ ସ୍ୱାସ୍ଥ୍ୟର ବ୍ୟବସ୍ଥା କରିବା ହେଉଛି ସକ୍ଷମ ମଣିଷଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସମଗ୍ର ବିଶ୍ୱରେ ଥିବା ଓଡ଼ିଆ ଡାକ୍ତରମାନେ ଓଡ଼ିଆ ଜନସାଭଳି ପ୍ରୟାସ କରୁଛନ୍ତି ତାହାଦେଖି ମୋତେ ଅତ୍ୟନ୍ତ ଆନନ୍ଦ ଲାଗୁଛି ।”ସବ୍ୟସାଚୀ ମିଶ୍ର କହିଛନ୍ତି, “ଦୁଃଖୀ  ମୁହଁରେ ହସ ଫୁଟାଇବା ଲାଗି  ‘ଓଡ଼ିଆ’ ଟିମର ପ୍ରୟାସ ସଫଳ କରିବାକୁ ମୁଁ ପାରୁପର୍ଯ୍ୟନ୍ତ କାର୍ଯ୍ୟ କରିବି ।”