ମହିଳା ଦିବସ ଉପଲକ୍ଷେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଗୀତ ଲୋକାର୍ପିତ

ଭୁବନେଶ୍ୱର: ଓଡିଶାରେ ଘରେଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ । ମହିଳା ଦିବସ ଉପଲକ୍ଷେ ସେ ଦର୍ଶକଙ୍କୁ ପାଇଁ ଆଣିଛନ୍ତି ଏକ ମନଛୁଆଁ ତଥା ଭାବପୂର୍ଣ୍ଣ ଗୀତ । ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗୀତ “ଆଇଗିରି ନନ୍ଦିନୀ”କୁ ସେ ଲୋକାର୍ପିତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଥିଲେ ସୁସ୍ମିତା ଦାଶ, ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ସଂଯୋଜକ ଦେବ ମେହେର । ନୂଆ ଗୀତ ରିଲିଜ ହେବା ଅବସରରେ ଗଣମାଧ୍ୟମ ଜରିଆରେ ସୁମିତ ଦୀକ୍ଷିତ ମହିଳା ସଶକ୍ତିକରଣ ତଥା ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଓଡିଶା ମାଟି ସହ ପୁଙ୍ଖାନୁପୁଙ୍ଖ ଭାବେ ଜଡ଼ିତ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ପୂର୍ବରୁ ନିଜ ଗୀତ ଜରିଆରେ ପ୍ରତ୍ୟକ୍ଷ ଭାବେ ଅନେକ ପର୍ବପର୍ବାଣୀ ଓ କଳା ସଂସ୍କୃତିର ପ୍ରଚାର କରିଆସିଛନ୍ତି । ନିକଟରେ “ଶୀତ ଉପରେ ଶୀତ ଫେରିଲା” ଓ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ “ତୁମେ ଥରୁଟେ ଛୁଇଁ ଦେଲାପରେ” ଭଳି ଗୀତ ମୁକ୍ତିଲାଭ କରିଥିଲା । ଦର୍ଶକଙ୍କ  ନିକଟରେ ଏହି ଦୁଇଟି ଗୀତ ଖୁବ ଲୋକପ୍ରିୟ ହେବା ସହ ଏହାକୁ ୧୦ ମିଲିୟନ୍‌ରୁ ଅଧିକ ଥର ସୋସିଆଲ୍ ମିଡିଆରେ ଦେଖାଯାଇଛି । ଆଗାମୀ ଦିନରେ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ଖୁବଶୀଘ୍ର ଆଦିବାସୀ ଲୋକଗୀତ ଉପରେ ଆଧାରିତ ଏକ ଗୀତ ରିଲିଜ୍ କରିବାର ଯୋଜନା ରହିଛି ।

Leave a Reply